spot_img
Home Blog Page 1555

ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ନୂଆ କଂସ ଭୁବନେଶ୍ବର ପ୍ରଧାନ

ବରଗଡ଼: ସରିଲା ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଯାତ୍ରାର କଂସ ଚୟନ । ଭୁବନେଶ୍ବର ପ୍ରଧାନ ଚଳିତବର୍ଷ କଂସ ଭୂମିକାରେ କରିବେ ଅଭିନୟ । ଭୁବନେଶ୍ଵର ପ୍ରଧାନଙ୍କୁ ନୂଆ କଂସ ଭାବେ ବାଛିଚି ଚୟନ କମିଟି ।

ଆଜି ଚାରି ଜଣ କଂସ କଳାକାରଙ୍କୁ ନେଇ ଚୟନ ପ୍ରକ୍ରିୟା କରାଯାଇଥିଲା । ଏଥିରେ ଭୁବନେଶ୍ୱରଙ୍କ ପ୍ରଦର୍ଶନ ଅନ୍ୟମାନଙ୍କଠାରୁ ଦମଦାର ଥିଲା । ପୂର୍ବରୁ ମଧ୍ୟ ଭୁବନେଶ୍ଵର ପ୍ରଧାନ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ତାଙ୍କର ଅଭିନୟ ପ୍ରଦର୍ଶିତ କରି ସାରିଛନ୍ତି ।

ଆଳୁ ସଙ୍କଟ: ରାଜ୍ୟ ସରକାରଙ୍କ ଦ୍ବାରସ୍ଥ ହେଲା ଓଡ଼ିଶା ସିଟିଜେନ୍ସ ଫୋରମ୍

ଭୁବନେଶ୍ବର: ରାଜଭବନରେ ପହଞ୍ଚିଲା ଆଳୁ ସଙ୍କଟ । ସମାଧାନ ପାଇଁ ରାଜ୍ୟ ସରକାର ପଦକ୍ଷେପ ନନେବାରୁ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହେଲା ଓଡିଶା ସିଟିଜେନ୍ସ ଫୋରମ । ସଭାପତି ଚିନ୍ମୟ ଦାସଙ୍କ ନେତୃତ୍ୱରେ ଚାରି ଜଣିଆ ପ୍ରତିନିଧି ଦଳ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଦେଲେ ସ୍ମାରକପତ୍ର ।

ରାଜ୍ୟରେ ଲଗାତର ଆଳୁ ସଙ୍କଟ ଲାଗି ରହିଥିବା ବେଳେ ସାଧାରଣ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ବାରମ୍ବାର ଦାବି ସତ୍ତ୍ୱେ ମଧ୍ୟ ସରକାର କୌଣସି ପଦକ୍ଷେପ ନନେବାରୁ ଗରିବ, ଖଟିଖିଆ ସମସ୍ୟାରେ ପଡିଛନ୍ତି । ତେଣୁ ରାଜ୍ୟପାଳ ତୁରନ୍ତ ହସ୍ତକ୍ଷେପ କରିବାକୁ ଫୋରମ୍ ପକ୍ଷରୁ ଦାବି କରାଯାଇଛି । ଏହାସହ ତୁରନ୍ତ ଆଳୁ ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ ଓ ଅନଶନ କରିବାକୁ ଚେତାବନୀ ଦେଇଛି ଫୋରମ ।

ସେପଟେ ରାଜ୍ୟରେ ବଢି ଚାଲିଥିବା ଆଳୁ ସଙ୍କଟକୁ ନେଇ ବ୍ୟାପିଲା ଅସନ୍ତୋଷ । ରାଜ୍ୟ ସରକାର ଆଳୁ ଯୋଗାଣ ସ୍ୱାଭାବିକ କରାଇବା ଦିଗରେ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ଆଣିଲା ରାଜ୍ୟ ବ୍ୟବସାୟୀ ସଙ୍ଘ । ସରକାରଙ୍କ ଉଦାସୀନତାକୁ ଆଖି ଆଗରେ ରଖି ଖାଉଟିଙ୍କ ସ୍ୱାର୍ଥ ପାଇଁ ରାଜ୍ୟ ବ୍ୟବସାୟୀ ସଂଘ ଉଦ୍ୟମ ଆରମ୍ଭ କରିଛି । ୟୁପିରୁ କିଛି ଆଳୁ ଟ୍ରକ ମଗାଇବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ରାଜ୍ୟକୁ ରେଗୁଲାର ଆଳୁ ଫ୍ଲୋ ପାଇଁ ଉଦ୍ୟମ କରାଯାଇଛି । ଦୈନିକ ରାଜ୍ୟରେ ୪ ହଜାରରୁ ସାଢ଼େ ଚାରି ହଜାର ଟନ ଆଳୁ ଆବଶ୍ୟକ ହେଉଥିବାରୁ ଏହାକୁ ଆଖି ଆଗରେ ରଖି ବ୍ୟବସାୟୀ ସଂଘ ଆଳୁ ମଗାଇଛି । ଏହି ଆଳୁ ଆସିବା ପରେ ଦର ସ୍ୱାଭାବିକ ହୋଇପାରେ ।

ପଶ୍ଚିମବଙ୍ଗ ବ୍ୟବସାୟୀମାନଙ୍କ ସହ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି । କାଲିଠୁ ରାଜ୍ୟରେ ୟୁପି ଆଳୁ ପହଞ୍ଚିବ । ସରକାର ସରକାରଙ୍କ ବାଟରେ ଚାଲନ୍ତୁ । ବ୍ୟବସାୟୀମାନେ ଗ୍ରାହକଙ୍କ ସ୍ୱାର୍ଥ ପାଇଁ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଅସମ୍ମାନକୁ ଭୁଲି ଆଳୁ ମଗାଇବାକୁ ଉଦ୍ୟମ କରିଛନ୍ତି । କେଉଁଠି ଆଳୁ ୩୦ ଟଙ୍କାରେ ମିଳୁଛି ମନ୍ତ୍ରୀ ହିଁ କହିପାରିବେ ବୋଲି କହିଛନ୍ତି ବ୍ୟବସାୟୀ ସଂଘ ମହାସଚିବ ସୁଧାକର ପଣ୍ଡା ।

ସଂଘୀୟ ବ୍ୟବସ୍ଥାରେ ପଶ୍ଚିମବଙ୍ଗ ଆଳୁ ବନ୍ଦ ସମ୍ପର୍କରେ ରାଜ୍ୟର ବିଜେପି ସରକାର କାହିଁକି ଚୁପ, ତାହା ବୁଝା ପଡୁନାହିଁ ବୋଲି କହି ସରକାରଙ୍କୁ କଟାକ୍ଷ କରିଛି ବ୍ୟବସାୟୀ ସଙ୍ଘ ।

ସେପଟେ ବ୍ୟବସାୟୀ ସଂଘ ଆଳୁ ମଗାଇବାର ସୂଚନା ପାଇବା ପରେ ଯୋଗାଣ ମନ୍ତ୍ରୀ ୟୁପିରୁ ୩୦୦ ଟ୍ରକ ଆଳୁ ଆସୁଥିବା କହିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପୂର୍ବରୁ ଟ୍ରେନ ରାକରେ ଆଳୁ ଆସିବ ବୋଲି ଯୋଗାଣ ମନ୍ତ୍ରୀ କହିଥିବା ବେଳେ ଏହା ଏପର୍ଯ୍ୟନ୍ତ ପହଞ୍ଚିନାହିଁ । ଏବେ ପୁଣି ହଠାତ ଯୋଗାଣ ମନ୍ତ୍ରୀ ୟୁପିରୁ ୩୦୦ ଟ୍ରକ ଆଳୁ ପହଞ୍ଚିବ ବୋଲି କହିବା କେତେ ଦୂର ସତ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଆଶାକର୍ମୀଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଲେ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଭସ୍ମା ଥାନା କୁଡ଼ାବଗା ପତ୍ରାପାଲି ଗାଁରେ ଆଶାକର୍ମୀଙ୍କୁ ବୀଭତ୍ସ ହତ୍ଯା । ହତ୍ୟା ପରେ ମୃତଦେହକୁ ଫିଙ୍ଗିଦେଲେ ପୋଖରୀରେ । ଗତକାଲି ଏହି ହତ୍ଯାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ଗତକାଲି ମଧ୍ଯାହ୍ନ ପ୍ରାୟ ସାଢେ ୧୨ଟା ସମୟରେ ଆଶାକର୍ମୀ ସୁଭାଷିନୀ ନାଏକ କାମ ସାରି ଗାଁ ନିକଟ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହାର ଅଧଘଣ୍ଟା ପରେ ତାଙ୍କ ମୋବାଇଲକୁ ଏକ ଫୋନ ଆସିଥିଲା । ଫୋନରେ ସେ କାନ୍ଦୁଥିବା ପରିବାର ଲୋକେ ଶୁଣିଥିଲେ । ଏହାପରେ ତାଙ୍କୁ ଆଉ ଦେଖିବାକୁ ମିଳି ନଥିଲା । ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପରିବାର ଲୋକେ ନିରାଶ ହେବା ପରେ ପୋଲିସକୁ ଖବର ଦେଇଥିଲେ ।

ବିଭିନ୍ନ ସ୍ଥାନରେ ଯାଞ୍ଚ ବେଳେ ପୋଖରୀରେ ତାଙ୍କ ଚପଲ ଭାସୁଥିବା ସ ନିକଟରେ କପଡ଼ା ପଡ଼ିଥିବା ଦେଖିବାକୁ ଯାଇଥିଲା । ଏହାପରେ ପୋଖରୀଠାରୁ ପ୍ରାୟ ଅଧ କିମି ଦୂରରୁ ରକ୍ତଛିଟା ଲାଗିଥିବା ତାଙ୍କ ମୋବାଇଲ ଫୋନ ମିଳିଥିଲା ।

ଏହାପରେ ଅଗ୍ନିଶମ ବାହିନୀ ସହାୟତାରେ ପୋଖରୀରେ ଖୋଜାଖୋଜି କରାଯାଇଥିଲେ ବି କିଛି ମିଳି ନଥିଲା । ହେଲେ ଆଜି ସେହି ପୋଖରୀରେ ଆଶାକର୍ମୀଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ପୋଲିସ ମୃତଦେହକୁ ଉଦ୍ଧାର କରି ତନାଘନା ଆରମ୍ଭ କରିଛି । ଆଶାକର୍ମୀଙ୍କ ବେକ ଓ କପାଳରେ ଛୁରାମାଡ଼ ହୋଇଥିବା ଅନୁମାନ କରାଯାଉଛି । ଜମିଜମା ବିବାଦକୁ ନେଇ ଏହି ହତ୍ଯାକାଣ୍ଡ ଘଟିଥିବା କହିଛନ୍ତି ମୃତକଙ୍କ ପରିବାର ଲୋକେ ।

ପୃଥ୍ବୀରାଜ ଅହଙ୍କାରୀର ଭାଷା କହୁଛନ୍ତି: କଂଗ୍ରେସ

ଭୁବନେଶ୍ବର: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ କଂଗ୍ରେସ ଦେଶ ବିରୋଧୀ ମନ୍ତବ୍ୟର କଡା ଜବାବ ଦେଇଛି ଦଳ । ପୃଥ୍ବୀରାଜ ବାଚଳାମି କରୁଛନ୍ତି ଓ ଅହଙ୍କାରର ଭାଷା କହୁଛନ୍ତି ବୋଲି କହି ଟାର୍ଗେଟ କରିଛି ଯୁବ କଂଗ୍ରେସ୍ ।

ଆଇନମନ୍ତ୍ରୀଙ୍କ ମନ୍ତବ୍ୟର ଜବାବ ଦେବାକୁ ଯାଇ ଯୁବ କଂଗ୍ରେସ ନେତା ୟାସିର୍ ନଓ୍ବାଜ କହିଛନ୍ତି କଂଗ୍ରେସ ହେଉଛି ସ୍ଵାଧୀନତା ସଂଗ୍ରାମୀଙ୍କ ଦାୟଦ । ବିଜେପି ହେଉଛି ଇଂରେଜଙ୍କ ଦାୟଦ । ପୃଥ୍ବୀରାଜ ହରିଚନ୍ଦନ ଯାହା କହିଛନ୍ତି ଏହା ହେଉଛି ତାଙ୍କର ବାଚଳାମି । ସେ ସାମ୍ବିଧାନିକ ପଦବୀରେ ଥାଇ ଯେଉଁଭଳି ଅହଙ୍କାରୀ ଭାଷା କହିଛନ୍ତି ତାହା ହେଉଛି ରାବଣର ଭାଷା, ଅହଙ୍କାରିର ଭାଷା ।

ପୁଣି ସେ କହିଛନ୍ତି, ଜଣେ ସାମ୍ବିଧାନିକ ପଦବୀରେ ରହି ଯେଉଁ ଭଳି ଭାବେ ବିରୋଧୀଙ୍କୁ ଭର୍ତ୍ସନା କରିଛନ୍ତି ତାହା ହେଉଛି ଅହଙ୍କାରର ପ୍ରତୀକ । ବିରୋଧୀ ଦଳ ହିସାବରେ ଆମେ ଡିଜି ସମ୍ମିଳନୀକୁ ବିରୋଧ କରୁନୁ । ଆମେ ରାଜ୍ୟର ଆଇନ୍ ଶୃଙ୍ଖଳା ବିଷୟରେ ପଚାରିବାକୁ ଯାଇଥିଲୁ ।

ଏହାସହ ରାଜ୍ୟପାଳଙ୍କ ପୁଅ ଉପରେ କ’ଣ ଆକ୍ସନ ନିଆଗଲା ବୋଲି ପ୍ରଶ୍ନ କରିଛନ୍ତି ୟାସିର । ସରକାରକୁ ଆସୁ ଆସୁ ଦରଦାମର ପ୍ରଭାବରେ ଆମ୍ବ ଟାକୁଆ ଖାଇ ଲୋକଙ୍କ ମୃତୁ ହେଲା । କିନ୍ତୁ ସେ ଯେଉଁ ଭଳି ଭାଷା ଆମ ପ୍ରତି ପ୍ରୟୋଗ କରିଛନ୍ତି ତାହା ଗ୍ରହଣୀୟ ନୁହେଁ । ଆମେ ଏହାକୁ ନିନ୍ଦା କରୁଛୁ ।

ସରିଲା ଡିଜିପି/ଆଇଜିପି ସମ୍ମିଳନୀ, ଦିଲ୍ଲୀ ଫେରୁଛନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ଡିଜିପି ସମ୍ମିଳନୀରେ ଦେଶର ସୁରକ୍ଷା ନେଇ ରୋଡମ୍ୟାପ୍ ପ୍ରସ୍ତୁତ । ଭୁବନେଶ୍ଵରରେ ଚାଲିଥିବା ୩ ଦିନିଆ ଡିଜିପି ଓ ଆଜିପି ସମ୍ମିଳନୀ ଶେଷ ହୋଇଛି । ଫୋକସରେ ଥିଲା ଅନୁପ୍ରବେଶକାରୀ, ସାଇବର ଅପରାଧ, ନିଶା କାରବାର ରୋକିବା । ଆଭ୍ୟନ୍ତରୀଣ ସୁରକ୍ଷା, ଆଇନଶୃଂଖଳା ଦିଗରେ କରାଯାଇଛି ଆଲୋଚନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମିଳନୀରେ ସାମିଲ ହେବା ସହ ଦେଶର ସୁରକ୍ଷାକୁ ନେଇ ରୋଡମ୍ୟାପର ସମୀକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଏହି ସମ୍ମିଳନୀରେ ଦେଶର ସୁରକ୍ଷାକୁ ନେଇ ନୂଆ ନକ୍ସା ପ୍ରସ୍ତୁତ କରିଛନ୍ତି । ସମ୍ମିଳନୀରେ ପ୍ରସ୍ତୁତ ହୋଇଛି ଦେଶ ସୁରକ୍ଷାର ବ୍ଲୁପ୍ରିଂଟ ।

ସମ୍ମିଳନୀରେ ଦେଶର ସୁରକ୍ଷାକୁ ନେଇ କ’ଣ ରୋଡମ୍ୟାପ ପ୍ରସ୍ତୁତ ହୋଇଛି ତାହାର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଓ ଆଇନ ଶୃଙ୍ଖଳା ନିୟନ୍ତ୍ରଣକୁ ଗୁରୁତ୍ଵ ଦିଆଯାଇଥିବା ବେଳେ ନକ୍ସଲ ମୁକାବିଲା ଓ ତଟ ସୁରକ୍ଷା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି । ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ଉତ୍ତମ ବ୍ୟବହାର କରିବା ସହ ତ୍ବରିତ୍ବ ନ୍ୟାୟ ପ୍ରଦାନ କରାଯିବା ନେଇ ପୋଲିସ ମୁଖିଆଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ ।

ସେହିପରି ସୀମା ସୁରକ୍ଷାକୁ ନେଇ ହୋଇଛି ଆଲୋଚନା । ଆତଙ୍କବାଦୀଙ୍କୁ ମାତ ଦେବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଶାନ୍ତି ବଜାୟ ରଖିବା ଉପରେ ମଧ୍ୟ ଗୁରୁତ୍ଵାରୋପ କରାଯାଇଥିଲା । ଆଭ୍ୟନ୍ତରୀଣ ଓ ବାହ୍ୟ ଶତ୍ରୁଙ୍କୁ ନିପାତ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ୩ ଦିନ ଧରି ଚାଲିଥିବା ଏହି ବୈଠକରେ ମୋଟ ୧୫୦ ପ୍ରତିନିଧି ମଣ୍ଡଳୀ ସାମିଲ ହୋଇଥିଲେ ।

ସମ୍ମିଳନୀ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ମୋଦ ଦିଲ୍ଲୀ ଫେରୁଛନ୍ତି । ଏଥିପାଇଁ ଭୁବନେଶ୍ବର ବିମାନ ବନ୍ଦର ପର୍ଯ୍ୟନ୍ତ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିମାନ ବନ୍ଦରରୁ ସ୍ବତନ୍ତ୍ର ବିମାନରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିବେ ।

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକାକୀ ଲଢିବ ଆମ୍ ଆଦମୀ ପାର୍ଟି

ନୂଆଦିଲ୍ଲୀ: ଆସନ୍ତା ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକାକୀ ଲଢିବ ଆମ୍ ଆଦମୀ ପାର୍ଟି। ଏନେଇ ସୂଚନା ଦେଇଛନ୍ତି ଆପ୍ ସୁପ୍ରିମୋ ଅରବିନ୍ଦ କେଜରିୱାଲ। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି- ଆସନ୍ତା ବର୍ଷ ହେବାକୁ ଥିବା ବିଧାନସବା ନିର୍ବାଚନରେ କୌଣସି ଗଠବନ୍ଧନ ହେବ ନାହିଁ। ତାଙ୍କ ଦଳ ଏକାକୀ ବିଧାନସଭା ନିର୍ବାଚନ ଲଢିବ। ସେ କହିଛନ୍ତି- ଦିଲ୍ଲୀବାସୀ ଆତଙ୍କରେ ବଞ୍ଚୁଛନ୍ତି। ସଡକରେ ଗୁଳିମାଡ କରୁଛନ୍ତି। ଲାଗୁଛି ଗ୍ୟାଙ୍ଗଷ୍ଟରମାନେ ରାଜ୍ କରୁଛନ୍ତି। ଦିଲ୍ଲୀରେ ଆଇନଶୃଙ୍ଖଳା ସ୍ଥିତି ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ଦିଲ୍ଲୀରେ ବ୍ୟବସାୟୀମାନେ ଆଶଙ୍କା ଭିତରେ କାଳ କାଟୁଛନ୍ତି। ଦିଲ୍ଲୀରେ ହତ୍ଯାକାଣ୍ଡ ବୃଦ୍ଧି ପାଉଛି। ଦିଲ୍ଲୀରେ ବୟସ୍କମାନଙ୍କ ଜୀବନ ନିରାପଦ ନୁହେଁ। ମହିଳାମାନଙ୍କ ସ୍ଥିତି ବି ଭଲ ନାହିଁ। ଗଣଦୁଷ୍କର୍ମ ଏକ ନିୟମିତ ଘଟଣାରେ ପରିଣତ ହୋଇଛି। ଦିଲ୍ଲୀର ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଆଦି କ୍ଷେତ୍ରରେ ଆପ୍ ସରକାର ବହୁତ କିଛି କରିଛନ୍ତି। ହେଲେ ଆଇନଶୃଙ୍ଖଳା ବ୍ୟବସ୍ଥା କେନ୍ଦ୍ର ଗୃହମନ୍ତ୍ରାଳୟ ଅଧୀନରେ ଆସୁଛି। ସେଥିପାଇଁ କେନ୍ଦ୍ର ଦୃଷ୍ଟି ଦେବା ଦରକାର। ସେ ଆହୁରି କହିଛନ୍ତି ତାଙ୍କର ଦୋଷ କଣ। ସର୍ବସାଧାରଣଙ୍କ ନିରାପତ୍ତା ଓ ଅପରାଧ ନେଇ କେବଳ ବାହାସ୍ଫୋଟ ମରାଯାଉଛି। ହେଲେ ଏହାର କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଗ୍ଯାଙ୍ଗଷ୍ଟରମାନଙ୍କୁ ଗିରଫ କରାଯାଉନାହିଁ। ପ୍ରତିବଦଳରେ ତାଙ୍କ ପରି ଲୋକଙ୍କୁ ଟାର୍ଗେଟ କରାଯାଉଛି। ଗତକାଲି ତାଙ୍କ ଉପରେ ପଦଯାତ୍ରାବେଳେ ତରଳ ପଦାର୍ଥ ଫୋପଡା ଗଲା। ଗତକାଲି ଆପ୍ ଏମଏଲଏଙ୍କୁ ବି ଗିରଫ କରାଯାଇଥିଲା।

ବେଆଇନ ବନ୍ଧୁକ କାରବାରର ମୁଖ୍ୟ ଅଭିଯୁକ୍ତ ବିହାରରୁ ଗିରଫ

ବରଗଡ଼: ବେଆଇନ ବନ୍ଧୁକ କାରବାରର ମୁଖ୍ୟ ଅଭିଯୁକ୍ତ ବିହାରରୁ ଗିରଫ। ଗିରଫ ଅଭିଯୁକ୍ତ ହେଲା ମହମ୍ମଦ ଅକରମ। ବିହାରରୁ ବରଗଡ଼କୁ ଚୋରା ବନ୍ଧୁକ କାରବାର କରୁଥିଲା ଅକରମ। ଆଉ ବରଗଡରେ କିଛି ବିହାରୀ ଯୁବକ ରହି ଅପରାଧୀଙ୍କୁ ବିକ୍ରି କରୁଥିଲେ ବେଆଇନ ବନ୍ଧୁକ । ବରଗଡ ପୁଲିସ ଟିମ ବିହାରକୁ ଗସ୍ତ କରି ମହମ୍ମଦ ଅକରମକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ବରଗଡ ଏସପି। ମହମ୍ମଦ ଅକରମକୁ ବରଗଡ ଅଣାଯିବା ପରେ ତା ପାଖରୁ ପୁଲିସ ଅଧିକ ସୂଚନା ସଂଗ୍ରହ କରୁଛି ।

ଗତ କିଛିଦିନ ତଳେ ଚୋରା ବନ୍ଧୁକ ଡିଲ ବେଳେ ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ । ସେମାନଙ୍କ ନିକଟରୁ ୫ଟି ଚୋରା ବନ୍ଧୁକ ଜବତ କରାଯାଇଥିଲା । ଏସପିଙ୍କ ତତ୍ତ୍ବାବଧାନରେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ଏହାର ତଦନ୍ତ କରାଯାଉଥିଲା। ଏହି ସମୟରେ ବିହାରରୁ ଏଠାକୁ ବନ୍ଧୁକ ଯୋଗାଣ କରୁଥିବା ସପ୍ଲାଇର ମହମଦ ଅକରମ ଓ ତାର ଆଉ ଏକ ସହଯୋଗୀକୁ ପୁଲିସ ଗିରଫ କରିଛି।

ବାଘ ଶିକାର ପରେ ବାଣ୍ଟିକୁଣ୍ଟି ଖାଇଲେ ମାଂସ, ୨ ଶିକାରୀ ଗିରଫ

କନ୍ଧମାଳ: ଜି.ଉଦୟଗିରି ଗମ୍ଭାରୀଗୁଡା ଓ ମାଲାନସୁଗା ଅଞ୍ଚଳରୁ ୨ ବାଘ ଶିକାରୀ ଗିରଫ। ରେଡ୍ ବେଳେ କଲରାପତରିଆ ବାଘ ଚମଡା ଜବତ ସହ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ଜବତ ହୋଇଛି। ବାଘ ଚମଡାର ଲମ୍ବ ୨୩୯ ସେଣ୍ଟିମିଟର ହୋଇଥିବା ବେଳେ, ବାଘର ଆନୁମାନିକ ବୟସ ୫ ରୁ ୭ ବର୍ଷ ହେବ ବୋଲି କହିଛି ବନ ବିଭାଗ। ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କ ବୟାନ ଅନୁସାରେ ବାରାହା ଶିକାର ପାଇଁ ଫାସ ବିଛା ଯାଇଥିବା ବେଳେ ଏଥିରେ ବାଘ ପଡ଼ିଥିଲା। ପରେ ଦେଶୀ ବନ୍ଧୁକ ସହାୟତାରେ ବାଘକୁ ମାରିଥିଲେ ଅଭିଯୁକ୍ତ। ସବୁଠୁ ସାଂଘାତିକ କଥା ହେଉଛି ଯେ, ବାଘକୁ ମାରିବା ପରେ ତାର ମାଂସକୁ ବାଣ୍ଟିକୁଣ୍ଟି ଖାଇ ଦେଇଥିଲେ ଅଭିଯୁକ୍ତ। ଏନେଇ ସୂଚନା ଦେଇଛି ବନ ବିଭାଗ।

୨ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଘଟଣାରେ ସଂପୃକ୍ତ ଥିବା ଅନ୍ୟ ୪ ଜଣ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବାକୁ ବନ ବିଭାଗ ପକ୍ଷରୁ ତନାଘନା ଜାରି ରହିଛି।

ତେଲଙ୍ଗାନା ପୋଲିସକୁ ବଡ଼ ସଫଳତା; ଏନକାଉଣ୍ଟରରେ ଟଳିଲେ ୭ ମାଓବାଦୀ

ନନ୍ଦିଘୋଷ ବ୍ୟୁରୋ: ଏନକାଉଣ୍ଟରରେ ଟଳିଲେ ୭ ମାଓବାଦୀ। ତେଲଙ୍ଗାନା ପୋଲିସକୁ ମିଳିଲା ବଡ଼ ସଫଳତା। ମୁଲୁଗୁ ଜିଲ୍ଲା ଏତୁରଙ୍ଗାରମ ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି। ମୁଲୁଗୁ ଏସ୍‌ପି ଡକ୍ଟର ସବାରିଶ ଏହି ସୂଚନା ଦେଇଛନ୍ତି। ମାଓବାଦୀଙ୍କ ନିକଟରୁ ପୋଲିସ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି।

ପୁଲିସ ସୂଚନା ମୁତାବକ, ରବିବାର ସକାଳୁ ମୁଲୁଗୁ ଜିଲ୍ଲାର ଏତୁରଙ୍ଗାରମ ଜଙ୍ଗଲରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏହି ଏନକାଉଣ୍ଟରରେ ୟେଲାଣ୍ଡୁ-ନରସମପେଟ୍‌ ଅଞ୍ଚଳର ଅଞ୍ଚଳର କମିଟି କମାଣ୍ଡର ବଦ୍ରୁ ଓରଫ ପାପନ୍ନା ନିହତ ହୋଇଥିବା ସୂଚନା ମିଳିଛି। ତେବେ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କିଛି ନିଶ୍ଚିତ ହୋଇନାହିଁ। ଏହି ଏନକାଉଣ୍ଟର ସମ୍ପର୍କରେ ପୋଲିସ ପ୍ରଶାସନ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଦେଇନାହିଁ।

ଏହାପୂର୍ବରୁ ସେପ୍ଟେମ୍ବର ମାସରେ ତେଲେଙ୍ଗାନାର ଭଦ୍ରାଦ୍ରିର କୋଠାଗୁଡେମ ଅଞ୍ଚଳରେ ତେଲେଙ୍ଗାନା ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏହି ଏନକାଉଣ୍ଟରରେ ୬ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଦୁଇ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଏନକାଉଣ୍ଟର କରାଯାଇଥିବା ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଥିଲେ।

ଦ୍ବିତୀୟ ପ୍ରେମିକ ସହ ମିଶି ପ୍ରଥମ ପ୍ରେମିକ ଉପରେ ଏସିଡ୍ ମାଡ଼ କଲେ ଯୁବତୀ

ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନର ପ୍ରତାପଗଡ଼ରୁ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି । ନାର୍କୋଟିକ୍ସ ବିଭାଗର ଇନ୍ସିପେକ୍ଟରଙ୍କ ଉପରେ ଏସିଡ ମାଡ଼ ଘଟଣାରେ ପୋଲିସ ଜଣେ ଯୁବକ ଏବଂ ଯୁବତୀଙ୍କୁ ଗିରଫ କରିଛି । ପୋଲିସ ଏହି ଘଟଣାରେ ଏକ ବାଇକ ଜବତ କରିବା ସହ ସେମାନଙ୍କୁ ପଚରା ଉପରା ଜାରି ରଖିଛି । ତେବେ ଶୁକ୍ରବାର ଏହି ଘଟଣା ଘଟିଥିବାବେଳେ ୨୨ ବର୍ଷୀୟ ଯୁବତୀଙ୍କ ସହ ତାଙ୍କ ବୟଫ୍ରେଣ୍ଡକୁ ଗିରଫ କରିଛି । ତଦନ୍ତରୁ ଜଣା ପଡ଼ିଛି କି, ଯୁବତୀଙ୍କ ସହ ଇନ୍ସିପେକ୍ଟର ଆଫାୟାର୍ସ ଚାଲିଥିଲା । ଯାହାକି ପୋଲିସ ସୂତ୍ରରୁ ଜଣାପଡ଼ିଛି । ଯୁବତୀ ଜଣକ ପରେ ଭଲ ପାଉଥିବା ଯୁବକଙ୍କୁ ଅଧିକ ଭଲ ପାଉଥିବାର ପ୍ରମାଣ ଦେବାକୁ ଯାଇ ଏଭଳି ଏସିଡ୍ ମାଡ଼ କରିଥିବା ଜଣାପଡ଼ିଛି । ସବଇନ୍ସିପ୍ଟେରଙ୍କ ସହ ଇନଷ୍ଟାଗ୍ରାମରୁ ପ୍ରେମ ହୋଇଥିଲା । ପ୍ରଥମ ଉଭୟ ବନ୍ଧୁତା କରିଥିଲେ ଆଉ ପରେ ଭଲ ପାଇଥିଲେ । ମାତ୍ର ପରେ ଅନ୍ୟ ଜଣେ ଅଥବା ଅଭିଯୁକ୍ତ ଯୁବକଙ୍କ ସହ ପ୍ରେମ ହୋଇଥିଲା । ସେହି ଯୁବକଙ୍କୁ ନିଜର କରିବାକୁ ଯାଇ ରାସ୍ତାରୁ ହଟାଇବାକୁ ଯାଇ ,ଭଳି କାଣ୍ଡ ଭିଆଇଥିବା ପୋଲିସ ଆଗରେ ସତ ମାନିଛନ୍ତି । ଯେଉଁ କାରଣରୁ ସେ ଏଭଳି ଏକ ପନ୍ଥା ଆପଣାଇଥିଲେ ।