spot_img
Home Blog Page 1724

ମାଲକାନଗିରି ଜିଲ୍ଲାରେ ଠାବ ହେଲା ବଡ ଧରଣର ମାଓ ଡମ୍ପ

ନନ୍ଦିଘୋଷ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ଠାବ ହେଲା ବଡ ଧରଣର ମାଓ ଡମ୍ପ । କାଲିମେଳା ଥାନା ଭେଜାଙ୍ଗିୱାଡା ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ଏହି ମାଓ ଡମ୍ପକୁ ଠାବ କରିଛନ୍ତି ୧୪୨ ବାଟାଲିଆନର ବିଏସଏଫ ଜବାନ ।  ଦୟାଳତୂଙ୍ଗ ଗାଁ ପାଖରେ ଥିବା ଏକ ଗୁମ୍ଫା ଭିତରେ ତଲାସୀ କରିବା ବେଳେ ମାଓବାଦୀଙ୍କ ଏକ ଡମ୍ପ ଜବାନଙ୍କ ହାତରେ ଲାଗିଥିଲା । ଡମ୍ପ ଭିତରେ ଦୁଇଟି ଲ୍ୟାଣ୍ଡମାଇନ, ୬୨ଟି ଜିଲୋଟିନ ଷ୍ଟିକ୍, ବେଟେରୀ, ବିଦ୍ୟୁତ ତାର, ସୋଲାର ପେନାଲ, ନକ୍ସଲ ପୋଷାକ ଓ ପ୍ରଚାର ପତ୍ର ରହିଥିଲା । ଲ୍ୟାଣ୍ଡମାଇନ ଉଦ୍ଧାର କରିବା ପରେ ଏହାକୁ ନିଷ୍କ୍ରିୟ କରିଛନ୍ତି ସୁରକ୍ଷା କର୍ମୀ । ମାଓବାଦୀ ମାନେ ଜବାନଙ୍କୁ ଟାର୍ଗେଟ କରିବା ଲାଗି ଏହି ସବୁ ବିସ୍ଫୋରକ ସାମଗ୍ରୀ ଏକାଠି କରିଥିବା ବିଏସଏଫ ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି ।

ବିଧାନସଭାରେ ଉଠିଲା ଛତୁଆର ମାନ ପ୍ରସଙ୍ଗ

ନନ୍ଦିଘୋଷ ବ୍ୟୁରୋ: ବିଧାନସଭାରେ ଉଠିଲା ଛତୁଆର ମାନ ପ୍ରସଙ୍ଗ। ଏହାର ନମୁନା ସଂଗ୍ରହ କରି ଯାଞ୍ଚ କରାଯିବ ବୋଲି କହିଛନ୍ତି ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡା। ଏହି ପ୍ରସଙ୍ଗରେ ବାଚସ୍ପତି ସୁରମା ପାଢ଼ୀ ରୁଲିଂ ଦେବା ପରେ ଯାଞ୍ଚ ନେଇ ମତ ରଖିଛନ୍ତି ପ୍ରଭାତୀ। ଛତୁଆର ମାନ ନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ବିଜେପି ବିଧାୟକ ନିହାର ମହାନନ୍ଦ। ଗତ ପାଞ୍ଚ ବର୍ଷରେ କେତେ ଛତୁଆ ଏଜେନସି ଉପରେ ଯାଞ୍ଚ ହୋଇଛି ଓ ନିମ୍ନମାନର ଛତୁଆ ପ୍ରସ୍ତୁତକାରୀ ସଂସ୍ଥାଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେସମ୍ପର୍କରେ ଗୃହରେ ଜଣାଇବାକୁ ଉପମୁଖ୍ଯମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ବାଚସ୍ପତି। ସେପଟେ ନିମ୍ନମାନର ଛତୁଆ ନେଇ ଉଦବେଗ ପ୍ରକାଶ କରିଥିଲେ ସିମୁଳିଆ ବିଧାୟକ ପଦ୍ମ ଲୋଚନ ପଣ୍ଡା |  ସବୁ ଆଡେ ଛତୁଆ ନିମ୍ନ ମାନର | ମନ୍ତ୍ରୀ ଦୁଇ ମାସ ହେଲା ଆସିଛନ୍ତି | ସବୁ ଛତୁଆଵାଲା କାର ଧରି ବୁଲୁଛନ୍ତି| ସିମୁଳିଆ ଓ ଖଇରା ବ୍ଲକରେ ହେଲପର ନିଯୁକ୍ତି ନାମରେ ସିଡିପିଓ ୫୦ ହଜାର ଲେଖାଏ ଟଙ୍କା ଆଦାୟ କରିଛନ୍ତି। ସବୁ ପୁରୁଣା ଛତୁଆ ଏଜେନ୍ସଙ୍କୁ କାଟି ନୂଆ ଏଜେନ୍ସିକୁ ଦେବା ଲାଗି ଦାବି କରିଥିଲେ ପଦ୍ମଲୋଚନା।

ପୁଣି ଡରାଇଲାଣି କରୋନା, ଭାରତକୁ ସତର୍କ ସୂଚନା

ନନ୍ଦିଘୋଷ ବ୍ୟୁରୋ: ପୁଣି ଫେରୁଛି କରୋନା । ଆମେରିକାରୁ ଦକ୍ଷିଣ କୋରିଆ ସବୁଠି ପୁଣିଥରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଭାରତକୁ ସତର୍କ ସୂଚନା ଜାରି କରାଯାଇଛି । ନୋଏଡ଼ାର ଶିବ ନାଡର ୟୁନିଭରସିଟିର ବାୟୋଲଜିଷ୍ଟିକ ପ୍ରଫେସର ଦୀପକ ସହଗଲ ଏକ ନ୍ୟୁଜ୍ ଏଜେନ୍ସିକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି କି, ଭାରତକୁ ପୁଣି ଫେରିପାରେ କୋଭିଡ୍-୧୯ । ଏଣୁ ସତର୍କ ରହିବାକୁ ପଡ଼ିବ ବୋଲି କହିଛନ୍ତି । ଆମେରିକାରେ ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ର ଆକଳନ ଅନୁଯାୟୀ ଆମେରିକାର କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଆମେରିକାର ହସ୍ପିଟାଲରେ 4 ହଜାରରୁ ଅଧିକ ଲୋକ ଭର୍ତ୍ତି ହୋଇଛନ୍ତି। ଆହୁରି ମଧ୍ୟ, ଦକ୍ଷିଣ କୋରିଆରେ ବହୁ ସଂଖ୍ୟକ କୋଭିଡ୍ ମାମଲା ଦେଖାଯାଉଛି । ତେବେ ଭାରତରେ ଏବେ ମଧ୍ୟ କୋଭିଡ ସଂକ୍ରମିତ ଚିହ୍ନ ହେଉଥିବାବେଳେ ଆଗାମୀ ଦିନରେ ସତର୍କତା ଅବଲମ୍ବନ କରିବା ଉଚିତ । WHO ରିପୋର୍ଟ ମୁତାବକ ଜୁନରୁ ଜୁଲାଇ ମାସ ମଧ୍ୟରେ ଭାରତରେ ୯୦୮ଟି ମାମଲା ଚିହ୍ନଟ ହୋଇଥିବାବେଳେ ୨ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।

ଶୌଚ ହେବାକୁ ଯାଇ ନଦୀରେ ଭାସିଗଲେ ନବମ ଶ୍ରେଣୀ ଛାତ୍ର

ନନ୍ଦିଘୋଷ ବ୍ୟୁରୋ: ଯାଜପୁର ଜିଲ୍ଲା କଳିନ୍ଦ୍ରାବାଦ ବାଲିଘାଟ ନିକଟ ବୁଢା ନଦୀରେ ଅଘଟଣ । ଶୌଚ ହେବାକୁ ଯାଇ ନଦୀରେ ଭାସିଗଲେ ନବମ ଶ୍ରେଣୀର ଛାତ୍ର ଓମ୍ ପ୍ରକାଶ ଷଡ଼ଙ୍ଗୀ । ଛାତ୍ରଙ୍କ ବୟସ ୧୪ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ସାଙ୍ଗମାନଙ୍କ ସହ ନଦୀକୁ ଶୌଚ ହେବାକୁ ଯାଇ ଭାସିଯାଇଥିଲେ ଓମ୍ ପ୍ରକାଶ । ଛାତ୍ରଙ୍କ ପରିବାର ଯାଜପୁର ଟାଉନ୍ ଲଳିତେଶ୍ୱର ନଗର ଅଞ୍ଚଳରେ ଭଡ଼ା ନେଇ ରହୁଥିବା ସୂଚନା ।

ପରିତ୍ଯକ୍ତ ହେଲିକପ୍ଟରକୁ ନେବା ବେଳେ ଦୁର୍ଘଟଣା

ନନ୍ଦିଘୋଷ ବ୍ୟୁରୋ: ଏକ ପରିତ୍ଯକ୍ତ ହେଲିକପ୍ଟରକୁ ନେବା ବେଳେ ଦୁର୍ଘଟଣା। ଉତ୍ତରାଖଣ୍ଡ କେଦାରନାଥରୁ ଗୋଚରକୁ ଏକ ପରିତ୍ଯକ୍ତ ହେଲିକପ୍ଟରକୁ ଏମଆଇ-୧୭ରେ ନେବାବେଳେ ତାହା ଖସିପଡିଛି। ଏକ ଘରୋଇ କମ୍ପାନୀ ଦ୍ବାରା ପରିଚାଳିତ ହେଲିକପ୍ଟରଟି ଲିନଚୋଲି ନିକଟ ମନ୍ଦାକିନୀ ନଦୀ କୂଳେ ପଡିଥିଲା। ଏୟାରଲିଫ୍ଟ କରିବାବେଳେ ତାହା ଖସିପଡିଥିଲା।ଏହି ସୂଚନା ମିଳିବା ପରେ ରାଜ୍ଯ ବିପର୍ଯ୍ୟୟ ପ୍ରଶମନ ଫଣ୍ଡ ବା ଏସଡିଆରଏଫ ପକ୍ଷରୁ ସେଠାକୁ ଏକ ଟିମ ଯାଇ ରେସ୍କ୍ୟୁ ଅପରେସନ କରିଛନ୍ତି। ଏହି ଘଟଣାରେ କେହି ଆହତ ହୋଇ ନାହାନ୍ତି। ପୂର୍ବରୁ ସେହି ହେଲିକପ୍ଟରଟି କେଦାରନାଥ ମନ୍ଦିରୁ ଯାତ୍ରୀମାନଙ୍କୁ ନେବା ଆଣିବା କରୁଥିଲା। ଗତ ଜୁଲାଇ ୧୧ରୁ କେଦାରନାଥକୁ ଯାତ୍ରୀ ଯିବା ସଂଖ୍ଯା ହ୍ରାସ ପାଇଛି। ଗୌରୀକୁଣ୍ଡରୁ କେଦାରନାଥ ରୁଟରେ ଭୂସ୍ଖଳନ ହେବା ଯୋଗୁ ଅନେକ ତୀର୍ଥଯାତ୍ରୀ ଫସିରହିଥିଲେ। ସେମାନଙ୍କୁ ଉଦ୍ଧାର କରିବା ଲାଗି ଏୟାରଫୋର୍ସର ଚିନୁକ ଓ ଏମଆଇ-୧୭ ହେଲିକପ୍ଟର ନିୟୋଜିତ ରହିଛି।

ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ କଲେ ଗ୍ରାମବାସୀ

ନନ୍ଦିଘୋଷ ବ୍ୟୁରୋ: ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ କଲେ ଗ୍ରାମବାସୀ। କାମାକ୍ଷାନଗର  ବାଉଁଶପାଳ ବାହାଡା ଗାଁରେ ଏଭଳି ଚିତ୍ର ଦେଖିବାକୁ ମିଳିଛି। କଦର୍ଯ୍ୟ ରାସ୍ତା ପାଇଁ ଲୋକେ ଯିବା ଆସିବାରେ ହନ୍ତସନ୍ତ ହେଉଥିଲେ। ବାରମ୍ବାର ସ୍ଥାନୀୟ ସରପଞ୍ଚ ଓ ପ୍ରଶାସନକୁ ଜଣାଇଥିଲେ। କିନ୍ତୁ ସମସ୍ଯାର ସମାଧାନ ନହେବାରୁ ପ୍ରତିବାଦ କରିଛନ୍ତି ଗ୍ରାମବାସୀ l ବାହାଡା ଗାଁ ମୁଖ୍ୟ ରାସ୍ତା ବର୍ଷାଦିନେ କାଦୁଅ ରେ ଭର୍ତ୍ତି ହୋଇଥାଏ l ସେହି କାଦୁଅ ରାସ୍ତା ଦେଇ ପିଲା ସ୍କୁଲ , କଲେଜ ଯାଆନ୍ତି। ରାସ୍ତା ଖରାପ ଥିବାରୁ ଅନେକ ସମୟରେ ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ଅଗ୍ନିଶମ ଗାଡି ପର୍ଯ୍ୟନ୍ତ ଗାଁ କୁ ପ୍ରବେଶ କରି ପାରେନାହିଁ l ତୁରନ୍ତ ରାସ୍ତା ମରାମତି କରିବାକୁ ଲୋକେ ଦାବି କରିଛନ୍ତି।

ଭିଜିଲାନ୍ସ ଜାଲରେ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ

ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ସୀତାରାମ ପାତ୍ରଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଛତ୍ରପୁର ସରକାରୀ କାର୍ଯ୍ୟାଳୟ, ବ୍ରହ୍ମପୁର ସହରର ରାମକୃଷ୍ଣନଗର ଓ ପୋଲସରା ବାସଭବନରେ ଏକାକାଳୀନ ରେଡ କରାଯାଇଛି।

କବର ଖୋଳି ମାଟି ତଳୁ ମହିଳାଙ୍କ ଶବ ବାହାର କଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ: ସୁନ୍ଦରଗଡ଼ କୁତ୍ରା ଥାନା ଖତକୁରବାହାଲରେ ଚାଞ୍ଚଲ୍ୟ। ଥାନାରେ ଏତଲା ପରେ କବର ଖୋଳି ମାଟି ତଳୁ ମହିଳାଙ୍କ ଶବ ବାହାର କଲା ପୋଲିସ। ଶାଶୁ ଘର ଲୋକ ଝିଅକୁ ହତ୍ୟା କରିଥିବା ନେଇ ଅଭିଯୋଗ ଆଣିଛନ୍ତି ବାପଘର ଲୋକ। ସୂଚନା ଅନୁସାରେ, ରାଉରକେଲା ନାଲାରୋଡ଼ର ସରିନ, କୁତ୍ରା ଥାନା ଖତକୁରବାହାଲ ଅଞ୍ଚଳର ମନାୱାର ରାଜାଙ୍କୁ ୨୦୧୯ ମସିହାରେ ବିବାହ କରିଥିଲେ। ହେଲେ ଗତ ୨୭ ତାରିଖରେ ସରିନଙ୍କୁ ହାର୍ଟ ଆଟାକ ହୋଇଛି, ତେଣୁ ତାଙ୍କୁ ହସ୍ପିଟାଲ ନେଉଛୁ କହି ଶ୍ବଶୁର ଘର ଲୋକେ ସରିନଙ୍କ ଭାଇ ୱାସିମଙ୍କୁ ଜଣାଇଥିଲେ। ଏହାର କିଛି ସମୟ ପରେ ସରିନଙ୍କର ମୃତ୍ୟୁ ହୋଇଛି ବୋଲି ଖବର ଦେଇଥିଲେ। ଖବର ପାଇ ପରିବାର ଲୋକ ସରିନଙ୍କ ଶାଶୁ ଘରେ ପହଞ୍ଚି ପଚରାଉଚରା କରିଥିଲେ। ହେଲେ ସରିନଙ୍କ ମୃତ୍ୟୁକୁ ନେଇ ଶାଶୁ ଘର ଲୋକଙ୍କ କଥାରେ କୌଣସି ତାଳମେଳ ନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ବିଭିନ୍ନ ବାହାନା କରି ତରବରିଆ ଭାବରେ ମଧ୍ୟ ଅନ୍ତିମ ସଂସ୍କାର କରି ଦିଆଗଲା। ଯାହାକୁ ନେଇ ଉଭୟ ପରିବାର ମଧ୍ୟରେ ଝଗଡା ହୋଇଥିଲା।  ଘଟଣାକୁ ନେଇ ସରିନଙ୍କ ଭାଇ କୁତ୍ରା ଥାନାରେ ଏତଲଶ ଦେଇଥିଲେ। ଏତଲାକୁ ଭିତ୍ତି କରି ପୋଲିସ ଫରେନସିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କବରସ୍ଥାନ ଖୋଳି ମହିଳାଙ୍କ ମୃତଦେହ ଜବତ କରାଯାଇଥିଲା। ବ୍ୟବଚ୍ଛେଦ ପରେ ମୃତ୍ୟୁର ଅସଲ କାରଣ ଜଣାପଡିବ। ଘଟଣାର ଉପଯୁକ୍ତ ତଦନ୍ତ ସହ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି ମୃତକଙ୍କ ଭାଇ। ଅନ୍ୟପଟେ ସ୍ତ୍ରୀଙ୍କ ପରିବାର ଲୋକ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ମୃତକଙ୍କ ସ୍ୱାମୀ।

ପାରାଦୀପ CISF ହେପାଜତରେ ୩ ଘାନା ନାଗରିକ

ନନ୍ଦିଘୋଷ ବ୍ୟୁରୋ: ପାରାଦୀପ CISF ହେପାଜତରେ ୩ ଘାନା ନାଗରିକ। ଏକ ଜାହାଜରେ ଲୁଚି ଆସିଥିବା ବେଳେ ଧରାପଡିଛନ୍ତି ୩ ଘାନା ନାଗରିକ। ପାରାଦୀପ ପୋର୍ଟ CQ-2 ବର୍ଥରେ ଜାହାଜ ଲାଗିବା ପରେ ତନାଘନା ଚାଲିଛି । MV ଗ୍ରେଟ୍ ସେଙ୍ଗ ୱେନ ଜାହାଜରେ ତିନି ଜଣଙ୍କୁ ଅଟକ ରଖାଯାଇଛି। ଜାହାଜଟି ହଂକଂର ହୋଇଥିବା ବେଳେ ଜଣାପଡିଛି। ଏହି ଜାହାଜରେ ୨୦ ଜଣ କ୍ରିୟୁ ମେମ୍ବର ଥିବା ବେଳେ, ଘାନା ୩ ନାଗରିକ କିପରି ଆସିଲେ, ସେନେଇ ତଦନ୍ତ ଜାରି ରହିଛି।

ବୁଡ଼ିଲା ମାଲକାନଗିରି କାଙ୍ଗୁରୁକୋଣ୍ଡା ପୋଲ

ନନ୍ଦିଘୋଷ ବ୍ୟୁରୋ: ପୁଣି ବୁଡ଼ିଲା ମାଲକାନଗିରି କାଙ୍ଗୁରୁକୋଣ୍ଡା ପୋଲ। ଲଗାଣ ବର୍ଷା ହେବାରୁ ପୋଲ ଉପରେ ୨ ଫୁଟର ଜଳ ପ୍ରବାହିତ ହେଉଛି। ଫଳରେ ଜାତୀୟ ରାଜପଥରେ ଯାତାୟାତ ପ୍ରଭାବିତ ହୋଇଛି। ପୋଲ ଉପରେ ହଠାତ୍ ପାଣି ମାଡ଼ି ଆସିବାରୁ ମାଲକାନଗିରିରୁ କାଲିମେଳା, ମୋଟୁ ଏବଂ ଛତିଶଗଡ଼କୁ ଯୋଗାଯୋଗ ବିଛିନ୍ନ ହୋଇଛି। ଉଭୟ ପଟେ ଅନେକ ଯାନବାହାନ ଅଟକି ରହିଛି। ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥର କାକରକଣ୍ଡା ଏବଂ କନ୍ୟାଶ୍ରମ ପୋଲ ଉପରେ ପାଣି ଚାଲୁଥିବାରୁ ଯାତାୟତ ଠପ୍ ହୋଇଛି।