ନନ୍ଦିଘୋଷ ବ୍ୟୁରୋ: ଚଳନ୍ତା ଗାଡିରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଲେ ପାଞ୍ଚ ଯାତ୍ରୀ। କୋରାପୁଟ ଜିଲ୍ଲା ସୁନାବେଢା ଯିବା ରାସ୍ତାରେ ଡୁମୁରିପୁଟ ଠାରେ କାରଟି ଚାଲୁଥିବା ସମୟରେ ଲାଗିଥିଲା ନିଆଁ। ହୁତୁହୁତୁ ହୋଇ ଜଳୁଥିଲା ସ୍ବିଫ୍ଟ ଦିଜାଇଆର କାର। ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଅଗ୍ନିଶମବାହିନି ପହଞ୍ଚି ନିଆଁକୁ ଆୟତ କରିଥିଲେ। କାରରେ ସୁନାବେଢାର ଗୋଟିଏ ପରିବାର ବରଗଡ ଯିବା ପାଇଁ କୋରାପୁଟ ରେଳଷ୍ଟସନକୁ ଯାଉଥିଲେ। କିନ୍ତୁ ଗାଡ଼ିଟି ଅଧା ବାଟରେ ନିଆ ଲାଗିଗଲା। ନିଆଁ ଲାଗିବାର କାରଣ ଅସଷ୍ଟ।ଗାଡିଟି ପୋଡି ପାଉଁଶ ହୋଇଯାଇଛି।
ବାପାକୁ ମାଡ ମାରି ପୁଅକୁ ଅପହରଣ ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ: ବାପାକୁ ମାଡ ମାରି ପୁଅକୁ ଅପହରଣ ଅଭିଯୋଗ । ଘଟଣା ପଛରେ ଟଙ୍କା କାରବାର ସୂଚନା ରହିଛି । ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ପନ୍ଦାଡୋ ଅଞ୍ଚଳରେ ଏହି ଘଟଣା ଘଟିଛି । ପନ୍ଦାଡୋ ଗାଁର ନରେନ୍ଦ୍ର ନାୟକ ପୁଅ ସନାତନ ସହ ଆଜି ହାଟଡିହି କୋର୍ଟକୁ ଏକ ମାମଲାରେ ହାଜିରା ପାଇଁ ଯାଇଥିଲେ । ସୁକୁମାର ପଳତା ନାମକ ବ୍ଯକ୍ତିଙ୍କ ଅଭିଯୋଗରେ ଏକ ଆର୍ଥିକ କାରବାର ପୂର୍ବରୁ ସନାତନ ଜେଲରେ ତିନିମାସ ରହି ବେଲରେ ଆସିଥିଲେ । ଆଜି ଥିଲା ଉକ୍ତ କେସ୍ ର ତାରିଖ । କୋର୍ଟରେ ତାରିଖ ସାରି ଉଭୟ ବାପ ପୁଅ ଘରକୁ ଫେରୁଥିବା ସମୟରେ ହାଟଡିହି ବ୍ଲକ୍ ନାହାଳିଆ ପୋଲ ନିକଟରେ ଜଗି ରହିଥିବା କିଛି ଦୃବୁତ୍ତ ଉଭୟ ବାପ ପୁଅଙ୍କୁ ମାଡ ମାରି ବାପା ନରେନ୍ଦ୍ରଙ୍କୁ ଅଚେତ ଅବସ୍ଥାରେ ପକାଇଦେଇ ପୁଅକୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି । ତେବେ ସୁକୁମାର ପଳାତଙ୍କ ଇଙ୍ଗିତରେ ଏଭଳି କାଣ୍ଡ ହୋଇଥିବା ପୋଲିସ୍ ନିକଟରେ ଅଭିଯୋଗ ହୋଇଛି । ଅପହରଣ ପରେ ଘରଲୋକ ଙ୍କୁ ଫୋନ୍ କରି ୫ଲକ୍ଷ ଟଙ୍କା ଦାବି କରିଛନ୍ତି ଅପହରଣକାରୀ । ଅନ୍ଯପଟେ ଗୁରୁତର ଅବସ୍ଥାରେ ବାପା ନରେନ୍ଦ୍ରଙ୍କୁ ଆନନ୍ଦପୁର ଡାକ୍ତରଖାନା ଭର୍ତ୍ତି କରାଯାଇଛି । ଅଭିଯୋଗ ପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।
କ୍ରାଉଡଷ୍ଟ୍ରାଇକର ଆଉଟେଜ ପରେ ମାଇକ୍ରୋସଫ୍ଟରେ ଫେରୁଛି ସ୍ବାଭାବିକ ସ୍ଥିତି
ନନ୍ଦିଘୋଷ ବ୍ୟୁରୋ: ମାଇକ୍ରୋସଫ୍ଟ ସର୍ଭର ସମସ୍ୟା ଯୋଗୁ ସାରା ବିଶ୍ୱରେ ଜରୁରିକାଳୀନ ସେବା ଦୀର୍ଘ ସମୟ ଧରି ପ୍ରଭାବିତ ହୋଇଛି। ଏପରିକି ଏ ଯାଏ ମଧ୍ୟ ସମ୍ପୂର୍ଣ୍ଣ ସ୍ଥିତି ସ୍ୱାଭାବିକ ହୋଇ ନଥିବା କୁହାଯାଉଛି। କିନ୍ତୁ ମାଇକ୍ରୋସଫ୍ଟ ଇଞ୍ଜିନିୟରମାନେ ଲଗାତର ପରିଶ୍ରମ କରି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରୁଥିବା ଜଣାପଡ଼ିଛି। ସେପଟେ ସର୍ଭର ସମସ୍ୟା ଯୋଗୁ ବ୍ୟାଙ୍କିଙ୍ଗ କ୍ଷେତ୍ର ଠାରୁ ଆରମ୍ଭ କରି ବିମାନବନ୍ଦର, ଷ୍ଟକ ଏକ୍ସଚେଞ୍ଜ ଆଦିରେ ବ୍ୟାପକ ସମସ୍ୟା ହେବା ଯୋଗୁ ବିଭିନ୍ନ ବର୍ଗର ଲୋକେ ସମସ୍ୟା ଭୋଗୁଛନ୍ତି। ତେଣୁ ପ୍ରକୃତରେ ଏସବୁ ବିଷୟରେ ଜାଣିବାକୁ ଲୋକେ ଚାହିଁବା ସହ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ପାଇଁ ଅପେକ୍ଷା କରିଛନ୍ତି।
ମାଇକ୍ରୋସଫ୍ଟ ସର୍ଭର । ସମସ୍ୟା ସୃଷ୍ଟି ପରେ ଛିଡା କରିଛି ଅସୁମାରୀ ପ୍ରଶ୍ନ । କ’ଣ ଏହି ମାଇକ୍ରୋସଫ୍ଟ ? କେମିତି କାର୍ଯ୍ୟ କରେ ଏହାର ସର୍ଭର । କାମ ନକଲେ କିଭଳି ଠପ ହୋଇ ଯାଉଛି ବିଶ୍ବର ପ୍ରମୁଖ ସେବା ? ଗତକାଲି ଦେଖା ଦେଇଥିବା ମାଇକ୍ରୋସଫ୍ଟ ସର୍ଭର ପ୍ରୋବ୍ଲେମ ପରେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରିଛି । ଏସବୁକୁ ନେଇ ଆଇଟି ଏକ୍ସପର୍ଟ ମାନେ ସବିଶେଷ ସୂଚନା ଦେଇଛନ୍ତି । ସର୍ଭର ଏକ ସୁପର କମ୍ପ୍ୟୁଟର ଭଳି ଯେଉଁଥିରେ ବିଲିୟନ ଟ୍ରିଲିଆନ ଡାଟା ରହିଥାଏ । ସର୍ଭର ଯେଉଁଠି ଥାଏ ତାକୁ ଡାଟା ସେଣ୍ଟର ବୋଲି କୁହାଯାଏ । ଏହି ସ୍ଥାନରେ କେବେ ବିଦ୍ୟୁତ କିମ୍ବା ଇଣ୍ଟରନେଟ ଯାଏ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ସମୁଦ୍ର ତଳେ ସ୍ୱତନ୍ତ୍ର କଣ୍ଟେନରଗୁଡିକରେ ଏହା ରହୁଛି। ତିନୋଟି ସଂସ୍ଥା କ୍ଲାଉଡ ସର୍ଭିସ ଦେଉଛନ୍ତି। ଆମାଜନ ୱେବ ସର୍ଭିସେସ, ମାଇକ୍ରୋସଫ୍ଟ ଆଜିୟୋରେ, ଗୁଗୁଲ କ୍ଳାଉଡ ସର୍ଭିସେସ ଏହି ସେବା ଦେଉଛନ୍ତି। ଏହି ବ୍ୟବସ୍ଥା ଦ୍ୱାରା ପ୍ରମୁଖ ସେବା ଦିଆଯାଉଛି। ବିଶେଷ କରି ସର୍ଭରରେ ବଗ ହେଲେ କିମ୍ବା ଅଧିକ ୟୁଜର ହେଲେ ଏହା ଡାଉନ ହୁଏ। କ୍ଲାଉଡ ପ୍ରୋଭାଇଡର ମାନଙ୍କର ବିଭିନ୍ନ ରିଜିଅନ ଥାଏ । ସର୍ଭର ଡାଉନ ଅଲଗା ରିଜିଅନକୁ ଟ୍ରାନସ୍ଫର କରିବା କଥା। ଏସବୁ ଉଦ୍ୟମ ମାଇକ୍ରୋସଫ୍ଟ କରିଛି କିନ୍ତୁ ସମ୍ପୂର୍ଣ୍ଣ ସମାଧାନ ପାଇଁ ସମୟ ଲାଗୁଥିବା ଆଇଟି ଏକ୍ସପର୍ଟ ଚନ୍ଦ୍ରଶେଖର ବିଶ୍ୱାଳ କହିଛନ୍ତି। ଗତକାଲି ମାଇକ୍ରୋସଫ୍ଟ ସର୍ଭର ଡାଉନ ପରେ ବ୍ୟାଙ୍କିଙ୍ଗ କ୍ଷେତ୍ର ଠାରୁ ଆରମ୍ଭ କରି ବିମାନବନ୍ଦର, ଷ୍ଟକ ଏକ୍ସଚେଞ୍ଜ ଆଦିରେ ବ୍ୟାପକ ସମସ୍ୟା ଦେଖିବାକୁ ମିଳିଥିଲା ।
ଯେଉଁ କ୍ରାଉଡଷ୍ଟ୍ରାଇକ ସମସ୍ୟା ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ତାହା ଏକ ଥାର୍ଡ ପାର୍ଟି ଆପ୍ଲିକେସନ ବୋଲି କହିଛନ୍ତି କିଛି ବିଶେଷଜ୍ଞ । ଯେଉଁ ସିଷ୍ଟମରେ ଏହି ସମସ୍ୟା ହୋଇଛି ତାକୁ ସମାଧାନ କରାଯାଇପାରୁଛି। କିନ୍ତୁ ସାରା ବିଶ୍ୱରେ ଏଭଳି ବଡ଼ ଧରଣର ସମସ୍ୟା ହୋଇଥିବାରୁ ଏହାର ସମାଧାନ ପାଇଁ ବିଳମ୍ବ ହେଉଛି। ମୋବାଇଲ ଫୋନ କିମ୍ବା ଲାପଟପରେ ବିଭିନ୍ନ ସମୟରେ ଅପଡେଟ ଆସେ ଓ ଏହାକୁ ଅପଡେଟ କରାଯାଏ। ଯେଉଁମାନେ ଏହି ଅପଡେଟକୁ ଇନଷ୍ଟଲ କରିଛନ୍ତି ସେମାନଙ୍କର ସମସ୍ୟା ହୋଇଛି। ମାଇକ୍ରୋସଫ୍ଟ ଅପଡେଟକୁ ଭାଲିଡେଟ କରି ଲୋକଙ୍କୁ ଦେବାର ଥିଲା। କ୍ରାଉଡଷ୍ଟ୍ରାଇକ ଟିମ ନୋଟିଫିକେସନ ଦେଇଛନ୍ତି ଓ ମାଇକ୍ରୋସଫ୍ଟ ଟିମ ସମ୍ପୂର୍ଣ୍ଣ ସମାଧାନ ଦିଗ ଉପରେ କାମ କରୁଛନ୍ତି ବୋଲି କହିଛନ୍ତି ଆଇଟି ବିଶେଷଜ୍ଞ ଦୀପକ ନାଥ। ମାଇକ୍ରୋସଫ୍ଟ ବହୁଳ ଭାବେ ବ୍ୟବହାର ହେଉଥିବାବେଳେ ପ୍ରମୁଖ ସେବା ଏହି ମାଧ୍ୟମରେ ହେଉଛି। ତେଣୁ ଖୁବ ଶୀଘ୍ର ସବୁକିଛି ସ୍ୱାଭାବିକ ହେବ ବୋଲି କୁହାଯାଇଛି।
ଭୁବନେଶ୍ବର ମଧୁପୁରରେ କୋକୁଆ ଭୟ
ନନ୍ଦିଘୋଷ ବ୍ୟୁରୋ: ମଧୁପୁର ଗାଁରେ କୋକୁଆ ଭୟ । ରାତି ଅଧରେ ଗାଁ ରେ ପଶି ଘର କବାଟ ଭାଙ୍ଗି ଲୋକଙ୍କୁ ଗିରଫ କରିଛି ଚନ୍ଦକା ପୋଲିସ । ପୁରୁଷ, ମହିଳା ଓ ଛୁଆ ବି ବାଦ ପଡିନାହାନ୍ତି । ଆଜି ରାତିରେ କାହା ପାଳି ପଡିବ, ତାକୁ ନେଇ ଅଜଣା ଆଶଙ୍କା ଘେରରେ ଗ୍ରାମବାସୀ । ଏସଵୁ ପଛର କାରଣ ଗାଁ ମୁଣ୍ଡରେ ଥିବା ଯାତ୍ରା ପଡିଆ । ପୁରୁଷ ପୁରୁଷ ଧରି ସରକାରୀ ଜାଗାକୁ ବ୍ୟବହାର କରୁଥିବା ଜାଗାକୁ ବିଲଡର କବଜା କରୁଛି ବୋଲି ଅଭିଯୋଗ ହୋଇଛି । ଏ କାରବାରରେ ପୂର୍ବତନ ବିଧାୟକଙ୍କ ସମ୍ପୃକ୍ତିର ବି ଅଭିଯୋଗ ହୋଉଛି ।
ସରକାରୀ ଜମି ବିଲଡର କବଜା କରୁଥିବାର ଅଭିଯୋଗ । ଗାଁକୁ ଯାଇଥିବା ସରକାରୀ ରାସ୍ତାକୁ ବି କବଜା କରିବାକୁ ଉଦ୍ୟମ । ଗୋଠପଟଣା ମଧୁପୁର ଗାଁ । 400ରୁ ଅଧିକ ଆଦିବାସୀ ପରିବାରଙ୍କ ଗାଁ । ଗାଁ ମୁଣ୍ଡରେ ରହିଛି ଏକ ସରକାରୀ ଜାଗା। ଏହି ଜାଗା ଗାଁ ଲୋକଙ୍କ ସବୁ କାମରେ ବ୍ୟବହାର ହୁଏ । ଏହାକୁ ବିଲଡର ଜୋର ଜବରଦସ୍ତ ହଡ଼ପ କରିବାକୁ ଉଦ୍ୟମ କରୁଛି ବୋଲି ଗାଁ ଲୋକଙ୍କ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦ କଲେ କେହି ଶୁଣୁ ନାହାନ୍ତି । ପ୍ରତିବାଦରେ ରାସ୍ତାରୋକ କରିଥିଲେ ଗ୍ରାମବାସୀ । ପୋଲିସ ସହ ଲୋକଙ୍କ ସଂଘର୍ଷ ହେଲା । ତାପରେ ଆରମ୍ଭ ହେଲା ପୋଲିସର ରାତିଅଧିଆ ଚଢ଼ାଉ । ଜବରଦସ୍ତ ଘରେ ପଶିବା, ସ୍ତ୍ରୀ ଲୋକଙ୍କୁ ଖରାପ ଭାଷାରେ ଗାଳି ଦେବା, କବାଟ ଭାଙ୍ଗି ଲୋକଙ୍କୁ ଘରୁ ଉଠାଇନେବା । ମହିଳା ଛୁଆଙ୍କୁ ବି ବାଦ ଦେଲାନାହିଁ ପୋଲିସ । ଏବେ ଗାଁରେ ଅଜଣା ଭୟ ସାଙ୍ଗକୁ ମନରେ ଆକ୍ରୋଶ । ଶୁଣନ୍ତୁ କଣ କହୁଛନ୍ତି ଗାଁ ଲୋକେ।
ପୁରୁଷ ପୁରୁଷ ଧରି ଗାଁର ଯାତ୍ରା ପଡିଆକୁ ବିଲଡର ଚକ୍ରାନ୍ତ କରି ନେଇ ଯାଇଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି । ଚଳିତ ବର୍ଷ ତଥା ଗତ ୧୦ ତାରିଖରେ ଯାତ୍ରା ପଡିଆକୁ ଗାଁ ଲୋକମାନେ ଯାତ୍ରା କରିବା ପାଇଁ ଯିବା ବେଳେ ବିଲଡର ଓ ଗାଁ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାକୁ ନେଇ ଲୋକମାନେ ପ୍ରତିବାଦ କରିବା ସହ ସମ୍ ହସ୍ପିଟାଲରୁ ଚନ୍ଦକା ମୁଖ୍ୟ ରାସ୍ତାକୁ ଗାଁ ଲୋକ ଅବରୋଧ କରିଥିଲେ । ଫଳରେ ଚନ୍ଦକା ପୋଲିସ ରାସ୍ତାରୋକ ହଟାଇବା ପାଇଁ ଲାଠି ମାଡ କରିଥିଲା । ସେପଟେ ଲୋକମାନେ ଟେକା ପଥର ମାଡ କରିବାରୁ ଏକାଧିକ ପୋଲିସ ମଧ୍ୟ ଆହତ ହୋଇଥିଲେ । ଯାହାକୁ ନେଇ ଚନ୍ଦକା ଥାନାରେ ଏକ ମାମଲା ରୁଜୁ ହୋଇଛି । ଜୟଦେବ ପୂର୍ବତନ ବିଧାୟକ ଅରବିନ୍ଦ ଢାଳି ନିଜ ନାମରେ ହାଉସିଂ ପ୍ରୋଜେକ୍ଟ ପାଇଁ ବିଲଡର ଙ୍କୁ ଧରି ଶାସକ ଦଳର ହୋଇଥିବାରୁ ପୋଲିସ ଉପରେ ଚାପ ପକାଇ ଗାଁ ଲୋକଙ୍କୁ ହଇରାଣ କରୁଛନ୍ତି ବୋଲି ବି ଅଭିଯୋଗ ହୋଇଛି । ଏପଟେ ଘଟଣା ବିଷୟରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଏସିପି ।
ଗୋଠପଟଣା ଦେଇ ୨ ଶହ ଫୁଟିଆ ରାସ୍ତା ଯିବା ପରେ ଜମି ବିବାଦ, ଜବରଦଖଲ କାରବାର ବଢୁଥିବା କଥା ଦେଖିବାକୁ ମିଳିଥିବା ବେଳେ ମଧୁପୁର ମାମଲାରେ ପ୍ରଶାସନ ଆଉ ପୋଲିସ ଗାଁ ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିବା ପୂର୍ବରୁ ସମସ୍ତ ଦିଗ ପ୍ରତି ଯତ୍ନବାନ ହେବା ଉଚିତ ବୋଲି ମତ ପ୍ରକାଶ ପାଇଛି ।
ବନ୍ଧୁକ କିଣାବିକାକୁ ନେଇ ହତ୍ୟାକାଣ୍ଡ
ନନ୍ଦିଘୋଷ ବ୍ୟୁରୋ: ବନ୍ଧୁକ କିଣାବିକାକୁ ନେଇ ହତ୍ୟାକାଣ୍ଡ। ୨ ଯୁବକକୁ ଗିରଫ କଲା ସୋର ପୋଲିସ। ଗତକାଲି ବିଳମ୍ବିତ ରାତିରେ ବାଲେଶ୍ବର ସୋର ଅଞ୍ଚଳର ୧୬ ନମ୍ବର ଜାତୀୟ ରାଜପଥ ତଳନଗର ବ୍ରିଜ ନିକଟରେ ଏକ ମୃତ ଦେହ ଉଦ୍ଧାର କରାଯାଇଥିଲା। ମୃତକ ହେଲେ ପୁରୀ ଟାଉନ ଗୁଣ୍ଡିଚା ମନ୍ଦିର ଅଂଚଳର ରବିନାରାୟଣ ଦାସ। ରବିନାରାୟଣ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ପୋଲିସ ଘଟଣାର ଛାନଭିନ କରିଥିଲା। ଦୁଇ ଜଣ ଯୁବକ ବନ୍ଧୁକ ଦେବା ପାଇଁ ରବିନାରାୟଣଙ୍କୁ ପୂର୍ବରୁ ଟଙ୍କା ଦେଇଥିଲେ ହେଲେ ରବିନାରାୟଣ ବନ୍ଧୁକ ଦେଇନଥିଲେ କି ବନ୍ଧୁକ ବାବଦକୁ ଟଙ୍କା ମଧ୍ୟ ଫେରସ୍ତ କରିନଥିଲେ l ଦୁଇ ଯୁବକ ବାରମ୍ବାର ଟଙ୍କା ମାଗିବାରୁ ରବିନାରାୟଣ ନଦେବାରୁ ବାଧ୍ୟ ହୋଇ ଗତକାଲି ହତ୍ୟା କରିଥିବା ନେଇ ପ୍ରକାଶ କରିଥିଲେ ଦୁଇ ଯୁବକ l ପରେ ଭୁବନେଶ୍ୱର କମିଶନରେଟ ପୋଲିସ, ସୋର ପୋଲିସ ଓ ପୁରୀ ପୋଲିସର ମିଳିତ ସହଯୋଗରେ ପୁରୀ ଅଂଚଳରୁ ଦୁଇଜଣଙ୍କୁ ଗିରଫ କରିଥିବା ବାଲେଶ୍ୱର ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି।
ସ୍ବାସ୍ଥ୍ଯ ବିଭାଗର ନୋଟିସ ସତ୍ତ୍ବେ ମିଳୁନି ଡାକ୍ତରଙ୍କ ଦେଖା
ନନ୍ଦିଘୋଷ ବ୍ୟୁରୋ: ଦକ୍ଷିଣ ଓଡିଶାର ରେଫରାଲ ମେଡିକାଲ ଏମକେସିଜିରେ ଡାକ୍ତର ଅଭାବ । ଆଉ ଏଭଳି ପରିସ୍ଥିତିରେ ମେଡିକାଲର ୭ ଜଣ ଡାକ୍ତର କେଉଁଆଡେ ଚାଲିଯିବା ଘଟଣା ଆହୁରି ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ୭ ଜଣ ଡାକ୍ତର କୁଆଡେ ଗଲେ ତାର ଉତ୍ତର କାହା ପାଖରେ ନଥିବା ବେଳେ ନୋଟିସ ପରେ ନୋଟିସ ଦେଇ ଚୁପ ବସିଛି ସ୍ବାସ୍ଥ୍ୟ ବିଭାଗ ।
କୁଆଡ଼େ ଗଲେ ଡାକ୍ତର । ମାସେ କି ବର୍ଷେ ନୁହେଁ, ବର୍ଷ ବର୍ଷଧରି ନିଖୋଜ । ସ୍ବାସ୍ଥ୍ଯ ବିଭାଗର ନୋଟିସ ସତ୍ତ୍ବେ ମିଳୁନି ଦେଖା । ଚିକିତ୍ସକଙ୍କ ଅଭାବ ଯୋଗୁ ଅଡୁଆରେ ଏମକେସିଜି । ବ୍ରହ୍ମପୁର ଏମକେସିଜି ମେଡିକାଲରେ ଏକାଧିକ ଡାକ୍ତର ବିନା ଅନୁମତିରେ ଅନୁପସ୍ଥିତ ଅଛନ୍ତି । ୨୦୧୬ ରୁ ୨୦୨୩ ମଧ୍ୟରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ୭ ଜଣ ଡାକ୍ତର ଡାକ୍ତରଖାନାକୁ ଆସିନାହାନ୍ତି । ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ନୋଟିସ ପରେ ମଧ୍ଯ କୌଣସି ଉତ୍ତର ଦେଉନାହାନ୍ତି । ରାଜ୍ୟରେ ଥିବା ବିଭିନ୍ନ ମେଡିକାଲ କଲେଜରେ କାର୍ଯ୍ୟରତ ମୋଟ ୧୪ ଜଣ ଡାକ୍ତର ଦୀର୍ଘବର୍ଷ ହେବ ଅନୁପସ୍ଥିତ ଥିବା ସ୍ବାସ୍ଥ୍ଯ ବିଭାଗ ନୋଟିସରୁ ଜଣାପଡ଼ିଛି ।
ସେମାନଙ୍କ ମଧ୍ଯରୁ ଏମକେସିଜି ମେଡିକାଲର ୭ ଜଣ ନିଖୋଜ ଅଛନ୍ତି । ନ୍ୟୁରୋ ସର୍ଜରୀ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଡା. ରାମଚନ୍ଦ୍ର ଦେଓ ୨୦୧୬ରୁ ଓ କର୍ଣ୍ଣ ନାଶା ଓ ଗଳା ରୋଗ ବିଭାଗର ଡା. ବିମରଜିତ ପ୍ରଧାନ ୨୦୧୬ରୁ ଅନୁପସ୍ଥିତ । ରେଡିଓ ଡାଏଗ୍ନୋଷ୍ଟିକ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟରତ ଥୂବା ବେଳେ ଡା. ସୁନିତା ସାହୁ ୨୦୧୮ ନଭେମ୍ବରରୁ ଗାଏବ । ସାଧାରଣ ମେଡିସିନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଏଲ୍ ରବି କୁମାର ୨୦୨୦ ଅକ୍ଟୋବର ମାସରୁ ଅନୁପସ୍ଥିତ । ରେଡିଓଥେରାପି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡା. ଚୈତାଳି ବୋଷ ୨୦୨୧ ମେ ମାସ ଠାରୁ ଗାଏବ ଥିବାବେଳେ ଫିଜିଓଲୋଜି ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଡା. ଲକ୍ଷ୍ମୀକାନ୍ତ ମୁଣ୍ଡା ୨୦୨୧ ଜାନୁଆରୀ ଓ ଫିଜିଓଲୋଜି ବିଭାଗର ପ୍ରଫେସର ସଂଗୀତା କର ୨୦୨୩ ଜୁଲାଇ ମାସରୁ ନିଖୋଜ।
ଦୀର୍ଘବର୍ଷ ଧରି ଗାଏବ ଥିବା ଏହି ଡାକ୍ତରଙ୍କ ବିରୋଧରେ ନୋଟିସ ଜାରି କରିବାକୁ ନିକଟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଓ ପ୍ରସାରଣ ବିଭାଗକୁ ଚିଠି ହୋଇଥିଲା । ସମସ୍ତଙ୍କୁ ୭ଦିନ ଭିତରେ ଉତ୍ତର ରଖିବାକୁ କୁହାଯାଇଥିଲା । ଅବଧି ସରିଥିଲେ ସୁଦ୍ଧା କୌଣସି ଉତ୍ତର ମିଳି ନଥିବା MKCG ଡିନ ତଥା ଅଧ୍ଯକ୍ଷ ପ୍ରଫେସର ଡା. ସୁଚିତ୍ରା ଦାସ ଦେଇ ନଥିବା କହିଛନ୍ତି । ଏକାଧିକ ଡାକ୍ତର କଟକ ସହ ଅନ୍ୟାନ୍ୟ ସ୍ଥାନରେ ରହି କାମ କରୁଥିବା ବାରମ୍ବାର ଅଭିଯୋଗ ହେଉଥିଲା । ବ୍ରହ୍ମପୁରର କିଛି ଅନୁଷ୍ଠାନ ପକ୍ଷରୁ ସଂପୃକ୍ତ ଡାକ୍ତରଙ୍କୁ ଠାବ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।
ଓଡ଼ିଶାବାସୀ ଦେଇଥିବା ଦାୟିତ୍ବକୁ ତୁଲାଇବ ବିଜେଡି
ନନ୍ଦିଘୋଷ ବ୍ୟୁରୋ: ବିଧାନସଭାରେ ଲୋକଙ୍କ ସ୍ବର ସାଜିବ ବିଜେଡି । ଓଡ଼ିଶାବାସୀ ବିରୋଧୀ ଦଳ ଭାବେ ବିଜେଡିକୁ ଯେଉଁ ଦାୟିତ୍ବ ଦେଇଛନ୍ତି ତାହାକୁ ସୁଚାରୁରୂପେ ପାଳନ କରିବ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ବସିଥିବା ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସୋମବାରଠୁ ଆରମ୍ଭ ହେଉଥିବା ବିଧାନସଭାର ଅଧିବେଶନରେ ଦଳର ଆଭିମୁଖ୍ଯ ନେଇ ୫୧ ବିଧାୟକଙ୍କ ସହ ନବୀନ ଆଲୋଚନା କରିଛନ୍ତି । ପ୍ରତି ବିଧାୟକଙ୍କ ଯେଉଁ ବିଭାଗର ଦାୟିତ୍ବ ପ୍ରଦାନ କରାଯାଇଛି ସେନେଇ ବୈଠକରେ ଆଲୋଚନା କରାଯାଇଛି । ସାଢେ ଚାରିକୋଟି ଓଡ଼ିଆଙ୍କ ସ୍ବାର୍ଥ ପାଇଁ ବିଧାନସଭାରେ ସ୍ବର ଉଠାଇବାକୁ ନବୀନ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ବୈଠକ ପରେ ବିରୋଧୀ ଦଳ ମୁଖ୍ଯସଚେତକ ପ୍ରମିଳା ମଲ୍ଲିକ, ଉପମୁଖ୍ଯ ସଚେତକ ପ୍ରତାପ ଦେବ ଗଣମାଧ୍ଯମକୁ ସୂଚନା ଦେଇ କହିଛନ୍ତି, ବିଧାନସଭାରେ ବିଜେଡି ସକ୍ତ ବିରୋଧୀ ଦଳ ଭାବେ ଦାୟିତ୍ବ ତୁଲାଇବ । ପ୍ରସଙ୍ଗ ଭିତ୍ତିକ ଯୁକ୍ତି ଉପସ୍ଥାପନ କରିବ । ସରକାର ଯେଉଁ ପ୍ରତିଶୃତି ଦେଇଛନ୍ତି ତାହା କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ଉପରେ ନଜର ରଖି ଲୋକଙ୍କ ସ୍ବାର୍ଥ ପାଇଁ ସ୍ବର ଉଠାଇବ । ରାଜ୍ଯବାସୀ ବିଜେଡିର ୫୧ଜଣଙ୍କୁ ବିଧାୟକ ଭାବେ ନିର୍ବାଚିତ କରିଛନ୍ତି । ଭୋଟ ପ୍ରତିଶତକୁ ଦେଖିଲେ ଶାସକ ଦଳ ଅପେକ୍ଷା ବିଜେଡିକୁ ଅଧିକ ଭୋଟ ମିଳିଛି । ଲୋକଙ୍କ ପାଇଁ ବିଜେଡି ସବୁବେଳେ ଠିଆ ହୋଇଥିବାବେଳେ ଆଗକୁ ମଧ୍ଯ ଲଢେଇ କରିବ ।
ଖୋର୍ଦ୍ଧା କୋର୍ଟରୁ କଏଦୀ ଚମ୍ପଟ
ନନ୍ଦିଘୋଷ ବ୍ୟୁରୋ: କୋର୍ଟରୁ କଏଦୀ ଚମ୍ପଟ । ସିସିଟିଭିରେ କଏଦ ହେଲା ଫେରାର ବେଳର ଦୃଶ୍ଯ । ଖୋର୍ଦ୍ଧା କୋର୍ଟରୁ ଚମ୍ପଟ ମାରିଲା କଏଦୀ । ଫେରାର କଏଦୀର ନାମ ସୁକାନ୍ତ ନାୟକ । ଝାରପଡା ଜେଲରୁ ଖୋର୍ଦ୍ଧା ପୋକ୍ସ କୋର୍ଟକୁ ବିଚାର ପାଇଁ ଆସିଥିଲା । କୋର୍ଟରେ ପୋଲିସକୁ ଧକ୍କା ମାରି ଚମ୍ପଟ ମାରିଲା । ଫେରାର କଏଦୀକୁ କାବୁ କରିବାକୁ ଖୋର୍ଦ୍ଧା, ଭୁବନେଶ୍ୱର ପୋଲିସର ଉଦ୍ୟମ ଜାରି । ତେବେ ଫେରାରବେଳେ ସିସିଟିଭିରେ କଏଦ ହୋଇଛି ସମସ୍ତ ଦୃଶ୍ଯ ।
ମନେ ରହିବେ ସୁନେଲି ଧାନ ବିଲ ସାମ୍ରାଜ୍ଯର ପାଟରାଣୀ
ନନ୍ଦିଘୋଷ ବ୍ୟୁରୋ: ସ୍ବର୍ଗରେ ସୁନେଲି ଧାନ ବିଲ ସାମ୍ରାଜ୍ଯର ପାଟରାଣୀ। ଚାଲିଗଲେ ପଦ୍ମଶ୍ରୀ କମଳା ପୂଜାରୀ । ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ବର୍ଷ ହେଇଥିଲା। ହୃଦଘାତରେ ତାଙ୍କର ପରଲୋକ ହୋଇଛି। ଏସସିବି ମେଡିକାଲର ଆଇସିୟୁରେ ଭର୍ତ୍ତି ପରେ ତାଙ୍କର ଚିକିତ୍ସା ଚାଲିଥିଲା।
ସୁନେଲି ଧାନ ବିଲ ସାମ୍ରାଜ୍ଯର ପାଟରାଣୀ। ଅଖ୍ଯାତ ପଲ୍ଲୀର ବିଖ୍ଯାତ ନାଁ କମଳା ପୂଜାରୀ। ୧୯୪୮ ମସିହାରେ କୋରାପୁଟ ଜୟପୁର ବ୍ଲକ ପାତ୍ରପୁଟ ଗାଁରେ କମଳାଙ୍କ ଜନ୍ମ। ପିଲାଟି ଦିନରୁ ଚାଷ ପ୍ରତି ଥିଲା ତାଙ୍କର ଦୁର୍ବଳତା। ସେ ଜୈବିକ ପଦ୍ଧତିରେ ପ୍ରାୟ ୧୦୦ରୁ ଅଧିକ କିସମର ଧାନ ଉତ୍ପାଦନ ଓ ସଂରକ୍ଷଣ କରି ବେଶ୍ ଚର୍ଚ୍ଚାକୁ ଆସିଥିଲେ। ପୁରୁଣା ଧାନ ବିହନକୁ ବିଭିନ୍ନ ଉପାୟରେ ସାଇତି ରଖିଥିବାରୁ ୨୦୧୯ ମାର୍ଚ୍ଚ ୧୬ ତାରିଖରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା। ପ୍ରଥମ ଆଦିବାସୀ ମହିଳା ଭାବେ କୋରାପୁଟ ଜିଲ୍ଲାରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ କମଳା। ବିଶ୍ଵକୁ ବିରଳ କଳାଜିରା ପ୍ରଜାତିର ଧାନ ଉପହାର ଦେଇ ଜଣେ କୃଷି ବିଜ୍ଞାନୀ ହେବାର ସେ ସୌଭାଗ୍ୟ ଲାଭ କରିଥିଲେ। ପାରମ୍ପରିକ ଧାନ କିସମ ଯଥା କଳାଜିରା, ବାୟାମଣ୍ଡା, ଆସାମଚୁଡ଼ି ଆଦିର ସଂରକ୍ଷଣ କ୍ଷେତ୍ରରେ କମଳା ପୂଜାରୀ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ହୋଇଥିଲେ। ନାରୀ ସଶକ୍ତିକରଣ ସହିତ ଜଙ୍ଗଲ ସୁରକ୍ଷା ନିମନ୍ତେ ସେ ପ୍ରାରମ୍ଭିକ ଅବସ୍ଥାରେ ୨୧ ଜଣ ଉତ୍ସର୍ଗୀକୃତ ତଥା କର୍ମଠ ମହିଳାଙ୍କୁ ନେଇ ନିଜ ଗାଆଁରେ “ତ୍ରିନାଥ ଠାକୁର ବନ ସୁରକ୍ଷା ସମିତି” ନାମକ ଏକ ସଂଘ ଗଠନ କରି ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ କାମ କରିଥିଲେ ।
କମଳା ପୂଜାରୀ ଅନେକ ଦିନରୁ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଗତ ମଙ୍ଗଳବାର ସେ ଅସୁସ୍ଥ ହେବା ପରେ ତାଙ୍କୁ ଜୟପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କର ସ୍ଥିତି ଅଧିକ ଖରାପ ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସକାଳୁ ହୃଦଘାତରେ ତାଙ୍କର ପରଲୋକ ହୋଇଛି। ଏସସିବି ମେଡିକାଲର ଆଇସିୟୁରେ ଭର୍ତ୍ତି ପରେ ତାଙ୍କର ଚିକିତ୍ସା ଚାଲିଥିଲା। ମେଡିସିନ ବିଭାଗର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ନେତୃତ୍ବରେ ଏକ ୪ ଜଣିଆ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ। କିଡନୀ ଜନିତ ସମସ୍ୟା ସହ ଜ୍ବର ରୋଗରେ ଆକ୍ରାନ୍ତ ହୋଇଥିଲେ କମଳା ପୂଜାରୀ। ସକାଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଥିଲା ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ଯୁ ବେଳକୁ କମଳାଙ୍କୁ ୭୬ ବର୍ଷ ବୟସ ହୋଇଥିଲା।
ସୋନୁଙ୍କ ଟ୍ବିଟକୁ ନେଇ ଏମିତି ଲେଖିଲେ କଙ୍ଗନା
ନନ୍ଦିଘୋଷ ବ୍ୟୁରୋ: ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଜଣେ ହୋଟେଲ ମନ୍ତ୍ରୀ ଖାଦ୍ୟରେ ଛେପ ପକାଇ ନାନ ବନାଉଛନ୍ତି । ଏହି ଭିଡିଓଟି ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଥିବାବେଳେ ସୋନୁ ସୁଦ ଏହାକୁ ନିଜର ସୋସିଆଲ ମିଡିଆରେ ପୋଷ୍ଟ କରି ରାମାୟଣର ଶବରୀ ସହ ତୁଳନା କରିଛନ୍ତି । ଯାହାକୁ ନେଇ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡ଼ିଛି । ତେବେ ଏହାକୁ ନେଇ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାଓ୍ବତ ମଧ୍ୟ ସମାଲୋଚନା କରିଛନ୍ତି । ସେ କହିଛନ୍ତି କି, ଏବେ ସୋନୁ ଭାଗବତ ଏବଂ ଧର୍ମକୁ ନେଇ ଏକ ନୂଆ ରାମାୟଣ ବନାଇବେ । ତେବେ ଏହାକୁ ନେଇ ୟୁଜର୍ସମାନେ ସୋନୁଙ୍କୁ ମଧ୍ୟ କମେଣ୍ଟ କରୁଥିବା ଦେଖିବାକୁ ମିଳିଛି ।
Next you know Sonu ji will direct his own Ramayana based on his own personal findings about God and religion. Wah kya baat hai Bollywood se ek aur Ramayana 👌 https://t.co/s1bWOer4Rp
— Kangana Ranaut (@KanganaTeam) July 20, 2024
ବାସ୍ତବରେ ଜଣେ ୟୁଜର୍ସ ଏହି ଭିଡିଓକୁ ଉତ୍ତୋଳନ କରିଥିବାବେଳେ ସେ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହାକୁ ୟୁଜର୍ସମାନେ ବହୁଳ ମାତ୍ରାରେ ସେୟାର କରିଥିଲେ । ଏହା ବେଶ ଭାଇରାଲ ହେବାରେ ଲାଗିଛି ।
हमारे श्री राम जी ने शबरी के झूठे बेर खाए थे तो मैं क्यों नहीं खा सकता
हिंसा को अहिंसा से पराजित किया जा सकता है मेरे भाई🤍
बस मानवता बरकरार रहनी चाहिए ।जय श्री राम🚩 https://t.co/uljActwMrR
— sonu sood (@SonuSood) July 20, 2024

