ନନ୍ଦିଘୋଷ ବ୍ୟୁରୋ : ଦକ୍ଷିଣ ଲେବାନନ ଉପରେ ଇସ୍ରାଏଲର ଜୋରଦାର ହମଲା। ଆତଙ୍କୀ ସଂଗଠନ ହିଜବୁଲ୍ଲାର ଠିକଣା ଗୁଡିକୁ ଖୋଜି ଖୋଜି ଧ୍ଵସ କରୁଛି ଇସ୍ରାଏଲ। ଇସ୍ରାଏଲକୁ ଟାର୍ଗେଟ କରି ରଖାଯାଇଥିବା ମିସାଇଲ ଏବଂ ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ନଷ୍ଟ କଲା ଆଇଡିଏଫ। ହିଜବୁଲ୍ଲାର ଅନେକ ଟନେଲକୁ ଖୋଜି ଧ୍ଵସ କରିଛନ୍ତି ଇସ୍ରାଏଲ ସେନା। ଇସ୍ରାଏଲ ସୀମାନ୍ତ ଅଂଚଳରେ ଏଭଳି ଅନେକ ଟନେଲ ଠାବ । ଏଭଳି ଅନେକ ନଷ୍ଟ କରାଯାଇଥିବା ଟନେଲକୁ ନଷ୍ଟ କରିଛି ଇସ୍ରାଏଲ। ରକେଟ ଓ ମିସାଇଲ ମାଡ଼ କରିଛି ଇସ୍ରାଏଲ। ଅନ୍ୟପଟେ ଇସ୍ରାଏଲ ଟାର୍ଗେଟର ଶିକାର ହୋଇଛନ୍ତି ଦକ୍ଷିଣ ଲେବାନନରେ ମୁତୟନ ଜାତିସଂଘର ଶାନ୍ତି ସେନା। ଶାନ୍ତିସେନା ଉପରେ ଇସ୍ରାଏଲର ଆକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛି ଭାରତ। ଦକ୍ଷିଣ ଲେବାନରେ ହିଜବୁଲ୍ଲାକୁ ଟାର୍ଗେଟ କରି ଇସ୍ରାଏଲ କରୁଥିବା ଆକ୍ରମଣ ଦ୍ୱାରା ଶାନ୍ତିସେନା ପ୍ରଭାବିତ ହୋଇଛି ବୋଲି କହିଛି ଭାରତ। ଜାତିସଂଘର ଲେବାନନରେ ଶାନ୍ତି ସ୍ଥାପନ ପାଇଁ ଚାଲିଥିବା ମିଶନରେ ୬୦୦ ଭାରତୀୟ ସୈନ୍ୟ ରହିଛନ୍ତି। ସେମାନେ ଇସ୍ରାଏଲ-ଲେବାନନ ସୀମାକୁ ଲାଗି ଥିବା ୧୨୦ କିଲୋମିଟର ବ୍ଲୁ ଲାଇନରେ ମୁତୟନ ହୋଇଛନ୍ତି। ଏବେ ଇସ୍ରାଏଲ ସେଠାରେ ଆକ୍ରମଣ କରୁଥିବାରୁ ଭାରତୀୟ ସୈନ୍ୟଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି।
ମାଲବାହୀ ଟ୍ରେନକୁ ଧକ୍କା ଦେଲା ଏକ୍ସପ୍ରେସ୍ ଟ୍ରେନ, ଦୁର୍ଘଟଣା ପରେ ଲାଗିଲା ନିଆଁ
ଚେନ୍ନାଇ: ଚେନ୍ନାଇରେ ରେଳ ଦୁର୍ଘଟଣା । ମାଲବାହୀ ଟ୍ରେନକୁ ଧକ୍କା ଦେଲା ଏକ୍ସପ୍ରେସ୍ ଟ୍ରେନ । ଥିରୁଭାଲୁର ଜିଲ୍ଲା କବରପେଟ୍ଟାଇ ଷ୍ଟେସନ ନିକଟରେ ମହୀଶୁର-ଦରଭଙ୍ଗା ବାଗମତି ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଛି ।
ଟ୍ରେନର ୫ରୁ ୬ଟି ବଗି ଲାଇନଚ୍ଯୁତ ହୋଇଯାଇଛି । ଦୁର୍ଘଟଣା ପରେ ଟ୍ରେନରେ ନିଆଁ ଲାଗିଯିବା ସହ ପ୍ରବଳ ଧୂଆଁ ବାହାରୁଛି । ଅନେକ ଯାତ୍ରୀ ଆହତ ହୋଇଥିବାବେଳେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି । ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି । ଅଗ୍ନିଶମ ବାହିନୀ ଓ ରେସ୍କ୍ଯୁ ଟିମ୍ ପହଞ୍ଚି ଟ୍ରେନ ନିଆଁକୁ ଲିଭାଇବା ସହ ଉଦ୍ଧାର କାର୍ଯ୍ଯ କରୁଛନ୍ତି ।
ଟ୍ରେନଟି ମହୀଶୁରରୁ ବିହାର ଦରଭଙ୍ଗାକୁ ଯାତ୍ରା କରୁଥିଲା । ରାତି ସାଢେ ୮ଟାରେ କବରପେଟ୍ଟାଇ ଷ୍ଟେସନ ଠିଆ ହୋଇଥିବା ଏକ ମାଲବାହୀ ଟ୍ରେନକୁ ପଛରୁ ଧକ୍କା ଦେଇଥିଲା ।
ପ୍ରଶ୍ନ ଉଠୁଛି, ଲାଇନରେ ମାଲବାହୀ ଟ୍ରେନ ଥାଇ କିପରି ସେହି ଲାଇନରେ ପାସେଞ୍ଜର ଟ୍ରେନକୁ ଅନୁମତି ମିଳିଲା ? ଏହା ଯାନ୍ତ୍ରିକ ନା ମାନବିକ ତ୍ରୁଟି ? କେଉଁ କାରଣରୁ ଏପରି ଅଘଟଣ ଘଟିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି । ତଦନ୍ତ ପରେ ଦୁର୍ଘଟଣାର କାରଣ ଜଣାପଡ଼ିବ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି ।
ମହାନଦୀକୁ ଗାଧୋଇବାକୁ ଯାଇ ଦୁଇ ଛାତ୍ର ନିଖୋଜ
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ସଡ଼କ ଘାଟରେ ଅଘଟଣ । ମହାନଦୀରେ ଗାଧୋଇବା ବେଳେ ବୁଡ଼ି ଯାଇ ଦୁଇ ଛାତ୍ର ନିଖୋଜ । ଦୁଇଜଣ ଛାତ୍ର ସମ୍ବଲପୁର ତିୱାରୀ ଗଳିର । ସେମାନଙ୍କ ନାଁ ଏସ କନିସ୍କ ଓ ହିମାଂଶୁ ।
ଆଜି ଅପରାହ୍ଣରେ ମହାନଦୀକୁ ଗାଧୋଇବାକୁ ଆସିଥିବା ବେଳେ ପ୍ରଥମେ ଜଣେ ଛାତ୍ର ପାଣିରେ ଭାସି ଯାଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଆଉ ଜଣେ ଛାତ୍ର ପାଣି ଭିତରକୁ ଯାଇଥିଲେ । ତେବେ ପହଁରା ଜାଣି ନଥିବାରୁ ଉଭୟେ ଭାସି ଯାଇଥିଲେ ।
ଖବର ପାଇ ଅଗ୍ନିଶମ ବାହିନୀର ଦୁଇଟି ଟିମ୍ ପହଞ୍ଚି ଦୁଇଜଣଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି । ତେବେ ଅନ୍ଧାର ହୋଇଥିବାରୁ ସର୍ଚ୍ଚ ଅପରେସନ ବାଧାପ୍ରାପ୍ତ ହୋଇଛି ।
ରାଉରକେଲା ଦୁର୍ଗାପୂଜା: ଛିଡ଼ିଲା ରାମଦୋଳି, ୩ ଆହତ
ରାଉରକେଲା: ପୂଜାରେ ଅଘଟଣ । ରାଉରକେଲାରେ ଛିଡ଼ିଲା ରାମ ଦୋଳି । ଟେଲିଫୋନ ଭବନ ଦୁର୍ଗାପୂଜା ମଣ୍ଡପ ନିକଟରେ ଦୋଳିରୁ ଖସିପଡି ତିନି ଜଣ ଆହତ ହୋଇଛନ୍ତି । ଆହତ ୩ ଜଣଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଦୋଳିକୁ ବନ୍ଦ କରି ଦିଆଯାଇଛି । କେଉଁ ପରିସ୍ଥିତିରେ ଦୋଳି ଛିଡ଼ିଲା ତାହାର ତନାଘନା ଆରମ୍ଭ କରିଛି ସେକ୍ଟର-୭ ଥାନା ପୋଲିସ ।
ସୁରକ୍ଷିତ ଲ୍ୟାଣ୍ଡ କଲା ଏୟାର ଇଣ୍ଡିଆ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ
ତ୍ରିଚି: ସୁରକ୍ଷିତ ଲ୍ୟାଣ୍ଡ କଲା ଏୟାର ଇଣ୍ଡିଆ ବିମାନ । ତ୍ରିଚି ବିମାନ ବନ୍ଦରରେ ବିମାନଟି ସୁକ୍ରକ୍ଷିତ ଲ୍ୟାଣ୍ଡ କରିଛି । ବିମାନରେ ଥିବା ସମସ୍ତ ଯାତ୍ରୀ ଓ କ୍ରୁ ମେମ୍ବର ସୁରକ୍ଷିତ ଅଛନ୍ତି ।
ସୂଚନାଯୋଗ୍ୟ, କେରଳ ତ୍ରିଚିରୁ ଶାରଜାହ ଅଭିମୁଖେ ଉଡାଣ କରିଥିଲା ଏୟାର ଇଣ୍ଡିଆ ଏକ୍ସପ୍ରେସର AXB 613 ନମ୍ବର ବିମାନ । ବିମାନରେ ୧୪୦ରୁ ଅଧିକ ଯାତ୍ରୀ ଥିଲେ । ବିମାନ ଉଡାଣ କରିବା ପରେ ସେଥିରେ ବୈଷୟିକ ତ୍ରୁଟି ଦେଖାଦେଇଥିଲା । ବିମାନର ହାଇଡ୍ରୋଲିକ୍ ସିଷ୍ଟମରେ ତ୍ରୁଟି ଥିବା ଜାଣିବାକୁ ପାଇଥିଲେ ପାଇଲଟ । ଏହାପରେ ବିମାନକୁ ନେଇ ଆକାଶରେ ଚକ୍କର କାଟିଥିଲେ ପାଇଲଟ । ସନ୍ଧ୍ୟା ୫ଟା ୪୦ ମିନିଟରେ ବିମାନ ଉଡାଣ ଭରିଥିବାବେଳେ ଦୀର୍ଘ ୨ ଘଣ୍ଟାରୁ ଅଧିକ ସମୟ ଧରି ତ୍ରିଚି ବିମାନ ବନ୍ଦର ଉପରେ ଚକ୍କର କାଟିଥିଲା । ଏହାପରେ ବିମାନକୁ ସୁରକ୍ଷିତ ଅବତରଣ କରାଇଥିଲେ ପାଇଲଟ । ରାତି ୮ଟା ୨୦ ମିନିଟରେ ବିମାନକୁ ସୁରକ୍ଷିତ ଲ୍ଯାଣ୍ଡିଂ କରାଇଥିଲେ ପାଇଲଟ । ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି। ବିମାନକୁ ବେଲି ଲ୍ଯାଣ୍ଡିଂ କରାଇବାକୁ ଯୋଜନା କରିଥିଲେ କର୍ତ୍ତୃପକ୍ଷ । ତେବେ ଲ୍ଯାଣ୍ଡିଂ ଗିଅର କାମ କରିବାରୁ ବିମାନର ଅବତରଣ ସୁରକ୍ଷିତ ହୋଇଥିଲା ।
ଏୟାର ଇଣ୍ଡିଆ ବିମାନରେ ହାଇଡ୍ରୋଲିକ ତ୍ରୁଟି, ଆକାଶରେ କାଟୁଛି ଚକ୍କର
ତ୍ରିଚି: ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି । ମଝି ଆକାଶରେ ବିମାନରେ ହାଇଡ୍ରୋଲିକ ତ୍ରୁଟି । କେରଳର ତ୍ରିଚିରୁ ସାରଜାହା ଯାଉଥିବା ବେଳେ ତ୍ରୁଟି ଦେଖିବାକୁ ମିଳିଛି । ଫଳରେ ବିମାନଟି ୨ ଘଣ୍ଟା ହେବ ତ୍ରିଚି ବିମାନ ବନ୍ଦରରେ କାଟୁଛି ଚକ୍କର ।
ବିମାନର ଜରୁରୀ ଅବତରଣ ପାଇଁ ପ୍ରୟାସ ଚାଲିଛି । ବିମାନରେ ୧୪୦ ଯାତ୍ରୀ ଅଛନ୍ତି । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରୟାସ କରାଯାଉଛି । ଅନ୍ୟପକ୍ଷରେ କୌଣସି ପ୍ରକାର ଅଘଟଣ ସମ୍ଭାବନାକୁ ନଜରରେ ରଖି ବିମାନ ବନ୍ଦରରେ ୨୦ରୁ ଅଧିକ ଆମ୍ବୁଲାନ୍ସ ଓ ୧୮ ଦମକଳ ଗାଡି ସଜାଗ ରଖାଯାଇଛି ।
ତ୍ରିଚି ବିମାନ ବନ୍ଦରରେ ଜରୁରୀକାଳୀନ କାଳିନ ପରିସ୍ଥିତି ଘୋଷଣା । ବେଲି ଲ୍ୟାଣ୍ଡିଂ କରିବ ବିମାନ ।

