spot_img
Home Blog Page 1682

ଚିତ୍ରୋତ୍ପଳା ନଦୀରେ ବୁଡ଼ି ଛାତ୍ର ନିଖୋଜ

ନନ୍ଦିଘୋଷ ବ୍ୟୁରୋ: କାଳ ସାଜିଲା ନଦୀରେ ପହଁରା । ଚିତ୍ରୋତ୍ପଳା ନଦୀରେ ବୁଡ଼ି ଛାତ୍ର ନିଖୋଜ । ପାଟକୁରା ଥାନା ଗରଦପୁର ବ୍ଲକ ଜଗନ୍ନାଥ ପୁରରେ ଘଟିଛି ଅଘଟଣ । ନିଖୋଜ ଯୁବକ ହେଲେ ୧୮ ବର୍ଷୀୟ କୌଶିକ ସାମନ୍ତରାୟ । ସାଙ୍ଗମାନଙ୍କ ସହ ନଦୀରେ ପହଁରି ଗୋଟିଏ ପାଖରୁ ଆଉ ଗୋଟିଏ ପାଖକୁ ଯିବାବେଳେ କୌଶିକ ବୁଡ଼ିଯାଇ ନିଖୋଜ ହୋଇଯାଇଛନ୍ତି । ଅଗ୍ନିଶମ ବାହିନୀ ଖୋଜାଖୋଜି କରୁଥିଲେ ମଧ୍ଯ ଏଯାଏଁ ତାଙ୍କୁ ଉଦ୍ଧାର କରାଯାଇପାରିନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

୨୦୧୯ ବିଶ୍ବକପକୁ ନେଇ ଏମିତି ପ୍ରଶ୍ନ ଉଠାଇଲେ ସାମି

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଦୃତ ବୋଲର ୨୦୧୯ ବିଶ୍ବକପକୁ ନେଇ ଏକ ପ୍ରଶ୍ନ ଉଠାଇଥିବା ଦେଖିବାକୁ ମିଳିଛି । ସେ ଏକ ଗଣମାଧ୍ୟମକୁ ଇଣ୍ଟରଭିୟ୍ୟୁ ଦେବା ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ କହିଛନ୍ତି କି, ୨୦୧୯ ବିଶ୍ବକପରେ ସେ ୩ଟି ମ୍ୟାଚରେ ୧୩ ଓ୍ବିକେଟ ଅକ୍ତିଆର କରିଥିଲେ । ମାତ୍ର ତାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ତାଙ୍କୁ ଦଳରେ ସ୍ଥାନ ମିଳିନଥିଲା । ତେବେ ସେ ୨୦୧୯ ବିଶ୍ବକପରେ ୪ଟି ମ୍ୟାଚ ଖେଳି ୧୪ ଓ୍ବିକେଟ ଅକ୍ତିଆର କରିବାରେ ସକ୍ଷମ ହୋଇଥିଲେ । ମାତ୍ର ତାଙ୍କ ଅଧିକ ମ୍ୟାଚ ଖେଳିବାର ସୁଯୋଗ ମିଳିନଥିବା ଅସନ୍ତୋଷ ବ୍ୟକ୍ତ କରିଥିବା ଦେଖିବାକୁ ମିଳିଛି ।

ପ୍ରକାଶ ପାଇଲା ନିଟ- ୟୁଜି ପରୀକ୍ଷା ଫଳ, ଏନଟିଏ ଓ୍ବେବସାଇଟରେ ରେଜଲ୍ଟ ଉପଲବ୍ଧ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ନିଟ- ୟୁଜି ପରୀକ୍ଷା ଫଳ। ନ୍ଯାସନାଲ ଟେଷ୍ଟିଂ ଏଜେନସି ବା ଏନଟିଏ ଓ୍ବେବସାଇଟରେ ଅପଲୋଡ ହେଲା ସମସ୍ତ ପରୀକ୍ଷାର୍ଥୀଙ୍କ ମାର୍କ । ସହରଓ୍ବାରୀ ଓ କେନ୍ଦ୍ରଓ୍ବାରୀ ଏହି ତଥ୍ଯ ଅପଲୋଡ କରାଯାଇଛି । ତେବେ ପ୍ରାର୍ଥୀହ୍କ ପରିଚୟ ଗୋପନ ରଖାଯାଇଛି । ଶନିବାର ଛାତ୍ରଛାତ୍ରୀଙ୍କ ଫଳ ଅପଲୋଡ କରିବା ଲାଗି ଗତ ୧୮ ତାରିଖରେ ଶୁଣାଣି ବେଳେ ଏନଟିଏକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

ପ୍ରଧାନବିଚାରପତି ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ ଜେ.ବି. ପାର୍ଦ୍ଦିଓ୍ବାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏନଟିଏକୁ ଏହି ନିର୍ଦ୍ଦେଶ ଦେଇଥିଲେ । ଶୁଣାଣି ବେଳେ ଖଣ୍ଡପୀଠ କହିଥିଲେ ନିଟ ପରିଚାଳନାରେ ସେପରି କିଛି ଅନିୟମିତତା ହୋଇଥିବାର ନଜିର ନ ଆସିଲେ ରିଟେଷ୍ଟ ହୋଇପାରିବ ନାହିଁ ।

ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମାର୍କ କେନ୍ଦ୍ରଓ୍ବାରୀ ପ୍ରକାଶ କରାଯାଇ ନଥିବାରୁ ଏହାକୁ ନେଇ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ଏହା ସହ ସମସ୍ତ ପରୀକ୍ଷାର୍ଥୀଙ୍କ ମାର୍କ ବି ବିଭିନ୍ନ କାରଣରୁ ପ୍ରକାଶ କରି ନଥିଲା ଏନଟିଏ । ପରୀକ୍ଷାରେ ସ୍ବଚ୍ଛତା ଲାଗି ଏନଟିଏ ଓ୍ବେବସାଇଟରେ ନିଟ-ୟୁଜି ଫଳ ପ୍ରକାଶ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ । କେନ୍ଦ୍ରଓ୍ବାରୀ ଫଳ ପ୍ରକାଶ କରିବାକୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ବିରୋଧ କରିଥିଲେ ବି ସୁପ୍ରିମକୋର୍ଟ ତାହା ଗ୍ରହଣ କରି ନଥିଲେ ।

ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା। ସାମ୍ସ ୱେବସାଇଟରେ କଟ୍ ଅଫ ମାର୍କ ଲିଷ୍ଟ ପ୍ରକାଶ ପାଇଛି। ୨୦୨୪ – ୨୫ ଶିକ୍ଷା ବର୍ଷ ପାଇଁ ପ୍ରକାଶ ପାଇଲା ପ୍ରଥମ ଯୁକ୍ତ ଦୁଇ ମେଧା ତାଲିକା । ମୋଟ ୪ ଲକ୍ଷ ୭୬ ହଜାର ୯୩ ଜଣ ଆବେଦନ କରିଥିଲେ। ୪ ଲକ୍ଷ ୨୬ ହଜାର ୪୭୨ ଜଣଙ୍କ ନାମ ମେଧା ତାଲିକାରେ ଆସିଛି।

ତାଲିକାରୁ ବାଦ ପଡିଛନ୍ତି ୪୯ ହଜାର ୬୨୧ ଜଣ ଛାତ୍ରଛାତ୍ରୀ। କଳାରେ ୨ ଲକ୍ଷ ୭୧ ହଜାର ୪୯୨ ଜଣ, ବିଜ୍ଞାନରେ ୧ ଲକ୍ଷ ୧୭ ହଜାର ୨୭୩ ଜଣ, ବାଣିଜ୍ୟରେ ୨୪ ହଜାର ୩୫୪ ଜଣ, ଉପଶାସ୍ତ୍ରୀ ୮ ହଜାର ୩୭୫ ଜଣ, ଉପଶାସ୍ତ୍ରୀ ୮ ହଜାର ୩୭୫ ଜଣ, ଧନ୍ଦାମୂଳକ ୪ ହଜାର ୯୭୮ ଜଣ ନାମ ଲେଖାଇବା ପାଇଁ ମନୋନୀତ ହୋଇଛନ୍ତି।

ଅଗଷ୍ଟ ୧ ରୁ ଆରମ୍ଭ ହେବ ଯୁକ୍ତ ୨ ପ୍ରଥମ ବର୍ଷ ପାଠପଢା। କଳାରେ ୭୫.୧୭% ସହ ଆଗରେ ରହିଛି ରେଭେନ୍ସା ହାଇୟର୍ ସେକେଣ୍ଡାରୀ ସ୍କୁଲ୍। ବିଜ୍ଞାନରେ ୯୧.୫୦% ସହ ରେଭେନ୍ସା ହାଇୟର ସେକେଣ୍ଡାରୀ ସ୍କୁଲ୍ ଆଗରେ ରହିଛି। ସେହିପରି ବାଣିଜ୍ୟରେ ୭୭% ସହ ରେଭେନ୍ସା ହାଇୟର ସେକେଣ୍ଡାରୀ ସ୍କୁଲ୍ ଆଗରେ ରହିଛି। ଆସନ୍ତା ୨୨ ରୁ ୨୭ ତାରିଖ ପର୍ଯ୍ୟନ୍ତ ହେବ ନାମ ଲେଖା । ନିଜ ପସନ୍ଦର କଲେଜରେ ପଢ଼ିବାକୁ ଇଛୁକ ଛାତ୍ର ଛାତ୍ରୀ ୨୨ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଚୟନ କରିପାରିବେ। ଆସନ୍ତା ଅଗଷ୍ଟ ୧ ରୁ ପାଠପଢ଼ା ଆରମ୍ଭ ହେବ ।

ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ନବୀନ

ଭୁବନେଶ୍ବର: ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ  । ନବୀନ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ‘‘ସ୍ବର୍ଗତ କମଳା ପୂଜାରୀ ଆମର ଶତାଧିକ ଦେଶୀ ଧାନ ବିହନ ଗୁଡିକର ପାରମ୍ପରିକ ପଦ୍ଧତିରେ ସଂରକ୍ଷଣ ଓ ଜୈବିକ ଚାଷ ପଦ୍ଧତି ବିଷୟରେ ସଚେତନତା ସୃଷ୍ଟି କରି ଭବିଷ୍ୟତରେ ଖାଦ୍ୟ ନିରାପତ୍ତା ସହିତ ପରିବେଶ ସୁରକ୍ଷା ଦିଗରେ ମହାନ ଅବଦାନ ରଖିଯାଇଛନ୍ତି. ତାଙ୍କ ବିୟୋଗ ସମାଜ ପାଇଁ ପାଇଁ ଏକ ଅପୂରଣୀୟ କ୍ଷତି’’ ।

ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ନବୀନ। ଆଜି ସକାଳେ କଟକରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣତ୍ୟାଗ କରିଥିଲେ ପଦ୍ମଶ୍ରୀ କମଳା ପୂଜାରୀ  ।

କାର୍ଯ୍ୟକାଳ ସରିବାର ୫ ବର୍ଷ ପୂର୍ବରୁ ଇସ୍ତଫା ଦେଲେ ୟୁପିଏସସି ଅଧ୍ୟକ୍ଷ ମନୋଜ ସୋନି

ନୂଆଦିଲ୍ଲୀ: ୟୁପିଏସସି ଅଧ୍ୟକ୍ଷ ମନୋଜ ସୋନି ଦେଲେ ଇସ୍ତଫା  । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଛନ୍ତି  । ମନୋଜ ସୋନୀଙ୍କ କାର୍ଯ୍ୟକାଳ ୨୦୨୯ରେ ସରିଥାନ୍ତା  । କିନ୍ତୁ କାର୍ଯ୍ୟକାଳ ସରିବାର ୫ ବର୍ଷ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି  । ଗତ ୨୦୧୭ରେ ସେ ଲୋକସେବା ଆୟୋଗର ସଦସ୍ୟ ରୂପେ ସାମିଲ ହୋଇଥିଲେ  । ଏହା ପରେ ଗତ ମେ ୧୬, ୨୦୨୩ରେ ସେ ଅଧ୍ୟକ୍ଷ ଭାବେ ଶପଥ ନେଇଥିଲେ  । ଟ୍ରେନି ଆଇଏଏସ ଅଧିକାରୀ ପୂଜା ଖେଡକରଙ୍କ ବିବାଦ ବେଳେ ମନୋଜ ସୋନୀଙ୍କ ଇସ୍ତଫା ୟୁପିଏସସିକୁ ଆହୁରି ବିବାଦୀୟ କରିଛି  ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି ମନୋଜ ସୋନୀ  । କିନ୍ତୁ ସରକାର ବର୍ତ୍ତମାନ ସୁଦ୍ଧା ନୂଆ ଅଧ୍ୟକ୍ଷଙ୍କ ନାମ ଘୋଷଣା କରି ନାହାନ୍ତି  ।

ବିଶେଷ ସୁତ୍ର ଅନୁସାରେ ମନୋଜ ସୋନୀ ଏବେ ନିଜ ସମୟ ଗୁଜୁରାଟ ସ୍ବାମୀନାରାୟଣ ସମ୍ପ୍ରଦାୟର ଏକ ବ୍ରାଞ୍ଚ ଅନୁପମ ମିଶନଙ୍କୁ ଦେବାକୁ ଚାହାନ୍କତି  । ଗତ ୨୦୨୦ରେ ଦୀକ୍ଷା ଗ୍ରହଣ କରିବା ପରେ ସେ ଅନୁପମ ମିଶନର ସାଧୁ ସାଜିଛନ୍ତି  । ମନୋଜ ସୋନୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟତର ଭାବେ ଜଣାଯାଏ  । ଗତ ୨୦୦୫ରେ ନରେନ୍ଦ୍ର ମୋଦି ତାଙ୍କୁ ବରୋଦରାର ପ୍ରସିଦ୍ଧ ଏମଏସ ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦେଇଥିଲେ  । ସେହି ସମୟରେ ସେ ଦେଶର ସବୁଠାରୁ କମ ବୟସ୍କ କୁଳପତି ଭାବେ ନିଯୁକ୍ତି ପାଇଥିଲେ  ।

ଜୁନ ୨୦୧୭ରେ ୟୁପିଏସସିରେ ନିଯୁକ୍ତି ପୂର୍ବରୁ ମନୋଜ ନିଜ ଗୃହ ରାଜ୍ୟ ଗୁଜୁରାଟରେ ଦୁଇଟି ବିଶ୍ବବିଦ୍ୟାଳୟରେ ତିନି ଥର କୁଳପତି ଭାବେ ଦାୟିତ୍ବ ନେଇଛନ୍ତି  । ସୋନି ୨୦୧୫ରେ ଦୁଇ ଥର ଡ. ବାବା ସାହେବ ଆମ୍ବେଦକର ମୁକ୍ତ ବିଶ୍ବବିଦ୍ୟାଳୟରେ କୁଳପତି ଭାବେ ଦାୟିତ୍ବ ତୁଲାଇଛନ୍ତି  ।

ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ବର : ଅବପାତ ପ୍ରଭାବରେ ରାଜ୍ଯରେ ଜାରି ରହିଛି ପ୍ରବଳ ବର୍ଷା । ଉତ୍ତର ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା କେନ୍ଦ୍ରୀଭୂତ ହୋଇଛି । ଏହା ଆଜି ପୁରୀ ନିକଟରେ ଉପକୂଳ ଅତିକ୍ରମ କରିବ । ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏଥିପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁରକୁ ରେଡ ଆଲର୍ଟ ଜାରି କରାଯାଇଛି । ସମୁଦ୍ର ଅଶାନ୍ତ ରହିଥିବାରୁ ୨୨ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ପବନର ବେଗ ପ୍ରାୟ ୫୦ କିମି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ତେବେ ଉତ୍ତର ଓଡ଼ିଶାରେ ବର୍ଷାର ପରିମାଣ ଅପେକ୍ଷାକୃତ କମ ରହିପାରେ । ପ୍ରବଳ ବର୍ଷା ଯୋଗୁଁ କୃତ୍ରିମ ବନ୍ଯା ସ୍ଥିତି ସୃଷ୍ଟି ହୋଇଥିବା ଅଞ୍ଚଳ ଉପରେ ନଜର ରଖିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ବିଶେଷ କରି ମାଲକାନଗିରି ଅଞ୍ଚଳରେ ରାସ୍ତା ବୁଡ଼ି ଯାତାୟାତ ପ୍ରଭାବିତ ହୋଇଥିବାରୁ ସେଠାରେ ପୋଲିସ ଟିମ ସଜାଗ ରହି ପରସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି । ଆବଶ୍ଯକ ସ୍ଥଳରେ ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

ପୋଟେରୁ ଓ କାଙ୍ଗୁରୁକେଣ୍ଡା ରାସ୍ତା ଉପରେ ୧୦ ଫୁଟର ବନ୍ୟାପାଣି

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ପୋଟେରୁ ଓ କାଙ୍ଗୁରୁକେଣ୍ଡା ରାସ୍ତା ଉପରେ ୧୦ ଫୁଟର ବନ୍ୟାପାଣି ପ୍ରବାହିତ ହେଉଛି। ମାଲକାନଗିରି ସହ କାଲିମେଳା, ମୋଟୁ, ପଡିଆ ସହ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍। ଗତ ଦୁଇ ଦିନ ଧରି ଜିଲ୍ଲାରେ ଲଗାତାର ବର୍ଷା ଜାରି ରହିଛି।

ଆଜି ଆସିବ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ

ଭୁବନେଶ୍ବର : ଆଜି ଆସିବ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ । ପୂର୍ବାହ୍ନ ୧୧ ଟା ୪୫ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ମନୋନୀତ ଛାତ୍ରଛାତ୍ରୀମାନେ ୨୨ ତାରିଖରୁ ୨୭ ତାରିଖ ସନ୍ଧ୍ୟା ୬ଟା ମଧ୍ୟରେ ନାମ ଲେଖାଇବେ । ଅଗଷ୍ଟ ୫ ତାରିଖ ଅପରାହ୍ନ ୩ଟା ସମୟରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କୁ ୭ ତାରିଖରୁ ୧୦ ତାରିଖ ମଧ୍ୟରେ ନାମ ଲେଖାଇବାକୁ ପଡ଼ିବ । ୨୦ ତାରିଖରେ ସ୍ପଟ ନାମଲେଖା ପାଇଁ ତାଲିକା ପ୍ରକାଶ ପାଇବ । ଅଗଷ୍ଟ ୧ ତାରିଖରୁ ଯୁକ୍ତଦୁଇ ପ୍ରଥମବର୍ଷ ପାଠପଢ଼ା ଆରମ୍ଭ କରିବାକୁ ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରିଛି । ରାଜ୍ୟରେ ମୋଟ ୨ ହଜାର ୩୪୩ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ୫ ଲକ୍ଷ ୪୮ ହଜାର ୨୪୯ଟି ସିଟ୍ ରହିଛି । ସେଥିମଧ୍ୟରୁ କଳାରେ ୩ ଲକ୍ଷ ୧୦ ହଜାର ୧୩୬ଟି ସିଟ୍ ରହିଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୭୩ ହଜାର ୫୪୯, ବାଣିଜ୍ୟରେ ୪୧ ହଜାର ୮୦, ସଂସ୍କୃତରେ ୧୩ ହଜାର ୮୮, ଧନ୍ଦାମୂଳକ ଶିକ୍ଷାରେ ୧୦ ହଜାର ୩୯୬ଟି ସିଟ୍ ରହିଛି । ଚଳିତବର୍ଷ ଯୁକ୍ତଦୁଇ ପ୍ରଥମ ବର୍ଷରେ ନାମଲେଖା ପାଇଁ ୪ ଲକ୍ଷ ୭୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ଫଳରେ ୭୦ ହଜାରରୁ ଅଧିକ ସିଟ୍ ଖାଲିପଡ଼ିଛି ।

ନିଟ- ୟୁଜି ମାମଲା : ଅପଲୋଡ ହେବ ସମସ୍ତ ପରୀକ୍ଷାର୍ଥୀଙ୍କ ମାର୍କ

ନୂଆଦିଲ୍ଲୀ : ନିଟ- ୟୁଜି ମାମଲା । ଆଜି ନ୍ଯାସନାଲ ଟେଷ୍ଟିଂ ଏଜେନସି ବା ଏନଟିଏ ଓ୍ବେବସାଇଟରେ ଅପଲୋଡ ହେବ ସମସ୍ତ ପରୀକ୍ଷାର୍ଥୀଙ୍କ ମାର୍କ । ସହରଓ୍ବାରୀ ଓ କେନ୍ଦ୍ରଓ୍ବାରୀ ଏହି ତଥ୍ଯ ଅପଲୋଡ କରାଯିବ । ତେବେ ପ୍ରାର୍ଥୀହ୍କ ପରିଚୟ ଗୋପନ ରଖାଯିବ । ଶନିବାର ଛାତ୍ରଛାତ୍ରୀଙ୍କ ଫଳ ଅପଲୋଡ କରିବା ଲାଗି ଗତ ୧୮ ତାରିଖରେ ଶୁଣାଣି ବେଳେ ଏନଟିଏକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ପ୍ରଧାନବିଚାରପତି ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ ଜେ.ବି. ପାର୍ଦ୍ଦିଓ୍ବାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏନଟିଏକୁ ଏହି ନିର୍ଦ୍ଦେଶ ଦେଇଥିଲେ । ଶୁଣାଣି ବେଳେ ଖଣ୍ଡପୀଠ କହିଥିଲେ ନିଟ ପରିଚାଳନାରେ ସେପରି କିଛି ଅନିୟମିତତା ହୋଇଥିବାର ନଜିର ନ ଆସିଲେ ରିଟେଷ୍ଟ ହୋଇପାରିବ ନାହିଁ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମାର୍କ କେନ୍ଦ୍ରଓ୍ବାରୀ ପ୍ରକାଶ କରାଯାଇ ନଥିବାରୁ ଏହାକୁ ନେଇ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ଏହା ସହ ସମସ୍ତ ପରୀକ୍ଷାର୍ଥୀଙ୍କ ମାର୍କ ବି ବିଭିନ୍ନ କାରଣରୁ ପ୍ରକାଶ କରି ନଥିଲା ଏନଟିଏ । ପରୀକ୍ଷାରେ ସ୍ବଚ୍ଛତା ଲାଗି ଏନଟିଏ ଓ୍ବେବସାଇଟରେ ନିଟ-ୟୁଜି ଫଳ ପ୍ରକାଶ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ । କେନ୍ଦ୍ରଓ୍ବାରୀ ଫଳ ପ୍ରକାଶ କରିବାକୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ବିରୋଧ କରିଥିଲେ ବି ସୁପ୍ରିମକୋର୍ଟ ତାହା ଗ୍ରହଣ କରି ନଥିଲେ