ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନ ପରିଚାଳନା ନିୟମାବଳୀ ୧୯୬୧ରେ ସଂଶୋଧନ ପ୍ରସଙ୍ଗ। ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲା କଂଗ୍ରେସ। ନିର୍ବାଚନ ପରି ଏକ ପ୍ରକ୍ରିୟାର ସ୍ବଚ୍ଛତା ବିପନ୍ନ ହେବାରେ ଲାଗିଛି ବୋଲି କହିଛି ଦଳ। ଅପବ୍ଯବହାର ରୋକିବା ଲାଗି ସିସିଟିଭି କ୍ଯାମେରା, ୱେବକାଷ୍ଟିଂ ଫୁଟେଜ ଓ ଭିଡିଓ ରେକର୍ଡିଂ ଆଦି ଇଲେକ୍ଟ୍ରୋନିକ ଡକ୍ଯୁମେଣ୍ଟ ହସ୍ତାନ୍ତର କରାଯାଇପାରିବ ନାହିଁ ଦର୍ଶାଇ ଏହି ନିୟମାବଳୀ ସଂଶୋଧନ କରିଥିଲେ ସରକାର। ଏହି ପ୍ରମୁଖ ଆଇନକୁ ନିର୍ବାଚନ କମିଶନ ଏକପାଖିଆ ଭାବେ ବଦଳାଇପାରିବେ ନାହିଁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ। ସେ କହିଛନ୍ତି- ନିର୍ବାଚନ ଆୟୋଗ ଏକ ସାମ୍ବିଧାନିକ କର୍ତ୍ତୃପକ୍ଷ। ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା ଏହାର ଉଦ୍ଦେଶ୍ଯ। ଗତ ଶୁକ୍ରବାର ନିର୍ବାଚନ କମିଶନଙ୍କ ସୁପାରିସ ଆଧାରରେ କେନ୍ଦ୍ର ଆଇନ ମନ୍ତ୍ରାଳୟ ନିର୍ବାଚନ ପରିଚାଳନା ନିୟମାବଳୀ ୧୯୬୧ର ଧାରା ୯୩(୨)(କ)ର ସଂଶୋଧନ କରିଥିଲେ।
ଗୋଟିଏ ଭୁଲ ଧୂଳିସାତ କରିଦେବ ଚମ୍ପିଆନ ଟ୍ରଫି ଆଶା
ନୂଆଦିଲ୍ଲୀ : ବଡର ଗାଭାସ୍କର ଟ୍ରଫିରେ ଭାରତ ଏପରି ଯାଗାରେ ଅଛି ଯୋଉଠିକି ଗୋଟିଏ ଭୁଲ ତାର ଚାମ୍ପିଫନ ଟ୍ରଫିର ଆଶାକୁ ଧୂଳିଶାତ କରିଦବ । ବିଶ୍ବ ଟେଷ୍ଟ ଚାମ୍ପିଆନ ଫାଇନାଲକୁ ଯିବା ପାଇଁ ହେଲେ ଭାରତକୁ ତାର ବାକି ଥିବା ସବୁ ମ୍ୟାଚ କୁ ଯିତିବାକୁ ପଡିବ । ଟିମ ଇଣ୍ଡିଆର ସବୁଠୁ ବଡ ସମସ୍ୟା ସାଜିଛନ୍ତି ତାଙ୍କର ଦୁଇ ଅଭିଜ୍ଞ ଖେଳାଳି । କ୍ୟାପଟେନ ରୋହିତ ଶର୍ମା ଓ ପୂର୍ବ କ୍ୟାପଟେନ ବିରାଟ କୋହଲି ପ୍ରଦର୍ଶନ ବହୁତ ଖରାପ ରହିଛି । ପୂର୍ବ ଭଳି ତାଙ୍କ ବ୍ୟାଟରୁ ରନ ଆସୁନାହିଁ । ଫ୍ୟାନସ ମାନଙ୍କୁ ଏହି ଦୁଇ ଖେଳାଳି ବହୁତ ନିରଶ କରିଛନ୍ତି । ବିରାଟ ଓ ରୋହିତ ସମାନ ଢଙ୍ଗରେ ବାରମ୍ବାର ଆଉଟ ହେଉ ଚିନ୍ତାକୁ ବଢାଇଛି ।
ପ୍ରତେକ ପ୍ରଶଂସକ ବକ୍ସି ଡେ ଟଷ୍ଟ ମ୍ୟାଚକୁ ଉତକଣ୍ଠାର ସହ ଅପେକ୍ଷା କରିଛନ୍ତି । ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିବ । ଏହି ମ୍ୟାଚରେ ସବୁଠୁ ବେଶି ଚାପ ଭାରତୀୟ ଟିମର କ୍ୟାପଟେନ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ରହିବ । ଉଭୟଙ୍କ ବ୍ୟାଟରୁ ଏ ପର୍ଯ୍ୟନ୍ତ ଭଲ ସ୍କୋର ଆସିନାହିଁ । ଯଦି ଭାରତୀୟ ଦଳ ଭଲ ସ୍କୋର କରିବାକୁ ଚାହୁଁଛି ତେବେ ଉଭୟଙ୍କୁ ସ୍କୋର କରିବାକୁ ପଡିବ । କଙ୍ଗାରୁ ଦଳ ଉଭୟ ବିରାଟ ଓ ରୋହିତଙ୍କ ଦୁର୍ବଳତାକୁ ଧରି ନେଇଛନ୍ତି ଯାହାକି ତାଙ୍କୁ ମ୍ୟାଚ ଜିତିବାରେ ଭୁବ ସାହାର୍ଯ୍ୟ କରିବ । ସେଥିପାଇଁ ଉଭୟଙ୍କୁ ସେହି ଭୁଲକୁ ପୁନରାବୃତ୍ତି ନ କରି ଭଲ ପ୍ରଦର୍ଶନ କରିବାକୁ ପଡିବ ।
ଭାରତୀୟ ଷ୍ଟାର ବ୍ୟାଟର କୋହଲିଙ୍କ ଦୁର୍ବଳତାକୁ ଧରିଛନ୍ତି ଅଷ୍ଟ୍ରଲିଆ ବୋଲର । ବିରାଟ ଗୋଟଏ ମ୍ୟାଚରେ ଶତକ କରିଥିଲେ ବି ସମାନ ଢଙ୍ଗରେ ସେ ଅଷ୍ଟେଲିଆ ବୋଲରଙ୍କ ଶୀକାର ହେଉଛନ୍ତି । ଏହି ସିରିଜରେ କ୍ରମାଗତ ଭାବରେ ପଞ୍ଚମ ଓ ଷଷ୍ଠ ଥର ଷ୍ଟ୍ରମ୍ପ ଲାଇନ ବଲକୁ ଖେଳି ନ ପାରି ସେ ଆଉଟ ହୋଇଛନ୍ତି । ଏହି ସିରିଜରେ ତାଙ୍କୁ ସେହି ଭିଲକୁ ସୁଧାରି ଭଲ ପ୍ରଦର୍ଶନ କରିବାକୁ ପଡିବ ।
ଭାରତୀୟ ଅଧିନାୟକଙ୍କ ଅବସ୍ଥା ମଧ୍ୟ କିଛି ସେମିତି । ବିସ୍ପୋରକ ଢଙ୍ଗରେ ଖେଳୁଥିବା ଅଧୀନାୟକଙ୍କ ବ୍ୟାଟକୁ ଶାନ୍ତ କରିବାରେ ସଫଳ ହୋଇଛନ୍ତି ଅଷ୍ଟ୍ରଲିଆ ବୋଲର । ରୋହିତଙ୍କୁ ତାଙ୍କ ଖେଳିବାର ଶୈଳୀକୁ ପରିବର୍ତ୍ତନ କରି ନିଜର ବିସ୍ପୋରକ ଢଙ୍ଗରେ ଖେଳିବାକୁ ପଡିବ । ଆସନ୍ତା ଡିସେମ୍ବର ୨୬ ତାରିଖରୁ ବକ୍ସି ଡେ ଟଷ୍ଟ ମ୍ୟାଚ ଖେଳା ଯିବ । ଦେଖିବାକୁ ବାକି ରହିଲା ଭାରତୀୟ ଦଳର ପ୍ରଦର୍ଶନ କିପରି ରହିବ ଓ ସେ ଚାମ୍ପିଫନ ଟ୍ରଫିର ଆଶାକୁ ବଜାଇ ରଖି ପାରୁଛନ୍ତି କି ନାହିଁ ।
ମାଆ ମାଣିକେଶ୍ୱରୀ ବିଶ୍ଵବିଦ୍ୟାଳୟର ଇନ୍ଦ୍ରାବତୀ ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ପଛର କାରଣ ରାଗିଂ
ଭବାନୀପାଟଣା: ରାଗିଂ ନେଇଥିଲା ଛାତ୍ରୀଙ୍କ ଜୀବନ। କଳାହାଣ୍ଡି ଜିଲ୍ଳା ମାଆ ମାଣିକେଶ୍ୱରୀ ବିଶ୍ଵବିଦ୍ୟାଳୟର ଇନ୍ଦ୍ରାବତୀ ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ପଛରେ ରହିଛି ରାଗିଂ। ଏଭଳି ଅଭିଯୋଗ ଆଣିଛନ୍ତି ମୃତ ଛାତ୍ରୀଙ୍କ ପରିବାର। ଗତ ୧୯ତାରିଖରେ ବାଣିଜ୍ୟ ପ୍ରଥମ ବର୍ଷର ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପୂର୍ବ ଦିନ ଛାତ୍ରୀଙ୍କୁ ହଷ୍ଟେଲ ମଧ୍ୟରେ ନିର୍ଯାତନା ଦେବା ସହ ତାଙ୍କୁ ଗାଳିଗୁଲଜ କରାଯାଇଥିଲା। ହଷ୍ଟେଲ କଡ଼ରେ ରାଗିଂ କରିବା ସହ ତାଙ୍କୁ ଗାଳିଗୁଲଜ କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।
ଘଟଣାକୁ ନେଇ ଭବାନୀପାଟଣା ବିଧାୟକ ହଷ୍ଟେଲରେ ପହଂଚି କଲେଜ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହିତ ସିସିଟିଭି ଯାଞ୍ଚ କରିଛନ୍ତି। ଏକ ମୋବାଇଲ ଚୋରୀ ଘଟଣାକୁ ନେଇ ୱାଡେନ ଓ କିଛି ଛାତ୍ରୀ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଛନ୍ତି ମୃତ ଛାତ୍ରୀଙ୍କ ବାପା ରାମଚନ୍ଦ୍ର ମାଝୀ। ମୃତ୍ୟୁ ପୂର୍ବ ଦିନ ହଷ୍ଟେଲ ମୁଖ୍ୟ ଫାଟକ ସମ୍ମୁଖରେ ଜଣେ ଯୁବକ ଛାତ୍ରୀଙ୍କୁ ଧମକ ଦେଇଥିବା ଭିଡିଓ ମଧ୍ଯ ଭାଇରାଲ ହୋଇଛି। ତେବେ ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମୃତ ଛାତ୍ରୀଙ୍କ ପରିବାର ପକ୍ଷରୁ ଦାବି ହୋଇଛି।

