ନନ୍ଦିଘୋଷ ବ୍ୟୁରୋ: ବୁଧବାର ଭାରତ ବନ୍ଦ ଡାକରା ଦିଆଯାଇଥିବାବେଳେ ଦେଶର ବିଭିନ୍ନ ରାଜ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଆନ୍ଦୋଳନକାରୀଙ୍କୁ ହଟାଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଲାଠିମାଡ଼ ମଧ୍ୟ କରାଯାଇଛି । ତେବେ ପୋଲିସ ଲାଠିମାଡ଼ କରିଥିବାବେଳେ ଖୋଦ ଏସଡିଏମ ମଧ୍ୟ ଲାଠିମାଡ଼ ଖାଇଥିବାର ଏକ ଭିଡିଓ କ୍ୟାମେରାରେ କଏଦ ହୋଇଛି । ଯାହାକି ସୋସିଆଲ ମିଡିଆରେ ବେଶ ଭାଇରାଲ ମଧ୍ୟ ହୋଇଛି । ତେବେ ଏହି ଭିଡିଓଟି ଆସିଛି ବିହାରର ପାଟନାରୁ । ଯେଉଁଥିରେ ଏସଡିଏମ ଶ୍ରୀକାନ୍ତଙ୍କୁ ଲାଠିମାଡ଼ ଖାଇଥିବା ଦେଖିବାକୁ ମିଳିଛି । ଅଶାନ୍ତ କରୁଥିବା ଆନ୍ଦୋଳନକାରୀଙ୍କ ଉପରେ ଲାଗିମାଡ଼ ହୋଇଛି ।
ଅଳିଆ ଆମଦାନୀ କରି ବିଦ୍ୟୁତ ଉତ୍ପାଦନ କରୁଛି ସ୍ୱିଡେନ୍
ନନ୍ଦିଘୋଷ ବ୍ୟୁରୋ: ଅଳିଆ ଆବର୍ଜନା ମୁକ୍ତ ପାଇଁ ଭାରତରେ ସ୍ୱଛ ଭାରତ ଅଭିଯାନ ଆରମ୍ଭ ହୋଇ ୧୦ ବର୍ଷରୁ ଅଧିକ ହେଲାଣି । ଏହା ଭିତରେ ଭାରତ କେତେ ସଫା ହେଇଛି ତା’ ସମସ୍ତେ ଜାଣନ୍ତି । ଅଳିଆକୁ ଭାରତରେ କେବଳ ଅଳିଆ ବୋଲି ଗଣାଯାଏ । ଅଳିଆରୁ ଅର୍ଥ ଉପାର୍ଜନ ହୋଇପାରେ ଏହା ହୁଏତ ଆମେ ଏଯାଏଁ ଜାଣି ପାରିନାହୁଁ । ତେଣୁ ଭାରତ ଅଳିଆ ଅବର୍ଜନାରେ ଭର୍ତ୍ତି ।
ଅଳିଆ କେତେ କାମର ତାହା ସୁଇଡେନର ଉଦାହରଣ ନେଲେ ଜଣା ପଡ଼ିବ । ସୁଇଡେନରେ ସଫେଇ ଏତେ ଦମଦାର ଯେ,ସେଠାରେ ଏବେ ଅଳିଆ ଖୋଜିଲେ ବି ମିଳୁନି । ଅଳିଆ ନମିଳିବାରୁ ସୁଇଡେନର ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ଗୁଡିକ ବନ୍ଦ ହେବା ପରିସ୍ଥିତିକୁ ଆସିଯାଇଥିଲା । କାରଣ ସୁଇଡେନ୍ ଅଳିଆରୁ ବିଦ୍ୟୁତ୍ ଉତ୍ପାଦନ ପାଇଁ ଏନର୍ଜି ପ୍ଲାଣ୍ଟ ସ୍ଥାପନ କରିଥିଲା । କିନ୍ତୁ ଅଳିଆ ନ ମିଳିବାରୁ ସେ ପ୍ଲାଣ୍ଟ ସବୁ ବନ୍ଦ ହେବାକୁ ବସିଥିଲା ।
ଏହି ସମୟରେ ସୁଇଡେନ ସରକାର ନରୱେକୁ ସାହାଯ୍ୟ ମାଗିଥିଲେ । ନରୱେ ସରକାର ନିଜ ଦେଶର ଅଳିଆକୁ ସୁଇ଼ଡେନକୁ ପଠାଇଥିଲେ । ତେବେ ମାଗଣାରେ ନୁହେଁ । ଏଥିପାଇଁ ନରୱେ ଅର୍ଥ ନେଇଥିଲା । ଏବେ ଭାବନ୍ତୁ ଅଳିଆ କେତେ କାମର.. ଆଉ ଆପଣ କ’ଣ ଭାବୁଛନ୍ତି.. ଭାରତ ସରକାର ସୁଇଡେନ ସହିତ ଯୋଗାଯୋଗ କରି ନିଜ ଅଳିଆ ଏକ୍ସପୋର୍ଟ କରିବା ଉଚିତ କି ? ମତାମତ ଦିଅନ୍ତୁ
କାହିଁକି ନାଗ ମୃତ୍ୟୁର ପ୍ରତିଶୋଧ ନିଏ ନାଗୁଣୀ ?
ନନ୍ଦିଘୋଷ ବ୍ୟୁରୋ: ଭାରତରେ ନାଗ ନାଗୁଣୀକୁ ନେଇ ଅନେକ ଲୋକକଥା ରହିଛି । ଯଦି ନାଗକୁ ହତ୍ୟା କରାଯାଏ ତା ଆଖିରେ ହତ୍ୟା କରିଥିବା ଲୋକର ଫଟୋ ଉଠିଯାଏ । ଏହା ପରେ ନାଗୁଣୀ ନିଜ ପାର୍ଟନର ମୃତ୍ୟୁର ପ୍ରତିଶୋଧ ନିଶ୍ଚୟ ନେଇଥାଏ । ଏହି କାରଣରୁ ଆଜି ବି ନାଗ ନାଗୁଣୀକୁ ମାରିଦେବା ପରେ ତା ମୁଣ୍ଡକୁ ନଷ୍ଟ କରିଦିଆଯାଏ ନଚେତ ପୋତି ଦିଆଯାଇଥାଏ । ବଲିଉଡର ଅନେକ ଫିଲ୍ମ ନାଗ ନାଗୁଣୀ ପ୍ରତିଶୋଧ ଉପରେ ଆଧାରିତ । ପ୍ରାୟତଃ କାହାଣୀରେ ନାଗୁଣୀ ପ୍ରତିଶୋଧ ନେଉଥିବା ଦେଖିବାକୁ ମିଳେ । କିନ୍ତୁ ନାଗୁଣୀର ପ୍ରତିଶୋଧ କାହାଣୀକୁ ନେଇ ଠିକ ଓଲଟା ତଥ୍ୟ ଦିଏ ବିଜ୍ଞାନ ।
ମିଶନ ସ୍ନକ ଡେଥ୍ ଫ୍ରି ଇଣ୍ଡିଆର କୋଡିନେଟର ଡ. ଆଶିଷ ତ୍ରିପାଠୀଙ୍କ କହିବାନୁସାରେ ନାଗ ନାଗୁଣୀ ପ୍ରତିଶୋଧ ନେବା କାହାଣୀ ବିଜ୍ଞାନ ମୁତାବକ ସମ୍ଭବ ନୁହେଁ । ନାଗ ବା ନାଗୁଣୀ ଆଖିରେ କୌଣସି ଫଟୋ ଷ୍ଟୋର ହୋଇପାରେ ନାହିଁ । ନାଗୁଣୀର ପ୍ରତିଶୋଧ କାହାଣୀ ସମ୍ପୂର୍ଣ୍ଣ ରୂପେ ମନଗଢା । ଏହା ପଛରେ ଆଉ କିଛି ବୈଜ୍ଞାନିକ କାରଣ ରହିଛି ।
ଡାକ୍ତରଙ୍କ ଅନୁସାରେ ସାପ ବା ଅନ୍ୟ ଜୀବଜନ୍ତୁଙ୍କ ଶରୀରରେ ଫେରୋମୋନ୍ସ ରହିଥାଏ । ଫେରୋମୋନ ହେଉଛି ଜୀବଜନ୍ତୁଙ୍କ ଦ୍ବାରା ନିର୍ଗତ ହେଉଥିବା ରସାୟନିକ ସଙ୍କେତ । ନାଗ ନାଗୁଣୀ ପ୍ରତିଶୋଧ ନେବା କାହାଣୀ ପଛରେ ଫେରୋମୋନ୍ସ ହି କାମ କରିଥାଏ । ଯେତେବେଳେ ନାଗ ବା ନାଗୁଣୀକୁ ହତ୍ୟା କରାଯାଏ ,ସେହି ସମୟରେ ସେମାନେ ପରିସ୍ରା କରିଥାନ୍ତି । ଏହି ପରିସ୍ରାରେ ଫେରୋମୋନ୍ସ ଥାଏ । ଜୀବନ୍ତ ଥିବାବେଳେ ଫେରୋମୋନ୍ସ ଅଲଗା ଥିବା ବେଳେ ମୃତ୍ୟୁ ପରେ ଏହା ଭିନ୍ନ ହୋଇଥାଏ । ଏହା ପରେ ଫେରୋମୋନ୍ସ ଶୁଙ୍ଘି ଅନ୍ୟ ନାଗ ବା ନାଗୁଣୀ ଜାଣିପାରନ୍ତି ଯେ ଏଠାରେ ଆମର କୌଣସି ସାଥୀଙ୍କୁ ମରାଯାଇଛି ।
ନାଗର ଫେରୋମୋନ୍ସକୁ ଅନୁଭବ କରିବା ପରେ ନାଗୁଣୀ ଆକ୍ରୋଶିତ ହୋଇପଡେ । ଏଭଳି ସ୍ଥଳେ ଯେଉଁ ବି ମଣିଷ ନାଗୁଣୀ ସାମନାକୁ ଆସେ ନାଗୁଣୀ ତାକୁ ମାରିବାକୁ ଚେଷ୍ଟା କରିଥାଏ । ଏହା ପଛରେ ବି ଆଉ ଏକ କାରଣ ରହିଛି । ସେହି ଅଞ୍ଚଳରେ ବୁଲାବୁଲି କରୁଥିବା ନାଗ ନାଗୁଣୀ ନିଜକୁ ଅସୁରକ୍ଷିତ ମନେ କରିଥାନ୍ତି । ଯେଉଁ କାରଣରୁ ଯେ କେହି ବି ମମିଷ ନାଗ ନାଗୁଣୀ ସାମନାକୁ ଆସିଲେ ତାକୁ ସେମାନେ ଟାର୍ଗେଟ କରିଥାନ୍ତି ।
ସେହିପରି ନାଗ ବା ନାଗୁଣୀକୁ ମାରିବା ପରେ ସାଧାରଣତଃ ଲୋକେ ଏହାକୁ ପୋତି ଦିଅନ୍ତି ବା ଜଳାଇ ଦେଇଥାନ୍ତି । ଏହା କରିବା ସତ୍ତ୍ବେ ବି ଘଟଣାସ୍ଥଳରେ ଫେରୋମୋନ୍ସ ମହଜୁଦ ଥାଏ । ଯାହାକୁ ନାଗ ବା ନାଗୁଣୀ ଶୁଙ୍ଘିକରି ସାଥୀଙ୍କୁ ମରାଯାଇଥିବା ଜାଣିପାରେ ।
ଖୁବଶୀଘ୍ର ହାତକୁ ଦି ହାତ ହେବେ ରାହୁଲ ଗାନ୍ଧୀ !
ନୂଆଦିଲ୍ଲୀ: ହାତକୁ ଦି ହାତ ହେବେ ଏଲିଜେବଲ ବ୍ୟାଚେଲର ରାହୁଲ ଗାନ୍ଧୀ । ଖୁବଶୀଘ୍ର ଗାନ୍ଧୀ ପରିବାରରେ ବାଜିବ ସାହନାଇ । ସାମିଲ ହେବେ ନୂଆ ସଦସ୍ୟ । ମହିଳା ଫ୍ୟାନ୍ସଙ୍କୁ ନିରାଶ କରି ପ୍ରନିତିଙ୍କ ହାତ ଧରିବେ ରାହୁଲ । ବହୁ ପ୍ରତୀକ୍ଷା ପରେ ଗାନ୍ଧୀ ପରିବାରକୁ ମିଳିବ ନୂଆ ବୋହୂ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ସଂଶୟ ଜାରି ରହିଥିବାବେଳେ ଏବେ ଏଥିରେ ପୂର୍ଣ୍ଣଚ୍ଛେଦ ପଡିବ । ଆଜ୍ଞା ହଁ ଆପଣ ଠିକ ଶୁଣିଲେ । ଜୀବନସାଥୀ ବାଛି ନେଇଛନ୍ତି ରାହୁଲ । ଏକଥା ଆମେ କହୁନାହୁଁ ରାହୁଲ ଓ ପ୍ରଣିତିଙ୍କ ବିବାହ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି ।
ପ୍ରେମରେ ଉବୁଟୁବୁ ରାହୁଲଙ୍କ ଚୋରା ପିରତି ଏବେ ସମସ୍ତଙ୍କ ନଜରରେ ଆସିଛି । ଏହି ଦେଖୁ ନାହାନ୍ତି କେମିତି ଏକ ସାଧାରଣ ସଭାରେ ରାହୁଲ କହୁଛନ୍ତି ଯେ ଖୁବଶୀଘ୍ର ମୁଁ ବାହା ହେବି । ରାହୁଲଙ୍କ ଏହି ହସରୁ ବୁଝିବା ଲୋକେ ନିଶ୍ଚୟ ବୁଝୁଥିବେ ।
ରାହୁଲଙ୍କ ଭାରତ ଯୋଡୋ ଯାତ୍ରା ହେଉ କି ସଂସଦ ଭବନ ଦୁହିଁଙ୍କୁ ଏବେ ଚାରିଆଡ଼େ ଏକାଠି ଦେଖିବାକୁ ମିଳୁଛି । ନବନିର୍ବାଚିତ ସାଂସଦ ସଂସଦରେ ଶପଥ ନେବା ବେଳର ଦୃଶ୍ୟ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ମହାରାଷ୍ଟ୍ର ସୋଲାପୁର ଆସନରୁ ନିର୍ବାଚନ ଜିତିଥିବା ପ୍ରଣିତି ସିନ୍ଦେଙ୍କ ସାମନା ସିଟ୍ରେ ବସିଥିଲେ ରାହୁଲ ଗାନ୍ଧୀ । ରାହୁଲଙ୍କୁ ଦେଖି ପ୍ରଣିତି ନମସ୍କାର ଜଣାଇଥିବା ବେଳେ ହାତ ବଢାଇ ଦେଇଥିଲେ ରାହୁଲ । ପ୍ରଣିତି ରାହୁଲଙ୍କ ସହ କରମର୍ଦ୍ଦନ କରି ଶପଥ ନେବାକୁ ଯାଇଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ରାହୁଲ ଓ ପ୍ରଣିତିଙ୍କ ପ୍ରେମ ସମ୍ପର୍କକୁ ନେଇ ସୋସିଆଲ ମିଡିଆ ୟୁଜର ଟୁପୁରୁ ଟାପୁରୁ ହେଲେଣି ।
କେବଳ ସେତିକି ନୁହେଁ ତେଲାଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀଙ୍କ ଶପଥ ଗ୍ରହଣ ସମାରୋହରେ ଏକାଠି ଦେଖିବାକୁ ମିଳିଥିଲେ ରାହୁଲ ପ୍ରଣିତି । ଦୁହେଁ ଆଗପଛ ହୋଇ ବସିଥିବା କ୍ୟାମେରାରେ କଏଦ ହୋଇଥିଲା । ରାହୁଲ ପ୍ରିୟଙ୍କାଙ୍କ ବ୍ୟତୀତ ପ୍ରଣିତିଙ୍କ ଉପରେ ସବୁ ଫୋକସ ହୋଇଥିଲା । ସୋସିଆଲ ମିଡିଆରେ ଏହି ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।
କିଏ ଏହି ପ୍ରଣିତି ସିନ୍ଦେ?
ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ସିନ୍ଦେଙ୍କ ଏକମାତ୍ର ଝିଅ ପ୍ରଣିତି । ସୋଲାପୁର ଆସନରୁ ତିନି ଥର ବିଧାୟକ ରହିବା ପରେ ଚଳିତ ନିର୍ବାଚନରେ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ମହାରାଷ୍ଟ୍ର କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି ପ୍ରଣିତି ।
ଏତେ ସବୁ ଚର୍ଚ୍ଚା ମଧ୍ୟରେ ଦୁହିଁଙ୍କ ସମ୍ପର୍କ ଓ ବିବାହକୁ ନେଇ କିନ୍ତୁ ମୁହଁ ଖୋଲି ନାହାନ୍ତି ରାହୁଲ କି ପ୍ରଣିତି । ଦେଖାଯାଉ ଏହି ସମ୍ପର୍କ କେବେ ବିବାହରେ ପରିଣତ ହେଉଛି କେବେ ରାହୁଲ ତାଙ୍କ ପ୍ରଶଂସକଙ୍କୁ ଖୁସି ଖବର ଦେଉଛନ୍ତି ।

