spot_img
Home Blog Page 1480

ସେୟାର ମାର୍କେଟରେ ହଇଚଇ, ଖସିଲା ଅମ୍ବାନୀ ଆଦାନୀଙ୍କ ସେୟାର

ମୁମ୍ବାଇ: ପୁଣି ଖସିଲା ସେୟାର ମାର୍କେଟ  । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ୩୦ ସେୟାର ଯୁକ୍ତ ସେନସେକ୍ସରେ ବୁଧବାର ହ୍ରାସ ଘଟିଛି  । ୫୦୦ ଅଙ୍କ ପର୍ଯ୍ୟନ୍ତ ଖସିଛି ସେୟାର ବଜାର  । ନିଫ୍ଟି ଖୋଲିବା ପରେ ହଠାତ୍‌ ୧୭୦ ଅଙ୍କ ପର୍ଯ୍ୟନ୍ତ ହ୍ରାସ ଘଟିଥିଲା  । ଏହି ହ୍ରାସରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଠୁ ନେଇ ଗୌତମ ଆଦାନୀଙ୍କ ଆଦାନୀ ପୋର୍ଟ ପର୍ଯ୍ୟନ୍ତ ସେୟାର ହ୍ରାସ ଘଟିଛି  । .

ଆଜି ବଜାରରେ ହ୍ରାସ ସହ ୨୩,୮୦୦ ଅଙ୍କ ସହ ବଜାର ଖୋଲିଛି  । ମାର୍କେଟରେ ହ୍ରାସକୁ ଦେଖି ସମସ୍ତ ସେକ୍ଟରରେ ସେଲ୍‌ ଆଉଟ୍‌ ହେଉଥିବା ଜଣାପଡିଛି  । କେବଳ ବ୍ୟାଙ୍କ ନିଫ୍ଟି ସବୁଜ ସଙ୍କେତ ସହ କାରବାର କରୁଛି  । ମିଡ୍‌କ୍ୟାପ୍‌ ଓ ସ୍ମଲ୍‌କ୍ୟାପ୍‌ ସର୍ବାଧିକ ପ୍ରଭାବିତ ହୋଇଛନ୍ତି  । ନିଫ୍ଟି ୫୦ର ୩୮ ସେୟାର ହ୍ରାସ ସହ କାରବାର କରୁଛି  । ମାତ୍ର ୧୨ଟି ସେୟାରରେ କିଣାବିକା ଦେଖିବାକୁ ମିଳୁଛି  ।

ନିଫ୍ଟିରେ ଆଗକୁ ବଢୁଥିବା ଟପ୍‌ ୫ ସେୟାର ମଧ୍ୟରେ ଏନଟିପିସି, ବଜାଜ ଫାଇନାନ୍ସ, ଏସିଆନ ପେଣ୍ଟସ, ଭାରତୀ ଏୟାରଟେଲ ଓ ଏଚଡିଏଫସି ବ୍ୟାଙ୍କ ରହିଛନ୍ତି  । ସେପଟେ ଦ୍ରୁତଗତିରେ ବିଇଏଲ, ଏମ ଆଣ୍ଡ ଏମ, ହିଣ୍ଡାଲକୋ, ହିରୋମୋଟୋ ଓ ଆଇସର ମୋଟର୍ସରେ ହ୍ରାସ ଘଟିଛି  ।

ବଜାରରେ ଦ୍ରୁତଗତିରେ ହ୍ରାସ ପାଇଁ ୨ଟି ବଡ କାରଣ ରହିଛି  । ବିଦେଶୀ ନିବେଶକଙ୍କ ଲଗାତାର ସେୟାର ବିକ୍ରି ଓ ରିଟେଲ ମହଙ୍ଗା ମାଡରେ ସେୟାର ବଜାରରେ ହ୍ରାସ ଘଟିଛି  । ଗତ କିଛି ଦିନ ଧରି ଏଫଆଇଆଇ ଭାରତୀୟ ବଜାରରେ ସେଲ୍‌ ଆଉଟ୍‌ କରୁଛି  । ମଙ୍ଗଳବାର ଦିନ ମହଙ୍ଗା ମାଡ ନିବେଶକଙ୍କ ଟେନସନ ବଢାଇ ଦେଇଛି  । ଫଳରେ ବଜାରରେ ହାହାକାର ସୃଷ୍ଟି ହୋଇଛି  ।

ବୁଲଡୋଜର ଆକ୍ସନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଭାଙ୍ଗିବା ସମ୍ପର୍କରେ କାର୍ଯ୍ୟନିର୍ବାହୀ ନେଇପାରିବେନି ନିଷ୍ପତ୍ତି

0

ନୂଆଦିଲ୍ଲୀ: ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ସେ ବୁଲଡୋଜର ଆକ୍ସନକୁ ନିଷିଦ୍ଧ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ଆଦେଶ କୌ ଣସି ରାଜ୍ୟ ପାଇଁ ନୁହେଁ, ବରଂ ସମଗ୍ର ଦେଶ ପାଇଁ ଅଟେ। ଅଦାଲତ କହିଛନ୍ତି ଯେ କେବଳ ଦୋଷୀ କିମ୍ବା ଅପରାଧିକ ମାମଲାରେ ଅଭିଯୁକ୍ତଙ୍କ ଆଧାରରେ କାହାର ଘର ଭାଙ୍ଗି ପାରିବ ନାହିଁ।

ଏଭଳି ପରିସ୍ଥିତିରେ କର୍ତ୍ତୃପକ୍ଷ ଆଇନକୁ ଅଣଦେଖା କରିପାରିବେ ନାହିଁ ଏବଂ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ। ମୌଳିକ ଅଧିକାରକୁ ଆଗକୁ ବଢାଇବା ଏବଂ ଆଇନଗତ ଅଧିକାର ହାସଲ କରିବା ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇପାରିବ ବୋଲି କୋର୍ଟ କହିଛନ୍ତି।

ଅଭିଯୁକ୍ତଙ୍କ ବିରୋଧରେ ପଦକ୍ଷେପ ପୂର୍ବରୁ ନିରପେକ୍ଷ ବିଚାର ଜରୁରୀ ବୋଲି କହିଛନ୍ତି ସୁପ୍ରିମକୋର୍ଟ। କର୍ତ୍ତୃପକ୍ଷଙ୍କ ତୁଳନାରେ ଅଧିକାରୀମାନେ ଅଧିକ ସକ୍ରିୟ ହେଉଛନ୍ତି। ଆଇନଗତ ନୀତି ନିୟମକୁ  ଉଲ୍ଲଂଘନ କରାଯାଉଛି। ବିଚାର ବିଭାଗକୁ କାର୍ଯ୍ୟନିର୍ବାହୀ ଅଗ୍ରାହ୍ୟ କରିପାରିବନି । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଆଇନଗତ ପ୍ରକ୍ରିୟା ରହିଛି ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ।

ଏହି ରାୟ ଦେବାବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏହା ସ୍ପଷ୍ଟ ଯେ କ୍ଷମତାର ଅବାଧ ବ୍ୟବହାରକୁ ଅନୁମତି ଦିଆଯାଇପାରିବ ନାହିଁ। ଯେତେବେଳେ ଜଣେ ନାଗରିକ ଆଇନ ଭଙ୍ଗ କରିଛନ୍ତି, ଆଇନ ଶୃଙ୍ଖଳା ରକ୍ଷା ତଥା ସେମାନଙ୍କୁ ବେଆଇନ କାର୍ଯ୍ୟରୁ ରକ୍ଷା କରିବା ପାଇଁ କୋର୍ଟ ରାଜ୍ୟ ଉପରେ ଦାୟିତ୍ବ ଦେଇଛନ୍ତି। ଏହାକୁ ପାଳନ ନକରିବା ଜନସାଧାରଣଙ୍କ ଆତ୍ମବିଶ୍ୱାସକୁ କ୍ଷୁର୍ଣ୍ଣ କରିପାରେ ଏବଂ ଅରାଜକତା ସୃଷ୍ଟି କରିପାରେ  ।

 

ଅଦାଲତ କହିଛନ୍ତି ଯେ ଆମେ ଦେଖିଛୁ ଯେ ଅଭିଯୁକ୍ତଙ୍କ ମଧ୍ୟ କିଛି ଅଧିକାର ଏବଂ ସୁରକ୍ଷା ରହିଛି । ଆଇନ ଅନୁଯାୟୀ ଆଇନ ଶୃଙ୍ଖଳା ଅନୁସରଣ ନକରି ଅଭିଯୁକ୍ତ କିମ୍ବା ଅପରାଧୀଙ୍କ ବିରୋଧରେ ରାଜ୍ୟ ତଥା କର୍ତ୍ତୃପକ୍ଷ କୌ ଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ । ଏଥିପାଇଁ ଜଣେ ଅଧିକାରୀ ମନମୁଖୀ କାର୍ଯ୍ୟାନୁଷ୍ଠାନ ପାଇଁ ଦାୟୀ ରହିବେ। ସୁପ୍ରିମକୋର୍ଟ କହିଛନ୍ତି ଆଇନକୁ ସମ୍ମାନ ନକରି ନିଆଯାଇଥିବା ବୁଲଡୋଜର କାର୍ଯ୍ୟ ଅସାମ୍ବିଧାନିକ ଅଟେ।

 

 

 

ଆମେରିକା ପ୍ରଶାସନରେ ବଡ଼ ପରିବର୍ତ୍ତନ, ଡିପାର୍ଟମେଣ୍ଟ ଅଫ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସିରେ ମସ୍କ ନିଯୁକ୍ତ

ୱାଂଶିଟନ: ଆମେରିକା ନିର୍ବାଚନ ଜିତି ସାରିଛନ୍ତି ଡୋନାଲ୍ଡ ଟ୍ରମ୍ପ  । ଏବେ ଏକ୍ସ ମାଲିକ ଏଲନ ମସ୍କଙ୍କୁ ଗୁରୁ ଦାୟିତ୍ବ। ସେହିପରି ବିବେକ ରାମସ୍ବାମୀଙ୍କ ଉପରେ ଭରସା ରଖିଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ପ୍ରଶାସନରେ ସ୍ବଚ୍ଛତା ଆଣିବା ଲାଗି ଡିପାର୍ଟମେଣ୍ଟ ଅଫ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସିରେ ମସ୍କ ଓ ରାମସ୍ବାମୀଙ୍କୁ ନିଯୁକ୍ତି ଦେଇଛନ୍ତି ଟ୍ରମ୍ପ। ସରକାରୀ ସ୍ତରରେ ଅମଲାତାନ୍ତ୍ରିକ ନିୟନ୍ତ୍ରଣ, ଅତ୍ୟଧିକ ନିୟାମକ ବ୍ଯବସ୍ଥା ହ୍ରାସ, ଅଯଥା ବ୍ୟୟବରାଦ ରୋକିବା, ସଂଘୀୟ ସଂସ୍ଥାଗୁଡିକୁ ପୁନର୍ଗଠନ କରିବା ଲାଗି ଏହି ନିଯୁକ୍ତି ଦିଆଯାଇଛି। ସେପଟେ ବିଶ୍ବର ସବୁଠାରୁ ଶକ୍ତିଶାଳୀ ଗୁଇନ୍ଦା ସଂସ୍ଥା ସିଆଇଏର ନିର୍ଦ୍ଦେଶକ ଭାବେ ନ୍ଯାସନାଲ ଇଣ୍ଟେଲିଜେନ୍ସର ପୂର୍ବତନ ନିର୍ଦ୍ଦେଶକ ଜନ ରାଟକ୍ଲିଫଙ୍କୁ ନିଯୁକ୍ତି ଦେଇଛନ୍ତି ଟ୍ରମ୍ପ। ଭାରତୀୟ ବଂଶୋଦ୍ଭବ କାଶ୍ଯପ କାସ୍ ପଟେଲ ଏହି ପଦବୀ ପାଇବେ ବୋଲି ଚର୍ଚ୍ଚା ଚାଲିଥିଲା।

ଟ୍ରମ୍ପଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  । ଉଦ୍ଦ୍ୟୋଗପତି ଏଲନ ମସ୍କ ଓ କନଜରଭେଟିଭ ନେତା ତଥା ବ୍ୟବସାୟୀ ବିବେକ ରାମାସ୍ବାମୀଙ୍କୁ ସରକାରୀ ଦକ୍ଷତା ବିଭାଗର ନେତୃତ୍ବ ନେବା ପାଇଁ ଭିଡିଓରେ କହିଛନ୍ତି ଟ୍ରମ୍ପ  ।ମସ୍କ ଓ ଟ୍ରମ୍ପ ନିର୍ବାଚନ ପ୍ରଚାର ବେଳେ ସରକାରୀ ଖର୍ଚ୍ଚ କମ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ  । ସରକାରୀ ତାନାଶାହୀ ଶେଷ କରିବା ସହ ଅନାବଶ୍ୟକ ଖର୍ଚ୍ଚ କମ କରିବା ପାଇଁ ଏହି ବିଭାଗ ସାହାଯ୍ୟ କରିବ  ।

ଟ୍ରମ୍ପ ସରକାରର ଯେଉଁ ବିଭାଗରେ ମସ୍କ କାମ କରିବେ ତାର ନାମ ଡୋଗ୍‌ ରହିବ । ମସ୍କଙ୍କ ସହ ଜଡିତ ଇଣ୍ଟରନେଟ ମିମ୍‌ ଓ କ୍ରିପ୍ଟୋକରେନ୍ସୀ ସହ ଏହି ନାମ ଜଡିତ  । ନାମ ଘୋଷଣା ପରେ ମସ୍କ ଏକ୍ସରେ ପୋଷ୍ଟ କରିଛନ୍ତି ଯେ ‘‘ଗଣତନ୍ତ୍ରକୁ ଧମକ, ନା ପ୍ରଶାସନିକ ଅଧିକାରୀଙ୍କୁ ଧମକ ।’’ସେହିପରି ରାମାସ୍ବାମୀ ସଙ୍ଘୀୟ ଏଜେନ୍ସୀରୁ ବ଼ଡ ଛଟେଇ ପାଇଁ ଘୋଷଣା କରିସାରିଲେଣି  । ମସ୍କ କହିଛନ୍ତି ସଙ୍ଘୀୟ ବଜେଟରୁ ସେ ୨ ଟ୍ରିଲିଅନ ଡଲାର ଖର୍ଚ୍ଚ କମ କରିବାକୁ ଚାହୁଁଛନ୍ତି  ।

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ହେଲିକପ୍ଟର ଯାଞ୍ଚ

ମୁମ୍ବାଇ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ହେଲିକପ୍ଟର ଯାଞ୍ଚ। ମହାରାଷ୍ଟ୍ର ଲାଟୁରରେ ଗଡକରୀଙ୍କ ଚପରକୁ ଯାଞ୍ଚ କରିଛନ୍ତି ନିର୍ବାଚନ କର୍ତ୍ତୃପକ୍ଷ। ଶିବସେନା ୟୁବିଟି ନେତା ଉଦ୍ଧବ ଠାକରେଙ୍କ ଦୁଇଟି ବ୍ଯାଗକୁ ୟାବତମାଲ ଓ ଲାଟୁରରେ ଯାଞ୍ଚ କରାଯିବା ପରେ ଗଡକରୀଙ୍କ ହେଲିକପ୍ଟର ବି ଯାଞ୍ଚ କରାଯାଇଛି। ମହାରାଷ୍ଟ୍ରରେ ନିର୍ବାଚନ ପ୍ରଚାର କାର୍ଯ୍ୟରେ ଯାଇଥିବାବେଳେ ଗଡକରୀ ଯାଞ୍ଚର ସମ୍ମୁଖୀନ ହୋଇଥିଲେ।

ପୂର୍ବରୁ ଗତ ସୋମବାର ଉଦ୍ଧବଙ୍କ ବ୍ଯାଗ ଯାଞ୍ଚକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ନିର୍ବାଚନ ପ୍ରକ୍ରିୟାରେ ତାଙ୍କୁ ଟାର୍ଗେଟ କରାଯାଉଛି ବୋଲି ଅଭିଯୋଗ କରିଥିଲେ ଉଦ୍ଧବ। ରାଜ୍ଯରେ ନିର୍ବାଚନ ଆଚରଣ ବିଧି କାର୍ଯ୍ୟକାରୀ ହେବା ପରେ ନିର୍ବାଚନ ଅଧିକାରୀ ଯାଞ୍ଚ ପ୍ରକ୍ରିୟା ଜାରି ରଖିଛନ୍ତି। ଉଦ୍ଧବ କହିଥିଲେ- ସେ ହେଉଛନ୍ତି ପ୍ରଥମ ନେତା ଯାହାଙ୍କ ବ୍ଯାଗ ଯାଞ୍ଚ ହୋଇଛି। ବିରୋଧୀଙ୍କୁ ଟାର୍ଗେଟ କରାଯାଉଛି ବୋଲି ଅଭିଯୋଗ କରିଥିଲା ମହାବିକାଶ ଅଘାଡି।

୧୫ କୋଟି ଠକେଇ ମାମଲାରେ ଝାଡଖଣ୍ଡ ହାଇକୋର୍ଟଙ୍କ ଧୋନିଙ୍କୁ ନୋଟିସ

ରାଞ୍ଚି: ମହେନ୍ଦ୍ର ସିଂ ଧୋନିଙ୍କୁ ଝାଡଖଣ୍ଡ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ନଭେମ୍ବର ୧୨ରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଏହି ନୋଟିସ୍ ଗ୍ରହଣ କରିଛନ୍ତି । ଠକେଇ ମାମଲାରେ ତାଙ୍କ ପକ୍ଷ ଉପସ୍ଥାପନ କରିବାକୁ ନୋଟିସ୍‌ରେ ନିର୍ଦ୍ଦେଶ ଦିଆଯାଇଛି। ଧୋନିଙ୍କ ପୂର୍ବତନ ଅଂଶୀଦାର ମିହିର ଦିୱାକର ଏବଂ ସୋମିଆ ଦାସ, ଆର୍କା ସ୍ପୋର୍ଟସ ଆଣ୍ଡ ମ୍ୟାନେଜମେଣ୍ଟ ଲିମିଟେଡରେ ନିବେଶକ ଅଟନ୍ତି। ଧୋନି ତାଙ୍କ ବିରୋଧରେ ଠକେଇ ମାମଲା ଦାୟର କରିଛନ୍ତି। ଧୋନି ଜାନୁଆରୀ ୫ରେ ଏହି ମାମଲା ଦାୟର କରିଥିଲେ। ଧୋନିଙ୍କ ସମାନ ଅଭିଯୋଗ ବିରୋଧରେ ମିହିର ଏବଂ ସୋମିଆ ମଧ୍ୟ ଏକ ପିଟିସନ ଦାଖଲ କରିଥିଲେ।

ପୂର୍ବତନ ଭାରତୀୟ ଅଧିନାୟକ ଧୋନିଙ୍କ  ବ୍ୟବସାୟିକ ସହଯୋଗୀ ଭାବେ ଜଣାଶୁଣା ସୋମିଆ ଦାସ ଏବଂ ମିହିର ଦିୱାକର ଧୋନିଙ୍କ ଜଣେ ଭଲ ବନ୍ଧୁ ମଧ୍ୟ । ଏହି ବର୍ଷ ଜାନୁଆରୀରେ ଧୋନି ଅଭିଯୋଗ କରିଥିଲେ ଯେ ଉଭୟେ ତାଙ୍କ ନାମର ଅପବ୍ୟବହାର କରି ୧୫ କୋଟି ଟଙ୍କା ଠକେଇ କରିଛନ୍ତି  ।

ଅନ୍ୟପଟେ ମିହିର ଦିୱାକର ଏବଂ ସୋମିଆ ଦାସ ଏହି ଘଟଣାରେ ଝାଡଖଣ୍ଡ ହାଇକୋର୍ଟଙ୍କ ନିକଟକୁ ଯାଇ ସେଠାରେ ରାଞ୍ଚିର ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି। ସମାନ ମାମଲା ହାଇକୋର୍ଟରେ ଶୁଣାଣି ହୋଇଥିଲା। ଏବେ ଦେଖିବାକୁ ବାକି ରହିଲା ଧୋନି ନୋଟିସ ପାଇବା ପରେ କେତେ ଦିନ ତାଙ୍କ ପକ୍ଷ ଉପସ୍ଥାପନ କରିବେ। କାରଣ ଯେଉଁ ତାରିଖ ସୁଦ୍ଧା ସେମାନଙ୍କ ମାମଲା ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ସେ ସମ୍ବନ୍ଧରେ କୌଣସି ଠୋସ୍ ସୂଚନା ନାହିଁ।

 

ଧୋନି ଏବେ ଆଇପିଏଲ୍ ୨୦୨୫ ଖେଳିବା ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି  । ଆସନ୍ତା ସିଜିନ ପାଇଁ ସିଏସକେ ତାଙ୍କୁ 4 କୋଟି ଟଙ୍କାରେ କିଣିଛି ।

 

ବନ୍ଧଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କୁ ହତ୍ଯା ଅଭିଯୋଗ

ଭଦ୍ରକ: ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ବନ୍ଧଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରାଉତଙ୍କୁ ହତ୍ଯା ଅଭିଯୋଗ। ପୂର୍ବତନ ସରପଞ୍ଚ ତଥା ଆମ୍ବରୋଳୀ ସେବା ସମବାୟ ସମିତିର ସଭାପତି ଚିତ୍ତରଞ୍ଜନ ରାଉତ। ଗତକାଲି ପଡୋଶୀ ଗାଁରେ ଅଷ୍ଟପ୍ରହରୀକୁ ଯାଇ ଆଉ ଫେରିନଥିଲେ ।

ଆଜି ଗାଁ ନିକଟସ୍ଥ ଏକ ବିଲରେ କ୍ଷତାକ୍ତ ଅବସ୍ଥାରେ ପଡ଼ିଥିଲା ମୃତଦେହ। ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ମୁଣ୍ଡରେ ଧାରୁଆ ଅସ୍ତ୍ରରେ ଗଭୀର ଆଘାତ ଥିବା ଦେଖିବାକୁ ମିଳିଛି। ରାଜନୈତିକ ଶତୃତା କାରଣରୁ ହତ୍ଯା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଅଧିକ ତଦନ୍ତ ଚଳାଇଛି ପୋଲିସ।

ଆଜି ବଡ଼ଓଷା ପାଇଁ ଧବଳେଶ୍ଵରଙ୍କ ପୀଠରେ ପ୍ରବଳ ଭିଡ଼

କଟକ: ଆଜି ବଡ଼ଓଷା। ଧବଳେଶ୍ଵରଙ୍କ ପୀଠରେ ପ୍ରବଳ ଭିଡ଼ । ବଡ଼ଓଷାରେ ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର। ରାତି ୩ଟାରେ ପହଡ଼ ଖୋଲାଯାଇ ସମସ୍ତ ନୀତିକାନ୍ତି ସରିବା ପରେ ସାଧାରଣ ଦର୍ଶନ ପାଇଁ ଦ୍ଵାରଫିଟା ଯାଇଥିଲା।

ପୀଠରେ ଶୃଙ୍ଖଳିତ ଦର୍ଶନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧିକ୍ଷଣରେ ଲାଗି ହେବ ବାବା ଧବଳେଶ୍ବରଙ୍କର ଅତିପ୍ରିୟ ଭୋଗ ଗଜଭୋଗ ଓ ତରଣ। ଶାନ୍ତିଶୃଙ୍ଖଳାର ସହ ଦର୍ଶନ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଆଜି ୱାଇନାଡ ଉପନିର୍ବାଚନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ପ୍ରିୟଙ୍କା ଗାନ୍ଧୀ

ୱାଇନାଡ: ଆଜି କେରଳ ୱାୟନାଡରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ଭାଗ୍ଯ ପରୀକ୍ଷା। ପ୍ରିୟଙ୍କାଙ୍କ ବିରୋଧରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ନବ୍ଯା ହରିଦାସ। ସେ ବିଜେପି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦକ ଅଛନ୍ତି। ତେଣେ ଇଣ୍ଡି ମେଣ୍ଟକୁ ଅଗ୍ରାହ୍ୟ କରି ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ସିପିଆଇ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଦଳର ସାଧାରଣ ସମ୍ପାଦକ ସଥ୍ୟନ ମୋକେରି ।

ଶାସକ ଏଲଡିଏଫ ପକ୍ଷରୁ ସେ ପ୍ରାର୍ଥୀ ହୋଇଛନ୍ତି । ୧୯୮୭ରୁ ୨୦୦୧ ଯାଏ ନାଦାପୁରମ ବିଧାନସଭା କ୍ଷେତ୍ରରୁ ତିନିଥର ବିଧାୟକ ଥିଲେ ମେକେରି । ସେ ବି ଜଣେ ଚାଷୀ ନେତା । ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧୀ ସିପିଆଇର ଆନ୍ନି ରାଜାଙ୍କୁ ୩ ଲକ୍ଷ ୬୪ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ ।

ପଞ୍ଚକ ବ୍ରତର ଆଜି ଦ୍ଵିତୀୟ ଦିନରେ ବାଙ୍କଚୁଡା ବେଶରେ ଦର୍ଶନ ଦେବେ ମହାପ୍ରଭୁ

0

ପୁରୀ: ପବିତ୍ର କାର୍ତ୍ତିକ ମାସ ପଞ୍ଚକ ବ୍ରତର ଆଜି ଦ୍ଵିତୀୟ ଦିନ। ବାଙ୍କଚୁଡା ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଧର୍ମମାସ କାର୍ତ୍ତିକର ପଞ୍ଚକ ବ୍ରତ ଚାଲିଥିବାରୁ ପୁରୀରେ ହଜାର ହଜାର ସଂଖ୍ଯାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ବ୍ଯାରିକେଡ ଦେଇ ସିଂହଦ୍ଵାରରେ ମନ୍ଦିରକୁ ପ୍ରବେଶ କରୁଛନ୍ତି ଭକ୍ତ।

ଶ୍ରଦ୍ଧାଳୁଙ୍କ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ମରିଚିକୋଟ ଛକରୁ ହୋଇଛି ବ୍ୟାରିକେଡ଼ । ମାର୍କେଟ ଛକ ଠାରୁ ନୋ ଭେଇକିଲ ଜୋନ । ସମୁଦ୍ର ଓ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଲାଇଫଗାର୍ଡଙ୍କ ସହ ପୋଲିସ ମୁତୟନ କରାଯାଇଛି। ଗତକାଲି ପ୍ରବଳ ଭିଡ଼ ଥିବାରୁ ପୁରୀ ଶ୍ରୀମନ୍ଦିର ସିଂହଦ୍ୱାରରେ ଠେଲାପେଲା ହୋଇଥିଲା। ପତିତପାବନ ବ୍ୟାରିକେଡ୍‌ ନିକଟରେ ଠେଲାପେଲା ହୋଇଥିଲେ ଭକ୍ତ। ପ୍ରଶାସନ ଓ ପୋଲିସ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଭକ୍ତଙ୍କ ପ୍ରବେଶ ଉପରେ ନିୟନ୍ତ୍ରଣ ନଥିବାରୁ ସେଠାରେ ଠେଲାପେଲା ହୋଇଥିଲା।

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ

ରାଞ୍ଚି: ଆଜି ଝାଡ଼ଖଣ୍ଡ ଭୋଟ। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ। ମୋଟ ୮୧ ଆସନରୁ ପ୍ରଥମ ପର୍ଯ୍ୟାୟରେ ୪୩ ଆସନରେ ହେଉଛି ମତଦାନ। ମଇଦାନରେ ଅଛନ୍ତି ୬୮୩ ପ୍ରାର୍ଥୀ। ଜମସେଦପୁର ପଶ୍ଚିମରେ ସର୍ବାଧିକ ୨୮ ଜଣ ପ୍ରାର୍ଥୀ ଅଛନ୍ତି। ଜଗନ୍ନାଥପୁରରେ ଅଛନ୍ତି ସବୁଠୁ କମ୍ ୮ ଜଣ ପ୍ରାର୍ଥୀ। ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇଥିବାବେଳେ ସଂଧ୍ଯା ୬ଟା ପର୍ଯ୍ୟନ୍ତ ଏହା ଚାଲିବ। ଝାଡ଼ଖଣ୍ଡର ୧୫ ଜିଲ୍ଲାର ୪୩ ଆସନରେ ଭୋଟଗ୍ରହଣ ହେଉଛି।

ପ୍ରଥମ ପର୍ଯ୍ୟାୟ ଲାଗି ଝାଡ଼ଖଣ୍ଡରେ ୨ କୋଟି ୬୦ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ୬୮୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୦୯ ପୁରୁଷ ଏବଂ ୭୩ ଜଣ ମହିଳା ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ଜଣେ ତୃତୀୟ ଲିଙ୍ଗୀ ପ୍ରାର୍ଥୀ ରହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୩୫ ପ୍ରାର୍ଥୀ କୋଟିପତି ରହିଛନ୍ତି। ଯେଉଁଠିକି ୧୭୪ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି। ଭୋଟିଂ ଲାଗି ୨୯ ହଜାର ୫୬୨ ବୁଥ କରାଯାଇଛି। ୪୩ ଆସନ ମଧ୍ୟରୁ ୧୭ ସାଧାରଣ ବର୍ଗ, ୨୦ ଆସନ ଅନୁସୂଚିତ ଜନଜାତି ଏବଂ ୬ ଆସନ ଅନୁସୂଜିତ ଜାତି ବର୍ଗର ରହିଛି।୨୦ ହଜାର ୨୮୧ ସ୍ଥାନରେ ଏହି ସବୁ ବୁଥ ରହିଛି। ସହରାଞ୍ଚଳରେ ୫ ହଜାର ୪୨ ବୁଥ ରହିଛି। ୨୪ ହଜାର ୫୨୦ ବୁଥ ଗ୍ରାମାଞ୍ଚଳରେ ରହିଛି। ୪୩ ଆସନ ମଧ୍ୟରୁ ୨୯ ଆସନ ସମ୍ବେଦନଶୀଳ କ୍ଷେତ୍ର ଘୋଷଣା କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ଯେଉଁ ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଷଢ଼େଇକଳାରୁ ବିଜେପି ପ୍ରାର୍ଥୀ ଚମ୍ପାଇ ସୋରେନ । ଘଟଶିଳାରୁ ଲଢୁଛନ୍ତି ଚମ୍ପାଇଙ୍କ ପୁଅ ବାବୁଲାଲ ସୋରେନ। ପୋଟକାରୁ ଲଢୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ପତ୍ନୀ ମୀରା ମୁଣ୍ଡା। ଜାମସେଦପୁର ପୂର୍ବ ଆସନରୁ ଲଢୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ ସାହୁ। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର। ସେହିପରି ଜଗନ୍ନାଥପୁର ଆସନରୁ ଲଢୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କ ପତ୍ନୀ ଗୀତା । ରାଞ୍ଚିରୁ ଲଢୁଛନ୍ତି ଜେଏମଏମ ହେଭିୱେଟ ମହୁଆ ମାଝୀ।

ରାଜ୍ୟରେ ମୋଟ ୨ କୋଟି ୬୦ ଲକ୍ଷରୁ ଅଧିକ ଭୋଟର୍ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧ କୋଟି ୩୧ ଲକ୍ଷ ପୁରୁଷ ଓ ୧ କୋଟି ୨୯ ଲକ୍ଷ ହେଉଛନ୍ତି ମହିଳା ଭୋଟର। ନଭେମ୍ଵର ୨୦ରେ ହେବ ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ୨୩ରେ ଅଛି ଗଣତି। ୨୦୧୯ବିଧାନସଭା ନିର୍ବାଚନରେ ଜେଏମମ-କଂଗ୍ରେସ-ଆରଜେଡି ମେଣ୍ଟ ୮୧ଟି ଆସନରୁ ୪୭ଟି ଆସନରେ ବିଜୟୀ ହୋଇଥିଲେ। ଜେଏମଏମକୁ ୩୦ଟି, କଂଗ୍ରେସକୁ ୧୬ଟି ଓ ଆରଜେଡିକୁ ଗୋଟିଏ ଆସନ ମିଳିଥିଲା। ବିଜେପି ଏକାକୀ ନିର୍ବାଚନ ଲଢ଼ି ୨୫ଟି ଆସନ ପାଇଥିଲା।