spot_img
Home Blog Page 1486

ଭୁବନେଶ୍ବର ରବି ଟକିଜ୍ ଛକ ଡାଇମଣ୍ଡ ସେଲୁନ ଆଣ୍ଡ ସ୍ପା’ରେ ଉତ୍ତେଜନା

ଭୁବନେଶ୍ବର: ଭୁବନେଶ୍ବର ରବି ଟକିଜ୍ ଛକ ଡାଇମଣ୍ଡ ସେଲୁନ ଆଣ୍ଡ ସ୍ପାରେ ଉତ୍ତେଜନା। ଜଣେ ଯୁବତୀଙ୍କୁ ଜବରଦସ୍ତ ଖରାପ କାର୍ଯ୍ୟରେ ନିୟୋଜିତ କରିବାରୁ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ପୋଲିସ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଛି।

ରବି ଟକିଜ୍ ଛକରେ ଥିବା ଡାଇମଣ୍ଡ ସେଲୁନ ଓ ସ୍ପାରେ ସେକ୍ସ ରାକେଟ ଚାଲୁଥିବା ନେଇ ପୋଲିସ ସନ୍ଦେହ କରି ଚଢାଉ କରିଥିଲା। ସେଠାରୁ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ଜଣେ ଯୁବକଙ୍କୁ ଅଟକ ରଖିଛି ପୋଲିସ। ସ୍ପାରୁ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ ହୋଇଥିବା ଜଣାପଡିଛି।

ଆରଆଇ ଅମିନ ନିଯୁକ୍ତିରେ ଜାଲିଆତି ମାମଲା; ରାଷ୍ଟ୍ରପତିଙ୍କୁ ଚିଠି ପଠାଇବେ ପରୀକ୍ଷାର୍ଥୀ

କଟକ: ଆର୍ ଆଇ ଅମିନ ନିଯୁକ୍ତିରେ ଜାଲିଆତି ମାମଲା । ଏହି ଅଭିଯୋଗ ନେଇ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ପରୀକ୍ଷାର୍ଥୀ। ସୂଚନା ଅନୁଯାୟୀ, ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଷ୍ଟୁଡେଣ୍ଟସ ଏଗ୍ନେଷ୍ଟ କର୍ପୋରେସନ ନେତୃତ୍ୱରେ ଶହ ଶହ ଆଶାୟୀ ଯୁବକ ଯୁବତୀ ପରୀକ୍ଷା ବାତିଲ ଓ ନିଯୁକ୍ତିରେ ଦୁର୍ନୀତି ନେଇ ରାଷ୍ଟ୍ରପତିଙ୍କୁ ଚିଠି ପଠାଇଛନ୍ତି। ଏହି ମାମଲାରେ ହସ୍ତକ୍ଷେପ କରିବାକୁ ତାଙ୍କୁ ଅନୁରୋଧ କରାଯାଇଛି । କଟକ ଅରୁଣୋଦୟ ମାର୍କେଟ ପୋଷ୍ଟ ଅଫିସରେ ଏଥିପାଇଁ ଶହ ଶହ ପିଲା ଏକାଠି ହୋଇଛନ୍ତି।

ଚାରି ମାସ ହେବ ନିଖୋଜ ଯୁବକଙ୍କ ମିଳୁନି ପତ୍ତା କିନ୍ତୁ ମିଳିଲା ପର୍ସ

ବାଲେଶ୍ୱର: ଚାରି ମାସ ହେବ ନିଖୋଜ ଯୁବକଙ୍କ ମିଳୁନି ପତ୍ତା। ଯୁବକଙ୍କ ପର୍ସ ମିଳିଥିବା ବେଳେ କିନ୍ତୁ ଯୁବକଙ୍କ ପତ୍ତା ମିଳିପାରି ନାହିଁ। ପରିବାର ଲୋକେ ଅନେକ ଖୋଜାଖୋଜି କଲେ ମଧ୍ୟ କିଛି ଖୋଜ ଖବର ମିଳିପାରି ନାହିଁ । ସୂଚନା ଅନୁଯାୟୀ, ଉଦଳା ଥାନା କଇଁସାରୀ ଗାଁର ରାଜେଶ କୁମାର ମୁଖୀ ନିଖୋଜ ଅଛନ୍ତି। ଉଦଳା ଏନଏସି ଅଧୀନରେ ସ୍ୱିପର ଭାବେ କାର୍ଯ୍ୟ କରନ୍ତି ରାଜେଶ। ଗତ ଜୁନ ୧୪ ତାରିଖରେ ବାଲେଶ୍ବରରେ ଶ୍ୱଶୁର ଘରେ ଥିବା ସ୍ତ୍ରୀଙ୍କ ନିକଟକୁ ଯାଉଥିଲେ। ୬ ଦିନ ପରେ ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ଫୋନ କରିଥିଲେ। ରାଜେଶଙ୍କ ଫୋନ ବନ୍ଦ ଥିବାରୁ ପତ୍ନୀଙ୍କୁ ଫୋନ କରିଥିଲେ ପରିବାର। କିନ୍ତୁ ପତ୍ନୀ ରାଜେଶ ଶ୍ୱଶୁର ଘରେ ପହଂଚି ନଥିବାର ଜଣାଇଥିଲେ। ଅନେକ ଖୋଜାଖୋଜି ପରେ ବି କୌଣସି ପତ୍ତା ନମିଳିବାରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରିବାର ଲୋକଙ୍କ ଖୋଜାଖୋଜି ଭିତରେ ବାଲେଶ୍ୱର ବସ୍ ଷ୍ଟାଣ୍ଡରୁ ରାଜେଶଙ୍କ ପର୍ସ ମିଳିଛି କିନ୍ତୁ ରାଜେଶଙ୍କର ପତ୍ତା ମିଳିପାରିନି।

ରେଲୱେ ଜେଇଙ୍କ ଘରୁ ୩୫ ଭରିରୁ ଅଧିକ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ନନ୍ଦିଘୋଷ ବ୍ୟୁରୋ: ବନ୍ଧମୁଣ୍ଡା ଡିଜେଲ କଲୋନୀରେ ରେଲୱେ ଜେଇଙ୍କ ଘରୁ ସଶସ୍ତ୍ର ଡକାୟତି। ଦୁର୍ବୃତ୍ତ ଘରେ ପଶି ଜେଇଙ୍କୁ ବାନ୍ଧି ପରିବାର ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟି ନେଇଛନ୍ତି ୩୫ ଭରିରୁ ଅଧିକ ସୁନା ଅଳଙ୍କାର ଓ ନଗଦ ୧୦ ହଜାର ଟଙ୍କା। ସୂଚନା ଅନୁଯାୟୀ, ରେଲୱେ ଜେଇ ଦିଲ୍ଲୀପ ପଣ୍ଡାଙ୍କ ଘର ବାଉଣ୍ଡରୀ ଭାଙ୍ଗି ଓ ଝରକା ଲୁହାକୁ କଟରରେ କାଟି ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଡକାୟତି କରିବା ସମୟରେ ସିସିଟିଭିକୁ ମଧ୍ୟ ଭାଙ୍ଗି ଦିଆଯାଇଥିବା ଜଣାପଡିଛି। ଏନେଇ ବନ୍ଧମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି ଜେଇ । ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

କୋଲକତା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣା, ମଙ୍ଗଳବାର ସୁଦ୍ଧା ଦାବି ପୂରଣ ନହେଲେ ଆଗକୁ ବଡ଼ ଆନ୍ଦୋଳନ

ନନ୍ଦିଘୋଷ ବ୍ୟୁରୋ:  ପଶ୍ଚିମବଙ୍ଗରେ ଜୁନିଅର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣା। ସରକାରଙ୍କୁ ଆରଜି କର ଡାକ୍ତରଙ୍କ ପକ୍ଷରୁ ଅଲଟିମେଟମ ଦିଆଯାଇଛି। ୧୦ ଦଫା ଦାବି ପୂରଣ ପାଇଁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଦେଇଛନ୍ତି ଆନ୍ଦୋଳନରତ ଡାକ୍ତର। ମଙ୍ଗଳବାର ସୁଦ୍ଧା ଦାବି ପୂରଣ ନହେଲେ ଆଗକୁ ବଡ଼ ଆନ୍ଦୋଳନ କରିବାର ଚେତାବନୀ ଦେଇଛନ୍ତି। ୨ ମାସ ହେବ ଧର୍ମତାଲାରେ ଅନଶନ ଜାରି ରହିଛି। ଆଇଏମଏ ଆନ୍ଦୋଳନକୁ ସମର୍ଥନ କରିଛି। ‘

କୋଲକାତା ଆର୍ ଜି କର ହସ୍ପିଟାଲରେ ଅଗଷ୍ଟ ୯ ତାରିଖରେ ଟ୍ରେନିଂ ଡାକ୍ଟରଙ୍କୁ ଦୁଷ୍କର୍ମ ହୋଇଥିଲା। ହତ୍ୟା ମାମଲାକୁ ନେଇ ଆନ୍ଦୋଳନ କରିଆସୁଛନ୍ତି ଡାକ୍ତର। ଗତ ୧୫ଦିନ ଧରି ଡାକ୍ତର ଆମରଣ ଅନଶନ ଆରମ୍ଭ କରିଛନ୍ତି।

ଆଜି ରାହୁଲ ଗାନ୍ଧୀଙ୍କ ରାଞ୍ଚି ଗସ୍ତ, କଂଗ୍ରେସ କର୍ମୀଙ୍କ ମଧ୍ୟରେ ଆଶା ସଞ୍ଚାର

ଝାଡ଼ଖଣ୍ଡ: ହରିୟାଣାରେ ପରାଜୟର ସମ୍ମୁଖୀନ ପରେ ଝାଡ଼ଖଣ୍ଡରେ ଅଣ୍ଟା ଭିଡୁଛି କଂଗ୍ରେସ । ଆଜି ରାଞ୍ଚି ଗସ୍ତରେ ଯିବେ ରାହୁଲ ଗାନ୍ଧୀ । ବିଧାନସଭା ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀ ରାଞ୍ଚି ଗସ୍ତରେ ଆସିବା ଖବର ମିଳିବା ପରେ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଝାଡ଼ଖଣ୍ଡର ୮୧ ବିଶିଷ୍ଟ ଆସନରେ ୨ଟି ପର୍ଯ୍ଯାୟରେ ମତଦାନ ହେବ । ନଭେମ୍ଵର ୧୩ ଓ ୨୦ ର ମତଦାନ ପାଇଁ ଶୁକ୍ରବାର ଦିନ ୪୩ ଗୋଟି ଆସନରେ ନାମାଙ୍କନ ଭରିବେ ଆଶାୟୀ । ଆସନ ବୁଝାମଣା ଚୁକ୍ତି ଏବଂ ପ୍ରାର୍ଥୀ ତାଲିକା ଘୋଷଣା କରିବା ପାଇଁ ଉଭୟ ଶାସକ ଏବଂ ବିରୋଧୀ ଶିବିର ୱାଚ୍ ମୋଡରେ ରହିଛନ୍ତି ।

ସେପଟେ ଶାସକ ମିଳିତ ମଞ୍ଚର ଅଂଶବିଶେଷ ଥିବା ଗ୍ରାଣ୍ଡ ପୁରୁଣା ଦଳ କଂଗ୍ରେସ ଅକ୍ଟୋବର ୧୯ ପରେ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିପାରେ ବୋଲି ଦଳର ବରିଷ୍ଠ ନେତାମାନେ ମତପ୍ରକାଶ କରିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ହରିୟାଣାରେ ବିପର୍ଯ୍ୟୟ ପରେ ଉତ୍ତର ପ୍ରଦେଶ ଉପ-ନିର୍ବାଚନରେ କଂଗ୍ରେସ ନିଜର ବୁଝାମଣା ଶକ୍ତି ହରାଇବ କି ? ରାହୁଲ ଗାନ୍ଧୀଙ୍କ ବୈଠକ ପୂର୍ବରୁ ପ୍ରସ୍ତୁତି ବିଷୟରେ ଅନୁଧ୍ଯାନ ପାଇଁ ଗୁରୁବାର ଦିନ ରାଞ୍ଚିରେ ପହଞ୍ଚିଥିବା ଝାଡ଼ଖଣ୍ଡ ଆଫେୟାର୍ସର ମୁଖ୍ଯ ଗୁଲାମ ଅହମ୍ମଦ ମୀର କହିଛନ୍ତି । ସେ କହିଛନ୍ତି ଆମର ସହଯୋଗୀ ଦଳ ମାନଙ୍କ ସହିତ ଆସନ ବୁଝାମଣା ଆଲୋଚନା ଉପରେ ସମାନ୍ଯ ମତ ପ୍ରାର୍ଥକ୍ଯ ରହିଛି । ଅକ୍ଟୋବର ୧୯ ପରେ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ସେ କହିଛନ୍ତି ।

ଏମିତି ସୁରକ୍ଷା ଭିତରେ ସୁଟିଂ କଲେ ସଲମାନ୍

ମୁମ୍ୱାଇ: ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ବଢାଇ ଦିଆଯାଇଛି। ଶୁକ୍ରବାର ଦିନ ପୁଣି ଥରେ ସଲମାନଙ୍କୁ ହତ୍ୟା ଧମକ ମିଳିଛି। ଲଗାତାର ଧମକ ସତ୍ତ୍ୱେ ସଲମାନ ସୁଟିଂକୁ ଫେରିଛନ୍ତି। ପ୍ରତି ଶୁକ୍ରବାର ସେ ‘ବିଗ୍ ବସ୍’ ପାଇଁ ୱିକେଣ୍ଡ୍ କା ଭାର୍ ଶୁଟ୍ କରନ୍ତି | ସେ ୧୮ ଅକ୍ଟୋବରରେ ‘ବିଗ୍ ବସ୍’ ପାଇଁ ମଧ୍ୟ ସୁଟିଂ କରିଥିଲେ। ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ପ୍ରଥମ ଥର କାମକୁ ଫେରିଛନ୍ତି। ଶୁଟିଂ ସେଟରେ ସୁରକ୍ଷା ବ୍ୟବସ୍ତା କଡାକଡି କରାଯାଇଛି ।

ଏପ୍ରିଲ୍ ମାସରେ ଗାଲାକ୍ସି ଆପାର୍ଟମେଣ୍ଟରେ ଗୁଳି ବିନିମୟ ପରେ ଯେତେବେଳେ ସଲମାନ ମୁମ୍ବାଇର ଫିଲ୍ମ ସିଟିରେ ଶୁଟିଂ କରୁଥିଲେ, ସେତେବେଳେ ତାଙ୍କୁ Y ସିକ୍ୟୁରିଟି, ପୋଲିସ୍ ଟିମ୍ ଏବଂ ତାଙ୍କର ବ୍ୟକ୍ତିଗତ ସିକ୍ୟୁରିଟିଙ୍କୁ ଦେଖିବାକୁ ମିଳିଥିଲା। ଫିଲ୍ମ ସିଟିରେ ମୁମ୍ୱାଇ ପୋଲିସର କଡା ନଜର ରହିଥିଲା ଏହି ସୁରକ୍ଷାକୁ ଦେଖି କଳ୍ପନା କରାଯାଉଥିଲା ଯେ ବାବା ସିଦ୍ଦିକିଙ୍କ ହତ୍ୟା ପରେ ଯେତେବେଳେ ସଲମାନ ‘ବିଗ୍ ବସ୍’ର ସେଟକୁ ଆସିବେ, ସେତେବେଳେ ଫିଲ୍ମ ସିଟିରେ ପୂର୍ବଠାରୁ ଅଧିକ କଡା ସୁରକ୍ଷା ଦେଖିବାକୁ  ମିଳିବ। କିନ୍ତୁ ବିଗ୍ ବସ୍ ୱିକେଣ୍ଡ କା ଭାରଙ୍କୁ କେବଳ ତାଙ୍କର ବ୍ୟକ୍ତିଗତ ସିକ୍ୟୁରିଟି ଏବଂ ସରକାରଙ୍କ ପକ୍ଷରୁ ଦିଆଯାଇଥିବା  (Y +) ସିକ୍ୟୁରିଟି ସହିତ ସଲମାନ ସୁଟିଂ କରିଥିଲେ। ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାରେ ଅଧିକ ପରିବର୍ତ୍ତନ କରାଯାଇ ନାହିଁ ।

ବର୍ତ୍ତମାନ, ସଲମାନଙ୍କ ସହ ପ୍ରାୟ ୫୦ ରୁ ୬୦ ଜଣ ସିକ୍ୟୁରିଟି ଫୋର୍ସ ତାଙ୍କ ସହିତ ଯାତ୍ରା କରନ୍ତି । ଏହି ଫୋର୍ସ ମଧ୍ୟରେ ସଲମାନଙ୍କ ଅଙ୍ଗରକ୍ଷୀ ଶେରା ଏବଂ ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ସହିତ ୮ରୁ ୧୦ ସଶସ୍ତ୍ର ପୋଲିସ ଅଧିକାରୀ ଏବଂ ଦୁଇଟି କମାଣ୍ଡୋ ଅଛନ୍ତି। ସଲମାନଙ୍କ ଏହି ବ୍ୟକ୍ତିଗତ ସୁରକ୍ଷା ବ୍ୟତୀତ ପ୍ରତ୍ୟେକ ‘ୱିକେଣ୍ଡ୍ କା ଭାର୍’ର ସୁଟିଂ ପରି ଏଥର ବିଗ୍ ବସ୍ ସେଟରେ ସୁରକ୍ଷା କର୍ମଚାରୀ ଏବଂ ବାଉନ୍ସର୍ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରତ୍ୟେକ ‘ୱିକେଣ୍ଡ୍ କେ ଭାର୍’ ପରି, ଏଥର ମଧ୍ୟ ସଲମାନ ଦର୍ଶକଙ୍କ ସହ ଶୁଟିଂ କରିଛନ୍ତି । କ୍ରମାଗତ ଧମକ ପାଇବା ପରେ ସଲମାନ ଦର୍ଶକଙ୍କ ସହ ସୁଟିଂ କରିଛନ୍ତି । ଏଥିସହ ଦର୍ଶକଙ୍କୁ ବ୍ୟାଗ, ଫୋନ୍ କିମ୍ବା ଘଡି କୌଣସି ଜିନିଷ ନିଜ ସହିତ ସେଟକୁ ନେଇପାରିବେ ନାହିଁ। ସମସ୍ତଙ୍କୁ ସେମାନଙ୍କର ନିଜସ୍ୱ ଲକର ଦିଆଯାଏ, ଯେଉଁଠାରେ ସେମାନେ ସେମାନଙ୍କର ଜିନିଷ ରଖିଥାନ୍ତି ।

ସମୁଦ୍ରରେ ଦାନା ବାନ୍ଧିଲାଣି ବାତ୍ୟା ‘ଦାନା’, ଏନେଇ ଆଲର୍ଟ ଜାରି

ନନ୍ଦିଘୋଷ ବ୍ୟୁରୋ: ଅଶାନ୍ତ ହେବାରେ ଲାଗିଛି ସମୁଦ୍ର । ସମୁଦ୍ରରେ ଦାନା ବାନ୍ଧିଲାଣି ବାତ୍ୟା ‘ଦାନା’। ଏନେଇ ଆଲର୍ଟ ଜାରି ହୋଇଛି।  ପାଣିପାଗ ବିଭାଗ କହିଛି ଯେ, ଦକ୍ଷିଣ ପଶ୍ଚିମବଙ୍ଗରୁ ଦକ୍ଷିଣ ଭାରତ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ଏହି ଘୂର୍ଣ୍ଣିବଳୟ ୨୪ ରୁ ୨୬ ଅକ୍ଟୋବର ମଧ୍ୟରେ ଉପକୂଳକୁ ଛୁଇଁବ । ଏହା ଦ୍ୱାରା ଭାରତ, ବାଂଲାଦେଶ ଏବଂ ମିଆଁମାର ଅଧିକ ପ୍ରଭାବିତ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ଭାରତର ଦ୍ୱୀପପୁଞ୍ଜରେ ଲଗାଣ ବର୍ଷା ଯୋଗୁଁ  ଅବସ୍ଥା ଖରାପ ରହିଛି। ଚେନ୍ନାଇରୁ ବେଙ୍ଗାଲୁରୁ ଏବଂ ପଣ୍ଡିଚେରୀରୁ ଥିରୁବନନ୍ତପୁରମ୍ ପର୍ଯ୍ୟନ୍ତ ବର୍ଷା ହେଉଛି। ବନ୍ୟା ଯୋଗୁଁ ଜନଜୀବନ ବ୍ୟାହତ ହୋଇଛି। ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ଉତ୍ତର ତାମିଲନାଡୁ, ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ତାମିଲନାଡୁ, ରୟାଲ୍ ସୀମା, କର୍ଣ୍ଣାଟକ ଏବଂ କେରଳରେ ହାଲୁକାରୁ ମଧ୍ୟମ ବର୍ଷା ହେବ। କେରଳ, ତେଲେଙ୍ଗାନା, ଉପକୂଳ ଆନ୍ଧ୍ରପ୍ରଦେଶ, ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡର କିଛି ଅଂଶ, କୋଙ୍କଣ ଏବଂ ଗୋଆ, ମଧ୍ୟପ୍ରଦେଶ ଏବଂ ମରାଠୱାଡା ଉପରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି। ସିକ୍କିମ୍, ଉତ୍ତର ପୂର୍ବ ଭାରତ, ଛତିଶଗଡ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିଦର୍ଭ ଏବଂ ଦକ୍ଷିଣ ଗୁଜୁରାଟ ଉପରେ ହାଲୁକା ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ସାପ କାମୁଡ଼ାରେ ବାପ ଝିଅଙ୍କ ମୃତ୍ୟୁ

ବୌଦ୍ଧ: ବୌଦ୍ଧ ଜିଲ୍ଲା ଚାରିଛକରେ ଅଭାବନୀୟ ଘଟଣା। ସାପ କାମୁଡ଼ାରେ ବାପ ଝିଅଙ୍କର ମୃତ୍ୟୁ ହୋଇଛି। ଘରେ ଶୋଇଥିବା ବେଳେ ବାପା ସୁଶାନ୍ତ କହଁର ଓ ଝିଅ ଲିପି କହଁରଙ୍କୁ ସାପ କାମୁଡ଼ିଥିଲା। ସାପ କାମୁଡିବା ଜାଣି ବାପା ଚିତ୍କାର କରିଥିଲେ । ଚିତ୍କାର ଶୁଣି ପରିବାର ଲୋକେ ଓ ପଡ଼ୋଶୀ ତୁରନ୍ତ କନ୍ଧମାଳ ଜିଲ୍ଲା ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ବାପା ଓ ଝିଅଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସୁଶାନ୍ତ କହଁର କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଗୁମାଗଡ ଗ୍ରାମର ମୃତ ସୁଶାନ୍ତ ଚାରିଛକ ଅଞ୍ଚଳରେ ଶିକ୍ଷକତା କରି ଘର ନେଇ ପରିବାର ସହିତ ରହୁଥିଲେ ବୋଲି ତାଙ୍କ ଭାଇ କହିଛନ୍ତି ।

ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜଙ୍କ ଉପରେ ଆକ୍ରମଣ ଘଟଣା: ପନ୍ତିବଡୁ ସେବକ ନିଲମ୍ୱିତ

ପୁରୀ: ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜରଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ। ଆକ୍ରମଣ ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ଦୁଇ ଭାଇ ଚନ୍ଦନ ସାମନ୍ତରା ଓ ଜୁଝି ସାମନ୍ତରାଙ୍କୁ ଅଟକ ରଖିଛି ପୋଲିସ। ପନ୍ତିବଡୁ ସେବକ ଶ୍ରୀଚନ୍ଦନ ସାମନ୍ତରାଙ୍କୁ ମହାପ୍ରଭୁଙ୍କ ସେବାପୂଜାରୁ ନିଲମ୍ବିତ କରାଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର ଆଇନ୍ ୧୯୯୫ ର ୨୧- ଖ (କ) ଧାରା ଅନୁସାରେ ଏହି ନିଲମ୍ବନ ଆଦେଶ ଜାରି କରାଯାଇଛି  । ଏଥି ସହ ଶ୍ରୀ ସାମନ୍ତରାଙ୍କୁ ଶ୍ରୀମନ୍ଦିର ପରିସର କିମ୍ବା ଶ୍ରୀମନ୍ଦିର ରୋଷ ଘରେ ପ୍ରବେଶକୁ ନିଷିଦ୍ଧ କରାଯାଇଛି । ଘଟଣାରେ ଶ୍ରୀ ସାମନ୍ତରାଙ୍କ ସମ୍ପୃକ୍ତି ନେଇ ରିପୋର୍ଟ ଆସିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି l

ପରବର୍ତ୍ତୀ ସମୟରେ ଯାହାର ବି ସମ୍ପୃକ୍ତି ଆସିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ l ଶ୍ରୀମନ୍ଦିରରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

puri