spot_img
Home Blog Page 1670

୪୮୦ ବୋତଲ କଫ୍ ସିରପ ଜବତ, ଜଣେ ଯୁବତୀ ଗିରଫ

ବରଗଡ଼ : ବରଗଡ଼ ସିଏସି ନିକଟରୁ ୪୮୦ ବୋତଲ କଫ୍ ସିରପ ଜବତ । ଘଟଣାରେ ଜଣେ ଯୁବତୀ ଗିରଫ । ବରଗଡ଼ ଟାଉନ ଥାନା ପୋଲିସ ଦ୍ବାରା ଜବତ କରାଯାଇଛି କଫ୍ ସିରପ। ଗିରଫ ଅଭିଯୁକ୍ତ ଯୁବତୀ ଜଣକ ସମ୍ୱଲପୁର ସହରର ଏନ୍ ଗୁଆ ଗଲି ହୋଇଥିବା ବେଳେ ବରଗଡ଼ ନଦୀପଡ଼ା ଡାଙ୍ଗ ଅଞ୍ଚଳରେ ସେ ରହୁଛନ୍ତି। ତେବେ ଗିରଫ ଅଭିଯୁକ୍ତଙ୍କ କଫ୍ ସିରପ ସିହ ଦୁଇଟି ସ୍କୁଟି, ୧୦ ଷ୍ଟ୍ରିପ ନାଇଟ୍ରୋଜେନ୍ ବଟିକା ଓ ନଗଦ ଏକ ଲକ୍ଷ ୪ ହଜାର ପାଞ୍ଚଶହ ଟଙ୍କା ଜବତ କରାଯାଇଥିବା ଟାଉନ ଥାନା ପୋଲିସ ପକ୍ଷରୁ ସୁଚନା ଦିଆଯାଇଛି।

ଆଜି ରାଜ୍ଯ କ୍ଯାବିନେଟ ବୈଠକ

ଭୁବନେଶ୍ବର : ଆଜି ରାଜ୍ଯ କ୍ଯାବିନେଟ ବୈଠକ ବସିବାର ଅଛି । ସଂଧ୍ଯାରେ ଏହି କ୍ଯାବିନେଟ ବୈଠକ ବସିବାର ଅଛି। ମୁଖ୍ଯମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ଯକ୍ଷତାରେ ହେଉଥିବା ଏହି ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ସରକାର। ଅନେକ ପ୍ରସ୍ତାବ ଉପରେ ବାଜିପାରେ କ୍ଯାବିନେଟର ମୋହର।

ଚାନ୍ଦିପୁରରୁ କ୍ଷେପଣାସ୍ତ୍ର ପରୀକ୍ଷଣ ନେଇ ପ୍ରସ୍ତୁତି ଚୁଡାନ୍ତ

ବାଲେଶ୍ବର: ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଆଜି ଏକ କ୍ଷେପଣାସ୍ତ୍ର ପରୀକ୍ଷଣ ହେବାର ଅଛି। ୩ ନମ୍ବର ଲଞ୍ଚପ୍ୟାଡରୁ ଏହି ପରୀକ୍ଷଣ   ହେବ। ଏହାର ଲକ୍ଷ୍ଯକ୍ଷେଦ କ୍ଷମତା ଅଛି ୨୩୦ କିଲୋମିଟର। ସକାଳ ୧୦ଟାରେ ପରୀକ୍ଷଣ ହେବାର ଥିବାରୁ ସୁରକ୍ଷା ଯୋଗୁଁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ଲଞ୍ଚପ୍ୟାଡର ୩ କିଲୋମିଟର ଦୂରତା ମଧ୍ୟରେ ଥିବା ଜୟଦେବକସବା, ଭୀମପୁର, ସାହାଜନଗର, କୁସୁମୁଳୀ, ଖଡୁପାହି, ତୁଣ୍ଡୁରା, ଛଚିନା, ଦୋମୁହାଁପାଟଣା, କଣ୍ଡର୍ଦ୍ଦା ଓ ବର୍ଦ୍ଧନପୁର ଗାଁର ୧୦ ହଜାର ଲୋକଙ୍କୁ ଅସ୍ଥାୟୀ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ କ୍ଷତିପୂରଣ ମଧ୍ୟ ଦିଆଯିବ। ମିସାଇଲ ପରୀକ୍ଷଣ ପରେ ଲୋକେ ପୁଣି ନିଜ ନିଜ ଘରକୁ ଫେରିବେ।

ଗୌତମ ଗମ୍ଭୀରଙ୍କ ପରେ ବର୍ତ୍ତମାନ କୋଚ୍ ହେବେ ଯୁବରାଜ ସିଂ, ବର୍ଷା ହେବ କୋଟି କୋଟି ଟଙ୍କା !

ନନ୍ଦିଘୋଷ ବ୍ୟୁରୋ:  ଟିମ୍ ଇଣ୍ଡିଆକୁ ୨ଟି ବିଶ୍ୱକପ୍ ଜିତାଇଥିବା ଯୁବରାଜ ସିଂ ବର୍ତ୍ତମାନ ଆଇପିଏଲରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଯୁବରାଜ ସିଂ ଗୁଜରାଟ ଟାଇଟନ୍ସର ମୁଖ୍ୟ କୋଚ୍ ହୋଇପାରିବେ । କୁହାଯାଉଛି ଯେ, ଗୁଜୁରାଟ ଟାଇଟାନ୍ସର କୋଚ୍ ଆଶିଷ ନେହେରା ଏବଂ ନିର୍ଦ୍ଦେଶକ ବିକ୍ରମ ସୋଲାଙ୍କି ଦଳ ଛାଡିପାରନ୍ତି। ଏହି ବଡ ଫଇସଲା ଆଇପିଏଲ୍ ୨୦୨୫ ମେଗା ନିଲାମ ପୂର୍ବରୁ ହୋଇପାରେ  । ସୁଚନା ଅନୁଯାୟୀ, ବର୍ତ୍ତମାନ ଗୁଜୁରାଟ ଟାଇଟନ୍ସ ମ୍ୟାନେଜମେଣ୍ଟ ଯୁବରାଜ ସିଂଙ୍କ ସହ ଯୋଗାଯୋଗ କରିଛି।

ସମ୍ପ୍ରତି ଯୁବରାଜ ସିଂ ସମଗ୍ର ବିଶ୍ୱରେ ଅବସରପ୍ରାପ୍ତ ଖେଳାଳିଙ୍କ ଲିଗରେ ଭାଗ ନେଉଛନ୍ତି। କିନ୍ତୁ ବର୍ତ୍ତମାନ ବିଶ୍ୱାସ କରାଯାଉଛି ଯେ ତାଙ୍କୁ ଜଣେ ପ୍ରଶିକ୍ଷକ ଭୂମିକାରେ ଦେଖିବାକୁ ମିଳିବ। ତେବେ ଆଇପିଏଲରେ ଯୁବରାଜ ସିଂଙ୍କର ମଧ୍ୟ ଭଲ ଅଭିଜ୍ଞତା ରହିଛି। ୟୁଭି ୧୩୨ ଆଇପିଏଲ୍ ମ୍ୟାଚରେ ୨୭୫୦ ରନ୍ ସଂଗ୍ରହ କରିଛନ୍ତି  । ଏହାରି ଭିତରେ ୟୁଭିଙ୍କ ବ୍ୟାଟରୁ ୧୩ ଅର୍ଦ୍ଧ ଶତକ ମଧ୍ୟ ଆସିଥିଲା ​​ । ଯୁବରାଜ ପଞ୍ଜାବ, ହାଇଦ୍ରାବାଦ, ପୁଣେ ୱାରିୟର୍ସ, ଆରସିବି, ମୁମ୍ବାଇ ଇଣ୍ଡିଆନ୍ସ ଭଳି ଦଳ ପାଇଁ ମଧ୍ୟ ଖେଳିଛନ୍ତି ।

ଯଦି ଯୁବରାଜ ସିଂ ଗୁଜୁରାଟ ଟାଇଟନ୍ସର ମୁଖ୍ୟ କୋଚ୍ ହୁଅନ୍ତି, ତେବେ ସେ ବିପୁଳ ପରିମାଣର ଅର୍ଥ ପାଇବେ। ଯଦି ଏକ ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ଗୁଜୁରାଟ ଟାଇଟନ୍ସ ଆଶିଷ ନେହେରାଙ୍କୁ ପ୍ରତି ସିଜନରେ ୩.୫କୋଟି ଟଙ୍କା ଦେଉଥିଲା। ଯୁବରାଜଙ୍କ ପାଇଁ ଏହି ପରିମାଣ ବୃଦ୍ଧି ହୋଇପାରେ ।

 

ଫିଟନେସ୍ ନଥିଲେ ଅଟକିବ ଗାଡ଼ି, ଜରିମାନା ସହ ଗାଡ଼ିକୁ ଅଟକାଇବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ଫିଟନେସ ନଥିଲେ ଅଟକିବ ଗାଡ଼ି। ଜରିମାନା ସହ ଗାଡ଼ିକୁ ଅଟକ ରଖିବେ ପରିବହନ ବିଭାଗ କର୍ତ୍ତୃପକ୍ଷ। ଏ ନେଇ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ। ସଡକ ଦୁର୍ଘଟଣା ହ୍ରାସ ଓ ଯାତ୍ରୀ ସୁରକ୍ଷାକୁ ନେଇ କଡାକଡି ନିୟମ ପାଳନ କରିବାକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।ଏଣିକି ବିନା ଫିଟନେସ ଓ ପଞ୍ଜିକରଣରେ ଚାଲୁଥିବା ଗାଡି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଜରିମାନା ସହ ଆଇନ ଅନୁଯାୟୀ ଗାଡିକୁ ଜବତ କରି ମାମଲା ରୁଜୁ କରିବା ସହ ବେଆଇନ ଗାଡିକୁ ଅଟକ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫିଟନେସ ଓ ପଞ୍ଜିକରଣ ବୈଧତା ସରିଥିବା ଗାଡିର ତାଲିକା ପ୍ରସ୍ତୁତ କରିବେ ଏମଭିଆଇ। ଏହି ନିର୍ଦ୍ଦେଶ କ୍ରମେ ରାଜ୍ୟ ପରିବହନ କମିଶନର ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ଏହି ସବୁ ନିୟମକୁ କଡାକଡି ଭାବେ ଗ୍ରହଣ କରାଯିବ। ସାରା ରାଜ୍ୟରେ ଫିଟନେସ ଓ ରେଜିଷ୍ଟ୍ରସନ ସାର୍ଟିଫିକେଟ ଯାଞ୍ଚ କରିବାକୁ ସମସ୍ତ ଉପ ପରିବହନ ଆୟୁକ୍ତ ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୮ ଅନୁଯାୟୀ ବାଣିଜ୍ୟ ଗାଡି ଗୁଡିକ ନିମନ୍ତେ ବୈଧ ପଞ୍ଜୀକରଣ ଓ ଫିଟନେସ ସାର୍ଟିଫିକେଟ ବାଧ୍ୟତା ମୂଳକ ରହିଛି। ଏହା ନଥିଲେ ଗାଡି ରାସ୍ତାରେ ଚାଲିବାକୁ ଅନୁମତି ମିଳିବନି। ଏ ସଂକ୍ରାନ୍ତରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଗୁରୁତ୍ଵପୂର୍ଣ୍ଣ ନିର୍ଦ୍ଦେଶ ଜାରି କରାଯାଇଛି।

ଶମ୍ଭୁ ବର୍ଡର ଖୋଲିବା ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

ନନ୍ଦିଘୋଷ ବ୍ୟୁରୋ : ଚାଷୀ ଆନ୍ଦୋଳନ ପାଇଁ ବନ୍ଦ ଥିବା ଶମ୍ଭୁ ବର୍ଡର ଖୋଲିବା ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି। ଗତକାଲି ଏହି ପ୍ରସଙ୍ଗରେ ଶୁଣାଣି ହେବାର ଥିଲା। ଆଜି ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ମାମଲାରେ ତୁରନ୍ତ ଶୁଣାଣି କରିବାକୁ ଦାବି କରିଥିଲେ ହରିଆଣା ସରକାର। ଯାହାକୁ ନେଇ ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ଶମ୍ଭୁ ବର୍ଡର ଖୋଲିବାକୁ ପଞ୍ଜାବ ଓ ହରିଆଣା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ନିଷ୍ପତ୍ତିକୁ ଚ୍ଯାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା ହରିଆଣା। ନିଟ୍ ମାମଲା ଶୁଣାଣି ପ୍ରସଙ୍ଗ ନେଇ ସଲିସିଟର ଜେନେରାଲ ବ୍ୟସ୍ତ ରହିଥିବା ଯୋଗୁଁ ଏହି ମାମଲାରେ ଆଜି ଶୁଣାଣି ହେବ। ଆଇନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ଆଶଙ୍କା କରି ହାଇକୋର୍ଟଙ୍କ ରାୟ ବିରୋଧରେ ସର୍ବୋଚ୍ଚ ନ୍ଯାୟାଳୟରେ ଚ୍ଯାଲେଞ୍ଜ କରିଛି ହରିଆଣା। ରାଜ୍ୟରେ ଆଇନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିବା ଅଭିଯୋଗ କରି ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇବାକୁ ଦାବି କରିଛି ହରିଆଣା। ହାଇକୋର୍ଟଙ୍କ ଅନ୍ତରୀଣ ରାୟ ଉପରେ ରୋକ ଲଗାଇବାକୁ ଦାବି କରିଛି ହରିଆଣା। ଏହି ରାୟନେଇ ହରିଆଣାରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ନେଇ ଗମ୍ଭୀର ପ୍ରତିକୂଳ ପ୍ରଭାବ ପଡିପାରେ। ଶମ୍ଭୁ ସୀମାନ୍ତ ସହ ଏହାର ଆଖପାଖରେ ବସବାସ କରୁଥିବା ନାଗରିକଙ୍କ ପ୍ରତି ବିପଦ ଥିବା ଆଶଙ୍କା କରିଥିଲେ। ସମ୍ବିଧାନର ବିଧି ବ୍ୟବସ୍ଥା ମଧ୍ୟରେ ରାଜ୍ୟ ସରକାର ନାଗରିକଙ୍କ ସୁରକ୍ଷା ନେଇ ପ୍ରତିଶ୍ରୁତିବଦ୍ଧ। ଏହି ସମସ୍ତ କାରଣ ଦର୍ଶାଇ ମାମଲାରେ ଶୁଣାଣି କରିବାକୁ ଦାବି କରିଥିଲା ହରିଆଣା ସରକାର। ଏହି ମାମଲାରେ ଗତ ୨୨ ତାରିଖରେ ଶୁଣାଣି କରିବାକୁ ସମୟ ଧାର୍ଯ୍ୟ କରିଥିଲେ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ବେଞ୍ଚ। ଆଜି ଏହି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ହେବ।

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ଆଉ ୪ ଦିନ ଭିଜିବ ଓଡ଼ିଶା

ଭୁବନେଶ୍ବର : ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଭିଜିବ ଓଡ଼ିଶା। ରାଜ୍ୟରେ ମୌସୁମୀ ସକ୍ରିୟ ଥିବା କାରଣରୁ ଆଜି ସମେତ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେପଟେ ଝାଡଖଣ୍ଡ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ରହିଛି l ଏହାର ପ୍ରଭାବରେ ୪ଦିନ ବର୍ଷା ଜାରି ରହିବ l ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାର କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, ରାୟଗଡା, ନୂଆପଡା, ସମ୍ବଲପୁର, ଝାରସୁଗୁଡା, ବୌଦ୍ଧ, କନ୍ଧମାଳ, କଟକ, ପୁରୀ, ଯାଜପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୨୪ ଘଣ୍ଟାରେ ମଧ୍ୟରେ ଅନୁଗୁଳରେ ସର୍ବାଧିକ ୧୦୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ

ପୁରୀ : ଆଜି ଶ୍ରାବଣ ମାସ କୃଷ୍ଣ ପକ୍ଷ ତୃତୀୟା ତିଥିରେ ଶ୍ରୀ ବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ।ଦତ୍ତ ମହାପାତ୍ର ସେବକ ମାନଙ୍କ ଦ୍ୱାରା ଏହି ଗୁପ୍ତ ନୀତି ସମ୍ପାଦନ କରାଯିବ। ପ୍ରାକୃତିକ ରଙ୍ଗରେ ଶ୍ରୀଜୀଉ ମାନଙ୍କର ଶ୍ରୀମୁଖ ଶୃଙ୍ଗାର କରାଯିବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ସନ୍ଧ୍ୟା ୬ ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ବନକଲାଗି ନୀତି ଅତ୍ୟନ୍ତ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଚତୁର୍ଦ୍ଧା ମୂରତିଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। କିନ୍ତୁ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନର ସୌଭାଗ୍ୟ ପାଇବେ ଭକ୍ତ ଶ୍ରଦ୍ଧାଳୁ । ସଂଧ୍ଯା ସମୟରେ ବନକଲାଗି ନେଇ ଦର୍ଶନ ବନ୍ଦ ରହୁଥିବାରୁ ଦିନବେଳା ଭକ୍ତଙ୍କ ପ୍ରବଳ ସମାଗମ ସମ୍ଭାବନା ରହିଛି।

ତୃତୀୟ ଦିନରେ ମଧ୍ୟ ଗୃହ ସରଗରମ ହେବା ସମ୍ଭାବନା

ଭୁବନେଶ୍ବର :  ବିଧାନସଭା ଅଧିବେଶନର ଆଜି ତୃତୀୟ ଦିନ। ଆଜି ତୃତୀୟ ଦିନରେ ମଧ୍ୟ ଗୃହ ସରଗରମ ହେବା ସମ୍ଭାବନା ରହିଛି। ଦୁଇ ଦିନ ଧରି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରୁଛନ୍ତି। ତୃତୀୟ ଦିନରେ ମଧ୍ୟ ଏହି ପ୍ରସଙ୍ଗ ନେଇ ସରଗରମ ହୋଇପାରେ ଗୃହ। ଅନ୍ଯପଟେ ଉପବାଚସ୍ପତି ନିର୍ବାଚନ ଆଜି ଅନୁଷ୍ଠିତ ହେବ। ଏଥିପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ବିଜେପିର ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ନାମାଙ୍କନ ଦାଖଲ କରିଛନ୍ତି। ଏହାସହ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ଯବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ। ଆଜି ବିଧାନସଭା ଅଧିବେଶନର ତୃତୀୟ ଦିନରେ କୃଷି ଓ କୃଷକ ସଶକ୍ତୀକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ଯାଣ, ଶକ୍ତି, ସମବାୟ, ମତ୍ସ୍ଯ ଓ ପ୍ରାଣୀ ସମ୍ପଦ ବିକାଶ, ବୟନ ଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ, ଏମଏସଏମଇ, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନକାଳ ରହିଛି। ବିରୋଧୀ କଂଗ୍ରେସ ମୁତଲବୀ ପ୍ରସ୍ତାବ ଦେଇଛି।

ଭିଜିଲାନ୍ସ ଜାଲରେ ସରପଞ୍ଚ

ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ଜାଲରେ ସରପଞ୍ଚ ଓ ତାଙ୍କ ସ୍ବାମୀ । କଣିହାଁ ବ୍ଲକ ସୁସୁବା ପଞ୍ଚାୟତ ସରପଞ୍ଚ ମାମାଲି ସାମଲ ଓ ସ୍ୱାମୀ ଶିଶିର ସାମଲ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ । ପଞ୍ଚାୟତର ପଦ୍ମ ଚରଣ ପ୍ରଧାନ ନାମକ ଜଣେ ବ୍ୟକ୍ତି ଫାର୍ମ ପଣ୍ଡ ଖୋଳାଇଥିଲେ । ଏହାର ବିଲ୍ ପାଇଁ ସରପଞ୍ଚ ୫୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ପଦ୍ମ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଆଜି ଏଥିପାଇଁ ସରପଞ୍ଚଙ୍କୁ ତାଙ୍କ ସ୍ବାମୀଙ୍କ ଜରିଆରେ ୨୦ ହଜାର ଟଙ୍କା ଦେଉଥିବା ବେଳେ ଅନୁଗୁଳ ଓ କଟକ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲେ । ଉଭୟଙ୍କୁ ଭିଜିଲାନ୍ସ ଗିରଫ କରି ତଦନ୍ତ କରୁଛି ।