spot_img
Home Blog Page 1487

ବିଷାକ୍ତ ହେବାରେ ଲାଗିଛି ଦିଲ୍ଲୀ ବାୟୁମଣ୍ଡଳ

ନୂଆଦିଲ୍ଲୀ: ବିଷାକ୍ତ ହେବାରେ ଲାଗିଛି ଦିଲ୍ଲୀ ବାୟୁମଣ୍ଡଳ । ଲଗାତାର ତିନି ଦିନ ଧରି ରାଜଧାନୀ ଦିଲ୍ଲୀରେ ବଢୁଛି ପ୍ରଦୂଷଣ। ଶନିବାର ସକାଳେ ଦିଲ୍ଲୀରେ ବାୟୁର ଗୁଣବତ୍ତା ନିମ୍ନସ୍ତରକୁ ଖସିଆସିଛି। ବିଭିନ୍ନ ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୩୦୦ ପାର୍‌ ହୋଇଯାଇଛି। ବାୟୁ ଗୁଣବତ୍ତା ଅଧିକ ହେବାରେ ଲାଗିଛି। ଆନନ୍ଦ ବିହାର ଅଞ୍ଚଳରେ ସ୍ଥିତି ସବୁଠାରୁ ଅଧିକ ଖରାପ ହୋଇଛି। ସେଠାରେ ଏକ୍ଯୁଆଇ ହୋଇଛି ୩୩୯। ଇଣ୍ଡିଆ ଗେଟରେ ଏକ୍ଯୁଆଇ ରହିଥିଲା ୨୭୦। ସେହିପରି ଦ୍ବାରକାର ସେକ୍ଟର ୮ରେ ଏକ୍ଯୁଆଇ ଅତି ଖରାପ ଅର୍ଥାତ ୩୨୫ ହୋଇଛି। ବିବେକ ବିହାର ଅଞ୍ଚଳରେ ଏକ୍ଯୁଆଇ ରହିଛି ୩୨୪।

ପଡୋଶୀ ପଞ୍ଜାବ ଓ ହରିୟାଣାରେ ନଡ଼ା ଜାଳିବା ଘଟଣା ବଢୁଥିବାରୁ ଏହାର ପ୍ରଭାବ ଦିଲ୍ଲୀ ଉପରେ ପଡିବା ଦେଖାଯାଇଛି। ସେପଟେ ପ୍ରଦୂଷିତ ହେବାରେ ଲାଗିଛି ଯମୁନା ନଦୀ । ଆଜି ଯମୁନା ନଦୀରେ କିଛି ସ୍ଥାନରେ ବିଷାକ୍ତ ଫେଣ ଭାସୁଥିବାର ଦେଖିବାକୁ ମିଳିଛି । ଛଟ ପୂଜା ପୂର୍ବରୁ ଯମୁନା ନଦୀର ଅବସ୍ଥା ଖରାପ ହେବାରୁ ଲୋକଙ୍କ ଚିନ୍ତା ବଢିଛି।

ଓଡ଼ିଶାରେ ଆଉ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ ବେଦାନ୍ତ, ସୃଷ୍ଟି ହେବ ୨ ଲକ୍ଷ ନୂଆ ନିଯୁକ୍ତି

ମୁମ୍ବାଇ: ବେଦାନ୍ତ ଗତ ଦୁଇ ଦଶନ୍ଧି ଧରି ଓଡ଼ିଶାର ଅଂଶୀଦାର ହୋଇ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ କରିବା ସହିତ ରାଜ୍ୟରେ ଏକ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିଥିବାବେଳେ ଆଉ ୧ଲକ୍ଷ କୋଟି ଟଙ୍କାର ନୂତନ ପୁଞ୍ଜି ବିନିଯୋଗ କରିବ । ବେଦାନ୍ତ ଟେଣ୍ଡର ମାଧ୍ୟମରେ ସିଜିମାଳି ଖଣି ପାଇଛି ଯେଉଁଠାରେ ବିପୁଳ ପରିମାଣର ବକ୍ସାଇଟ୍ ଗଚ୍ଛିତ ରହିଛି ।

ମେକ୍ ଇନ୍ ଓଡ଼ିଶା କନ୍ କ୍ଲେଭ୍ ୨୦୨୫ ରୋଡ୍ ସୋ’ରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପ୍ରତିନିଧିଦଳ ସହ ଆଲୋଚନାବେଳେ ବେଦାନ୍ତ ଲିମିଟେଡ୍ ୧ ଲକ୍ଷ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ଘୋଷଣା କରିଛି । ଅକ୍ଷୟ ଶକ୍ତି ଦ୍ୱାରା ପରିଚାଳିତ ସବୁଜ ଆଲୁମିନିୟମ ଉତ୍ପାଦନ ଉପରେ ଗୁରୁତ୍ୱ ଦେଇ ବାର୍ଷିକ ୬ ନିୟୁତ ଟନ୍ ଆଲୁମିନିୟମ ରିଫାଇନାରୀ ଓ ୩ ମିଲିୟନ ଟନ୍‍ କ୍ଷମତା ବିଶିଷ୍ଟ ଆଲୁମିନିୟମ କାରଖାନା ପ୍ରତିଷ୍ଠା ଦିଗରେ ଏହି ପୁଞ୍ଜିନିବେଶକୁ ଆଗେଇ ନିଆଯିବ । ଅଟୋ, ଶକ୍ତି, ର୍ନିମାଣ ଏବଂ ରେଲୱେ ଭଳି ଶତାଧିକ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଆଲୁମିନିୟମର ଅଧିକ ପ୍ରୟୋଗ ହେଉଥିବାରୁ ଏହା ଆନୁଷଙ୍ଗିକ ଶିଳ୍ପ ପାଇଁ ଏକ ବିଶାଳ ଶିଳ୍ପ କମ୍ପେ୍ଲକ୍ସ ସୃଷ୍ଟି କରିବ ।

୨୦୩୦ ସୁଦ୍ଧା ଅଧା ଟ୍ରିଲିୟନ ଡଲାର ଅର୍ଥନୀତି ହାସଲ କରିବା ଲକ୍ଷ୍ୟ ନେଇ ଓଡ଼ିଶା ଅନ୍ୟତମ ବିକଶିତ ରାଜ୍ୟରେ ପରିଣତ ହେବା ଦିଗରେ ଅଗ୍ରସର ହେଉଥିବା ବେଳେ ବେଦାନ୍ତ ଝାରସୁଗୁଡ଼ା ଭଳି ରାୟଗଡ଼ାକୁ ଏକ ଉଚ୍ଚ ବିକଶିତ ଅଞ୍ଚଳ ଭାବେ ଉଭା ହେବାକୁ ଲକ୍ଷ୍ୟ ରଖିଛି । ଓଡ଼ିଶା ସରକାରଙ୍କ ସହଯୋଗରେ ବେଦାନ୍ତ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା, ଦକ୍ଷତା ବିକାଶ କେନ୍ଦ୍ର ଓ ନନ୍ଦଘର ପ୍ରତିଷ୍ଠା କରି ରାଜ୍ୟବାସୀଙ୍କୁ ଉପକୃତ କରିବ। ଓଡ଼ିଶାରେ ଏହା ହେଉଛି ସର୍ବବୃହତ୍‍ ପୁଞ୍ଜିନିବେଶ ଯାହା ୧୦୦୦ ଏମଏସଏମଇ ପାଇଁ ସୁଯୋଗ ସୃଷ୍ଟି ସହିତ ୨ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ । ଆଲୁମିନିୟମ ଭବିଷ୍ୟତର ଭିତ୍ତିଭୂମି ହୋଇଥିବାରୁ ୨୦୩୦ ସୁଦ୍ଧା ଆଲୁମିନିୟମର ଚାହିଦା ସମାନ ଭାବରେ ବୃଦ୍ଧି ପାଇବ ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ୨୦୪୭ ସୁଦ୍ଧା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ପରିକଳ୍ପନା ପ୍ରତି ଓଡ଼ିଶାର ନୂତନ ଡବଲ ଇଞ୍ଜିନ ସରକାର ପ୍ରତିଶ୍ରୁତିବଦ୍ଧ । ୨୦୩୦ ସୁଦ୍ଧା ଓଡ଼ିଶାକୁ ଅଧା ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଥିବାରୁ ଆମେ ନୂଆ ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ବିଶ୍ୱକୁ ଆମନ୍ତ୍ରଣ କରୁଛୁ । ଆମେ ଜାନୁଆରୀ ୨୦୨୫ରେ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଉତ୍କର୍ଷ ଓଡ଼ିଶା ଆୟୋଜନ କରୁଛୁ ଏବଂ ପ୍ରି-ଇଭେଣ୍ଟ ରୋଡ୍ ସୋ’ ସମୟରେ ଆମେ ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲଙ୍କ ସହ ଫଳପ୍ରଦ ଆଲୋଚନା କରିଛୁ ଯିଏ କି ଆମର ନୂତନ ସୁଦୃଢ଼ ନୀତି ଢାଞ୍ଚାରେ ପ୍ରଭାବିତ ହୋଇଛନ୍ତି । ସେ ଆମ ସରକାରଙ୍କ ସହ ହାତ ମିଳାଇ ଓଡ଼ିଶାରେ ପୁଞ୍ଜିନିବେଶକୁ ଦ୍ୱିଗୁଣିତ କରିଛନ୍ତି । ନୂଆ ଆଲୁମିନା ପ୍ରକଳ୍ପରେ ୧ ଲକ୍ଷ କୋଟି ଟଙ୍କାର ବିନିଯୋଗ ସୁଯୋଗ ରହିଛି ଯାହା ରାଜ୍ୟବାସୀଙ୍କ ପାଇଁ ଅଧିକ ନିଯୁକ୍ତି ସୃଷ୍ଟି କରିବ । ଏହି ନୂତନ ବିନିଯୋଗ ପାଇଁ ଶ୍ରୀ ଅଗ୍ରୱାଲଙ୍କୁ ଧନ୍ୟବାଦ ଜଣାଉଛି ଏବଂ ଏହି ପ୍ରକଳ୍ପଗୁଡିକର ବିକାଶ ଦିଗରେ ରାଜ୍ୟ ସରକାର ପୂର୍ଣ୍ଣ ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ ସୁନିଶ୍ଚିତ କରିଛନ୍ତି ।

ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ କହିଛନ୍ତି ଯେ, ବେଦାନ୍ତର ଅଭିବୃଦ୍ଧିରେ ଓଡ଼ିଶା ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆମର ପୁଞ୍ଜିନିବେଶ ରାଜ୍ୟର ସାମଗ୍ରିକ ଅଭିବୃଦ୍ଧି ଏବଂ ବୃହତ ଶିଳ୍ପାୟନ ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆମେ ରାଜ୍ୟର ଅର୍ଥନୈତିକ ପ୍ରଗତିରେ ଯୋଗଦାନ ଜାରି ରଖିବୁ, ସମୁଦାୟକୁ ସଶକ୍ତ କରିବୁ ଏବଂ ଓଡ଼ିଶାର କୋଟି କୋଟି ଲୋକଙ୍କ ଜୀବନର ଗୁଣବତ୍ତା ବୃଦ୍ଧି କରିବୁ। ଏହି ଘୋଷଣା କେବଳ ଓଡ଼ିଶାର ବିକାଶରେ ବେଦାନ୍ତର ଏକ ପ୍ରମୁଖ ଅଂଶୀଦାର ଭାବରେ ସ୍ଥିତିକୁ ଦୋହରାଇ ନାହିଁ ବରଂ ଆଲୁମିନିୟମ ଏବଂ ଶିଳ୍ପ ଉଦ୍ଭାବନ ପାଇଁ ଏକ ବିଶ୍ୱ ସ୍ତରୀୟ କେନ୍ଦ୍ରରେ ପରିଣତ ହେବାର ରାଜ୍ୟର ସମ୍ଭାବନାକୁ ସୁଦୃଢ଼ କରିଛି ।

 

ଓଡ଼ିଶାକୁ ବାତ୍ଯା ଆସିବା ନିଶ୍ଚିତ !

ଭୁବନେଶ୍ୱର: ପୁଣି ଅଶୁଭ ହେବ କି ଅକ୍ଟୋବର । ପୁଣି ଓଡ଼ିଶାକୁ ଆସିବ କି ବାତ୍ୟା । ଧିରେ ଧିରେ ସ୍ପଷ୍ଟ ଚିତ୍ର ଆସିବା ସହ ବଢୁଛି ବାତ୍ଯା ଆଶଙ୍କା।  ଅନେକ ଆନ୍ତର୍ଜାତିକ ପାଣିପାଗ ମଡେଲର ଆକଳନ ଅନୁସାରେ ଆସନ୍ତା ୨୫ ଏବଂ ୨୬ ତାରିଖରେ ପୁଣି ଏକ ବାତ୍ୟା ଓଡିଶା ମୁହାଁ ହେଉଛି । ଏହା ଓଡ଼ିଶା, ପଶ୍ଚିମବଙ୍ଗ, ବାଂଲାଦେଶରେ ସ୍ଥଳଭାଗ ଛୁଇଁପାରେ । ଘୂର୍ଣ୍ଣିବଳୟ ସୃଷ୍ଟି ପରେ ବାତ୍ୟାର ଗତିପଥ ଏବଂ ତୀବ୍ରତା ସ୍ପଷ୍ଟ ହେବ ।

ବର୍ତ୍ତମାନ ରାଜ୍ୟରେ ମେଘମୁକ୍ତ ଆକାଶ ରହିବା ସହ ରାତିର ତାପମାତ୍ରା ସ୍ବାଭାବିକଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହୁଛି । ଏହା ସହ ସମୁଦ୍ରର ତାପମାତ୍ରା ୩୦ରୁ ୩୨ ଡିଗ୍ରୀ ରହୁଛି । ଅନ୍ୟାନ୍ୟ ପାଣିପାଗ କାରକ ମଧ୍ୟ ବାତ୍ୟା ସୃଷ୍ଟି ନେଇ ଅନୁକୂଳ ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଆଇଏମଡି ବାତ୍ୟା ନେଇ କୌଣସି ଆକଳନ କରିନି । ରବିବାର ଉତ୍ତର ଆଣ୍ଡମାନ ସାଗରରେ ସୃଷ୍ଟି ହେବ ଏକ ଘୂର୍ଣ୍ଣିବଳୟ । ଏହା ପ୍ରଭାବରେ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୪ ତାରିଖରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ଆହୁରି ଅଧିକ ଘନୀଭୂତ ହେବା ନେଇ ପାଗ ଅନୁକୂଳ ରହିଛି । ଯାହାର ପ୍ରଭାବରେ ୨୩ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ହେବ ପ୍ରବଳ ବର୍ଷା । ପାଣିପାଗ ବିଭାଗ ସିଷ୍ଟମ ଉପରେ ନଜର ରଖିଛି । ଏପଟେ ସମ୍ଭାବ୍ୟ ବର୍ଷାକୁ ନେଇ ୧୬ ଜିଲ୍ଲାପାଳଙ୍କୁ ଏସଆରସି ସତର୍କ କରିଛନ୍ତି ।

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ପୁଣି ନବୀନଙ୍କ ଚମକ

ଭୁବନେଶ୍ବର: ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ପୁଣି ଥରେ ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚମକ । ଓଡ଼ିଶାରେ ଚିକିତ୍ସା ପାଇଁ ପକେଟ ଖର୍ଚ୍ଚ କମି ଚାଲିଛି । ୨୦୧୫ରେ ଲୋକଙ୍କ ପକେଟରୁ ସ୍ବାସ୍ଥ୍ୟ ଚିକିତ୍ସା ୭୧ ପ୍ରତିଶତ ଖର୍ଚ୍ଚ ହେଉଥିବା ବେଳେ ୨୦୨୨ ବେଳକୁ ଏହା ଖସି ୩୭ ପ୍ରତିଶତରେ ପହଞ୍ଚିଛି । ୨୦୧୮ରେ ନବୀନଙ୍କ ଶାସନ କାଳରେ  ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆସିବା ଲୋକଙ୍କ ଲାଗି ସାଜିଛି ବରଦାନ । ଜାତୀୟ ସ୍ବାସ୍ଥ୍ୟ ମିଶନ ଓ ଜାତୀୟ ସ୍ବାସ୍ଥ୍ୟ ଆକାଉଣ୍ଟ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ସ୍ପଷ୍ଟ ହୋଇଛି ସଫଳତା ।

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ପୁଣି ଥରେ ତତକାଳୀନ ନବୀନ ସରକାରଙ୍କୁ ଶ୍ରେୟ । ସ୍ବାସ୍ଥ୍ୟ କ୍ଷେତ୍ରରେ ରାଜ୍ୟବାସୀଙ୍କ ପକେଟ ଖର୍ଚ୍ଚ କମିଛି । ବଡ଼ ବଡ଼ ରାଜ୍ୟକୁ ପଛରେ ପକାଇଛି ଓଡ଼ିଶା । ନବୀନ ସରକାରଙ୍କ ଅମଳରେ ବ୍ୟାପକ କାର୍ଯ୍ୟକ୍ରମ ଯୋଗୁଁ ମିଳିଛି ସଫଳତା । ୨୦୧୫ରେ ଚିକିତ୍ସା ବାବଦ ପକେଟ ଖର୍ଚ୍ଚ ୭୧.୫ ପ୍ରତିଶତ ଥିବା ବେଳେ ୨୦୨୨ରେ ଏହା ୩୭ ପ୍ରତିଶତକୁ ଖସି ଆସିଥିଲା । ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସ୍ବାସ୍ଥ୍ୟ ବାବଦକୁ ପକେଟ ଖର୍ଚ୍ଚ ସବୁଠାରୁ କମ୍ ରହିଛି । ଜାତୀୟ ସ୍ବାସ୍ଥ୍ୟ ମିଶନ ଓ ଜାତୀୟ ସ୍ବାସ୍ଥ୍ୟ ଆକାଉଣ୍ଟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ଜଣାପଡ଼ିଛି । ୨୦୧୫ରେ ମୁଣ୍ଡପିଛା ସ୍ବାସ୍ଥ୍ୟ ବାବଦ ଖର୍ଚ୍ଚ ୩୭୬୮ ଟଙ୍କା ଥିବା ବେଳେ ୨୦୨୨ରେ ଏହା ୫୭୪୯ ଟଙ୍କାରେ ପହଞ୍ଚିଥିଲା । ହେଲେ ପକେଟରୁ ଖର୍ଚ୍ଚ ୨୬୯୩ରୁ ୨୧୩୩ ଟଙ୍କାକୁ ଖସିଥିଲା । ୫ ବର୍ଷରେ ରାଜ୍ୟରେ ମୋଟ ଚିକିତ୍ସା ବ୍ୟୟ ୧୬ ହଜାର ୫୭୯ କୋଟିରୁ ବଢି ୨୬ ହଜାର ୪୪୫ କୋଟିକୁ ବୃଦ୍ଧି ପାଇଛି । ସରକାରୀ ସ୍ତରରେ ସ୍ବାସ୍ଥ୍ୟ କ୍ଷେତ୍ରରେ ବ୍ୟୟବରାଦ ବୃଦ୍ଧି ସାଙ୍ଗକୁ ତତ୍କାଳୀନ ନବୀନ ସରକାରଙ୍କ ବିଏସକେଓ୍ବାଇ ଯୋଜନା ଲୋକଙ୍କ ପାଇ ବରଦାନ ସଦୃଶ ହୋଇଛି ।

୨୦୧୮ରୁ ରାଜ୍ୟରେ ଲାଗୁ ହୋଇଥିଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ଏହି ଯୋଜନାରେ ରାଜ୍ୟର କୋଟିଏ ପରିବାର ପାଇଁ ସରକାରୀ ଓ ଘରୋଇ ହସ୍ପିଟାଲରେ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା, ମାଗଣା ଔଷଧ ଓ ବଡ଼ ବଡ଼ ରୋଗ ପାଇଁ ମାଗଣାରେ ସର୍ଜରୀ ସମ୍ଭବ ହୋଇପାରୁଛି । ଏହାବାଦ୍ ଆମ ହସ୍ପିଟାଲ ଯୋଜନାରେ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ ହୋଇଛି । କଟକ ଏସସିବି ହସ୍ପିଟାଲକୁ ବିଶ୍ବସ୍ତରୀୟ କରାଯାଉଛି । ୩ଟି ମେଡ଼ିକାଲ କଲେଜରୁ ୧୧ଟି ମେଡ଼ିକାଲ କଲେଜ ହୋଇଛି । କ୍ୟାପିଟାଲ ହସ୍ପିଟାଲର ସଂପ୍ରସାରଣ ହୋଇଥିବାରୁ ରୋଗୀଙ୍କୁ ଚିକିତ୍ସା କ୍ଷେତ୍ରରେ ସୁବିଧା ହେଉଛି ।

ରାଜ୍ୟରେ ଉନ୍ନତ ମାନର ସାର୍ବଜନୀନ ଚିକିତ୍ସା ଉପଲବ୍ଧ ହେଉଥିବାରୁ ଲୋକଙ୍କ ପକେଟ ଖର୍ଚ୍ଚ କମି କମି ଚାଲିଛି । ଆଗକୁ ଏହି ଧାରା ବଜାୟ ରହିଲେ ରାଜ୍ୟର ସ୍ବାସ୍ଥ୍ୟ କ୍ଷେତ୍ରରେ ଆସିବ ଅଧିକ ଉନ୍ନତି ।

ଆପ ନେତା ସତ୍ଯେନ୍ଦ୍ର ଜୈନଙ୍କୁ ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀର ଏକ କୋର୍ଟ ଶୁକ୍ରବାର ଆମ ଆଦମୀ ପାର୍ଟିର ନେତା ତଥା ପୂର୍ବତନ ମନ୍ତ୍ରୀ ସତ୍ଯେନ୍ଦ୍ର ଜୈନଙ୍କୁ ଜାମିନ ପ୍ରଦାନ କରିଛନ୍ତି । ସତ୍ଯେନ୍ଦ୍ର ମନି ଲଣ୍ଡରିଂ ମାମଲାରେ ଦୀର୍ଘ ୧୮ ମାସ ଜେଲରେ ଥିଲେ । କୋର୍ଟ ମନୀଷ ସିସୋଦିଆ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ସୂଚିତ କରିଛନ୍ତି ଓ ଶୀଘ୍ର ବିଚାର କରିବାର ଅଧିକାରକୁ ଏକ ମୌଳିକ ଅଧିକାର ଭାବେ ଗୁରୁତ୍ୱ ଦେଇଛନ୍ତି । ୫୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ସତ୍ଯେନ୍ଦ୍ରଙ୍କୁ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ।

ଏହି ମାମଲା ସହିତ ଜଡିତ କୌଣସି ସାକ୍ଷୀ କିମ୍ଵା ବ୍ଯକ୍ତି ବିଶେଷଙ୍କ ସହ ଯୋଗାଯୋଗ କରିବା ଓ ପ୍ରଭାବିତ କରିବାକୁ ସତ୍ଯେନ୍ଦ୍ରଙ୍କୁ ବାରଣ କରାଯାଇଛି । କୋର୍ଟଙ୍କ ବିନା ଅନୁମତିରେ ଦେଶ ବାହାରକୁ ଯାତ୍ରା କରିବାକୁ ବାରଣ କରାଯାଇଛି । ତାଙ୍କ ସହିତ ଜଡିତ ଥିବା ୪ଟି କମ୍ପାନୀ ମାଧ୍ୟମରେ ଟଙ୍କା ହେରଫେର ଅଭିଯୋଗରେ ସତ୍ଯେନ୍ଦ୍ରଙ୍କୁ ଗତ ୨୦୨୨ ମେ’ ୩୦ ତାରିଖରେ ଗିରଫ କରିଥିଲା ଇଡି । ସତ୍ଯେନ୍ଦ୍ର, ଜେଲରେ ବହୁ ସମୟ ଅତିବାହିତ କରିସାରିଥିବା ଦର୍ଶାଇଛନ୍ତି ଅଦାଲତ । ଶୀଘ୍ର ଶୁଣାଣି ଆରମ୍ଭ ହେବା ସମ୍ଭାବନା ନଥିବା ବେଳେ, ନିକଟ ଭବିଷ୍ଯତରେ ମାମଲା ଶେଷ ହେବାର ନାହିଁ ବୋଲି ଅଦାଲତ କହିଛନ୍ତି ।

ନବୀନ ସରକାର ଅମଳର ବନ୍ଦର ନୀତିରେ କାମ କରିବେ ମୋହନ ସରକାର

ଭୁବନେଶ୍ବର: ଅନ୍ତର୍ଦ୍ଦେଶୀୟ ନୌପରିବହନ କ୍ଷେତ୍ରରେ ଓଡ଼ିଶା ଦୁର୍ବଳ । ଆଗକୁ ଏ ସ୍ଥିତି ରହିବନି । ପୂର୍ବ ବିଜେଡି ସରକାର କରିଥିବା ବନ୍ଦର ନୀତି ଏବେ ବି ବଳବତ୍ତର ରହିଛି । ଏହାକୁ ଆଗକୁ ନେବାକୁ ପଡ଼ିବ । ଆଜି ଉତ୍କଳ ଚାମ୍ବାର୍ସ ଅଫ୍‌ କମର୍ସଠାରେ ଆୟୋଜିତ ଦୁଇ ଦିନିଆ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀକୁ ଉଦଘାଟନ କରିବା ଅବସରରେ ଏପରି ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ସରକାର ।

ନୌପରିବହନ କ୍ଷେତ୍ରରେ ବ୍ୟାପକ ବିପ୍ଲବ ଆଣିବାକୁ ଆହ୍ବାନ ଦେଇଛନ୍ତି ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ । ସେ, କହିଛନ୍ତି ଜାତୀୟ ନୌପରିବହନ-୫ ଅନ୍ତର୍ଗତ ଧାମରାରୁ ପାରଦୀପ ଓ ତାଳଚେର ପର୍ଯ୍ୟନ୍ତ ଜଳପଥର ବିକାଶ କରାଯିବା । ଏକାଧିକ ଲିଙ୍କ୍‌ ଯୋଗେ ବିକାଶ ହେବ ୫୮୮ କିଲୋମିଟର । ପୂର୍ବ ସରକାର ସମୟରେ ହୋଇଥିବା ପ୍ରକଳ୍ପଗୁଡ଼ିକର ତ୍ବାରାନ୍ବିତ କରିବାକୁ ବିଭାଗ ତପ୍ତର ।

ହବିଷ୍ୟାଳିଙ୍କୁ ବିଷ ଖାଇ ମରିଯିବାକୁ କହୁଛନ୍ତି ସରକାରୀ କର୍ମଚାରୀ, ବଡ଼ଦାଣ୍ଡରେ ବସିଲେ ଧାରଣାରେ

ପୁରୀ: କାର୍ତ୍ତିକ ମାସର ପ୍ରଥମ ଦିନରେ ବି ହବିଷ୍ଯାଳିଙ୍କୁ ହନ୍ତସନ୍ତ କରିଛନ୍ତି ରାଜ୍ଯ ସରକାର । ଶିବିରରେ ରହିବାକୁ ଜାଗା ମାଗିଲେ ସରକାରୀ କର୍ମଚାରୀ ଦେଉଛନ୍ତି କଟୁ ମନ୍ତବ୍ଯ । ବିଷ ଖାଇ ମରିଯାଉନ ବୋଲି ବ୍ରତଧାରୀ ମାଆଙ୍କୁ କହୁଛନ୍ତି ସରକାରୀ କର୍ମଚାରୀ । ଏଭଳି ସାଂଘାତିକ ଅଭିଯୋଗ ଆଣି ବଡ଼ଦାଣ୍ଡରେ ଧାରଣା ଦେଇଛନ୍ତି ଶହ ଶହ ହବିଷ୍ଯାଳି ।

ସକାଳେ ସବୁ ହବିଷ୍ଯାଳି ମାଆଙ୍କୁ ଥଇଥାନର ପ୍ରତିଶ୍ରୁତି ଦେଇଥିଲା ପ୍ରଶାସନ । ହେଲେ ଏଯାଏଁ କାହାକୁ ବି କୌଣସି ସ୍ଥାନରେ ରଖାଯାଇନି । ଓଲଟି କର୍ମଚାରୀମାନେ ଦୁର୍ବ୍ଯବହାର କରୁଛନ୍ତି । ବ୍ରତଧାରୀଙ୍କ ଅଭିଯୋଗ ଅନୁସାରେ, ସବୁ ପ୍ରକାର ସୁବିଧା ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା । ହେଲେ ପରିବର୍ତ୍ତୀ ସମୟରେ କର୍ମଚାରୀମାନେ ଦୁର୍ବ୍ଯବହାର କରିଥିଲେ । ଜିନିଷପତ୍ରରେ ନିଆଁ ଲଗାଇ ଦେବାକୁ ଧମକ ଦେଇଥିଲେ ।

ଏପଟେ ଘଟଣାରେ ହସ୍ତକ୍ଷେପ କରିଥିବା ନେଇ ନିଜେ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ମାଝୀ । ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିବା ଓ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ଯମନ୍ତ୍ରୀ କହିଛନ୍ତି । ହେଲେ ବାସ୍ତବ ସ୍ଥିତି କିନ୍ତୁ ବଡ଼ଦାଣ୍ଡରେ ଦେଖିବାକୁ ମିଳିଛି । ସରକାରଙ୍କ ମିଛକୁ ପଦାରେ ପକାଇ ଦେଇଛନ୍ତି ହବିଷ୍ଯାଳୀ ମାଆ । କାର୍ତ୍ତିକ ବ୍ରତ ପାଳନ ପାଇଁ ହବିଷ୍ଯାଳି ଯୋଜନାରେ ମାଆମାନେ ପୁରୀ ଆସିଛନ୍ତି । ହେଲେ ରାଜ୍ଯ ସରକାରଙ୍କ ୨୫ ଶହ କଣ୍ଟ ପୂରିଯାଇଥିବାରୁ ହବିଷ୍ଯାଳିଙ୍କୁ ଫେରାଇ ଦେଉଛି ପ୍ରଶାସନ । ଗତବର୍ଷ ଗୁଡ଼ିକରେ ୩ ହଜାରରୁ ଅଧିକ ହବିଷ୍ଯାଳି ଯୋଜନାରେ ଉପକୃତ ହେଉଥିଲେ । ହେଲେ ଏଥର ସଂଖ୍ଯା ବଢିବା ବଦଳରେ କାହିଁକି କମ କରାଗଲା ବୋଲି ପ୍ରଶ୍ନ କରିବା ସହ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ବ୍ରତଧାରୀ ମାଆ ।

‘ଏ ସରକାରକୁ ଜଗନ୍ନାଥ ବି କ୍ଷମା କରିବେନି’

ହବିଷ୍ଯାଳିଙ୍କ ଦୁର୍ଦ୍ଦଶାକୁ ନେଇ ବର୍ଷିଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଜଗା ପାଖକୁ ଆସି ହବିଷ୍ୟାଳି ଦୁଃଖରେ କାନ୍ଦୁଛନ୍ତି ବୋଲି କହିବା ସହିତ ନବୀନଙ୍କ ସମୟରେ ହବିଷ୍ୟାଳିଙ୍କ ଯତ୍ନ ନିଆଯାଉଥିଲା ବୋଲି କହିଛନ୍ତି । ନବୀନଙ୍କ ଅମଳରେ ସବୁ ହବିଷ୍ଯାଳି ସୁବିଧାରେ ରହି ହବିଷ ପାଳୁଥିଲେ । ବିଜେପି ସରକାର ହବିଷ୍ୟାଳିଙ୍କ ଆଖିରେ ଲୁହ ଦେଇଛି । ମାଆଙ୍କୁ ଦୁଃଖ ଦେଇଥିବା ଏ ସରକାରକୁ ଜଗନ୍ନାଥ ବି କ୍ଷମା କରିବେନି । ମୁଖ୍ୟମନ୍ତ୍ରୀ ମୁମ୍ବାଇ ଛାଡ଼ି ଆସି ଓଡ଼ିଶା କଥା ବୁଝନ୍ତୁ ବୋଲି ସେ କଟାକ୍ଷ କରିଛନ୍ତି ସାଲୁଜା ।

ଦୀପାବଳି ପରେ ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ମୁଖିଆ, ହାତ ଶିବିରରେ ଉତ୍ସାହ

ଭୁବନେଶ୍ବର: ଦୀପାବଳିରେ ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ମୁଖିଆ । ପଡ଼ୋଶୀ ଛତିଶଗଡ଼ର କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ମୁଖିଆ ବାଛିବାର ଦାୟିତ୍ବ ଦେଇଛି ଏଆଇସିସି । ତାଙ୍କ ସହ ରାହୁଲ ଗାନ୍ଧୀଙ୍କ କୋର ଟିମ ତଥା ଓଡ଼ିଶାରେ କାମ କରୁଥିବା ମିନାକ୍ଷୀ ନଟରାଜନଙ୍କୁ ପିସିସି ଚୟନ ଲାଗି ଦାୟିତ୍ବ ଦିଆଯାଇଛି । ଶୀଘ୍ର ଏହି ଦୁଇ ନେତା ଆସି ଓଡ଼ିଶା ନେତାଙ୍କ ମତାମତ ନେଇ ଏଆଇସିସିକୁ ରିପୋର୍ଟ ଦେବେ । ଏଆଇସିସି ପିସିସି ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ କରିଥିବାରୁ ହାତ ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି ।

କିଏ ଧରିବ ରାଜ୍ୟ କଂଗ୍ରେସର ମଙ୍ଗ ? କାହାକୁ ସଭାପତି କଲେ କଂଗ୍ରେସ ହେବ ସଂଗଠିତ ? ଏହାର ଉତ୍ତର ମିଳୁ ନଥିବା ବେଳେ ଦଳୀୟ ନେତା କହିଲେଣି ଆଉ ଅଳ୍ପ ଦିନର ଅପେକ୍ଷା । ଦୀପାବଳି ପରେ ରାଜ୍ଯ କଂଗ୍ରେସ ପାଇବ ନୂଆ ମୁଖିଆ । ଶହେରୁ ଅଧିକ ଦିନ ହେବ ମୁଖିଆ ଶୂନ୍ୟ ହୋଇଥିବା ଓଡ଼ିଶା କଂଗ୍ରେସକୁ ନୂଆ ମଙ୍ଗୁଆଳ ଦେବାକୁ ଏଆଇସିସି ଆରମ୍ଭ କରିଛି ପ୍ରକ୍ରିୟା । ପଡ଼ୋଶୀ ଛତିଗଶଡ଼ର ବିରୋଧୀ ଦଳ ନେତା ଚରଣ ଦାସ ମହନ୍ତ ଓ ମିନାକ୍ଷୀ ନଟରାଜନଙ୍କୁ ଓଡ଼ିଶାରେ ପିସିସି ସଭାପତି ମନୋନୟନ ଲାଗି ଗୁରୁ ଦାୟିତ୍ବ ଦେଇଛନ୍ତି ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ ।

ଆସନ୍ତା ସପ୍ତାହରେ ସେମାନେ ଓଡ଼ିଶା ଆସି ପିସିସି ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ କରିବେ । ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି ଦୀପାବଳୀ ସୁଦ୍ଧା ଓଡ଼ିଶାରେ ନୂଆ ପିସିସି ସଭାପତିଙ୍କ ନାଁ ଘୋଷଣା କରାଯିବ । ସମସ୍ତଙ୍କ ମତାମତ ନେଇ ସଭାପତି ବାଛିବା ପାଇଁ ଏଆଇସିସି ୨ ଜଣ ନେତାଙ୍କୁ ଗୁରୁ ଦାୟିତ୍ବ ଦେଇଛନ୍ତି । ସେହିପରି ବରିଷ୍ଠ ନେତା ଶରତ ରାଉତ କହିଛନ୍ତି ଦଳ ପ୍ରତି ଆନୁଗତ୍ୟ ଓ ସମସ୍ତଙ୍କୁ ନେଇ ଚାଲିପାରୁଥିବା ନେତାଙ୍କୁ ପିସିସି ସଭାପତି କରିବାକୁ ହାଇକମାଣ୍ଡ ଚିନ୍ତା କରିଛନ୍ତି, ଯାହା ସ୍ବାଗତ ଯୋଗ୍ୟ ।

ଏଆଇସିସି ଅଧ୍ୟକ୍ଷ ଓଡ଼ିଶା ପିସିସି ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ସଭାପତି ରେସରେ ବହୁ ନେତାଙ୍କ ନାଁ ଯୋଡ଼ି ହୋଇଯାଇଛି । ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ, ଶରତ ରାଉତ, ମହମ୍ମଦ ମୋକିମ, ଶ୍ରୀକାନ୍ତ ଜେନା, ଜୟଦେବ ଜେନା ଓ ବିଶ୍ବ ରଞ୍ଜନ ମହାନ୍ତିଙ୍କ ନାଁ ତାଲିକାରେ ରହିଛି । ଏମାନଙ୍କୁ ବାଦ ଦେଇ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ, ସପ୍ତଗିରି ଉଲାକା, ତାରା ପ୍ରସାଦ ବାହିନୀପତିଙ୍କ ନାଁ ମଧ୍ଯ ଶୁଣାଯାଉଛି । ଏପରି ସ୍ଥିତିରେ ଯାହାକୁ ହାଇକମାଣ୍ଡ ଦାୟିତ୍ବ ଦେବେ ସେ ତାଙ୍କୁ ସହଯୋଗ କରିବେ ବୋଲି କହିଛନ୍ତି ପର୍ବତନ ପିସିସି ସଭାପତି ଜୟଦେବ ଜେନା । ପୂର୍ବରୁ ଦୁଇଥର ସଭାପତି ହୋଇଥିବା ଜୟଦେବ ଜେନାଙ୍କୁ ଯଦି ପୁଣି ଥରେ ସୁଯୋଗ ଦେବେ ତେବେ ସେ ଦାୟିତ୍ବ ନେବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ଅନ୍ୟପଟେ ପିସିସି ସଭାପତି ମନୋନୟନ ଏକ ପ୍ରତିଯୋଗିତା ନୁହେଁ ବୋଲି କହିଛନ୍ତି କଂଗ୍ରେସ ଛାଡି ବାହୁଡି ଆସିଥିବା ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ।

୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଜୁଲାଇ ୨୧ ତାରିଖରେ ଏଆଇସିସି ପିସିସିକୁ ଭାଙ୍ଗି ଦେଇଥିଲା । ୨୧ ଜଣିଆ ଷ୍ଟିୟରିଂ କମିଟି ଜରିଆରେ କଂଗ୍ରେସକୁ କ୍ରୀୟାଶୀଳ କରିବାକୁ ଏଆଇସିସି ଚେଷ୍ଟା କରିଥିଲା । ହେଲେ ତାହା ମଧ୍ଯ ଫେଲ ମାରିଥିଲା । ଏହାରି ଭିତରେ ଦଳର ଭୋଟ ହାର ୧୩ ପ୍ରତିଶତରେ ପହଞ୍ଚିବା ସହ ସଙ୍ଗଠନ ଏକ ରକମ ସ୍ଥାଣୁ ପାଲଟି ଯାଇଛି । ଏପରି ସ୍ଥିତିରେ କାହାକୁ ମୁଖିଆ କରାଗଲେ କଂଗ୍ରେସ ସଙ୍ଗଠନକୁ ସଞ୍ଜୀବନୀ ମିଳିବ ତାହାକୁ ନେଇ ହାତ ଶିବିରରେ ଚାଲିଛି ଆଲୋଚନା ।

ହକିଷ୍ୟାଳିଙ୍କ ଭକ୍ତି ଆଗରେ ମୁଣ୍ଡ ନୁଆଁଇଲା ସରକାର

ପୁରୀ: ଧର୍ମମାସରେ ବ୍ରତଧାରୀଙ୍କୁ ରାଜ୍ୟ ସରକାର ହନ୍ତସନ୍ତ କରିବାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ । ଲୋକଙ୍କ ଆକ୍ରୋସକୁ ଦେଖି ନଇଁଲେ ରାଜ୍ୟ ସରକାର । ଘଟଣାସ୍ଥଳକୁ ପୁରୀ ଜିଲ୍ଲାପାଳ ଯାଇ ସମସ୍ତଙ୍କୁ ଥଇଥାନ କରିବାକୁ ଦେଲେ ନିର୍ଦ୍ଦେଶ । ଏପଟେ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରବଳ ବର୍ଷିଛି ବିଜେଡି । ବିଜେଡି କହିଛି ରାଜ୍ୟ ସରକାର ବିନାଶ ଭିତରେ ନିଜ ଗୋଡ଼ ପକାଇ ସାରିଲେଣି । ଖୋଦ ବିଜେପି ନେତା ବି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଗୁରୁବାର ଦିନ ତ ଦିନ ରାତିସାରା ବି ହନ୍ତସନ୍ତ ହେଲେ ହବିଷ୍ଯାଳି । ଧାରଣାରେ ବସିଲେ, ଖୋଲା ଆକାଶ ତଳେ ରାତି ବିତାଇଲେ । କେତେ ପ୍ରତିବାଦ କଲେ, କାକୁତିମିନତି ହେଲେ । ତଥାପି ନା ପ୍ରଶାସନ ଶୁଣିଲା ନା ସରକାର । ୨୪ ଘଣ୍ଟା ଧରି ପବିତ୍ର ପୁରୀରେ ନିର୍ଯାତିତ ହେଲେ ବ୍ରତଧାରୀ ମାଆ । ସାରା ରାଜ୍ୟରେ ଘଟଣାକୁ ନେଇ ପ୍ରକାଶ ପାଇଲା ଉଦବେଗ । ଶେଷରେ ଶ୍ରୀକ୍ଷେତ୍ରରେ ଶୀତ କାକରରେ ରାତିଏ ପଡ଼ିବା ପରେ ଆଜି ହବିଷ୍ଯାଳିଙ୍କ ଜିଦ୍ ଆଗରେ ନଇଁଛି ପୁରୀ ଜିଲ୍ଲା ପ୍ରଶାସନ । ନିଜେ ଜିଲ୍ଲାପାଳ ବୃନ୍ଦାବତୀ ନିବାସକୁ ଆସି ସ୍ଥିତି ସମୀକ୍ଷା କରି ସମସ୍ତଙ୍କୁ ଥଇଥାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଶିବିରରେ ରହିବା ପରେ ହବିଷ୍ୟାଳି ଖୁସି ପ୍ରକାଶ କରିଛନ୍ତି । ହେଲେ କ୍ଷୋଭ ଭରା କଣ୍ଠରେ ପଚାରିଛନ୍ତି, ଆରମ୍ଭରୁ ଏହି କାମଟି କରିଥିଲେ କେଡେ ସୁନ୍ଦର ହୋଇଥାନ୍ତା ?

ପବିତ୍ର କାର୍ତ୍ତିକ ମାସରେ ବ୍ରତଧାରୀଙ୍କୁ ନିର୍ଯାତନା ଦିଆଟିବାକୁ ନେଇ ବର୍ଷିଛି ବିଜେଡି । ବିଜେଡି କହିଛି, ଓଡ଼଼ିଆ ଅସ୍ମିତା ନାଁରେ କ୍ଷମତାକୁ ଆସିଥିବା ବିଜେପି ସରକାରର ପ୍ରକୃତ ମୁଖା ଖୋଲିଯାଇଛି । ହବିଷିଆଳିଙ୍କ ବିଶ୍ବାସ, ପ୍ରଥା ଉପରେ ରାଜ୍ଯ ସରକାର କୁଠାରାଘାତ କରିଛନ୍ତି । ନବୀନଙ୍କ ନେତୃତ୍ବରେ ୩୯ କୋଟି ଟଙ୍କା ବ୍ୟୟରେ ବୃନ୍ଦାବତୀ ନିବାସ ନିର୍ମାଣ ହୋଇଥିଲା । କିନ୍ତୁ ବିଜେପି ସରକାର ମାତ୍ର ୨୫ ଶହ ହବିଷ୍ୟାଳିଙ୍କ ପାଇଁ ବ୍ଯବସ୍ଥା କରି ଅନ୍ୟ ବ୍ରତଧାରୀଙ୍କୁ ପୁରୀରୁ ତଡ଼ି ଦେଉଛନ୍ତି । ବିନାଶ ଭିତରେ ସରକାର ନିଜ ଗୋଡ଼ ପକାଇ ସାରିଲେଣି ବୋଲି କହି ସମାଲୋଚନା କରିଛି ବିଜେଡି । ଏପଟେ ପ୍ରଶାସନ ଚେତିବାରେ କାହିଁକି ଏତେ ବିଳମ୍ବ ହେଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଖୋଦ୍ ବିଜେପି ନେତା ଜୟନ୍ତ ଷଡ଼ଙ୍ଗୀ ।

ପ୍ରଶ୍ନ ଉଠୁଛି ଏଥର କାହିଁକି ଯୋଜନାରେ ସଂଖ୍ୟା କମାଇ ଦେଲେ ରାଜ୍ଯ ସରକାର ? ଗତକାଲି ଦିନସାରା ହବିଷ୍ୟାଳି ହନ୍ତସନ୍ତ ହେଉଥିବା ବେଳେ କାହିଁକି ପଦକ୍ଷେପ ନେଲେନି ପ୍ରଶାସନ ? ଆବେଦନ ପାଇଁ ୱେବସାଇଟ କାହିଁକି ଠିକରେ କାମ କରୁ ନଥିଲା ? ତ୍ରୁଟିପୂର୍ଣ୍ଣ ପ୍ରକ୍ରିୟା ପାଇଁ କିଏ ଦାୟୀ ? ଏସବୁ ପ୍ରଶ୍ନ ଭିତରେ ଆଜିଠୁ ହବିଷ୍ୟାଳି ଆରମ୍ଭ କରିଛନ୍ତି ପବିତ୍ର କାର୍ତ୍ତିକ ବ୍ରତ ।

ସେପଟେ ହବିଷ୍ଯାଳି ସମସ୍ୟା ବାବଦରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ହବିଷ୍ଯାଳିଙ୍କ ପାଇଁ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିଛି । ସେଥିପାଇଁ ଆଗୁଆ ପଞ୍ଜିକରଣ ବ୍ୟବସ୍ଥା ହୋଇଥିଲା । ପରେ ଯେଉଁମାନେ ଆସିଥିଲେ ସେମାନଙ୍କ ପାଇଁ ବି ବ୍ୟବସ୍ଥା ହୋଇଛି । ହେଲେ ହଠାତ ଅଧିକ ହବିଷ୍ଯାଳି ଆସି ଯାଇଥିବାରୁ ସମସ୍ୟା ହେଉଛି । ଏହାକୁ ଜିଲ୍ଲା ପ୍ରଶାସନ ତଦାରଖ କରିବା ସହ ସେମାନଙ୍କ କଥା ବୁଝିବ ବୋଲି ଆଶା ରହିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ନିକଟରେ ସେବାୟତଙ୍କୁ ଭୁଜାଲିରେ ଆକ୍ରମଣ

ପୁରୀ: ଶ୍ରୀମନ୍ଦିର କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ । ଆକ୍ରମଣରେ ବକ୍ସିରାମ ନାରାୟଣ ପ୍ରତିହାରୀ ଆହତ । ଚିକିତ୍ସା ପାଇଁ ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ନିକଟରେ ଆକ୍ରମଣ । ଆହତ ସେବାୟତ ଶ୍ରୀମନ୍ଦିରର ବରିଷ୍ଠ ସୁପରଭାଇଜର । ଆହତଙ୍କୁ ହସ୍ପିଟାଲରେ ଭେଟିଲେ ଜିଲ୍ଲାପାଳ ।