spot_img
Home Blog Page 1577

ଭରା ନାଳ ପାଣି ପାର ହୋଇ ସ୍କୁଲ ଯାଉଛନ୍ତି କୁନି କୁନି ଛାତ୍ରଛାତ୍ରୀ

ଢେଙ୍କାନାଳ : ଭରା ନାଳ ପାଣି ପାର ହୋଇ ସ୍କୁଲ ଯାଉଛନ୍ତି କୁନି କୁନି ଛାତ୍ରଛାତ୍ରୀ। ଓଡ଼ପଡ଼ା କାଲିକା ପ୍ରସାଦ ବନ୍ଦ ସାହିର ପିଲା ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି। ନାଳ ଉପରେ କୌଣସି ବ୍ରିଜ ନଥିବାରୁ ବର୍ଷା ଦିନେ ଯିବା ଆସିବାରେ ସମସ୍ଯା ହେଉଛି। ବର୍ଷା ୪ ମାସ ଏମିତି ଅବସ୍ଥା। ଅଧା ଓଦା ହୋଇ ସ୍କୁଲରେ ପହଞ୍ଚନ୍ତି ଶିକ୍ଷାର୍ଥୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ। ତୁରନ୍ତ ବ୍ରିଜ ନିର୍ମାଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଦୁଇଟି ବ୍ଲକ ତଥା ସଦର ଓ ଓଡ଼ପଡ଼ା ବ୍ଲକ ମଧ୍ୟରେ ଯିବା ଆସିବା ପାଇଁ ବାଧକ ସାଜିଛି ଏହି ନାଳ। ବର୍ଷା ହେଲେ ନାଳ ଫୁଲିବା ସହିତ ଆଣ୍ଠୁଏ ଉଚ୍ଚର ପାଣି ଚାଲେ। ଫଳରେ ଟେଣୁଆ, ଭୁବନପୂର୍, କଲାଙ୍ଗ, କାଲିକା ପ୍ରସାଦ, କରଡାମଡା ଓ ଚନ୍ଦ୍ରଶେଖର ପ୍ରସାଦର ଗାଁ ଲୋକେ ଯିବା ଆସିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ କରନ୍ତି।

ରାସ୍ତା ଦେଇ ପାଖାପାଖୀ ୬ଟି ଗାଁର ୪ ହଜାର ଲୋକ ଯିବା ଆସିବା କରନ୍ତି। ନାଳର ଗୋଟିଏ ପଟେ ଗାଁ ଓ ଅନ୍ୟପଟେ ସ୍କୁଲ। ମଝିରେ ଭରା ପାଣି ପ୍ରବାହିତ ନାଳ। ତେବେ ଏହି ନାଳ ଭିତରେ ଯେମିତି ଫସି ଯାଇଛି କୁନି କୁନି ପିଲାଙ୍କ ଭବିଷ୍ୟତ। ସ୍କୁଲ ଆସିବାକୁ ହେଲେ ଓଦା ହୋଇ ଆସିବାକୁ ପଡୁଛି। ସେଇ ଓଦା ଡ୍ରେସରେ ବସି ପଢିବାକୁ ପଡୁଛି। ଗ୍ରାମବାସୀ ଓ ସ୍କୁଲର ପ୍ରଧାନ ଶିକ୍ଷକ ପାଣିରେ ପସି ଓଦା ହୋଇ ସ୍କୁଲ ପିଲାଙ୍କୁ ପାର କରାନ୍ତି। ପିଲା ମଧ୍ୟ ଏହି ବର୍ଷା ୪ ମାସ ସ୍କୁଲକୁ ଆସୁନଥିବା ଅଭିଯୋଗ ହୁଏ। ତେବେ ନାଳ ଉପରେ ବ୍ରିଜ ଟିଏ ହେଲେ ପିଲା ସୁବିଧାରେ ଯାତାୟାତ କରିପାରିବେ। ତୁରନ୍ତ ବ୍ରିଜ ଟେ କରିବାକୁ ଲୋକେ ଦାବି କରିଛନ୍ତି ।

ଆସିକା ବିଧାୟକଙ୍କ ଅଡିଓ ଭାଇରାଲ ପ୍ରସଙ୍ଗ, ଅଡିଓର ସତ୍ୟାସତ୍ୟ ଯାଞ୍ଚ କରିବାକୁ ବିଜେଡିର ଦାବି

ଆସିକା : ଆସିକା ବିଧାୟକଙ୍କ ଅଡିଓ ଭାଇରାଲ ପ୍ରସଙ୍ଗ। ସାମ୍ବାଦିକ ସମ୍ମିଳନୀରେ ଗର୍ଜିଲା ବିଜେଡି।  ଆସିକା ବିଜେପି ବିଧାୟକ ବାଲି ଲିଜଧାରୀମାନଙ୍କୁ ମାସିକିଆ ବଟି ମାଗିବାର  ଅଡିଓ ଦୁଇ ଦିନ ହେଲା ବିଭିନ୍ନ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି  । ସମ୍ପୁକ୍ତ ଅଡିଓରେ ଆସିକା ବିଧାୟିକ ବିଭିନ୍ନ ବାଲି ମାଫିଆ ମାନଙ୍କୁ ମାସିକିଆ  ଚାନ୍ଦା ମାଗିବା ପ୍ରସଙ୍ଗକୁ ନେଇ  ଆସିକା ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା।  ଆସିକା କଳିଙ୍ଗ ରୋଡ ଠାରେ ଥିବା ବିଜୁ ଜନତା କାର୍ଯ୍ୟାଳୟରେ ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ଅଧ୍ଯକ୍ଷତାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।  ସମ୍ପୂର୍କ୍ତ ଭାଇରଲ ଅଡିଓର  ସତ୍ୟାସତ୍ୟତା ଯାଞ୍ଚ କରିବା ସହ କାର୍ଯ୍ୟାନୁଷ୍ଠନ ଦାବି କରି ବିଜେପି ଉପରେ ବର୍ଷିଛନ୍ତି ଆସିକା ବିଜେଡିର ବରିଷ୍ଠ ନେତା ମାନେ  ।

୨୭ ତାରିଖରେ ହେବ ଜୁନାଗଡ଼ ଏନଏସି ଅନାସ୍ଥା ଭୋଟ୍

ଧର୍ମଗଡ଼ : ଆସନ୍ତା ୨୭ ତାରିଖରେ ହେବ ଜୁନାଗଡ଼ ଏନଏସି ଅନାସ୍ଥା ଭୋଟ୍ । ଏନେଇ କଳାହାଣ୍ଡି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଜୁଲାଇ ମାସରୁ ଆବେଦନ ହୋଇଥିଲେ ବି ବାରମ୍ବାର ଅଧ୍ଯକ୍ଷଙ୍କ ବିରୋଧରେ ଅନାସ୍ଥା ଭୋଟ ଘୁଞ୍ଚି ଚାଲିଛି । ତାରିଖ ଧାର୍ଯ୍ଯ ହୋଇମଧ୍ଯ ନିର୍ବାଚନ ଅଧିକାରୀ ଆସୁନଥିବାରୁ ଅନାସ୍ଥା ଭୋଟ ହୋଇପାରୁନି । ୧୨ଟି ୱାର୍ଡ ବିଶିଷ୍ଟ ଜୁନାଗଡ଼ ଏନଏସିରେ ବିଜେଡିର ୧୦ ଜଣ କାଉନସିଲର ରହିଛନ୍ତି । ବିଜେପିର ମୁକେଶ ଅଗ୍ରୱାଲ ଏଠାରେ ଅଧ୍ଯକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏନଏସିରେ ମନମୁଖି କାମ ଓ କାଉନସିଲରଙ୍କୁ ଅଣଦେଖା ଅଭିଯୋଗ କରି ଜୁଲାଇ ୧୬ ତାରିଖରେ ଜିଲ୍ଲାପାଳଙ୍କୁ ଭେଟି ଅଧ୍ଯକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ କାଉନସିଲ । ପ୍ରଥମେ ଅଗଷ୍ଟ ଏକ ତାରିଖରେ ଅନାସ୍ଥା ଭୋଟ କରିବାକୁ ଜିଲ୍ଲାପାଳ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଦିନ ୧୧ଟା ବେଳେ ସବୁ ପ୍ରସ୍ତୁତି ହୋଇଥିବାବେଳେ ନିର୍ବାଚନ ଅଧିକାରୀ ଆସିନଥିଲେ । ପରେ ଅଗଷ୍ଟ ୯ ତାରିଖରେ ଅନାସ୍ଥା ହେବାକୁ ଧାର୍ଯ୍ଯ ହୋଇଥିଲେ ମଧ୍ଯ ନିର୍ବାଚନ ଅଧିକାରୀ ଆସିନଥିଲେ । ନିଜ ଅଧ୍ୟକ୍ଷକୁ ବଞ୍ଚାଇବା କୁ ଯାଇ ବିଜେପି ଚକ୍ରାନ୍ତ କରି ସମସ୍ତ ସରକାରୀ କ କୁ ବ୍ୟବହାର କରୁଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ ।   ଏନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ମାମଲାର ବିଚାର କରି ଆସନ୍ତା ୨୭ ତାରିଖରେ ଅନାସ୍ଥା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ବିଜେଡି କାଉନସିଲରମାନେ ଜିଲ୍ଲାପାଳଙ୍କୁ ଭେଟି ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି ।

୬୦ରୁ ଅଧିକ ଲୋକ ଝାଡାବାନ୍ତି ଆକ୍ରାନ୍ତ! ଲୋକଙ୍କ ସ୍ଵାସ୍ଥ୍ୟ ଯାଞ୍ଚ କରୁଛି ସ୍ଵାସ୍ଥ୍ୟ ବିଭାଗ

ଟିଟିଲାଗଡ଼ : ବଲାଙ୍ଗିର ଗୁଡ଼ଭେଲା ବ୍ଳକ ନୂଆପଡ଼ା ଗାଁରେ ଝାଡ଼ାବାନ୍ତି ଆତଙ୍କ। ଗାଁରେ ୬୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେଥିରୁ ୪ ଗୁରୁତରଙ୍କୁ ବଲାଙ୍ଗୀର ଡାକ୍ତରଖାନାରେ ଭର୍ତି କରାଯାଇଛି। ଡାଇରିଆକୁ ନେଇ  ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ରହିଛି। ଗତ ୨୧ ତାରିଖରୁ ନୂଆପଡ଼ା ଗାଁରେ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ତିନି ଦିନ ଭିତରେ ଏହା ସମଗ୍ର ଗାଁକୁ ବ୍ୟାପିଛି। ସୂଚନା ପରେ ଭ୍ରାମ୍ୟମାଣ ହେଲଥ ୟୁନିଟ୍ ସମେତ ଆଶା ଓ ସ୍ବାସ୍ଥ୍ୟକର୍ମୀ ଗାଁରେ ପହଞ୍ଚି ଯାଞ୍ଚ କରୁଛନ୍ତି। ଦୂଷିତ ପାଣି ପିଇବା ଯୋଗୁ ଝାଡ଼ାବାନ୍ତି ବ୍ୟାପୁଥୁବା ଅନୁମାନ କରାଯାଉଛି। ସ୍ଥାନୀୟ ବିଡିଓଙ୍କ ସମେତ ଅନ୍ଯ ଅଧିକାରୀ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।ଗାଁକୁ ଟ୍ୟାଙ୍କର ପାଣି ଯୋଗାଣ ଆରମ୍ଭ ହୋଇଛି। ଅସ୍ଥାୟୀ କ୍ୟାମ୍ପ ଖୋଲି ରୋଗୀଙ୍କ ଚିକିତ୍ସା କରାଯାଉଛି। ଡାଇରିଆ ସଂକ୍ରମଣ ରୋକିବାକୁ ଉଦ୍ୟମ କରାଯାଉଛି। ଲୋକଙ୍କୁ ଆବଶ୍ୟକ ସତର୍କତା ଅବଲମ୍ବନ ସହ ଚିକିତ୍ସା ପାଇଁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ଗାଁ ମୁଣ୍ଡରେ ଥିବା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଏକ ଟାଙ୍କି ତିଆରି କରାଯାଇଛି। ଏହି ଟାଙ୍କି ଚାରିପଟେ ଡ୍ରେନପାଣି ଯାଉଛି। ପିଇବା ପାଣି ସହ ଦୂଷିତ ପାଣି ମିଶିବାରୁ ଡାଇରିଆ ବ୍ୟାପୁଥିବା ଆଶଙ୍କା କରାଯାଉଛି।

ବରୀରେ ବିଜେପିକୁ ଝଟକା, ବିଜେଡିରେ ସାମିଲ ହେଲେ ବିଜେପି ନେତା

ଯାଜପୁର : ଯାଜପୁର ଜିଲ୍ଲା ବରୀରେ ବିଜେପିକୁ ଝଟକା । ବିଜେପି ଛାଡ଼ି ବିଜେଡିରେ ସାମିଲ ହେଲେ ବରୀ ଅଞ୍ଚଳର ବହୁ ବରିଷ୍ଠ ନେତା । କିଛି ସରପଞ୍ଚ ଓ ସମିତିସଭ୍ୟ ବିଜେପି ଛାଡି ବିଜେଡିରେ ଯୋଗଦେଇଛନ୍ତି । ନବୀନ ପଟ୍ଟନାୟକଙ୍କ ନୀତିଆଦର୍ଶରେ ଅନୁପ୍ରାଣୀତ ହୋଇ ସମସ୍ତେ ବିଜେଡିରେ ମିଶିଥିବା କହିଛନ୍ତି । ବିରୋଧୀ ଦଳ ମୁଖ୍ଯ ସଚେତକ ପ୍ରମିଳା ମଲ୍ଲିକ ସମସ୍ତଙ୍କୁ ଦଳକୁ ସ୍ବାଗତ କରିଛନ୍ତି । ମିଶ୍ରଣ ପର୍ବରେ ବିରୋଧୀ ଦଳ ଉପମୁଖ୍ଯ ସଚେତକ ପ୍ରତାପ ଦେବ ଓ ବରୀ ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ ଉପସ୍ଥିତ ଥିଲେ ।

ଖୋର୍ଦ୍ଧା ପରିସ୍ଥିତି ଅଣାୟତ ! ମୁକୁନ୍ଦ ପ୍ରସାଦରେ ପୋଡାଜଳା, ୭ ପ୍ଲାଟୁନ ଫୋର୍ସ ମୁତୟନ

ଖୋର୍ଦ୍ଧା : ଦିନ ଦ୍ବିପ୍ରହରରେ ଖୋର୍ଦ୍ଧା ମୁକୁନ୍ଦପ୍ରସାଦରେ ହତ୍ଯାକାଣ୍ଡ। ଦିନ ଦ୍ଵିପ୍ରହରରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ଯା କଲେ ଦୁର୍ବୃତ୍ତ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ଯାକାଣ୍ଡ ଘଟିଥିବା ଜଣାପଡିଛି। ସଂଘବଦ୍ଧ ଭାବେ ଗୋଡାଇ ଗୋଡାଇ ଆକ୍ରମଣ କରି ହତ୍ଯା କରିଛନ୍ତି ଦୁର୍ବୃତ୍ତ। ମୃତକ ମୁକୁନ୍ଦପ୍ରସାଦର ଶେଖ୍ ସାଜିଦ ବୋଲି ଜଣାପଡ଼ିଛି। ଖୋର୍ଦ୍ଧା ହସ୍ପିଟାଲରେ ରହିଛି ଶେଖ ସାଜିଦଙ୍କ ମୃତଦେହ।  ଦୁଇ ଗୋଷ୍ଠୀ ଭିତରେ ପୂର୍ବରୁ ରହିଥିଲା ତିକ୍ତତା। ଏହାକୁ ନେଇ ଆଜି ଗ୍ଯାରେଜ ଭିତରେ ପଶି ଦୁର୍ବୃତ୍ତ ମାନେ ଶେଖ୍ ସାଜିଦକୁ ହାଣିଛନ୍ତି । ଗତ କିଛି ଦିନ ତଳେ ମୁକୁନ୍ଦପ୍ରସାଦରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗୋଷ୍ଠୀ ସଂଙ୍ଘର୍ଷ ହୋଇଥିଲା ।  ଆଜିର ଏହି ହତ୍ୟାକାଣ୍ଡ ପଛରେ ପୂର୍ବର ଗୋଷ୍ଠୀ ସଂଙ୍ଘର୍ଷ କାରଣ ବୋଲି କୁହାଯାଉଛି। ଏହି ହତ୍ୟାକାଣ୍ଡ ପରେ ଖୋର୍ଦ୍ଧା ପରିସ୍ଥିତି ଅଣାୟତ ହୋଇପଡିଛି। ମୃତକଙ୍କ ପକ୍ଷ ଗୋଷ୍ଠୀ ପାଲଟା ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା ଖବର ମିଳିଛି। ଟାୟାର ଜାଳି ଏହି ଗୋଷ୍ଠୀ ବିଭିନ୍ନ ସ୍ଥାନରେ ରାସ୍ତା ରୋକ କରିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇ ପୋଲିସ ପକ୍ଷରୁ ୭ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛି । ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ସଶସ୍ତ୍ର ପୋଲିସ ମୁତୟନ ହୋଇଛନ୍ତି।  ଗତ କିଛିଦିନ ତଳେ ଛଣଗିରିରେ ମଧ୍ଯ ହୋଇଥିଲା ଗୋଷ୍ଠୀ ବିବାଦ। ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। କୁହୁଡିରେ ମଧ୍ୟ ଦୁଇ ଗୋଷ୍ଠୀ ଭିତରେ ସମାନ ବିବାଦ ଦେଖା ଦେଇଥିଲା। ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ବାରମ୍ବାର ଏଭଳି ମୁହାଁମୁହିଁ ପରିସ୍ଥିତି ଉପୁଜୁଥିଲେ ମଧ୍ୟ ପ୍ରଶାସନ ସ୍ଥାୟୀ ସମାଧାନ ପାଇଁ ଉଦ୍ଯମ କରୁନଥିବା ଅଭିଯୋଗ ହେଉଛି। । ପରିସ୍ଥିତି ଉତେଜନାପୂର୍ଣ୍ଣ ରହିଥିବା ବେଳେ ଭୁବନେଶ୍ୱର ପଟୁ ମୁକୁନ୍ଦ ପ୍ରସାଦ ଦେଇ ଖୋର୍ଦ୍ଧା ସହରକୁ ରାସ୍ତା ବନ୍ଦ ରହିଛି।

ଇସ୍ରାଏଲ ଉପରେ ୩ ଶହରୁ ଅଧିକ ରକେଟ୍ ମାଡ଼

ଲେବାନନ: ମଧ୍ଯପ୍ରାଚ୍ଯରେ କାୟା ମେଲାଉଛି ଯୁଦ୍ଧ ଘନଘଟା। ଲେବାନନ ଉପରେ ଇସ୍ରାଏଲର ଆକ୍ରମଣ । ଆଉ ଏହାର ଜବାବ ଇସ୍ରାଏଲ ଉପରେ ୩ ଶହରୁ ଅଧିକ ରକେଟ୍ ମାଡ଼ କରି ଦେଇଛି ହେଜବୁଲ୍ଲା । ହେଜବୁଲ୍ଲା ହେଉଛି ଲେବାନନର ଏକ ଆତଙ୍କବାଦୀ ସଂଗଠନ । ଇସ୍ରାଏଲର ସେନା ଶିବିରକୁ ଟାର୍ଗେଟ କରି ଏହି କ୍ଷେପଣାସ୍ତ୍ର ମାଡ଼ କରାଯାଇଛି ।

କିଛିଦିନ ତଳେ ଇରାନରେ ଆତ୍ମଗୋପନ କରିଥିବା ହମାସର ମିଲିଟାରୀ ମୁଖ୍ଯକୁ ହତ୍ଯା କରାଯାଇଥିଲା । ଏଥିରେ ଇସ୍ରାଏଲର ହାତ ଥିବା ଅଭିଯୋଗ କରି ପ୍ରତିଶୋଧ ନେବାକୁ ଖୋଲାଖୋଲି ଘୋଷଣା କରିଥିଲେ ଇରାନ ଓ ହେଜବୁଲ୍ଲା । ସେମାନେ ଆକ୍ରମଣ କରିବା ଆଗରୁ ହିଁ ଲେବାନନରେ ଥିବା ହେଜବୁଲ୍ଲା ସଂଗଠନ ଉପରେ ବୋମା ପକାଇଥିଲା ଇସ୍ରାଏଲ । ଆଉ ଏହି ଆକ୍ରମଣକୁ ନେଇ ଇସ୍ରାଏଲ କହିଛି, ନିଜ ସୁରକ୍ଷା ଦୃଷ୍ଟିରୁ ଏହି ଆକ୍ରମଣ କରାଯାଇଛି । ବାହ୍ଯ ଆକ୍ରମଣକୁ ପ୍ରତିହତ କରିବାକୁ ନିଜ ସୀମାରେ ଇସ୍ରାଏଲ ଯୁଦ୍ଧ ବିମାନ ମଧ୍ଯ ମୁତୟନ କରିଛି । ଏହାସହ ଦେଶରେ ଜରୁରୀ ପରିସ୍ଥିତି ଜାରି କରାଯାଇଛି ।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ହମାସ । ଏଥିରେ ପ୍ରାୟ ୧୨ ଶହ ଲୋକଙ୍କ ମୃତ୍ଯୁ ହୋଇଥିଲା । ଶତାଧିକ ଲୋକଙ୍କୁ ବନ୍ଧକ କରି ରଖିଛି ହମାସ । ପାଲଟା ଜବାବରେ ଇସ୍ରାଏଲ ଗାଜା ଉପରେ ସାମରିକ କାର୍ଯ୍ଯାନୁଷ୍ଠାନ ଜାରି ରଖିଛି । ପୂରା ଗାଜା ଧ୍ଵଂସସ୍ତୁପରେ ପରିଣତ ହୋଇଥିବା ବେଳେ ୪୦ ହଜାରରୁ ଅଧିକ ପାଲେଷ୍ଟାଇନବାସୀଙ୍କ ମୃତ୍ଯୁ ଘଟି ସାରିଛି । ଏମାନଙ୍କ ମଧ୍ଯରୁ ଅଧିକାଂଶ ହେଉଛନ୍ତି ଶିଶୁ ଓ ମହିଳା । ଅନ୍ତର୍ଜାତୀୟ ସମୁଦାୟ, ଜାତିସଂଘ, ବିଭିନ୍ନ ମାନବାଧିକାର ସଂଗଠନର ଉଦବେଗ ସତ୍ତ୍ଵେ ଗାଜାର ବେସାମରିକ ଲୋକଙ୍କ ମୃତ୍ଯୁ କମିନାହିଁ।

କଙ୍ଗାରୁ କୋର୍ଟରେ ମହିଳାଙ୍କୁ ଲଣ୍ଡା କଲେ, ମଟନ ଭୋଜି ଖାଇଲେ

ଲଇକେରା: ସ୍ବାମୀ ସବୁଦିନ ମାରଧର କରିବା ସହ ଦେଉଥିଲେ ଅକଥନୀୟ ଅତ୍ୟାଚାର । ନିର୍ଯାତନା ସବୁ ସୀମା ଟପି ଯାଇଥିଲା । ସ୍ବାମୀଙ୍କ ଅତ୍ୟାଚାରକୁ ବିରୋଧ କରି ଥରେ ଉଠାଇ ଦେଲେ ହାତ । ବାସ୍ ସବୁ ଭୁଲ ତାଙ୍କର ହୋଇଗଲା । ଯେଉଁ ସ୍ବାମୀ ପ୍ରତିଦିନ ତାଙ୍କୁ ମାଡ଼ ମାରୁଥିଲେ ସେ ହୋଇଗଲେ ସୁନା ପୁଅ । ସ୍ବାମୀଙ୍କୁ ହାତ ଉଠାଇ ଥିବାରୁ ଗାଁରେ ବସିଲା କଙ୍ଗାରୁ କୋର୍ଟ । ଆଉ ମହିଳାଙ୍କୁ ଲଣ୍ଡା କରିବା ସହ ଭଟନ ଭୋଜି ଖାଇଲେ ପେଟ କାଙ୍ଗାଳି ଗାଁ ଲୋକେ ।

ଏମିତି ଏକ ଅଭିଯୋଗ ଆସିଛି ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ରାଉତବାହାଲ ଗାଁରେ । କଙ୍ଗାରୁ କୋର୍ଟରେ ମହିଳାଙ୍କୁ ଲଣ୍ଡା କରାଯାଇଛି । ଏହାସଂ ମଟନ, ଦେଶୀ କୁକୁଡ଼ା ଭୋଜି ମଧ୍ୟ ଖାଇଛନ୍ତି ଲୋକେ । ଏହାସହ ଜରିମାନା ନାଁରେ ୫ ହଜାର ଟଙ୍କା ଦାଦାବଟି ଆଦାୟ କରିଛନ୍ତି ।

ଅଭିଯୋଗ ଅନୁସାରେ ଗାଁର ମହେନ୍ଦ୍ର କିସାନ ପ୍ରତିଦିନ ପତ୍ନୀଙ୍କୁ ମାଡ ମାରିବା ସହ ଗାଳିଗୁଲଜ କରୁଥିଲେ ।  ଦିନେ ଅତ୍ୟାଚାର ସହି ନପାରି ମହେନ୍ଦ୍ର କିସାନଙ୍କୁ ହାତ ଉଠାଇ ଦେଇଥିଲେ ତାଙ୍କ ପତ୍ନୀ । ଏହି ଘଟଣାକୁ ନେଇ ମହେନ୍ଦ୍ର ଜାତି ସମାଜର ଦ୍ୱାରସ୍ଥ ହୋଇଥିଲେ । ଜାତି ସମାଜର ବିଶିଷ୍ଠ ନ୍ୟାୟ ଦେବା ନାଁରେ ମହିଳାଙ୍କ ମୁଣ୍ଡରେ ସବୁ ଦୋଷ ଝାଡି ଦେଲେ ।

ମାଆକୁ ନିର୍ଯାତନା ଦିଆଯାଉଥିବା ଶୁଣିବା ପରେ ମହିଳାଙ୍କ ପୁଅ ଘଟଣା ସ୍ଥଳରେ ପହଞ୍ଚି ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ୪ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।

ସୁନାଖଣି ଆଡ଼ସ ପଞ୍ଚାୟତବାସୀଙ୍କ ମନରେ ଭରି ଦେଇଛି ଦୁଃଖ, ରାତିରେ ଲୋକଙ୍କୁ ହେଉନି ନିଦ

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଆଡ଼ସ ପଞ୍ଚାୟତବାସୀଙ୍କ ନିଦ ହଜି ଯାଇଛି । ଯେବେଠାରୁ ପଞ୍ଚାୟତ ଅଞ୍ଚଳରେ ସୁନା ଖଣି ଥିବା ସରକାର ଘୋଷଣା କରିଛନ୍ତି ସେବେଠାରୁ ଲୋକଙ୍କ ଆଖିକୁ ନିଦ ନାହିଁ । ଆପଣ ଭାବୁଥିବେ ନିଜ ଘରଡିହ ତଳେ ସୁନାଖଣି ଥିବା ଖୁସିରେ ଲୋକେ ଶୋଉ ନାହାନ୍ତି । ହେଲେ ଏହା ସତ ନୁହେଁ । ସୁନାଖଣି କଥା ଜଣାପଡ଼ିବା ପରେ ବିସ୍ଥାପିତ ହେବା କଥା ଚିନ୍ତା କରି ଆଖିରୁ ନିଦ ହଜି ଯାଇଛି ।

ସୂଚନାଯୋଗ୍ୟ, ଦେବଗଡ଼ର ଆଡସ ପଞ୍ଚାୟତ ଏକ ବ୍ରାଣ୍ଡ ପାଲଟି ଯାଇଛି । କେବଳ ରାଜ୍ୟ ନୁହେଁ, ଦେଶ ବିଦେଶରେ ଏବେ ଏହି ପଞ୍ଚାୟତର ନାଁ । କାରଣ ପଞ୍ଚାୟତର ମାଟି ତଳେ ରହିଛି ସୁନାଖଣି । ସରକାରଙ୍କ ଘୋଷଣା ପରେ ଗାଁରେ ହେଉ କି ଛକ ବଜାରରେ ସବୁଠି କେବଳ ସୁନାଖଣି ଚର୍ଚ୍ଚା । ହେଲେ ଏହି ଚର୍ଚ୍ଚା ପଞ୍ଚାୟତବାସୀଙ୍କୁ ଖୁସି ଦେବା ବଦଳରେ ସେମାନଙ୍କ ହୃଦୟରେ ଭରିଦେଇଛି ଦୁଃଖ । ସୁନା ଖଣିରୁ ଉତ୍ତୋଳନ କାର୍ଯ୍ୟ ଆରମ୍ଭ ହେଲେ ସେମାନଙ୍କୁ ବିସ୍ଥାପିତ ହେବା ଆଶଙ୍କା ଘାରିଛି । ଏପରିକି ରାତିରେ ନିଦ ହେଉ ନଥିବା ବୟୋଜେଷ୍ଠ ବ୍ୟକ୍ତିମାନେ କହିଛନ୍ତି ।

ବିଧାନସଭାରେ ଆଡସ ପଞ୍ଚାୟତରେ ସୁନାଖଣି ବାହାରିବା ଘଟଣା ଆଲୋଚନା ହେବା ପରେ ଆଗକୁ ଏହାର ନିଲାମୀ କରାଯିବା ନେଇ ମନ୍ତ୍ରୀଙ୍କ ଘୋଷଣା ଅଞ୍ଚଳବାସୀଙ୍କ ମନରେ ଛନକା ଭରି ଦେଇଛି । ଏବେ ପିଲାଛୁଆଙ୍କ ଭବିଷ୍ୟତକୁ ନେଇ ସନ୍ଦିହୀନ ହୋଇପଡ଼ିଛନ୍ତି ପଞ୍ଚାୟତବାସୀ ।

ସୁଭଦ୍ରା ଯୋଜନା ଧୂଆଁବାଣ, ବିଜେପି ଲୋକଙ୍କୁ ଭୂଆଁ ବୁଲାଉଛି: ବିଜେଡି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ନେଇ ବର୍ଷିଲା ବିଜେଡି । କହିଲା ସୁଭଦ୍ରା ଯୋଜନା ପାଣିରେ ଗାର ଓ ଧୂଆଁବାଣ । ଯୋଜନକୁ ନେଇ ଲୋକଙ୍କୁ ଭୂଆଁ ବୁଲାଉଛି ବିଜେପି । ଭୋଟ ସମୟରେ ମହିଳାଙ୍କୁ ଆଶା ଦେଖାଇଥିଲେ ବର୍ଷକୁ ୫୦ ହଜାର ଟଙ୍କା ଦେବେ । ଏମିତି କି ସମସ୍ତ ମହିଳାଙ୍କୁ ଦେବାକୁ ଇସ୍ତାହାରରେ କହିଥିଲେ । ହେଲେ ଏଥିରେ ୬୦ ବର୍ଷରୁ ଅଧିକ ମହିଳାଙ୍କୁ ବଞ୍ଚିତ କରାଗଲା । ଏହାସହ ୧୫୦୦ ଟଙ୍କା ମାସିକ ଆଧାରରେ ହେଲେ ଆଶା, ଅଙ୍ଗନବାଡି ମହିଳା ପ୍ରମୁଖ ସୁଭଦ୍ରା ଯୋଜନା ପାଇବେନି। ଋଣ କରି ଯେଉଁମାନେ ଲକ୍ଷପତି ଦିଦି ହୋଇଛନ୍ତି ସେମାନେ ବି ବଞ୍ଚିତ ହେବେ ।

ବଡ଼ କଥା ହେଲା ଏବେ ସୁଭଦ୍ରା ଯୋଜନାରେ ପାଞ୍ଚ ହଜାର ଟଙ୍କା ଲେଖାଏଁ ୨ ଥର ଦେବେ । ଏଥିରେ ମହିଳାମାନେ କି ବ୍ୟବସାୟ କରିବେ ବୋଲି ବିଜେଡି ପ୍ରଶ୍ନ କରିଛି । ୭୦ ଲକ୍ଷ ମହିଳା ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ସମୟରେ ଲକ୍ଷପତି ଦିଦି ହୋଇଥିଲେ । ପ୍ରତ୍ୟେକ ମହିଳା ସୁଭଦ୍ରା ଯୋଜନା ପାଇବେ ବୋଲି ଆଶା ରଖିଥିଲେ । କିନ୍ତୁ ଏହା ଏବେ ପାଣିର ଗାର ହୋଇଛି ।

ଅହଂକାରୀ ସରକାର

ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଆଙ୍କ ଆରାଧ୍ୟ ଜଗନ୍ନାଥ ଏବଂ ବଡ଼ ଠାକୁର ବଳଭଦ୍ରଙ୍କ ସହ ନିଜକୁ ଓ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କୁ ତୁଳନା କରିଥିଲେ । ଜଗତର ନାଥ ଜଗନ୍ନାଥଙ୍କ ସହ ନିଜକୁ ମୁଖ୍ୟମନ୍ତ୍ରୀ ତୁଳନା କରିବା ଏହା ତାଙ୍କ ଅହଂକାରକୁ ଦର୍ଶାଉଛି ବୋଲି ବିଜେଡି କହିଛି । ଏମାନଙ୍କୁ ଲୋକେ କେବେ କ୍ଷମା ଦେବେନି । ଏହା ସରକାରଙ୍କ ବିଫଳତା । ଲୋକଙ୍କୁ ଠକିଛନ୍ତି ସରକାର, ଏହା ସାଧାରଣ ଲୋକଙ୍କ ପାଖକୁ ଗଲାଣି। ଲୋକେ ଏମାନଙ୍କୁ ଉଚିତ ଜବାବ ଦେବେ ।

ବିଜେପି ଏକ ବେପାରୀ ସଂସ୍ଥା

ବିଜୁଳି ବିଲକୁ ନେଇ ବିଜେପିକୁ ବେପାରୀ ସଂସ୍ଥା କହି କଟାକ୍ଷ କରିଛି ବିଜେଡି । ଦଳ ପକ୍ଷରୁ କୁହାଯାଇଛି, ନିର୍ବାଚନୀ ଇସ୍ତାହାରରେ ୩୦୦ ୟୁନିଟ ମାଗଣା ବିଜୁଳି କଥା କହିଥିଲେ । ହେଲେ ଯାଏଁ ଗୋଟିଏ ୟୁନିଟ ମଧ୍ୟ ସାଧାରଣ ଚାଷୀ ପାଖକୁ ଗଲାନି । ଏହା ଏକ ବେପାରୀ ସଂସ୍ଥା ଭଳି ଚାଲିଛନ୍ତି । କେତେ ଲାଭ କେତେ କ୍ଷତି ହିସାବ କରୁଛନ୍ତି । ସେହିପରି ଭତ୍ତା ୩ ହଜାର ୫ ଶହ ଦେବେ କହିଥିଲେ । ଏବେ କେବଳ ୮୦ ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଯାହାକି ସ୍ପଷ୍ଟ କରୁଛି ଲୋକଙ୍କୁ ଠକିବା ଛଡ଼ା ଏମାନଙ୍କୁ କିଛି ଜଣାନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

ଛାତ୍ରବୃତ୍ତି ବନ୍ଦ କରିଦେଲେ

ଛାତ୍ରବୃତ୍ତିକୁ ନେଇ ମଧ୍ୟ ଦଳ ବିଜେପି ସରକାରକୁ ଟାର୍ଗେଟ କରିଛି । ଦଳ ପକ୍ଷରୁ କୁହାଯାଇଛି, ପୂର୍ବ ସରକାର ଛାତ୍ରଛାତ୍ରୀଙ୍କ ବୃତ୍ତିର ବ୍ୟବସ୍ଥା କରିଥିଲେ । ଛାତ୍ରଙ୍କ ପାଇଁ ୯ ହଜାର ଓ ଛାତ୍ରୀଙ୍କ ପାଇଁ ୧୦ ହଜାର ଟଙ୍କାର ବ୍ୟବସ୍ଥା  କରିଥିଲେ ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ଏହା ଏବେ ବନ୍ଦ ହୋଇଯାଇଛି ।