spot_img
Home Blog Page 1576

ଅଭିଯୋଗକାରୀଙ୍କୁ ୧୫ ନିୟୁତ ଡଲାର ଗଣିବ ଜନସନ୍ ଆଣ୍ଡ ଜନସନ

ନୂଆଦିଲ୍ଲୀ : ଅଡୁଆରେ ଜନସନ ଆଣ୍ଡ ଜନସନ । ଦଶନ୍ଧି ଧରି ଏହି କମ୍ପାନୀର ପାଉଡର ବ୍ଯବହାର କରି କର୍କଟ ରୋଗର ଶିକାର ହୋଇଥିବା ଜଣେ ବ୍ଯକ୍ତିଙ୍କ ଅଭିଯୋଗ କ୍ରମେ ୧୫ ନିୟୁତ ଡଲାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆମେରିକା କନେକ୍ଟିକଟର ଏହି ବ୍ଯକ୍ତିଜଣକ ମେଜୋଥେଲିଓମାରେ ପୀଡିତ ଥିବା ଜଣାପଡିଥିଲା । କମ୍ପାନୀର ବେବି ପାଉଡରକୁ ବ୍ଯବହାର କରି ଇଭାନ ପ୍ଲଟକିନ ନାମକ ଜଣେ ବ୍ୟକ୍ତି ଅସୁସ୍ଥ ହୋଇଥିଲେ । ଚିକିତ୍ସା ପରେ ଜଣାଯାଇଥିଲା ଯେ, ବେବି ପାଉଡର ବ୍ଯବହାର କରି ସେ ଅସୁସ୍ଥ ହୋଇଛନ୍ତି । ଏନେଇ ଗତ ୨୦୨୧ରେ ସେ କମ୍ପାନୀ ବିରୋଧରେ ମାମଲା ଦାୟର କରିଥିଲେ । ମାମଲାର ବିଚାର କରି କନେକ୍ଟିକଟ ସୁପିରିଅର କୋର୍ଟ ୧୫ ନିୟୁତ ଡଲାର କ୍ଷତିପୂରଣ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଅନ୍ଯାନ୍ୟ ଦେୟ ଦେବାକୁ ବି କୋର୍ଟ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ଲଟକିନଙ୍କ ଓକିଲ ବେନ ବ୍ରାଲି କହିଛନ୍ତି- ଜନସନ ଆଣ୍ଡ ଜନସନକୁ ପୁଣି ଥରେ କୋର୍ଟ ଦୋଷୀସାବ୍ଯସ୍ତ କରିଛନ୍ତି । ଏହି ପାଉଡରରେ ଆଜବେଷ୍ଟସ ଥିବା ଜାଣିବା ସତ୍ତ୍ବେ କମ୍ପାନୀ ଏହି ପାଉଡରର ମାର୍କେଟିଂ ଓ ବିକ୍ରି କରୁଥିଲା । ସେପଟେ କୋର୍ଟଙ୍କ ଏହି ରାୟରେ ତ୍ରୁଟି ରହିଛି ଏବଂ କମ୍ପାନୀ ଏହା ବିରୋଧରେ ଆବେଦନ କରିବ ବୋଲି କହିଛନ୍ତି କହିଛନ୍ତି କମ୍ପାନୀର ଉପସଭାପତି ଏରିକ ହାସ୍ ।

ପାଉଡରର ବିଜ୍ଞାନଭିତ୍ତିକ ଗବେଷଣା ପରେ ଏହା ସ୍ବାସ୍ଥ୍ଯ ଲାଗି ନିରାପଦ ଥିବା ପ୍ରମାଣିତ ହୋଇସାରିଛି ବୋଲି ସେ କହିଛନ୍ତି । କେବଳ ଏହି ମାମଲା ନୁହେଁ, ପାଉଡର ବ୍ଯବହାର କରିବା ଯୋଗୁ ଓଭାରିଆନ ଓ ଅନ୍ଯାନ୍ୟ ଗାଇନୋକୋଲିଜିକାଲ କ୍ଯାନସରରେ ପୀଡ଼ିତ ହୋଇଛନ୍ତି ବୋଲି ୬୨ ହଜାରରୁ ଅଧିକ ଲୋକ କମ୍ପାନୀ ବିରୋଧରେ ମାମଲା ଦାୟର କରିଛନ୍ତି । ଏହି କ୍ଷତିପୂରଣର ପରିମାଣ ୯ ବିଲିୟନ ଡଲାର ହେବ । ପାଉଡରରେ ଆଜବେଷ୍ଟସ ପରି ଏକ କର୍କଟରୋଗ ସୃଷ୍ଟିକାରୀ ଏଜେଣ୍ଟ ରହିଛି ଯାହାକି ମେଜୋଥେଲିଓମା ପରି ଏକ ପ୍ରକାର ମାରାତ୍ମକ କର୍କଟ ରୋଗ ସୃଷ୍ଟି କରିଥାଏ । ଗତ ୨୦୨୦ରେ ଆମେରିକୀୟ ବଜାରରୁ ପାଉଡର ପ୍ରତ୍ଯାହାର କରିଥିଲା ଜନସନ ଆଣ୍ଡ ଜନସନ ।

ଜମ୍ମୁ ଓ କାଶ୍ମୀରର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଓମାର ଅବଦୁଲ୍ଲା

ଜମ୍ମୁ କାଶ୍ମୀର: ଜମ୍ମୁ ଓ କାଶ୍ମୀରରେ ଓମାର ଅବଦୁଲ୍ଲା ରାଜ୍ । ମୁଖ୍ଯମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନ୍ଯାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା । ସୁରିନ୍ଦର ଚୌଧୁରୀ ହୋଇଛନ୍ତି ଉପମୁଖ୍ଯମନ୍ତ୍ରୀ। ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ଲାଗି ସରକାର ଗଠନ କରିଛନ୍ତି ନ୍ଯାସନାଲ କନଫରେନ୍ସ କଂଗ୍ରେସ, ସିପିଏମ ମେଣ୍ଟ। ଲେଫଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ମୁଖ୍ଯମନ୍ତ୍ରୀଙ୍କୁ କରାଇଥିଲେ ପଦ ଓ ଗୋପନୀୟତାର ଶପଥପାଠ । ଉମରଙ୍କ ବ୍ଯତୀତ ଅନ୍ଯ ୮ ଜଣ ମନ୍ତ୍ରୀ ବି ଶପଥ ନେଇଛନ୍ତି। ତେବେ ସରକାରରେ କଂଗ୍ରେସ ସାମିଲ ହେବ ନାହିଁ ।

କଂଗ୍ରେସକୁ ଗୋଟିଏ ମନ୍ତ୍ରୀ ପଦ ଯଚାଯାଇଥିଲେ ବି କଂଗ୍ରେସ ଏହାକୁ ଅଗ୍ରାହ୍ଯ କରିଥିଲା। ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ସମାଜବାଦୀ ପାର୍ଟ ନେତା ଅଖିଳେଶ ଯାଦବ, ଡିଏମକେର କେ. କାନିମୋଜି, ଏନସିପି(ଏସପି)ର ସୁପ୍ରିୟା ସୁଲେ ପ୍ରମୁଖ ସାମିଲ ହୋଇଥିଲେ। ଶ୍ରୀନଗରର ଶେର-ଇ-କାଶ୍ମୀର ଇଣ୍ଟରନ୍ଯାସନାଲ ସେଣ୍ଟରରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ୯୦ ଆସନ ବିଶିଷ୍ଟ ବିଧାନସଭାରେ ଇଣ୍ଡିଆ ମେଣ୍ଟରେ ଅଛନ୍ତି ନ୍ୟାସନାଲ କନଫରେନ୍ସର ୪୨, କଂଗ୍ରେସର ୬, ସିପିଏମର ଜଣେ, ଆପର ଜଣେ ଓ ୫ ସ୍ବାଧୀନ ସଦସ୍ଯ। ବିଜେପିର ମୋଟ ସଦସ୍ଯ ସଂଖ୍ଯା ରହିଛି ୨୯ ।

୨ ଚୋରଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଧୂମ ଛେଚିଲେ ଗ୍ରାମବାସୀ

ବାଲେଶ୍ବର :  ଚୋରି କରି ବନ୍ଧା ହେଲେ ୨ ଯୁବକ। ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଧୂମ ଛେଚିଲେ ଗ୍ରାମବାସୀ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ନାଇଁଦୋଳି ଗାଁର ଘଟଣା। ଗତକାଲି ରାତିରେ ଦୁର୍ଗା ପୂଜା ଉପଲକ୍ଷେ ଯାତ୍ରା ପରିବେଷଣ ହେଉଥିଲା । ଏହାର ସୁଯୋଗ ନେଇ ଦୁଇ ଯୁବକ ସେହି ଗାଁରୁ ଏକ ଗ୍ୟାସ ଟାଙ୍କି ଚୋରି କରି ନେଇଯାଉଥିବାବେଳେ ଧରିଲେ ଗ୍ରାମବାସୀ। ପରେ ଦୁଇ ଯୁବକଙ୍କୁ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଧୂମ ଛେଚିବା ପରେ ଛାଡି ଦେଇଥିଲେ । କୁଚିଲାଡାଙ୍ଗ ଓ ନାଇଁଦୋଳି ଗାଁର ଏହି ଦୁଇ ଯୁବକ। ଏମାନେ ଭୋଗରାଇ ଅଞ୍ଚଳରେ ବିଭିନ୍ନ ଜାଗାରେ ଚୋରି କରିଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି ।

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ଜନ୍ମଦିନରେ ନବୀନ ପଟ୍ଟନାୟକଙ୍କୁ ସବୁ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ । ମୁଖ୍ଯମନ୍ତ୍ରୀ ମୋହନ ମାଝୀ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ନବୀନଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ଯ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ବାଚସ୍ପତି ସୁରମା ପାଢୀ ମଧ୍ଯ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ତାଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରିଛନ୍ତି ।

ରାଜଧାନୀରେ ବଡ ଧରଣର ସାଇବର ଠକେଇ

ଭୁବନେଶ୍ବର : ରାଜଧାନୀରେ ଚାଞ୍ଚଲ୍ଯ । ବଡ଼ ଧରଣର ସାଇବର ଠକେଇ ପାଇଁ ଭୁବନେଶ୍ବରରେ ଚାଲିଛି ପ୍ରି-ପ୍ଲାନ । ସୁନ୍ଦରପଦାର ଏକ ଆପାର୍ଟମେଣ୍ଟରେ ଚଢାଉ କରିଛି କମିଶନରେଟ ପୋଲିସର ସାଇବର ଟିମ । କାଞ୍ଚନ ଟାୱାର ଆପାର୍ଟମେଣ୍ଟରେ ରେଡ୍ କରି ବହୁ ଗୁରୁତ୍ବପୂର୍ଣ୍ଣ ଡିଜିଟାଲ ଡିଭାଇସ ଜବତ କରିଛି ପୋଲିସ । ଆପାର୍ଟମେଣ୍ଟ ଦ୍ୱିତୀୟ ମହଲାରେ ଥିବା ୨୦୫ ନମ୍ବର ଫ୍ଲାଟରେ ଚଢାଉ ହୋଇଛି । ଆପାର୍ଟମେଣ୍ଟରୁ ଠାବ ହୋଇଛି ଅନେକ ଡିଜିଟାଲ ଡିଭାଇସ । ଏଗୁଡ଼ିକ ସିମବକ୍ସ ଭଳି ଦିଶୁଥିବାବେଳେ ବାସ୍ତବରେ କେଉଁ କାମରେ ବ୍ଯବହୃତ ହେଉଥିଲା ତାହାର ସ୍ପଷ୍ଟ ସୂଚନା ମିଳିପାରିନି । ଘଟଣାରେ ଏକାଧିକ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଏଠାରୁ ଫେକ କଲ ସେଣ୍ଟର କରି ଲୋକଙ୍କୁ ଚୂନା ଲଗାଯାଉଥିବା ସନ୍ଦେହ କରାଯାଉଛି ।

ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସାଂସଦ ମାନସ ମଙ୍ଗରାଜ

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୭୮ ତମ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନରେ ମାନସ ମଙ୍ଗରାଜ ଦୈନିକ ସକାଳରେ ଏକ ଅଗ୍ରଲେଖରେ ତାଙ୍କୁ ରାଜର୍ଷି ବୋଲି ବର୍ଣ୍ଣନା କରିଛନ୍ତି । ନବୀନଙ୍କ ବ୍ୟକ୍ତିତ୍ୱ, ରାଜ୍ୟ ପାଇଁ ତାଙ୍କର ଉତ୍ସର୍ଗୀକୃତ ସେବାକୁ କୌଣସି ଶବ୍ଦରେ ବର୍ଣ୍ଣନା କରାଯାଇ ପାରିବନାହିଁ ବୋଲି ମାନସ ଦର୍ଶାଇଛନ୍ତି । ମାନସ କହିଛନ୍ତି, ନବୀନ ସବୁଦିନ ପାଇଁ ଆମ ହୃଦୟ ଓ ଆତ୍ମାରେ ରହିବେ । ତାଙ୍କ କାର୍ଯ୍ୟଶୈଳୀ ଓ ବ୍ୟକ୍ତିତ୍ୱ ପାଇଁ ତାଙ୍କୁ ଅନୁଗତ ଓ ସମାଲୋଚକମାନେ ଓଡ଼ିଶା ରାଜନୀତିର ଜଣେ ଟଲ ଲିଡର ବୋଲି ସମ୍ବୋଧିତ କରନ୍ତି । ନବୀନଙ୍କ ଜନ୍ମଦିନରେ ତାଙ୍କର ଦୀର୍ଘ ଜୀବନ କାମନା କରିବା ସହ ଏହିଭଳି ଅନୁଗତଙ୍କୁ ମାର୍ଗଦର୍ଶନ କରୁଥାନ୍ତୁ ବୋଲି ମାନସ ମଙ୍ଗରାଜ କହିଛନ୍ତି ।

ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ,୪ ଘଣ୍ଟା ବନ୍ଦ ମହାପ୍ରଭୁଙ୍କ ଦର୍ଶନ

ପୁରୀ: ଆଜି ଆଶ୍ୱିନ ଶୁକ୍ଳ ଚତୁର୍ଦ୍ଦଶୀ ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ନୀତି ସମ୍ପାଦନ କରାଯିବ । ଏନେଇ ଅପରାହ୍ନ ୫ଟା ଠାରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ପ୍ରାୟ ୪ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଆଜି ବିରାଜିବେ ମାଆ ଧନଦାତ୍ରୀ,ଉତ୍ସବ ମୁଖର ଗାଁଠୁ ସହର

ବ୍ୟୁରୋ : ଆଜି ଧନଦାତ୍ରୀଙ୍କ ମା’ ଗଜଲକ୍ଷ୍ମୀଙ୍କ ପୂଜା । ଉତ୍ସବ ମୁଖର ହୋଇଉଠିଛି ଗାଁଠୁ ସହର । ମାଆଙ୍କୁ ସ୍ବାଗତ ପାଇଁ ସଜେଇ ହୋଇଛି ପୂଜା ମଣ୍ଡପ । ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ ଢେଙ୍କାନାଳ। ଚଳିତଥର ମହାବୀର ବଜାର କମିଟିର ପୂଜା ପେଣ୍ଡାଲଟି ପଞ୍ଜାବର ଅମୃତସର ସ୍ଵର୍ଣ୍ଣ ମନ୍ଦିର ଆକୃତିର ତିଆରି କରାଯାଇଛି । ଢେଙ୍କାନାଳରେ ୧୧ଦିନ ବ୍ୟାପି ଚାଲିବ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା। ମୋଟ ୩୮ ଗୋଟି ପୂଜା ମଣ୍ଡପରେ କରାଯିବ ମାଆଙ୍କ ପୂଜାର୍ଚ୍ଚନା । ପୂଜା ପାଇଁ ସମସ୍ତ ପୂଜା ପ୍ରତିଷ୍ଠାନ କର୍ମକର୍ତ୍ତା ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ରଙ୍ଗୀନ ଆଲୁଅରେ ଝଳସି ଉଠୁଛି ଢେଙ୍କାନାଳ ସହର। ସେପଟେ ପୂଜାକୁ ଶାନ୍ତି ଶୃଙ୍ଖଳା ସହିତ ସାରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଛି ।

୧୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହା ସହିତ ଜଣେ ଅତିରିକ୍ତ ଏସପି, ଜଣେ ଡେପୁଟି କମାଣ୍ଡାଣ୍ଟ, ୮ ଜଣ DSP ମୁତୟନ ହେବେ।ସେହିପରି ସହରକୁ ୫ଟି ସେକ୍ଟରରେ ବିଭକ୍ତ କରାଯିବା ସହିତ ୧୯ଟି ଅସ୍ଥାୟୀ ପୋଲିସ ଆଉଟ୍ ପୋଷ୍ଟ ପ୍ରସ୍ତୁତ କରାଯାଇଛି । ସେହିପରି ପୂଜା ସମୟରେ ଅପରାଧ କୁ ଦମନ କରିବା ପାଇଁ ଡ୍ରୋନ କ୍ୟାମେରା ଗୁଡ଼ିକର ସହାୟତା ନେବ ପୋଲିସ। ପ୍ରତି ମଣ୍ଡପରେ ସିସିଟିଭି ଲାଗିବା ସହିତ ଫାୟର ଶେଫ୍ଟିକୁ ଗୁରୁତ୍ଵ ଦେଇଛି ପ୍ରଶାସନ। ଟ୍ରାଫିକ ନିୟନ୍ତ୍ରଣକୁ ବି କଡାକଡି କରାଯାଇଛି ।ଭୁବନେଶ୍ବର, କଟକ , କେନ୍ଦ୍ରାପଡାରେ ବି ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି ।

ଆଜି ବେଙ୍ଗାଲୁରୁରେ ଭାରତ-ନ୍ଯୁଜିଲାଣ୍ଡ ଟେଷ୍ଟ ସିରିଜ

ବେଙ୍ଗାଲୁରୁ : ଆଜିଠୁ ଭାରତ-ନ୍ଯୁଜିଲାଣ୍ଡ ଟେଷ୍ଟ ସିରିଜ । ୩ ଟିକିଆ ମ୍ଯାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ଯାଚ ଆଜି ବେଙ୍ଗାଲୁରୁରେ ସକାଳ ସାଢେ ୯ଟାରୁ ଆରମ୍ଭ ହୋଇଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ପଡ଼ିଆକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ଭାରତ ଏହି ଶୃଙ୍ଖଳାକୁ ଜିତିଲେ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲରେ ପ୍ରବେଶ ପ୍ରାୟତଃ ନିଶ୍ଚିତ ହୋଇଯିବ। ତେବେ ଭାରତର ଏହି ଅଭିଯାନରେ ବେଙ୍ଗାଲୁରୁର ପାଣିପାଗ ପ୍ରତିବନ୍ଧକ ସାଜିଛି । ପ୍ରଥମ ଟେଷ୍ଟ୍ ପୂର୍ବରୁ ଏଠାରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ମ୍ୟାଚ୍ ପୂର୍ବ ଦିନର ଅଭ୍ୟାସ ହୋଇପାରିନି। ଭାରତ ଲଗାତାର ୬ ଘରୋଇ ମ୍ୟାଚରେ ଅପରାଜେୟ ରହିଛି । ଅନ୍ଯପଟେ ଭାରତ ବିପକ୍ଷରେ ନ୍ଯଜିଲାଣ୍ଡ ଚାପରେ ରହିପାରେ । ନ୍ୟୁଜିଲାଣ୍ଡ ୧୯୮୮ ମସିହା ପରେ ଭାରତରେ ଟେଷ୍ଟ୍ ଶୃଙ୍ଖଳା ଜିତି ନଥିବାରୁ ଏହି ଶୃଙ୍ଖଳା ୩୬ବର୍ଷର ରେକର୍ଡ ଭାଙ୍ଗିବାର ସୁଯୋଗ ନେଇ ଆସିଛି । ବେଙ୍ଗାଲୁରୁ ପିଚରେ ଦ୍ରୁତ ବୋଲରଙ୍କ ଭୂମିକା ଅଧିକ ରହିପାରେ। ବାଂଲାଦେଶ ବିପକ୍ଷରେ ଶୃଙ୍ଖଳା ମୂଳପୋଛ କରିବା ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ରେଜଲ୍ଟ ରିପିଟ କରିବା ଆଶାରେ ରହିଛି ଟିମ୍ ଇଣ୍ଡିଆ ।

ପାରିବାରିକ କଳହରୁ ସ୍ତ୍ରୀ ଓ ପୁତୁରାକୁ ହାଣିଲା ସ୍ବାମୀ

ପୁରୀ : ଶ୍ବଶୁର ଘରେ ଜ୍ବାଇଁର ଉନ୍ମତକାଣ୍ଡ । ପାରିବାରିକ କଳହରୁ ସ୍ତ୍ରୀ ଓ ପୁତୁରାକୁ ହାଣିଲା ସ୍ବାମୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା କୁସୁବେଣ୍ଟି ଗାଁରେ । ଅଭିଯୋଗ ଅନୁସାରେ ଖୋର୍ଦ୍ଧା କଳାପଦରର ଗୁଣ୍ଡିଚା ପ୍ରଧାନ ଦୀର୍ଘଦିନ ଧରି ଶ୍ବଶୁର ଘରେ ରହିଆସୁଥିଲେ । ସକାଳେ ପାରିବାରିକ କଳହକୁ ନେଇ ସ୍ତ୍ରୀ ସହ ବଚସା ଲାଗିଥିଲା । ପରେ ଉତ୍ତ୍ଯକ୍ତ ହୋଇ ସ୍ତ୍ରୀ ଓ ପୁତୁରାକୁ ଆକ୍ରମଣ କରିଥିଲା ଅଭିଯୁକ୍ତ । ଗାଁ ଲୋକ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରି ଏକ ଗଛରେ ବାନ୍ଧିରଖିଥିଲେ । ସ୍ତ୍ରୀ ଓ ପୁତୁରା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।