ନୀଳଗିରି : ସୁନା ବିସ୍କୁଟ ଦେବାକୁ କହି ଠକିନେଲେ ଲକ୍ଷାଧିକ ଟଙ୍କା । ନୀଳଗିରି ଥାନରେ ଅଭିଯୋଗ ପରେ ୬ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଅଭିଯୁକ୍ତଙ୍କ ନିକଟରୁ ଦୁଇଟି ବାଇକ୍ ସହ ନଗଦ ୩ଲକ୍ଷ ୨୯ହଜାର ଟଙ୍କା ଓ ୫ଟି ମୋବାଇଲ ଫୋନ ଜବତ କରିଛି ନୀଳଗିରି ପୋଲିସ । ପୁରୀ ବ୍ରହ୍ମପୁର ଅଞ୍ଚଳର ଜଣେ ଶିକ୍ଷକଙ୍କ ଠାରୁ ହୋଇଛି ଠକେଇ । ବ୍ରହ୍ମପୁର ଅଞ୍ଚଳରୁ ଶିକ୍ଷକ ଜଣକ ଲୋଭର ବଶବର୍ତ୍ତୀ ହୋଇ ଅଳ୍ପ ଟଙ୍କା ମୁଲ୍ୟରେ ସୁନା ବିଷ୍କୁଟ ନେବା ପାଇଁ ଆସିଥିଲେ । ଠକାମିର ଶିକାର ପରେ ନୀଳଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ନୀଳଗିରି ପୋଲିସ ୬ଜଣକୁ ବାନ୍ଧିବାରେ ସଫଳ ହୋଇଛି । ଅଧିକ ତଦନ୍ତ ଜାରୀ ରଖିଛି ନୀଳଗିରି ପୋଲିସ ।
କଟକରେ ରାସ୍ତା କଡକୁ ଓଲଟିଲା ସିମେଣ୍ଟ ବୋଝେଇ ଗାଡି
କଟକରେ ରାସ୍ତା କଡକୁ ଓଲଟିଲା ସିମେଣ୍ଟ ବୋଝେଇ ଗାଡି । ନୂଆପାଟଣା କଳାପାଟ ମନ୍ଦିର ସାମ୍ନାରେ ଘଟିଛି ଅଘଟଣ । ଏକ ସିମେଣ୍ଟ ବୋଝେଇ ଆଇଚର ରାସ୍ତା କଡ଼କୁ ଓଲଟି ପଡ଼ିଛି । ଦୁର୍ଘଟଣାରେ କାହାର କିଛି ହୋଇ ନଥିବା ସୂଚନା । ଆଜି ସକାଳ ସମୟରେ ଘଟିଛି ଅଘଟଣ ।
ଆସନ୍ତା ୧୦ ତାରିଖରେ ରାଜଧାନୀରେ ଗର୍ଜିବେ ଶିକ୍ଷକ
ଆସନ୍ତା ୧୦ ତାରିଖରେ ରାଜଧାନୀରେ ଗର୍ଜିବେ ଶିକ୍ଷକ । ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ଵୟ ସମିତି ଆହ୍ୱାନରେ ହଜାର ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ରାଜରାସ୍ତାକୁ ଓହ୍ଲାଇବେ । ଏନେଇ ସମନ୍ବୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ପ୍ରେସମିଟ କରି ସୂଚନା ଦେଇଛନ୍ତି । ସମସ୍ତ ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ କରିବା ଏବଂ ଅବସର ନେଉଥିବା ଓ ନେଇଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀ ମାନଙ୍କୁ ପେନସନ । ଅବସରକାଳୀନ ସୁବିଧା, ଅବସର ବୟସ ସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି ଆଦି ପୂରଣ ନିମନ୍ତେ ସରକାର ପ୍ରତିଶୃତି ଦେଇଥିଲେ । ହେଲେ ସମସ୍ୟାର ସମାଧାନ ନକରିବାରୁ ଏହି ମହାସମାବେଶ ଅନୁଷ୍ଠିତ ହେଉଛି ବୋଲି ସମନ୍ବୟ ସମିତି ପକ୍ଷରୁ ସୂଚନା ଦିଆଯାଇଛି ।
ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂଗଠନ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନ
ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂଗଠନର ଧାରଣା ଗୋଟିଏ ମାସ ପୁରି ଯାଇଥିବାବେଳେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାମୁହିକ ଆମରଣ ଅନଶନରେ ବସିଛନ୍ତି। ତେବେ ଯେ ପର୍ଯ୍ୟନ୍ତ ସରକାର ଆଠ ଦଫା ଦାବି ଶୁଣିବେ ନାହିଁ ସେ ପର୍ଯ୍ୟନ୍ତ ଏଭଳି ଆମରଣ ଅନଶନରେ ବସିଲେ ବୋଲି ଚେତାବନୀ ଦେଇଛନ୍ତି ଛାତ୍ର ସଂଘ । ଆଠ ଦିନ ହୋଇଗଲା ଓହୋରାତ୍ର ଧର୍ମଘଟ ଯୋଗୁଁ ବନ୍ଦ ରହିଛି ସମ୍ବଲପୁର ହମିଓ ପ୍ୟାଥି କଲେଜ। ଫଳରେ ନାହି ନ ଥିବା ଅସୁବିଧା ଭୋଗୁଛନ୍ତି ରୋଗୀ।

