spot_img
Home Blog Page 158

ପ୍ରଶାନ୍ତ ତମାଙ୍ଗଙ୍କ ମୃତ୍ୟୁ ପଛର କାରଣ କଣ, ନିଦ୍ରା ସମୟରେ କାହିଁକି ହାର୍ଟ ପ୍ରତି ବିପଦ ବଢ଼ୁଛି ?

ଇଣ୍ଡିଆନ ଆଇଡଲ­-୩ର ବିଜେତା ପ୍ରଶାନ୍ତ ତମାଙ୍ଗଙ୍କର ୪୩ ବର୍ଷ ବୟସରେ ନିଦ୍ରା ଅବସ୍ଥାରେ ମୃତ୍ୟୁ ଘଟଣା ତାଙ୍କର ଅଗଣିତ ଫ୍ୟାନ୍ସଙ୍କୁ ସ୍ତମ୍ଭୀଭୂତ କରିଦେଇଛି । ରାତିରେ ଶୋଇଥିବା ସମୟରେ ପ୍ରଶାନ୍ତଙ୍କ ମୃତ୍ୟୁ ଘଟିଥିଲା । କେବଳ ପ୍ରଶାନ୍ତ ନୁହନ୍ତି, ଏପରି ଅନେକ ବ୍ୟକ୍ତି ରାତିରେ ଶୋଇଥିବା ସମୟରେ ହିଁ ଦୁନିଆକୁ ଅଲବିଦା କରିଥିବାର ଦେଖିବାକୁ ମିଳିଛି । ତେବେ ଶୋଇଥିବା ଅବସ୍ଥାରେ ମୃତ୍ୟୁ ପଛର ମେଡିକାଲ କାରଣ କଣ ? ଜାନୁଆରୀ ୧୧ ତାରିଖରେ ବିଶିଷ୍ଟ ଗାୟକ-ଅଭିନେତା ପ୍ରଶାନ୍ତ ଏ ଦୁନିଆ ଛାଡ଼ି ଆରପାରିକୁ ଚାଲିଯାଇଥିଲେ । ତାଙ୍କର ମୃତ୍ୟୁରେ ସଙ୍ଗୀତ ଜଗତକୁ ଏକ ବଡ଼ ଝଟକା ଲାଗିଥିଲା । ପ୍ରଶାନ୍ତଙ୍କ ମୃତ୍ୟ ରହସ୍ୟକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି । ଗାୟକଙ୍କ ମୃତ୍ୟୁ ସମ୍ପୂର୍ଣ୍ଣ ଭାବେ ସ୍ବାଭାବିକ ଥିଲା ବୋଲି ତାଙ୍କ ପତ୍ନୀ ସ୍ପଷ୍ଟ କରିଛନ୍ତି ।

ତେବେ ନିଦ୍ରା ଅବସ୍ଥାରେ ମୃତ୍ୟୁବରଣ କରିବା ଏକ ନୂଆ କଥା ନୁହେଁ । ପୂର୍ବରୁ ଏପରି ଅନେକ ମାମଲା ସାମ୍ନାକୁ ଆସିଛି । ତେବେ ମଣିଷ ଶୋଇଥିବା ଅବସ୍ଥାରେ କାହିଁକି ଓ କିପରି ମୃତ୍ୟୁବରଣ କରିଥାଏ, ସେନେଇ ଏବେ ପ୍ରଶ୍ନ ଉଠିଛି । କିଛି ଲୋକ ରାତିରେ ଶୋଇଥିଲେ, ମାତ୍ର ସକାଳୁ ଆଉ ଉଠିନଥିଲେ । ହେଲଥ ଏକ୍ସପର୍ଟଙ୍କ ମତରେ, ମଣିଷ ତା’ର ଜୀବନର ଏକ-ତୃତୀୟାଂଶ ଅଂଶ ଶୋଇକରି ବିତାଇଥାଏ । ଏହି ସମୟରେ ମୃତ୍ୟୁ ହେବା କିଛି ବଡ଼ କଥା ନୁହେଁ । ବୟସ୍କ ଓ ବିମାରଗ୍ରସ୍ତ ଲୋକଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠିନଥାଏ । ମାତ୍ର ୪୦-୪୫ ବର୍ଷୀୟ ଲୋକଙ୍କ ମୃତ୍ୟୁକୁ ନେଇ ଆଲୋଚନା ହୋଇଥାଏ । ଅନେକ ସମୟରେ ମେଡିକାଲ ଯାଞ୍ଚରେ ମୃତ୍ୟୁକୁ ନେଇ କୌଣସି ସ୍ପଷ୍ଟ କାରଣ ସାମ୍ନାକୁ ଆସିପାରି ନଥାଏ ।

ଡାକ୍ତରଙ୍କ ରିସର୍ଚ୍ଚ ମୁତାବକ, ନିଦ୍ରାର ଏପରି ଏକ ଅବସ୍ଥା ରହିଛି ଯେଉଁ ସମୟରେ କି ବ୍ରେନ ସକ୍ରିୟ ରହିଥାଏ ଓ ସ୍ବପ୍ନ ଆସିଥାଏ । ସେହି ଅବସରରେ ଆଖି ଦ୍ରୁତ ଭାବେ ହଲିଥାଏ ମାତ୍ର ଶରୀରର ମାଂସପେଶୀ ରିଲାକ୍ସ ରହିଥାଏ । ଦିଲ ଉପରେ ଅଧିକ ଚାପ ପଡ଼ିପାରେ । ସେହି ସମୟରେ ହାର୍ଟ ରେଟ ଓ ବ୍ଲଡ ପ୍ରେସରରେ ପରିବର୍ତ୍ତନ ଆସିଥାଏ । ଅନେକ ସମୟରେ ହୃଦ ସ୍ପନ୍ଦନ ଅଚାନକ ଗଡ଼ବଡ଼ ହୋଇଯାଇଥାଏ । ତାହାକୁ ସମ୍ଭାଳିବାକୁ ମଣିଷକୁ ସୁଯୋଗ ମିଳିନଥାଏ ଓ ଅଚାନକ ମୃତ୍ୟୁ ଘଟିଥାଏ ।

ଷ୍ଟଡି ମୁତାବକ, ସକାଳ ୩-୪ ସମୟରେ ଶରୀର ପାଇଁ ସବୁଠାରୁ କୋମଳ ହୋଇଥାଏ । ଏହି ସମୟରେ ଅନେକ ଜରୁରୀ ହରମୋନ ସବୁଠାରୁ କମ୍ ସ୍ତରରେ ରହିଥାଏ ଓ ଦିଲ ବା ଶ୍ବାସ ସହ ଜଡ଼ିତ ସମସ୍ୟାର ବିପଦ ବଢ଼ିଥାଏ । ଏହି କାରଣରୁ ମଣିଷ ଆରପାରିକୁ ଚାଲିଯାଇଥାଏ । ଅନେକ ସମୟରେ ପୋଷ୍ଟମର୍ଟମ ପରେ ବି ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥାଏ । ତେଣୁ ଡେଥ ସାର୍ଟିଫିକେଟରେ ‘ନ୍ୟାଚୁରାଲ ଡେଥ’ ବା ’କାର୍ଡିଓ-ରିସ୍ପିରେଟରୀ ଫେଲିୟର’ ପରି ଶବ୍ଦ ଲେଖା ଯାଇଥାଏ । ଅନେକ ସମୟରେ ହୃଦ ସ୍ପନ୍ଦନରେ ଗଡ଼ବଡ଼, ହାର୍ଟ ଫେଲୁଅର, ଷ୍ଟ୍ରୋକ, ଶ୍ବାସ ସମସ୍ୟା, ଟାଇପ-୧ ଡାଇବେଟିରେ ‘ଡଡ ଇନ ବେଡ ସିଣ୍ଡ୍ରୋମ’, କାର୍ବନ ମନୋଅକ୍ସାଇଡ, ମେଡିସିନ ଓ ନିଶାର ଓଭରଡୋଜ, ମୁଣ୍ଡରେ ଆଘାତ, ସ୍ପିପ ଏପନିଆ, ମିର୍ଗୀ ଆଦି କାରଣରୁ ମୃତ୍ୟୁ ଘଟିଥାଏ ।

T-20 ବିଶ୍ବକପ ୨୦୨୬: ଭାରତରେ ମ୍ୟାଚ ଖେଳିବ ବାଂଲାଦେଶ, ଭେନ୍ୟୁ ପରିବର୍ତ୍ତନକୁ ICCର ଅଗ୍ରାହ୍ୟ

ଭେନ୍ୟୁ ପରିବର୍ତ୍ତନ ପାଇଁ ବାଂଲାଦେଶ ବାରମ୍ବାର ଅପିଲ କରିଥିଲେ ହେଁ ସେନେଇ କୌଣସି ଫାଇଦା ହୋଇନାହିଁ । କାରଣ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ସୁରକ୍ଷାର ମାପଦଣ୍ଡକୁ ପରଖିବା ପରେ ବାଂଲାଦେଶର ଭେନ୍ୟୁ ବଦଳାଇବାକୁ ଅଗ୍ରାହ୍ୟ କରିଦେଇଛି । ଏହାଫଳରେ ବାଂଲାଦେଶକୁ ଏକ ବଡ଼ ଝଟକା ଲାଗିଛି । ୨୦୨୬ ଟି-୨୦ ବିଶ୍ବକପର ମ୍ୟାଚ ଖେଳିବାକୁ ବାଂଲାଦେଶ ଭାରତ ଆସିବ ବୋଲି ଏକ ରିପୋର୍ଟରୁ ସ୍ପଷ୍ଟ ହୋଇଛି ।

ଏକ ସୂତ୍ର ମୁତାବକ, ଆଇସିସି ନିଜର ଯାଞ୍ଚରେ ସୁରକ୍ଷା ସହ ଜଡ଼ିତ କାରଣକୁ ପରଖିଥିଲା । ଟୁର୍ଣ୍ଣାମେଣ୍ଟ ସମୟରେ ବାଂଲାଦେଶୀ ଖେଳାଳିଙ୍କ ପ୍ରତି କୌଣସି ବିପଦ ନଥିବା ଜଣାପଡ଼ିଥିଲା । ସେଥିପାଇଁ ଆଇସିସି ବାଂଲାଦେଶର ଅପିଲକୁ ଅଗ୍ରାହ୍ୟ କରିଦେଇଛି । ଆସନ୍ତା ଫେବୃଆରୀ ମାସ ୭ ତାରିଖରୁ ଟ-୨୦ ବିଶ୍ବକପର ଶୁଭାରମ୍ଭ ହେବ । ବିଶ୍ବକପର ପ୍ରଥମ ମ୍ୟାଚ ଖେଳି ବାଂଲାଦେଶର ନିଜର ଯାତ୍ରା ଆରମ୍ଭ କରିବ ।

ଏହିକ୍ରମରେ ବାଂଲାଦେଶର କ୍ରୀଡ଼ା ମନ୍ତ୍ରଣାଳୟର ପରାମର୍ଶଦାତା ଆସିଫ ନଜରୁଲଙ୍କ ଦାବିକୁ ମଧ୍ୟ ଆଇସିସି ଅଗ୍ରାହ୍ୟ କରିଦେଇଛି । ମୁସ୍ତାଫିଜୁର ରହମାନଙ୍କୁ ଟିମରେ ସାମିଲ କଲେ ବିପଦ ବଢ଼ିଯିବ ବୋଲି କୁହାଯାଇଥିଲା । ମାତ୍ର ଏବେ ଆଇସିସି ତାହାକୁ ଖଣ୍ଡନ କରିଥିବା ଜଣାପଡ଼ିଛି । ବାଂଲାଦେଶ ପାଇଁ ଭାରତରେ କୌଣସି ବିପଦ ନଥିବା ଆଇସିସି ତରଫରୁ କୁହାଯାଇଛି ।

ଜମିବାଡି ବିବାଦକୁ କେନ୍ଦ୍ରକରି ମା’ ପୁଅଙ୍କ ଉପରେ ଏସିଡ୍ ମାଡ଼

 ନନ୍ଦିଘୋଷ ବ୍ୟୁରୋ : ମା’ ପୁଅଙ୍କ ଉପରେ ଏସିଡ ମାଡ଼ । କେନ୍ଦ୍ରାପଡ ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧୀନ ବାଛରା ଗ୍ରାମରେ ଜମିବାଡି ବିବାଦକୁ କେନ୍ଦ୍ରକରି ମା’ ପୁଅଙ୍କ ଉପରେ ଏସିଡ୍ ମାଡ଼ ହୋଇଛି । ଏହି ଗାଁର ବିଜୟ ସାହୁ ଓ ରବୀନ୍ଦ୍ର ସାହୁ ପଡ଼ୋଶୀ । ବିଜୟ ପୂର୍ବରୁ ରବୀନ୍ଦ୍ରଙ୍କ ଜାଗାରେ କାର ରଖୁଥିଲେ । ନିକଟରେ ରବୀନ୍ଦ୍ରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଘର ମିଳିବାରୁ ବିଜୟ କାର ରଖୁଥିବା ସ୍ଥାନରେ ସେ ଏହାକୁ ନିର୍ମାଣ କରିଥିଲେ। ଏଥିପାଇଁ ସେ ବିଜୟଙ୍କୁ ଉକ୍ତ ସ୍ଥାନରେ ଗାଡ଼ି ରଖିବାକୁ ବାରଣ କରିଥିଲେ। ହେଲେ ବିଜୟ ରବୀନ୍ଦ୍ରଙ୍କ କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ । ବହୁ ବାଦବିବାଦ ପରେ  ଅନ୍ୟତ୍ର କାର ରଖିଥିଲେ ମଧ୍ୟ ସେ ରବୀନ୍ଦ୍ରଙ୍କ ଉପରେ ରାଗ ରଖିଥିଲେ। ପୂର୍ଵ ରାଗକୁ କେନ୍ଦ୍ର କରି ଆଜି ବିଜୟ ରବୀନ୍ଦ୍ରଙ୍କ ଉପରକୁ ଏସିଡ ପକାଇ ଥିଲେ  l ସେହି ସ୍ଥାନରେ ରବୀନ୍ଦ୍ରଙ୍କ  ମା’ ଥିବାରୁ ସେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି l ଉଭୟ ମା’ ଓ ପୁଅ ପ୍ରଥମେ କେନ୍ଦ୍ରାପଡ଼ାରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି ।

ଇରାନ ସହ ବ୍ୟବସାୟ କରୁଥିବା ଦେଶଗୁଡ଼ିକୁ ପୁଣି ଥରେ ଟ୍ରମ୍ପ ଦେଲେ ଟାରିଫ୍ ଧମକ

ନନ୍ଦିଘୋଷ ବ୍ୟୁରୋ : ଇରାନ ସହ ବିବାଦ ଭିତରେ ପୁଣି ଥରେ ଟ୍ରମ୍ପ ଦେଲେ ଟାରିଫ୍ ଧମକ। ଇରାନ ସହ ବ୍ୟବସାୟ କରୁଥିବା ଦେଶଗୁଡ଼ିକୁ ଏହି ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି। ଇରାନ ସହ ବ୍ୟବସାୟ କଲେ ଦେବାକୁ ପଡ଼ିବ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ।ନିଜ ସୋସିଆଲ ମିଡିଆରେ ଏଭଳି ଏକ ପୋଷ୍ଟ କରି ପୁଣିଥରେ ଟାରିଫ ଧମକ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ତୁରନ୍ତ ତାଙ୍କର ଏହି ନିର୍ଦ୍ଦେଶ ଲାଗୁ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ଏବେ ଯେଉଁ ଦେଶ ଇରାନ ସହ ବ୍ୟାପାର କରିବା  ସହ ଆମେରିକା ସହ ବ୍ୟାପାର କଲେ ଦେବାକୁ ପଡିବ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ। ସେପଟେ ଇରାନରେ ଜାରି ରହିଛି ଜନଆନ୍ଦୋଳନ। ଇରାନ୍‌ର ସୁପ୍ରିମ୍‌ ଲିଡର୍‌ ଖାମେମେଇ ସରକାର ବିରୋଧରେ ରାଜରାସ୍ତାରେ ଇରାନ୍‌ ବାସିନ୍ଦା। ଆନ୍ଦୋଳନ ତୃତୀୟ ସପ୍ତାହରେ ପହଞ୍ଚିଥିବାବେଳେ ସୁରକ୍ଷାକର୍ମୀ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ  ଉଗ୍ରରୂପ ନେବାରେ ଲାଗିଛି। ଇରାନ୍‌ରେ ବର୍ତ୍ତମାନ ସୁଦ୍ଧା ୬୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି। ପ୍ରଦର୍ଶନକାରୀଙ୍କ ଉପରେ ବଳପ୍ରୟୋଗ ନକରିବାକୁ ଟ୍ରମ୍ପ ଇରାନକୁ ଧମକ ଦେଇଛନ୍ତି। ସାଧାରଣ ଜନତାଙ୍କୁ ହତ୍ୟା କରାଗଲେ ଆମେରିକା ଚୁପ୍ ବସିବ ନାହିଁ ବୋଲି ରାଷ୍ଟ୍ରପତି ‌ଡୋନାଲ୍‌ଡ ଟ୍ରମ୍ପ ଧମକ ଦେଇଛନ୍ତି

 

ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ନିର୍ମମ ହତ୍ୟା ; ୨୮ ବର୍ଷୀୟ ସମୀର ଦାସ ନାମକ ଯୁବକଙ୍କୁ ପିଟି ପିଟି ସଂଘବଦ୍ଧ ହତ୍ୟା

ନନ୍ଦିଘୋଷ ବ୍ୟୁରୋ : ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ନିର୍ମମ ହତ୍ୟା। ୨୮ ବର୍ଷୀୟ ସମୀର ଦାସ ନାମକ ଯୁବକଙ୍କୁ ପିଟି ପିଟି ସଂଘବଦ୍ଧ ହତ୍ୟା କରାଯାଇଛି। ଅଟୋ ଚଳାଇ ଗୁଜୁରାଣ ମେଣ୍ଟାଉଥିଲେ ସମୀର ଦାସ। ଚିଟାଗଙ୍ଗ ଅଂଚଳରେ ଘଟିଛି ଏ ଜଘନ୍ୟ କାଣ୍ଡ। ଗତକାଲି ରାତିରେ ଚିଟାଗଙ୍ଗର ଦାଗାନଭୂଇଁଆନରେ ଅଟୋ ଚାଳକଙ୍କ ଉପରେ ନିର୍ମମ ଆକ୍ରମଣ ଘଟିଥିଲା।ଆକ୍ରମଣକାରୀମାନେ ଅଟୋ-ରିକ୍ସା ଡ୍ରାଇଭରଙ୍କୁ ପିଟି ପିଟି ହତ୍ୟା କରିଥିଲେ। ହତ୍ୟା ପରେ, ଅପରାଧୀମାନେ ବ୍ୟାଟେରୀ ଚାଳିତ ଅଟୋ-ରିକ୍ସା ଚୋରି କରି ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ସମୀରଙ୍କୁ ଦେଶୀ ଅସ୍ତ୍ରଶସ୍ତ୍ରରେ ହତ୍ୟା କରାଯାଇଥିଲା ଏବଂ ପିଟି ପିଟି ହତ୍ୟା କରାଯାଇଥିଲା। ପ୍ରାଥମିକ ତଦନ୍ତ ରିପୋର୍ଟରୁ ଏହା ଏକ ପୂର୍ବ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ମନେ ହେଉଛି।ହତ୍ୟା ପରେ ଅପରାଧୀମାନେ ଏକ ଅଟୋ-ରିକ୍ସା ମଧ୍ୟ ଲୁଟି ନେଇଥିଲେ। ପୀଡିତାଙ୍କ ପରିବାର ପକ୍ଷରୁ ଏତଲା ପରେ ପୋଲିସ ଅପରାଧୀଙ୍କୁ ଚିହ୍ନଟ ଏବଂ ଗିରଫ କରିବା ପାଇଁ ଚଢାଉ ଆରମ୍ଭ କରିଛି। ୧୭ କୋଟି ସଂଖ୍ୟାଗରିଷ୍ଠ ମୁସଲିମ ସମ୍ପ୍ରଦାୟର ଦେଶ ୨୦୨୪ ବିଦ୍ରୋହ ପରଠାରୁ ଅଶାନ୍ତିରେ ରହିଛି। ଇସଲାମିକ ଶକ୍ତିର ପୁନରୁତ୍ଥାନ ଧାର୍ମିକ ସଂଖ୍ୟାଲଘୁଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି। ଯେଉଁଥିରେ ସୁଫି ମୁସଲିମ ଏବଂ ହିନ୍ଦୁ ମଧ୍ୟ ସାମିଲ ଅଛନ୍ତି। ଏହି ସଂଖ୍ୟାଲଘୁ ଗୋଷ୍ଠୀଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୧୦ ପ୍ରତିଶତରୁ କମ୍।ଧାର୍ମିକ ଭେଦଭାବ ବିରୋଧରେ ହିଂସାକୁ ନେଇ ବାଂଲାଦେଶ ହିନ୍ଦୁ ବୌଦ୍ଧ ଖ୍ରୀଷ୍ଟିଆନ ୟୁନିଟି କାଉନସିଲ ଗମ୍ଭୀର ଚିନ୍ତା ପ୍ରକାଶ କରିଛି।ବାଂଲାଦେଶରେ ଫେବୃଆରୀରେ ହେବାକୁ ଥିବା ଜାତୀୟ ନିର୍ବାଚନ ପାଖେଇ ଆସୁଥିବାରୁ ସାମ୍ପ୍ରଦାୟିକ ହିଂସା ଚିନ୍ତାଜନକ ହାରରେ ବୃଦ୍ଧି ପାଉଛି ବୋଲି ସଂଗଠନ କହିଛି।

ଆଜି ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ; ଜିଲ୍ଲାରେ ମଣ୍ଡି ଅଚଳାବସ୍ତାକୁ ନେଇ ଜିଲ୍ଲା ବିଜେଡି ପକ୍ଷରୁ ବନ୍ଦ ଡାକରା

ନନ୍ଦିଘୋଷ ବ୍ୟୁରୋ : ମଣ୍ଡି ସମସ୍ୟା ନେଇ ନବରଙ୍ଗପୁରର ସାତଟି ବ୍ଲକରେ ବିଜେଡିର ଚକା ଜାମ । ମଣ୍ଡିରେ ଧାନ ନ ଉଠିବା ଚାଷୀ ଧାନ ବିକ୍ରି ନ କରି ହଇରାଣ ହେଉଥିବା ଅଭିଯୋଗ କରି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି ନବରଙ୍ଗପୁର ଜିଲ୍ଲା ବିଜେଡି । ଜିଲ୍ଲା ବିଜେଡି ତରଫରୁ ନବରଙ୍ଗପୁର ଜିଲ୍ଲାର ସାତ ଗୋଟି ବ୍ଲକ ରେ ଚକ ଅଖ ଜାମ କରାଯାଇଛି । ଚାଉଁରିଆଗୁଡା ଓ ମାଝୀଗୁଡା ଛକ ଠାରେ ରାସ୍ତା ଅବରୋଧ କରାଯାଇଛି। ଫଳରେ ଗାଡି ଗୁଡିକ ଅଟକି ରହିଛି । ଦୋକାନ ବଜାର ଖୋଲା ରହିବା ସହିତ ଜରୁରୀ କାଳୀନ ସେବା ବନ୍ଦରୁ ବାଦ ଦିଆଯାଇଛି

ରାଜ୍ୟ ସରକାର ମିଛ ପ୍ରତିଶୃତି  କ୍ଷମତା କୁ ଆସିଥିବାବେଳେ ବର୍ତ୍ତମାନ ଚାଷୀ ଙ୍କୁ ସମସ୍ୟା ଭିତର କୁ ଠେଲି ଦେଇଥିବା ଅଭିଯୋଗ ହୋଇଛି। ଜିଲ୍ଲାରେ ଧାନମଣ୍ଡିରେ ଅଚଳାବସ୍ଥା, ଚାଷୀଙ୍କ ଧାନ ବିକିବାକୁ ନେଇ ବିଭିନ୍ନ ପ୍ରକାର ସମସ୍ୟା ହେଉଛି। ମଣ୍ଡି ଆରମ୍ଭରୁ ବିଭ୍ରାଟ ଦେଖାଯାଇଛି।  ସବୁ ମଣ୍ଡିରେ ପଡ଼ିରହିଛି ହଜାର ହଜାର ବସ୍ତା ଧାନ। କଟନି ଛଟନିରେ ଅତିଷ୍ଠ ଚାଷୀ। ସରକାରଙ୍କ ଚାଷୀ ମାରଣ  ନୀତି ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ବିଜେଡି ନେତା କହିଛନ୍ତି।

ହାତୀ ପାଇଁ ରାତି ଉଜାଗର; ଅଧରାତିରେ ଗାଁ ଭିତରକୁ ପଶି ଆସିଲା ଗୋଠଛଡା ଦନ୍ତା

ନନ୍ଦିଘୋଷ ବ୍ୟୁରୋ : ହାତୀ ପାଇଁ ରାତି ଉଜାଗର । ଅଧ ରାତିରେ ଗାଁ ଭିତରକୁ ପଶି ଆସିଲା ଗୋଠଛଡା ଦନ୍ତା ।  କେନ୍ଦୁଝର ଚମ୍ପୁଆ ଅଞ୍ଚଳରେ ଖେଳାଇଲା ଆତଙ୍କ। ଦୁଇଦିନ ତଳେ ଝାଡ଼ଖଣ୍ଡରେ ତିନିଜଣଙ୍କୁ ଆକ୍ରମଣ କରି ମାରିଥିବା ଦନ୍ତା ଗତ ରାତିରେ ବୈତରଣୀ ନଦୀ ପାର ହୋଇ  ଚମ୍ପୁଆ ରେଞ୍ଜର ରରୁଆଁଗୋଡା ଗାଁ ମଧ୍ୟ ଦେଇ  ବାଙ୍କିଆ ଗାଁ କୁ ପଶି ଆସିଥିଲି ।  ରରୁଆଁଗୋଡା ଗାଁରେ ଜଣଙ୍କ ଘର ଝରକା ତାଡ଼ି ଘର ଭିତରୁ ଧାନ ଚାଉଳ ଖାଇବାକୁ ଉଦ୍ୟମ କରିଥିବା ବେଳେ ଜଣଙ୍କ ଘର ଭାଙ୍ଗିବାକୁ ଉଦ୍ୟମ କରିଥିଲା।  ରାତି ସାରା ହାତୀଟି ଗାଁରେ ଉତ୍ପାତ ଚଳାଇଥିବାବେଳେ ସାରାରାତି ଉଜାଗର ରହି ବନ ବିଭାଗ ଓ ଗ୍ରାମବାସୀ ହାତୀ ଘଉଡାଇବାକୁ ଉଦ୍ୟମ କରିଥିଲେ । ବ୍ୟାପକ ପନିପରିବା ନଷ୍ଟ  ସହ ରାତିସାରା ଗାଁରେ ବ୍ୟାପକ ଉପଦ୍ରବ କରିବା ପରେ ପୁଣି ବୈତରଣୀ  ପାର ହୋଇ ସକାଳୁ ହାତୀଟି ମୟୁରଭଞ୍ଜ କେଶରୀ ଗାଁ ଜଙ୍ଗଲକୁ ଚାଲି ଯାଇଛି ।

ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ହତ୍ୟା ଅଭିଯୋଗ ; ମୃତକ ହେଲେ କଟକ ଚାଉଳିଆଗଂଜର ସରୋଜ କୁମାର ଜେନା

ନନ୍ଦିଘୋଷ ବ୍ୟୁରୋ : ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ହତ୍ୟା ଅଭିଯୋଗ ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ମୃତକ ହେଲେ କଟକ ଚାଉଳିଆଗଞ୍ଜ ଥାନା ଶିଖରପୁର, ଗଣ୍ଡରପୁର ଅଞ୍ଚଳର ସରୋଜ କୁମାର ଜେନା ଜଗତସିଂହପୁର ବିରିଡ଼ି ଥାନା ୨୨ମୌଜା କଂସାରି ସାହି ସ୍ଥିତ ଶ୍ଵଶୁର ଘରେ ସନ୍ଦେହଜନକ ମୃତ୍ୟୁ ହୋଇଛି। ପତ୍ନୀ ସମେତ ଶ୍ବଶୁର ଘର ଲୋକଙ୍କ ନାଁରେ ବିରିଡ଼ି ଥାନାରେ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର। ୧୩ବର୍ଷ ତଳେ କଂସାରି ସାହିର ସାଗରିକା ଜେନାଙ୍କୁ  ବିବାହ କରିଥିଲେ ସରୋଜ ସେମାନଙ୍କର ୧୨ବର୍ଷର ପୁଅ ମଧ୍ୟ ଅଛି ପାରିବାରିକ କଳହରୁ  ମାସେ ହେବ ବାପଘରେ ରହୁଥିଲେ  ପତ୍ନୀ। ଗତ ରବିବାର ଶ୍ବଶୁର ଘରକୁ ଯାଇଥିବାବେଳେ ତାଙ୍କର ମୃତ୍ୟୁକୁ ନେଇ ସନ୍ଦେହ ବଢ଼ିଛି। ବିରିଡି ମେଡିକାଲରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି ପୋଲିସ।

 

ହ୍ୟୁମାନ ସାଗର ମୃତ୍ୟୁ ମାମଲା ; ଅର୍ପିତା ଓ ସୋମେଶଙ୍କୁ ହାଇକୋର୍ଟରୁ ଆଶ୍ଵସ୍ତି

ନନ୍ଦିଘୋଷ ବ୍ୟୁରୋ : କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ବିବାଦ। କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଓ ସୋମେଶ ଶତପଥୀଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା। ସୋମେଶ ଓ ଅର୍ପିତାଙ୍କ ତରଫରୁ ରୁଜୁ ହୋିଥିବା ଆଗୁଆ ଜାମିନ ଆବେଦନର ହାଇକୋର୍ଟ ପ୍ରାରମ୍ଭିକ ଶୁଣାଣି କରି ରାଜ୍ୟ ସରକାରଙ୍କୁ କେସ୍ ଡାଏରି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମର୍କତନଗର ପୋଲିସ ଆବେଦନକାରୀଙ୍କୁ ହେପାଜତକୁ ନନେବାକୁ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ହ୍ୟୁମାନଙ୍କ ମା’ ଶେଫାଳି ସୁନାଙ୍କ ଅଭିଯୋଗକୁ ଆଧାର କରି ମର୍କତନଗର ଥାନାରେ ଡିସେମ୍ବର ୨୧ରେ ସୋମେଶ, ଅର୍ପିତାଙ୍କ ସମେତ ୯ ଜଣଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଥିଲା। ଆସନ୍ତା ଫେବୃଆରୀ ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ।

ଇରାନରେ ଉପରେ ହେବ କି ବଡ଼ଧରଣର ଆକ୍ସନ ; ଆଜି ଟ୍ରମ୍ପ ଡାକିଛନ୍ତି ଉଚ୍ଚସ୍ତରୀୟ ବୈଠକ

ନନ୍ଦିଘୋଷ ବ୍ୟୁରୋ : ଇରାନରେ ପ୍ରବେଶ କରିବ ଆମେରିକା ସେନା ନା ହେବ ସିକ୍ରେଟ ଅପରେସନ।ଆଜିର ବୈଠକରେ ହୋଇପାରେ ଫାଇନାଲ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଡାକିଛନ୍ତି ଉଚ୍ଚସ୍ତରୀୟ ବୈଠକ। ପ୍ରମୁଖ ଅଧିକାରୀଙ୍କ ସହ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ନେଇ ଆଲୋଚନା କରିବେ ରାଷ୍ଟ୍ରପତି ଟ୍ରମ୍ପ। ଇରାନର କାର୍ଯ୍ୟକଳାପ ନେଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ବୈଠକରେ ଆଲୋଚନା ହୋଇପାରେ। ଆନ୍ଦୋଳନକାରୀଙ୍କ ବିରୋଧରେ ଇରାନ ସରକାର ନେଉଥିବା କଠୋର ପଦକ୍ଷେପ ବିରୋଧରେ କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ରାଷ୍ଟ୍ରପତି ଟ୍ରମ୍ପ। ବୈଠକରେ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗସେଥଙ୍କ ସହ ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫର ଅଧ୍ୟକ୍ଷ ଜେନେରାଲ ଡେନ କେନ୍ ସାମିଲ ହେବେ।  ଏଥିରେ ଇରାନ ଉପରେ ସାଇବର ଅସ୍ତ୍ରଶସ୍ତ୍ର ବ୍ୟବହାର, ନୂତନ ପ୍ରତିବନ୍ଧକ, ସୈନ୍ୟ ଅପରେସନ କିମ୍ବା ଇରାନ ବିରୋଧରେ ସମର୍ଥନ ବଢାଇବା ନେଇ ବିକଳ୍ପ ଉପରେ ଆଲୋନଚା ହୋଇପାରେ। ପୂର୍ବରୁ ଇରାନ ଶାସନକୁ କଡ଼ା ଚେତାବନୀ ଦେଇସାରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏଥିରେ ଇରାନ ବିରୋଧୀ ଶକ୍ତିଗୁଡିକୁ ମଜଭୁତ କରିବା ନେଇ ମଧ୍ୟ ପଦକ୍ଷେପ ଗ୍ରହଣ କରିପାରନ୍ତ ଟ୍ରମ୍ପ। ଏହା ପୂର୍ବରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଟ୍ରମ୍ପ କହିଥିଲେ ଆମେ କିଛି ବଡ଼ ପଦକ୍ଷେପ ଗ୍ରହଣ କରିବା ନେଇ ଚିନ୍ତା କରୁଛି। ଯଦି ଆମେରିକା ସୈନ୍ୟ ଠିକଣାକୁ ଟାର୍ଗେଟ କରାଯାଏ ତେବେ ଏମିତି ଜବାବ ଦିଆଯିବ ଯେପରିକି ଇରାନ କେବେ ଚିନ୍ତା କରିନଥିବ ବୋଲି କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ।