spot_img
Home Blog Page 1474

ଭୁଶୁଡିଲା ନିର୍ମାଣାଧିନ କୋଠା, ଜଣେ ମୃତ, ପାଞ୍ଚ ଜଣ ନିଖୋଜ

ବେଙ୍ଗାଲୁରୁ : କର୍ଣ୍ଣାଟକର ବେଙ୍ଗାଲୁରୁରେ  ଭୁଶୁଡ଼ିଲା ନିର୍ମାଣାଧୀନ କୋଠା । ଏହି ଅଘଟଣ ବେଙ୍ଗାଲୁରୁର ବାବୁସାପାଲିଆ ଅଞ୍ଚଳରେ ଘଟିଛି । ଦୁର୍ଘଟଣା ସମୟରେ ଶ୍ରମିକମାନଙ୍କ ସହିତ ସେଠାରେ ୨୦ ଜଣ ଲୋକ ଉପସ୍ଥିତ ଥିଲେ। ଉଦ୍ଧାରକାରୀ ଦଳ ୧୪ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ଏପର୍ଯ୍ୟନ୍ତ ଜଣଙ୍କର ମୃତ୍ୟୁ ହୋଇଛି । ନିଖୋଜ ଥିବା ଅନ୍ୟ ୫ ଜଣଙ୍କ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି । ବେଙ୍ଗାଲୁରୁରେ ଏହି ଅଘଟଣ ଏମିତି ସମୟରେ ଘଟିଛି, ଯେଉଁ ସମୟରେ ବର୍ଷା ହେତୁ ସହରର ଅବସ୍ଥା ବିଗିଡି ଯାଇଛି । NDRF ଏବଂ SDRF ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି |

ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିବା ପରେ ଆତଙ୍କ ଖେଳିଯାଇଛି  । ଘଟଣା ପରେ ଦୃହତ୍ ବେଙ୍ଗାଲୁରୁ ମ୍ୟୁନିସିପାଲ କର୍ପୋରେସନ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳକୁ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଗତ ଚାରି ଦିନ ହେଲା ବେଙ୍ଗାଲୁରୁରେ ବର୍ଷା ହୋଇଛି । ଏହି କାରଣରୁ ଉତ୍ତର ବେଙ୍ଗାଲୁରୁର ଅନେକ ଅଞ୍ଚଳରେ ପାଣି ଜମି ରହିଛି । ଲୋକଙ୍କୁ ଉଦ୍ଧାର କରିବା ପାଇଁ NDRF ଏବଂ SDRF ର ସହାୟତା ନିଆଯାଉଛି  ।

ସାଟେଲାଇଟ ଚିତ୍ରରେ ଦେଖାଗଲା ବାତ୍ୟାର ଆଖି, ଅଶାନ୍ତ ହେଉଛି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା `ଦାନା’। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ହେଉଛି ଅଶାନ୍ତ। ସାଟେଲାଇଟ ଚିତ୍ରରେ ଦେଖାଗଲା ବାତ୍ୟାର ଆଖି। ଆସନ୍ତା କାଲି ସୁଦ୍ଧା ନେବ ଭୀଷଣ ବାତ୍ୟାର ରୂପ। ପାରାଦୀପ ରାଡାରକୁ ଆସିଛି ବାତ୍ୟାର ଚିତ୍ର। ବାତ୍ୟାର ବାହ୍ୟ ବଳୟର ବାଦଲ ରାଡାରରେ ପ୍ରବେଶ କରିଛି। ବଙ୍ଗୋପ ସାଗରରେ ସୃଷ୍ଟି ଗଭୀର ଅବପାତ ଘଣ୍ଟାପ୍ରତି ୩ କିଲୋମିଟର ବେଗରେ ଗତି କରୁଛି। ବର୍ତ୍ତମାନ ଏହା ପାରାଦୀପର ଦକ୍ଷିଣ ପୂର୍ବରେ ୫୬୦ କିଲୋମିଟର ଦୂରରେ ରହିଛି। ସାଗର ଦ୍ବୀପର ଦକ୍ଷିଣ-ଦକ୍ଷିଣ ପୂର୍ବରେ ୬୩୦ କିଲୋମିଟର ଓ ଖେପୁପଡ଼ାର ଦକ୍ଷିଣ-ଦକ୍ଷିଣ ପୂର୍ବରେ  ୬୩୦ କିଲୋମିଟର ଦୂରରେ ରହିଛି। ଦୂରରେ ଏହା ରହିଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ପରେ ଆସନ୍ତା ୧୨ ଘଣ୍ଟାରେ ଏହା ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ପରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ଏହା ଉତ୍ତର ଓଡ଼ିଶା ଓ ପଶ୍ଚମବଙ୍ଗ ଉପକୂଳ ଦେଇ ଗତି କରିବ। ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ଯରେ ଏହା ପୁରୀ ଓ ସାଗର ଦ୍ବୀପ ମଧ୍ଯରେ ଗତି କରିବ। ପବନର  ବେଗ ରହିବ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର। ସର୍ବାଧିକ ବେଗ ହୋଇପାରେ ୧୨୦ କିଲୋମିଟର।

କେଉଁ ଜିଲ୍ଲାରେ କେତେ ବେଗରେ ପବନ ବହିବ ?

ଭୁବନେଶ୍ବର : ପାଣିପାଗ ବିଭାଗର ଆକଳନ କହୁଛି ବାତ୍ୟାରେ ସବୁଠୁ ଅଧିକ ପ୍ରଭାବିତ ହେବ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର । ଏହି ଜିଲ୍ଲା ଗୁଡ଼ିକରେ ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ହେବ । ମୟୂରଭଞ୍ଜରେ ୮୦-୯୦ କିଲୋମିଟର ବେଗରେ ପବନ ବହିବ । ସେହିପରି ପୁରୀରେ ୬୦-୮୦, କଟକ, ଯାଜପୁର, ଖୋର୍ଦ୍ଧା, ଭୁବନେଶ୍ବର, ଢେଙ୍କାନାଳ, କେନ୍ଦୁଝରରେ ୬୦-୭୦ କିଲୋମିଟର ବେଗରେ ପବନ । ସେହିପରି ସୁନ୍ଦରଗଡ଼ରେ ୫୦-୬୦ କିଲୋମିଟର, ଅନୁଗୁଳ, ଗଞ୍ଜାମ, ନୟାଗଡ଼, ବୌଦ୍ଧ, ସମ୍ବଲପୁର, ଦେବଗଡ଼ରେ ୪୦-୫୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି ।

ପାଖେଇ ଆସୁଛି ବାତ୍ୟା ‘ଦାନା’ ! ଘଣ୍ଟାପ୍ରତି ୩ କିଲୋମିଟର ବେଗରେ ଗତି କରୁଛି

ଭୁବନେଶ୍ବର : ବଙ୍ଗୋପ ସାଗରରେ ସୃଷ୍ଟି ଗଭୀର ଅବପାତ ଘଣ୍ଟାପ୍ରତି ୩ କିଲୋମିଟର ବେଗରେ ଗତି କରୁଛି। ବର୍ତ୍ତମାନ ଏହା ପାରାଦୀପର ଦକ୍ଷିଣ ପୂର୍ବରେ ୬୭୦ କିଲୋମିଟର ଦୂରରେ ରହିଛି। ସାଗର ଦ୍ବୀପର ଦକ୍ଷିଣ-ଦକ୍ଷିଣ ପୂର୍ବରେ ୭୨୦ କିଲୋମିଟର ଓ ଖେପୁପଡ଼ାର ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୭୦୦ କିଲୋମିଟର ଦୂରରେ ରହିଛି। ଦୂରରେ ଏହା ରହିଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ପରେ ଆସନ୍ତା ୧୨ ଘଣ୍ଟାରେ ଏହା ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ପରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ଏହା ଉତ୍ତର ଓଡ଼ିଶା ଓ ପଶ୍ଚମବଙ୍ଗ ଉପକୂଳ ଦେଇ ଗତି କରିବ। ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ଯରେ ଏହା ପୁରୀ ଓ ସାଗର ଦ୍ବୀପ ମଧ୍ଯରେ ଗତି କରିବ। ପବନର  ବେଗ ରହିବ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର। ସର୍ବାଧିକ ବେଗ ହୋଇପାରେ ୧୨୦ କିଲୋମିଟର। କାଲି ଭୀଷଣ ବର୍ଷା ନେଇ ୬ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । କଟକ, ଯାଜପୁର, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ୩୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ସେହିଭଳି ୭ଟି ଜିଲ୍ଲା କେନ୍ଦ୍ରାପଡ଼ା, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବାତ୍ୟାଟି ଲ୍ୟାଣ୍ଡଫଲ ପରେ ରିକର୍ଭ କରି ଦକ୍ଷିଣ ଓଡ଼ିଶା ମୁହାଁ ହେବ ବୋଲି ବିଭିନ୍ନ ମଡେଲ ଆକଳନ କଲେଣି । ଯଦି ଏହା ହୁଏ ତେବେ ଦକ୍ଷିଣ ଓଡ଼ିଶାରେ ବି ଭୀଷଣ ବର୍ଷା ହେବାର ଆଶଙ୍କା ରହିଛି ।

 

ବାତ୍ଯା ମୁକାବିଲା ପାଇଁ ୯ ମନ୍ତ୍ରୀଙ୍କୁ ୯ ଜିଲ୍ଲାର ଦାୟିତ୍ବ ଦେଲେ ମୁଖ୍ଯମନ୍ତ୍ରୀ

ଭୁବନେଶ୍ୱର : ବାତ୍ଯା ମୁକାବିଲା ପାଇଁ ୯ ମନ୍ତ୍ରୀଙ୍କୁ ୯ ଜିଲ୍ଲାର ଦାୟିତ୍ବ ଦେଲେ ମୁଖ୍ଯମନ୍ତ୍ରୀ ମୋହନ ମାଝୀ । ଉପମୁଖ୍ଯମନ୍ତ୍ରୀ କେଭି ସିଂଦେଓଙ୍କୁ କେନ୍ଦ୍ରାପଡ଼ା ଦାୟିତ୍ବ ମିଳିଥିବାବେଳେ ପ୍ରଭାତୀ ପରିଡାଙ୍କୁ ପୁରୀ ଜିଲ୍ଲା ବାତ୍ଯା ମୁକାବିଲା ଦାୟିତ୍ବ ପ୍ରଦାନ କରାଯାଇଛି । ସେହିପରି ଶିଳ୍ପ ମନ୍ତ୍ରୀ ସଂପଦ ସ୍ବାଇଁଙ୍କୁ ଜଗତସିଂହପୁର, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକଙ୍କୁ ବାଲେଶ୍ବର, ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ଯବଂଶୀଙ୍କୁ ଭଦ୍ରକ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ମୟୂରଭଞ୍ଜ, ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କୁ ଗଞ୍ଜାମ, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଙ୍କୁ କେନ୍ଦୁଝର ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ କଟକ ଜିଲ୍ଲା ଦାୟିତ୍ବ ଦେଇଛନ୍ତି ମୁଖ୍ଯମନ୍ତ୍ରୀ । ମନ୍ତ୍ରୀମାନେ ବାତ୍ଯା ମୁକାବିଲାର ତାଦରଖ ଦାୟିତ୍ବ ତୁଲାଇବେ ।

ବାତ୍ଯା ମୁକାବିଲା ପାଇଁ ବଡ଼ ପ୍ରସ୍ତୁତି : ଆସନ୍ତାକାଲିଠୁ ଆରମ୍ଭ ହେବ ସ୍ଥାନାନ୍ତରଣ କାମ

ଭୁବନେଶ୍ୱର : ବାତ୍ଯା ଦାନାର ମୁକାବିଲା ପାଇଁ ରାଜ୍ଯ ସରକାରଙ୍କ ବଡ଼ ପ୍ରସ୍ତୁତି । ଆସନ୍ତାକାଲିଠୁ ଆରମ୍ଭ ହେବ ସ୍ଥାନାନ୍ତରଣ କାମ । ୧୦ ଲକ୍ଷ ଲୋକଙ୍କୁ ଅସ୍ଥାୟୀ ଭାବେ ଥଇଥାନ କରିବାକୁ ପ୍ରସ୍ତୁତି କରାଯାଇଥିବା ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ୬ ହଜାର ୨୪୪ଟି ରିଲିଫ ସେଣ୍ଟର ପ୍ରସ୍ତୁତ ହୋଇସାରିଛି ।

ବାତ୍ଯା ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ୮ ହଜାର ୬୪୭ ଜଣ ଗର୍ଭବତୀ ଚିହ୍ନଟ ହୋଇଛନ୍ତି । ୫୧ଟି ଓଡ୍ରାଫ ଟିମ୍ ୧୭୮ଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି । ଖୁବଶୀଘ୍ର ୫ଟି ଏନଡିଆରଏଫ ଟିମ୍ ପହଞ୍ଚିବେ । ୧୩ଟି ଜିଲ୍ଲାରେ ବାତ୍ୟା ପ୍ରଭାବ ପଡ଼ିବା ଆଶଙ୍କା ରହିଛି । ୬ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ବେଶୀ ପ୍ରଭାବିତ ହୋଇପାରେ । ଏଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ପଠାଯାଇଛି ।

ଆଶ୍ରୟସ୍ଥଳୀ ଗୁଡ଼ିକରେ ରନ୍ଧା ଖାଦ୍ଯ ପ୍ରସ୍ତୁତ କରାଯିବ । ଔଷଧ ମହଜୁଦ ରଖାଯାଇଛି । ରିଲିଫ ସେଣ୍ଟରରେ ଉଭୟ ମହିଳା ଓ ପୁରୁଷ ପୋଲିସ ନିୟୋଜିତ ହେବେ । ପ୍ରାଣୀ ସମ୍ପଦର ସୁରକ୍ଷା ପାଇଁଉଚ୍ଚ ଜାଗାରେ ବ୍ୟବସ୍ଥା କରାଯାଇଛି । ଅତୀତରେ ବାତ୍ଯା ଓ ବନ୍ଯା ମୁକାବିଲାର ଅନୁଭୂତି ଥିବା ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ । ଆବଶ୍ଯକ ସରଞ୍ଜାମ ସହ ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି । ବାତ୍ୟା ପରେ କ୍ଷୟକ୍ଷତିର ଆକଳନ ସହ ଉପଯୁକ୍ତ କ୍ଷତିପୂରଣ ସରକାର ପ୍ରଦାନ କରିବେ ।

ମାଡ଼ି ଆସୁଛି ଭୀଷଣ ବାତ୍ୟା ! ୬ ବରିଷ୍ଠ ଆଇଏଏସଙ୍କୁ ବାତ୍ୟା ପରିଚାଳନା ଦାୟିତ୍ୱ

ଭୂବନେଶ୍ୱର : ମାଡି ଆସୁଛି ବାତ୍ୟା ‘ଦାନା’। ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ମଙ୍ଗଳବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହୋଇଛି। ବର୍ତ୍ତମାନ ପାରାଦ୍ୱୀପଠାରୁ ଦକ୍ଷିଣପୂର୍ବ ଦିଗରେ ୭୩୦ କି.ମି. ଦୂରତାରେ କେନ୍ଦ୍ରୀଭୂତ ହୋଇଛି।

ବାତ୍ୟା ମୁକାବିଲା ପାଇଁ ୬ ବରିଷ୍ଠ ଆଇଏଏସଙ୍କୁ ଜିଲ୍ଲା ଦାୟିତ୍ବ ଦେଇଛନ୍ତି ରାଜ୍ଯ ସରକାର । କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ବର ଦାୟିତ୍ବ ମିଳିଥିବାବେଳେ ତ୍ରିଲୋଚନ ମାଝୀଙ୍କୁ ଭଦ୍ରକ, ବଲୱନ୍ତ ସିଂ ପୁରୀ, ବିନୀତ ଭରଦ୍ବାଜଙ୍କୁ ମୟୂରଭଞ୍ଜ, ଯାମିନୀ ଷଡ଼ଙ୍ଗୀଙ୍କୁ ଜଗତସିଂହପୁର, ସମର୍ଥ ବର୍ମାଙ୍କୁ କେନ୍ଦ୍ରାପଡ଼ା ଦାୟିତ୍ବ ମିଳିଛି । ଆସନ୍ତାକାଲି ସକାଳ ସୁଦ୍ଧା ଜିଲ୍ଲାରେ ପହଞ୍ଚିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଡେଭିଡ ଓ୍ବାର୍ନରଙ୍କ ବଡ଼ ଘୋଷଣା : ଭାରତକୁ ହରାଇବାକୁ କରିପାରନ୍ତି ୟୁଟର୍ନ

ନୂଆଦିଲ୍ଲୀ : ଆଗକୁ ଅଛି ବର୍ଡର-ଗାଭାସ୍କର ଟ୍ରଫି ମହାଲଢେଇ। ଏଥର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ହେବ କଡ଼ା ଟକ୍କର । ମ୍ୟାଚ୍ ପୂର୍ବରୁ ବଡ଼ ଘୋଷଣା କରିଛନ୍ତି ଅଷ୍ଟ୍ରେଲିଆର ଅବସରରେ ଥିବା ଖେଳାଳି ଡେଭିଡ ଓ୍ବାର୍ନର । ସେ କହିଛନ୍ତି ଭାରତକୁ ହରାଇବା ପାଇଁ ସେ ସନ୍ନ୍ୟାସରୁ ନେଇପାରନ୍ତି ୟୁ-ଟର୍ନ ।

୧୦ ବର୍ଷ ଧରି ପରାଜିତ ହୋଇ ଆସୁଥିବାରୁ ଏହି ସିରିଜରେ ଅଷ୍ଟ୍ରେଲିଆ ଜିତିବା ଲାଗି ଆଶା ବାନ୍ଧିଛି। ଏହାକୁ ନେଇ ପ୍ୟାଟ କମିନ୍ସଙ୍କ ସମେତ ଟିମର ଅନ୍ୟ ଖେଳାଳିମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏସବୁ ମଧ୍ୟରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିବା ଡେଭିଡ ଓ୍ବାର୍ନର ଭାରତକୁ ହରାଇବା ନିମନ୍ତେ ବଡ଼ ଘୋଷଣା କରିଛନ୍ତି। ଯଦି ଭାରତକୁ ହରାଇବା ଲାଗି ତାଙ୍କର ଆବଶ୍ୟକତା ପଡେ ତେବେ ସେ ସନ୍ନ୍ୟାସରୁ ଓହରି ପୁଣି ଖେଳିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।

ଅନ୍ୟପଟେ ଲଗାତାର ୪ ଥର ବର୍ଡର ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆକୁ ହରାଇଛି ଭାରତ। ଏହି ସମୟରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୨ ଥର ଏବଂ ଆଉ ୨ ଥର ଘରୋଇ ମାଟିରେ ହରାଇଛି। ଏହି ପରାଜୟକୁ ନେଇ ପୁରା ଟିମ୍‌ ଜୋର ଲଗାଉଛନ୍ତି। ଟେଷ୍ଟ ଟିମ୍‌ ଅଧିନାୟକ କମିନ୍ସ ଭାରତକୁ ହରାଇବା ଲାଗି କଳ-ବଳ- କୌଶଳ ଆପଣାଇବାକୁ ଚାହୁଁଛନ୍ତି। ଏହାରି ମଧ୍ୟରେ ସେମାନଙ୍କ ଚିନ୍ତା ଦୂର କରିବା ଲାଗି ପୋଡକାଷ୍ଟ ଜରିଆରେ ଓ୍ବାର୍ନର ଏକ ବଡ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ଗୋଟିଏ କଲ୍‌ରେ ସେ ସିରିଜ ଖେଳିବାକୁ ଉପଲବ୍ଧ ହୋଇଯିବେ ।

ନଭେମ୍ବର ୨୨ରେ ଖେଳାଯିବାକୁ ଥିବା ଏହି ସିରିଜ ପୂର୍ବରୁ ଓ୍ବାର୍ନର କହିଛନ୍ତି, ଅଷ୍ଟ୍ରେଲିଆ ଟିମ୍‌ ଫେବୃଆରୀ ପରେ କେବଳ ଗୋଟିଏ ଟେଷ୍ଟ ଖେଳିଛି। ଅର୍ଥାତ ମୋର ପ୍ରସ୍ତୁତି ତାଙ୍କ ଭଳି ରହିଛି। ଯଦି ବାସ୍ତବରେ ଏହି ସିରିଜ ଲାଗି ମୋର ଆବଶ୍ୟକତା ରହିଛି ତେବେ ମୁଁ ପ୍ରସ୍ତୁତି ଆରମ୍ଭ କରିଦେବି। ଉଚିତ କାରଣ ଯୋଗୁ ସନ୍ନ୍ୟାସ ନେଇଛି। ଏବେ ଏହାକୁ ଶେଷ କରିବାକୁ ଚାହୁଁଛି। ଯଦି ସେମାନଙ୍କୁ କାହାର ଆବଶ୍ୟକତା ଥିବ ତେବେ ମୁଁ ପ୍ରସ୍ତୁତ। ପଛକୁ ହଟିବି ନାହିଁ ବୋଲି ସେ କହିଛନ୍ତି। ତେବେ ସେ ଚଳିତ ବର୍ଷ ଜାନୁଆରୀରେ ପାକିସ୍ତାନ ବିପକ୍ଷରେ ଅନ୍ତିମ ମ୍ୟାଚ୍‌ ଖେଳି ଅବସର ଘୋଷଣା କରିଥିଲେ।

ଅବପାତରେ ପରିଣତ ହେଲା ବାତ୍ଯା , ପାରାଦୀପରୁ ୭୦୦ କିଲୋମିଟର ଦୂରରେ ‘ଦାନା’

ଭୁବନେଶ୍ୱର :  ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା। ସମୁଦ୍ରରେ କମିଲା ବାତ୍ୟାର ବେଗ। ଘଣ୍ଟାପ୍ରତି ୪ କିଲୋମିଟର ବେଗରେ ଗତି କରୁଛି ବାତ୍ୟା। ସମୁଦ୍ରରେ ଗତି ଯେତେ ବିଳମ୍ବ ହେବ ବାତ୍ୟା ଦେତେ ଶକ୍ତିଶାଳୀ ହେବ। ଆଇଏମଡିର ଟ୍ରାକ୍ ଅନୁସାରେ ବାତ୍ୟା ପାରାଦୀପରୁ ଧାମରା ମଧ୍ୟରେ କରିପାରେ ଲ୍ୟାଣ୍ଡଫଲ। ସୃଷ୍ଟି ହୋଇଥିବା ଓ୍ବେଲମାର୍କ ଲୋପ୍ରେସର ଅବପାତରେ ପରିଣତ ହୋଇଛି। ଏହା ପୂର୍ବ ବଙ୍ଗୋପ ସାଗରରେ କେନ୍ଦ୍ରୀଭୂତ ରହିଛି। ୨୩ ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ରହିବ ବାତ୍ଯା।

୨୪ ସକାଳ ସୁଦ୍ଧା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେହ। ପବନର ଗତି ରହିବ ୧୦୦ରୁ ୧୨୦ କିଲୋମିଟର। ଆଜିଠାରୁ ୨୫ ଯାଏ ସମୁଦ୍ରକୁ ଯିବାକୁ ମନା କରିଛି ପାଣିପାଗ ବିଭାଗ। ସବୁ ବନ୍ଦର ଲାଗି ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ୨୩ ତାରିଖରୁ ପାଗ ବଦଳିବ। ୨୩ ତାରିଖ ପାଇଁ ୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର ।

୨୪ରେ ଭୀଷଣ ବର୍ଷା ନେଇ ୬ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେଗୁଡ଼ିକ ହେଲା କଟକ, ଯାଜପୁର, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର । ଏହି ଜିଲ୍ଲା ଗୁଡ଼ିକରେ ୩ଶହ ମିଲିମିଟର ବର୍ଷା ହେବା ନେଇ ଆକଳନ କରାଯାଇଛି । ଏହିପରି ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେଗୁଡ଼ିକ ହେଲା କେନ୍ଦ୍ରାପଡ଼ା. ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ । ଏହି ଜିଲ୍ଲା ଗୁଡ଼ିକରେ ୨ଶହ ମିଲିମିଟର ବର୍ଷା ହେବ ।

୮ଟି ଜିଲ୍ଲାକୁ ପ୍ରବଳ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ୨୫ ତାରିଖରେ ପ୍ରବଳ ବର୍ଷା ହେବା ନେଇ ୪ ଜିଲ୍ଲାକୁ ରେଡ୍ ଆଲର୍ଡ ଜାରି କରାଯାଇଛି । ସେଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର ଓ ଭଦ୍ରକ । ଏହି ବାତ୍ୟାରେ ଭଦ୍ରକ ଓ କେନ୍ଦ୍ରାପଡ଼ା ଅଧିକ ପ୍ରଭାବିତ ହେବା ବୋଲି ପାଣିପାଗ କେନ୍ଦ୍ର ସତର୍କ କରାଇଛି । ୨୬ ତାରିଖ ଯାଏଁ ବର୍ଷା ହେବାକୁ ଥିବା ବେଳେ ସମୁଦ୍ର ଭୀଷଣରୁ ଅତି ଭୀଷଣର ରୂପ ନେବ ।

ଚାକିରିରୁ ନିଲମ୍ବିତ ହେଲେ କଂସ, ମହାପ୍ରୟାଣ ଗାଡ଼ି ପାଇଁ ମାଗୁଥିଲେ ଲାଞ୍ଚ

ବରଗଡ଼ : ଚାକିରିରୁ ନିଲମ୍ବିତ ହେଲେ ହୃଷିକେଶ ଭୋଇ । ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମହାପ୍ରୟାଣ ଗାଡ଼ି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ ହୃଷିକେଶ । ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ସମୟରେ କଂସ ଭୂମିକାରେ ଅଭିନୟ କରନ୍ତି ହୃଷିକେଶ ଭୋଇ । ଗାଇସିଲେଟ ବ୍ଲକ ବଡ଼ ସାହାଜବାହାଲ ଗ୍ରାମର ମୃତ ପ୍ରହଲ୍ଲାଦ ସାହୁଙ୍କ ପରିବାର ଲୋକଙ୍କ ଠାରୁ ୩ ହଜାର ଟଙ୍କା ହୃଷିକେଶ ଭୋଇ ଆଦାୟ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ କ୍ରମେ ଭଟଲି ଥାନାରେ ହୃଷିକେଶ ଭୋଇଙ୍କ ନାମରେ ମାମଲା ରୁଜୁ କରାଇବା ସହିତ ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ବରଗଡ଼ ସିଡିଏମଓ ନିରୁପମା ଷଡ଼ଙ୍ଗୀ । ଏ ଘଟଣାରେ ସଂପର୍କରେ ପୂର୍ବରୁ ନନ୍ଦିଘୋଷ ଟିଭିରେ ବାରମ୍ଵାର ଖବର ପ୍ରସାରଣ କରାଯାଇଥିଲା।