spot_img
Home Blog Page 1630

ଆଜି ବାଂଲାଦେଶରେ ଗଠନ ହେବ ଅନ୍ତରୀଣ ସରକାର !

ନୂଆଦିଲ୍ଲୀ : ଆଜି ବାଂଲାଦେଶରେ ଗଠନ ହେବ ଅନ୍ତରୀଣ ସରକାର। ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ବରେ ଗଠନ ହେବ ସରକାର। ଅନ୍ତରୀଣ ସରକାରର ମୁଖ୍ଯ ପରାମର୍ଶଦାତା ଭାବେ ଶପଥ ନେବେ ୟୁନୁସ। ସେପଟେ ବାଂଲାଦେଶରେ ଥମୁନି ହିଂସା। ପ୍ରଧାନମନ୍ତ୍ରୀ ପଦରୁ ଶେଖ୍ ହସିନାଙ୍କ ଇସ୍ତଫା ଓ ଦେଶ ଛାଡ଼ି ପଳାୟନ ସତ୍ତ୍ବେ ସେଠାରେ ସ୍ଵାଭାବିକ ସ୍ଥିତି ଫେରି ନାହିଁ। ବିଶେଷ କରି ଏବେ ହସିନାଙ୍କ ପାର୍ଟି ଆୱାମି ଲିଗ୍ ର ନେତାଙ୍କୁ ଟାର୍ଗେଟ କରାଯାଉଛି।

ଏହି ପାର୍ଟିର ୨୦ ଜଣ ନେତାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ସେମାନଙ୍କୁ ହତ୍ୟା କରାଯାଇଥିବାର ସନ୍ଦେହ କରାଯାଉଛି। ଏହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚିନ୍ତା ପ୍ରକାଶ ପାଇଛି। ତୁରନ୍ତ ହିଂସାକାଣ୍ଡ ବନ୍ଦ କରିବାକୁ ସେମାନେ ଆହ୍ଵାନ ଦେଇଛନ୍ତି। ୟୁନୁସ କହିଛନ୍ତି, ବର୍ତ୍ତମାନର ଅରାଜକତାରୁ ଦେଶକୁ ଶାନ୍ତିର ପଥ ଆଡ଼କୁ ନେବାକୁ ସେ ଚେଷ୍ଟା କରିବେ। ତାଙ୍କ ଉପରେ ଆର୍ମି ମଧ୍ୟ ଭରସା ରଖିଥିବା କହିଛନ୍ତି ଜେନେରାଲ ୱାକର ଉଜ୍ ଜମନ।

ଆଜି ଆସିବ ରିଜର୍ଭ ବ୍ଯାଙ୍କର ମୁଦ୍ରାନୀତି

ନୂଆଦିଲ୍ଲୀ : ବିଶ୍ବ ମାନ୍ଦାବସ୍ଥା ସହ ଭାରତୀୟ ଷ୍ଟକ ମାର୍କେଟର ବ୍ଲଡବାଥ୍ ମଧ୍ଯରେ ଆଜି ଘୋଷିତ ହେବ ମୁଦ୍ରାନୀତି। ଗତ ୫ ତାରିଖ ଠାରୁ ଭାରତୀୟ ରିଜର୍ଭ ବ୍ଯାଙ୍କ ପକ୍ଷରୁ ବସିଥିଲା ତିନି ଦିନିଆ ମନିଟାରୀ ପଲିସି କମିଟି ବା ଏମପିସି ବୈଠକ । ରେପୋରେଟ ଓ ରିଭର୍ସ ରେପୋରେଟ ନେଇ ଏମପିସି ବୈଠକରେ କରାଯାଇଥିଲା ସମୀକ୍ଷା । ୨୦୨୪-୨୫ରେ ତୃତୀୟ ଥର ଲାଗି ଏହି ବୈଠକ ବସିଥିବାବେଳେ ଆରବିଆଇର ଆର୍ଥିକ ନୀତି ସମ୍ପର୍କରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରିବେ ଘୋଷଣା ।

ଶକ୍ତିକାନ୍ତଙ୍କ ଅଧ୍ଯକ୍ଷତାରେ ଏମପିସିର ୬ ଜଣ ସଦସ୍ଯ ବୈଠକରେ ଯୋଗଦେଇଥିଲେ । ଗତ ୨୦୨୩ ଫେବ୍ରୁଆରୀରୁ ଲଗାତାର ଆଠ ଥର ଧରି ରେପୋରେଟେ ଅପରିବର୍ତ୍ତିତ ରହିଆସିଛି । ନବମ ଥର ଲାଗି ରେପୋରେଟ ଅପରିବର୍ତ୍ତିତ ରହିବ ବୋଲି ଆଶା କରିଛନ୍ତି ଅର୍ଥନୀତିଜ୍ଞ । ମୁଦ୍ରାସ୍ଫୀତି, ଖାଦ୍ଯପଦାର୍ଥ ଦରବୃଦ୍ଧି ଆଦିକୁ ବିଚାରକୁ ନେଇ ପଦକ୍ଷେପ ନେଇପାରନ୍ତି ରିଜର୍ଭ ବ୍ଯାଙ୍କ । ବର୍ତ୍ତମାନ କେନ୍ଦ୍ର ସରକାର ଭାରତର ମୁଦ୍ରାସ୍ଫୀତି ଲକ୍ଷ୍ଯ ୪ ପ୍ରତିଶତ ଧାର୍ଯ୍ୟ କରିଛନ୍ତି । ଗତ ଜୁନରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି ୫ପ୍ରତିଶତ ରହିଥିଲା । ..

ବିନୋଦ କାମ୍ବଲୀଙ୍କ ସହ ଏମିତି କାହିଁକି ହେଲା ,ଭାଇରାଲ ଭିଡିଓକୁ ନେଇ ଜୋର ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଜଗତରେ ଧ୍ରୁବ ତାରା ପରି ଚମକୁଥିବା କ୍ରିକେଟର ବିନୋଦ କାମ୍ୱଲୀ ଏବେ ନିଜ ଗୋଡରେ ଠିକରେ ଛିଡା ହେବାକୁ ବି ଅକ୍ଷମ ଏବଂ ସେ ଚାଲିବାରେ ମଧ୍ୟ ଅସୁବିଧା ଭୋଗୁଛନ୍ତି। । ନିକଟରେ ଭେଟେରାନ୍ କ୍ରିକେଟରଙ୍କ କାମ୍ୱଲୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିବା ଦେଖିବାକୁ ମିଳିଥିଲା । ଭିଡିଓରେ ସ୍ପଷ୍ଟ ଦେଖିବା ପାଇଁ ମିଳିଛି, ସେ ଚାଲିବା ପାଇଁ ପ୍ରଥମେ ପାର୍କିଂ ବାଇକ୍ ସାହାଯ୍ୟ ନେଉଛନ୍ତି । ତେବେ ପରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ଦେଖି ସାହାଯ୍ୟ କରଛନ୍ତି ।ଏମିତିରେ କ୍ରିକେଟ ମଇଦାନରେ ନିଜ ପାଦରେ ଆଚ୍ଛାଦନ କରୁଥିବା ଖେଳାଳୀ ଆଜି ନିଜ ପାଦରେ ଠିକରେ ଛିଡା ବି ହୋଇପାରୁନାହାନ୍ତି । ତାଙ୍କର ଏପରି ଅବସ୍ଥା କିପରି ହେଲା ତାହାକୁ ନେଇ ସବୁଛି ଚର୍ଚ୍ଚା ଜୋର ଧରିଛି ।

କାମ୍ବଲୀଙ୍କ ଭିଡିଓରେ ଶହ ଶହ କମେଣ୍ଟ ଆସିଛି। ଅନେକ ଲୋକ ଲେଖୁଛନ୍ତି ଯେ ବିନୋଦ କାମ୍ବଲି ମଦ୍ୟପାନ କରିଛନ୍ତି ଏବଂ ମଦ୍ୟପାନ ହେତୁ ଚାଲିବାକୁ ଅସମର୍ଥ। କେତେଜଣ ଲୋକ ତାଙ୍କ ଅସୁସ୍ଥତାକୁ ଦର୍ଶାଇ କହିଛନ୍ତି ଯେ ସେ ପୂର୍ବରୁ ଅନେକ ଥର ଅସୁସ୍ଥ ହୋଇପଡିଛନ୍ତି। ଜଣେ ୟୁଜର ଲେଖିଛନ୍ତି ଯେ ବିନୋଦ କାମ୍ବଲିଙ୍କୁ ଦେଖିଲେ ସେ ମଦ୍ୟପାନ କରୁଥିବା ଦେଖାଯାଏ ନାହିଁ। ହଁ, ସେ ଅସୁସ୍ଥ ହୋଇପାରନ୍ତି। ତେବେ ଏହି ଭିଡିଓର ସତ୍ୟତା କେତେ ତାହା ଏବେପର୍ଯ୍ୟନ୍ତ ଜଣା ପଡିନାହିଁ।

ବିନୋଦ କାମ୍ବଲୀ ଗତ କିଛି ବର୍ଷ ମଧ୍ୟରେ ବିଭିନ୍ନ ରୋଗ ସହ ଲଢେଇ କରୁଥିଲେ। କିଛି ବର୍ଷ ପୂର୍ବେ ତାଙ୍କର ହୃଦଘାତ ହୋଇଥିଲା। ମୁମ୍ବାଇ ପୋଲିସର ଜଣେ କନଷ୍ଟେବଳ ତାଙ୍କୁ ଡାକ୍ତରଖାନା ନେଇ ଜୀବନ ରକ୍ଷା କରିଥିଲେ। କାମ୍ବଲୀଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଭଲ ବୋଲି ବିବେଚନା କରାଯାଏ ନାହିଁ ।

କାମ୍ବଲୀ ଭାରତ ପାଇଁ ୧୦୪ଟି ଏକ ଦିବସୀୟ ଓ ୧୭ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ନିଜ ସମୟରେ ସେ ଶ୍ରେଷ୍ଠ ବ୍ୟାଟରଙ୍କ ମଧ୍ୟରୁ ଜଣେ ଥିଲେ । ତେବେ ନିଜର ଖରାପ ଅଭ୍ୟାସ ପାଇଁ ସେ ଭାରତୀୟ ଟିମରୁ ସ୍ଥାନ ହରାଇଥିଲେ । କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଭଲ ବନ୍ଧୁ ହେଉଛନ୍ତି ବିନୋଦ କାମ୍ବଲୀ । ମାତ୍ର କାମ୍ୱଲି ଆର୍ଥିକ ସଂଘର୍ଷ ସମୟରେ ମହାନ ବ୍ୟାଟର ସଚିନଙ୍କୁ ସମାଲୋଚନା କରିବା ପରେ ଉଭୟ ମଧ୍ୟରେ କଥାବାର୍ତ୍ତା ବନ୍ଦ ହୋଇଯାଇଥିଲା ବୋଲି କୁହାଯାଏ । ତେବେ କାମ୍ବଲୀ ନିଜର ମିଛ ଅଭିଯୋଗ ପାଇଁ କ୍ଷମା ମାଗିବା ପରେ ବିବାଦର ଅନ୍ତ ହୋଇଥିଲା । କାମ୍ବଲୀଙ୍କ ଜୀବନ କୌଣସି ଫିଲ୍ମ ଠାରୁ କମ୍ ନୁହେଁ । ସୂଚନା ମୁତାବକ କ୍ରିକେଟ କ୍ୟାରିୟର ସହ ସେ ଫିଲ୍ମ ଦୁନିଆ ତଥା ରାଜନୀତିରେ ମଧ୍ୟ ନିଜ କ୍ୟାରିୟର ବଢାଇବାକୁ ଚେଷ୍ଟା କରିଥିଲେ । ହେଲେ ସେଥିରେ ସେ କିଛି ଖାସ୍ ନାଁ ବନାଇ ପାରି ନଥିଲେ  ।

 

ପୂର୍ବ ଶତ୍ରୁତା ଓ ପାର୍କିଂ ବିବାଦକୁ ନେଇ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର : ଗାଡି ପାର୍କିଂରୁ ରାଜଧାନୀରେ ଡବଲ ମର୍ଡର । ପୂର୍ବ ଶତ୍ରୁତା ଓ ପାର୍କିଂ ନେଇ ବିବାଦରୁ ରାଜଧାନୀରେ ଗଡ଼ିଲା ମୁଣ୍ଡ। ଭୁଜାଲି ଓ ଛୁରୀ ଭୂଶି ଦୁଇଜଣଙ୍କୁ ହତ୍ୟା କରାଯାଇଛି । ଘଟଣା ଘଟିଛି ଏୟାରଫିଲଡ଼ ଥାନା ଅନ୍ତର୍ଗତ କଣ୍ଟିଲୋ ଗାଁ ନିକଟସ୍ଥ କଲ୍ୟାଣ ପ୍ଲାଜା ଆନେକ୍ସ ଆପାର୍ଟମେଣ୍ଟ ଗେଟ ନିକଟରେ। ମୃତକ ଦୁଇଜଣ ହେଉଛନ୍ତି ରଶ୍ମି ରଞ୍ଜନ ସେଠୀ ଓ ବବଲୁ। ରଶ୍ମିଙ୍କ ଘର କୁହା ଗାଁରେ ହୋଇଥିବା ବେଳେ ବବଲୁଙ୍କ ଘର କେନ୍ଦ୍ରାପଡା ବୋଲି ଜଣାପଡିଛି ।

ହତ୍ୟାକାରୀ ଦୁଇଜଣ ହେଲେ ଗଣେଶ ମଲ୍ଲିକ ଓ ପପୁ ମଲ୍ଲିକ ବୋଲି ପ୍ରାଥମିକ ସୂଚନା ରୁ ଜଣାପଡିଛି । ଖବର ପାଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସ୍ପେଶାଲ ସ୍କ୍ୱାଡ଼ ପହଞ୍ଚି ପାରିପାର୍ଶ୍ବିକ ପରିସ୍ଥିତି ଯାଞ୍ଚ କରିଛନ୍ତି। ସେପଟେ କିଛିଦିନ ତଳେ ଏକ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ଦୁଇ ଗୋଷ୍ଠୀ ଏୟାରଫିଲଡ଼ ଥାନା ର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପୋଲିସ ଘଟଣାକୁ ହାଲକା ଭାବେ ନେଇଥିବା ଅଭିଯୋଗ ହୋଇଛି । ଯେଉଁଥିପାଇଁ ମୃତକଙ୍କ ପରିବାର ଲୋକେ ଥାନାରେ ପାଟିତୁଣ୍ଡ କରିଛନ୍ତି । ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପାଇଁ ଏୟାରଫିଲଡ଼ ଥାନାରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

୨୩ ବର୍ଷର ରେସଲିଂ କ୍ୟାରିୟରରୁ ସନ୍ନ୍ଯାସ ନେଲେ ଭିନେଶ ଫୋଗଟ

ନୂଆଦିଲ୍ଲୀ : ରେସଲିଂରୁ ସନ୍ନ୍ଯାସ ନେଲେ ଭିନେଶ ଫୋଗଟ। ନିଶ୍ଚିତ ପଦକରୁ ବଞ୍ଚିତ ହେବା ପରେ ଏହା ଘୋଷଣା କରିଛନ୍ତି ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ । ନିଶ୍ଚିତ ପଦକ ଦୌଡରେ ଥିବା ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କୁ ଲାଗିଥିଲା ଶକ୍ତ ଝଟକା । ସେ ନିଜ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ନିଜ ୨୩ ବର୍ଷର ରେସଲିଂ କ୍ୟାରିୟରରୁ ସନ୍ୟାସ ନେବା କଥା ଲେଖିଛନ୍ତି । ସେ ଭାବବିହ୍ୱଳ ହୋଇ କୁସ୍ତି ଜିତିଗଲା ମୁଁ ହାରିଗଲି ବୋଲି ଲେଖି ନିଜ ମାଙ୍କୁ କ୍ଷମା ମାଗିଛନ୍ତି । ଏବଂ ନିଜ ସ୍ୱପ୍ନ ଏବଂ ପରିଶ୍ରମ ଏପରି ଚୁରମାର୍ ହୋଇଯାଇଥିବାରୁ ସେ ଭାଙ୍ଗିପଡିଛନ୍ତି ।

ଗତକାଲି  ମହିଳା ୫୦ ବର୍ଗରେ କୁସ୍ତିରେ ମାତ୍ର ଶହେ ଗ୍ରାମ ଓଜନ ବୃଦ୍ଧି ପାଇଁ ଭିନେଶଙ୍କୁ ଅଯୋଗ୍ଯ ଘୋଷଣା କରାଯାଇଥିଲା । ସେ ସେମିଫାଇନାଲ ରାଉଣ୍ଡ ଜିତି ଫାଇନାଲକୁ ଯାଇଥିଲେ । ସେମିଫାଇନାଲରେ କ୍ୟୁବାର ପ୍ରତିଯୋଗୀଙ୍କୁ ଭିନେଶ ୫-୦ ପଏଣ୍ଟରେ ହରାଇଥିଲେ। ରାତିରେ ଫାଇନାଲ ମୁକାବିଲା ଥିଲା । ହେଲେ ତାର କିଛି ଘଣ୍ଟା ପୂର୍ବରୁ ତାଙ୍କୁ ଅଲିମ୍ପିକ୍ସ କମିଟି ଅଯୋଗ୍ଯ ଘୋଷଣା କରି ସାରାଦେଶକୁ ସ୍ତବ୍ଧ କରିଦେଇଛି । ଆଜି ଜିତିଥିଲେ ଭିନେଶ ସ୍ବର୍ଣ୍ଣ ଏବଂ ପରାସ୍ତ ହୋଇଥିଲେ ରୋପ୍ଯ ପଦକ ଜିତିଥାନ୍ତେ । ହେଲେ ଦେଶ ତଥା ଭିନେଶଙ୍କ ସ୍ବପ୍ନ ଧୂଳିସାତ ହୋଇଯାଇଛି । ସେପଟେ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ଏହା ପଛରେ ବହୁତ ବଡ଼ ଷଡ଼ଯନ୍ତ୍ର କରାଯାଇଛି ।

 

ଆଇଏଏସ ସ୍ତରରେ ବଡଧରଣର ଅଦଳବଦଳ, ବଦଳିଲେ ବହୁ ଜିଲ୍ଲାର ଜିଲ୍ଲାପାଳ

ଭୁବନେଶ୍ୱର : ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ  । ବଦଳିଛନ୍ତି ବହୁ ଜିଲ୍ଲାର ଜିଲ୍ଲାପାଳ  । ବୁଧବାର ବିଳମ୍ବିତ ରାତ୍ରିରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି  । ବିଜୟ କୁମାର ଉପାଧ୍ୟାୟ ହୋଇଛନ୍ତି ନିର୍ଦ୍ଦେଶକ ଭାଷା ସଂସ୍କୃତି ବିଭାଗ। ଆଶିଷ ଠାକରେ ହୋଇଛନ୍ତି ସଚିବ, ରାଜସ୍ବ ପର୍ଷଦ। ଦିଲ୍ଲୀପ ରାଉତରାୟ ହୋଇଛନ୍ତି ଭଦ୍ରକ ଜିଲ୍ଲାପାଳ।

କମଳ ଲୋଚନ ମିଶ୍ରଙ୍କୁ ଓସଡମା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କରଯାଇଥିବାବେଳେ ନିଖିଳ ପୱନ କଲ୍ୟାଣ ହୋଇଛନ୍ତି ନିର୍ଦେଶକ, ମୃତ୍ତିକା ସଂରକ୍ଷଣ। ସେହିପରି ବିଜୟ କୁମାର ଦାସ – ଗଜପତି ଜିଲ୍ଲାପାଳ ହୋଇଥିବାବେଳେ ସ୍ମୃତି ରଞ୍ଜନ ପ୍ରଧାନ ହୋଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ। ସୁଧା ଦେବ ସିଂ ହୋଇଛନ୍ତି ଅତିରିକ୍ତ ଶାସନ ସଚିବ, ପଂଚାୟତ୍ତିରାଜ। ପାରୁଲ ପାଟୱାରୀ ହୋଇଛନ୍ତି ଜିଲ୍ଲାପାଳ, ରାୟଗଡା। ଅମ୍ବିତ ଋତୁରାଜଙ୍କୁ କନ୍ଧମାଳ ଜିଲ୍ଲାପାଳ କରାଯାଇଛି। ଶୀଧେଶ୍ୱର ବଳିରାମ ବନ୍ଦର ସମ୍ବଲପୁର ଜିଲ୍ଲାପାଳ ହୋଇଥିବାବେଳେ ଦତ୍ତIତ୍ରେୟ ସିନ୍ଧେ ହୋଇଛନ୍ତି କଟକ ଜିଲ୍ଲାପାଳ।

ହେମକାନ୍ତ ସା ମୟୁରଭଞ୍ଜ ଜିଲ୍ଲାପାଳ ହୋଇଥିବାବେଳେ ବି. ଅନିମେଷ ରେଡ୍ଡୀ ହୋଇଛନ୍ତି ଯାଜପୁର ଜିଲ୍ଲାପାଳ। ଆଶିଷ ପାଟିଲ ମାଲକାନଗିରି ଜିଲ୍ଲାପାଳ ହୋଇଥିବାବେଳେ ଢେଙ୍କାନାଳ ଜିଲ୍ଲାପାଳ ହୋଇଛନ୍ତି ସମେଷ କୁମାର ଉପାଧ୍ୟାୟ। ଶୁଭଙ୍କର ମହାପାତ୍ର ହୋଇଛନ୍ତି ନବରଙ୍ଗପୁର ଜିଲ୍ଲାପାଳ। ସୂର୍ଯ୍ୟବଂଶୀ ମୟୁରବିକାଶ ହୋଇଛନ୍ତି ବାଲେଶ୍ବର ଜିଲ୍ଲାପାଳ। ଜେ ସୋନାଲ ଜଗତସିଂହପୁର ଜିଲ୍ଲାପାଳ ହୋଇଥିବାବେଳେ ପାୱାର ସଚିନ ପ୍ରକାଶ କଳାହାଣ୍ଡି ଜିଲ୍ଲାପାଳ ହୋଇଛନ୍ତି। ଅକ୍ଷୟ ସୁନୀଲ ଅଗ୍ରୱାଲ ନୟାଗଡ ଜିଲ୍ଲାପାଳ ହୋଇଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାପାଳ ହୋଇଛନ୍ତି ମନୋଜ ସତ୍ୟବାନ ମହାଜନ। କବିନ୍ଦ୍ର କୁମାର ସାହୁ ଦେବଗଡ଼ ଜିଲ୍ଲାପାଳ, ମଧୁସୂଦନ ଦାସ ନୂଆପଡା ଜିଲ୍ଲାପାଳ, ସୁବ୍ରତ କୁମାର ପଣ୍ଡା, ବୌଦ୍ଧ ଜିଲ୍ଲାପାଳ ହୋଇଛନ୍ତି।

ବାଂଲାଦେଶରେ ହିନ୍ଦୁ କଣ୍ଠଶିଳ୍ପୀଙ୍କ ଘରକୁ ଆକ୍ରମଣ, ପୋଡିଦେଲେ ୩୦୦୦ରୁ ଊର୍ଦ୍ଧ୍ବ ବାଦ୍ୟଯନ୍ତ୍ର

ଢାକା: ବାଂଲାଦେଶରେ ହିନ୍ଦୁ କଣ୍ଠଶିଳ୍ପୀ ରାହୁଲ ଆନନ୍ଦ ଓ ତାଙ୍କ ପରିବାରକୁ ଆକ୍ରମଣ  । ଢାକାରେ ପରିବାରକୁ ଆକ୍ରମଣ ପରେ ତାଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ  । ଅଗ୍ନିକାଣ୍ଡରେ ୩୦୦୦ ହଜାରରୁ ଅଧିକ ବାଦ୍ୟଯନ୍ତ୍ର ଜଳିପୋଡି ଛାରଖାର ହୋଇଯାଇଛି  ।

ଶାସ୍ତ୍ରୀୟ ସଙ୍ଗୀତ ପାଇଁ ଦେଶ ପାଇଁ ଗୌରବ ଆଣିଥିବା ଆନନ୍ଦଙ୍କ ଘରକୁ ୨୦୨୩ ମସିହାରେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ବୁଲି ଆସିଥିଲେ ।ଆନନ୍ଦଙ୍କ ବାଦ୍ୟଯନ୍ତ୍ର ଦେଖି ଲୋକଗୀତ ଓ ସଂସ୍କୃତି ପ୍ରତି ବିମୋହିତ ହୋଇଥିଲେ ମାକ୍ରନ  । ଆନନ୍ଦଙ୍କ ବାଦ୍ୟଯନ୍ତ୍ର ସଂଗ୍ରହାଳୟ ବୁଲି ଦେଖିଥିଲେ ମାକ୍ରନ  ।

ଲୋକଗୀତ କଳାକାର ଆନନ୍ଦ ନିଜ ବାଦ୍ୟଯନ୍ତ୍ର ପାଇଁ ଲୋକପ୍ରିୟ ଅଟନ୍ତି  । ଦୁର୍ବୃତ୍ତ ମାନେ ଆକ୍ରମଣ କରିବା ସମୟରେ ତାଙ୍କ ବାସଭବନରେ ଥିବା ୩୦୦୦ରୁ ଊର୍ଦ୍ଧ୍ବ ବାଦ୍ୟଯନ୍ତ୍ର ପୋଡି ପାଉଁଶ ହୋଇଯାଇଛି  ।

‘ବଙ୍ଗବନ୍ଧୁ୍’ ଫିଲ୍ମର ପ୍ରଯୋଜକ ଓ ଅଭିନେତା ପୁତ୍ରଙ୍କୁ ବାଂଲାଦେଶରେ ହତ୍ୟା

ଢାକା: ବାଂଲାଦେଶୀ ପ୍ରଯୋଜକ ସଲିମ ଖାନ ଓ ତାଙ୍କ ଅଭିନେତା ପୁଅଙ୍କୁ ହତ୍ୟା  । ବଙ୍ଗବନ୍ଧୁ ଶୈଖ ମୁଜିବୁର ରେହମାନଙ୍କ ବାୟୋପିକ ନିର୍ମାଣ କରି ଚର୍ଚ୍ଚାରେ ଥିବା ପ୍ରଯୋଜକଙ୍କୁ ହତ୍ୟା କରାଯାଇଛି  ।

ପ୍ରଧାନମନ୍ତ୍ରୀ ଶୈଖ ହସିନାଙ୍କ ଇସ୍ତଫାର ଠିକ ପରେ ସଲିମ ଓବଂ ତାଙ୍କ ପୁଅ ଶାନ୍ତୋଙ୍କୁ ଚାତ୍ତୋଗ୍ରାମର ଚାନ୍ଦପୁରରେ ଟାର୍ଗେଟ କରାଯାଇଥିଲା  । ବାପା ପୁଅ ପ୍ରଥମେ ଗାଁ ଛାଡି ଫାରକବାଦ ଅଞ୍ଚଳକୁ ପଳାଇ ଆସିଥିଲେ  ।

ଫାଙ୍କାରେ ଗୁଳି ଚଲାଇ ବାପା ପୁଅଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ଦୁର୍ବୃତ୍ତ  । କିନ୍ତୁ ସେମାନେ ସେଠାରୁ କୌଶଳକ୍ରମେ ଖସି ଆସି ବାଗାବଜାର ଅଞ୍ଚଳରେ ପହଞ୍ଚିବା ପରେ ଏକ ଗୋଷ୍ଠୀ ସେମାନଙ୍କୁ ଧରି ନେଇ ହତ୍ୟା କରିଥିଲେ  ।

ଏହି କାରଣରୁ ଭିନେଶଙ୍କ ଓଜନ ଅଚାନକ ୨.୮ କିଲୋଗ୍ରାମ ବଢ଼ିଗଲା

ପ୍ୟାରିସ: ଅଲିମ୍ପିକ୍ସରେ ଭାରତୀୟ ଫ୍ୟାନଙ୍କୁ ବୁଧବାର ଦିନ ବଡ଼ ଝଟକା ଲାଗିଛି । ଭିନେଶ ଫୋଗଟଙ୍କୁ ଅଧିକ ଓଜନ କାରଣରୁ ଅଯୋଗ୍ୟ ଘୋଷଣା କରାଯାଇଛି । ଭିନେଶ ମହିଳା କୁସ୍ତିର ଫାଇନାଲ ଖେଳିବାର ଥିଲା । କିନ୍ତୁ ସେମିଫାଇନାଲ ପରେ ତାଙ୍କ ଓଜନ ଯେତେବେଳେ ମପା ଗଲା ସେତେବେଳେ ତାହା ନିର୍ଧାରିତ ସୀମାଠାରୁ ଅଧିକ ଥିଲା । ଏଠାରେ ତାଜୁବ କରିବା ଭଳି ତଥ୍ୟ ହେଉଛି ଯେ, ତାଙ୍କ ଓଜନ ପ୍ରଥମ ମୁକାବିଲା ପୂର୍ବରୁ ୫୦କିଲୋରୁ କମ ଥିଲା । ଯାହାକି ସେମିଫାଇନାଲ ପରେ ୫୨ କିଲୋ ହୋଇଯାଇଥିଲା ।

ଏଠାରେ ପ୍ରଶ୍ନ ଉଠୁଛି ଯେ, କେମିତି ସେମିଫାଇନାଲ ମ୍ୟାଚ ସରିବାର ମାତ୍ର କେଇ ଘଣ୍ଟା ପରେ ତାଙ୍କ ଓଜନ ବଢିଯାଇଥିଲା ? କୁହାଯାଉଛି ଯେ,ଭିନେଶଙ୍କ ଓଜନ ଏକ ବିବଶତା କାରଣରୁ ବଢ଼ିଛି । ଆସନ୍ତୁ ଜାଣିବା କେମିତି ତାଙ୍କ ଓଜନ ବଢିଲା ।

ଭିନେଶ ଫୋଗଟଙ୍କ ଓଜନ ମଙ୍ଗଳବାର ଦିନ ୪୯ କିଲୋ ୯ଶହ ଗ୍ରାମ ଥିଲା । ତାଙ୍କର ସାମାନ୍ୟ ଓଜନ ହେଉଛି ୫୭ କିଲୋ । ନିଜ ଓଜନକୁ ୫୦ କିଲୋ ଭିତରେ ରଖିବାକୁ ତାଙ୍କୁ ବହୁତ କିଛି କରିବାକୁ ପଡିଥିଲା । ଯାହାକି ବହୁତ କଷ୍ଟକର ଥିଲା । ରିପୋର୍ଟ ଅନୁସାରେ ବିନେଶ ସେମିଫାଇନାଲ ମ୍ୟାଚ୍ ପରେ ବହୁତ କମ ଖାଉଥିଲା । କିନ୍ତୁ ଏହାପରେ ତାଙ୍କର ଓଜନ ବଢ଼ିଯାଇଥିଲା । କୁହାଯାଉଛି ଯେ,ବିନେଶଙ୍କ ଓଜନ ୫୨,୭ କିଲୋ ଛୁଇଁଥିଲା । ଏଠାରେ ଉଲ୍ଲେଖନୀୟ ଯେ, ଫୋଗଟ କ୍ରମାଗତ ଭାବେ ତିନଟି ବାଉଟ୍ ଖେଳିବା ପରେ ଦୁର୍ବଳତା ଅନୁଭବ କରିଥିଲେ,ତେଣୁ ସେ ଅଳ୍ପ କିଛି ଖାଇଥିଲା । ଯାହା ତାଙ୍କ ପାଇଁ କାଳ ହୋଇଥିଲା । ବିଶେଷଜ୍ଞଙ୍କ ଅନୁସାରେ ତାଙ୍କ ଅଳ୍ପଖାଇବା ଦ୍ୱାରା ଶରୀର ତୁରନ୍ତ ପୁରୁଣା ଓଜନ ଫେରିପାଇଥିଲା ।

କେଶ-ନଖ କାଟିଥିଲେ,ରକ୍ତ କାଢ଼ିଥିଲେ

ଓଜନ କମ କରିବାକୁ ବିନେଶ ବହୁତ କିଛି କରିଥିଲେ । ରିପୋର୍ଟ ଅନୁସାରେ ସେ ଓଜନ କମ କରିବା ପାଇଁ ନିଜ କେଶ ସହିତ ନଖ କାଟିଥିଲେ । ଏମିତିକି ଶରିରରୁ ରକ୍ତ ମଧ୍ୟ କାଢିଥିଲେ । ଘଣ୍ଟାଘଣ୍ଟା ଧରି ସୋନା ରୁମରେ ବସି ରହିଥିଲେ । ଦୌଡ଼ିବା ସହିତ ସ୍କିପିଂ ଓ ସାଇକେଲିଂ ମଧ୍ୟ କରିଥିଲେ । ଏହାସତ୍ୱେ ତାଙ୍କ ଓଜନ ନିର୍ଧାରିତ ସୀମରୁ ୧୦୦ ଗ୍ରାମ ଅଧିକ ହୋଇଥିଲା ।