ରାଉରକେଲା ସହରରେ ବେଆଇନ ସ୍କ୍ରାପ କାରବାର । ଅଭିଯୋଗ ପାଇବା ପରେ ରାଉରକେଲା ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ବଡ ଧରଣର ଚଢ଼ାଉ ଜାରି ରହିଛି । ସହରର ବିଭିନ୍ନ ସ୍ଥାନରେ ଥିବା ୪୦ଟି ସ୍କ୍ରାପ ଗୋଦାମରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଉଛି । ଚଢ଼ାଉ ସମୟରେ ଗୋଟିଏ ଦିନରେ ୧୮ଟି ମାମଲା ରୁଜ୍ଜୁ କରାଯାଇ ୧୮ ଜଣ ସ୍କ୍ରାପ ଗୋଦାମ ମାଲିକଙ୍କୁ ବିଭିନ୍ନ ଥାନାରେ ଅଟକ ରଖି ପୋଲିସ ପକ୍ଷରୁ ପଚରା ଉଚରା କରାଯାଉଛି । ଚଢ଼ାଉ ସମୟରେ ୨୦୦ ଟନରୁ ଅଧିକ ସ୍କ୍ରାପ ବିଭିନ୍ନ ଗୋଦାମରୁ ଠାବ କରାଯାଇଛି । ଆଠ ହଜାର ଆଠ ଶହ କେଜିରୁ ଅଧିକ ବେଆଇନ ସ୍କ୍ରାପ ଜଵତ କରାଯାଇଛି । ସ୍କ୍ରାପ ଗୋଦାମରୁ ବିଭିନ୍ନ ଗାଡ଼ିର ଯନ୍ତ୍ରାଂଶ ଜଵତ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଥାନାରେ ଅଟକ ଥିବା ଗୋଦାମ ମାଲିକ ରାଜ୍ୟ ଓ ରାଜ୍ୟ ବାହାରେ ବେଆଇନ ସ୍କ୍ରାପ କାରବାର କରୁଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ଟି-୨୦ ବିଶ୍ବକପ: ନେଦରଲ୍ୟାଣ୍ଡକୁ ହରାଇବାକୁ ଆଣ୍ଠେଇ ପଡ଼ିଲା ପାକିସ୍ତାନ
ଟି-୨୦ ବିଶ୍ବକପ: ନେଦରଲ୍ୟାଣ୍ଡକୁ ହରାଇବାକୁ ଆଣ୍ଠେଇ ପଡ଼ିଲା ପାକିସ୍ତାନ
ନନ୍ଦିଘୋଷ ବ୍ୟୁରୋ: ଆରମ୍ଭ ହୋଇଯାଇଛି ଟି-୨୦ ବିଶ୍ବକପ ମହାସମର । ଆଉ ୨୦୨୬ ବିଶ୍ବକପ୍ ବିଜୟରୁ ଆରମ୍ଭ କରିଛି ପାକିସ୍ତାନ । ଶ୍ରୀଲଙ୍କାର କଲୋମ୍ବରେ ଖେଳାଯାଇଥିବା ମ୍ୟାଚରେ ନେଦରଲ୍ୟାଣ୍ଡକୁ ୩ ଓ୍ବିକେଟରେ ହରାଇଛି ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରି ନେଦରଲ୍ୟାଣ୍ଡ ୧୪୭ ରନ କରିଥିଲା । ହେଲେ ବିଜୟ ଲକ୍ଷ୍ୟ ହାସଲ କରିବା ପାଇଁ ପାକିସ୍ତାନର ଝାଳ ବାହାରି ଯାଇଥିଲା । ୧୮ ଓଭର ବେଳକୁ ପାକିସ୍ତାନ ହାରିବା ଏକ ପ୍ରକାର ନିଶ୍ଚିତ ଜଣାପଡୁଥିଲା । ୧୯ତମ ଓଭରରେ ଫହିନ ଅଶରଫ ୩ଟି ଛକା ଓ ଗୋଟିଏ ଚୌକା ମାରି ପୁଣି ଥରେ ପାକିସ୍ତାନକୁ ବିଜୟ ଟ୍ରାକକୁ ନେଇ ଆସିଥିଲେ । ତେବେ ୧୪୮ ରନର ବିଜୟ ଲକ୍ଷ୍ୟ ହାସଲ କରିବାକୁ ପାକିସ୍ତାନକୁ ୨୦ ଓଭର ପର୍ଯ୍ୟନ୍ତ ସଂଘର୍ଷ କରିବାକୁ ପଡିଥିଲା ।
ପାକିସ୍ତାନ ଭଲ ଆରମ୍ଭ କରିଥିଲା । ଦଳ ୧୧ ଓଭର ବେଳକୁ ଦୁଇ ଓ୍ବିକେଟ ହରାଇ ୯୮ ରନ୍ କରିଦେଇଥିଲା । ହେଲେ ଏହାପରେ ମାତ୍ର ଦୁଇ ରନରେ ତିନୋଟି ଓ୍ବିକେଟ ପଡ଼ିଯାଇଥିଲା । ଏହିଠାରୁ ନେଦରଲ୍ୟାଣ୍ଡ ବୋଲର ଟ୍ରାକକୁ ଫେରିବା ସହ ପାକିସ୍ତାନ ଟିମର ନିଦ ହଜାଇ ଦେଇଥିଲେ । ୧୧୪ ରନରେ ପହଞ୍ଚିବା ବେଳକୁ ପାକିସ୍ତାନର ୭ଟି ଓ୍ବିକେଟ ପଡ଼ିଯାଇଥିଲା । ଶେଷ ଦୁଇ ଓଭରରେ ବିଜୟ ପାଇଁ ୨୯ ରନର ଆବଶ୍ୟକତା ଥିଲା । ୧୯ତମ ଓଭରର ପ୍ରଥମ ବଲରେ ଫହିନ ଅଶରଫ ଛକ୍କା ମାରିଥିବା ବେଳେ ଦ୍ବିତୀୟ ବଲରେ ତାଙ୍କ ଏକ କ୍ୟାଚ୍ ନେଦରଲ୍ୟାଣ୍ଡ ଫିଲ୍ଡର ଛାଡି ଦେଇଥିଲେ । ଆଉ ଏହିଠାରୁ ପୂରା ଖେଳ ବଦଳି ଯାଇଥିଲା । ଜୀବନ ଦାନ ପାଇବା ପରେ ଉକ୍ତ ଓଭରରେ ଫହିନ ଆଉ ଦୁଇଟି ଛକା ସହ ଏକ ଚୌକା ମାରିବା ସହ ଦଳ ୨୪ ରନ ସଂଗ୍ରହ କରିନେଇଥିଲା । ଶେଷ ଓଭରରେ ୫ ରନର ଆବଶ୍ୟକତା ଥିଲା । ଶେଷ ଓଭରର ତୃତୀୟ ବଲରେ ଫହିନ ଏକ ଚୌକା ମାରି ପାକିସ୍ତାନକୁ ବିଶ୍ବକପର ପ୍ରଥମ ବିଜୟ ଭେଟି ଦେଇଥିଲେ ।
ଇତିହାସରେ ପ୍ରଥମ: ଭାରତର ଘନିଷ୍ଠ ବନ୍ଧୁ ସହ ବାଂଲାଦେଶର ଡିଲ୍
ଇତିହାସରେ ପ୍ରଥମ: ଭାରତର ଘନିଷ୍ଠ ବନ୍ଧୁ ସହ ବାଂଲାଦେଶର ଡିଲ୍
ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନ ଠିକ୍ ପୂର୍ବରୁ ବାଂଲାଦେଶର ୟୁନିସ ସରକାର ଏକ ଟ୍ରେଡ ଡିପ୍ଲୋମାସି କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ଭାରତର ପରମ ବନ୍ଧୁ କୁହାଯାଉଥିବା ଜାପାନ ସହ ବାଂଲାଦେଶ ଆର୍ଥିକ ସହଯୋଗ ଚୁକ୍ତି (ଇପିପି)ରେ ଦସ୍ତଖତ କରିଛି । ଏହି ଚୁକ୍ତି ନା କେବଳ ଡ୍ୟୁଟି-ଫ୍ରି ମାର୍କେଟ ଦେବ, ବରଂ ନିବେଶ, ଟେକ୍ନୋଲଜି, ସର୍ଭିସେଜରେ ଟ୍ରଡ ଓ ସପ୍ଲାଇ ଚେନ୍ ମ୍ୟାନେଜମେଣ୍ଟକୁ ଦୀର୍ଘକାଳୀନ ରଣନୈତିକ ସହଯୋଗ ପାଇଁ ଦ୍ବାର ଖୋଲିଦେବ ।
ବିଶେଷଜ୍ଞଙ୍କ ମତରେ ଏହା ବାଂଲାଦେଶ ଅର୍ଥ ବ୍ୟବସ୍ଥା ପାଇଁ ଉଚିତ ସମୟରେ ସଠିକ ନିଷ୍ପତ୍ତି ହେବ । ଜାପାନର ରାଜଧାନୀ ଟୋକିଓରେ ଏହି ଚୁକ୍ତି ହୋଇଛି । ବାଂଲାଦେଶ ଡେଲିଗେସନରେ ବାଜ୍ୟ ମନ୍ତୟାଳୟର ୪ ଜଣ ଅଧିକାରୀ ଏଥିରେ ସାମିଲ ହୋଇଥିଲେ ।
୪ ବର୍ଷରେ ଦୁଇ ଦେଶ ମଧ୍ୟରେ ଚୁକ୍ତି
ବାଂଲାଦେଶ-ଜାପାନ ଅର୍ଥନୈତିକ ସହଭାବିଗା ଚୁକ୍ତିମାନାକୁ ମାତ୍ର ୪ ବର୍ଷ ହୋଇଛି । ଯାହା ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାଡ ହିସାବରେ ବହୁତ କମ ସମୟ । ୨୦୨୨ରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ୫୦ତମ ବାର୍ଷିକ ସମୟରେ ଆରମ୍ଭ ହୋଇଥିଲା । ୨୦୨୩ ଡିସେମ୍ବରରେ ସୁଫାରିସ ଜମା କରାଯାଇଥିବା ବେଳେ ୨୦୨୪ ମାର୍ଚ୍ଚ ୧୨ ତାରିଖରେ ଔପଚାରିକ ଆଲୋଚନା ଆରମ୍ଭ ହୋଇଥିଲା । ୨୦୨୪ରୁ ୨୫ ମଧ୍ୟରେ ଢାକା ଓ ଟୋକିଓରେ ୭ ରାଉଣ୍ଡ ବୈଠକ ହୋଇଥିଲା । ଟାରିଫ, ନନ୍ ଟାରିଫ ସମସ୍ୟା, ନିବେଶ ସୁରକ୍ଷା, ସର୍ଭିସ ସେକ୍ଟର,ବୌଦ୍ଧିକ ସମ୍ପତ୍ତି, ଶ୍ରମ ଏବଂ ପରିବେଶଗତ ମାନଦଣ୍ଡ ଓ ସପ୍ଲାଇ ଚେନର ବ୍ୟବହାରକୁ ଗୁରୁତ୍ବ ଦିଆଯାଇଥିଲା । ୨୦୨୫ରେ ଡ୍ରାଫ୍ଟ ଏଗ୍ରିମେମଣ୍ଟ ଫାଇନାଲ ହୋଇଥିଲା । ଗତ ଡିସେମ୍ବରରେ ବାଂଲାଦେଶ ବାଣିଜ୍ୟ ପରାମର୍ଶଦାତା ଶେଖ ବଶିରୁଦ୍ଦିନ ଏବଂ ଜାପାନ ବିଦେଶମନ୍ତ୍ରୀ ଇଓ୍ବାଓ ହୋରି ମିଳିତ ଭାବେ ଆଲୋଚନା ଶେଷ ହୋଇଥିବା ଘୋଷଣା କରିଥିଲେ ।
ଭାରତକୁ ନେଇ ଆମେରିକାର ଗୋଟିଏ ଫଟୋ ଦେଖି ପାକିସ୍ତାନ ଓ ଚୀନ ଟେନସନରେ
ଭାରତକୁ ନେଇ ଆମେରିକାର ଗୋଟିଏ ଫଟୋ ଦେଖି ପାକିସ୍ତାନ ଓ ଚୀନ ଟେନସନରେ
ନନ୍ଦିଘୋଷ ବ୍ୟୁରୋ: ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ଚୁକ୍ତି ନେଇ ଗତ ଶୁକ୍ରବାର ଘୋଷଣା କରାଗଲା । ହେଲେ ଏହି ଟ୍ରେଡ ଡିଲ ଓ ଏହାର ସର୍ତ୍ତ ଯେତିକି ଚର୍ଚ୍ଚାରେ ନାହିଁ ତା’ଠାରୁ ଅଧିକ ଚର୍ଚ୍ଚାରେ ରହିଛି ଆମେରିକା ପକ୍ଷରୁ ଜାରି କରାଯାଇଥିବା ଏକ ଫଟୋ । ଆମେରିକା ବ୍ୟାପାର ପ୍ରତିନିଧି କାର୍ଯ୍ୟାଳୟ ଦ୍ବାରା ଭାରତର ନକ୍ସା ଜାରି କରାଯାଇଛି । ଯାହା ଉଭୟ ପାକିସ୍ତାନ ଓ ଚୀନକୁ ଅସହଜ କରିଦେଇଛି ।
ଏହି ନକ୍ସାରେ ପୂରା ଜମ୍ମୁ ଓ କାଶ୍ମୀର, ଯେଉଁଥିରେ ପିଓକେ ବି ସାମିଲ ଅଛି । ଯାହା ସ୍ପଷ୍ଟ ଭାବେ ଭାରତର ଅଂଶ ବୋଲି ଉଲ୍ଲେଖ କରୁଛି । ସେତିକି ନୁହେଁ, ଚୀନ ଦାବି କରୁଥିବା ଅକ୍ସାଇ ଚୀନକୁ ବି ଭାରତର ସୀମା ଭିତରେ ଦର୍ଶାଯାଇଛି ।
ଆମେରିକା ନକ୍ସା ଦେଖି ପାକିସ୍ତାନର ନିଦ ହଜିଲା
ଆମେରିକା ଓ ଏହାର ଷ୍ଟେଟ ଡିପାର୍ଟମେଣ୍ଟ ପ୍ରାୟତଃ ଏମିତି ନକ୍ସା ଜାରି କରିଥାଏ । ଯେଉଁଥିରେ ପିଓକେକୁ ଡଟେଡ ଲାଇନ ବା ବିବାଦୀୟ କ୍ଷେତ୍ର ଭାବେ ଦର୍ଶା ଯାଉଥିଲା । ପାକିସ୍ତାନକୁ ଅସନ୍ତୁଷ୍ଠ ନ କରିବାକୁ ଆମେରିକା ଏମିତି କରୁଥିଲା । ହେଲେ ଏଥର ପୂରା ଜମ୍ମୁ ଓ କାଶ୍ମୀରକୁ ଭାରତର ଅଂଶ ଭାବେ ଦେଖାଯାଇଛି ।
ଚୀନକୁ ବି ବାଧିଛି
ନକ୍ସାରେ ଅକ୍ସାଇ ଚୀନକୁ ବି ଭାରତର ଅଂଶ ଭାବେ ଦେଖାଯିବା ଚୀନକୁ ବି ପସନ୍ଦ ଆସିନି । ବେଞ୍ଜିଂ ଦୀର୍ଘ ବର୍ଷ ହେଲା ଏହି ଅଞ୍ଚଳକୁ ନିଜର ବୋଲି ଦାବି କରି ଆସୁଛି । ଭାରତ ଏକାଧିକ ଥର ଆମେରିକା ଓ ଅନ୍ତରାଷ୍ଟ୍ରୀୟ ସଂସ୍ଥାଙ୍କ ନିକଟରେ ଭୁଲ ମାନଚିତ୍ରକୁ ନେଇ ଆପତ୍ତି ଉଠାଇ ଆସିଛି । ବିଶେଷ କରି ଜମ୍ମୁ ଓ କାଶ୍ମୀର ଏବଂ ଅରୁଣାଚଳ ପ୍ରଦେଶକୁ ନେଇ । ହେଲେ ଏଥରର ନକ୍ସା ଏହି ସବୁ ଅଞ୍ଚଳ ଭାରତର ବୋଲି ଆମେରିକା ସ୍ବୀକାର କରିନେଇଥିବାକୁ ଦର୍ଶାଉଛି ।
ଟାଇମିଂ ବଢ଼ାଇଲା ସସପେନ୍ସ
ଆଉ ଏ ସବୁ ଭିତରେ ସମୟର ବ୍ୟବହାର ବହୁତ ଗୁରୁତ୍ବ ରଖୁଛି । ନିକଟ ଅତୀତରେ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ଆଗ ଭଳି ମଧୁର ନାହିଁ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇ ଥିଲେ, ଯାହା ଅନ୍ୟ ସହଯୋଗୀ ଦେଶମାନଙ୍କ ତୁଳନାରେ ସବୁଠାରୁ ଅଧିକ ଥିଲା । ଏବେ ଟ୍ରେଡ ଡିଲ ପରେ ଏହାକୁ ୧୮ ପ୍ରତିଶତକୁ କମାଇ ଦିଆଯାଇଛି । ଯାହା ଏସିଆରେ ସବୁଠାରୁ କମ ବୋଲି କୁହାଯାଉଛି । ଆଉ ଏହି ସମୟ ମଧ୍ୟରେ ଭାରତ ଓ ପାକିସ୍ତାନକୁ ହାଇଫନ କରିବା ନେଇ ଟ୍ରମ୍ପଙ୍କ ଉପରେ ଆରୋପ ବି ଲାଗିଛି । ଏମିତି ସ୍ଥିତିରେ ଏହି ନକ୍ସା ଭାରତ ପାଇଁ କେବଳ ଆଶ୍ବସ୍ତିକର ନୁହେଁ, ନିରବ ବିଜୟ ବୋଲି ବି କୁହାଯାଉଛି ।
ଏସିଆର ସବୁଠାରୁ ଧନୀ ମୁମ୍ବାଇ ମହାନଗର ନିଗମର ମେୟର ହେବେ ରୀତୁ ତାବଡେ
ଏସିଆର ସବୁଠାରୁ ଧନୀ ମୁମ୍ବାଇ ମହାନଗର ନିଗମର ମେୟର ହେବେ ରୀତୁ ତାବଡେ
ନନ୍ଦିଘୋଷ ବ୍ୟୁରୋ: ବିଜେପି କର୍ପୋରେଟର ରୀତୁ ତାବଡ଼େ ହେବେ ମୁମ୍ବାଇ ମେୟର । ଏନେଇ ଦଳ ପକ୍ଷରୁ ଘୋଷଣା କରାଯାଇଛି । ଏସିଆର ସର୍ବବୃହତ ଧନୀ ମହାନଗର ହେଉଛି ମୁମ୍ବାଇ । ସେପଟେ ଶିବସେନା କର୍ପୋରେଟର ସଞ୍ଜୟ ଗାଦି ହେବେ ଡେପୁଟୀ ମେୟର । ଗତ ମୁମ୍ବାଇ ମହାନଗର ନିଗମ ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ ବହୁଳ ବିଜୟ ହୋଇଥିଲା । ଆସନ୍ତା ୧୧ ତାରିଖରେ ହେବେ ମେୟର ନିର୍ବାଚନ ।
ବୃହନ ମୁମ୍ବାଇ ମହାନଗର ନିଗମର ବିଜେପି କର୍ପୋରେଟରମାନଙ୍କ ବୈଠକରେ ରୀତୁଙ୍କ ନାଁରେ ମୋହର ଲାଗିଥିଲା । ମୁମ୍ବାଇର ମେୟର ପଦବୀ ସାଧାରଣ ବର୍ଗର ମହିଳା ବର୍ଗ ଲାଗି ସଂରକ୍ଷିତ ଥିଲା । ଘାତୋକପୁର ୱାର୍ଡରୁ ୩ ଥର କର୍ପୋରେଟର ଭାବେ ବିଜୟୀ ହୋଇଛନ୍ତି ରୀତୁ । ସେ ବିଏମସିର ଶିକ୍ଷା କମିଟିର ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିଛନ୍ତି । ଆସନ୍ତା ଫେବ୍ରୁଆରୀ ୧୧ ନିର୍ବାଚନରେ ଯଦି ରୀତୁ ବିଜୟୀ ହୁଅନ୍ତି ତେବେ ସେ ହେବ ବିଜେପିର ଦ୍ବିତୀୟ ମେୟର । ପୂର୍ବରୁ ୧୯୮୨ରୁ ୧୯୮୩ ବିଜେପିର ପ୍ରଭାକର ପାଇ ମେୟର ହୋଇଥିଲେ ।
ସେପଟେ ଦହିସରରୁ କର୍ପୋରେଟରେ ଭାବେ ବିଜୟୀ ହୋଇଥିବା ଶିବସେନାର ସଞ୍ଜୟ ଗାଦି ଡେପୁଟୀ ମେୟର ହେବେ । ଦଳର ୪ କର୍ପୋରେଟରଙ୍କୁ ୫ ବର୍ଷ ଭିତରେ ଡେପୁଟୀ ମେୟର ପଦରେ ଅଧିଷ୍ଠିତ କରିବା ଲାଗି ଶିବସେନା କରିଛି ନୂଆ ଫର୍ମୁଲା । ଏହି ଫର୍ମୁଲା ଅନୁସାରେ ପ୍ରତି ଡେପୁଟୀ ମେୟରଙ୍କ କାର୍ଯ୍ୟକାଳ ବର୍ଷେ ତିନିମାସ ରହିବ ।
ମେଘାଳୟ ରାଟ ହୋଲ୍ ମାଇନ୍ସ ବିସ୍ଫୋରଣ ଘଟଣା, ମୃତ୍ୟୁସଂଖ୍ୟା ୨୫କୁ ବୃଦ୍ଧି
ମେଘାଳୟ ରାଟ ହୋଲ୍ ମାଇନ୍ସ ବିସ୍ଫୋରଣ ଘଟଣା, ମୃତ୍ୟୁସଂଖ୍ୟା ୨୫କୁ ବୃଦ୍ଧି
ନନ୍ଦିଘୋଷ ବ୍ୟୁରୋ: ମେଘାଳୟର ପୂର୍ବ ଜୟନ୍ତିଆ ହିଲସରେ ବେଆଇନ ରାଟ ହୋଲ ମାଇନ୍ସ ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ଶୁକ୍ରବାର ଆଉ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୂର୍ବରୁ ୧୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଅନ୍ୟପଟେ ପୋଲିସ ଏହି ଘଟଣାରେ ବେଆଇନ ଖଣି ପରିଚାଳନା କରୁଥିବା ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ସେମାନେ ଖଣି ମାଲିକ ବୋଲି ସୂଚନା ରହିଛି ।
ଗତ ୫ ତାରିଖରେ ଡିନାମାଇଟ ବିସ୍ଫୋରଣ କରାଯିବା ସମୟରେ ଏହି ଭୟଙ୍କର ଘଟଣା ଘଟିଥିଲା । ଏନଡିଆରଏଫ ଏବେ ବି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଘଟଣାରେ ୫ ଆହତ ସିଲଚର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଘଟଣାର ଗମ୍ଭୀରତାକୁ ଲକ୍ଷ୍ୟରେ ରଖି ମେଘାଳୟ ହାଇକୋର୍ଚ ଏହି ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାରେ କେଉଁ କାର୍ଯ୍ୟାନୁଷ୍ଠାନ ହୋଇଛି ସେନେଇ ରିପୋର୍ଟ ଦେବାକୁ ମଧ୍ୟ କୋର୍ଟ ଆଦେଶ ଦେଇଛନ୍ତି । ଜିଲ୍ଲାପାଳ ଓ ଏସପିଙ୍କୁ ରିପୋର୍ଟ ପାଇଁ ଆଦେଶ ଦିଆଯାଇଛି ।
ମେଘାଳୟରେ ଏପରି ଘଟଣା ବାରମ୍ବାର ଘଟୁଥିବାରୁ ଏହାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ରାଟ-ହୋଲ ମାଇନିଂ ଅର୍ଥ ସଂକୀର୍ଣ୍ଣ ଗର୍ତ୍ତରେ ପଶି ଶ୍ରମିକମାନେ କୋଇଲା ଉତ୍ତୋଳନ କରିଥାନ୍ତି । ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ୨୦୧୪ରେ ମେଘାଳୟରେ ରାଟ୍-ହୋଲ୍ ମାଇନିଂକୁ ପରିବେଶ ପ୍ରଦୂଷଣ କାରଣରୁ ନିଷିଦ୍ଧ କରିଛନ୍ତି । ତଥାପି ଅବୈଧ ଭାବେ ଏହା ଚାଲିଆସୁଛି ।
ରାୟଗଡ଼ା ଜିଲ୍ଲାକୁ ମାଓବାଦୀ ମୁକ୍ତ ଘୋଷଣା କଲେ ଏଡିଜି
ରାୟଗଡ଼ା ଜିଲ୍ଲାକୁ ମାଓବାଦୀ ମୁକ୍ତ ଘୋଷଣା କଲେ ଏଡିଜି
ନନ୍ଦିଘୋଷ ବ୍ୟୁରୋ: ରାୟଗଡ଼ା ଜିଲ୍ଲା ହେଲା ମାଓବାଦୀ ମୁକ୍ତ । ଆଜିଠାରୁ ଏହି ଜିଲ୍ଲାରୁ ନକ୍ସଲ ମୁକ୍ତ ଘୋଷଣା କରିଛନ୍ତି ଏଡିଜି ସଂଜୀବ ପଣ୍ତା । ଲାଲ ହିଂସାରୁ ରାୟଗଡ଼ା ଜିଲ୍ଲା ମୁକ୍ତ ହେଲା ବୋଲି ସେ କହିଛନ୍ତି । ଏହା ଆଗରୁ କୋରାପୁଟ ଜିଲ୍ଲାକୁ ମଧ୍ୟ ପୋଲିସ ନକ୍ସଲ ମୁକ୍ତ ବୋଲି ଘୋଷଣା କରିଥିଲା ।
ଆଜି ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି ୧୫ ଦୁର୍ଦ୍ଦାନ୍ତ ନକ୍ସଲ । ସେମାନଙ୍କ ମଧ୍ୟରେ ଅଛନ୍ତି, ବାସଧାରା ଘୁମୁସର ନାଗାବଳି ଡିଭିଜନର ଦୁଇ ହାଡକୋର ମାଓବାଦୀ ନିଖିଳ ଓ ଇନ୍ଦୁ । ଏହି ମାଓବାଦୀ ଦମ୍ପତିଙ୍କ ନାଁରେ କୋଟିଏ ଦଶ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ସେମାନେ କହିଛନ୍ତି ଆଗକୁ ଜଳ, ଜମି ଓ ଜଙ୍ଗଲ ସୁରକ୍ଷା ପାଇଁ କାମ କରିବେ । ପୋଲିସକୁ ସେମାନେ ହସ୍ତାନ୍ତର କରିଛନ୍ତି ୨ଟି AK47 ରାଇଫଲ, ଏସଏଲଆର୍ ୫ଟି, ଷ୍ଟେନଗନ୍ ଗୋଟିଏ, ଇନସାସ୍ ରାଇଫଲ ଗୋଟିଏ ଓ ବହୁ ଅଫୁଟା ଗୁଳି ।
ICC ଫେରାଇଲା ଖାଲି ହାତରେ, U-19 ବିଶ୍ବ ଚାମ୍ପିଅନ ଭାରତୀୟ ଟିମ୍ ପାଇଁ ବିସିସିଆଇ ଖୋଲିଲା ପୁରସ୍କାର ପେଡି
ICC ଫେରାଇଲା ଖାଲି ହାତରେ, U-19 ବିଶ୍ବ ଚାମ୍ପିଅନ ଭାରତୀୟ ଟିମ୍ ପାଇଁ ବିସିସିଆଇ ଖୋଲିଲା ପୁରସ୍କାର ପେଡି
ନନ୍ଦିଘୋଷ ବ୍ୟୁରୋ: ଜୁନିଅର କ୍ରିକେଟରେ ପୁଣି ଥରେ ଭାରତର ଦବଦାବ ଦେଖିବାକୁ ମିଳିଛି । ଅଣ୍ଡର-୧୯ କ୍ରିକେଟ ବିଶ୍ବକପରେ ପୁଣି ଥରେ ଭାରତ ଚାମ୍ପିଅନ ହୋଇଛି । ଜିମ୍ବାଓ୍ବେରେ ଖେଳାଯାଇଥିବା ଏହି ବିଶ୍ବକପରେ ଆୟୁଷ ମହାତ୍ରେଙ୍କ ଅଧିନାୟକତ୍ବରେ ଭାରତ ଷଷ୍ଠ ଥର ଚାମ୍ପିଅନ ହୋଇଛି ।ବୈଭବ ସୂର୍ଯ୍ୟବଂଶୀଙ୍କ ସମେତ ଏହି ଯୁବ କ୍ରିକେଟରଙ୍କ ପାଇଁ ବିସିସିଆ ନିଜ ଟ୍ରେଜେରୀ ଖୋଲି ଦେଇଛି । ଟିମ୍ ଇଣ୍ଡିଆ ପାଇଁ ବିସିସିଆ ୭.୫ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛି ।
ICC ଫେରାଇ ଥିଲା ଖାଲି ହାତରେ
ଜିମ୍ବାଓ୍ବେରର ଂରାରେରେ ଶୁକ୍ରବାର ଖେଳା ଯାଇଥିବା ବିଶ୍ବକପ ଫାଇନାଲରେ ଭାରତ ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରି ଷଷ୍ଠଥର ଚାମ୍ପିଅନ ହୋଇଛି । ଶେଷଥର ପାଇଁ ଭାରତ ୨୦୨୨ରେ ଚାମ୍ପିଅନ ହୋଇଥିଲା । ତେବେ ଏହି ଟ୍ରଫି ପାଇଁ ଆଇସିସି ପକ୍ଷରୁ କୌଣସି ପୁରସ୍କାର ଦିଆଯାଇ ନଥିଲା । ଉଦଯାପନୀ ଉତ୍ସବରେ ଖେଳାଳିଙ୍କୁ କେବଳ ମେଡାଲ ମିଳିଥିଲା । ଅଣ୍ଡର-୧୯ ସ୍ତରର କ୍ରିକେଟ ପାଇଁ ଆଇସିସି କୌଣସି ପୁରସ୍କାର ଦେଇ ନଥାଏ । କାରଣ ଏହି ଟୁର୍ଣ୍ଣାମେଣ୍ଟ ଯୁବ ଖେଳାଳିଙ୍କ ବିକାଶ ପାଇଁ ଖେଳା ଯାଇଥାଏ ।
BCCIର ବମ୍ଫର ପୁରସ୍କାର ଘୋଷଣା
ନନ୍ଦିଘୋଷ ବ୍ୟୁରୋ: ଆଇସିସି ନିୟମ ଅନୁସାରେ ବିଜୟୀ ଭାରତୀୟ ଟିମକୁ କୌଣସି ଅର୍ଥରାଶି ପୁରସ୍କାର ଦେଇ ନଥିଲା । ହେଲେ ବିସିସିଆଇ ନିଜ ନରତୀ ଅନୁସାରେ ବିଶ୍ବ ଚାମ୍ପିଅନ ଟିମକୁ ସମ୍ମାନିତ କରିବା ଜାରି ରଖିଛି । ଭାରତୀୟ ଟିମ୍ ବିଶ୍ବ ଚାମ୍ପିଅନ ହେବାର ଦିନକ ପରେ ବିସିସିଆଇ ସଚିବ ଦେବଜିତ ସୌକିୟା ଅଣ୍ଡର-୧୯ ଟିମ୍ ପାଇଁ ୭.୫ କୋଟି ଟଙ୍କା ଘୋଷଣା କରିଛନ୍ତି । ଏହାପୂର୍ବରୁ ୨୦୨୫ ବିଶ୍ପକପ୍ ଜିତିଥିବା ମହିଳା କ୍ରିକେଟ ଟଇମକୁ ୫ କୋଟି ଟଙ୍କାର ପୁରସ୍କାର ଦେଇଥିଲା ବିସିସିଆ ।
୩୦ ବର୍ଷ ତଳର ମାମଲାରେ ବାହୁବଳୀ ସାଂସଦ ପପୁ ଯାଦବ ଗିରଫ
୩୦ ବର୍ଷ ତଳର ମାମଲାରେ ବାହୁବଳୀ ସାଂସଦ ପପୁ ଯାଦବ ଗିରଫ
ନନ୍ଦିଘୋଷ ବ୍ୟୁରୋ: ୩୦ ବର୍ଷ ତଳର ଏକ ଜାଲିଆତି ମାମଲାରେ ବିହାରର ବାହୁବଳି ସ୍ଵାଧୀନ ସାଂସଦ ପପୁ ଯାଦବ ଗିରଫ । ହାଇଡ୍ରାମା ମଧ୍ୟରେ ଗତକାଲି ତାଙ୍କୁ ଗିରଫ କରାଯାଇଛି । ସଂସଦର ଅଧିବେଶନରେ ଯୋଗ ଦେଇ ଘରକୁ ଫେରିବା ପରେ ପରେ ତାଙ୍କୁ ଗିରଫ କରିବାକୁ ପହଞ୍ଚିଥିଲା ପୋଲିସ । ଏହାକୁ ପପୁଙ୍କ ସମର୍ଥକ ବିରୋଧ କରିଥିଲେ । ନିଜେ ପପୁ କହିଥିଲେ, ସେ କୋର୍ଟରେ ହାଜର ହେବେ । କିନ୍ତୁ ପୋଲିସ ତାଙ୍କୁ ଗିରଫ କରିବାକୁ ଜଗି ବସିଥିଲା । ଶେଷରେ ହାଇଡ୍ରାମା ମଧ୍ୟରେ ପୋଲିସ ପପୁ ଯାଦବଙ୍କୁ ଗିରଫ କରିଛି ।

