spot_img
Home Blog Page 14

ଆସୁଛି ପୁଣି ଏକ ଲଘୁଚାପ; ପାଣିପାଗ ବିଜ୍ଞାନୀଙ୍କ ପୂର୍ବାନୁମାନ

ନନ୍ଦିଘୋଷ ବ୍ୟୁରୋ:ବାତ୍ୟା ଅର୍ଣ୍ଣବ ପରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ । ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାଖାପାଖି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି ।

ବର୍ତ୍ତମାନ ପାଗ ଅନୁକୂଳ ଥିବାରୁ ଆସନ୍ତାକାଲି କିମ୍ବା ନଭେମ୍ବର ୧ ତାରିଖ ସୁଦ୍ଧା ଏହା ଅବପାତ ରେ ପରିଣତ ହେବା ସମ୍ଭାବନା ରହିଛି । ଅବପାତଟି ଆନ୍ଧ୍ରପ୍ରଦେଶ ମୁହାଁ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ମାନେ ଆକଳନ କରିଛନ୍ତି । ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ତେବେ ଏହା ଗଭୀର ଅବପାତର ରୂପ ନେବ କି ନାହିଁ ତାହା ବି ସ୍ପଷ୍ଟ ହୋଇ ନାହିଁ । ଆଗାମୀ ୨୪ ଘଣ୍ଟା ପାଇଁ ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । .

ଭଦ୍ରକରେ ନକଲି ଡିଟରଜେଣ୍ଟ କାରଖାନା ଠାବ; ରାତିଅଧିଆ ଛାପା ମାରିଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ: ଭଦ୍ରକରେ ନକଲି ସର୍ଫ ତିଆରି କାରଖାନା ଠାବ। ବିଭିନ୍ନ ନାମୀଦାମୀ କମ୍ପାନୀ ନାଁରେ ନକଲି ସର୍ଫ ତିଆରି ହେଉଥିଲା। ପୋଲିସ ରାତି ଅଧିଆ ଚଢାଉ କରି ବିପୁଳ ପରିମାଣର ସର୍ଫ ଲୋଗୋ ଓ ପ୍ୟାକେଟ ଜବତ କରିଛି।

ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଣିତାଲ ବଜାର ନିକଟରେ ଦୀର୍ଘ ଦିନ ଧରି ଏହି ନକଲି ସର୍ଫ କାରଖାନା ଚାଲିଥିଲା। ନାମୀଦାମୀ କମ୍ପାନୀର ଲୋଗୋ ଲଗାଇ ନକଲି ସର୍ଫ ତିଆରି କରି ବଜାରରେ ବିକ୍ରି କରାଯାଉଥିଲା। ଖବର ପାଇ ପୋଲିସ ରାତିରେ ଚଢାଉ କରିଥିଲା। ପୋଲିସ ଆସିବା ଖବର ପାଇ କାରଖାନାରେ ତାଲା ପକାଇ ସମସ୍ତ କର୍ମଚାରୀ ଫେରାର ହୋଇ ଯାଇଥିଲେ। ପୋଲିସ କାରଖାନା ଭିତରୁ ବିପୁଳ ପରିମାଣର ନକଲି ସର୍ଫ ପ୍ୟାକେଟ, ଲୋଗୋ ଜବତ କରିଛି। ଏହି ନକଲି ସର୍ଫ ଭଦ୍ରକ ସମେତ ବାଲେଶ୍ୱର, ଯାଜପୁର ବଜାରକୁ ଯାଉଥିଲା। କାରଖାନା ମାଲିକକୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।…

ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ସରକାର ସଂପୂର୍ଣ୍ଣ ବିଫଳ: ମାନସ ରଞ୍ଜନ ମଙ୍ଗରାଜ

ନନ୍ଦିଘୋଷ ବ୍ୟୁରୋ: ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ସରକାର ସଂପୂର୍ଣ୍ଣ ବିଫଳ। ବାତ୍ୟା ଅର୍ଣ୍ଣବ ପରିଚାଳନାରୁ ଏହା ସ୍ପଷ୍ଟ ହୋଇଛି। ପୂରା ସରକାର ଓ ସରକାରୀ କଳ ମାଲକାନଗିରିକୁ ଫୋକସ କରିଥିବା ବେଳେ, ଗଞ୍ଜାମ ଓ ଗଜପତିରେ ବନ୍ୟା ହେଲା। କାରଣ ମହାନଦୀ ଉପରେ ସରକାର ନଜର ରଖିଥିବା ବେଳେ, ଗଞ୍ଜାମ ଓ ଗଜପତିକୁ ବୁଡ଼ାଇ ଦେଲା ଋଷକୂଲ୍ୟା। ସରକାରଙ୍କ ପୂର୍ବାନୁମାନ ସଂପୂର୍ଣ୍ଣ ଫେଲ ହୋଇଛି ବୋଲି ଏଥିରୁ ସ୍ପଷ୍ଟ ହୋଇଛି। ଋଷିକୂଲ୍ୟାରେ ବଡ଼ ବନ୍ୟା ପାଣି ଆସୁଥିବା ବେଳେ ପ୍ରଶାସନ ପୂର୍ବାନୁମାନ ନ କରିପାରିବା ସରକାରଙ୍କ ବିଫଳତାକୁ ପଦାରେ ପକାଇଛି। ଯାହାକୁ ନେଇ ବିଜେଡି ସଂସଦୀୟ ଦଳର ନେତା ମାନସ ରଞ୍ଜନ ମଙ୍ଗରାଜ ଉଦବେଗ ପ୍ରକାଶ କରି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

 

ସରକାର ନିଜ ଦୋଷ ଓ ଦୁର୍ବଳତାକୁ ନମାନି ଅନ୍ୟ ଉପରେ ଦୋଷ ଦେଇ ପାରିବେ ନାହିଁ ବୋଲି କହିଛନ୍ତି ମାନସ। ରାଜ୍ୟରେ ଏଭଳି ବିପର୍ଯ୍ୟୟ ପାଇଁ କିଏ ଉତ୍ତରଦାୟୀ ରହିବ ବୋଲି ପ୍ରଶ୍ନ କରିଛନ୍ତି। ବିପର୍ଯ୍ୟୟ ବିଫଳତାକୁ ନସୁଧାରି ସରକାର ବିପର୍ଯ୍ୟୟ ସମୟରେ ବାହାବା ନେବାକୁ ପଛାଉନାହାନ୍ତି ବୋଲି କହିଛନ୍ତି ମାନସ ମଙ୍ଗରାଜ।

କରାଚୀ ବନ୍ଦରରେ ଫସିଛନ୍ତି ୬ ଭାରତୀୟ ନାବିକ, ଜାହାଜରେ ବିଦ୍ୟୁତ୍ ବିଚ୍ଛିନ୍ନ, ପାସପୋର୍ଟ ଜବତ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନର କରାଚୀ ବନ୍ଦରରେ ପ୍ରାୟ ସାତ ମାସ ଧରି ଫସି ରହିଛନ୍ତି ୬ ଜଣ ଭାରତୀୟ ନାବିକ। ଏକ ଇରାନୀ ଜାହାଜ କମ୍ପାନୀ ଓ କରାଚୀ ବନ୍ଦର କର୍ତ୍ତୃପକ୍ଷଙ୍କ ମଧ୍ୟରେ ବିବାଦ ଯୋଗୁଁ ଜାହାଜଟି ଅଟକି ରହିଛି। ଫଳରେ ନାବିକମାନେ ଦୁର୍ଦ୍ଦଶା ଭୋଗୁଥିବା ପରିବାର ଅଭିଯୋଗ କରିଛନ୍ତି। ଫସିଥିବା ନାବିକଙ୍କ ମଧ୍ୟରେ ଉତ୍ତରପ୍ରଦେଶର ପ୍ରୟାଗରାଜର ବିନୀତ କିଶୋର ମିଶ୍ର ମଧ୍ୟ ଅଛନ୍ତି।
ପରିବାରର ସୂଚନା ଅନୁଯାୟୀ, ୧୭ ଏପ୍ରିଲ ୨୦୨୬ରୁ ଜାହାଜଟି କରାଚୀ ବନ୍ଦରରେ ଅଟକି ରହିଛି। ଜାହାଜର ବିଦ୍ୟୁତ୍ ସଂଯୋଗ କାଟି ଦିଆଯାଇଥିବା ବେଳେ ମୋବାଇଲ୍ ନେଟୱାର୍କ ମଧ୍ୟ ଠିକ୍ ଭାବେ କାମ କରୁନାହିଁ। ଏହାସହ ୬ ଜଣ ଭାରତୀୟ ନାବିକଙ୍କ ପାସପୋର୍ଟ ଓ ସିବୁକ୍ ଜବତ କରାଯାଇଥିବା ଅଭିଯୋଗ ହୋଇଛି। ବିନୀତଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ତାଙ୍କୁ ଭାରତ ଫେରିବାକୁ ଅନୁମତି ମିଳୁନାହିଁ।
ବିନୀତ ଗତ ୧୦ ବର୍ଷ ଧରି ମର୍ଚ୍ଚାଣ୍ଟ ନେଭିରେ କାମ କରୁଛନ୍ତି। ସେ ୨୫ ଫେବୃଆରୀ ୨୦୨୬ରେ ଏକ ଇରାନୀ ଜାହାଜ କମ୍ପାନୀରେ ଯୋଗ ଦେଇଥିଲେ। ଏହାପରେ ଓମାନରୁ ଜାହାଜରେ ଯାତ୍ରା ଆରମ୍ଭ କରିଥିଲେ। ଏପ୍ରିଲ ୧୭ରେ ଜାହାଜଟି କରାଚୀରେ ପହଞ୍ଚିବା ପରେ କମ୍ପାନୀ ଓ ବନ୍ଦର କର୍ତ୍ତୃପକ୍ଷଙ୍କ ବିବାଦ ଯୋଗୁଁ ଅଟକି ରହିଥିଲା।


ଅନ୍ୟପକ୍ଷରେ, ବିନୀତଙ୍କ ପତ୍ନୀ ନେହା ମିଶ୍ର, ଦୁଇ ଛୋଟ ପିଲା ଓ ଅବସରପ୍ରାପ୍ତ ସେନା ଅଧିକାରୀ ପିତା ଲଳିତ କିଶୋର ମିଶ୍ର ତାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି। ଖରାପ ନେଟୱାର୍କ ଯୋଗୁଁ ପରିବାର ଲୋକେ ତାଙ୍କ ସହ ପ୍ରତିଦିନ କଥା ହୋଇପାରୁ ନାହାନ୍ତି। ଅନେକ ସମୟରେ ମାତ୍ର କିଛି ମିନିଟ୍ କଥା ହୋଇପାରୁଥିବାରୁ ପରିବାର ଚିନ୍ତାରେ ରହିଛି।
ଏହି ଘଟଣାରେ ପରିବାର ପକ୍ଷରୁ ପାକିସ୍ତାନରେ ଥିବା ଭାରତୀୟ କୂଟନୈତିକ ମିଶନ ସହ ଯୋଗାଯୋଗ କରାଯାଇଛି। ଏଥିସହ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ବୈଦେଶିକ ମନ୍ତ୍ରଣାଳୟକୁ ହସ୍ତକ୍ଷେପ କରି ୬ ଜଣ ଭାରତୀୟ ନାବିକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ନିବେଦନ କରାଯାଇଛି। ସହାୟତାର ଆଶ୍ୱାସନା ମିଳିଥିଲେ ମଧ୍ୟ ଏଯାଏଁ ସମସ୍ୟାର ସମାଧାନ ହୋଇନାହିଁ। କମ୍ପାନୀ ଓ ବନ୍ଦର କର୍ତ୍ତୃପକ୍ଷଙ୍କ ବିବାଦରେ ୬ ଜଣ ଭାରତୀୟ ନାବିକ କେତେଦିନ ଆଉ ଫସି ରହିବେ, ତାହାକୁ ନେଇ ପରିବାର ଚିନ୍ତା ପ୍ରକାଶ କରିଛି।

କରୱା ଚୌଥରେ ଅମାନବୀୟ କାଣ୍ଡ, ସ୍ତ୍ରୀଙ୍କୁ ୧୫୦ରୁ ଅଧିକ ଥର କଇଁଚିରେ ଆକ୍ରମଣ, ସ୍ୱାମୀ ଗିରଫ

ନନ୍ଦିଘୋଷ ବ୍ୟୁରୋ: କରୱା ଚୌଥ ଅବସରରେ ବିହାରର ଆରାହରେ ଘଟିଛି ଏକ ଅଭାବନୀୟ ଘଟଣା। ମୋବାଇଲ୍ ଫୋନ୍ ଓ ଟଙ୍କାକୁ ନେଇ ବିବାଦରୁ ସ୍ୱାମୀ ଜଣକ ନିଜ ସ୍ତ୍ରୀଙ୍କୁ କଇଁଚିରେ ୧୫୦ରୁ ଅଧିକ ଥର ଆକ୍ରମଣ କରିଛନ୍ତି। ଗୁରୁତର ଆହତ ମହିଳାଙ୍କୁ ତିନି ଘଣ୍ଟାର ଅସ୍ତ୍ରୋପଚାର ଓ ପ୍ରାୟ ୧୫୦ଟି ସିଲେଇ ପରେ ଡାକ୍ତରମାନେ ବଞ୍ଚାଇଛନ୍ତି।

 

ସୂଚନା ଅନୁଯାୟୀ, ଆରାହର ବାଡି ମାଠିଆ ଅଞ୍ଚଳରେ ଭଡ଼ା ଘରେ ରହୁଥିବା ୨୬ ବର୍ଷୀୟା ରାଖୀ କୁମାରୀଙ୍କୁ ତାଙ୍କ ସ୍ୱାମୀ ପଙ୍କଜ କୁମାର ଠାକୁର ଆକ୍ରମଣ କରିଥିଲେ। ରାଖୀଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଫୋନ୍ପେ ଆକାଉଣ୍ଟରୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହଡ଼ପ କରିଥିବା ନେଇ ସ୍ୱାମୀ ମିଥ୍ୟା ଅଭିଯୋଗ କରିଥିଲେ। ଏହାକୁ ନେଇ ବିବାଦ ବଢ଼ିବାରୁ ସେ ଧାରୁଆ କଇଁଚିରେ ରାଖୀଙ୍କ ମୁହଁ, ବେକ, ପିଠି ଓ ହାତକୁ ବାରମ୍ବାର ଆକ୍ରମଣ କରିଥିଲେ।

ଚିକିତ୍ସକ ଡାକ୍ତର ବିକାଶ ସିଂହଙ୍କ ସୂଚନା ଅନୁଯାୟୀ, ମହିଳାଙ୍କ ଶରୀରରେ ୧୫୦ରୁ ଅଧିକ ଗୁରୁତର କ୍ଷତ ହୋଇଥିଲା। ତିନି ଘଣ୍ଟାର ଅସ୍ତ୍ରୋପଚାର ପରେ ପ୍ରାୟ ୧୫୦ଟି ସିଲେଇ କରାଯାଇଛି। ତାଙ୍କୁ ୭୨ ଘଣ୍ଟା ପର୍ଯ୍ୟବେକ୍ଷଣରେ ରଖାଯାଇଛି।

ଅନ୍ୟପକ୍ଷରେ, ପୀଡ଼ିତାଙ୍କ ବାପା ମନୋଜ ଠାକୁରଙ୍କ କହିବା ଅନୁଯାୟୀ, ୨୦୧୯ରେ ବିବାହ ପରଠାରୁ ଅଭିଯୁକ୍ତ ସ୍ୱାମୀ ମଦ୍ୟପାନ କରି ଝିଅକୁ ମାଡ଼ ମାରୁଥିଲେ। ଏନେଇ ପୂର୍ବରୁ ଅନେକଥର ସାମାଜିକ ସ୍ତରରେ ବୈଠକ ମଧ୍ୟ ହୋଇଥିଲା। ଏହି ଘଟଣାରେ ପୋଲିସ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ସ୍ୱାମୀ ପଙ୍କଜ କୁମାର ଠାକୁରଙ୍କୁ ଗିରଫ କରିଛି। ଆକ୍ରମଣରେ ବ୍ୟବହୃତ କଇଁଚି ଜବତ କରିବା ସହ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

ମେଳାରେ କଚୋଡି-ଟିକ୍କି ଖାଇ ୧୦୨ ଜଣ ଅସୁସ୍ଥ, ୨ ଗିରଫ

ନନ୍ଦିଘୋଷ ବ୍ୟୁରୋ: କଚୋଡି-ଟିକ୍କି ଖାଇବା ମଡିଲା ମହଙ୍ଗା । ମେଳାରେ କଚୋରି-ଟିକ୍କି ଖାଇ ହଠାତ୍ ଶତାଧିକ ଅସୁସ୍ଥ ହୋଇପଡ଼ିଲେ। ଉତ୍ତରପ୍ରଦେଶର ଆମେଥି ଜିଲ୍ଲାରେ ଏକ ମେଳାରେ କଚୋଡି ଓ ଟିକ୍କି ଖାଇ ୧୦୨ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥଙ୍କ ମଧ୍ୟରେ ୩୯ ଜଣ ଶିଶୁ ଓ ୬୩ ଜଣ ବୟସ୍କ ଅଛନ୍ତି। ଖାଦ୍ୟ ଖାଇବା ପରେ ସେମାନଙ୍କଠାରେ ବାନ୍ତି ଓ ଝାଡ଼ା ଲକ୍ଷଣ ଦେଖାଦେଇଥିଲା।

ଖବର ପାଇ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କ ଚିକିତ୍ସା କରିଥିଲା। ଗୁରୁତର ଅବସ୍ଥାରେ ଥିବା ୧୦ ଜଣ ଶିଶୁଙ୍କ ସମେତ ମୋଟ ୧୭ ଜଣଙ୍କୁ ତିଲୋଇ ମେଡିକାଲ କଲେଜକୁ ପଠାଯାଇଥିଲା। ତେବେ ସମସ୍ତ ରୋଗୀ ବର୍ତ୍ତମାନ ବିପଦମୁକ୍ତ ଥିବା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅଂଶୁମାନ ସୂଚନା ଦେଇଛନ୍ତି।

ଘଟଣାକୁ ନେଇ ପୋଲିସ ଖାଦ୍ୟ ଷ୍ଟଲ୍ ମାଲିକ ରାଜକୁମାର ଓ ରନ୍ଧନ ତେଲ ବ୍ୟବହାର କରିଥିବା ଶିବ କୁମାରଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛି। ଉଭୟଙ୍କୁ ଗିରଫ କରାଯାଇଛି। ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଅଭିଯୋଗ ଆଧାରରେ ଭାରତୀୟ ଦଣ୍ଡ ସଂହିତାର ଧାରା ୨୭୫ ଏବଂ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ ସହ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରଖିଛି।

ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଟି-୨୦

ନନ୍ଦିଘୋଷ ବ୍ୟୁରୋ: ୱେଲିଙ୍ଗଟନ୍‌ରେ କିୱି ଦଳକୁ ଧୂଳି ଚଟାଇ ସିରିଜ୍ କବଜା କରିବା ପରେ ଏବେ ଟିମ୍ ଇଣ୍ଡିଆର ନଜର ଅକଲ୍ୟାଣ୍ଡ ଉପରେ । ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ସିରିଜର ଚତୁର୍ଥ ଟି-୨୦ ମହାମୁକାବିଲା । ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ୍‌କୁ ଭାରତ ୩-୦ରେ ଜିତି ସାରିଥିଲେ ମଧ୍ୟ କ୍ୟାପଟେନ ଶ୍ରେୟସ ଆୟରଙ୍କ ବ୍ଲୁ ବ୍ରିଗେଡ ୱିଣିଙ୍ଗ ଷ୍ଟିକ୍ ବଜାୟ ରଖିବାକୁ ପଡ଼ିଆକୁ ଓହ୍ଲାଇବ ।

ତେବେ ଗତ ମ୍ୟାଚ୍‌ରେ ୧୫ ବର୍ଷୀୟ ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀ ଏବଂ ଅଭିଷେକ ଶର୍ମାଙ୍କ ରେକର୍ଡ ବ୍ୟାଟିଂ ପରେ ଦଳରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଅନ୍ୟପଟେ ମିଚେଲ ସାଣ୍ଟନରଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ଦଳ ନିଜ ମାଟିରେ ଭଲ ପ୍ରଦର୍ଶନ କରିବାକୁ ଉଦ୍ୟମ କରିବ । ଭାରତୀୟ ସମୟ ଅନୁସାରେ ଆଜି ମଧ୍ୟାହ୍ନ ୧୨ଟା ୩୦ ମିନିଟ୍‌ରେ ଏହି ମ୍ୟାଚ୍ ଆରମ୍ଭ ହେବ । ଅକଲ୍ୟାଣ୍ଡର ଇଡେନ୍ ପାର୍କ ପିଚ୍ ସର୍ବଦା ବ୍ୟାଟରମାନଙ୍କ ପାଇଁ ସ୍ୱର୍ଗ ସଦୃଶ ହୋଇଥାଏ। ଏଠାକାର ଛୋଟ ବାଉଣ୍ଡ୍ରି ଯୋଗୁଁ ପୁଣିଥରେ ଚୌକା ଓ ଛକାର ବର୍ଷା ଦେଖିବାକୁ ମିଳିପାରେ। ଭାରତ ପୂର୍ବରୁ ସିରିଜ୍ ଜିତି ସାରିଥିବାରୁ ଆଜି ଦଳରେ କିଛି ନୂଆ ଖେଳାଳି ଯେପରିକି ବରୁଣ ଚକ୍ରବର୍ତ୍ତୀ କିମ୍ବା ମୟଙ୍କ ଯାଦବଙ୍କୁ ସୁଯୋଗ ମିଳିପାରେ। ବୋଲିଂରେ ଅର୍ଶଦୀପ ସିଂ ନିଜର ୧୫୦ ତମ ଟି-୨୦ ୱିକେଟ୍‌ ଠାରୁ ମାତ୍ର ଗୋଟିଏ ସଫଳତା ଦୂରରେ ଅଛନ୍ତି, ଯାହା ଉପରେ ସମସ୍ତଙ୍କ ନଜର ରହିବ ।….

ଦୀପାବଳିରେ ବାଣ ପ୍ରଦୂଷଣ ରୋକିବାକୁ ବିରାଟ କୋହଲିଙ୍କ ସହାୟତା ନେବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ଦୀପାବଳିରେ ବାଣ ପ୍ରଦୂଷଣ ରୋକିବାକୁ ବିରାଟ କୋହଲିଙ୍କ ସହାୟତା ନେବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ନନ୍ଦିଘୋଷ ବ୍ୟୁରୋ: ଦୀପାବଳି ପୂର୍ବରୁ ବାଣ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । କେବଳ ଆଇନଗତ ନିଷେଧାଦେଶ ଜାରି କରିବା ଅପେକ୍ଷା ଜନସାଧାରଣଙ୍କ ମନୋଭାବରେ ପରିବର୍ତ୍ତନ ଆଣିବା ଜରୁରୀ ବୋଲି କୋର୍ଟ କହିଛନ୍ତି । ଏଥିପାଇଁ ଦେଶର ଲୋକପ୍ରିୟ ତାରକା ତଥା ଷ୍ଟାର୍ କ୍ରିକେଟର ବିରାଟ କୋହଲିଙ୍କ ସହାୟତା ନେବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି ।

କୋର୍ଟ କହିଛନ୍ତି ଯେ, ବିରାଟ କୋହଲିଙ୍କ ଭଳି ବ୍ୟକ୍ତିତ୍ୱ ଯଦି ବାଣ ମୁକ୍ତ ପ୍ରଦୂଷଣହୀନ ଦୀପାବଳି ପାଳନ କରିବାକୁ ଲୋକଙ୍କୁ ଅପିଲ୍ କରିବେ, ତେବେ ଏହାର ସକାରାତ୍ମକ ପ୍ରଭାବ ସମାଜ ଉପରେ ପଡ଼ିବ । ବିଶେଷ କରି ଯୁବପିଢ଼ି ଏହା ଦ୍ୱାରା ବେଶ୍ ପ୍ରଭାବିତ ହେବେ । ସୁପ୍ରିମକୋର୍ଟଙ୍କ ଏହି ଟିପ୍ପଣୀ ପରେ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି ।

ଦିଲ୍ଲୀ-ଏନସିଆର ଅଞ୍ଚଳରେ ପ୍ରଦୂଷଣ ମାମଲାର ଶୁଣାଣି ବେଳେ ଜଷ୍ଟିସ ମାଧବ ଗ୍ରୀନ୍ ଏବଂ ତାଙ୍କ ବେଞ୍ଚ ଏହି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟବେକ୍ଷଣ କରିଛନ୍ତି । ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ଦୀପାବଳି ମୂଳତଃ ଆଲୋକର ପର୍ବ ଥିଲା, ପରବର୍ତ୍ତୀ ସମୟରେ ବାଣ ଫୁଟାଇବା ଯୋଗୁଁ ଏହା ପ୍ରଦୂଷିତ ହୋଇଛି । କୋର୍ଟ କୌଣସି ପାରମ୍ପରିକ ଭାବନାକୁ ଆଘାତ ଦେବାକୁ ଚାହାଁନ୍ତି ନାହିଁ, ବରଂ ସଚେତନତା ଜରିଆରେ ଗ୍ରୀନ୍ କ୍ରାକର ବ୍ୟବହାର ଓ ସମୟ ସୀମା ଉପରେ ଗୁରୁତ୍ୱ ଦେଇଛନ୍ତି । ବିରାଟ କୋହଲିଙ୍କ ଭଳି ଆଇକନଙ୍କୁ ଏହି ପ୍ରଚାରରେ ସାମିଲ କଲେ ଜନସାଧାରଣ ବାଣ ନଫୁଟାଇ ସୁରକ୍ଷିତ ଭାବେ ପର୍ବ ପାଳନ କରିବାକୁ ପ୍ରେରିତ ହେବେ ବୋଲି ସୁପ୍ରିମକୋର୍ଟ ଆଶା ପ୍ରକଟ କରିଛନ୍ତି ।

ମିଳିତ ସରକାର ଗଢିବାକୁ ମନ ବଳାଇଲେ ନେତାନ୍ୟାହୁ !

ନନ୍ଦିଘୋଷ ବ୍ୟୁରୋ: ଇସ୍ରାଏଲ ନିର୍ବାଚନରେ ଘଡିକେ ଛୁଟୁଛି ଘୋଡ଼ା । ନେତାନ୍ୟାହୁଙ୍କ ହାତରୁ ଖସୁଛି ଇସ୍ରାଏଲ ! ତାଙ୍କୁ ସ୍ପଷ୍ଟ ବହୁ ମତ ମିଳିନି ।
ବିରୋଧୀ ମେଣ୍ଟ କଡ଼ା ଟକ୍କର ଦେଇଛି  । ତେଣୁ ମ୍ୟାଜିକ ନମ୍ବର ଗ୍ରହଣ କରିପାରନିଥିବା ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ନେତୃତ୍ୱାଧୀନ ଦଳ ଏବେ ମିଳିତ ସରକାର ଗଢିବାକୁ ଅପିଲ କରିଛି । ଗାଦି ଆଇଜେନକୋଟଙ୍କ ଦଳକୁ ମିଳିତ ଭାବେ ସରକାର ଗଢିବାକୁ ଅପିଲ କରିଛନ୍ତି ନେତାନ୍ୟାହୁ ।

ସେପଟେ ଏଭଳି ଅପିଲକୁ ନେଇ କୌଣସି ନିଷ୍ପତ୍ତି ନେଇନାହାନ୍ତି ଆଇଜେନକୋଟ । ଏଭଳି ପ୍ରସ୍ତାବ ଉପରେ ସେ ବିଚାର କରୁଥିବା ସୂଚନା ରହିଛି । ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ନେତୃତ୍ୱାଧୀନ ଦଳ ୫୩ ଟି ଆସନ ଜିତିଥିବା ବେଳେ ମୁଖ୍ୟ ବିରୋଧୀ ପୂର୍ବତନ ସାମରିକ ମୁଖ୍ୟ ଗାଦି ଆଇଜେନକୋଟ୍‌ଙ୍କ ମେଣ୍ଟ ୪୮ ଟି ଆସନ ଜିତିଛି ।  ଯାହା ଫଳରେ ଉଭୟ ଦଳ ୬୧ ଆସନ ବହୁମତ ଛୁଇଁ ପାରିନାହାନ୍ତି । ହେଲେ ଗାଦି ଆଇଜେନକୋଟ୍‌ଙ୍କ ମେଣ୍ଟକୁ ୧୮ ଆସନ ଅଧିକାର କରିଥିବା ଆରବ ପାର୍ଟି ସମର୍ଥନ କରିବ ବୋଲି ସୂଚନା ରହିଛି । ଆରବ ପାର୍ଟିର ସମର୍ଥନ ପରେ ଗାଦି ଆଇଜେନକୋଟ୍‌ଙ୍କ ମେଣ୍ଟ ମ୍ୟାଜିକ ନମ୍ବର ବା ବହୁମତ ପାର କରିବାର ସମ୍ଭାବନା ରହିଛି ।