spot_img
Home Blog Page 1422

ଜନ୍ମଦିନ ପାଳିବାକୁ କ୍ଯାଫେକୁ ଡାକି ଅଶ୍ଳୀଳ ଭିଡିଓ ସୁଟ୍ ପରେ ବ୍ଲାକମେଲ

କଟକ : ସୈତାନ ସାଜିଲା ପୁରୁଷ ବନ୍ଧୁ । ବିଶ୍ବାସରେ ବିଷ ଦେଇ ଲୁଟିନେଲା ଇଜ୍ଜତ । ଭାଇଚାରାର ସହରରେ ଲଜ୍ଜା । ବନ୍ଧୁଙ୍କ ସହ ମିଶି ଗଣ ଦୁଷ୍କର୍ମ ପରେ ବ୍ଲାକମେଲ୍ । ସହପାଠୀଙ୍କ ସହ ୬ ଜଣଙ୍କୁ ବାନ୍ଧିଲା କଟକ ପୋଲିସ୍ । ସହପାଠୀ ଭାବି ଅଧିକ ବିଶ୍ବାସ କରୁଥିଲା । ଏହାର ଫାଇଦା ନେଇ କ୍ୟାଫେରେ ବାନ୍ଧବୀର ଜନ୍ମ ଦିନ ପାଳିବା ଆଳରେ ଡାକିଥିଲା । ପୂର୍ବ ଯୋଜନା ମୁତାବକ ଆପତ୍ତି ଜନକ ଚିତ୍ର କ୍ୟାଫେ ମାଲିକ ଉତ୍ତଳନ କରି ଛାତ୍ରୀଙ୍କୁ ମାସାଧିକ ସମୟ ଧରି ବ୍ଲାକ ମେଲ କରିଥିଲେ । ବାରଙ୍ଗ ଡକାଇ ତାଙ୍କ ସହିତ କଲେ ଗଣ ଦୁଷ୍କର୍ମ । ଘଟଣା ଏବେ କଟକରେ ଚାଞ୍ଚଲ୍ଯ ସୃଷ୍ଟି କରିଥିବାବେଳେ ବାଦାମବାଡ଼ି ଓ ପୁରୀଘାଟ ପୋଲିସ ମାମଲାରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଳ କରିଛି । ଏପରି ଜଘନ୍ଯ ଘଟଣାକୁ କେବେ ବରଦାସ୍ତ କରାଯିବ ନାହିଁ ଓ ଖୁବଶୀଘ୍ର ମାମଲାର ଚାର୍ଜସିଟ୍ ଦାଖଲ କରାଯିବ ବୋଲି କହିଛନ୍ତି ଡିସିପି । ସେପଟେ ଘଟଣାକୁ ନିନ୍ଦା କରିବା ସହ ଏପରି ଘଟଣାରେ ବିହିତ ପଦକ୍ଷେପ ଆବଶ୍ଯକ ଥିବା କହିଛନ୍ତି ଆଇନଜୀବୀ ।

ସହରର କାଠଗଡା ସାହି ଅଞ୍ଚଳରେ ଥିବା ଏହି କ୍ଯାଫେକୁ ଆସନ୍ତି ଏକାଧିକ ଝିଅ । ମ୍ଯୁଜିକ ସାଙ୍ଗକୁ ହୁକା ଧୂଆଁ ଓ ଜମେ ମଦରର ଆସର । ଏପରିକି ଭିତରେ ଲୋକ ଥାଇ ବାହାରପଟୁ ଅନେକ ସମୟରେ ବନ୍ଦ ରହୁଥିବା କହନ୍ତି ପଡୋଶୀ । କଟକ ପରି ଭାଇଚାରାର ସହରରେ ଏପରି ଜଘନ୍ଯ ଘଟଣାକୁ ନିନ୍ଦା କରିବା ସହ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଚିନ୍ତାବ୍ଯକ୍ତ କରିଛନ୍ତି ବିଧାୟକ ଓ କଟକ ବାସୀ ।

ମାମଲାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । କଟକରେ ଦୁର୍ଭାଗ୍ୟପୂର୍ଣ୍ଣ ସ୍ଥିତିରେ ଯେଉଁ ଘଟଣା ଘଟିଛି ସେହି ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି । କୌଣସି ଟାଳଟୁଳ ନୀତି ଗ୍ରହଣୀୟ ନୁହେଁ । ଦୋଷୀକୁ ଦଣ୍ଡିତ କରିବା ପାଇଁ ସବୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ପୀଡିତାଙ୍କ ବୟାନ ରେକର୍ଡ ହୋଇଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ବିଏନଏସ ଧାରା ଏବଂ  ଏସସି ଏସଟି ଆକ୍ଟରେ ମାମଲା ରୁଜୁ ହୋଇଛି ।

ରାଜଧାନୀରେ ଲଭ ଜିହାଦ ନେଇ ସାଂଘାତିକ ଅଭିଯୋଗ : ମହିଳା ଥାନା ଜିମାରେ କାଶ୍ମୀରର ସମୀର ମନସୁର

ଭୁବନେଶ୍ବର : ଫ୍ରି ଫାୟାର ଗେମରୁ ପଡିଥିଲା ମିଛ ପ୍ରେମର ଫାଶ । ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରି ବ୍ଲାକମେଲ । ପ୍ରେମ ପାଇଁ ଜାମ୍ମୁ କାଶ୍ମୀରରୁ ଜଗତସିଂହପୁର ଯାଏଁ ନାଟକ । ଟ୍ରେନରୁ ଯୁବକଙ୍କୁ କାବୁ କରିବା ପରେ ମହିଳା ଥାନା ଆଣିଲା ପୋଲିସ । SFSL ଯିବ ସମୀର ଠାରୁ ଜବତ ମୋବାଇଲ । ଅଜଣା ଯୁବକଙ୍କ ସହ ପ୍ରେମ ଯେ କେତେ ଭୟଙ୍କର ହୋଇପାରେ, ତାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭୁବନେଶ୍ୱରରେ । ଯୁବକଙ୍କ ନାଁ ସମୀର ମନସୁର । ଘର ବିହାର କିନ୍ତୁ କାଶ୍ମୀରରେ ରୁହନ୍ତି । ୨୦୨୨ ମସିହାରେ ଏକ ଅନଲାଇନ ଗେମ ଜରିଆରେ ତାଙ୍କର ଜଗତସିଂହପୁର ସ୍ଥିତ ଜଣେ ଯୁବତୀଙ୍କ ସହ ହୁଏ ପରିଚୟ । ଟେଲିଫୋନ ନମ୍ବର ଏକ୍ସଚେଞ୍ଜ ପରେ ଦୁହିଁଙ୍କ ଭିତରେ ବଢେ ସମ୍ପର୍କ । ତା ପରେ ଯୁବତୀଙ୍କୁ ଦେଖା କରିବା ପାଇଁ ସମୀର ଆସି ପହଞ୍ଚନ୍ତି ଭୁବନେଶ୍ୱରରେ । ପୁରୀର ଏକ ହୋଟେଲରେ ଯୁବତୀଙ୍କ ସହ ରାତ୍ରିଯାପନ ମଧ୍ୟ କରି ବିବାହ ପାଇଁ କଥା ଦିଅନ୍ତି । କିନ୍ତୁ ଏସବୁ ପାଣି ଫୋଟକା ଭଳି ମିଳେଇ ଯାଏ, ଯେତବେଳେ ଯୁବକ ଜଣଙ୍କ ମୁସଲିମ ବୋଲି ଜଣାପଡେ ।

ଗୁରୁବାର ଦିନ ଯେତବେଳେ ପୁଣି ଭୁବନେଶ୍ୱରରେ ପହଁଚି ଯୁବକ ଜଣଙ୍କ ଯୁବତୀଙ୍କୁ କାଶ୍ମୀର ନେବାକୁ ଯୋଜନା କରୁଥିଲେ, ଠିକ ସେତେବେଳେ ଯୁବତୀଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଅଟକ ରଖିଥିଲା ମହିଳା ଥାନା ପୋଲିସ । ପୀଡିତାଙ୍କ ବୟାନ ରେକର୍ଡ ବେଳେ ଅନେକ ଅନେକ ସାଙ୍ଘାତିକ ତଥ୍ୟ ପୋଲିସ ହାତରେ ଲାଗିଛି । ଶାରୀରିକ ସମ୍ପର୍କ ରଖିବା ବେଳେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଉତ୍ତୋଳନ କରିଥିଲା ଅଭିଯୁକ୍ତ । ଭିଡ଼ିଓକୁ ଇନଷ୍ଟାଗ୍ରାମରେ ପୋଷ୍ଟ ମଧ୍ୟ କରିଥିଲା । ପୀଡିତାଙ୍କ ବାପା ମାଆଙ୍କୁ ଏହି ଭିଡିଓ ପଠାଇ ୫ ଲକ୍ଷ ଟଙ୍କା ମାଗୁଥିଲା ଅଭିଯୁକ୍ତ । ତେବେ ପ୍ରକୃତ ପକ୍ଷେ ଏହି ଯୁବକର ଟ୍ରାକ ରେକର୍ଡ କଣ ? କେବଳ ଜଣେ ଯୁବତୀ ନାଁ ଅନ୍ୟ ଯୁବତୀଙ୍କ ସହ ସେ ଯୁବକ ଏଭଳି ପ୍ରତାରଣା କରିଛନ୍ତି , ସେ ନେଇ ଅଧିକ ଛାନଭିନ ଚଳାଇଛି ପୋଲିସ । ଭାଇରାଲ ଭିଡିଓ କରାଯାଇଥିବା ମୋବାଇଲକୁ SFSL ପଠାଇବ ପୋଲିସ । ସେପଟେ ପୁରା ଘଟଣା ଅନୁଧ୍ୟାନ କରିବା ପରେ 376/1, 386, 385, 66 E, 67, 67A, 294 ରେ କୋର୍ଟଚାଲାଣ କରିଛି ପୋଲିସ ।

ବିରଳ କଇଁଛଙ୍କ ସୁରକ୍ଷା ପାଇଁ ପ୍ରଶାସନର ପ୍ରସ୍ତୁତି

ପୁରୀ : ଆରମ୍ଭ ହୋଇଛି ଅଲିଭ ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା । ବିରଳ କଇଁଛଙ୍କ ସୁରକ୍ଷା ପାଇଁ ପ୍ରଶାସନର ପ୍ରସ୍ତୁତି । ନଭେମ୍ବର ୧ ରୁ ମେ ୩୧ ପର୍ଯ୍ୟନ୍ତ ସମୁଦ୍ରକୁ ଟ୍ରଲର ମନା । ୭ ମାସ ମାଛ ମାରିବାକୁ ଯିବେନି ମତ୍ସଜୀବୀ । ପୁରୀ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଗଲା କ୍ଷତିପୂରଣ । ସମୁଦ୍ର ଭିତରକୁ ୫ କିଲୋମିଟର ପର୍ଯ୍ୟନ୍ତ କେବଳ ଛୋଟ ଡ଼ଙ୍ଗା ରେ ମାଛ ମାରିବା ପାଇଁ ଅନୁମତି ରହିଥିବାବେଳେ କଇଁଛ ମାନଙ୍କର ଅଣ୍ଡାଦାନ ପକ୍ରିୟାକୁ ସୁରକ୍ଷିତ କରିବା ଲକ୍ଷ୍ଯ ଏପରି ପଦକ୍ଷେପ ନିଆଯାଇଛି  l ଏହି ସମୟରେ ମସ୍ଚ୍ୟଜୀବୀ ମାନଙ୍କୁ ୧୫ ହଜାର ଟଙ୍କା କ୍ଷତିପୂରଣ ରାଶି ମଧ୍ୟ ପ୍ରଦାନ କରାଯିବା ସହ କଇଁଛ ସୁରକ୍ଷା ପାଇଁ ସହଯୋଗ ଲୋଡ଼ିଛି ପ୍ରଶାସନ ।

ଅଣ୍ଡାରୁ କଇଁଛ ବାହାରି ସମୁଦ୍ରକୁ ପ୍ରବେଶ କରିବା ପର୍ଯ୍ୟନ୍ତ ବନ ବିଭାଗ ପକ୍ଷରୁ କଡା ନଜର ରଖାଯାଇଛି  l ମେରାଇନ ପୋଲିସ, ମତ୍ସ୍ଯବିଭାଗ ସହ ମିଳିତ ଭାବେ ବନ ବିଭାଗ ପକ୍ଷରୁ ସମୁଦ୍ର ଭିତରେ ପାଟ୍ରୋଲିଂ ଜାରି ରହିଛି  l ତେବେ କିଛି ଅମାନିଆ ଟ୍ରଲର ସମୁଦ୍ର ଭିତରେ କଟକଣା ସତ୍ତ୍ବେ ବୁଲୁଥିବାକୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବିଭାଗୀୟ ଅଧିକାରୀ କହିଛନ୍ତି l ସେପଟେ ଦିଆଯାଉଥିବା ପ୍ରୋତ୍ସାହନ ରାଶି ବୃଦ୍ଧି କରିବାକୁ ମତ୍ସ୍ଯଜୀବୀ ସଙ୍ଘ ଦାବି କରିଛି  l ବିଶେଷକରି ସରକାର କଇଁଛ ମାନଙ୍କ ସୁରକ୍ଷା ପାଇଁ ଯେଉଁଭଳି ଭାବେ ଯତ୍ନବାନ ହେଉଛନ୍ତି ସମାନ ଢଙ୍ଗରେ ମତ୍ସ୍ଯଜୀବୀ ମାନଙ୍କର କ୍ଷତିକୁ ନଜରରେ ରଖି ଅଧିକ ଆର୍ଥିକରାଶି ପ୍ରଦାନ କରିବା ପାଇଁ କୁହାଯାଇଛି l ପରିବେଶ ସୁରକ୍ଷା ଓ ସମୁଦ୍ର ରେ ସନ୍ତୁଳନ ରକ୍ଷା ଦିଗରେ ଏହି କଇଁଛମାନଙ୍କ ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି  l

କାମରେ ଆସୁନି ଉଠା ଜଳସେଚନ ପ୍ରକଳ୍ପ : ଜମି ଫାଟି ଆଁ କରୁଥିବା ଯୋଗୁଁ ଚିନ୍ତାରେ ଚାଷୀ

କାମାକ୍ଷାନଗର : କାମରେ ଆସୁନି ଉଠା ଜଳସେଚନ ପ୍ରକଳ୍ପ । ଚାଷ ଜମିକୁ ମାଡୁନି ପାଣି । ଜମି ଫାଟି ଆଁ । ଅନଗୁଳ ଜିଲ୍ଲାରୁ ଢେଙ୍କାନାଳ ଜିଲ୍ଲା ଦେଇ ଯାଜପୁର ଜିଲ୍ଲାକୁ ଯାଇଛି ରେଙ୍ଗାଳି ବାମପାର୍ଶ୍ଵ କେନାଲ  । ହଜାର ହଜାର କୋଟି ଟଙ୍କା ଖର୍ଚ୍ଚରେ ଏକର ଏକର ଚାଷ ଜମି ଉପରେ ନିର୍ମାଣ ହୋଇଛି ଏହି କେନାଲ  । ବର୍ଷର ଅଧିକାଂଶ ସମୟରେ କେନାଲରେ ଜଳଯୋଗାଣ ଜାରି ରହିଛି l ହେଲେ ଏହି କେନାଲର ପାଣି କୃଷି କାର୍ଯ୍ଯରେ ଲାଗି ପାରୁନାହିଁ । କୃଷି କାର୍ଯ୍ଯରେ ସୁବିଧା ପାଇଁ କାମାକ୍ଷାନଗର ଓ ପରଜଙ୍ଗ ବ୍ଲକରେ ରେଙ୍ଗାଳି ବାମପାର୍ଶ୍ଵ କେନାଲ ଉପରେ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି l କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ବିଲକୁ ପାଣି ଟୋପାଏ ମାଡି ପାରୁନାହିଁ । ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ ।

କାମାକ୍ଷାନଗର ବ୍ଲକର ବାଘୁଆ, ବ୍ରାହ୍ମଣିଆ, କାନପୁରା, ହାଡ଼ଗରି ପ୍ରଭୂତି ସ୍ଥାନରେ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଛି  । ପ୍ରାୟ ପ୍ରକଳ୍ପରେ ଟ୍ରାନ୍ସଫରମର ଥିବା ବେଳେ ବିଦ୍ୟୁତ ସଂଯୋଗ ନାହିଁ, କେଉଁଠି ପାଇପ ନାହିଁ ତ ଆଉ କେଉଁଠି ମୋଟର ମଧ୍ୟ ନାହିଁ  ।  ଫଳରେ କେନାଲରେ ଜଳ ପ୍ରବାହ ଜାରି ରହିଥିବା ବେଳେ ଜଳଯୋଗାଣ ଚାଷୀଙ୍କ କାମରେ ଆସୁନାହିଁ  । ଫଳରେ ଉଭୟ ଖରିଫ ଓ ରବିଋତୁରେ ଚାଷ କରିବାକୁ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସମସ୍ଯା ସଂପର୍କରେ ଚାଷୀମାନେ ବିଭାଗୀୟ ଅଧିକାରୀ ତଥା ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କୌଣସି ସୁଫଳ ମିଳି ପାରିନାହିଁ । ସେପଟେ ଏସଂପର୍କରେ କାମାକ୍ଷାନଗର ଉପଖଣ୍ଡ ଜଳସେଚନ ଅଧିକାରିଣୀ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ରଖିବାକୁ ମନାକଲେ । ତୁରନ୍ତ ଉଠା ଜଳସେଚନ ପ୍ରକଳ୍ପ ଗୁଡିକ କାର୍ଯ୍ୟକ୍ଷମ କରାଇବାକୁ ସରକାର ଓ ପ୍ରଶାସନ ନିକଟରେ ଦାବି କରିଛନ୍ତି ଚାଷୀ ।

ବଲାଙ୍ଗୀରରେ ଅସୁରକ୍ଷିତ ଗଜରାଜ, ୩ ମାସରେ ଗଲାଣି ୪ ହାତୀଙ୍କ ଜୀବନ

ବଲାଙ୍ଗୀର : ବଲାଙ୍ଗୀରରେ ହାତୀ ମୃତ୍ଯୁ ପାଇଁ ଦାୟୀ କିଏ  ? ୩ ମାସ ଭିତରେ ୪ ହାତୀଙ୍କ ମୃତ୍ଯୁ। ସୁରକ୍ଷା ଦେଇପାରୁନାହିଁ ବନବିଭାଗ । ବାରାହା ଶିକାର ପାଇଁ ବିଛା ଯାଇଥିବା ବିଦ୍ଯୁତ ଆଘାତରେ ହାତୀଙ୍କ ମୃତ୍ଯୁ ଘଟୁଥିବା ଅଭିଯୋଗ । ଟିକେ ନଜର ପକାନ୍ତୁ ଜିଲ୍ଲାର ୪ଟି ହାତୀ ମୃତ୍ଯୁ ଘଟଣା ଉପରେ ..ଗତ ଅଗଷ୍ଟ ୨୨ ତାରିଖ ଦିନ ଦେଓଗାଁ ରେଞ୍ଜ ଅନ୍ତର୍ଗତ ଜରାସିଂହା ଗାଁ ନିକଟରୁ ଏକ ୩ବର୍ଷର ଗୋଠଛଡ଼ା ହାତୀ ଶାବକକୁ ବନବିଭାଗ ଟ୍ରାଙ୍କୁଲାଇଜ କରି ଭୁବନେଶ୍ଵର ପଠାଇଥିଲା । ସେଠାରେ ହାତୀ ଶାବକର ମୃତ୍ଯୁ ଘଟିଥିଲା । ଅକ୍ଟୋବର ୮ରେ ବଲାଙ୍ଗୀର ସଦର ରେଞ୍ଜ ଅସୁରଡୁଙ୍ଗୁରି ଗାଁରୁ ଦନ୍ତାହାତୀର ମୃତଦେହ ଉଦ୍ଧାର କରିଥିଲା ବନବିଭାଗ  । ଗତ ଅକ୍ଟୋବର ୧୩ ତାରିଖରେ ବଲାଙ୍ଗୀର ରେଞ୍ଜ ଅନ୍ତର୍ଗତ ପୁରୁଣାପାଣି ଗାଁ ନିକଟ ଜଙ୍ଗଲରେ ଆଉ ଗୋଟିଏ ଦନ୍ତାର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିଲା  । ନଭେମ୍ବର ୨ରେ ପାଟଣାଗଡ଼ ରେଞ୍ଜ ଲରମ୍ଭା ଝରଝରି ମହବାସାନୀ ସଂରକ୍ଷିତ ଜଙ୍ଗଲରୁ ପୁଣି ଆଉ ଗୋଟିଏ ଦନ୍ତାର ମୃତଦେହ ଠାବ ହୋଇଥିଲା  ।

ଗୋଟିଏ ମାସ ଭିତରେ ତିନୋଟି ଗଜରାଜଙ୍କ ମୃତ୍ୟୁ ଘଟିଥିବା ବେଳେ ବନ ବିଭାଗ ଘଟଣାରେ ସଠିକ ତଦନ୍ତ କରୁନଥିବା ଅଭିଯୋଗ । ସେହିପରି କାର୍ଯ୍ଯରେ ଅବହେଳା କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ ହୋଇନାହିଁ । ଏପଟେ ବନବିଭାଗ ଓ ଶିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବନ୍ଯପ୍ରାଣୀ ଅସୁରକ୍ଷିତ ହୋଇପଡିଛନ୍ତି ବୋଲି ପଶୁପ୍ରେମୀ ମାନେ ଅଭିଯୋଗ କରିଛନ୍ତି । ସେପଟେ ବନବିଭାଗ ଅଧିକାରୀ ଓ କର୍ମଚାରୀମାନେ ଠିକ ଭାବେ କାର୍ଯ୍ଯ କରୁଥିବା ନେଇ ବଲାଙ୍ଗୀର ଡିଏଫଓ କହିଛନ୍ତି ।

ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ସରକାରୀ ଅଫିସକୁ ଧାଇଁ ନିରାଶ ବୃଦ୍ଧ

ଗୁଣୁପୁର : ଆବାସ ଯୋଜନା କାହା ପାଇଁ ? ପ୍ରକୃତ ହିତାଧୀକାରୀଙ୍କୁ ମିଳୁନି ସରକାରୀ ଘର । ଆବାସ ଯୋଜନାରେ ଘର ଖଣ୍ଡେ ପାଇବାକୁ ବାରମ୍ବାର ସରକାରୀ ଅଫିସକୁ ଦୌଡି ନୟାନ୍ତ ହିତାଧିକୀର । ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ଘଣାନ୍ତ୍ରୀ ପଞ୍ଚୟତର ଗୁଡୁସିଂରେ । ପଞ୍ଚାୟତରେ ବିଶ୍ଵନାଥ ଶବର, ନବିନ ଶବରଙ୍କ ଦୁଇ ପରିବାର ରହୁଛନ୍ତି । ଏହି ଦୁଇ ଜଣ ଆବାସ ଘର ଖଣ୍ଡେ ପାଇଁ ଅନେକ ଥର ପଞ୍ଚାୟତ ଲୋକପ୍ରତିନିଧି ସରପଞ୍ଚ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ଦ୍ବାରସ୍ତ ହୋଇ ବିଫଳ ହୋଇଛନ୍ତି। ମିଳିଲା ନାହିଁ ଆବାସ ଘର । ଶେଷରେ ଗୁଡୁସିଂ ଗାଁରେ ଛୋଟ କୁଡିଆ କରି ଜୀବନ ବିତାଉଛନ୍ତି ଦୁଇ ପରିବାର । ଖରା , ବର୍ଷା, ଶୀତ ଏହି ପରିବାର ପାଇଁ ସବୁ କିଛି ସମାନ। ନା ଅଛି ଘରେ ଭଲ କବାଟ ଟିଏ ନା ଅଛି ଏମାନଙ୍କ ପାଖରେ ଉଜ୍ବଳା ଯୋଜନାର ଗ୍ୟାସ୍ ଏହି ସବୁକିଛି ଏହି ପରିବାର ପାଇଁ ସ୍ବପ୍ନ ପାଲଟିଛି ।

ପ୍ରଶାସନ ଏହି ଦୁଇ ପରିବାର ପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ସେପଟେ ଆବାସ ଘର ନିମନ୍ତେ ପୁର୍ବରୁ ହୋଇଥିବା ସର୍ଭେରେ ଅନେକ ଗରିବ ହିତାଧିକାରୀଙ୍କ ନାମ ନଥିବା ଯୋଗୁଁ ଏଭଳି ସମସ୍ୟା ଉପୁଜିଛି ବୋଲି ଗୁଣୁପୁର ବିଡିଓ କହିଛନ୍ତି । ହେଲେ କ୍ଯାମେରା ସମ୍ମୁଖରେ ପ୍ରତିକ୍ରିୟା ଦେବାକୁ ମନାକରିଥିଲେ ।

୧୦୮ ପାଣି ଗରାରେ ହେଲା ମା’ ତାରାତାରିଣୀଙ୍କ ମହାସ୍ନାନ

ପୁରୁଷୋତ୍ତମ ପୁର : ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ମନ୍ଦିରରୁ ଚୋରି ପରେ ଆଜି ମାଆଙ୍କ ହୋଇଛି ମହାସ୍ନାନ । ୧୦୮ ପାଣି ଗରାରେ ମାଆଙ୍କ କରାଯାଇଛି ମହାସ୍ନାନ । ଋଷିକୁଲ୍ଯା ନଦୀରୁ ସେବାୟତ ପରିବାରର ମାଆ ମାନେ ପାଣି ଆଣି ୯୯୯ ପାହାଚ ଚଢି ଯାଇଥିଲେ ମନ୍ଦିର ଉପରକୁ । ପରେ ମାଆଙ୍କ ସଂପନ୍ନ ହୋଇଥିଲା ମହାସ୍ନାନ । ଏହି ସମୟରେ ଶ୍ରୀ ସୁକ୍ତ, ଦେବୀ ସୁକ୍ତ ସହ ରାତ୍ରୀ ସୁକ୍ତ ଭଳି ତିନୋଟି ସୁକ୍ତକୁ ୧୦୮ଥର ପଠନ କରାଯାଇଥିଲା । ବ୍ରହ୍ମପୁରର ବେଦ ପାଠଶାଳାର ଆସିଥିବା ଛାତ୍ର ତିନୋଟି ସୁକ୍ତକୁ ପାଠ କରିଥିଲେ । ଏହାପରେ ମା’ଙ୍କୁ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ପରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ ମାଁ ତାରାତାରିଣୀ । ଗତ ୬ ତାରିଖରେ ମା’ଙ୍କ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ରୂପା ଅଳଙ୍କାରକୁ ଦୁର୍ବୃତ୍ତ ଲୁଟିନେଇଥିଲେ । ମା’ଙ୍କୁ ଚୋର ମାନେ ସ୍ପର୍ଶ କରିଥିବା ଯୋଗୁଁ ମା’ଙ୍କୁ ଏଭଳି ମହାସ୍ନାନ କରାଯାଇଛି ବୋଲି କହିଛନ୍ତି ସେବାୟତ ।

ସେପଟେ ମା’ଙ୍କ ମହାସ୍ନାନ ଯୋଗୁଁ ଆଜି ମାଆଙ୍କ ରୀତିନୀତିରେ ତିନି ଘଣ୍ଟା ବିଳମ୍ବ ହୋଇଥିଲା । ମାଆଙ୍କ ଦର୍ଶନ ପାଇଁ ମନ୍ଦିରରେ ଭୋରରୁ ଭକ୍ତଙ୍କ ଭିଡ ଲାଗିଥିଲା । ମା’ଙ୍କ ମନ୍ଦିରରେ ଏଭଳି ଚୋରି ହୋଇଥିବା ସମ୍ପର୍କରେ ଜାଣିବା ପରେ ଭକ୍ତ ଦୁଃଖ ପ୍ରକାଶ କରିଥିଲେ । ଏବଂ ଯେଉଁ ମାନେ ଏଭଳି ଚୋରି କରିଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ଭକ୍ତ । ଅନ୍ଯପକ୍ଷରେ ମା’ଙ୍କ ମନ୍ଦିରରେ ଚୋରି ହେବା ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ତତ୍ପର ହୋଇ ଉଠିଛି । ମନ୍ଦିରରେ ସିସିଟିଭି କ୍ୟାମେରାକୁ ପୁନଃ କାର୍ଯ୍ୟକ୍ଷମ କରାଯାଉଥିବା ବେଳେ ଜଗୁଆଳୀ ସଂଖ୍ୟାକୁ ମଧ୍ୟ ବୃଦ୍ଧି କରାଯିବ ବୋଲି କହିଛନ୍ତି ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ।

କାଶ୍ମୀର ଯୁବକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ

ଭୁବନେଶ୍ବର: ରାଜଧାନୀରେ ଲଭ ଜିହାଦ ! କାଶ୍ମୀର ଯୁବକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଅନଲାଇନ ଗେମରୁ ପ୍ରେମ ଓ ପରେ ଯୁବତୀଙ୍କୁ ଉଠାଇନେବା ଭଳି ସାଙ୍ଘାତିକ ଅଭିଯୋଗ ଆସିଛି । ଜଗତସିଂହପୁରର ଯୁବତୀଙ୍କୁ ଉଠାଇ ନେବା ପାଇଁ ଯୁବକ ଜଣଙ୍କ କାଶ୍ମୀରରୁ ଭୁବନେଶ୍ୱର ଆସୁଥିବା ବେଳେ ଉଠାଇ ନେଲା ପୋଲିସ । ଏଭଳି ସାଙ୍ଘାତିକ ଅଭିଯୋଗ ଆସିବା ପରେ ମହିଳା ଥାନା ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖିଛି । ଯୁବକ ଜଣକ ଯୁବତୀଙ୍କୁ ଧର୍ମ ପରିବର୍ତ୍ତନ ନେଇ ଚାପ ପକାଉଥିବା ଅଭିଯୋଗ ମଧ୍ଯ ହୋଇଛି । ଇନଷ୍ଟାଗ୍ରାମରେ ଯୁବତୀଙ୍କ ନଗ୍ନ ଭିଡ଼ିଓ ଭାଇରାଲ କରୁଥିଲା କାଶ୍ମୀର ଯୁବକ ସମୀର । ପୀଡିତାଙ୍କ ପରିବାରକୁ ପାଞ୍ଚ ଲକ୍ଷ ଟଙ୍କା ଦାବି କରୁଥିଲା । ଭିଡ଼ିଓ ଡିଲିଟ ପାଇଁ ଇନଷ୍ଟାଗ୍ରାମକୁ କମିଶନରେଟ ପୋଲିସ ଚିଠି ଲେଖିବ ।

ବିମୁଦ୍ରୀକରଣକୁ ପୂରିଲା ୮ ବର୍ଷ : ବିପୁଳ କ୍ଷତିର ସମ୍ମୁଖୀନ ହୋଇଥିଲେ ସାରା ଦେଶବାସୀ

ନୁଆଦିଲ୍ଲୀ : ବିମୁଦ୍ରୀକରଣକୁ ପୂରିଲା ୮ ବର୍ଷ। ୨୦୧୬ ନଭେମ୍ବର ୮ରେ କେନ୍ଦ୍ର ସରକାର ନେଇଥିଲେ ବିମୁଦ୍ରୀକରଣ ଭଲି ଘୁରୁତ୍ବପୂର୍ଣ୍ଣ ପଦକ୍ଷେପ। ନୂଆ ନିଷ୍ପତ୍ତି ଯୋଗୁ ରାତାରାତି ବ୍ଯାନ ହୋଇଯାଇଥିଲା ୫୦୦ ଓ ହଜାରେ ଟଙ୍କିଆ ନୋଟ। ଏଥିଲାଗି ସମ୍ପୂର୍ଣ୍ଣ ନଥିଲେ ଦେଶବାସୀ। ଫଳରେ ବିପୁଳ କ୍ଷତିର ସମ୍ମୁଖୀନ ହୋଇଥିଲେ ସାରା ଦେଶବାସୀ। କଳାଟଙ୍କା ରୋକିବାକୁ ଏହି ପଦକ୍ଷେପ ନିଆଯାଇଥିଲେ ବି ଏହା ଉପରେ ଆଜି ବି ରହିଛି ପ୍ରଶ୍ନ। ଏହି ପ୍ରସଙ୍ଗ ଶେଷରେ ସୁପ୍ରିମକୋର୍ଟ ଯାଇଥିଲା। ୨୦୨୩ ଜାନୁଆରୀରେ ସୁପ୍ରିମକୋର୍ଟ କହିଥିଲେ- କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଯଥାର୍ଥ ଥିଲା। ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାଏର ସମସ୍ତ ପିଟିସନକୁ କୋର୍ଟ ଖାରଜ କରିଦେଇଥିଲେ । ନୋଟବନ୍ଦୀ ପୂର୍ବରୁ କେନ୍ଦ୍ର-RBI ମଧ୍ୟରେ ଆଲୋଚନା ହୋଇଥିଲା । ଆର୍ଥିକ ନିଷ୍ପତ୍ତିରେ କୋର୍ଟ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ଖଣ୍ଡପୀଠ କହିଥିଲେ । ନୋଟବନ୍ଦୀକୁ ନେଇ ୫ଜଣିଆ ଖଣ୍ଡପୀଠ ଶୁଣାଣି କରିଥିବା ବେଳେ ୪ଜଣ କେନ୍ଦ୍ର ନିଷ୍ପତ୍ତି ସପକ୍ଷରେ ରାୟ ଦେଇଥିବା ବେଳେ ଜଣେ ଏହାକୁ ବିରୋଧ କରିଥିଲେ । ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁସାରେ ବିମୁଦ୍ରୀକରଣ ନିଷ୍ପତ୍ତି ପରେ ମୋଟ ୧୫ ଦଶମିକ ୪୧ ଟ୍ରିଲିୟନ ଟଙ୍କା ମଧ୍ୟରୁ ୧୫ ଦଶମିକ ୩ ଟ୍ରିଲିୟନ ଟଙ୍କା ବ୍ୟାଙ୍କରେ ଜମା ହୋଇଥିଲା । ଏହାର ହାର ଥିଲା ୯୯ ଦଶମିକ ୩ ପ୍ରତିଶତ । ବିମୁଦ୍ରୀକରଣ ପ୍ରସଙ୍ଗରେ କୋର୍ଟ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ପୂର୍ବରୁ କେନ୍ଦ୍ର ସରକାର ଦର୍ଶାଇଥିଲେ । ଗତ ୨୦୨୨ ଡିସେମ୍ବର ୭ ତାରିଖରେ ଜଷ୍ଟିସ ଏସ.ଏ. ନାଜିରଙ୍କ ନେତୃତ୍ବରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ।

ପ୍ରମୋଦ ମହାଜନଙ୍କ ହତ୍ଯା ପଛରେ ଷଡ଼ଯନ୍ତ୍ର ଥିବା ନେଇ ସନ୍ଦେହ କଲେ ଝିଅ ପୁନମ

ମୁମ୍ବାଇ : ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରମୋଦ ମହାଜନଙ୍କୁ ହତ୍ଯାର ପ୍ରାୟ ୧୮ ବର୍ଷ ପରେ ବିବାଦ । ହତ୍ଯା ପଛରେ ଷଡ଼ଯନ୍ତ୍ର ଥିବା ନେଇ ସନ୍ଦେହ ବ୍ଯକ୍ତ କରିଛନ୍ତି ଝିଅ ପୁନମ ମହାଜନ । କେବଳ ଏତିକି ନୁହେଁ ଏହି ଘଟଣାର ତଦନ୍ତ ଲାଗି ସେ କେନ୍ଦ୍ର ଓ ରାଜ୍ୟର ଗୃହମନ୍ତ୍ରୀଙ୍କ ନିକଟକୁ ପତ୍ର ଲେଖିବେ ବୋଲି ସେ କହିଛନ୍ତି । ସେ କହିଛନ୍ତି- ତାଙ୍କ ବାପାଙ୍କୁ ହତ୍ଯା ପଛରେ ଅନ୍ଯ କିଛି ଅଭିସନ୍ଧି ଥିବା ସେ ହୃଦବୋଧ କରୁଛନ୍ତି । ୨୦୦୬ରେ ଘଟିଥିବା ହତ୍ଯାକାଣ୍ଡ ନେଇ ସେ ସେତେବେଳେ ସ୍ବରଉତ୍ତୋଳନ କରିବା ଅବସ୍ଥାରେ ନଥିଲେ । ତେବେ ହତ୍ଯା ଘଟଣାବଳୀ ଅନ୍ଯ କିଛି ସୂଚୀତ କରୁଛି । ବର୍ତ୍ତମାନ ଉଭୟ ମହାରାଷ୍ଟ୍ର ଓ କେନ୍ଦ୍ରରେ ବିଜେପି ସରକାର ଥିବାରୁ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ମହାରାଷ୍ଟ୍ର ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ନିକଟକୁ ପତ୍ର ଲେଖିବେ ବୋଲି ସେ କହିଛନ୍ତି । ୨୦୦୬ଏପ୍ରିଲ ୨୨ରେ ଓ୍ବରଲିସ୍ଥିତ ବାସଭବନରେ ପ୍ରମୋଦଙ୍କୁ ୪ ରାଉଣ୍ଡ ଗୁଳି କରିଥିଲେ ଭାଇ ପ୍ରବୀଣ ମହାଜନ । ୩ ମେରେ ତାଙ୍କର ମୃତ୍ଯୁ ଘଟିଥିଲା । ୨୦୦୭ ଅକ୍ଟୋବର ୩୦ରେ ପ୍ରବୀଣଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା ।