spot_img
Home Blog Page 1696

ମାଉସୀ ମାଆ ମନ୍ଦିରରେ ପୋଡ଼ପିଠା ଖାଇଲେ ତିନି ଠାକୁର

ପୁରୀ: ଶ୍ରୀମନ୍ଦିର ଫେରିବା ପାଟରେ ମାଉସୀ ମାଆ ମନ୍ଦିରରରେ ଅଟକି ପୋଡପିଠା ଖାଇଲେ ତିନି ଠାକୁର । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଫେରିବା ବାଟରେ ମାଉସୀ ଘର ଅର୍ଦ୍ଧାସିନୀ ମନ୍ଦିରରେ ଅଟକି ଥିଲେ ତିନି ଠାକୁର । ମାଉସୀ ନିଜ ହାତରେ ତିଆରି କରିଥିବା ପୋଡ଼ପିଠା ଖାଇବା ପରେ ଶ୍ରୀମନ୍ଦିର ଅଭିମୁଖେ ପୁଣି ବାହାରି ଯାଇଛନ୍ତି ।

ପ୍ରଥମେ ବଡ଼ ଠାକୁରଙ୍କ ତାଳଧ୍ବଜ ରଥ ମାଉସୀ ମାଆଙ୍କ ମନ୍ଦିରରେ ଅଟକି ଥିଲା । ମାଉସୀ ଅର୍ଦ୍ଧାସିନୀଙ୍କ ହାତ ତିଆରି ପୋଡ଼ପିଠା ଖାଇବା ପରେ ତାଳଧ୍ବଜ ରଥ ଆଗକୁ ବାହାରି ଯାଇଥିଲା । ପରେ ପରେ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଅର୍ଦ୍ଧାସିନୀ ମନ୍ଦିରରେ ଲାଗିଥିଲା । ମାଉସୀ ମାଆଙ୍କ ପୋଡ଼ ପିଠା ଖାଇବା ପରେ ମହାମାୟିଙ୍କ ରଥ ଶ୍ରୀମନ୍ଦିର ମୁହାଁ ହୋଇଥିଲା ।

ଶେଷରେ ରଥରେ ବସି ହଲି ହଲି ଝୁଲି ଝୁଲି ମାଉସୀ ମାଆ ମନ୍ଦିର ସମ୍ମୁଖରେ ଲାଗିଥିଲା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ । ରଥରୁ ଥାଇ ମାଉସୀଙ୍କୁ ଅନାଇ ଦେଇ ମୁରୁକି ହସି ଦେଇଥିଲେ ଜଗତନାଥ ଜଗନ୍ନାଥ । ଆଉ ଜଗାର ଏହି ହସ ଦେଖି ମାଉସୀ ବି ତା’ ମନ କଥା ବୁଝି ପାରିଥିଲେ । ସଙ୍ଗେ ସଙ୍ଗେ ମାଉସୀଙ୍କ ହାତ ତିଆରି ପୋଡ଼ପିଠା ଜଗା ପାଖରେ ଆଣି ପହଞ୍ଚାଇ ଦେଇଥିଲେ ଦାସଦାସି । ଆଉ ଜଗା ମହା ଆନନ୍ଦରେ ମାଉସୀଙ୍କ ପୋଡ଼ପିଠା ଖାଇବା ପରେ ଶ୍ରୀମନ୍ଦିର ଅଭିମୁଖେ ବାହାରି ଯାଇଥିଲେ ।

ବାହୁଡ଼ା ଯାତ୍ରା: ଶରଧାବାଲିରେ ଗଡ଼ିଲା ନନ୍ଦିଘୋଷ

ପୁରୀ: ବଡ଼ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପରେ ଶରଧାବାଲିରେ ଆରମ୍ଭ ହୋଇଛି ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା । ଲକ୍ଷ ଲକ୍ଷଙ୍କ ଭକ୍ତଙ୍କ ଭିତର ଘର ଘର ନାଦ କରି ଆଗକୁ ଆଗକୁ ଗଡ଼ି ଚାଲିଛି ମହାପ୍ରଭୁଙ୍କ ନନ୍ଦିଘୋଷ ।

ଆଗରେ ବଡ଼ ଭାଇ ଓ ପରେ ପରେ ଭଉଣୀ । ନିଜ ନିଜ ରଥରେ ବସି ଆଗକୁ ମାଡ଼ିଗଲେଣି । ଆଉ ଶରଧାବାଲିରେ ଅଟକି ରହିବାକୁ ନାହିଁ ଜଗାର ମନ । ସେପଟେ ମାଉସୀ ପୋଡ଼ପିଠା ତିଆରି କରି ଅନାଇ ବସିଛି । ପହଞ୍ଚିବା ପରେ ଶ୍ରଦ୍ଧାରେ ଦେବେ ଖାଇବାକୁ । ଏମିତି ଚିନ୍ତା ଜଗା ମନକୁ ବ୍ୟାକୁଳ କରୁଥିବା ବେଳେ ଶରଧାବାଲିରେ ଭକ୍ତ ମନ ବି ଅଥୟ । ହାତ ଟେକି ଦେଇ ଜଗାର ରଥ ଗଡ଼ିବାକୁ ଅନାଇ ବସିଥିଲେ । ଆଉ ଡାହୁକର ଡାକରେ ଯେତେ ବେଳେ ନନ୍ଦିଘୋଷ ଗଡ଼ିଥିଲା, ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହୋଇଯାଇଥିଲା ଶ୍ରୀକ୍ଷେତ୍ର । ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳିରେ ଗଗନପବନରେ ଖେଳି ଯାଇଛି ଭକ୍ତିମୟ କରିବେଶ । ଘର ଘର ନାଦ କରି ଆଗକୁ ଆଗକୁ ବଢ଼ି ଚାଲିଛି ନନ୍ଦିଘୋଷ ।

ପ୍ରାୟ ଏକ ଘଣ୍ଟା ପୂର୍ବରୁ ଜନ୍ମବେଦୀରେ ନୀତିକାନ୍ତି ସରିବା ପରେ ଆରମ୍ଭ ହୋଇଥିଲା ପହଣ୍ଡି ଯାତ୍ରା । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା । ଏହାପରେ ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥ ପହଣ୍ଡିରେ ଆସି ତାଳଧ୍ବଜ, ଦର୍ପଦଳନ ଏବଂ ନନ୍ଦିଘୋଷ ରଥରେ ବିରାଜମାନ ହୋଇଥିଲେ । ରଥରେ ତିନିଠାକରୁଙ୍କ ନୀତିକାନ୍ତି ସରିବା ପରେ ଗଜପତି ମହାରାଜ ଛେରାପହଁରା କରିଥିଲେ । ଏହାପରେ ଆରମ୍ଭ ହୋଇଯାଇଛି ରଥଟଣା ।

ବାହୁଡ଼ା ଯାତ୍ରା: ଶରଧାବାଲିରେ ଆରମ୍ଭ ହେଲା ରଥଟଣା, ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ

ପୁରୀ: ସମସ୍ତ ନୀତିକାନ୍ତି ପରେ ଶରଧାବାଲିରେ ଗଡ଼ିଲା ରଥ । ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥ ଟଣା ଆରମ୍ଭ ହୋଇଥିଲା । ଏହାପରେ ଦେବୀ ସୁଭଦ୍ରାଙ୍କ ରଥଟଣା ଚାଲିଛି । କିଛି ସମୟ ପରେ ଆରମ୍ଭ ହେବ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ।

ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଥିଲା । ସୁରକ୍ଷା ବଳୟ ଭିତର ଭକ୍ତମାନେ ବଡ଼ ଠାକୁରଙ୍କ ତାଳଧ୍ବଜ ରଥକୁ ଆଗକୁ ଆଗକୁ ଟାଣି ନେଇଥିଲେ । ରଥ ଯାଇ ମାଉସୀ ମାଆ ମନ୍ଦିର ପାଖରେ ଅଟକିଛି ।

ପଛରେ ଦେବୀ ସୁଭଦ୍ରାଙ୍କ ରଥକୁ ଭକ୍ତମାନେ ଟାଣି ଟାଣି ଆଣୁଛନ୍ତି । ମାତା ସୁଭଦ୍ରାଙ୍କ ଦର୍ପଦଳନ ରଥ ମଧ୍ୟ ମାଉସୀ ମାଆ ମନ୍ଦିର ପାଖରେ ପହଞ୍ଚି । ଏହାପରେ ମହାପ୍ରଭୁଙ୍କ ରଥ ଆସି ମାଉସୀ ଘର ମନ୍ଦିର ଆଗରେ ଲାଗିବ । ତିନି ଠାକୁର ଏଠାରେ ଅଟକିବାର କାରଣ ରହିଛି । ଏଠାରେ ତିନି ଦିଆଁ ମାଉସୀଙ୍କ ହାତ ତିଆରି ପୋଡ଼ପିଠା ଖାଇବା ପରେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ ।

ପ୍ରାୟ ଏକ ଘଣ୍ଟା ପୂର୍ବରୁ ଜନ୍ମବେଦୀରେ ନୀତିକାନ୍ତି ସରିବା ପରେ ଆରମ୍ଭ ହୋଇଥିଲା ପହଣ୍ଡି ଯାତ୍ରା । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା । ଏହାପରେ ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥ ପହଣ୍ଡିରେ ଆସି ତାଳଧ୍ବଜ, ଦର୍ପଦଳନ ଏବଂ ନନ୍ଦିଘୋଷ ରଥରେ ବିରାଜମାନ ହୋଇଥିଲେ । ରଥରେ ତିନିଠାକରୁଙ୍କ ନୀତିକାନ୍ତି ସରିବା ପରେ ଗଜପତି ମହାରାଜ ଛେରାପହଁରା କରିଥିଲେ । ଏହାପରେ ଆରମ୍ଭ ହୋଇଯାଇଛି ରଥଟଣା ।

ତିନି ରଥରେ ଗଜପତି ମହାରାଜଙ୍କ ଛେରାପହଁରା

ପୁରୀ: ଶରଥାବାଲିରେ ପହଣ୍ଡି ସାରି ରଥାରୂଢ଼ ତିନି ଠାକରୁ । ନୀତିକାନ୍ତି ସାରିବା ପରେ ଗଜପତି ମହାରାଜ ଛେରାପହଁରା କରିଛନ୍ତି । ତିନିଠାକୁର ରଥାରୂଢ଼ ହେବା ପରେ ଶ୍ରୀନଅରରୁ ମହାପ୍ରଭୁଙ୍କ ପ୍ରଥମ ସେବକ ପାଟପଟୁଆରରେ ଆସି ଛେରାପହଁରା କରିଛନ୍ତି ।

ଗଜପତି ମହାରାଜ ପହଞ୍ଚିବା ପରେ ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥକୁ ଯାଇଥିଲେ । ସେଠାରେ ନୀତିକାନ୍ତି ସାରିବା ପରେ ତାଳଧ୍ବଜ ରଥରେ ଛେରାପହଁରା କରିଥିଲେ । ଏହାପରେ ଗଜପତି ମହାରାଜ ନନ୍ଦିଘୋଷ ରଥକୁ ଯାଇ ମହାପ୍ରଭୁଙ୍କୁ ପଣତି ଜଣାଇବା ସହ ତାଙ୍କ ନୀତିକାନ୍ତି କରିଥିଲେ । ଶେଷରେ ଛେରାପହଁରା କରି ଦେବୀ ସୁଭଦ୍ରାଙ୍କ ରଥରେ ପହଞ୍ଚି ଥିଲେ । ସେଠାରେ ଛେରାପହଁରା କରିବା ପରେ ଗଜପତି ମହାରାଜ ଶ୍ରୀନଅରକୁ ଫେରି ଯାଇଥିଲେ । ଏହାପରେ ତିନି ଠାକୁରଙ୍କ ରଥଟଣା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା ।

ପହଣ୍ଡିରେ ଜନ୍ମବେଦୀରୁ ରଥକୁ ଓହ୍ଲାଇ ଆସିଲେ ତିନି ଠାକୁର

ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ଆଜି ବାହୁଡ଼ା ଯାତ୍ରା । ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିରକୁ ଫେରୁଛନ୍ତି ତିନି ଠାକୁର । ସକାଳୁ ସକାଳୁ ତିନି ଠାକରୁଙ୍କ ସମସ୍ତ ରୀତିନୀତି ସୁରୁଖୁରରେ ଶେଷ ହେବା ପରେ ଆରମ୍ଭ ହୋଇଥିଲା ପହଣ୍ଡି ଯାତ୍ରା । ନିର୍ଦ୍ଧାରିତ ସମୟର ଏକ ଘଣ୍ଟା ପୂର୍ବରୁ ତିନି ଠାକୁରଙ୍କ ପହଣ୍ଡି ହୋଇଥିଲା ।

ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡିରେ ଆସି ରଥରେ ବିରାଜିତ ହୋଇଥିଲେ । ଏହାପରେ ବଡ଼ ଠାକୁର ବଳଭର୍ଦ ପହଣ୍ଡିରେ ଆସି ତାଳଧ୍ବଜ ରଥରେ ବିରାଜମାନ ହୋଇଥିଲେ । ବଡ଼ ଭାଇ ଆସିବା ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ମାତା ସୁଭଦ୍ରା ପହଣ୍ଡିରେ ଆସି ଦର୍ପଦଳନ ରଥରେ ବିରାଜିତ ହୋଇଥିଲେ । ଭାଇ, ଭଉଣୀ ଆସି ସାରିଥିବା ବେଳେ କାଳିଆ ସାଆଁନ୍ତଙ୍କ ଆଗମନକୁ ଶ୍ରଧ୍ଧାଳୁ ଚାତକ ପରି ଅନାଇ ରହିଥିଲେ । ଏପଟେ ଭାଇ,ଭଉଣୀ ଆସି ସାରିଥିବାରୁ ଆଉ ଜନ୍ମବେଦୀରେ ମହାପ୍ରଭୁଙ୍କ ମନ ଲାଗୁ ନଥିଲା । ଏପଟରେ ଭକ୍ତ ରଙ୍କୁଣାଙ୍କ କାନରେ ବାଜୁଥିଲା ଜୟ ଜଗନ୍ନାଥ ଧ୍ବନୀ । ଯାହା ଶୁଣିବା ପରେ ଆଉ ରହି ପାରି ନଥିଲେ ମହାପ୍ରଭୁ । ତରତର ହୋଇ ଗୁଣ୍ଡିଚା ମନ୍ଦିରରୁ ବାହାରି ଆସିଥିଲେ । ଟାହିଆ ଲଗାଇ ଝୁଲି ଝୁଲି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ମଧ୍ୟରେ ନନ୍ଦିଘୋଷ ରଥରେ ବିରାଜମାନ ହୋଇଥିଲେ ବିଶ୍ବ ନିଆନ୍ତା ।

ବାହୁଡ଼ା ଯାତ୍ରାରେ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ତିନି ଠାକୁରଙ୍କୁ ରଥରେ ଦେଖି କୋଟି ଜନ୍ମର ପୂଣ୍ୟ ଅର୍ଜନ କରିଛନ୍ତି ଶ୍ରଦ୍ଧାଳୁ । ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳିରେ ଗଗନପବନ ପ୍ରକମ୍ପିତ ହେଉଛି । ରଥ ଆଗରେ ହାତ ଟେକି ଦେଇ ଶ୍ରଦ୍ଧାରୁ ମହାପ୍ରଭୁଙ୍କ ପାଖରେ ସମର୍ପି ଦେଉଛନ୍ତି ।

ଏପଟେ ପହଣ୍ଡି ସରିବା ପରେ ରଥାରୂଢ଼ ତିନି ଠାକୁରଙ୍କ ପାଖରେ ନୀତିକାନ୍ତି କରାଯାଉଛି । ଜଗପତି ମହାରାଜ ସ୍ବର୍ଣ୍ଣ ଖଡିକାରେ ତିନି ରଥରେ ଛେରାପହଁରା କରିବା ପରେ ଆରମ୍ଭ ହେବା ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ।

ସୁଭଦ୍ରାଙ୍କ ରଥରୁ ଅଣସେବାୟତଙ୍କୁ ଟାଣି ବାହାର କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ

ପୁରୀ : ବାହୁଡ଼ା ଯାତ୍ରାରେ ରଥରେ ଚଢ଼ିଲେ ଅଣସେବାୟତ। ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଚଢ଼ିଲେ ଅଣସେବାୟତ। ସୁଭଦ୍ରାଙ୍କ ରଥରୁ ଅଣସେବାୟତଙ୍କୁ ବାହାର କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।

ଅଣସେବାୟତଙ୍କ ଉପରେ ରହିଛି କଟକଣା । ଯେଉଁମାନେ ନିୟମ ମାନିବେନି ସେମାନଙ୍କ ପାଇଁ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅରବିନ୍ଦ ପାଢୀଙ୍କ କହିବା ଅନୁଯାୟୀ, ନୀତି ଶୃଙ୍ଖଳାକୁ ଅଧିକ ଗୁରୁତ୍ଵ ଦିଆଯାଇଛି । ଯଦି କିଛି ବିଶୃଙ୍ଖଳା ଦେଖାଯାଏ ସେମାନଙ୍କ ପାଇଁ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଆଜି ଦେବୀ ସୁଭଦ୍ରାଙ୍କ ପହଣ୍ଡି ବେଳେ ଅଣସେବାୟତଙ୍କୁ ରଥରେ ଦେଖି ରଥରୁ ଟାଣି ଆଣିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।

ଇତିହାସ ରଚିଲା ସ୍ପେନ୍, ଇଂଲଣ୍ଡକୁ ହରାଇ ଚତୁର୍ଥ ଥର ଜିତିଲା ୟୁରୋ କପ୍ ଟ୍ରଫି

ବର୍ଲିନ: ୟୁରୋ କପ୍ ଫାଇନାଲରେ ସ୍ପେନର ବଡ଼ ବିଜୟ । ମେଗା ଫାଇନାଲ୍‌ରେ ଇଂଲଣ୍ଡକୁ ନାଟକୀୟ ଭାବେ ୨-୧ ଗୋଲ୍‌ରେ ହରାଇ ସ୍ପେନ୍ ୟୁରୋକପ୍-୨୦୨୪ ଫୁଟ୍‌ବଲ୍ ପ୍ରତିଯୋଗିତାରେ ବିଜେତା ଆଖ୍ୟା ଅର୍ଜନ କରିଛି। ସ୍ପେନ୍ ସର୍ବାଧିକ ଚତୁର୍ଥ ଥର ପାଇଁ ବିଜେତା ହୋଇଥିଲା ବେଳେ ପ୍ରତିପକ୍ଷ ଇଂଲଣ୍ଡ ଲଗାତାର ଦ୍ବିତୀୟ ଥର ପାଇଁ ଫାଇନାଲ୍‌ ହାରିଛି। ଇଂଲଣ୍ଡ ୨୦୧୬ରେ ଇଟାଲି ଏବଂ ଏବେ ସ୍ପେନ୍‌ଠାରୁ ହାରିବା ପରେ ଏହି ଦେଶର ପ୍ରଶଂସକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଅନ୍ୟପକ୍ଷରେ ସ୍ପେନ୍ ପ୍ରଥମ ଦଳ ଭାବେ ଚାରିଟି ୟୁରୋ କପ୍ ଟ୍ରଫି ଜିତିବା ପରେ ଏହି ଦେଶ ଉତ୍ସବମୁଖର ‌ହୋଇ ଉଠିଛି ।

ବର୍ଲିନର ଅଲିମ୍ପିଆ ଷ୍ଟାଡିୟମ୍‌ରେ ଖେଳାଯାଇଥିବା‌ ଏହି ମ୍ୟାଚ୍‌ରେ ସ୍ପେନ୍ ସମସ୍ତଙ୍କ ପସନ୍ଦର ଦଳ ଭାବେ ପଡ଼ିଆକୁ ଓହ୍ଲାଇଥିଲା। ଟ୍ରଫି ଜିତିବା ସଂଖ୍ୟାଠାରୁ ଫାଇନାଲ୍ ଖେଳିବାର ଅଭିଜ୍ଞତା ପର୍ଯ୍ୟନ୍ତ, ସବୁ କ୍ଷେତ୍ରରେ ଇଂଲଣ୍ଡଠୁ ଆଗୁଆ ଥିଲା ସ୍ପେନ୍। ଏହାର ପ୍ରତିଫଳନ ମଧ୍ୟ ପୂରା ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା। ଲଗାତାର ଦ୍ବିତୀୟ ଫାଇନାଲ୍ ଖେଳିଥିବା ଇଂଲଣ୍ଡ ମଧ୍ୟ କଡ଼ା ଟକ୍କର ଦେଇଥିଲା।

ସ୍ପେନ୍ ଅଗ୍ରଭାଗ ଖେଳାଳିଙ୍କ ପ୍ରତିଟି ଚାଲ୍‌କୁ ଇଂଲଣ୍ଡ ରକ୍ଷଣଭାଗ ଆଗୁଆ ଠଉରାଇ ମ୍ୟାଚ୍‌ରେ ରୋମାଞ୍ଚ ଭରି ଦେଇଥିଲା। ତେବେ ଗୋଲ୍ ପାଇଁ ପ୍ରୟାସ ନକରି ଅଧିକ ସମୟ ବଲ୍‌କୁ ନିଜ ନିୟନ୍ତ୍ରଣରେ ରଖିବା ରଣନୀତି ଇଂଲଣ୍ଡକୁ ଅଡ଼ୁଆରେ ପକାଇଥିଲା। ତଥାପି ପ୍ରଥମାର୍ଦ୍ଧରେ ସ୍ପେନ୍‌କୁ ଅଟକାଇ ସ୍ଥିତି ୦-୦ ରଖି ନେଇଥିଲା। ମଧ୍ୟାନ୍ତର ପରେ କିନ୍ତୁ ସ୍ପେନ୍ ରଣନୀତି ବଦଳାଇ ଆକ୍ରମଣକୁ ଆହୁରି ତୀବ୍ର କରିଥିଲା। ଯାହାର ଫଳ ଦ୍ବିତୀୟାର୍ଦ୍ଧର ଦ୍ବିତୀୟ ମିନିଟ୍‌ରେ ତାକୁ ମିଳିଥିଲା। ୪୭ ମିନିଟ୍‌ରେ ୧୬ ବର୍ଷୀୟ ଲାମିନ ୟାମଲଙ୍କଠୁ ପାଇଥିବା ପାସ୍‌କୁ ସଫଳତାର ସହ ଇଂଲଣ୍ଡ ଗୋଲ୍ ପୋଷ୍ଟ ଭିତରକୁ ପଠାଇ ନିକୋ ୱିଲିୟମ୍ସ ସ୍ପେନ୍‌କୁ ଆଗୁଆ କରି ଦେଇଥିଲେ। ୭୩ ମିନିଟ୍‌ରେ ଇଂଲଣ୍ଡର ତାରକା ଖେଳାଳି କୋଲ୍ ପାଲମର୍ ଅବଶ୍ୟ ଯାହାକୁ ଶୁଝି ଦେଇଥିଲେ। ତେବେ ବଦଳ ଖେଳାଳି ମିକେଲ ଓୟାରଜବଲ୍ ୮୬ ମିନିଟ୍‌ରେ ଦେଇଥିବା ଗୋଲ୍ ବଳରେ ସ୍ପେନ୍ ଷ୍ଟାଇଲ୍‌ରେ ମ୍ୟାଚ୍‌ ଫେରିବା ସହ ବିଜୟ ମୁକୁଟ ପିନ୍ଧିଥିଲା।

ବାହାଘର କଥା, ଭୁଲ୍‌ ଥିଲେ କ୍ଷମା କରିଦେବେ, ହାତଯୋଡ଼ି ଏମିତି କହିଲେ ନୀତା ଅମ୍ବାନୀ

ମୁମ୍ବାଇ : ଏବେ ସବୁଠି ଚର୍ଚ୍ଚାରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ । ଅମ୍ବାନୀ ପରିବାର ଦ୍ୱାରା ବିବାହର ‘ଶୁଭ ଆଶୀର୍ବାଦ’ ଏବଂ ତା’ପରେ ୧୪ ଜୁଲାଇରେ ‘ମଙ୍ଗଳ ଉତ୍ସବ’ ବା ରିସେପ୍ସନ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସୋସିଆଲ ମିଡିଆ ସେନ୍ସସରମାନେ ଅଂଶଗ୍ରହଣ କରିଥିଲେ। ଏହା ସହିତ ସେଲିବ୍ରିଟିମାନେ ମଧ୍ୟ ସେଠାରେ ପହଞ୍ଚିଥିଲେ, ଯେଉଁମାନେ ‘ଶୁଭ ବିବାହ’ କିମ୍ବା ‘ଶୁଭ ଆଶୀର୍ବାଦ’ରେ ଅନନ୍ତ ଏବଂ ରାଧିକାଙ୍କୁ ଆଶୀର୍ବାଦ କରିବାକୁ ପହଞ୍ଚି ପାରିଲେ ନାହିଁ। ‘ମଙ୍ଗଳ ଉତ୍ସବ’ରୁ ନୀତା ଅମ୍ବାନୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ହାତ ଯୋଡ଼ି ଭୁଲ୍‌ ପାଇଁ କ୍ଷମା ମାଗିଛନ୍ତି, କହିଛନ୍ତି, ‘ଯଦି କିଛି ଭୁଲ୍‌ ଅଛି, ଦୟାକରି ମୋତେ କ୍ଷମା କରନ୍ତୁ। ଏହା ବାହାଘର କଥା। ନୀତାଙ୍କ ଏହି ଭିଡିଓ ସୋସିଆଲ ମିଡିଆ ୟୁଜରମାନଙ୍କର ହୃଦୟ ଜିତିଛି।

ଭିଡିଓରେ ନୀତା ଅମ୍ବାନୀ ହାତଯୋଡ଼ି କହିଛନ୍ତି, ‘ଆପଣମାନେ ସମସ୍ତେ ମୋର ଅନନ୍ତ ଏବଂ ରାଧିକାଙ୍କ ବିବାହକୁ ଆସିଥିବାରୁ ମୁଁ ସମସ୍ତଙ୍କୁ ମୋର ହୃଦୟରୁ ଧନ୍ୟବାଦ ଦେଉଛି। ଏହା ଏକ ବାହାଘର ଏବଂ ଆପଣମାନେ ଆମର ଉତ୍ସବର ଏକ ଅଂଶ ହେବା ଉଚିତ୍‌। ଆପଣମାନଙ୍କର ଧୈର୍ଯ୍ୟ ଏବଂ ବୁଝାମଣା ପାଇଁ ବହୁତ ଧନ୍ୟବାଦ। ଏଥିରେ ଯଦି କିଛି ଭୁଲ୍‌ ହୋଇଥାଏ ତେବେ ମୋତେ କ୍ଷମା କରିଦେବେ। ମୁଁ ଆଶା କରୁଛି ଆପଣ ସମସ୍ତେ ଭଲରେ ଥିବେ।

ଶେଷରେ ନୀତା କହିଛନ୍ତି, ‘ଆପଣ ସମସ୍ତେ ଜୁଲାଇ ୧୫ ପାଇଁ ନିମନ୍ତ୍ରଣ ପାଇଥିବେ। ନିଶ୍ଚିତ ଆସିବେ। ମୁଁ ଆପଣମାନଙ୍କ ପାଇଁ ଆପେକ୍ଷା କରିବି। ଆମେ ଆପଣଙ୍କ ପରିବାର ସହିତ ଆପଣଙ୍କ ଆଗମନକୁ ଅପେକ୍ଷା କରିବୁ।

ଏହି ଭିଡିଓ ଦେଖିବା ପରେ ଅନେକ ଲୋକ ସୋସିଆଲ ମିଡିଆରେ ତାଙ୍କୁ ପ୍ରଶଂସା କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଏହା ପ୍ରକୃତ ସମୃଦ୍ଧତା’। ଅନ୍ୟ ଜଣେ ଲେଖିଛନ୍ତି, ‘ଅହଂକାରୀ ସେଲିବ୍ରିଟିମାନେ ଏହି ଭିଡିଓ ଦେଖିବା ଜରୁରୀ’। ଅନ୍ୟ ଜଣେ ୟୁଜର ଲେଖିଛନ୍ତି ‘ଏହାକୁ ସଂସ୍କୃତି କୁହାଯାଏ’। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ‘ଏହି କାରଣରୁ ସେ ଈଶ୍ବରଙ୍କ ପ୍ରିୟ ଏବଂ ସେ କଳ୍ପନା ବାହାରେ ଆଶୀର୍ବାଦ ପ୍ରାପ୍ତ ହୋଇଛନ୍ତି। ଦେଖନ୍ତୁ ସେ କେତେ ଭଦ୍ର, ମୋତେ ସର୍ବୋତ୍ତମ ଉପାୟରେ ଧନ୍ୟବାଦ ଦେଉଛନ୍ତି। ଯଦି କିଛି ଭୁଲ୍‌ ହୋଇଛି ତେବେ ସେ କ୍ଷମା ମାଗିଛନ୍ତି ଏବଂ ପରିବାର ସହ ତାଙ୍କୁ ନିମନ୍ତ୍ରଣ ମଧ୍ୟ କରିଛନ୍ତି। ସେଥିପାଇଁ ଅମ୍ବାନୀ ଜଣେ ରତ୍ନ ଅଟନ୍ତି।

ନୀତା ତାଙ୍କ ପୁଅ ବିବାହ ରିସେପ୍ସନ ପାଇଁ ଏକ ଗୋଲାପୀ ରଙ୍ଗର ଶାଢ଼ି ପିନ୍ଧିଥିଲେ। ନୀତା ଅମ୍ବାନୀ ଭାରୀ ହୀରା ଅଳଙ୍କାର, କପାଳରେ ଗୋଲାପୀ ବିନ୍ଦି ତାଙ୍କର ଲୁକ୍କୁ ହାଇଲାଇଟ୍ କରୁଥିଲେ। ଏହା ସହ ସେ ମୁଣ୍ଡରେ ଗଜରା ଲଗାଇଥିଲେ। ଯାହା ତାଙ୍କ ସୌନ୍ଦର୍ଯ୍ୟକୁ ଆହୁରି ଦ୍ୱିଗୁଣିତ କରିଥିଲା।

୪୮ଘଣ୍ଟା ପରେ ଉଦ୍ଧାର ହେଲେ ମିଲ୍ ମାଲିକ୍ ଏ. ରମେଶ ପାତ୍ର

କୋରାପୁଟ : ଅପହୃତ ମିଲ ମାଲିକ ଏ ରମେଶ ପାତ୍ର ଉଦ୍ଧାର। ମଧ୍ୟ ରାତିରେ ଅପହୃତ ରମେଶ ପାତ୍ରଙ୍କୁ କୋରାପୁଟ ପୋଲିସ ଉଦ୍ଧାର କରିଥିବା ସୂଚନା। ଦୁଇଦିନ ତଳେ ପେରାହାଣ୍ଡିରୁ କାର ସହ ଉଠାଇ ନେଇଥିଲେ ଅପହରଣକାରୀ। କୋରାପୁଟ ଜିଲ୍ଲା ଜୟପୁର ବ୍ଲକ କୁମୁଲିପୁଟ ଗାଁରୁ ଉଠାଇନେଇଥିଲେ । ପେରାହାଣ୍ଡି SLVN ମୋଡେନ ରାଇସ ମିଲର ମାଲିକ ଏ ରମେଶ ପାତ୍ରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା । ୨ ଦିନ ତଳେ ପେରାହାଣ୍ଡି ମିଲରୁ ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ କାରକୁ ଅଟକାଇଥିଲେ। ପରେ କାର୍ କାଚ ଭାଙ୍ଗି ତାଙ୍କୁ ଅପହରଣ କରିନେଇଥିଲେ। ଅପହରଣକାରୀମାନେ ଟଙ୍କା ଡିମାଣ୍ଡ କରିଥିଲେ। ଏନେଇ ପରିବାର ଲୋକେ ବୋରିଗୁମ୍ମା ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ କରି ମଧ୍ୟରାତିରେ ଅପହୃତ ରମେଶ ପାତ୍ରଙ୍କୁ ଉଦ୍ଧାର କରିଛି।

୪୮ ବର୍ଷ ତଳେ ନ୍ୟୁୟର୍କରେ ରଥ ତିଆରି ପାଇଁ ଜାଗା ଦେଇଥିଲେ ଟ୍ରମ୍ପ୍, ରଥଯାତ୍ରା ବେଳେ ବଞ୍ଚିଲା ଜୀବନ

ନନ୍ଦିଘୋଷ ବ୍ୟୁରୋ : ଆମେରିକାରେ ନିର୍ବାଚନର ଘମାଘୋଟ ଭିତରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପଙ୍କ ଉପରେ ହୋଇଛି ଆକ୍ରମଣ । ରବିବାର ପେନସିଲଭିନିଆରେ ହୋଇଥିବା ଗୁଳିମାଡ଼ରେ ଅଳ୍ପକେ ବର୍ତ୍ତିଛନ୍ତି ଟ୍ରମ୍ପ । ଏକ ନିର୍ବାଚନୀ ସଭାରେ ଭାଷଣ ଦେଉଥିବା ବେଳେ ଛାତ ଉପରେ ଥିବା ସ୍ନାଇପର ତାଙ୍କୁ ଟାର୍ଗେଟ୍ କରିଥିଲା । ଗୁଳି ଲକ୍ଷ୍ୟଭେଦ କରିବାର ୩ ସେକେଣ୍ଡ୍ ପୂର୍ବରୁ ଟ୍ରମ୍ପ ନିଜ ମୁଣ୍ଡକୁ ନୁଆଁଇ ଦେଇଥିଲେ । ଫଳରେ ଗୁଳି ତାଙ୍କ କାନକୁ ଘଷି ହୋଇ ଚାଲିଯାଇଥିଲା । ରଖେ ହରି ତ’ ମାରେ କିଏ ? ଏଭଳି କଥା ଟ୍ରମ୍ପଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି । ଏହାରି ଭିତରେ ଇସ୍କନର ଜଣେ ବରିଷ୍ଠ ସାଧୁଙ୍କ ଗୋଟିଏ ଟ୍ୱିଟ୍ ପୁରା ଦୁନିଆର ଧ୍ୟାନ ଆକର୍ଷଣ କରିଛି । ୪୮ ବର୍ଷ ତଳେ ନ୍ୟୁୟର୍କରେ ପ୍ରଥମ ରଥଯାତ୍ରା ଆୟୋଜନ ବେଳେ ଟ୍ରମ୍ପ ଯେଉଁ ସାହାଯ୍ୟ କରିଥିଲେ ତା’ର ଫଳ ଏବେ ସିଏ ପାଇଛନ୍ତି ବୋଲି ସାଧୁ ଟ୍ୱିଟ୍ କରିଛନ୍ତି ।

ଇସ୍କନ ଉପସଭାପତି ରାଧାରମଣ ଦାସ ଟ୍ୱିଟ୍ କରି କହିଛନ୍ତି ଯେ, ଟ୍ରମ୍ପଙ୍କ ବଂଚିବା ଦୈବୀ ହସ୍ତକ୍ଷେପ ଥିଲା । ଜଗନ୍ନାଥଙ୍କ କୃପାରୁ ଟ୍ରମ୍ପଙ୍କ ଜୀବନ ରକ୍ଷା ହୋଇଛି । ୪୮ ବର୍ଷ ତଳେ ୧୯୭୬ ମସିହାରେ ନ୍ୟୁୟର୍କରେ ଯେତେବେଳେ ପ୍ରଥମ ରଥଯାତ୍ରା ଆୟୋଜନ ହେବାକୁ ଯାଉଥିଲା,ସେତେବେଳେ ରଥ ନିର୍ମାଣ ପାଇଁ ସ୍ଥାନ ମିଳୁନଥିଲା । ଏହି ସମୟରେ ଟ୍ରମ୍ପ୍ ଆଶାର କିରଣ ହୋଇ ଉଭା ହୋଇଥିଲେ ।

ଜଗା ରଥ ପାଇଁ ଜାଗା ଦେଇଥିଲେ ଟ୍ରମ୍ପ୍

ନ୍ୟୁୟର୍କର ପ୍ରାୟ ସବୁ ଧନୀ ବ୍ୟକ୍ତି ରଥ ନିର୍ମାଣ ପାଇଁ ନିଜ ଜାଗା ଦେବାକୁ ମନା କରିଦେଇଥିଲେ । ଏହି ସମୟରେ ଜଣେ କେହି ଟ୍ରମ୍ପଙ୍କୁ ସାକ୍ଷାତ କରିବାକୁ ପରାମର୍ଶ ଦେଇଥିଲେ । ଟ୍ରମ୍ପଙ୍କ ବୟସ ସେତେବେଳେ ୩୦ ଥିଲା । ୩୦ ବର୍ଷର ଟ୍ରମ୍ପ ସେତେବେଳେ ଆମେରିକୀୟ ରିୟଲ ଇଷ୍ଟେଟ୍ ମାର୍କେଟର ଗୋଟିଏ ବଡ଼ ଚେହେରା ଭାବେ ଉଭା ହୋଇଥିଲେ ।

ରଥ ନିର୍ମାଣ ପାଇଁ ଖାଲି ସ୍ଥାନର ଆବଶ୍ୟକତା ଥିଲା । ସେହି ସମୟରେ ଟ୍ରମ୍ପ ପେନସିଲଭିନିଆର ଗୋଟିଏ ପୁରୁଣା ରେଲ୍ ୟାର୍ଡ୍ କିଣିଥିଲେ । ଇସ୍କନ ଆମେରିକାର ପ୍ରତିନିଧି ଭକ୍ତଦାସ କିଛି ସାଥିଙ୍କ ସହିତ ଟ୍ରମ୍ପଙ୍କୁ ଭେଟିବାକୁ ତାଙ୍କ ଅଫିସକୁ ଯାଇଥିଲେ । ସେମାନେ ସାଥିରେ ମହାପ୍ରସାଦ ଓ ରଥ ନିର୍ମାଣ ପାଇଁ ସ୍ଥାନ ଦେବାକୁ ଅନୁରୋଧ ପତ୍ର ନେଇଯାଇଥିଲେ । ଟ୍ରମ୍ପଙ୍କ ସେକ୍ରେଟେରି ମହାପ୍ରସାଦ ଓ ପତ୍ର ଗ୍ରହଣ କରିଥିଲେ । କିନ୍ତୁ ଏହା ମଧ୍ୟ କହିଥିଲେ ଯେ,ଆଶା ରଖନ୍ତୁ ନାହିଁ । କାରଣ ଟ୍ରମ୍ଫ ଏଭଳି କିଛି କାମ ପାଇଁ ଜମି ଦେବାର ଆଶା ନାହିଁ । କିନ୍ତୁ ଚମତ୍କାର ହେବାକୁ ଯାଉଥିଲା ।

ଇସ୍କନ ମଧ୍ୟ ଆଶା ଛାଡ଼ି ଦେଇଥିଲା ଯେ, ଟ୍ରମ୍ପ ସେମାନଙ୍କୁ ରଥ ନିର୍ମାଣ ପାଇଁ ସ୍ଥାନ ଦେବେ । କିନ୍ତୁ ଘଟଣାର ତିନି ଦିନ ପରେ ଟ୍ରମ୍ପଙ୍କ ସେକ୍ରେଟେରିଙ୍କ ଫୋନ୍ ଆସିଥିଲା । ଫୋନରେ ସେ କହିଥିଲେ ଯେ, ମୁଁ ଜାଣିନି କ’ଣ ହେଲା କିନ୍ତୁ ଟ୍ରମ୍ପ୍ ମହାପ୍ରସାଦ ଖାଇବା ପରେ ରଥ ନିର୍ମାଣ ପାଇଁ ସ୍ଥାନ ଦେବାକୁ ରାଜି ହୋଇଥିଲେ । ତାଙ୍କ ଦସ୍ତଖତ ଥିବା ଅନୁମତି ପତ୍ର ଅଫିସ ଆସି ନେଇଯାଆନ୍ତୁ ବୋଲି ସେକ୍ରେଟେରି ଇସ୍କନ କର୍ତ୍ତୁପକ୍ଷଙ୍କୁ କହିଥିଲେ ।

ମୁଁ ଜାଣିନି ମୁଁ କାହିଁକି ଦସ୍ତଖତ କରୁଛି

ଏବେ ରାଧା ରମଣ ଦାସ ଲେଖିଛନ୍ତି ଯେ, ଭଗବାନ ଜଗନ୍ନାଥଙ୍କ ନବ ଦିନାତ୍ମକ ରଥଯାତ୍ରା ଚାଲୁଥିବା ବେଳେ ଟ୍ରମ୍ପଙ୍କ ଉପରେ ଆକ୍ରମଣ ଓ ତାଙ୍କର ବଂଚିଯିବା କିଛି ଦୈବୀ ଚମତ୍କାରଠାରୁ କମ୍ ନୁହେଁ । ୧୯୭୬ରେ କେବଳ ଟ୍ରମ୍ପଙ୍କ ମନ ବଦଳି ନଥିଲା । ନ୍ୟୁୟର୍କ ପୋଲିସର ବି ମନ ବଦଳିଥିଲା । ୧୯୬୨ ମସିହାଠାରୁ ନ୍ୟୁୟର୍କର ଫିଫ୍ଥ ଆଭେନ୍ୟୁରେ କୌଣସି ପ୍ୟାରେଡକୁ ଅନୁମତି ମିଳୁନଥିଲା । ଏହା ଉପରେ ପ୍ରତିବନ୍ଧକ ଲାଗିଥିଲା । ଏମିତିରେ ରଥ ନିର୍ମାଣ ହେଲେ ମଧ୍ୟ ରଥ କେମିତି ଚାଲିବ ତାକୁ ନେଇ ଦ୍ୱନ୍ଦ୍ୱ ଥିଲା । ଏଭଳି ପରିସ୍ଥିତିରେ ଇସ୍କନ ପ୍ରତିନିଧି ମଣ୍ଡଳି ନ୍ୟୁୟର୍କ ପୋଲିସ ମୁଖ୍ୟଙ୍କୁ ଭେଟିଥିଲେ । ଆଶ୍ଚର୍ଯ୍ୟଜନକ ଭାବେ ସେ ଅନୁମତି ଦେଇଥିଲେ ଓ ଅନୁମତି ପତ୍ରରେ ଦସ୍ତଖତ କରିବା ବେଳେ କହିଥିଲେ ‘ମୁଁ କାହିଁକି ଏଥିରେ ଦସ୍ତଖତ କରୁଛି,ମୁଁ ନିଜେ ଜାଣିନି’ ।