ବରଗଡ଼ : ଚାକିରିରୁ ନିଲମ୍ବିତ ହେଲେ ହୃଷିକେଶ ଭୋଇ । ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମହାପ୍ରୟାଣ ଗାଡ଼ି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ ହୃଷିକେଶ । ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ସମୟରେ କଂସ ଭୂମିକାରେ ଅଭିନୟ କରନ୍ତି ହୃଷିକେଶ ଭୋଇ । ଗାଇସିଲେଟ ବ୍ଲକ ବଡ଼ ସାହାଜବାହାଲ ଗ୍ରାମର ମୃତ ପ୍ରହଲ୍ଲାଦ ସାହୁଙ୍କ ପରିବାର ଲୋକଙ୍କ ଠାରୁ ୩ ହଜାର ଟଙ୍କା ହୃଷିକେଶ ଭୋଇ ଆଦାୟ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ କ୍ରମେ ଭଟଲି ଥାନାରେ ହୃଷିକେଶ ଭୋଇଙ୍କ ନାମରେ ମାମଲା ରୁଜୁ କରାଇବା ସହିତ ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ବରଗଡ଼ ସିଡିଏମଓ ନିରୁପମା ଷଡ଼ଙ୍ଗୀ । ଏ ଘଟଣାରେ ସଂପର୍କରେ ପୂର୍ବରୁ ନନ୍ଦିଘୋଷ ଟିଭିରେ ବାରମ୍ଵାର ଖବର ପ୍ରସାରଣ କରାଯାଇଥିଲା।
ସମ୍ଭାବ୍ଯ ବାତ୍ଯା ପାଇଁ ୧୭୮ ଟ୍ରେନ ବାତିଲ
ଭୁବନେଶ୍ୱର : ସମ୍ଭାବ୍ଯ ବାତ୍ଯା ପାଇଁ ବହୁ ଟ୍ରେନକୁ ବାତିଲ କରିଛି ରେଳବାଇ। ୮୫ଟି ଅପ୍ ଟ୍ରେନ ବାତିଲ ହୋଇଛି। ସେହିପରି ୯୩ଟି ଡାଉନ ଟ୍ରେନ ବାତିଲ ହୋଇଛି। ମୋଟ ୧୭୮ଟି ଟ୍ରେନ ବାତିଲ ହୋଇଥିବା ନେଇ ରେଲଓ୍ୱେ ପକ୍ଷରୁ ସୂଚନା । ଆସନ୍ତା ୨୩ରୁ ୨୫ ତାରିଖ ଯାଏଁ ଟ୍ରେନ ବାତିଲ କରାଯାଇଛି।
ହାୱଡା-ସିକନ୍ଦରାବାଦ, ସାଲିମାର-ପୁରୀ, ନୂଆଦିଲ୍ଲୀ-ଭୁବନେଶ୍ୱର, ହାୱଡା-ଭୁବନେଶ୍ୱର, ହାୱଡା-ପୁରୀ, ନୂଆଦିଲ୍ଲୀ-ପୁରୀ, ଖଡଗପୁର-ଖୋର୍ଦ୍ଧା, ସମ୍ବଲପୁର-ପୁରୀ, ରାଉରକେଲା-ଭୁବନେଶ୍ୱର, ସିକନ୍ଦରାବାଦ-ଭୁବନେଶ୍ୱର, ପୁଡୁଚେରୀ-ହାୱଡା, ପୁଡୁଚେରୀ-ଭୁବନେଶ୍ୱର, ବ୍ରହ୍ମପୁର-ଭୁବନେଶ୍ୱର, ବିଶାଖାପାଟନା-ଭୁବନେଶ୍ୱର, ବିଶାଖାପାଟନା-ଦୀଘା ଆଦି ଟ୍ରେନକୁ ବାତିଲ କରାଯାଇଛି।
ବୈତରଣୀ ମୁହାଣରେ ବୁଡିଲା ମତ୍ସ୍ଯଜୀବୀଙ୍କ ଡଙ୍ଗା
ଭଦ୍ରକ : ବୈତରଣୀ ମୁହାଣରେ ବୁଡିଲା ମତ୍ସ୍ଯଜୀବୀଙ୍କ ଡଙ୍ଗା। ଧାମରା ବନ୍ଦର ଧାମରାଇ ମନ୍ଦିର ନିକଟରେ ଡଙ୍ଗା ବୁଡିଲା। କୂଳକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି। ଡଙ୍ଗାରେ ଥିବା ୧୦ ମତ୍ସ୍ଯଜୀବୀ ସୁରକ୍ଷିତ ଉଦ୍ଧାର ହୋଇଛି। ସମସ୍ତ ଉଦ୍ଧାର ମତ୍ସ୍ୟଜୀବୀ ପଶ୍ଚିମବଙ୍ଗ ଦୀଘାର ହୋଇଥିବା ସୂଚନା। ବାତ୍ଯା ଦାନା ପ୍ରଭାବରେ ଆସୁଥିବା ଜୁଆର ଢେଉ ମାଡରେ ଡଙ୍ଗା ବୁଡିଯାଇଥିବା ଆଶଙ୍କା କରାଯାଉଛି।
ବାତ୍ୟା ପାଇଁ ସବୁ ପରିବାର ଦର ଆକାଶଛୁଆଁ; ଆଳୁ ୪୦ଟଙ୍କା, ପିଆଜ ୬୦ ଟଙ୍କା ।
କଟକ: ସମ୍ଭାବ୍ୟ ବାତ୍ୟା ଦାନା ପାଇଁ କଟକ ଛତ୍ରବଜାରରେ ଲୋକଙ୍କ ଭିଡ଼। ଆଳୁ, ପିଆଜ ପନିପରିବା କିଣିବା ପାଇଁ ଲୋକଙ୍କ ଗହଳି। ଆଉ ଏହି ସମୟରେ ଆଳୁ, ପିଆଜ ଦର ହଠାତ ବୃଦ୍ଧି ପାଇଛି। ଗତକାଲି ଆଳୁ କିଲୋ ୩୦ ଟଙ୍କା ଥିବା ବେଳେ ଆଜି ତାହା ୫୦ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ପିଆଜ ୭୦ ଟଙ୍କା ରେ ବିକ୍ରୀ ହେଉଛି।
ବର୍ଦ୍ଧିତ ଦର ପଛରେ କିଛି କାରଣ ନଥିବା ବେଳେ କଳାବଜାରୀ ହେଉଥିବା ସିଧାସଳଖ ଅଭିଯୋଗ କରିଛନ୍ତି ଗ୍ରାହକ। ଦର ବୃଦ୍ଧି ହୋଇଥିଲେ ବି ନିୟନ୍ତ୍ରଣ ପାଇଁ କଳା ବଜାରୀ ରୋକିବାକୁ ଛତ୍ରବଜାରରେ ପହଞ୍ଚିଲା ଯୋଗାଣ ବିଭାଗ ।

