ସ୍ଥାୟୀ ଚାକିରୀ ନକଲେ ବିବାହ ପାଇଁ ମିଳୁନାହାନ୍ତି ଝିଅ। ଅସ୍ଥାୟୀ ଚାକିରି କହିଲେ ଶିକ୍ଷକଙ୍କୁ କେହି ଝିଅ ଦେଉ ନାହାନ୍ତି। ଶିକ୍ଷିତ ହୋଇ ଚାକିରି କରିବା ପରେ ମଧ୍ୟ ଯେହେତୁ ବିବାହ କରିପାରୁନାହାନ୍ତି। ଏଣୁ ଆତ୍ମହତ୍ୟା କରିବାକୁ ମଧ୍ୟ ପଛାଉ ନାହାନ୍ତି। ଏଣୁ ଏହାକୁ ବିଚାର କରିବାକୁ ଦାବି କଲେ କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ। ଅନୁସୂଚିତ ଜାତି ଓ ଜନଜାତି ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବର୍ଗ ଅତିରିକ୍ତ ବଜେଟ ଆଲୋଚନା ବେଳେ ଏହି ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ।
ମାତ୍ରାଧିକ ବିମାନଭଡ଼ା ବୃଦ୍ଧି ଉପରେ ରୋକ ଲଗାଇଲା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ
ଇଣ୍ଡିଗୋ ବିମାନସେବା ଠପ ହେବା ପରେ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି। ଗନ୍ତବ୍ଯ ସ୍ଥଳକୁ ଯିବା ପାଇଁ ୫ ହଜାର ଟଙ୍କାର ଟିକେଟ ପାଇଁ ଯାତ୍ରୀଙ୍କୁ ୮୦ ହଜାରରୁ ଅଧିକ ଚାର୍ଜ କରୁଛନ୍ତି ଅନ୍ଯ ଏୟାରଲାଇନସ। ଏହାକୁ ନେଇ ଗତକାଲିଠୁ ହୋ ହଲ୍ଲା ହେବା ପରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ମାତ୍ରାଧିକ ବିମାନଭଡ଼ା ବୃଦ୍ଧି ଉପରେ ରୋକ ଲଗାଇଛି। ଏ ନେଇ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଜଣାଇଛନ୍ତି କେନ୍ଦ୍ର ବେସାମରିକ ମନ୍ତ୍ରୀ ରାମ ମୋହନ ନାଇଡ଼ୁ।
ଇଣ୍ଡିଗୋ ବିମାନସେବା ବାତିଲ ହେବା ପରେ ଯେଉଁ ଯାତ୍ରୀମାନେ ନିଜର ଗନ୍ତବ୍ଯ ସ୍ଥଳକୁ ଯିବାକୁ ଟିକେଟ କରୁଛନ୍ତି ସେମାନଙ୍କଠାରୁ ଉପଯୁକ୍ତ ମୂଲ୍ଯଠାରୁ ଅଧିକ ନ ନେବାକୁ ଅପିଲ କରିଛନ୍ତି କେନ୍ଦ୍ର ସରକାର। ସେପଟେ ଇଣ୍ଡିଗୋ ବିମାନରେ ଯାତ୍ରା କରିବା ପାଇଁ ଟିକେଟ କରିଥିବା ଯାତ୍ରୀଙ୍କୁ ଅବିଳମ୍ବେ ଟିକେଟ ଅର୍ଥ ଫେରସ୍ତ କରିବାକୁ ଇଣ୍ଡିଗୋ ବିମାନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇ କୁହାଯାଇଛି।
ଡିସେମ୍ବର ୭ ତାରିଖ ରାତି ୮ଟା ପର୍ଯ୍ଯନ୍ତ ବାତିଲ ହୋଇଥିବା ଇଣ୍ଡିଗୋ ଫ୍ଲାଇଟଗୁଡ଼ିକରେ ଟିକେଟ କରିଥିବା ଯାତ୍ରୀଙ୍କୁ ଶତପ୍ରତିଶତ ଟିକେଟ ଅର୍ଥ ଫେରସ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ସର୍ତ୍ତାବଳୀ ମୁତାବକ କୌଣସି ଚାର୍ଜ ଯାତ୍ରୀଙ୍କ ଟିକେଟ ଅର୍ଥରୁ କଟାଯିବନି। ଯଦି ଟିକେଟ ଅର୍ଥ ଫେରସ୍ତ କରିବାରେ ବିଳମ୍ବ ହୁଏ, ତା’ହେଲେ ଅଭିଯୋଗ ଆଧାରରେ ଇଣ୍ଡିଗୋ ବିମାନ କମ୍ପାନୀ ଉପରେ କଠୋର କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଦେଇଛନ୍ତି। ଏଥିପାଇଁ ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ସେଲ ଖୋଲାଯାଇଛି। ଏହାସହିତ ବିମାନ ଯାତ୍ରା ପାଇଁ ଯାତ୍ରୀଙ୍କ ବ୍ଯାଗ ଓ ଲଗେଜ ଅଲଗା କରାଯାଇଥିଲେ ଆଗାମୀ ୪୮ ଘଣ୍ଟା ଭିତରେ ଯାତ୍ରୀଙ୍କ ଫେରସ୍ତ କରିବା ସହ କିମ୍ବା ଯାତ୍ରୀଙ୍କ ଘର ଠିକଣାରେ ପଠେଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହାସହିତ ଇଣ୍ଡିଗୋ ବିମାନ କମ୍ପାନୀଙ୍କୁ କଡ଼ା ତାଗିଦ କରାଯାଇଛି । ଉଡ଼ାଣ ବାତିଲ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଯାତ୍ରୀଙ୍କ ସହ ନିୟମିତ ଯୋଗାଯୋଗରେ ରହିବ। ଯାତ୍ରୀ କିମ୍ବା ତାଙ୍କ ସମ୍ପର୍କୀୟ ଫୋନ କଲେ ତୁରନ୍ତ ଉତ୍ତର ଦେବେ ଏୟାଲାଇନସ କର୍ମଚାରୀ। ଇଣ୍ଡିଗୋ ବିମାନସେବା ଠପ୍ ହେବା ପରେ ଦେଶର ପ୍ରାୟ ସବୁ ବିମାନବନ୍ଦରଗୁଡ଼ିକରେ ରେଳ ଷ୍ଟେସନରେ ଭିଡ଼ ପରି ଦୃଶ୍ଯ ଦେଖିବାକୁ ମିଳିଛି। ଲୋକଙ୍କୁ ପିଇବାକୁ ପାଣି ମିଳୁନି। ଛୋଟ ପିଲା ଧରି ୧୦ରୁ ୧୨ ଘଣ୍ଟା ଲୋକେ ଅପେକ୍ଷା କରି ରହୁଛନ୍ତି। ଏଥିପାଇଁ ବିମାନବନ୍ଦରଗୁଡ଼ିକରେ ଯାତ୍ରୀଙ୍କ ପାଇଁ ସୁରକ୍ଷା ବ୍ଯବସ୍ଥା ମୌଳିକ ସେବା ଯୋଗାଇ ଦେବାକୁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ମଧ୍ଯ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରାଳୟ। ବରିଷ୍ଠ ନାଗରିକ, ରୋଗୀ, ଦିବ୍ଯାଙ୍ଗ ଯାତ୍ରୀ ଫସିଥିଲେ ସେମାନଙ୍କୁ ତୁରନ୍ତ ଚିକିତ୍ସା ସେବା ଓ ଯତ୍ନ ନେବାକୁ ଦିଆଯାଇଛି ନିର୍ଦ୍ଦେଶ। ଏଭଳି ଯାତ୍ରୀଙ୍କୁ କିପରି ବିକଳ୍ପ ବିମାନସେବା ଯୋଗାଇ ସେମାନଙ୍କ ଗନ୍ତବ୍ଯ ସ୍ଥଳରେ ପହଞ୍ଚାଇ ଦିଆଯିବ ସେ ନେଇ ବ୍ଯବସ୍ଥା କରିବାକୁ ବିମାନବନ୍ଦର କର୍ତ୍ତୃପକ୍ଷ ଓ ଅନ୍ଯ ବିମାନସେବା ଯୋଗାଉଥିବା ଏୟାରଲାଇନସ ପଦକ୍ଷେପ ନେବେ। କେନ୍ଦ୍ର ସରକାର ଏଭଳି ଅସୁବିଧା ସମୟରେ ପୂରା ସଜାଗ ଦୃଷ୍ଟି ରଖିଥିବା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଜଣାଇଛି।
ବିଜେପି ସରକାରରେ ବାରମ୍ଵାର ପ୍ରଶ୍ନ ଲିକ୍: ଆନ୍ଦୋଳନ କରିବ ବୋଲି ବିଜେଡିର ଚେତାବନୀ
ବିଜେପି ସରକାରରେ ବାରମ୍ଵାର ପ୍ରଶ୍ନ ଲିକ୍ ହେଉଥିବାରୁ କଡ଼ା ସମାଲୋଚନା କରିଛି ବିଜେଡି। ଦଳ ଅଭିଯୋଗ କରିଛି, ଆଗରୁ ଶ୍ରୀଜଗନ୍ନାଥଙ୍କ ପାଇଁ ବାହାର ଲୋକେ ଓଡ଼ିଶାକୁ ଜାଣୁଥିଲେ। କିନ୍ତୁ ଯେଉଁଭଳି ଭାବେ ପ୍ରଶ୍ନପତ୍ର ଲିକ୍ ହେଉଛି, ଲୋକେ କହୁଛନ୍ତି ଓଡ଼ିଶା ପ୍ରଶ୍ନପତ୍ର ଲିକ୍ ବା ଓପିଏଲ୍। IPL ପରି OPL ପ୍ରସିଦ୍ଧ ହେଲାଣି। ୧୮ ମାସର ସରକାରରେ ୧୮ରୁ ଅଧିକ କୋଶ୍ଚିନ ଲିକ୍ ହୋଇଛି। ପରୀକ୍ଷା ବାତିଲ ହେଉଛି। ଏହା କେବେ ଶେଷ ହେବ କେହି ଜାଣି ପାରୁ ନାହାନ୍ତି। ଯଦି ଗୋଟେ ପରୀକ୍ଷା ସୁରକ୍ଷିତ ଭାବେ ସରକାର କରି ପାରୁ ନାହାନ୍ତି, କି ସୁରକ୍ଷା ସହ ସରକାର ଚାଲିବ ? ପରୀକ୍ଷା ନିୟନ୍ତ୍ରଣ ବୋର୍ଡ ରହିଛି. ଯଦି ସରକାର ବାରମ୍ବାର ଫେଲ ମାରୁଛନ୍ତି, ଏହି ବୋର୍ଡର ଆବଶ୍ୟକତା କଣ? ଜନବିଶ୍ୱାସ ବିଲ୍ ଆଣି ଜୁଆ ଖେଳିବାକୁ ପ୍ରୋତ୍ସାହନ ଦେଲେ। ପରୀକ୍ଷା ନ ଦେଇ ପିଲା ଜୁଆ ଖେଳିବେ। ବିଜେଡି କଟାକ୍ଷ କରି କହିଛି, ପରୀକ୍ଷା ନିଲାମି ବୋର୍ଡ ହେବ। ସରକାର ଚାକିରି ବିକ୍ରି ମେଳା କରନ୍ତୁ। ମୁଖ୍ୟମନ୍ତ୍ରୀ ଶ୍ୱେତପତ୍ର ଜାରି କରିବେ କି। ଯେଉଁ ଆଇନ କରିଥିଲେ, ସେଥିରେ କେତେଟା ସଂସ୍ଥା କଳାତାଲିକାଭୁକ୍ତ ହୋଇଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହେଲେ ସରକାର ବି ଅନ୍ଧାରକୁ ଚାଲିଯିବ ବୋଲି ବିଜେଡି ଚେତାବନୀ ଦେଇଛି। ଆଗକୁ ଛାତ୍ର ଓ ବିଜେଡି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ବିଜେଡି।
୨୦୨୫ ବର୍ଷରେ ସର୍ବାଧିକ ରନ୍ ସ୍କୋର କରିଥିବା ୫ ଜଣ ଖେଳାଳି
ଆଉ ମାତ୍ର ଦିନ କେଇଟା ପରେ ୨୦୨୫ ବର୍ଷ ବିଦାୟ ହେବ । ଏଭଳି ସ୍ଥିତିରେ ୨୦୨୫ କ୍ରିକେଟ କ୍ଷେତ୍ର ପାଇଁ କିପରି ରହିଥିଲା, ତାହା ଜାଣିବାକୁ ବହୁ କ୍ରିକେଟପ୍ରେମୀ ଉତ୍ସୁକ ହୋଇଥାନ୍ତି । ଏହି ବର୍ଷରେ କେଉଁ ବ୍ୟାଟ୍ସମ୍ୟାନମାନେ ସବୁଠାରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି, ଆପଣ ଜାଣନ୍ତି କି? ଚଳିତ ବର୍ଷ ୧୭ ଜଣ ବ୍ୟାଟ୍ସମ୍ୟାନ ୧ ହଜାର ରନ୍ ପାର କରିଛନ୍ତି । କିଏ ଟି-୨୦ ଫର୍ମାଟରେ ତ ଆଉ କିଏ ଟେଷ୍ଟରେ ଓ ଆଉ କିଏ ଦିନିକିଆରେ ଏହି କୃତିତ୍ବ ହାସଲ କରିଛନ୍ତି । ୨୦୨୫ରେ ସର୍ବାଧିକ ସ୍କୋର କରିଥିବା ୫ ଜଣ ବ୍ୟାଟ୍ସମ୍ୟାନଙ୍କ ବିଷୟରେ ଆସନ୍ତୁ ଜାଣିବା ।
୧- ଏହି ଏହି ଲିଷ୍ଟରେ ପ୍ରଥମ ସ୍ଥାନରେ ରହିଛନ୍ତି ଭାରତୀୟ ଟେଷ୍ଟ ଓ ଦିନିକିଆ ଅଧିନାୟକ ଶୁଭମନ ଗିଲ । ସେ ୩୨ଟି ମ୍ୟାଚରେ ୧୭୩୨ ରନ୍ ସଂଗ୍ରହ କରିଛନ୍ତି । ସେଥିମଧ୍ୟରେ ୭ଟି ଶତକ ଓ ୩ଟି ଅର୍ଦ୍ଧଶତକ ସାମିଲ ରହିଛି ।
୨- ଦ୍ବିତୀୟ ସ୍ଥାନରେ ଥିବା ଜିମ୍ବାଓ୍ବେ କ୍ରିକେଟ ଟିମର ବ୍ରାୟନ ବେନେଟ ୧୫୮୫ ରନ୍ ସଂଗ୍ରହ କରିଥିବା ବେଳେ ସେଥିରେ ୩ଟି ଶତକ ଓ ୮ଟି ଅର୍ଦ୍ଧଶତକ ସାମିଲ ରହିଛି ।
୩- ତୃତୀୟ ସ୍ଥାନରେ ରହିଛନ୍ତି ପାକିସ୍ତାନ ଟି-୨୦ ଟିମର ଅଧିନାୟକ ସଲମାନ ଆଗା । ସେ ଚଳିତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟରେ ୧୫୫୫ ରନ୍ ସଂଗ୍ରହ କରିଛନ୍ତି । ସେଥିରେ ୨ଟି ଶତକ ଓ ୯ଟି ଅର୍ଦ୍ଧଶତକ ରହିଛି ।
୪- ଚତୁର୍ଥ ସ୍ଥାନରେ ଥିବା ଓ୍ବେଷ୍ଟଇଣ୍ଡିଜର ଅଭିଜ୍ଞ ବ୍ୟାଟ୍ସମ୍ୟାନ ଶାଈ ହୋପ ୧୫୦୫ ରନ୍ ସଂଗ୍ରହ କରିଛନ୍ତି । ସେଥିରେ ୪ଟି ଶତକ ଓ ୮ଟି ଅର୍ଦ୍ଧଶତକ ସାମିଲ ରହିଛି ।
୫- ପଞ୍ଚମ ସ୍ଥାନରେ ଥିବା ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ ପାଥୁମ ନିସଂକା ୩୩ଟି ମ୍ୟାଚରେ ୧୪୦୩ ରନ୍ ସଂଗ୍ରହ କରିଛନ୍ତି । ସେଥିରେ ୪ଟି ଶତକ ଓ ୬ଟି ଅର୍ଦ୍ଧଶତକ ସାମିଲ ରହିଛି ।
ଗମ୍ଭୀରଙ୍କ ସାଙ୍ଗରେ ଆସିଲେନି ରୋହିତ ଓ ବିରାଟ: ତୃତୀୟ ଦିନିକିଆ ପୂର୍ବରୁ କ’ଣ ହୋଇଥିଲା ?
ଆଜି ବିଶାଖାପଟନମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଦିନିକିଆ ଖେଳାଯାଉଛି । ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ ଆରମ୍ଭ କରିଛି । ଦ୍ବିପ୍ରହର ୧.୩୦ରୁ ମ୍ୟାଚ ଆରମ୍ଭ ହୋଇଥିବା ବେଳେ ତା’ ପୂର୍ବରୁ ଅଭ୍ୟାସ ସେସନ ହୋଇଥିଲା, ଯେଉଁଥିରେ କି କେବଳ ୪ ଜଣ ଖେଳାଳି ସାମିଲ ହୋଇଥିଲେ । ରୋହିତ ଶର୍ମା, ବିରାଟ କୋହଲି ଓ କେଏଲ ରାହୁଲ ଏଥିରେ ସାମିଲ ହୋଇନଥିଲେ । ଯଶସ୍ବୀ ଜୟସ୍ବାଲ, ତିଲକ ବର୍ମା, ଓ୍ବାଶିଂଟନ ସୁନ୍ଦର ଓ ନୀତିଶ କୁମାର ରେଡ୍ଡୀ ଅଭ୍ୟାସ ସେସନରେ ଭାଗ ନେଇଥିଲେ ।
ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ବ୍ୟତୀ ସହଯୋଗୀ ଷ୍ଟାଫଙ୍କ ଅନ୍ୟ ସଦସ୍ୟ ମଧ୍ୟ ସେସନରେ ପହଞ୍ଚିଥିଲେ । ପ୍ରକୃତ କଥା ହେଉଛି ତୃତୀୟ ମ୍ୟାଚ ପାଇଁ ଭାରତୀୟ ଟିମ୍ କୌଣସି ଅଭ୍ୟାସ ସେସନ ରଖିନଥିଲା ଓ ଏହା ବିକଳ୍ପ ସେସନ ରହିଥିଲା । ସେଥିପାଇଁ ୪ ଜଣ ଖେଳାଳିଙ୍କ ବ୍ୟତୀତ ରୋହିତ-ବିରାଟଙ୍କ ସମେତ ଅନ୍ୟ ସଭି ଖେଳାଳିଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା ।
ଏହି ମ୍ୟାଚ ଜୟସ୍ବାଲ ଓ ସୁନ୍ଦରଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ହେବ । ଶୁଭମନ ଗିଲଙ୍କ ଅନୁପସ୍ଥିତିରେ ରୋହିତଙ୍କ ସହିତ ଜୟସ୍ବାଲ ଦୁଇଟି ମ୍ୟାଚରେ ଓପନିଂ କରିବାର ସୁଯୋଗ ପାଇଥିଲେ । ମାତ୍ର ସେ ୨ଟି ପାଳିରେ କେବଳ ୪୦ ରନ୍ ସଂଗ୍ରହ କରିଛନ୍ତି । ଦିନିକିଆ ଟିମରେ ସ୍ଥାନ ପାଇବା ପାଇଁ ହେଲେ ଆଜିର ମ୍ୟାଚରେ ଜୟସ୍ବାଲଙ୍କୁ ବଡ଼ ସ୍କୋର କରିବା ଜରୁରୀ । ସେହିପରି ସୁନ୍ଦର ରାଞ୍ଚି ମ୍ୟାଚରେ କେବଳ ୧୩ ରନ୍ ଓ ଦ୍ବିତୀୟ ମ୍ୟାଚରେ ୧ ରନ୍ କରି ଆଉଟ୍ ହୋଇଥିଲେ । ଏଥିସହି ସେ ଗୋଟିଏ ବି ଓ୍ବିକେଟ ନେଇ ପାରିନାହାନ୍ତି । ଦିନିକିଆ ଟିମର ଉପଅଧିନାୟକ ଶ୍ରେୟସ ଆୟରଙ୍କ ସ୍ଥାନରେ ୪ ନମ୍ବରରେ ଖେଳିଥିବା ଋତୁରାଜ ଗାୟକଓ୍ବାଡ ପ୍ରଥମ ମ୍ୟାଚରେ ଶୀଘ୍ର ଆଉଟ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ଶତକ ହାସଲ କରିଥିଲେ ।
ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି: ପ୍ରଥମେ ବ୍ୟାଟିଂ କରିବ ଦକ୍ଷିଣ ଆଫ୍ରିକା
ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଦିନିକିଆ । ଆଜି ବିଶାଖାପାଟଣାରେ ନିର୍ଣ୍ଣାୟକ ଟକ୍କର । ଟସ ଜିତିଲା ଭାରତ । ଲଗାତର ୨୦ ଥର ହାରିବା ପରେ ଟସ୍ ଜିତିଲା । ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଦକ୍ଷିଣ ଆଫ୍ରିକା । ୧-୧ରେ ସିରିଜ ରହିଛି ବରାବର । ଆଜିର ମ୍ୟାଚ ଉଭୟ ଟିମ ପାଇଁ ଗୁରୁତ୍ଵପୂର୍ଣ୍ଣ । ଆଜି ମ୍ୟାଚ ଜିତିଲେ ସିରିଜ ଉପରେ କରିବ କବଜା ।
ଡିସେମ୍ବର ୯ରେ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ମ୍ୟାଚ: ଷ୍ଟାଡିୟମ ପରିଦର୍ଶନ କଲେ ଫାୟାର ଡିଜି
କଟକ ବାରବାଟୀରେ ଡିସେମ୍ବର ୯ ତାରିଖରେ ଅନୁଷ୍ଠିତ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ମ୍ୟାଚ । ଏଥିପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଆଜି ଫାୟାର ଡିଜି ଷ୍ଟାଡିୟମ ପରିଦର୍ଶନ କରିଛନ୍ତି । ପୁରା ଟିମ ସହ ଭିଭିଆଇପି ଷ୍ଟାଣ୍ଡ, କର୍ପୋରେଟ ବକ୍ସ, ଖେଳାଳୀଙ୍କ ଡ୍ରେସିଂ ରୁମ ଓ ଅନ୍ୟ ସ୍ଥାନ ବୁଲି ଦେଖିଥିଲେ । ଆସନ୍ତାକାଲି ପ୍ରସ୍ତୁତି ଶେଷ ହେବା ପରେ ୮ ତାରିଖରେ ଅଭ୍ୟାସ ଓ ୯ ତାରିଖରେ ମ୍ୟାଚ ହେବ ।
ଲୋୟର ପିଏମଜିରେ ଓଡ଼ିଶା ଏସଏସବି ଅଧ୍ୟାପିକା ଓ ଅଧ୍ୟାପକ ସଂଘ ପକ୍ଷରୁ ଧାରଣ
ଭୁବନେଶ୍ବର ଲୋୟର ପିଏମଜିରେ ଓଡ଼ିଶା ଏସଏସବି ଅଧ୍ୟାପିକା ଓ ଅଧ୍ୟାପକ ସଂଘ ପକ୍ଷରୁ ପ୍ରତିବାଦ ଓ ଧାରଣ ଦିଆଯାଇଛି । ବିଭିନ୍ନ ଦାବି ନେଇ ଅଧ୍ୟାପିକା ଓ ଅଧ୍ୟାପକମାନେ ଆନ୍ଦୋଳନ କରୁଛନ୍ତି । ୬ହଜାର ଟଙ୍କା ଗ୍ରେଡପେ ଲାଗୁ, ଏସଏସବି ନିଯୁକ୍ତି ଅଧ୍ୟାପକମାନଙ୍କୁ ଆଇନ ଅନୁଯାୟୀ ରାଜ୍ୟ ସରକାରୀ କର୍ମଚାରୀ ମାନ୍ୟତା, UGC ନିୟମ ଓ ୨୦୧୬ ଅନୁସାୟୀ ଆସିଷ୍ଟାଣ୍ଟ ମାନ୍ୟତା ଦାବି, ସମସ୍ତ ସରକାରୀ ସେବା ଓ ସୁବିଧା, ଏଚଆରଏ, ମେଡିକାଲ, ଫ୍ୟାମିଲି ପେନସନ, ଗ୍ରାଚ୍ୟୁଟି ପ୍ରଦାନ, ୨୦୧୬ ବ୍ୟାଚର ବକେୟା ପଦୋନ୍ନତି ତ୍ବରିତ କରିବା ପାଇଁ ଦାବି କରାଯାଇଛି । ସେହିଭଳି ବିଭିନ୍ନ ସରକାରୀ ପଦବୀରେ ଏସଏସବି ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଦାବି ହୋଇଛି ।
ଦେଶରେ ଧରାଶାୟୀ ହେଲାଣି ଇଣ୍ଡିଗୋ: ବର୍ତ୍ତମାନ ସୁଦ୍ଧା ୩ ଶହରୁ ଅଧିକ ବିମାନ ବାତିଲ
ଦେଶରେ ଧରାଶାୟୀ ହେଲାଣି ଇଣ୍ଡିଗୋ। ଅନେକ ସ୍ଥାନରେ ବିମାନ ଉଡୁନାହିଁ। ଆଜି ବର୍ତ୍ତମାନ ସୁଦ୍ଧା ୩ଶହରୁ ଅଧିକ ବିମାନ ବାତିଲ ହୋଇଥିବା ଜଣାପଡିଛି। ମୁମ୍ବାଇ ଓ ଦିଲ୍ଲୀ ଭିତରେ ସବୁଠାରୁ ଅଧିକ ବିମାନ ବାତିଲ ହୋଇଛି। ଆଜି ବି ବିଭିନ୍ନ ସ୍ଥାନରୁ ଯାତ୍ରୀ ହନ୍ତସନ୍ତ ଖବର ଆସିଛି। ଏହାରି ମଧ୍ୟରେ ଭାରତୀୟ ରେଲୱେର ବଡ଼ ପଦକ୍ଷେପ। ଯାତ୍ରୀଙ୍କ ସୁବିଧା ଲାଗି ଚାଲିଲା ୪ଟି ସ୍ଵତନ୍ତ୍ର ଟ୍ରେନ। ୩୭ଟି ଟ୍ରେନରେ ଯୋଡ଼ାଗଲା ଅତିରିକ୍ତ ୧୧୬ଟି କୋଚ। ବିମାନ ଯାତ୍ରା ବାତିଲ ହେବା ପରେ ଷ୍ଟେସନରେ ଯାତ୍ରୀଙ୍କ ସଂଖ୍ୟା ଅହେତୁକ ଭାବେ ବଢିବାରେ ଲାଗିଛି। ଏହାକୁ ଦେଖି ଭାରତୀୟ ରେଲୱେ ଏହି ପଦକ୍ଷେପ ଗ୍ରହଣ କରିଛି। ସେପଟେ ଆଜି ବି ଦେଶର ଅନେକ ସହରରୁ ଇଣ୍ଡିଗୋର ଏକାଧିକ ବିମାନ ଉଡାଣ ବାତିଲ ହୋଇଛି। ହଜାର ହଜାର ସଂଖ୍ୟାରେ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି। ଇଣ୍ଡିଗୋ ସଂକଟର ସମାଧାନ ଲାଗି ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର। ୪ ଜଣିଆ କମିଟି ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ। ୧୫ ଦିନ ମଧ୍ୟରେ କମିଟି ରିପୋର୍ଟ ଦେବ। ସେପଟେ ଆସନ୍ତା ୫ରୁ ୧୦ ଦିନ ମଧ୍ୟରେ ସମସ୍ୟାର ସମାଧାନ ହୋଇଯିବ ବୋଲି କହିଛନ୍ତି ଇଣ୍ଡିଗୋ ସିଇଓ।
ଭାରତର ୪୭ ପ୍ରତିଶତ ଲୋକଙ୍କ ଠାରେ ଏହି ଭିଟାମିନର ଅଭାବ: ଶାକାହାରୀଙ୍କୁ ଅଧିକ ବିପଦ
ପ୍ରୋଟିନ ଓ ଫାଇବର ସହିତ ଭିଟାମିନ ଆମ ଶରୀର ପାଇଁ ବହୁତ ଜରୁରୀ ହୋଇଥାଏ । ପ୍ରତି ଭିଟାମିନ ଆମକୁ କିଛି ନା କିଛି ବିମାରୀରୁ ବଞ୍ଚାଇଥାଏ । ଏଥିପାଇଁ ଲୋକମାନେ ଭିଟାମିନ ଅଭାବ ଠାରୁ ଦୂରେଇ ରହିବାକୁ ପ୍ରୟାସ କରିଥାନ୍ତି । ମାତ୍ର ଏହାପରେ ଏକ ଭିଟାମିନର ଅଭାବ ଅଧିକାଂଶ ଲୋକଙ୍କ ଠାରେ ଦେଖିବାକୁ ମିଳୁଛି । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ହେଲଥର ଏକ ରିପୋର୍ଟ ମୁତାବକ, ଭାରତୀୟଙ୍କ ମଧ୍ୟରେ ଭିଟାମିନ ବି୧୨ର ଅଭାବ ଅତିକମରେ ୪୭ ପ୍ରତିଶତ ଲୋକଙ୍କ ଠାରେ ଦେଖିବାକୁ ମିଳିଛି । ୨୬ ପ୍ରତିଶତ ଜନସଂଖ୍ୟା ଭିଟାମିନ ବି୧୨ ପର୍ଯ୍ୟାପ୍ତ ମାତ୍ରାରେ ନେଉଛନ୍ତି ।
ଦିଲ୍ଲୀ ଏମ୍ସର ଏମଡି ମେଡିସିନ ଓ ନ୍ୟୁରୋଲଜି ଡିପାର୍ଟମେଣ୍ଟର ଡିଏମ, ନ୍ୟୁରୋଲଜିଷ୍ଟ ଓ ଜନରଲ ଫିଜିଶିୟନ ଡ. ପ୍ରିୟଙ୍କା ସେହରାବତ ନିଜର ଏକ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି, ଭିଟାମିନ ବି୧୨ର ଅଭାବ ଶୁଦ୍ଧ ଶାକାହାରୀ ଲୋକଙ୍କ ମଧ୍ୟରେ ସବୁଠାର ଅଧିକ ଦେଖିବାକୁ ମିଳିଛି । ମାତ୍ର ଏପରି କାହିଁକି ଘଟୁଛି ? ଡାକ୍ତର କହିଛନ୍ତି, ଯେଉଁମାନେ ଶାକାହାରୀ, ସେମାନଙ୍କ ଠାରେ ଭିଟାମିନ ବି ୧୨ର ଅଭାବ ଅଧିକ ରହିଥାଏ । ଏହାର କାରଣ ହେଉଛି, ପ୍ଲାଣ୍ଟ ବି ୧୨ର ସଂଶ୍ଲେଷଣ କରିପାରି ନଥାଏ । କାରଣ ତାକୁ ଏହାର ଆବଶ୍ୟକତା ରହିନଥାଏ । ମାତ୍ର ଆମର ବଡି ପାଇଁ ଭିଟାମିନ ବି ୧୨ର ଆବଶ୍ୟକତା ରହିଥାଏ । ସେଥିପାଇଁ ଶାକାହାରୀ ଲୋକଙ୍କ ମଧ୍ୟରେ ଏହାର ଅଭାବ ରହିଥାଏ ।
ଭିଟାମିନ ବି ୧୨ ଆମ ଶରୀର ପାଇଁ ନୂଆ ଲାଲ ରକ୍ତ କୋଷିକା ତିଆରି କରିବାରେ ସହାୟକ ହୋଇଥାଏ । ଏହାଦ୍ବାରା ହିମୋଗ୍ଲୋବିନ ଠିକ ରହିଥାଏ ଓ ଶରୀରରେ ଦୁର୍ବଳତା ବା କମ୍ ହୋଇଥାଏ । ଆମ ଶରୀର ପ୍ରତିଦିନ ନୂଆ କୋଷିକା ସୃଷ୍ଟି କରିଥାଏ । ଏହି କୋଷିକାଗୁଡ଼ିକ ପାଇଁ ଯେଉଁ ବ୍ଲୁପ୍ରିଣ୍ଟ ଆବଶ୍ୟକ, ଅର୍ଥାତ ଡିଏନଏ, ତାହାକୁ ତିଆରି କରିବାରେ ମଧ୍ୟ ବି ୧୨ ଏକ ବଡ଼ ଭୂମିକା ନିର୍ବାହ କରିଥାଏ । ଅଧିକାଂଶ ଶାକାହାରୀ ଖାଦ୍ୟରେ ବି୧୨ ମିଳିନଥାଏ । ତେଣୁ ଏହାର ଅଭାବ ପୂରଣ କରିବା ପାଇଁ ସପ୍ଲିମେଣ୍ଟ ଓ ଫର୍ଟିଫାଇଡ ଫୁଡ ନେବା ଆବଶ୍ୟକ ବୋଲି ଡାକ୍ତର କହିଛନ୍ତି ।

