spot_img
Home Blog Page 15

ସିଡନୀର ବଣ୍ଡି ବିଚ୍ ପାର୍କରେ ଗୁଳିମାଡ, ୧୦ ମୃତ

ସିଡନୀର ବଣ୍ଡି ବିଚ୍ ପାର୍କରେ ଗୁଳିମାଡ, ୧୦ ମୃତ

ନନ୍ଦିଘୋଷ ବ୍ୟୁରୋ: ଅଷ୍ଟ୍ରେଲିଆର ସିଡନୀ ସହରରେ ଗୁଳିମାଡ଼ । ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି । ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି ।  ସିଡନୀର ବଣ୍ଡି ବିଚ ପାର୍କରେ ଏହି ଗୁଳିକାଣ୍ଡ ଘଟିଛି ।

ଏହା ଏକ ଟାର୍ଗେଟେଡ ଆଟାକ ବୋଲି ସ୍ଥାନୀୟ ପୋଲିସ କହିଛି । ଇହୁଦୀମାନେ ହାନୁକା ଉତ୍ସବ ମନାଉଥିବାବେଳେ ସେମାନଙ୍କ ଉପରକୁ ଗୁଳିମାଡ ହୋଇଥିଲା । ଘଟଣା ଭିଆଇଥିବା ଜଣେ ବନ୍ଧୁକଧାରୀ ପୋଲିସ ହାତରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣଙ୍କୁ କାବୁ କରାଯାଇଛି । ଦୁର୍ବୃତ୍ତମାନେ ୩ଟି ବନ୍ଧୁକରେ ଅନ୍ଧାଧୁନ ଗୁଳିମାଡ଼ କରିଥିଲେ ।

ଘଟଣା ପରେ ସେଠାରେ ୨୫ଟି ହେଲିକପ୍ଟର, ଡାକ୍ତରୀ ଟିମ, ସ୍ବତନ୍ତ୍ର ଅପରେସନ ଟିମ ମୁତୟନ କରାଯାଇଛି । ଆହତମାନଙ୍କୁ ସେଣ୍ଟ ଭିନସେଣ୍ଟ, ରୟାଲ ପ୍ରିନ୍ସ ଆଲଫ୍ରେଡ ଓ ସେଣ୍ଟ ଜର୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାକୁ ପ୍ରଧାନମନ୍ତ୍ରୀ ଅନ୍ଥୋନି ଆଲବାନିସ ନିନ୍ଦା କରିଛନ୍ତି । ବଣ୍ଡି ବିଚ ହେଉଛି ସିଡନୀରେ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ । ପ୍ରତିଦିନ ଏଠାକୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି ।

ସିଡନୀରେ ଆଖିବୁଜା ଗୁଳିମାଡ଼, ୧୦ ମୃତ

ନନ୍ଦିଘୋଷ ବ୍ୟୁରୋ: ଅଷ୍ଟ୍ରେଲିଆ ସିଡନୀରେ ଆଖିବୁଜା ଗୁଳିମାଡ଼। ସିଡନୀର ବଣ୍ଡି ବିଚ ପାର୍କରେ ଘଟିଥିବା ଗୁଳିମାଡରେ ୧୦ ମୃତ, ଅନେକ ଆହତ। ଗୁଳିମାଡରେ ମୃତ୍ୟୁସଂଖ୍ୟା ଅଧିକ ହେବା ଆଶଙ୍କା ରହିଛି। ଏହା ଏକ ଟାର୍ଗେଟେଡ ଆଟାକ ବୋଲି ପୋଲିସ କହିଛି। ଇହୁଦୀମାନେ ହାନୁକା ଉତ୍ସବ ମନାଉଥିବାବେଳେ ସେମାନଙ୍କ ଉପରକୁ ଗୁଳିମାଡ ହୋଇଛି। ଏହି ଘଟଣାରେ ଜଣେ ବନ୍ଧୁକଧାରୀ ପ୍ରାଣ ହରାଇଥିବାବେଳେ ଆଉ ଜଣକୁ ପୋଲିସ ହେପାଜତରେ ରଖାଯାଇଛି। ଦୁର୍ବୃତ୍ତମାନେ ୩ଟି ବନ୍ଧୁକ ଜରିଆରେ ଏହି ଘଟଣା ଘଟାଇଥିବା କୁହାଯାଇଛି। ଏହି ଘଟଣା ପରେ ସେଠାରେ ୨୫ଟି ହେଲିକପ୍ଟର, ଡାକ୍ତରୀ ଟିମ, ସ୍ବତନ୍ତ୍ର ଅପରେସନ ଟିମ ମୁତୟନ କରାଯାଇଛି। ଆହତମାନଙ୍କୁ ସେଣ୍ଟ ଭିନସେଣ୍ଟ, ରୟାଲ ପ୍ରିନ୍ସ ଆଲଫ୍ରେଡ ଓ ସେଣ୍ଟ ଜର୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ପ୍ରଧାନମନ୍ତ୍ରୀ ଅନ୍ଥୋନି ଆଲବାନିସ ନିନ୍ଦା କରିଛନ୍ତି। ବଣ୍ଡି ବିଚ ହେଉଛି ସିଡନୀରେ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ। ପ୍ରତିଦିନ ଏଠାକୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି।

ଧାନ ଗଦାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ପୋଡି ପାଉଁଶ

ଭଞ୍ଜନଗର : ଧାନ ଗଦାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ପୋଡି ପାଉଁଶ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ସୋରଡ଼ା ଥାନା ସନ୍ଧିକେନ୍ଦୁ ଗ୍ରାମରେ l ନିଆଁ ଲାଗି ଜଳିଗଲା ପନ୍ଦର ଏକରରୁ ଉର୍ଦ୍ଧ ଧାନ ଗଦା । ଯାହାର ମୂଲ୍ୟ ଦଶ ଲକ୍ଷରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଉଛି | ଗତକାଲି ମଧ୍ୟ ରାତ୍ର ସମୟରେ ଠାକୁରାଣୀ ମନ୍ଦିର ପଛ ପଟେ ରହିଥିବା ଧାନ ଗଦାରେ କୌଣସି ପ୍ରକାରେ ନିଆଁ ଲାଗିଯାଇଥିଲା l ରାତି ସମୟ ହୋଇଥିବା ଯୋଗୁଁ କେହି ମଧ୍ୟ ଜାଣି ପାରିନଥିଲେ । ସକାଳେ ଧାନ ଗଦାରେ ନିଆଁ ଲାଗିଥିବା ଦେଖି ଚାଷୀମାନେ ସୋରଡ଼ା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ l ଖବର ପାଇ ଅଗ୍ନିଶମ ବାହିନୀ ଆସି ନିଆଁ ଲିଭାଇ ଥିଲେ । ୧୩ ଜଣ ଚାଷୀଙ୍କ ୧୫ ଏକର ଚାଷ ଜମିରୁ ଅମଳ ହୋଇଥିବା ଧାନ ଫସଲ ପୋଡ଼ି ନଷ୍ଟ ହୋଇଛି । ସ୍ଥାନୀୟ ଚାଷୀ ସହାୟତା ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି ।

ବାଣପୁର ଥାନାରେ ହାଜତ ମୃତ୍ୟୁ… ପୋଲିସ ସାର୍ବଜନୀନ କରିବ କି ସିସିଟିଭି ଫୁଟେଜ୍ ?

ବାଣପୁର :ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାରେ ଘଟିଛି ଅଭାବନୀୟ ଘଟଣା । ଥାନା ହାଜତରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ଚୋରା ମଦ କାରବାର ଅଭିଯୋଗରେ ଗତକାଲି ରାତିରେ ବାଣପୁର ଏନଏସି ଓ୍ବାର୍ଡ ନଂ ୨ର ବୋଡା ସାହିରେ ରହୁଥିବା ୪୫ ବର୍ଷ ବୟସ୍କ ଛବିନ୍ଦ୍ର ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ ଉଠାଇ ନେଇଥିଲା । ରାତିସାରା ତାଙ୍କୁ ହାଜତରେ ରଖାଯାଇଥିଲା । ଆଜି ସକାଳୁ ସଂପୃକ୍ତ ଅଭିଯୁକ୍ତ ଛବିନ୍ଦ୍ରଙ୍କ ମୃତ୍ୟୁ ହୋଇଛି । ପୋଲିସ ତରବରିଆ ଭାବେ ଛବିନ୍ଦ୍ରଙ୍କୁ ପ୍ରଥମେ ବାଣପୁର ହସ୍ପିଟାଲ ଓ ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲା । କିନ୍ତୁ କ୍ୟାପିଟାଲ ହସ୍ପିଟାଲର ସୂଚନା ଅନୁସାରେ ଛବିନ୍ଦ୍ରଙ୍କୁ ରିସିଭ ଡେଡ ବା ମୃତ ଗ୍ରହଣ କରାଯାଇଛି । ଏବେ ସନ୍ଦେହ ଉଠୁଛି ହାଜତ ଭିତରେ ଛବିନ୍ଦ୍ରଙ୍କୁ କୌଣସି ଶାରିରୀକ ନିର୍ଯାତନା ଦିଆଯାଇଥିଲା କି ? ଘଟଣାରେ ହାଜତର ସିସିଟିଭି ଯାଞ୍ଚ ସାଙ୍ଗକୁ ଏହାର ତଦନ୍ତ ଆବଶ୍ୟକ । ପ୍ରଶ୍ନ ଉଠୁଛି କାହାକୁ ଥାନା ହାଜତରେ ରାତି ସାରା ଅଟକ ରଖିବା ନିୟମ ଅଛି କି ? ଯଦି ଥାନା ହାଜତରେ ଅଟକ ରଖାଗଲା ତା ହେଲେ ସଂପୃକ୍ତ ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା ହୋଇଥିଲା କି ? ଛବିନ୍ଦ୍ରଙ୍କ ସଂଦେହଜନକ ମୃତ୍ୟୁ ଏମିତି ଅନେକ ପ୍ରଶ୍ନ ସୃଷ୍ଟି କରୁଛି ।

୫୦ ପ୍ରତିଶତ ଟାରିଫ ଲାଗୁ ନିଷ୍ପତ୍ତି ନେଇ ମେକ୍ସିକୋ ଉପରେ କ୍ଷୁବ୍ଧ ଭାରତ

ନନ୍ଦିଘୋଷ ବ୍ୟୁରୋ : ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲାଗୁ ନିଷ୍ପତ୍ତି ନେଇ ମେକ୍ସିକୋ ଉପରେ କ୍ଷୁବ୍ଧ ଭାରତ। ଏହା ବିରୋଧରେ ପଦକ୍ଷେପ ନେବା ଲାଗି ଭାରତ ଘୋଷଣା କରିଛି। ନିଜର ସ୍ବାର୍ଥ ରକ୍ଷା ଲାଗି ପଦକ୍ଷେପ ନିଆଯିବ ବୋଲି କହିଛି ଭାରତ। ଭାରତ, ଚୀନ, ଦକ୍ଷିଣ କୋରିଆ, ଥାଇଲାଣ୍ଡ, ଇଣ୍ଡୋନେସିଆ, ବ୍ରାଜିଲ ଓ ଅନ୍ୟ କିଛି ଦେଶର ରପ୍ତାନି ଉପରେ ଟାରିଫ ଲାଗୁ ପାଇଁ ମେକ୍ସିକୋ କଂଗ୍ରେସରେ ବିଲ୍ ମଞ୍ଜୁରୀ ପରେ ଉତକ୍ଷିପ୍ତ ହୋଇଛି ଭାରତ। ଆସନ୍ତା ବର୍ଷ ଜାନୁଆରୀ ୧ରୁ ଏହି ଟାରିଫ ଲାଗୁ ହେବ। ପୂର୍ବରୁ ଭାରତ ବିରୋଧରେ ଆମେରିକା ୫୦ ପ୍ରତିଶତ ଟାରିଫ ଲାଗୁ କରିବା ଯୋଗୁ ଭାରତ କ୍ଷତିର ସମ୍ମୁଖୀନ ହୋଇଥିଲା। ମେକ୍ସିକୋର ଟାରିଫ ଯୋଗୁ ଅଟୋ, ଅଟୋ ପାର୍ଟସ, ବୟନଜାତ ସାମଗ୍ରୀ, ପ୍ଲାଷ୍ଟିକ, ଇସ୍ପାତ ଶିଳ୍ପ ଗୁରୁତର ପ୍ରଭାବିତ ହେବା ଆଶଙ୍କା ରହିଛି। ଏହି ପଦକ୍ଷେପ ଯୋଗୁ ମେକ୍ସିକୋ ଅଧିକ ୩ ଦଶମିକ ୭୬ ବିଲିୟନ ଡଲାର ଅଧିକ ଆୟ କରିବ।

ଆମେରିକା ବ୍ରାଉନ ୟୁନିଭର୍ସିଟିରେ ଗୁଳିମାଡ଼ : ୨ ମୃତ, ୮ ଆହତ

ନନ୍ଦିଘୋଷ ବ୍ୟୁରୋ : ଆମେରିକା ବ୍ରାଉନ ୟୁନିଭର୍ସିଟିରେ ଗୁଳିମାଡ଼। ଏଥିରେ ପ୍ରାଣ ହରାଇଛନ୍ତି ୨ ଜଣ। ଆହତ ହୋଇଛନ୍ତି ୮ ଜଣ। ବ୍ରାଉନ ୟୁନିଭର୍ସିଟିର ଇଞ୍ଜିନିୟରିଂ ବିଲଡିଂରେ ଦୁର୍ବୃତ୍ତ କରିଥିଲା ଫାୟାରିଂ। ଏହି ଘଟଣାରେ ଜଡ଼ିତ ଅପରାଧୀକୁ କାବୁ କରିଛି ପୋଲିସ। ୟୁନିଭର୍ସିଟିରେ ପରୀକ୍ଷା ଚାଲିଥିବାବେଳେ ଏହି ଗୁଳିକାଣ୍ଡ ଘଟିଛି। କଳା ପୋଷାକ ପରିହିତ ଜଣେ ଯୁବକ ୟୁନିଭର୍ସିଟି କ୍ୟାମ୍ପସରେ ପ୍ରବେଶ କରି ଗୁଳିମାଡ କରିଥିଲା। ଡେପୁଟି ପୋଲିସ ଚିଫ ଟିମୋଧି ଓହାରା କହିଛନ୍ତି ଅପରାଧୀଜଣକ ଗୁଳିମାଡ଼ କରି ଫେରାର ହୋଇଯାଇଥିଲା। ତେବେ ପରେ ତାକୁ କାବୁ କରାଯାଇଛଇ। ଗୁଳିକାଣ୍ଡ ନେଇ ୟୁନିଭର୍ସିଟି ଛାତ୍ରଛାତ୍ରୀଙ୍କୁ ପୋଲିସ ସତର୍କ କରାଇଥିଲା। ଗୁଳିମାଡ଼ ଘଟଣାର କାରଣ ଜଣାପଡ଼ିନାହିଁ। ଏହି ଘଟଣାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଉଦବେଗ ପ୍ରକାଶ କରିଛନ୍ତି। ଘଟଣାର ଏଫବିଆଇ ତଦନ୍ତ କରୁଛି ବୋଲି ସେ କହିଛନ୍ତି

କେରଳ ପୌର ନିର୍ବାଚନରେ ବାଜି ମାରିଲା କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ

ନନ୍ଦିଘୋଷ ବ୍ୟୁରୋ : କେରଳ ପୌର ନିର୍ବାଚନରେ ଶାସକ ସିପିଏମ ନେତୃତ୍ବାଧୀନ ଏଲଡିଏଫ ଓ ଏନଡିଏକୁ ଧକ୍କା l ବାଜିମାତ୍ ମାରିଲା କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ l ଏହି ଫଳାଫଳ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି l 6ଟି ମହାନଗମରୁ ୟୁଡିଏଫକୁ ୪ଟି ମିଳିଥିବାବେଳେ ଏଲଡିଏଫକୁ ଗୋଟିଏ ଓ ଏନଡିଏକୁ ଗୋଟିଏ ମିଳିଛି l ୨୦୨୦ ନିର୍ବାଚନରେ ୟୁଡିଏଫକୁ ଗୋଟିଏ, ଏଲଡିଏଫକୁ ୫ଟି ଓ ଏନଡିଏକୁ କୌଣସି ଆସନ ମିଳି ନଥିଲା l ୮୬ଟି ମୁନିସିପାଲିଟିରୁ ୟୁଡିଏଫକୁ ୫୪, ଏଲଡିଏଫକୁ ୨୮ ଓ ଏନଡିଏକୁ ମାତ୍ର ୨ଟି ଆସନ ମିଳିଛି l ୨୦୨୦ ନିର୍ବାଚନରେ ୟୁଡିଏଫକୁ ୪୧, ଏଲଡିଏଫକୁ ୪୩ ଓ ଏନଡିଏକୁ କୌଣସି ଆସନ ମିଳି ନଥିଲା l ଜିଲ୍ଲା ପଞ୍ଚାୟତ କ୍ଷେତ୍ରରେ ୟୁଡିଏଫକୁ ୭ଟି, ଏଲଡିଏଫକୁ ୭ଟି ଆସନ ମିଳିଥିବାବେଳେ ଏନଡିଏ ଖାତା ଶୂନ ରହିଛି l ବ୍ଲକ ପଞ୍ଚାୟତ କ୍ଷେତ୍ରରେ ୟୁଡିଏଫକୁ ୭୯ ଓ ଏଲଡିଏଫକୁ ୬୩ ଆସନ ମିଳିଥିବାବେଳେ ଏନଡିଏ କୌଣସି ଆସନ ପାଇନାହିଁ l ୯୪୧ ପଞ୍ଚାୟତରୁ ୟୁଡିଏଫକୁ ୫୦୪, ଏଲଡିଏଫକୁ ୩୪୧ ଆସନ ଯାଇଥିବାବେଳେ ଏନଡିଏକୁ ୨୬ ଆସନ ମିଳିଛି l ଗତ ନିର୍ବାଚନରେ ୟୁଡିଏଫ ୩୨୧, ଏଲଡିଏଫ ୩୪୧ ଓ ଏନଡିଏ ପାଇଥିଲା ୨୩ ଆସନ l ଅନେକ ସିପିଏମ ଦୁର୍ଗରେ ୟୁଡିଏଫ ବାଜିମାତ୍ କରିଛି l ୧୪୦ଆସନ ବିଶିଷ୍ଟ କେରଳ ବିଧାନସଭାରେ ଏଲଡିଏଫର ୯୬ ସଦସ୍ୟ ଥିବାବେଳେ ୟୁଡିଏଫର ରହିଛନ୍ତି ୪୧ ସଦସ୍ୟ l ଏଲଡିଏଫରେ ରହିଥିବା ଦଳଗୁଡିକ ହେଉଛନ୍ତି ସିପିଏମ, ସିପିଆଇ, ଆରଜେଡି, କେସିଏମ, ଜେଡିଏସ, ଏନସିପି(ଏସପି), କଂଗ୍ରେସ(ଏସ), ଆଇଏଏଲ, ଜେକେସି, କେସିବି, ଏନଏସସି, ଆରଏସପି(ଏଲ) l ୟୁଡିଏଫରେ ରହିଛନ୍ତି କଂଗ୍ରେସ, ଆଇୟୁଏମଏଲ, କେଇସି, କେସି(ଜେ), କେଡିପି, ଆରଏମପି l

ବଢ଼ିଲା ପାରଦ, ଶୀତରେ ଥରିଲା ଓଡ଼ିଶା

ଭୁବନେଶ୍ବର:  ପଶ୍ଚିମା ଝଡ଼ ପ୍ରଭାବ। ବଢ଼ିଲା ପାରଦ, ଶୀତରେ ଥରିଲା ଓଡ଼ିଶା। ରାଜ୍ୟର ୮ଟି ସ୍ଥାନରେ ୧୦ ଡିଗ୍ରୀ ତଳେ ପାରଦ ରେକର୍ଡ ହୋଇଛି। ପଶ୍ଚିମା ଝଡ଼ ପ୍ରଭାବରେ ଗତ ଦୁଇଦିନ ଅପେକ୍ଷା ରାଜ୍ୟରେ ହ୍ରାସ ପାଇଛି ତାପମାତ୍ରା। ଆହୁରି ୩ରୁ ୪ ଦିନ ରାଜ୍ୟରେ ଜାରି ରହିବ ଶୀତର ପ୍ରଭାବ। ଥୁଆମୁଳ ରାମପୁରରେ ୫.୭, ଫୁଲବାଣୀରେ ୬, ଦାରିଙ୍ଗବାଡ଼ିରେ ୬, କୋରାପୁଟରେ ୭, ରାଉରକେଲାରେ ୮.୨, ଝାରସୁଗୁଡାରେ ୮.୯, ଭବାନୀପାଟଣା ୯, ଅନୁଗୁଳରେ ୯.୬ ଓ ବୌଦ୍ଧ ତାପମାତ୍ରା ୯.୮ ଡିଗ୍ରୀ ରେକର୍ଡ ହୋଇଛି।

ପ୍ରେମିକାର ବେକ କାଟିବା ସହ ନିଜ ବେକ କାଟିଲା ପ୍ରେମିକ

ଫୁଲବାଣୀ: ପ୍ରେମରେ ବିଫଳ ହେବା ପରେ ପ୍ରେମିକର ଉନ୍ମାକ୍ତ କାଣ୍ଡ । ବାହା ହେବାକୁ ରାଜି ନହେବାରୁ ନିଜ ବେକ କାଟିବା ସହ ପ୍ରେମିକାର ବେକ କାଟିଲା ପ୍ରେମିକ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ । ଭଞ୍ଜନଗର ବଣିପଲ୍ଲି ଗାଁର ଶୁଭମ ସ୍ବାଇଁ ଓ ଫୁଲବାଣୀର ଜଣେ ଯୁବତୀ ୩ ବର୍ଷ ଧରି ପ୍ରେମ ସମ୍ପର୍କରେ ଥିଲେ । ଉଭୟ ବିବାହ କରିବାକୁ ସ୍ଥିର କରିଥିଲେ । ହେଲେ ପ୍ରେମିକା ପାଇଁ ଅନ୍ୟ ପ୍ରସ୍ତାବ ଆସିବାରୁ ପ୍ରେମିକା ରାଜି ହୋଇଯାଇଥିଲା । ଏହା ଜାଣି ପାରି ପ୍ରେମିକ ଶୁଭମ ପ୍ରେମିକାର ଘରେ ପହଞ୍ଚି ଥିଲା । ବାହା ହେବା ପାଇଁ ଅଡି ବସିଥିଲା ପ୍ରେମିକ । ହେଲେ ପ୍ରେମିକା ରାଜି ନହେବାରୁ ନିଜ ବେକ ଓ ହାତକୁ କାଟିବା ସହ ପ୍ରେମିକାର ବେକ କାଟିଥିଲା ଶୁଭମ । ସ୍ଥାନୀୟ ଲୋକେ ପ୍ରେମିକକୁ ଅଟକ ରଖି ପୋଲିସର ଜିମା ଦେଇଛନ୍ତି । ଉଭୟ ପ୍ରେମିକ ପ୍ରେମିକା ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି ।

ଚମ୍ପୁଆ ରେଞ୍ଜରେ ୨୨ ଟିକିଆ ହାତୀପଲଙ୍କ ଉପଦ୍ରବ

ଚମ୍ପୁଆ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ୨୨ ଟିକିଆ ହାତୀପଲଙ୍କ ଉପଦ୍ରବ । ୪ ଭାଗରେ ଭାଗ ହୋଇ ଜାରି ରଖିଛନ୍ତି ଉତ୍ପାତ I ଗତକାଲି ରାତିରେ ଚମ୍ପୁଆ ରେଞ୍ଜର ପଦ୍ମପୁର ଗାଁରେ ଦୁଇଟି ଘର ଭାଗିଂ ଧାନ ଚାଉଳ ଖାଇ ଯାଇଛନ୍ତି ଦୁଇ ଟିକିଆ ହାତୀ l ଆଜି ସକାଳୁ ନନ୍ଦପୁର ନିକଟରେ ରାସ୍ତା ପାର ହେଇ ଝାଲିଆବେଡା ଜଂଗଲରେ ପ୍ରବେଶ କରିଥିବା ଦେଖିବାକୁ ମିଳିଛି l ଅନ୍ୟପଟେ ଚମ୍ପୁଆ ସେକ୍ସନର ମୁକୁନ୍ଦପୁରରେ ଥିବା ୧୨ ଟିକିଆ ହାତୀ ପଲ ଗତକାଲି ରାତିରେ ମଂଗଳପର,ଜଡିପଦା ଗାଁରେ ବ୍ୟାପକ ପନିପରିବା ନଷ୍ଟ କରିଛନ୍ତି । ସେହିପରି ବାମେବାରୀ ସେକ୍ସନର ସକରାଡିହି ଗାଁରେ ଦୁଇଟି ଓ ବାଲିବନ୍ଧ ସେକ୍ସନର ଚମକପୁର ଗାଁରେ ୬ ଟି ହାତୀ ଥିବା ଜଣାପଡିଛି l ଅନ୍ୟପଟେ ଉଖୁଣ୍ଡା ସେକ୍ସନର କାଟୁଳିକନା ଗାଁରେ ଦୀର୍ଘଦିନ ଧରି ଆତକଂ ଜାରି ରଖିଥିବା ୧୭ ଟିକିଆ ହାତୀପଲ ଆଜି ସକାଳୁ ବୈତରଣୀ ନଦୀ ଡେଇଁ ମୟୁରଭଞ୍ଜକୁ ଚାଲି ଯାଇଛନ୍ତି l ବନ ବିଭାଗର ଚେଷ୍ଟା ସତ୍ୱେ ହାତୀ ପଲ ଚମ୍ପୁଆ ରେଞ୍ଜ ଛାଡୁନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।..