spot_img
Home Blog Page 1568

ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଇଥିଲା : ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀ : କେଜ୍ରିୱାଲ ଚୋର ନା କେଜରିୱାଲଙ୍କୁ ଜେଲ୍ ପଠାଇଥିବା ଲୋକ ଚୋର ? ଯଦି କେଜ୍ରିୱାଲ ଦୁର୍ନୀତି କରିଥାନ୍ତେ, ତେବେ ହଜାର ହଜାର କୋଟି ଟଙ୍କା ରୋଜଗାର କରିଥାନ୍ତା। ଲୋକଙ୍କୁ ମାଗଣା ବିଜୁଳି ଦେଇପାରିନଥାନ୍ତା କି ପ୍ରାଇଭେଟ ସ୍କୁଲଠାରୁ ବି ଭଲ ସ୍କୁଲ ଦିଲ୍ଲୀରେ ତିଆରି ହୋଇନଥାନ୍ତା। ଦିଲ୍ଲୀବାସୀଙ୍କୁ ଏହି କଥା କହିଛନ୍ତି ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ଜନ୍ତର ମନ୍ତରରେ ହୋଇଛି ଆମ୍ ଆଦମି ପାର୍ଟିର ଜନତା କି ଅଦାଲତ। ସେଥିରେ ଯୋଗ ଦେଇ କେଜ୍ରିୱାଲ  କହିଛନ୍ତି, ଷଡ଼ଯନ୍ତ୍ର କରି ମତେ ଜେଲ ପଠାଯାଇଥିଲା। ମୁଁ ପଣ କରିଥିଲି, ଯେ ପର୍ଯ୍ୟନ୍ତ ଏହି ଦୁର୍ନୀତିର ଦାଗ ହଟିବ ନାହିଁ ମୁଁ ଦିଲ୍ଲୀ ଶାସନକୁ ଫେରିବି ନାହିଁ। କିନ୍ତୁ ମୋ ଓକିଲ କହିଲେ, ଅଦାଲତରେ ୧୦ ବର୍ଷରେ ବି ମାମଲାର ଫଇସଲା ହେବ କି ନାହିଁ କହିହେବ ନାହିଁ। ତେଣୁ ମୁଁ ଆପଣଙ୍କ ପାଖକୁ ଆସିଛି, ଜନତାଙ୍କ ଅଦାଲତ ମୋ ବିଚାର କରିବେ ବୋଲି କହିଛନ୍ତି କେଜ୍ରିୱାଲ । ନେତାଙ୍କ ମୋଟା ଚମଡ଼ା, ତେଣୁ ସେମାନେ ବହୁ କଥା ସହିପାରନ୍ତି। କିନ୍ତୁ ମୁଁ ନେତା ନୁହେଁ, ମୁଁ ରାଜନୀତିର ପରିଭାଷା ବଦଳାଇବାକୁ ଆସିଛି। କିଛି ଦିନ ଭିତରେ ସରକାରୀ ବଙ୍ଗଲା ବି ଛାଡ଼ିଦେବି। ବହୁ ଲୋକ ସେମାନଙ୍କ ଘରେ ମତେ ରହିବାକୁ ପ୍ରସ୍ତାବ ଦେଇଛନ୍ତି। ଆପଣଙ୍କ ଭିତରୁ କାହା ଘରେ ବି ମୁଁ ରହିଯିବି ବୋଲି କହିଛନ୍ତି କେଜ୍ରିୱାଲ ।  ଦିଲ୍ଲୀ ମଦ ମାମଲାରେ କେଓରିୱାଲ ପ୍ରାୟ ୬ ମାସ ଜେଲରେ ରହିବା ପରେ କିଛି ତଳେ ତାଙ୍କୁ ଜାମିନ ମିଳିଛି।  ଏହା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ତାଙ୍କ ବଦଳରେ ଆତିଶି ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ପ୍ରଥମ ଟେଷ୍ଟରେ ଭାରତର ଦମଦାର ବିଜୟ, ୧-୦ରେ ଆଗୁଆ ଟିମ୍ ଇଣ୍ଡିଆ

ଚେନ୍ନାଇ : ଚେନ୍ନାଇ ଟେଷ୍ଟରେ ଭାରତର ଦମଦାର ବିଜୟ। ବାଂଲାଦେଶ ସହ ପ୍ରଥମ ଟେଷ୍ଟରେ ଜବରଦସ୍ତ ବିଜୟ ହାସଲ କରିଛି ଟିମ ଇଣ୍ଡିଆ। ଭାରତ ବାଂଲାଦେଶକୁ ୨୮୦ ରନରେ ପରାସ୍ତ କରିଛି। ଭାରତ ଓ ବାଂଲାଦେଶ ମଧ୍ୟରେ ୨ ମ୍ଯାଚ୍ ବିଶିଷ୍ଟ ଏହି ସିରିଜରେ ପ୍ରଥମ ମ୍ଯାଚ୍ ଜିତି ୧-୦ର ଅଗ୍ରଣୀ ହାସଲ କରିଛି ଟିମ ଇଣ୍ଡିଆ। ପ୍ରଥମ ଟେଷ୍ଟର  ଦ୍ଵିତୀୟ ଇନିଂସରେ ବାଂଲାଦେଶ ଆଗରେ ଭାରତ ୫୧୫ ରନର ଲକ୍ଷ୍ୟ ରଖିଥିଲା। ଟାର୍ଗେଟର ପିଛା କରି ବାଂଲଦେଶର ପୂରା ଟିମ ଖେଳର ଚତୁର୍ଥ ଦିନରେ ୨୩୪ରନରେ ଅଲଆଉଟ ହୋଇଥିଲା। ଭାରତର ଏହି ବିଜୟ ପଛରେ ମୁଖ୍ୟ ନାୟକ ସାଜିଥିଲେ ସ୍ପିନର ଆର ଅଶ୍ଵିନ। ଦ୍ଵିତୀୟ ଇଂନିସରେ ଅଶ୍ଵୀନ ୬ ୱିକେଟ ନେଇଥିଲେ। ଅଶ୍ଵୀନ ଏହି ଟେଷ୍ଟର ପ୍ରଥମ ଇନିଂସରେ ଶତକୀୟ ପାଳି ମଧ୍ୟ ଖେଳିଥିଲେ।  ଭାରତ ପ୍ରଥମ ଇନିଂସରେ ୩୭୬ ଏବଂ ଦ୍ଵିତୀୟ ଇଂନିସରେ ୨୮୭ ରନ କରି ପାଳି ଘୋଷଣା କରିଥିଲା। ଜବାବରେ ବାଂଲାଦେଶ ଟିମ ପ୍ରଥମ ଇନିଂସରେ ମାତ୍ର  ୧୪୯ ରନରେ ସମସ୍ତ ୱିକେଟ ହରାଇଥିଲା। ମ୍ଯାଚର ଚତୁର୍ଥ ଦିନରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ।.. ଟେଷ୍ଟ ସିରିଜର ଦ୍ଵିତୀୟ ମ୍ଯାଚ ଆସନ୍ତା ୨୭ ତାରିଖରୁ ଖେଳାଯିବ । କାନପୁରର ଗ୍ରୀନପାର୍କ ଷ୍ଟାଡିୟମରେ ଏହି ମ୍ଯାଚ୍ ଖେଳାଯିବ। ଏହି ମ୍ଯାଚକୁ ମଧ୍ୟ ଜିତି ସିରିଜ ହାତେଇବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ ।

ରାସ୍ତା ନଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ,, ଖଟିଆରେ ବୁହା ହେଲେ ଗର୍ଭବତୀ

ଆନନ୍ଦପୁର : ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ। ଗାଁକୁ ରାସ୍ତା ନଥିବାରୁ ଯାଇପାରିଲା ନାହିଁ ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ନିକଟରେ ପହଞ୍ଚିବା ପୂର୍ବରୁ ଖଟିଆରେ ହେଲା ପ୍ରସବ। ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ  ମଧୁବନ ଗାଁର ପାର୍ବତୀ ପ୍ରସବ ଯନ୍ତ୍ରଣା ପାଇବା ପରେ ପରିବାର ପକ୍ଷରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା। ହେଲେ ଗାଁକୁ ରାସ୍ତା ନଥିବାରୁ ଯାଇପରିଲାନି ଆମ୍ବୁଲାନ୍ସ । ଫଳରେ ୩ କିଲୋମିଟର ଦୂରରେ ଠିଆ ହୋଇଥିଲା ।  ପରିବାର ଲୋକେ ଖଟିଆରେ ପାର୍ବତୀଙ୍କୁ ଏକ ନାଳ ପାର କରାଇ ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ । ଏହି  ସମୟରେ ଖଟିଆରେ କନ୍ୟା ସନ୍ତାନ ଜନ୍ମ ହୋଇଛି ।  ଆମ୍ବୁଲାନ୍ସ ଯୋଗେ ପାର୍ବତୀଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ଏବେ ଉଭୟ ମା ଏବଂ ଶିଶୁ କନ୍ୟାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣା ପଡିଛି । ମଧୁବନ ଗ୍ରାମକୁ ଯିବାକୁ ଭଲ ରାସ୍ତା ନଥିବାରୁ ଏବଂ ମଝିରେ ଏକ ନାଳ ଥିବାରୁ ଏହି ରାସ୍ତାକୁ ମରାମତି ପାଇଁ ଦାବି ହେଉଛି।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ବର : ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଆସନ୍ତା ୨୪ ଘଣ୍ଟାରେ ନେବ ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ରାଜ୍ୟରେ ପୁଣି ବଢିବ ବର୍ଷାର ପରିମାଣ ! ଆଗାମୀ ୨୪ ଘଣ୍ଟାରେ ଉପକୂଳ ଜିଲ୍ଲା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ସଲଗ୍ନ ଜିଲ୍ଲା ଖୋର୍ଦ୍ଧା, କଟକ, ଯାଜପୁର ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ ଓ ପଶ୍ଚିମ ଓଡ଼ିଶାର ଜିଲ୍ଲା ସମ୍ବଲପୁର, ଦେଓଗଡ, ଅନୁଗୋଳ ଆଦିର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି । ଆସନ୍ତା କାଲି ଓଡ଼ିଶାରେ ଅଧିକାଂଶ ଜିଲ୍ଲାରେ ବର୍ଷାର ପରିମାଣ ଓ ବିସ୍ତୃତିରେ ବୃଦ୍ଧି ସହ ଉପକୂଳ ଓ ଏହା ସଲଗ୍ନ ଜିଲ୍ଲାରେ ଗୋଟିଏ ବା ଦୁଇଟି ସ୍ଥାନରେ ଭାରି ବର୍ଷା ସମ୍ଭାବନା ରହିଛି । ସେପ୍ଟେମ୍ବର ୩୦ ଯାଏଁ ଓଡ଼ିଶାରେ ବର୍ଷା ଜାରି ରହିବା ସମ୍ଭାବନା ରହିଛି ।

ଭରତପୁର ବର୍ବରତା : ୨୪ରେ ରାଜଧାନୀରେ ବିଜେଡି ୬ ଘଣ୍ଟିଆ ବନ୍ଦ ଡାକରା

ଭୁବନେଶ୍ବର : ଭରତପୁର ବର୍ବରତା ଘଟଣାକୁ ନେଇ ରାଜ୍ୟ ସରକାର ଓ ବିଜେପି ଉପରେ ବର୍ଷିଛି ବିଜେଡି । ଏହି ଘଟଣାକୁ ପ୍ରଦିବାଦ କରି  ଆଜି ଏକ ସମ୍ବାଦିକ ସମ୍ମିଳନୀରେ ୬ ଘଣ୍ଡିଆ ବନ୍ଦ ଡାକରା ଦେଇଛି ବିଜେଡି । ବିଜେଡି ଆସନ୍ତା ୨୪ ତାରିଖ ମଙ୍ଗଳବାର ଦିନ ଭୁବେନଶ୍ବରରେ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି  । ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ପ୍ରସଙ୍ଗ ନେଇ ଏହି ବନ୍ଦ ଡାକରା ଦେଇଛି ବିଜେଡି। ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ  ଅସଦାଚରଣ କରାଯାଇଥିବା ପ୍ରସଙ୍ଗକୁ ନେଇ ସରକାରଙ୍କ ଉପରେ  ତୀବ୍ର ଭାବେ ବର୍ଷିଛି ବିଜେଡି। ଘଟଣାକୁ ବର୍ବରତା ଓ ଅମାନୁଷିକ ବୋଲି କହିଛି ବିଜେଡି । ଭୁବନେଶ୍ୱର ଐତିହ୍ୟ ନଗରୀରେ ଆର୍ମି ଅଫିସରଙ୍କ ଓ ତାଙ୍କ ବାନ୍ଧବୀଙ୍କୁ ଅସଦାଚରଣ କରାଗଲା । ଘଟଣା ଆଜି ରାଜ୍ୟର ମାନ ସମ୍ମାନ ନଷ୍ଟ କରିଛି । ଘଟଣାକୁ ନେଇ ବିଭିନ୍ନ ସଂଗଠନ କ୍ଷୋଭ ପ୍ରକାଶ କରିଛନ୍ତି । ମହିଳା ସଶକ୍ତିକରଣ ପାଇଁ କାମ କରୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି।  ମହିଳା ବିଜେଡି ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ସ୍ମାରକପତ୍ର ଦେଇଛି। ଯେଉଁ ୧୦୦ ଦିନ ସଫଳତା ସହ ଜୟନ୍ତୀ ପାଳୁଛନ୍ତି ସେମାନେ ଏହି ଘଟଣାକୁ ଚପାଇବାକୁ ଉଦ୍ୟମ କରିଥିଲେ । ଉଚ୍ଚ ନ୍ୟାୟାଳୟଙ୍କ ଭର୍ତ୍ସନା ପରେ ତଦନ୍ତ ହେଲା । ୧୦୦ ଦିନର ଯାତ୍ରାରେ ପ୍ରଥମ ରାଜ୍ୟପାଳ ପୁଅ ଝାଡ଼ଖଣ୍ଡରୁ ଆସି ASO ଙ୍କୁ ମାଡ଼ ମାରିଲେ। ୧୦୦ ଦିନ ଶେଷରେ ଭରତପୁର ଘଟଣା ହେଲା । ଏହାକୁ ନେଇ ଆସନ୍ତା ୨୪ ତାରିଖ ଦିନ ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା ଦେଇଛି ବିଜେଡି ।

 

୩ ହାର୍ଡକୋର ସମେତ ୮ ନକ୍ସଲଙ୍କ ଆତ୍ମସମର୍ପଣ

ରାୟପୁର  : ଛତିଶଗଡ ସୁରକ୍ଷା ବାହିନୀକୁ ବଡ ସଫଳତା  । ୩ ହାର୍ଡକୋର ସମେତ ୮ ନକ୍ସଲଙ୍କ ଆତ୍ମସମର୍ପଣ । ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ଉପରେ ମୋଟ ୧୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା ପୋଲିସ ।  ହତ୍ୟା, ଆଇଇଡି ବିସ୍ଫୋରଣ, ପୁଲିସ୍ ପାର୍ଟିରେ ଗୁଳି ଚଳାଇବା, ରାସ୍ତା ଅବରୋଧ ଇତ୍ୟାଦି ଭଳି ଅନେକ ପ୍ରମୁଖ ନକ୍ସଲ ଘଟଣାରେ ଜଡ଼ିତ ଥିଲେ ଏହି ନକ୍ସଲ। ଚଳିତ ବର୍ଷ ସୁଦ୍ଧା ୧୭୮ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ବିଭିନ୍ନ ମାଓବାଦୀ ଘଟଣାରେ ସମ୍ପୃକ୍ତ ୩୭୮ ମାଓବାଦୀଙ୍କୁ ଗିରଫ କରିଛି ପୁଲିସ। ଏଥି ମଧ୍ୟରୁ ରାଜ୍ୟ ସରକାର ଜଣେ ନକ୍ସଲଙ୍କ ଉପରେ ୮ ଲକ୍ଷ ଟଙ୍କା ଏବଂ ଦୁଇ ମାଓବାଦୀଙ୍କ ଉପରେ ଯଥାକ୍ରମେ 2 ଏବଂ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ।

ପୱନ କଲ୍ୟାଣଙ୍କ ୧୧ ଦିନିଆ ଉପବାସ

ନନ୍ଦିଘୋଷ ବ୍ୟୁରୋ :  ଦିନକୁ ଦିନ ଉଗ୍ର ହେଉଛି ତିରୁପତି ମନ୍ଦିର ଲଡ଼ୁକୁ ନେଇ ବିବାଦ। ଏଠାରେ ପ୍ରସାଦ ରୂପେ ଦିଆଯାଉଥିବା ଲଡୁରେ ଗୋ-ଚର୍ବି ଓ ମାଛ ତେଲ ମିଶୁଥିବା ନେଇ ଅଭିଯୋଗ ଉଠିବା ପରେ ଏହାକୁ ନେଇ ରାଜନୀତି ଜୋର୍ ଧରିଛି। ଏହାରି ଭିତରେ ଆନ୍ଧ୍ରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ ତଥା ପାଓ୍ୱାର୍ ଷ୍ଟାର ପୱନ କଲ୍ୟାଣ ବଡ଼ ଘୋଷଣା କରିଛନ୍ତି। ଆଜିଠୁ ୧୧ ଦିନ ଉପବାସ ରହି ଏହାର ପଶ୍ଚାତାପ କରିବେ ବୋଲି କହିଛନ୍ତି। ଆଜିଠୁ ଗୁଣ୍ଟୁର ଜିଲ୍ଲାର ନାମ୍ବୁରର ଶ୍ରୀ ଦଶାବତାର ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ୧୧ ଦିନିଆ ପ୍ରାୟଶ୍ଚିତ ଦିକ୍ଷା ଗ୍ରହଣ କରିଛନ୍ତି। ଏଠାରେ ୧୧ ଦିନ ଧରି ତପସ୍ୟା କରିବେ ପୱନ କଲ୍ୟାଣ। ତିରୁପତି ଲଡୁ ପ୍ରସାଦମଙ୍କ ପ୍ରତି ହୋଇଥିବା ଅପମାନକୁ ନେଇ ସେ ଗଭୀର ଦଃଖ ପ୍ରକାଶ କରିଛନ୍ତି। ପୱନ କଲ୍ୟାଣ କହିଛନ୍ତି ଯେ ଜଗନ୍ ମୋହନ ରେଡ୍ଡୀଙ୍କ ସରକାର ସମୟରେ ଘଟିଥିବା ଏହି ଘଟଣା ତାଙ୍କୁ ଆଘାତ ପହଞ୍ଚାଇଛି। ସନାତନ ଧର୍ମ ଉପରେ ବିଶ୍ୱାସ ଥିବା ପ୍ରତ୍ୟେକ ବ୍ୟକ୍ତି କଳିଯୁଗର ପ୍ରଭୁ ବାଲାଜୀଙ୍କ ପ୍ରତି କରାଯାଇଥିବା ଏହି ଭୟଙ୍କର ପାପର ପ୍ରାୟଶ୍ଚିତ କରିବା ଉଚିତ। ପବିତ୍ର ତିରୁପତି ମନ୍ଦିରର ଲଡୁ ପ୍ରସାଦକୁ ଅପମିଶ୍ରିତ ଘିଅରେ ପ୍ରସ୍ତୁତି କରାଯାଉଥିବା ମାମଲା ସାମ୍ନାକୁ ଆସିବା ପରେ ସାରା ଦେଶରେ ସନାତନ ଧର୍ମ ଅନୁଗାମୀଙ୍କ ଭାବନାକୁ ଆଘାତ ପହଞ୍ଚିଛି।

ଭାରତର ଅଭିଜ୍ଞତା ଏବଂ ନେତୃତ୍ୱରୁ ଆମେରିକାର ଅନେକ କିଛି ଶିଖିବାର ଅଛି : ଜୋ ବାଇଡେନ୍

ନନ୍ଦିଘୋଷ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଅଛନ୍ତି। ସେଠାରେ ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଥିଲେ ଏବଂ ପରେ କ୍ୱାଡ ସମ୍ମିଳନୀରେ ମଧ୍ୟ ଭାଗ ନେଇଥିଲେ । କ୍ୱାଡ ସମ୍ମିଳନୀରେ ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନରେ ଅନ୍ତର୍ଭୁକ୍ତ ଏହି ତିନି ଦେଶ ନରେନ୍ଦ୍ର ମୋଦୀଙ୍କୁ ଭାରତ ମହାସାଗରରେ ଭାରତର ଭୂମିକାକୁ ଦୃଢ କରିଥିବାରୁ ପ୍ରଶଂସା କରିଛନ୍ତି । ଏହି ସମୟରେ ସେ ଆହୁରି ମଧ୍ୟ ସ୍ୱୀକାର କରିଛନ୍ତି ଯେ ଚୀନ୍ ସହିତ କାରବାର କରିବାରେ ଭାରତ ତାଙ୍କୁ ଆଗେଇ ନେବ।

ସୂଚନା ଅନୁସାରେ, ରାଷ୍ଟ୍ରପତି ଜୋ ବାଇଡେନ ଭାରତର ପ୍ରଶଂସା କରି କହିଛନ୍ତି ଯେ, ଭାରତ ମହାସାଗରରେ ଭାରତର ଅଭିଜ୍ଞତା ଏବଂ ନେତୃତ୍ୱରୁ ଆମେରିକାର ଅନେକ କିଛି ଶିଖିବାକୁ ଅଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ମହାସାଗରରେ ଏକ ପ୍ରମୁଖ ଶକ୍ତି ଭାବରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ ଗୁରୁତ୍ୱାରୋପ କରିଛନ୍ତି ।

ତିନି ଦିନିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବାଇଡେନ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ଶନିବାର ଦିନ ଡେଲୱେରର ଗ୍ରୀନଭିଲରେ ଥିବା ତାଙ୍କ ଘରେ ରାଷ୍ଟ୍ରପତି ବାଇଡେନ ତାଙ୍କୁ ସ୍ୱାଗତ କରିଥିଲେ । ଏହି ସମୟରେ ଉଭୟ ନେତା ପରସ୍ପରକୁ ଆଲିଙ୍ଗନ କରିଥିଲେ । ତା’ପରେ ବାଇଡେନ ପିଏମ ମୋଦୀଙ୍କୁ ଘର ଭିତରକୁ ନେଇଗଲେ ଯେଉଁଠାରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ପିଏମ ମୋଦୀ ଏବଂ ଜୋ ବାଇଡେନଙ୍କ ମଧ୍ୟରେ ଏକ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ହୋଇଥିଲା । ଏହା ପରେ ବାଇଡେନ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି ଯେ ଭାରତ ସହ ଆମେରିକାର ସହଭାଗିତା ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ, ଗଭୀର ଏବଂ ଅଧିକ ଗତିଶୀଳ । ଯେତେବେଳେ ବି ଆମେ ଭେଟିବା ମୋର ସହଯୋଗର ନୂତନ କ୍ଷେତ୍ର ଅନୁସନ୍ଧାନ କରିବାର ସାମର୍ଥ୍ୟ ଦ୍ୱାରା ମୁଁ ପ୍ରଭାବିତ ହୁଏ । ଆଜି ମଧ୍ୟ ସମାନ ଘଟଣା ଘଟିଛି।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଶନିବାର ଦିନ କ୍ୱାଡ ଦେଶ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଷ୍ଟ୍ରେଲିଆର ଆନ୍ଥୋନୀ ଆଲବାନିଜ ଏବଂ ଜାପାନର ଫୁମିଓ କିଶିଦାଙ୍କୁ ସ୍ୱାଗତ କରିଛନ୍ତି। ବିଡେନଙ୍କ ନିଜ ସହର ୱିଲମିଙ୍ଗଟନର ଆର୍ଚେମେର ଏକାଡେମୀରେ ଆୟୋଜିତ କ୍ୱାଡ ଲିଡରସିପ୍ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍ ସମ୍ବନ୍ଧୀୟ ଏକ ଧାଡ଼ିରେ ସମଗ୍ର ବୈଠକର ସ୍ୱର ସ୍ଥିର କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଚତୁର୍ଦ୍ଦଶର ନେତାମାନେ ଏକ ସମୟରେ ଏକାଠି ହୋଇଛନ୍ତି ଯେତେବେଳେ ସମଗ୍ର ବିଶ୍ୱ ଉତ୍ତେଜନା ଏବଂ ଦ୍ୱନ୍ଦ୍ୱରେ ଘେରି ରହିଛି। ଏହିପରି ଏକ ସମୟରେ, ସମଗ୍ର ମାନବ ଜାତି ପାଇଁ କ୍ୱାଡ୍ ଏହାର ଗଣତାନ୍ତ୍ରିକ ମୂଲ୍ୟବୋଧ ସହିତ ମିଳିତ ଭାବରେ କାର୍ଯ୍ୟ କରିବା ଗୁରୁତ୍ୱପୂର୍ଣ୍ଣ । ସେ କହିଛନ୍ତି, ଆମେ ମିଳିତ ଭାବେ ସ୍ୱାସ୍ଥ୍ୟ, ସୁରକ୍ଷା, ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ଜଳବାୟୁ ପରିବର୍ତ୍ତନ, ଦକ୍ଷତା ବିକାଶ ଭଳି ଅନେକ ସକରାତ୍ମକ ପଦକ୍ଷେପ ଗ୍ରହଣ କରିଛୁ । ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, କ୍ୱାଡ ହେଉଛି ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଯାହା କାର୍ଯ୍ୟ କରେ । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ କହିଛନ୍ତି ଯେ ସ୍ୱଚ୍ଛ ଶକ୍ତି, ଜଟିଳ ପ୍ରଯୁକ୍ତିବିଦ୍ୟା ଏବଂ ଆତଙ୍କବାଦ ବିରୋଧୀ ପ୍ରମୁଖ ରଣନୈତିକ କ୍ଷେତ୍ରରେ ପ୍ରଭାବଶାଳୀ ଫଳାଫଳ ପ୍ରଦାନ ପାଇଁ କ୍ୱାଡ ଉତ୍ସର୍ଗୀକୃତ। ଏହି ସମୟରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା କହିଛନ୍ତି ଯେ କ୍ୱାଡ ସ୍ୱାଧୀନତା ଏବଂ ଗଣତନ୍ତ୍ର ଭଳି ମୂଲ୍ୟ ବାଣ୍ଟିଛି । ଏହା ଏକ ମୁକ୍ତ ଏବଂ ଖୋଲା ଇଣ୍ଡୋ-ପାସିଫିକ୍ ପାଇଁ ଏକ ଦୃଢ ପ୍ରତିବଦ୍ଧତା ପ୍ରଦର୍ଶନ କରେ  । ଏହି ଦୃଷ୍ଟିକୋଣ ହାସଲ କରିବା ପାଇଁ ଆଞ୍ଚଳିକ ଦେଶଗୁଡିକ ସହିତ ଠୋସ୍ କାର୍ଯ୍ୟ ଏବଂ ଗଭୀର ସମନ୍ୱୟର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ମାଛ କିଲୋ ୨୫ ହଜାର ୫୦୦ ଟଙ୍କା, ୯ ଟି ମାଛର ଦାମ ୧୫ ଲକ୍ଷ

ଦୀଘା :  ମାଛ କଲା ଲକ୍ଷ ପତି । ୯ ଟି ମାଛର ଦାମ ୧୫ ଲକ୍ଷ ଟଙ୍କା । କିଲୋ ପ୍ରତି ୨୫ ହଜାର ୫୦୦ ଟଙ୍କାରେ ହେଲା ବିକ୍ରି । ନନ୍ଦିଗ୍ରାମ ଅଞ୍ଚଳର ଶେଖ ରୋହିମୁଲଙ୍କ  ଟ୍ରଲର ଜାଲରେ ଧରା ପଡ଼ିଥିଲା ଏହି ତେଲିଆ ଶିଳା ମାଛ । ଶନିବାର ଦୀଘା ମୁହାଣରେ ନିଲାମ ପାଇଁ  ୯ଟି ତେଲିଆ ଶିଳା ମାଛ ଆସିଥିବା ବେଳେ ମାଛକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା । ପ୍ରଥମ ୨ଟି ମାଛ ୪୮କେଜି ହୋଇଥିଲା ବେଳେ ଏହା କିଲୋ ପ୍ରତି ୧୩ ହଜାର ୫ଶହ ଟଙ୍କା ଦରରେ ବିକ୍ରି ହୋଇ ଥିଲା । ମାଛ ବିକ୍ରିରୁ ମୋଟ ୬ଲକ୍ଷ ୪୮ହଜାର ଟଙ୍କା ଆଦାୟ ହୋଇଥିଲା । ଅନ୍ୟ ୩ ଟିର ଓଜନ ୫୮ କେଜି ରହିଥିବା ବେଳେ ମୋଟ ୫ ଲକ୍ଷ ୫୧ ହଜାର ଟଙ୍କା ବିକ୍ରି ହୋଇଥିଲା । ସେହିପରି ବାକି ୪ଟି ମାଛର ଓଜନ ୯୩ କିଲୋ ହୋଇଥିବା ବେଳେ ୩ଲକ୍ଷ ୧୬ହଜାର ୨ଶହ ଟଙ୍କାରେ ବିକ୍ରି ହୋଇଥିଲା । ସର୍ବମୋଟ ୧ କୁଇଣ୍ଟାଲ ୯୯ କିଲୋ ମାଛ ୧୫ ଲକ୍ଷ ୧୫ ହଜାର ୨ଶହ ଟଙ୍କା ମୂଲ୍ୟରେ କଲିକତାର ଏକ କମ୍ପାନୀ କିଣିଥିବା ସୂଚନା ମିଳିଛି। ଏହି ମାଛ ଔଷଧ ପ୍ରସ୍ତୁତରେ ବ୍ୟବହୃତ ହେଉଥିବା ଦୃଷ୍ଟିରୁ ଏହାର ଯଥେଷ୍ଟ ଚାହିଦା ରହିଛି ।

ଆଇରନ ବୋଝେଇ ଟ୍ରକ ଚାଳକଙ୍କ ପକ୍ଷରୁ ରାସ୍ତା ଅବରୋଧ

ବାସୁଦେବପୁର : ଜାମୁଝାଡି ରାସ୍ତାର ବେତଡା ବଜାର ଛକରେ ଆଇରନ ବୋଝେଇ ଟ୍ରକ ଚାଳକଙ୍କ ପକ୍ଷରୁ ରାସ୍ତା ଅବରୋଧ  । ଟ୍ରକ ଅଟକାଇ ଚାଳକଙ୍କୁ ମାଡ ମାରି  ଟଙ୍କା ଓ ଚାବି ଛଡାଇ ନେବାକୁ ବିରୋଧ କରିଛି ଡ୍ରାଇଭର ସଂଘ । ରାସ୍ତା ଉପରେ ଗାଡି ଠିଆ କରି ପ୍ରତିବାଦ କରିଛନ୍ତି  ସମସ୍ତ ଡ୍ରାଇଭର । ଶହ ଶହ ଆଇରନ ବୋଝେଇ ଟ୍ରକ ରାସ୍ତାର ଗୋଟିଏ  ପାର୍ଶ୍ବରେ ଅଟକି ରହିଛନ୍ତି । ଫଳରେ ଗମନାଗମନ ବାଧାପ୍ରାପ୍ତ ହୋଇଛି । ପ୍ରତିଦିନ କେନ୍ଦୁଝରରୁ ଧାମରାକୁ ଯାତାୟତ କରୁଛି ଶହ ଶହ ଆଇରନ ବୋଝେଇ ଟ୍ରକ  । ଏହାର ସୁଯୋଗ ନେଇ ଦୁବୃର୍ତ୍ତମାନେ ଗାଡି ଅଟକାଇ ଲୁଟ କରୁଛନ୍ତି । ଗତକାଲି ବିଳମ୍ବିତ ରାତିରେ ବେତଡା ଛକରେ ୭ରୁ ୮ ଜଣ ଦୁବୃର୍ତ୍ତ ଗାଡି ଅଟକାଇ ଥିଲେ । ଟ୍ରକ ଡ୍ରାଇଭର କୁ ମାଡ ମାରି ଟଙ୍କା ଲୁଟ କରିବା ସହିତ ଗାଡି ଚାବି ଓ ମୋବାଇଲ ଛଡାଇ ନେଇଥିଲେ । ଶହ ଶହ ଆଇରନ ବୋଝେଇ ଟ୍ରକ ଅଟକ ରହିଛି ।