spot_img
Home Blog Page 1609

ଚିକିତ୍ସା ପାଇଁ ମେଡିକାଲକୁ ଯାଇ ରେଲୱେ କର୍ମଚାରୀ ନିଖୋଜ

ନନ୍ଦିଘୋଷ ବ୍ୟୁରୋ: ଚିକିତ୍ସା ପାଇଁ ମେଡିକାଲକୁ ଯାଇ ରେଲୱେ କର୍ମଚାରୀ ନିଖୋଜ । ଶରୀର ଅସୁସ୍ଥ ଥିବାରୁ ଚିକିତ୍ସାପାଇଁ ଭୁବନେଶ୍ୱର ଏମ୍ସ ମେଡିକାଲକୁ ଯାଇଥିଲେ ତୁମୁସିଙ୍ଗା ଥାନା କୋଟଗରା ଗାଁ ଉପରଗୋଡ଼ା ସାହିର ସୋମନାଥ ସାହୁ l ଏମ୍ସରେ ସ୍ୱାସ୍ଥ୍ୟପରୀକ୍ଷା କରାଇ ଟ୍ରେନ ଯୋଗେ ଫେରିବା ପାଇଁ ଭୁବନେଶ୍ୱର ରେଲୱେ ଷ୍ଟେସନରେ ଅପେକ୍ଷା କରିଥିଲେ  l ସାଙ୍ଗରେ ନିଜ ପୁଅ ଓ ପୁତୁରା ଥିବାବେଳେ ଟ୍ରେନକୁ ଅପେକ୍ଷା କରି ଷ୍ଟେସନ ରେ ବୁଲାବୁଲି କରୁଥିଲେ ସୋମନାଥ l କିନ୍ତୁ ସେଠାରୁ ହଠାତ କେଉଁଆଡେ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି । ସିସିଟିଭି ସହାୟତାରେ ରେଲୱେ ପୋଲିସ ଠାବ କରିବା ପାଇଁ ଚେଷ୍ଟା କରିଥିଲେ l ତେବେ ପ୍ଲାଟଫର୍ମରେ ଲାଗିଥିବା ପାଟନା ସ୍ପେଶାଲ ଟ୍ରେନରେ ଚାଲିଯାଇଥିବା ସନ୍ଦେହ କରିଛନ୍ତି l ସୋମନାଥ ଜଣେ ଅବସରପ୍ରାପ୍ତ ରେଲୱେ କର୍ମଚାରୀ ହୋଇଥିବା ବେଳେ ତାଙ୍କର ବ୍ରେନଟ୍ୟୁମର ହୋଇଥିବା ନେଇ ପରିବାର ଲୋକ କହିଛନ୍ତି । ସେଥିପାଇଁ ସେ ପ୍ରତିଦିନ ଔଷଧ ଖାଉଥିଲେ । ତାଙ୍କର ମାନସିକ ସ୍ଥିତି ଦୁର୍ବଳ ଥିବା ପରିବାର ଲୋକ କହିଛନ୍ତି l ତେଣୁ ଯଦି କେହି ସହୃଦୟ ବ୍ୟକ୍ତି ତାଙ୍କ ସନ୍ଧାନ ପାଆନ୍ତି ତେବେ 8847883810 ଓ 8249931906 କୁ ଯୋଗାଯୋଗ କରିବା ପାଇଁ ପରିବାର ଲୋକ ଅନୁରୋଧ କରିଛନ୍ତି l

ପାର୍ବଣ ଋତୁରେ ଅପରାଧୀଙ୍କୁ ଧରିବାକୁ କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ

ନନ୍ଦିଘୋଷ ବ୍ୟୁରୋ: ପାର୍ବଣ ଋତୁରେ ଅପରାଧୀଙ୍କୁ ଧରିବାକୁ କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ । ଭୁବନେଶ୍ଵରରେ ବିଭିନ୍ନ ଗଣେଶ ପୂଜା ପେଣ୍ଡାଲ ଗୁଡ଼ିକୁ ବାଇକ୍ ପେଟ୍ରୋଲିଂ କରି ତାଗିଦ୍ କରିଛି କମିଶନରେଟ ପୋଲିସ। ନିୟମ ଅନୁଯାୟୀ ପୂଜା କରାଯାଉଛି କି ନାହିଁ ତଦାରଖ କରିବା ସହ  ବିଭିନ୍ନ ଖଟି ସ୍ଥାନ ଓ ଖୋଲା ସ୍ଥାନରେ ମଦ୍ୟପାନକୁ ଜଗୁଛି ପୋଲିସ। ଏଥିପାଇଁ ଦୁଇଟି ଥାନାକୁ ମିଶାଇ ଗୋଟିଏ ଟିମ୍ କରାଯାଇଛି । ଟିମ୍ ରେ ୧୦ ଟି ବାଇକ୍ ରେ ୨୦ ଜଣ ପୋଲିସ କର୍ମଚାରୀ ସାମିଲ ଅଛନ୍ତି । ଭସାଣି, ମେଲୋଡି ଯେମିତି ଶୃଙ୍ଖଳିତ ଭାବେ ହେବ ସେଥିପ୍ରତି ନଜର ରଖିବାକୁ ଏହି ଅଭିଯାନ ଆରମ୍ଭ ହୋଇଛି।

ଇସ୍କନ ଭକ୍ତ ହେବେ ଡାକ୍ତର

ନନ୍ଦିଘୋଷ ବ୍ୟୁରୋ: ଇସ୍କନ ଭକ୍ତ ହେବେ ଡାକ୍ତର । ମାଆଙ୍କ ସ୍ବପ୍ନକୁ ପୂରଣ କରିବେ ପୁଅ। ନିଟ୍ ଯୁଜି ପରୀକ୍ଷାରେ ପ୍ରଥମ ଉଦ୍ଯମରେ ମିଳିଛି ସଫଳତା । ରଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ମାରପଲ୍ଲୀ ଗ୍ରାମର ୧୭ ବର୍ଷର ଆରିୟନ ସାହୁ । ସର୍ବଭାରତୀୟ ୫ ହଜାର ରାଙ୍କରେ ଥିବା ବେଳେ ଓଡିଶାରେ ୧୨୯ ରାଙ୍କ ରହିଛି । କଟକ ଏସସିବି ମେଡିକାଲ କଲେଜରେ ନାମ ଲେଖାଇଛନ୍ତି ଆରିୟନ ସାହୁ । ଡାକ୍ତରୀ ପାଠ ପଢା ସରିଲା ପରେ ହୃଦରୋଗ ବିଶେଷଜ୍ଞ ହୋଇ ଲୋକଙ୍କ ସେବା କରିବାକୁ ଲକ୍ଷ୍ଯ ରଖିଛନ୍ତି। ଦଶମ ଶ୍ରେଣୀରେ ପଢୁଥିବା ବେଳେ ଇସ୍କନ ଭକ୍ତ ବନିଯାଇଥିଲେ । ପରେ ଯୁକ୍ତ ଦୁଇ ରାଜସ୍ଥାନ କୋଟାରେ ପଢିବା ସହିତ କୋଚିଂ ନେଉଥିଲେ। ଦିନକୁ ଏକ ଘଣ୍ଟା ଜପ କରୁଥିଲେ । ଫଳତା ପଛରେ ଆଧ୍ଯାତ୍ମିକ ବଡ ବାଟ ବୋଲି କହିଛନ୍ତି ଆରିୟନ ।

ଏସସିବିରେ ଦ୍ୱିତୀୟ ଥର ପାଇଁ ହେଲା ଲିଭର ପ୍ରତିରୋପଣ

ନନ୍ଦିଘୋଷ ବ୍ୟୁରୋ: କଟକ ଏସସିବି ବଡ ମେଡିକାଲରେ ଦ୍ୱିତୀୟ ଥର ପାଇଁ ହେଲା ଲିଭର ପ୍ରତିରୋପଣ। ହାଇଦ୍ରାବାଦର ଡାକ୍ତରୀ ଦଳ ସହ ଏସସିବି ଡାକ୍ତରଙ୍କ ମିଳିତ ଟିମ୍ ଏହି ବିରଳ ଅସ୍ତ୍ରୋପଚାର କରିଛନ୍ତି। ଏସସିବି ମେଡିକାଲର ଗ୍ୟାଷ୍ଟ୍ରୋ ସର୍ଜରୀ ବିଭାଗ ପାଇଁ ଆଜି ଐତିହାସିକ ଦିନ। ଲିଭର ପ୍ରତିରୋପଣ ପ୍ରଥମ ଅସ୍ତ୍ରୋପଚାର ସଫଳ ହୋଇଥିବା ବେଳେ ଆଜି କରାଯାଇଛି ଦ୍ୱିତୀୟ ପ୍ରତିରୋପଣ। ନୟାଗଡର ମାନସ କୁମାର ମୁଦୁଲିଙ୍କ ଯକୃତ ପ୍ରତିରୋପଣ କରାଯାଇଛି। ହାଇଦ୍ରାବାଦରୁ ଆସିଥିବା ଡାକ୍ତର ବାଲକ୍ରିଷ୍ଣନ ମେନନ ଓ ସନ୍ତୋଷ ସାହୁଙ୍କ ସମେତ ୯ ଜଣିଆ ଡାକ୍ତରୀ ଦଳ ଏସସିବି ମେଡିକାଲର ଡାକ୍ତର ରାଜେଶ କୁମାର ଦୋରାଙ୍କ ନେତୃତ୍ୱରେ ଏହି ବିରଳ ଅପରେସନ କରିଥିଲେ। ବିଶେଷଜ୍ଞ  ଏନେଇ ଖୁସି ପ୍ରକଟ କରିବା ସହିତ ଏଥି ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଲିଭର ଖରାପ ହେବାର ୨୦ରୁ ଅଧିକ କାରଣ ରହିଛି।  ଅଧିକ ପରିମାଣର ଜ୍ଵର ଔଷଧ ଏକା ସଙ୍ଗେ ସେବନ, ହେପାଟାଇଟିସ E ରେ ପୀଡିତ ଗର୍ଭବତୀ ମହିଳାଙ୍କ ନିୟମିତ ଅତ୍ୟଧିକ ମଦ ସେବନ, ଜଙ୍କ ଫୁଡ ସେବନ ଆଦିରେ ନଷ୍ଟ ହୁଏ ଲିଭର।  ତେବେ ଯୁବାବସ୍ଥାରେ ନିଶା ସେବନ ଦ୍ଵାରା ଅଧିକ ସଂଖ୍ଯାରେ ଏହି ରୋଗ ଦେଖାଯାଉଥିବା କହିଛନ୍ତି ବିଶେଷଜ୍ଞ।

ଚନ୍ଦ୍ରପୃଷ୍ଠରେ ହେବ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ

ନନ୍ଦିଘୋଷ ବ୍ୟୁରୋ: ଚନ୍ଦ୍ରପୃଷ୍ଠରେ ହେବ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ। ଶକ୍ତିଶାଳୀ ରୁଷ ଏହି ପରମାଣୁ ଶକ୍ତି ପ୍ରକଳ୍ପ ନିର୍ମାଣ କରିବାକୁ ଯାଉଛି। ଆଉ ଏହି ପ୍ରକଳ୍ପରେ ଋଷ ସହ ହାତ ମିଳାଇବବାକୁ ପ୍ରସ୍ତୁତ ରହିଛି ଭାରତ। ଭାରତ ଋଷର ଏହି ମହତ୍ଵାକାଂକ୍ଷୀ ପ୍ରକଳ୍ପ ଉପରେ ଅନେକ ଆଗ୍ରହ ପ୍ରକାଶ କରିଛି। ଋଷର ଏହି ପ୍ରକଳ୍ପର ଉଦ୍ଦେଶ୍ୟ ଚନ୍ଦ୍ରପୃଷ୍ଠରେ ନିର୍ମାଣ ହେବାକୁ ଥିବା ଷ୍ଟେସନରେ ଆବଶ୍ୟକ ବିଦ୍ଯୁତ ଶକ୍ତି ପୂରଣ କରିବା। ଋଷ, ଭାରତ ସହ ପଡୋଶୀ ଚୀନ ମଧ୍ୟ ଏହି ପ୍ରକଳ୍ପରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛି। ଋଷର ସରକାରୀ ପରମାଣୁ ନିଗମ ରୋସାଟମ ଏହି ପ୍ରକଳ୍ପର ନେତୃତ୍ଵ ନେଇଛି। ଚନ୍ଦ୍ରପୃଷ୍ଠରେ ହେବାକୁ ଥିବା ଏହି ପରମାଣୁ ଶକ୍ତି ପ୍ରକଳ୍ପରୁ ଅଧା ମେଗାୱାଟ ବିଜୁଳି ଉତ୍ପାଦନ ହେବ।   ଚନ୍ଦ୍ରପୃଷ୍ଠରେ ହେବାକୁ ଥିବା ବେସକୁ ଏହି ପ୍ରକଳ୍ପରୁ ବିଦ୍ଯୁତ ସଂଯୋଗ କରାଯିବ। ଆସନ୍ତା ୨୦୩୬ ସୁଦ୍ଧା ପ୍ରସ୍ତୁତ ହୋଇଯିବ ଏହି ପ୍ରକଳ୍ପ। ପ୍ରକଳ୍ପ ପ୍ରତି ଭାରତ ଓ ଚୀନ ଆଗ୍ରହ ପ୍ରକାଶ କରିଥିବା ଋଷର ପରମାଣୁ ଶକ୍ତି ପ୍ରକଳ୍ପ ସଂସ୍ଥା ରୋସାଟମ ସୂଚନା ଦେଇଛି। ଚନ୍ଦ୍ରପୃଷ୍ଠରେ ପରମାଣୁ ଶକ୍ତି ପ୍ରକଳ୍ପ ନିର୍ମାଣ କାମ ଚାଲିଛି ବୋଲି ଘୋଷଣା କରିଛି  ଋଷର ମହାକାଶ ଗବେଷଣା ସଂସ୍ଥା ରୋସ୍କୋସ୍ମୋସ। ଋଷ ଏବଂ ଚୀନ ମିଳିତ ଭାବେ ଏହି ଯୋଜନାରେ ସାମିଲ ହୋଇଥିବା କହିଛି। ଏହି ପ୍ରକଳ୍ପ ଦ୍ଵାରା ଭାରତର ଅନେକ ଲାଭ ହେବ। ଆସନ୍ତା ୨୦୪୦ ସୁଦ୍ଧା ଭାରତ ଚନ୍ଦ୍ରପୃଷ୍ଠକୁ ମଣିଷକୁ ପଠାଇବାକୁ ଯୋଜନା କରିଛି। ଏହାଦ୍ଵାରା ଏହି ପ୍ରକଳ୍ପରୁ ସେଠାରେ ଆବଶ୍ୟକ ହେଉଥିବା ଶକ୍ତିର ଆବଶ୍ୟକତା ପୂରଣ କରିବ। ୨୦୨୧ରେ ଋଷ ଏବଂ ଚୀନ ମିଳିତ ଭାବେ ଅନ୍ତରାଷ୍ଟ୍ରୀୟ ଚନ୍ଦ୍ର ଅନୁସଂଧାନ ଷ୍ଟେସନ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି। ଏହି ପ୍ରକଳ୍ପ ୨୦୩୫ରୁ ୨୦୪୫ ମଧ୍ୟରେ କେତେବେଳେ ବି ଆରମ୍ଭ ହେବା ସମ୍ଭାବନା ରହିଛି। ଏହି ଷ୍ଟେସନର ଉଦ୍ଦେଶ୍ୟ ବୈଜ୍ଞାନିକ ଗବେଷଣା ଲାଗି ବ୍ୟବହାର କରିବାକୁ ରହିଛି। ଅଧିକାଂଶ ଦେଶ ଏହି ଷ୍ଟେସନର ବ୍ୟବହାର କରିପାରିବେ। ତେବେ ଆମେରିକା ସହ ଅନୟ କିଛି ଦେଶରୁ ଏହି ଷ୍ଟେସନର ଲାଭ ମିଳିନପାରେ। ଋଷର ସହଯୋଗୀ ହିସାବରେ ଭାରତ ଏହି ପ୍ରକଳ୍ପରୁ ଲାଭ ଉଠାଇବା ସମ୍ଭାବନା ରହିଛି। ଭାରତ ମଧ୍ୟ ୨୦୫୦ ସୁଦ୍ଧା ଚନ୍ଦ୍ରପୃଷ୍ଠରେ ବେସ୍ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି ।

ଭାରତରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

ସଂଚାର ବ୍ୟୁରୋ: ଭାରତରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ। ଦିଲ୍ଲୀରେ ଚିହ୍ନଟ ଆକ୍ରାନ୍ତ ମଙ୍କିପକ୍ସ ପଜିଟିଭ ଥିବା ଜଣାପଡ଼ିଛି। ସନ୍ଦେହରେ ସଂଗରୋଧରେ ବ୍ଯକ୍ତି ଜଣଙ୍କୁ ରଖାଯାଇଛି। ତେବେ ସନ୍ଦିଗ୍ଧ ଜଣଙ୍କର ରିପୋର୍ଟ ନୂଆ ଷ୍ଟ୍ରେନର ନଥିବା ଜଣାପଡିଛି।  ଏହି ଷ୍ଟ୍ରେନରେ ଏତେଟା ବିପଦ ନାହିଁ। ପ୍ରୋଟୋକଲ ଅନୁଯାୟୀ ଆଡଭାଇଜରି ଜାରି ହୋଇଛି। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଜଳ, ସ୍ଥଳ, ଆକାଶ ଦେଇ ଆସୁଥିବା ସମସ୍ତ ଯାତ୍ରୀଙ୍କ ଉପରେ ନଜର ରଖାଯାଇଛି।ଚିହ୍ନଟ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ସ୍ଥିତି ତଦାରଖ କରାଯାଉଛି। ମଙ୍କିପକ୍ସ ରୋକିବାକୁ ପ୍ରତିଷେଧକମୂଳକ ପଦକ୍ଷେପ ସହ ଲକ୍ଷଣ ଏବଂ କାରଣ ଉପରେ ଅଧିକ ଗୁରୁତ୍ଵ ଦିଆଯାଉଛି।

ଡିସିପିଙ୍କୁ ଭେଟିଲେ ପୂର୍ବତନ ମେୟର ପ୍ରାର୍ଥୀ ସୁନିତୀ ମୁଣ୍ଡ

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ୟଳୟରେ ପୂର୍ବତନ ବିଜେପି ମେୟର ପ୍ରାର୍ଥୀ ସୁନିତି ମୁଣ୍ଡ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗତ ୪ ତାରିଖରେ ତାଙ୍କ ସହ ଯେଭଳି ବ୍ୟବହାର କରାଗଲା ତାକୁ ନେଇ ସେ ମାନସିକ ଭାବେ ଆଘାତ ପାଇଛନ୍ତି ବୋଲି କହିଛନ୍ତି। ଏପରିକି ସାମାଜିକ ସ୍ତରରେ ମଧ୍ୟ ତାଙ୍କର ମାନହାନି ହୋଇଛି। ଅନ୍ୟପଟେ ସେ ଦଳର କୌଣସି କ୍ଷତି କରିନାହାନ୍ତି ବୋଲି କହିଛନ୍ତି। ସୁଧାଂଶୁ ନାୟକ ଯିଏ ଭଣ୍ଡାରିପୋଖରୀରୁ ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିଲେ ତାଙ୍କ ପାଇଁ ସୁନୀତିଙ୍କର ଥିବା ଏକ ମିଡ଼ିଆ ଫାର୍ମ ନିର୍ବାଚନ କାମ କରିଥିଲା। ଯେଉଁଥି ପାଇଁ ସେ ଆକାଉଣ୍ଟ ଜରିଆରେ ଟଙ୍କା ଆଣିଥିଲେ। ହେଲେ ସେ ଏଥିପାଇଁ ଧମକ ଦେବା ସହ ତାଙ୍କ ରାଜନୈତିକ କ୍ୟାରିଅର ସ୍ମାଶ କରିଦେବେ ବୋଲି ଧମକ ଦେଇଥିଲେ। ଆଉ ସେଥିରେ ସେ ସଫଳ ହୋଇଛନ୍ତି। କିଛି କୁଚକ୍ରୀଙ୍କୁ ଧରି ତାଙ୍କୁ ଦଳରୁ ନିଲମ୍ୱନ କରିଛନ୍ତି ବୋଲି ଅଭିଯୋଗ କହିଛନ୍ତି। ତେଣୁ ଦଳର ବରିଷ୍ଠ ଅଧିକାରୀମାନେ ଏହାକୁ ନେଇ ବିଚାର କରିବେ। ହେଲେ ଏବେ ମାନସିକ ଭାବେ ଆଘାତପ୍ରାପ୍ତ ଥିବାରୁ ଡିସିପି ଅଫିସ୍ ଆସି ଆଲୋଚନା କରିଥିବା କହିଛନ୍ତି ସୁନିତି।

ସୌରଭ ଗାଙ୍ଗୁଲୀଙ୍କ ଭବିଷ୍ୟବାଣୀ! ଏହି ଖେଳାଳି ହେବେ ଟେଷ୍ଟର ମହାନ ଖେଳାଳି

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି ଟେଷ୍ଟ କ୍ରିକେଟରେ ଶ୍ରେଷ୍ଟ ବ୍ୟାଟ୍ସମ୍ୟାନଙ୍କୁ ନେଇ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି । ଯେଉଁଥିରେ ସେ ବିରାଟ କିମ୍ବା ଜୋ ରୁଟଙ୍କୁ ସ୍ଥାନ ଦେଇନାହାନ୍ତି । ବିରାଟ କୋହଲି ଟେଷ୍ଟ କ୍ରିକେଟରେ ନିଜର ପ୍ରାଧାନ୍ୟ ବିସ୍ତାର କରିଥିବାବେଳେ ଆଇସିସି ରାଙ୍କିଂରେ ଆଗରେ ରହିଛନ୍ତି ଜୋ ରୁଟ୍ । ଟେଷ୍ଟ କ୍ରିକେଟରେ ସେ ସର୍ବାଧିକ ସ୍କୋର କରିବେ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦିଅନ୍ତି । କିନ୍ତୁ ଗାଙ୍ଗୁ ଟେଷ୍ଟ କ୍ରିକେଟର ସର୍ବଶ୍ରେଷ୍ଠ ଖେଳାଳିଭାବେ ଋଷଭ ପନ୍ଥଙ୍କୁ ବାଛିଛନ୍ତି । ସେ କହିଛନ୍ତି କି, ଟେଷ୍ଟ କ୍ରିକେଟରେ ପନ୍ଥ ଭଲ ପ୍ରଦର୍ଶନ କରିବେ । ସେ ପରବର୍ତ୍ତୀ ସମୟରେ ଶ୍ରେଷ୍ଠ ଖେଳାଳି ହେବେ । ଯଦି ତାଙ୍କୁ ଲଗାତାର ସୁଯୋଗ ମିଳେ ତାହେଲେ ଟେଷ୍ଟ କ୍ରିକେଟରେ ଉଚ୍ଚକୋଟିର ପ୍ରଦର୍ଶନ କରିବେ । ସେପଟେ ମହମ୍ମଦ ସାମିଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ କହିଛନ୍ତି କି, ସେ ଶୀଘ୍ର ସୁସ୍ଥ ହୋଇ ଦଳକୁ ଫେରିବେ । ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଯିବାକୁ ପଡ଼ିବ । ଦଳ ପାଇଁ ତାଙ୍କର ବୋଲିଂ ଆବଶ୍ୟକତା ରହିଛି ।

ପୁରୀ ଉପକୂଳ ଅତିକ୍ରମ କଲା ଗଭୀର ଅବପାତ

ନନ୍ଦିଘୋଷ ବ୍ୟୁରୋ: ପୁରୀ ଉପକୂଳ ଅତିକ୍ରମ କଲା ଗଭୀର ଅବପାତ । ଦିନ ସାଢେ ୧୦ରୁ ସାଢେ ୧୧ଟା ମଧ୍ୟରେ ଉପକୂଳ ଅତିକ୍ରମ କରିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଗଭୀର ଅବପାତ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗିରହିଛି । ବିଶେଷ କରି ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଭୀଷଣ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଭୀଷଣ ବର୍ଷା ନେଇ ୧୦ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି। ସେହିଭଳି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୨ଟି ଜିଲ୍ଲାକୁ ଅରେଞ୍ଜ ଏବଂ ପ୍ରବଳ ବର୍ଷା ନେଇ ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ରେଡ ଆଲର୍ଟରେ ଥିବା ଜିଲ୍ଲା ଗୁଡିକ ହେଲା  ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର । ସେହିଭଳି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ବରଗଡ, ସୋନପୁର, ନୂଆପଡା, କଳାହାଣ୍ଡି, ରାୟଗଡା ଏବଂ ଗଜପତି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ପ୍ରବଳ ବର୍ଷା ନେଇ ବାଲେଶ୍ବର, ଭଦ୍ରକ, ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଏବଂ ଦେବଗଡକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର।କାଲି ସକାଳ ପର୍ଯ୍ୟନ୍ତ ସର୍ବାଧିକ ବର୍ଷାର ପ୍ରଭାବ ରହିବ । କାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଝାରସୁଗୁଡା, ବରଗଡ ଏବଂ ନୂଆପଡାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ୪ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଗଭୀର ଅବପାତଟି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତା ଦୁଇ ଦିନ ମଧ୍ୟରେ ଉତ୍ତର ଓଡ଼ିଶା, ଗାଙ୍ଗେଟି ପଶ୍ଚିମବଙ୍ଗ, ଝାଡଖଣ୍ଡ ଦେଇ ଛତିଶଗଡ ମୁହାଁ ହେବ।

ସାମ୍ନାକୁ ଆସିଲା ଜଣେ ଅସହାୟ ମହିଳାଙ୍କ ଦୁଃଖ କାହାଣୀ

ନନ୍ଦିଘୋଷ ବ୍ୟୁରୋ: ସାମ୍ନାକୁ ଆସିଲା ଭୁବନେଶ୍ୱରରେ ଜଣେ ଅସହାୟ ମହିଳାଙ୍କ ଦୁଃଖ କାହାଣୀ । ପ୍ରେମ ବିବାହ କରିଥିଲେ ବୋଲି ଗାଳି ଖାଇ ଖାଇ ଦିନ ସରିଗଲା । ବାପ ଘରୁ ଯୌତୁକ ଆଣିଲେନି ବୋଲି ପ୍ରତିଦିନ ଭାଗ୍ୟ ସହ ପରୀକ୍ଷା ଦେବାକୁ ପଡୁଥିଲା । ଲୁହ ଗଡି ଗଡି ଦିନ କାଟୁଥିଲେ । ସ୍ୱାମୀ ଏସବୁକୁ ସହି ପାରିଲେନି କି କାହାକୁ କହି ପାରିଲେନି ।ଶେଷରେ ଆତ୍ମହତ୍ୟାର ରାସ୍ତା ବାଛିନେଲେ ।ଏକୁଟିଆ ଛୋଟ ଛୁଆକୁ ସାଙ୍ଗରେ ଧରି ଶ୍ୱଶୁର ଘରେ ବଞ୍ଚିବା ମୋ ପାଇଁ କଷ୍ଟସାଧ୍ୟ ହୋଇ ପଡ଼ିଲା । ଭାବିବେ ସ୍ୱାମୀଙ୍କ ମୃତ୍ୟୁ ପରେ ସବୁକିଛି ଠିକ ହୋଇଯିବ । ହେଲେ ଶ୍ୱଶୁର ଘର ଲୋକେ ଘରେ ଭର୍ତି କରି ଦେଉନଥିବାରୁ ଏବେ ନ୍ୟାୟ ମାଗି ଲିଙ୍ଗରାଜ ଥାନା ଓ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳା ଜଣଙ୍କ ।