spot_img
Home Blog Page 1387

୪ ଥରର ବିଧାୟକଙ୍କ ଭାରତୀୟ ନାଗରିକତା ପ୍ରତ୍ୟାହାର କଲେ ହାଇକୋର୍ଟ,ଲଗାଇଲେ ୩୦ ଲକ୍ଷ ଟଙ୍କାର ଜରିମାନା

ନନ୍ଦିଘୋଷ ବ୍ୟୁରୋ: ୪ ଥରର ବିଧାୟକଙ୍କ ଭାରତୀୟ ନାଗରିକତା ପ୍ରତ୍ୟାହାର କଲେ ହାଇକୋର୍ଟ । ତେଲେଙ୍ଗାନାର ବିଆରଏସ ବିଧାୟକ ଚେନ୍ନାମନାଇ ରମେଶଙ୍କ ଭାରତୀୟ ନାଗରିକତା ପ୍ରତ୍ୟାହାର ହୋଇଛି । ୧୯୯୦ ମସିହାରେ ଜର୍ମାନୀରେ ବିବାହ କରିଥିଲେ । ସେଠାରେ ତାଙ୍କ ପରିବାର ଅଛି। ଜର୍ମାନୀ ନାଗରିକତା ନେଇଥିଲେ। କିନ୍ତୁ ଜର୍ମାନୀ ନାଗରିକତା ତ୍ୟାଗ ନକରି ଭାରତୀୟ ନାଗରିକତା ନେଇଥିଲେ। ୨୦୦୮ରେ ଭାରତୀୟ ନାଗରିକତା ନେଇଥିଲେ। ୨୦୦୯ରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ। ଭାରତୀୟ ନାଗରିକତା ନେବା ପରେ ବି ଜର୍ମାନୀ ପାସପୋର୍ଟ୍ ତ୍ୟାଗ କରିନଥିଲେ। ତେବେ ସେ ନାଗରିକତା ଲୁଚାଇବା ସହ ବିଭ୍ରାନ୍ତିକର ତଥ୍ୟ ଦେଇଥିବାରୁ ୩୦ ଲକ୍ଷ ଟଙ୍କାର ଜରିମାନା ହୋଇଛି ।  ଏହାସହ ତାଙ୍କୁ ଜର୍ମାନ ନାଗରିକ ଭାବେ ଘୋଷଣା କରାଯାଇଛି ।

ହଜିବାକୁ ବସିଲାଣି ଦାସକାଠିଆ, ସଂକିର୍ତ୍ତନ, ଗାହାଣି, ଦଣ୍ଡନାଚ, ପାଲା, ଖଞ୍ଜଣି ଗାୟକ, ବେହେଲା ବାଦକ ଏବଂ ବାଘ ନାଚ

ନନ୍ଦିଘୋଷ ବ୍ୟୁରୋ: ସମାଜରୁ ହଜିଗଲାଣି ଅନେକ ଲୋକକଳା । ଦାଶକାଠିଆ, ଗାହାଣି ଓ ସଂକିର୍ତ୍ତନ ପରି ଅନେକ କଳା ଏବେ ହଜି ଯିବାକୁ ବସିଛି । ଆଧୁନିକତାର ଛାପରେ କଳୁଷିତ ହେଉଛି ପୌରାଣିକ କାହାଣୀ । ଦିନକୁ ଦିନ କଳା ଓ କଳାକାରଙ୍କ ସଂଖ୍ୟା କମୁଥିବା ବେଳେ ବଞ୍ଚି ରହିଥିବା କଳାକୁ ଅଧୁନିକତାର ଛାପ ଗ୍ରାସ କଲାଣି । ସରକାର ବଦଳିବା ପରେ କଳାକାର ମାନଙ୍କୁ ମୁଳୁନି କାମ l ଯାହାକି ନିଜ ପେଟ ପାଟଣା ପାଇଁ ଦାଦନ ଖିବାକୁ ବାହାରିଲେଣି l ଲୋକକଳାର ଭିତ୍ତିଭୂମି ସଜାଡ଼ିବା ସହିତ ଏହାକୁ ବଞ୍ଚାଇ ରଖିବାକୁ ଅଣ୍ଟା ଭିଡ଼ିଛନ୍ତି ଗଞ୍ଜାମ ଧରାକୋଟ ବ୍ଲକର କଳାକାର ।

ସମାଜରୁ ଦାସକାଠିଆ, ସଙ୍କିର୍ତ୍ତନ, ଗାହାଣି, ଦଣ୍ଡନାଚ, ପାଲା, ଖଞ୍ଜଣି ଗାୟକ, ବେହେଲା ବାଦକ, ବାଘ ନାଚ, ଭଳି ଅନେକ ଲୋକ କଳା ହଜିଯିବାକୁ ବସିଛି । ପ୍ରୋତ୍ସାହନ ଅଭାବରୁ ଏହି କଳାକାରମାନେ କଳାକୁ ଛାଡ଼ି ଦାଦନ ଖଟିବାକୁ ବାହାରିଲେଣି । ଗଞ୍ଜାମ ଜିଲ୍ଲାରେ ପ୍ରଚଳିତ ୨୫ଟି ପ୍ରମୁଖ ଲୋକ କଳା ଜୀବିତ ରହିଛି । କଳାକାର ମାନଙ୍କୁ ଚିହ୍ନଟ କରି ପୂର୍ବ ନବୀନ ସରକାର କଳାକାର ଭତ୍ତା ପ୍ରଦାନ ଆରମ୍ଭ କରିଥିଲେ । ଏହି କଳାକାରଙ୍କୁ ସରକାରୀ କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର ପାଇଁ ସେମାନଙ୍କୁ ସାମିଲ କରାଯାଉଛି । ଏହାପରେ ମଧ୍ୟ ଅନେକ କଳାକାର ଲୋକ କଳା ଛାଡ଼ି ଏବେ ଦାଦନ ଖଟିବାକୁ ଚାଲି ଯାଉଛନ୍ତି । ଗାଁ ଗହଳିରେ ପୁର୍ବରୁ ଆଦୃତ କଳାକୁ ବଞ୍ଚାଇ ରଖିବାକୁ ପ୍ରୟାସ ସହିତ କଳାକାରଙ୍କୁ ଆଧୁନିକ ବାଦ୍ୟ ଯନ୍ତ୍ର ଯୋଗାଇ ଦେବାକୁ ସରକାର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର କଳାକାର ।

ଆଧୁନିକତାର କଷାଘାତରେ ଅନେକ ଲୋକକଳା ସମାଜରୁ ହଜି ଗଲାଣି । ଅନେକ ଲୋକକଳା ଏବେ ଲୁଚି ଯିବାକୁ ବସିଲାଣି । ମହରଗ ଯୁଗରେ କଳା ପ୍ରଦର୍ଶନ କରି ପରିବାର ଚଳାଇବା ସମ୍ଭବ ହେଉନାହିଁ । ଦାସକାଠିଆ, ସଙ୍କିର୍ତ୍ତନ ଓ ଖଞ୍ଜଣି ଗାୟକ ସଂଖ୍ୟା ବହୁ ମାତ୍ରାରେ କମି ଗଲାଣି। ନୂଆପୀଢ଼ି ଲୋକକଳାକୁ ଆପଣାଇବାକୁ ବିମୁଖ ହେଉଛନ୍ତି । ଯେଉଁ କିଛି ଆଗ୍ରହୀ ଯୁବକ ରହିଛନ୍ତି କଳା ଶିକ୍ଷା ଦେବାକୁ ସୁବିଧା ସୁଯୋଗର ଅଭାବ ରହିଛି । ଲୋକକଳାକୁ ବଞ୍ଚିଇବାକୁ ବ୍ଲକ ସ୍ତରରେ କଳାକାର ପ୍ରଶିକ୍ଷଣ କେନ୍ଦ୍ର ଗଠନ କରିବାକୁ ଦାବି କରିଛନ୍ତି କଳାକାର ସଂଘ ।

ଢେଙ୍କାନାଳରେ ଭରି ରହିଛି ସ୍କେଟିଂ ପ୍ରତିଭା 

ନନ୍ଦିଘୋଷ ବ୍ୟୁରୋ: ସୂର୍ଯ୍ୟୋଦୟ ଆରମ୍ଭରୁ ସହରର ରାଜ ରାସ୍ତାରେ ଚକ ଲଗା ଗୋଡରେ ଧାଉଁଛନ୍ତି କୁନି କୁନି ପିଲା। ମନରେ ଉତ୍ସାହ ସହ ଅଳ୍ପ ସମୟ ଭିତରେ ଦୂରତାକୁ ନିଜ ମୁଠାରେ କରିବା ପାଇଁ କରୁଛନ୍ତି ଉଦ୍ୟମ । ଶୀତୁଆ ସକାଳରେ ସ୍କେଟିଂ ଅଭ୍ୟାସରେ ମଜିଯାଇଛନ୍ତି କୁନିକୁନି ଛାତ୍ରଛାତ୍ରୀ। ବରଫାବୃତ୍ତ ଦେଶରେ ସ୍କେଟିଂକୁ ମାଧ୍ୟମ କରି ଲୋକେ ଯାତାୟାତ କରୁଥିଲ । ପରେ ସ୍କ୍କେଟିଂ ସପ୍ତଦଶ ଶତାବ୍ଦୀରେ ଆରମ୍ଭ ହୋଇ ଲୋକ ଲୋଚନକୁ ଆସିଥିଲା । ସମାୟାନୁକ୍ରମେ ଏଥିରେ ଅନେକ ପରିବର୍ତ୍ତନ ଆସିଛି । ଢେଙ୍କାନାଳ ଜିଲ୍ଲାରେ ସ୍କେଟିଂ ଖେଳ ଉପରେ ରାଜ୍ୟ ସରକାର ଦୃଷ୍ଟିଦେବା ଆବଶ୍ୟକତା ରହିଛି ।

ରାସ୍ତାରେ ଚକ ଲଗା ଗୋଡ଼ରେ ଧାଉଁଛନ୍ତି କୁନି କୁନି ପିଲା । ହାତରେ ସୁରକ୍ଷା କବଚ ସହ ମୁଣ୍ଡରେ ହେଲମେଟ ପିନ୍ଧି ସ୍କେଟିଂ କରୁଛନ୍ତି କୁନି କୁନି ପିଲା । ଢେଙ୍କାନାଳ ସହରରେ ସ୍କେଟିଂକୁ ନେଇ ଛୋଟ ପିଲା ଓ ଯୁବ ପୀଢିଙ୍କ ମଧ୍ୟରେ ବେଶ ଉତ୍ସାହ ରହିଛି । ସକାଳର ସୂର୍ଯ୍ୟୋଦୟ ସହିତ ରାଜରାସ୍ତାରେ ସ୍କେଟିଂ ପାଇଁ ପ୍ରସ୍ତୁତ ହୋଇଯାଆନ୍ତି ଛାତ୍ରଛାତ୍ରୀ । ଦୁଃଶାହାସିକ କ୍ରୀଡ଼ା କୌଶଳ ପ୍ରଦର୍ଶନରେ ଆଗ୍ରହୀ ଯୁବ ପୀଢ଼ିଙ୍କ ପାଇଁ ଏହା ଏବେ ପାଲଟିଛି ସଉକ । ପ୍ରତିଦିନ ଛାତ୍ରଛାତ୍ର ମାନେ ପଡ଼ିଆରେ ଅଭ୍ୟାସ ଜାରି ରଖି  ଏହି କ୍ରୀଡ଼ାରେ ରାଜ୍ୟରେ ସୁନାମ ଅର୍ଜନ କରିଛନ୍ତି । ସଠିକ ଭିତ୍ତିଭୂମି ମିଳିଲେ ଜିଲ୍ଲା, ରାଜ୍ୟ ପାଇଁ ଏହି କୁନି କୁନି ପିଲା ଗୌରବ ଆଣିପାରିବେ ବୋଲି କହିଛନ୍ତି ଅଭିଭାବକ ।

ଢେଙ୍କାନାଳର କ୍ରୀଡ଼ା ଏକାଡେମୀ ଗୁରୁଦେବଜୀ ଗୁରୁକୁଳ ପକ୍ଷରୁ ୨୦୧୭ ମସିହାରୁ ଆରମ୍ଭ ହୋଇଛି ସ୍କେଟିଂ ପ୍ରଶିକ୍ଷଣ । ଅନୁଷ୍ଠାନର ମୁଖ୍ୟ ପ୍ରଶିକ୍ଷକ ମାଷ୍ଟର ସୋମ୍ୟବ୍ରତ ସାହୁ ତଥା ଢେଙ୍କାନାଳ ସ୍କେଟିଂ ଆସୋସିଏସନର ସମ୍ପାଦକ ଛାତ୍ରଛାତ୍ରୀଙ୍କୁ  ପ୍ରଶିକ୍ଷଣ ଦେଉଛନ୍ତି । ବର୍ତ୍ତମାନ ୩୦ଜଣ ସ୍କେଟର୍ସ ପ୍ରଶିକ୍ଷଣ ନେଉଛନ୍ତି । ୨୦୧୯ ମସିହାରେ ଅନୁଷ୍ଠାନ ପକ୍ଷରୁ ୨ ଜଣ ଖେଳାଳି ଛଡ଼ିଶଗଡ଼ରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିଲେ । ୫ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି କ୍ରୀଡ଼ା ଅନୁଷ୍ଠାନରେ ଛୋଟରୁ ବଡ଼ ପର୍ଯ୍ୟନ୍ତ ୪୦ରୁ ଅଧିକ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ନେଉଛନ୍ତି ।

ପୂଜାରା କହିଲେ ଏହି ଖେଳାଳିଙ୍କୁ ତୃତୀୟ ଟେଷ୍ଟରେ ଦିଅନ୍ତି ସ୍ଥାନ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍ । ସିରିଜ ଏବେ ୧-୧ରେ ରହିଛି । ତୃତୀୟ ମ୍ୟାଚ ଜିତିବା ଲାଗି ତୃତୀୟ ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି କ୍ରୀଡ଼ାପ୍ରେମୀମାନେ ଆଶା ରଖିଛନ୍ତି । ସେପଟେ ଦ୍ବିତୀୟ ଟେଷ୍ଟରେ ଭାରତୀୟ ଦଳର ପ୍ରଦର୍ଶନକୁ ନେଇ ମଧ୍ୟରେ ପ୍ରଂଶସକମାନେ ବେଶ ଚିନ୍ତାରେ ରହିଛନ୍ତି । ଏଭଳି ଏକ ସମୟରେ ଏକ ଭିଡିଓରେ ପୂଜାରା ଏବଂ ଚାଓ୍ବାଲା ଏହାକୁ ନେଇ କହିଛନ୍ତି ତୃତୀୟ ଟେଷ୍ଟରେ କାହାକୁ ଦଳରେ ସାମିଲ କରାଯିବା ଉଚିତ୍ ।

ପୂଜାରା କହିଛନ୍ତି କି, ତୃତୀୟ ଟେଷ୍ଟରେ ଜଣେ ସ୍ପିନରଙ୍କ ବଦଳରେ ସ୍ପିନରଙ୍କୁ ଦଳରେ ସାମିଲ କରିବାକୁ କହିଥିବାବେଳେ ଓଲଟା କହିଛନ୍ତି ଚାଓ୍ବାଲା । ପୂଜାରା କହିଛନ୍ତି କି, ତୃତୀୟ ଟେଷ୍ଟରେ ଅଶ୍ବିନୀଙ୍କୁ ଦଳରୁ ବାଦ ଦିଆଯାଉ । ତାଙ୍କ ବଦଳରେ ଓ୍ବାଶିଂଟନ ସୁନ୍ଦରଙ୍କୁ ସ୍ଥାନ ଦେବାକୁ କହିଛନ୍ତି ।  ଯଦି ସୁନ୍ଦରଙ୍କ କଥା କହିବା ତାହେଲେ ସେ ପ୍ରଥମ ଟେଷ୍ଟରେ ୩୨ ରନ ସହ ୪ ଓ୍ବିକେଟ ମଧ୍ୟ ଅକ୍ତିଆର କରିଥିଲେ । ସେପଟେ ଚାଓ୍ବାଲା କହିଛନ୍ତି କି, ହର୍ଷିତ ରାଣାଙ୍କ ବଦଳରେ ଆକାଶ ଦୀପ ସ୍ଥାନ ଦିଆଯାଉ ।

 

ନବରଙ୍ଗପୁରର ବିଶ୍ୱ ପ୍ରସିଦ୍ଧ ଲାଖ ଶିଳ୍ପ ବାଧାପ୍ରାପ୍ତ

ନନ୍ଦିଘୋଷ ବ୍ୟୁରୋ: ନବରଙ୍ଗପୁର ର ବିଶ୍ୱ ପ୍ରସିଦ୍ଧ ଲାଖ ଶିଳ୍ପକୁ କଞ୍ଚାମାଲର ଅଭାବ ଯୋଗୁଁ ଲାଖ ଶିଳ୍ପ ବାଧାପ୍ରାପ୍ତ ହୋଇଛି । ରାଇଘର, ଝରିଗାଁ, ଚନ୍ଦାହାଣ୍ଡି ବ୍ଲକ ସୀମାନ୍ତରେ ମିଳିଥାଏ । ମାର୍କେଟ ସୁବିଧାର ଅଭାବ ସହିତ ସରକାରଙ୍କ ଅଣଦେଖା ଯୋଗୁଁ ଲାଖ ଜିଲ୍ଲାରେ ବିକ୍ରି ନହୋଇ ପୋଡ଼ାଶୀ ଛତିଶଗଡ଼କୁ ଚାଲାଣ ହେଉଛି । ଯେଉଁ କିଛି ଲାଖ ମିଳୁଛି ଚଢ଼ା ଦରରେ ବିକ୍ରି ହେଉଛି । କଞ୍ଚାମାଲ ଅଭାବରୁ ଚାହିଦା ଅନୁସାରେ ଗ୍ରାହକଙ୍କୁ ସାମଗ୍ରୀ ଯୋଗାଇବାରେ ବିଫଳ ହେଉଛନ୍ତି ଲାଖ ଶିଳ୍ପୀ । ଏହା ସହ ଇକର୍ମସ ମାର୍କେଟରେ ମଧ୍ୟ ନିଜକୁ ସାମିଲ କରିପାରୁନାହାନ୍ତି ଲାଖ ଶିଳ୍ପୀ । ଲାଖ ଶିଳ୍ପୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ନବରଙ୍ଗପୁର ଜିଲ୍ଲାର ଲାଖ ଶିଳ୍ପ ପ୍ରଭାବିତ ହୋଇଛି ।

କଞ୍ଚାମାଲ ଅଭାବରୁ ବାଧାପ୍ରାପ୍ତ ହୋଇଛି ଲାଖ କାମ । ପଡ଼ୋଶୀ ରାଜ୍ୟ ଛତିଶଗଡ଼କୁ ଚାଲାଣ ହେଉଥିବାରୁ ଦେଖାଦେଇଛି ଅଭାବ । ନବରଙ୍ଗପୁର ଜିଲ୍ଲାର ଲାଖରେ ତିଆରି ଚୁଡ଼ି, ଗୁରୁବାର ପେଡ଼ି, ଦେବାଦେବୀଙ୍କ ମୂର୍ତ୍ତି, ପଶୁପକ୍ଷୀଙ୍କ ମୂର୍ତ୍ତୀ, କଣ୍ଢେଇ, ଘର କରଣା ସାମଗ୍ରୀ ଚାହିଦା ରହିଛି । ଏହି ସୂକ୍ଷ୍ମ ଲାଖ କାରୁକାର୍ଯ୍ୟ ସାମଗ୍ରୀ ରାଜ୍ୟ ତଥା ଦେଶ ବିଦେଶର ଗ୍ରାହକଙ୍କୁ ମଧ୍ୟ ଆକୃଷ୍ଟ କରିଥାଏ । ବିଶ୍ୱ କପ୍ ହକି ସମୟରେ ନବରଙ୍ଗପୁର ର ଲାଖ ସାମଗ୍ରୀକୁ ବିଦେଶୀ ଖେଳାଳିଙ୍କୁ ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା । କଞ୍ଚାମାଲ ଅଭାବରୁ ଏବେ ନବରଙ୍ଗପୁରରେ ଏହି ଲାଖ କାମ ବାଧାପ୍ରାପ୍ତ ହୋଇଛି । ନବରଙ୍ଗପୁର ଜିଲ୍ଲା ସୀମାନ୍ତ ରାଇଘର, ଝରିଗାଁ, ଚାନ୍ଦାହାଣ୍ଡି ବ୍ଲକର ଗାଁ ଗୁଡ଼ିକରେ ଲାଖ ଉପଲବ୍ଧ ହୋଇଥାଏ । ଲାଖକୁ ପଡ଼ୋଶୀ ଛତିଶଗଡ଼ ରାଜ୍ୟକୁ ଚଲାଣ କରାଯାଉଥିବାରୁ କଞ୍ଚାମାଲର ଅଭାବ ଦେଖାଦେଇଛି । ଯେଉଁ ଲାଖ ମିଳୁଛି, ବଜାର ଦର ଉଚ୍ଚା ରହୁଥିବାରୁ ଶିଳ୍ପୀମାନେ କ୍ଷତି ସହୁଛନ୍ତି ।

ବର୍ତ୍ତମାନର ଇ କମର୍ସ ଯୁଗରେ ଅନ୍ତର୍ଜାତୀୟ ସ୍ତରର ଦ୍ରବ୍ୟ ଉପଲବ୍ଧ ଥିବାରୁ ସମୟ ସହିତ ତାଳ ଦେଇ ନିଜକୁ ସ୍ଥାନିତ କରିବାକୁ ଇଚ୍ଛା ଥିଲେ ମଧ୍ୟ କଞ୍ଚାମାଲ ଅଭାବ ପ୍ରତିବନ୍ଧକ ସାଜିଛି । ଲାଖ ସାମଗ୍ରୀର ଚାହିଦା ବଢୁଥିବା ବେଳେ କଞ୍ଚାମାଲ ଅଭାବ ଯୋଗୁଁ ନୂଆ ଅର୍ଡର ରଖିପାରୁନାହାନ୍ତି ଲାଖ କାରୀଗର । ସ୍ଥାନୀୟ ଚାହିଦାକୁ ପୂରଣ କରିପାରୁନଥିବାରୁ ଲାଖ ଶିଳ୍ପୀମାନେ ହତାଶ ଅନୁଭବ କରିଛନ୍ତି । ଓଡ଼ିଶାର ଏହି ପ୍ରସିଦ୍ଧ ଲାଖ ଶିଳ୍ପକୁ ବଞ୍ଚାଇ ରଖିବାକୁ ସୁଲଭ ମୂଲ୍ୟରେ ଲାଖ ଯୋଗାଇଦେବା ପାଇଁ ପଦକ୍ଷେପ ନେବାକୁ ସରକାରଙ୍କୁ ନିବେଦନ କରିଛନ୍ତି ଲାଖ ଶିଳ୍ପୀ । ଲାଖ ଶିଳ୍ପୀଙ୍କ ସମସ୍ୟା ବାବଦରେ ଅବଗତ ଅଛନ୍ତି, ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଓରମାସ ଉପନିର୍ଦ୍ଦେଶକ ।

 

ବିଷ ବଳୟରେ ଅନୁଗୁଳ, ଚାରିଆଡ଼େ ଧୂଆଁ ଧୂଆଁ

ନନ୍ଦିଘୋଷ ବ୍ୟୁରୋ: ପ୍ରଦୂଷଣର ବିଷ ବଳୟ ଓଡ଼ିଶାରେ ମାଡ଼ି ଚାଲିଛି । ସ୍ଥିତି ଏମିତି ହେଲାଣି, ପ୍ରଦୂଷଣ ତାଲିକାରେ ଅନୁଗୁଳ ଦେଶରେ ୨ ନମ୍ବର ସ୍ଥାନରେ ପହଞ୍ଚିଛି।  ଚଳିତ ମାସ ପହିଲା ବେଳକୁ ଅନୁଗୁଳର ବାୟୁମଣ୍ଡଳ ସ୍ଵଚ୍ଛ ଥିଲା । ଗତ ୫ ଦିନରେ ପ୍ରଦୂଷଣ ସୀମା ଟପିଛି । ଦିଲ୍ଲୀକୁ ପଛରେ ପକାଇ ରାଜ୍ୟର ସର୍ବାଧିକ ପ୍ରଦୂଷିତ ହୋଇଛି ଶିଳ୍ପର ସହର ଅନୁଗୁଳ । ଏଠାରେ ବାୟୁ ପ୍ରଦୂଷଣ ନୂଆଦିଲ୍ଲୀକୁ ପାର୍ କରି ପ୍ରଦୂଷଣ ସହର ଭାବେ ଦୁର୍ନାମ ମୁଣ୍ଡାଇଛି । ଦେଶର ୬ଟି ସହରରେ ଏକ୍ୟୁଆଇ ୩ ଶହ ଉପରେ ରହିଛି ବାୟୁ ପ୍ରଦୂଷଣ ଉପରମୁହାଁ ହେଉଛି। ବାୟୁ ପ୍ରଦୂଷଣ ରୋକିବାକୁ ସରକାର ସେଭଲି କିଛି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି ।

ରାସ୍ତାରେ ଯାତାୟତ କରିବା କଷ୍ଟକର ହୋଇପଡ଼ୁଛି । ଗଛଲତାରେ ବହଳ ବହଳ ପାଉଁଶ ଜମିଯାଉଛି । ପ୍ରଦୂଷଣ ତାଲିକାରେ ଅନୁଗୁଳ ଦେଶରେ ୨ ନମ୍ବର ସ୍ଥାନରେ ପହଞ୍ଚିଛି । ରୋଗୀ ଓ ବୟସ୍କ ଲୋକମାନେ ନିଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧା ଭୋଗୁଛନ୍ତି । ଶିଳ୍ପାଞ୍ଚଳ ମାନଙ୍କରୁ ଉଡ଼ୁଥିବା ଧୂଳିକଣା, ଧୂଆଁ, ଫ୍ଲାଏଆସ୍ ସାଙ୍ଗକୁ ୫୫ ନମ୍ବର ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ସମସ୍ୟା ବଢ଼ାଇଦେଇଛି । ଶୁକ୍ରବାର ଅପରାହ୍ନରେ ଅନୁଗୁଳରେ ଏୟାର କ୍ୱାଲିଟି ଇନଡେକ୍ସ ୩୧୯ର ପହଞ୍ଚିଥିଲା । ମେଘାଳୟର ବ୍ରିର୍ନି ହାଟ ଏକ୍ୟୁଆଇ ୩୨୨ ସହ ୧ ନମ୍ବରରେ ଥିଲା । ଏକ୍ୟୁଆଇ ୩ ଶହ ଉପରେ ରହିଲେ ଶରୀର ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ ବୋଲି ସ୍ଵାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ଏହାକୁ ସୁଧାରିବାକୁ କାହାର ଆନ୍ତରିକତା ନଥିବା ଅଭିଯୋଗ ହୋଇଛି ।

ଶିଳ୍ପାନୁଷ୍ଠାନ ବୃଦ୍ଧି ଯୋଗୁଁ ଓଡ଼ିଶାରେ ବାୟୁ ପ୍ରଦୂଷଣ ବଢ଼ିଛି। ଆକାଶ ମେଘୁଆ ରହୁଥିବାରୁ ବାୟୁ ପ୍ରଦୂଷଣ ବଢ଼ିଛି। ଖଣିଖାଦାନ ଓ ଶିଳ୍ପାନୁଷ୍ଠାନ ପାଇଁ ଅନୁଗୁଳରେ ପ୍ରଦୂଷଣ ବଢ଼ୁଛି । ଜିଲ୍ଲାରେ ବହୁଳ ମାତ୍ରାରେ ଭାରୀଯାନ ଚଳାଚଳ କରୁଛି । ନିର୍ମାଣ କାମ ଜୋରସାର୍ରେ ଚାଲିଥିବାରୁ ବାୟୁ ପ୍ରଦୂଷଣ ଉପରମୁହାଁ ହେଉଛି। ଧୂଳି, ଧୁଆଁ ଚାରିଆଡ଼କୁ ମାଡ଼ି ଯାଉଛି । ଅନୁଗୁଳ ସହରରେ ବାୟୁ ପ୍ରଦୂଷଣ ହଠାତ୍ ବୃଦ୍ଧି ପାଇଥିଲା ବେଳେ ତାଳଚେରେ ବାୟୁମଣ୍ଡଳରେ ପିଏମ୍-୧୦ ସ୍ତର ଅଧିକ ରହିଛି । ପ୍ରଶାସନ ତା କାମ ସଠିକ ଢଙ୍ଗରେ କରୁନଥିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି କହିଛନ୍ତି ପୂର୍ବତନ ସାଂସଦ ମହେଶ ସାହୁ । ନଜର ରଖାଯାଇଛି, ଆବଶ୍ୟକ ସ୍ଥଳେ ପଦକ୍ଷେପ ନିଆଯିବ କହିଛନ୍ତି ଉପ-ଜିଲ୍ଲାପାଳ  ।

 

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର, ଖୁବଶୀଘ୍ର ବଜାରକୁ ଆସିବ ମେଡିସିନ୍

ନନ୍ଦିଘୋଷ ବ୍ୟୁରୋ: କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ବଜାରକୁ ଆସିବ କ୍ୟାନସର ମେଡିସିନ । ବ୍ଲଡ କ୍ୟାନସର ଔଷଧର ପ୍ରଥମ କ୍ଲିନିକାଲ ଟ୍ରାଏଲ ସଫଳ ହୋଇଛି । ଗ୍ଲେନମାର୍କ ଫାର୍ମା ବ୍ଲଡ କ୍ୟାନସର ଔଷଧ ବାହାର କରିଛି ।  ପ୍ରଥମ କ୍ଲିନିକାଲ ଟ୍ରାଏଲରେ ମିଳିଛି ୮୩ ପ୍ରତିଶତ ପଜିଟିଭ ପ୍ରତିକ୍ରିୟା ମିଳିଥିବା ଗ୍ଲେନମାର୍କ ଫାର୍ମା କମ୍ପାନୀ ପକ୍ଷରୁ ଦିଆଗଲା ସୂଚନା । ଗ୍ଲେନମାର୍କ ଫାର୍ମାର କ୍ୟାନସର ଔଷଧର ସଫଳ କ୍ଲିନିକାଲ ପରୀକ୍ଷଣ ପରେ ବ୍ଲଡ କ୍ୟାନସର ରୋଗୀଙ୍କ ପାଇଁ ବଡ ଆଶ୍ବସ୍ତିକର ଖବର ।  ଖୁବଶୀଘ୍ର ଏହା ବଜାରକୁ ଆସିପାରେ ବୋଲି ଅନୁମାନ କରାଯାଉଛି ।

ଗ୍ଲେନମାର୍କ ଫାର୍ମାସୁଟିକାଲ ଘୋଷଣା କରିଛି ଯେ ଏହାର ଟ୍ରାଇସପସିଫିକ ଟ୍ରିଟ ଆଣ୍ଟିବଡି isb2001ର ପ୍ରଥମ ପର୍ଯ୍ୟୟ ଅନୁଧ୍ୟାନରୁ ପ୍ରଥମ କ୍ଲିନିକାଲ ତଥ୍ୟ ବହୁ ମାଇଲୋମା ରୋଗୀରେ ସ୍ଥାୟୀ ପ୍ରତିକ୍ରିୟା ସହିତ ଏକ ଉଚ୍ଚ ସାମଗ୍ରିକ ପ୍ରତିକ୍ରିୟା ହାର ପ୍ରଦର୍ଶନ କରିଛି ଓ ଅନୁକୁଳ ପ୍ରଦର୍ଶନ କରିଛି। ସକାଳ ୯.୪୫ରେ ଗ୍ଲେନମାର୍କ ଫାର୍ମାର ସେୟାର NSEରେ ୧,୫୪୮.୪୮ କାରବାର କରିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ୬ ଲକ୍ଷ ସେୟାର ଏକ୍ସଚେଞ୍ଚ ହୋଇସାରିଛି। ଯାହା ଏକ ମାସର ଦୈନିକ ବାଣିଜ୍ୟ ହାରାହାରି ସହିତ ମେଳ ଖାଉଛି।

ଓ୍ବେବ ସିରିଜ ହୋଇଥାନ୍ତା ’ପୁଷ୍ପା’, ଫିଲ୍ମର ଖଳନାୟକ କହିଲେ କାହିଁକି ନିର୍ମାଣ ହେଲା ଫିଲ୍ମ

ନନ୍ଦିଘୋଷ ବ୍ୟୁରୋ: ଆଲ୍ମୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ ପୁଷ୍ପା ୨ ଏବେ ବକ୍ସ ଅଫିସରେ ସବୁ ରେକର୍ଡ ଭାଙ୍ଗିବାରେ ଲାଗିଛି । ପ୍ରଥମ ଭାଗ ଭଳି ଦ୍ବିତୀୟ ଭାଗକୁ ଦର୍ଶକେ ବେଶ ପସନ୍ଦ କରିଛନ୍ତି । ବିଶ୍ବବ୍ୟାପୀ କଲେକ୍ସନ ଏବେ ୮୮୦ କୋଟିରୁ ଅଧିକ ହୋଇଛି । ତେବେ ଆଗାମୀ ଦିନରେ ଫିଲ୍ମ ଆହୁରି ଅଧିକ ରୋଜଗାର କରିବାର ଲକ୍ଷ୍ୟ ରଖିଛି । ଯଦିଓ ସୋମବାର ବ୍ୟବସାୟ ଟିକେ କମିଛି କିନ୍ତୁ ଛୁଟି ଦିନରେ ପୁଣି ବଢ଼ିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ଏବେ ଏକ ଖବର ଶୁଣିବାକୁ ମିଳିଛି କି, ଏହି ସଫଳ ଫିଲ୍ମ ପଛର ଏକ ବଡ଼ କାହାଣୀ । ଫିଲ୍ମର ଖଳନାୟକ କହିଛନ୍ତି କି, ଏହା ପ୍ରଥମେ ଏକ ଓ୍ବେବ ସିରିଜ ପାଇଁ ଯୋଜନା କରାଯାଇଥିଲା । ମାତ୍ର ଫିଲ୍ମ ନିର୍ମାତା ଏହାକୁ ଫିଲ୍ମ କରିବାର ଯୋଜନା କରିଥିଲେ । ନେଟଫ୍ଲିକ୍ସରେ ଏହି ଓ୍ବେବ ସିରିଜ ରିଲିଜ ହୋଇଥାନ୍ତା । ଯେଉଁ କାରଣରୁ ପ୍ରଥମରୁ ସୁଟିଂ ସମୟରେ କିଛି ସିନ ବାରମ୍ବାର ସୁଟିଂ ଏବଂ କଟ ମଧ୍ୟ ହୋଇଥିଲା ।

ଖଳନାୟକ ଫହାଦ କହିଛନ୍ତି କି, ତାଙ୍କୁ ପ୍ରଥମେ ପୁଷ୍ପା ସମ୍ପର୍କରେ କୁହାଯାଇଥିଲା । ଏଥିରେ ତାଙ୍କ ଚରିତ୍ର ଏବଂ କେବଳ ପୋଲିସ ଷ୍ଟେସନ ସମ୍ପର୍କରେ କୁହାଯାଇଥିଲା । ଯେଉଁଥିରେ କୁହାଯାଇଥିଲା କି, ନାୟକଙ୍କର କୌଣସି ଜଣାଶୁଣା ବ୍ୟକ୍ତି ନଥିଲା । କିନ୍ତୁ ସେ ନିଜର ପରିଶ୍ରମ ବଳରେ ବଡ଼ ଲୋକ ହୋଇଛି । ଏହି କାହାଣୀ ମଧ୍ୟ ଶୁଣିବାକୁ ବେଶ ଖୁସି ଲାଗିଥିଲା । ତେବେ ଲାଲ ଚନ୍ଦନ କଥା ପ୍ରଥମରୁ ନଥିଲା । ପରେ ସୁକୁମାର ସାହାବ ଯେଉଁଥି ଆରମ୍ଭ କରିଥିଲେ ସେଠି ଶେଷ କରିବାର ଯୋଜନା କରିଥିଲେ । ସେପଟେ କିଛିଦିନ ପୂର୍ବରୁ ନିର୍ମାତା ସୁକୁମାର ମଧ୍ୟ କହିଥିଲେ କି, ଦ୍ବିତୀୟ ପାର୍ଟ ସମ୍ପର୍କରେ ତାଙ୍କୁ ଚେରି ଆଇଡିଆ ଦେଇଥିଲେ । ଯେଉଁଥି ପାଇଁ ସେ ତାଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ଏବେ କହି ରଖୁଛୁ କି, ଶେଷ ଖବର ସୁଦ୍ଧା ପୁଷ୍ପାର ପାର୍ଟ ୧ ଏବଂ ପାର୍ଟ ୨ ମିଶି ୧୨୩୦ କୋଟି ଟଙ୍କାରୁ ଅଧିକ ରୋଜଗାର କଲାଣି । ପୁଷ୍ପାର ପାର୍ଟ ୨ ହଜାରେ କୋଟି କ୍ଲବରେ ସାମିଲ ହେବ ବୋଲି ମଧ୍ୟ ଆଶା ରଖାଯାଇଛି ।

କାମାକ୍ଷାନଗର ବସ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି

ନନ୍ଦିଘୋଷ ବ୍ୟୁରୋ: କାମାକ୍ଷାନଗର ବସ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି। ସକାଳେ ଜଣକର ମୃତ୍ୟୁ ହୋଇଥିବେଳେ ଅନ୍ୟ ଦୁଇ ଜଣଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ରାସ୍ତା ପାର ବେଳେ ମାଡିଯାଇଥିଲା ଯାତ୍ରୀବାହୀ ବସ୍।। କାମାକ୍ଷାନଗର ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥ ଖଇରାମୁଣ୍ଡା ଛକ ନିକଟରେ ଘଟିଥିଲା ଏ ଦୁର୍ଘଟଣା ।  ମୃତକ ହେଲେ ମୁଣ୍ଡେଇଲ ପଞ୍ଚାୟତ ନାଉପାଳ କାଟେଣୀ ଗ୍ରାମର ସାଗର ପ୍ରଧାନ, ପିନୁ ସାହୁ ଓ ସୁମନ୍ତ ପରିଡା। ୩ ଜଣ ଯାକ ରାସ୍ତା ପାର ହେଉଥିବା ବେଳେ କାମାକ୍ଷାନଗରରୁ ତାଳଚେର ଯାଉଥିବା ଭୋଳାନାଥ ନାମକ ଯାତ୍ରିବାହୀ ବସ ସେମାନଙ୍କୁ ଧକ୍କା ଦେଇଥିଲା l ଫଳରେ ଘଟଣା ସ୍ଥଳରେ ସାଗର ପ୍ରଧାନ ଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଗୁରୁତର ଆହତ ହୋଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଘଟଣାସ୍ଥଳରେ ସରାଙ୍ଗ ଫାଣ୍ଡି ପୋଲିସ ପହଞ୍ଚି ବସକୁ ଅଟକ ରଖି ପଚାର ଉଚରା ଜାରି ରଖିଛି। ଅନ୍ୟପଟେ ମୃତକୟଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା l କାମାକ୍ଷାନଗରରୁ ଅନଗୁଳ ଯାତାୟାତ ଠପ ହୋଇଥିଲା। ଘଟଣାସ୍ଥଳରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ପହଂଚି ଲୋକଙ୍କୁ ବୁଝାସୁଝା କରିଛନ୍ତି ।

ରାଜ୍ୟସଭାରେ ସାର ପ୍ରସଙ୍ଗ ଉଠାଇଲେ ସାଂସଦ ମାନସ ମଙ୍ଗରାଜ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟସଭାରେ ଆଜି ସାର ପ୍ରସଙ୍ଗ ଉଠାଇଥିଲେ ବିଜେଡି ସାଂସଦ ମାନସ ମଙ୍ଗରାଜ। ସେ ପ୍ରଶ୍ନ କରିଛନ୍ତି, ଓଡ଼ିଶାରେ ସାରର ସୁଷମ ବଣ୍ଟନ ପାଇଁ ସରକାରଙ୍କ ପକ୍ଷରୁ କୌଣସି ଡିଜିଟାଲ ପ୍ଲାଟଫର୍ମ ଆରମ୍ଭ ହୋଇଛି କି । ଯଦି କରାଯାଇଛି, ସେହି ପ୍ଲାଟଫର୍ମଗୁଡ଼ିକର ବିବରଣୀ ଓ ସେଗୁଡ଼ିକର ସଫଳତା, ଦୁର୍ଗମ ଅଂଚଳର ଚାଷୀମାନଙ୍କ ପାଇଁ କଣ ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଥିଲେ ମାନସ ମଙ୍ଗରାଜ। ଏହାର ଉତ୍ତରରେ ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି ସମନ୍ବିତ ସାର ଯୋଗାଣ ପରିଚାଳନା ବ୍ଯବସ୍ଥା ୨୦୧୬ ମସିହା ଜୁନ ମାସରୁ ଆରମ୍ଭ ହୋଇଛି। ଉର୍ବରକ ନାମରେ ଏକ ଡ୍ଯାସବୋର୍ଡ ଜରିଆରେ ସାରର ଯୋଗାଣ ଓ ମହଜୁଦ ସମ୍ପର୍କରେ ସୂଚନା ଦିଆଯାଇଥାଏ । ବର୍ତ୍ତମାନ ସୁଦ୍ଧା ରାଜ୍ଯର ଦୁର୍ଗମ ଅଂଚଳରେ ସାର ନ ପହଂଚିବାର କୌଣସି ସୂଚନା ନାହିଁ।ସେହିଭଳି ମାନସ ମଙ୍ଗରାଜଙ୍କ ଅନ୍ଯ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ନିର୍ଦ୍ଧାରିତ ସମୟ ପୂର୍ବରୁ କୃଷି ଓ କୃଷକ କଲ୍ଯାଣ ବିଭାଗ ପକ୍ଷରୁ ସବୁ ରାଜ୍ଯ ସରକାରଙ୍କ ସହ ଆଲୋଚନା କରି ଆବଶ୍ଯକ ପରିମାଣର ସାର ସମ୍ପର୍କରେ ତଥ୍ଯ ହାସଲ କରାଯାଏ। ନିୟମିତ ବ୍ଯବଧାନରେ ସାର ଓ ରସାୟନ ମନ୍ତ୍ରଣାଳୟ ଏବଂ କୃଷି ଓ କୃଷକ କଲ୍ଯାଣ ମନ୍ତ୍ରାଳୟ ପକ୍ଷରୁ ଯୁଗ୍ମ ଭାବେ ଭିଡିଓ ମାଧ୍ୟମରେ ତଦାରଖ କରାଯାଏ ବୋଲି ମନ୍ତ୍ରୀ କହିଛନ୍ତି।