spot_img
Home Blog Page 1725

ଏଲନ ମସ୍କଙ୍କୁ ଏମିତି ଶିକ୍ଷା ଦେଲେ ବ୍ରାଜିଲର ଜଜ

ନନ୍ଦିଘୋଷ ବ୍ୟୁରୋ: ପୁଣି ଚର୍ଚ୍ଚାରେ ରହିଛନ୍ତି ଟେସଲା ସିଇଓ ଏଲନ ମସ୍କ । ବ୍ରାଜିଲର ହାଇକୋର୍ଟର ଜଜ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେବା ସହ ମସ୍କଙ୍କୁ ଚେତାଇ ଦେଇଛନ୍ତି । ବ୍ରାଜିଲରେ ମସ୍କଙ୍କ ସୋସିଆଲ ମିଡିଆ କମ୍ପାନୀ ଏକ୍ସକୁ ସସପେଣ୍ଡ କରିବାକୁ ଆଦେଶ ଦେଇଛନ୍ତି । ଦୀର୍ଘ ମାସେ ଧରି ଉଭୟଙ୍କ ମଧ୍ୟରେ ଲାଗିଥିବା ବିବାଦ ଏହି ରାୟ ଶୁଣାଇବା ପରେ ଆହୁରି ବଢ଼ି ଯାଇଛି ।

କହି ରଖୁଛୁ କି, ଏହା ପୂର୍ବରୁ ଜଷ୍ଟିସ ମୋରିସ ମସ୍କଙ୍କୁ ଚେତାବନୀ ଦେଇଛନ୍ତି ।  ଯଦି ଆପଣ ୨୪ ଘଣ୍ଟା ମଧ୍ୟରେ ବ୍ରାଜିଲରେ ଆପଣଙ୍କର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ପାଇଁ ସ୍ଥାନୀୟ ପ୍ରତିନିଧୀ ନିଯୁକ୍ତ ନକରନ୍ତି, ତେବେ ଆପଣଙ୍କର ସେବା ସ୍ଥଗିତ ରହିବ। ଏହା ପରେ, ବର୍ତ୍ତମାନ ଏହି ନିଷ୍ପତ୍ତି ବାହାରକୁ ଆସିଛି । ଏହି ନିଷ୍ପତ୍ତି ପରେ ମସ୍କ ଏହି ନିର୍ଦ୍ଦେଶ ଦେଇଥିବା ବିଚାରପତିଙ୍କୁ ଟାର୍ଗେଟ କରିଛନ୍ତି।

ମସ୍କ କହିଛନ୍ତି କି, ଏଭଳି ନିର୍ଦ୍ଦେଶ ଦେଇଥିବା ଜଜ ଜଣେ ମନ୍ଦ ଶାସକ । ସେ ବ୍ରାଜିଲରେ ଗଣତନ୍ତ୍ରକୁ ହତ୍ୟା କରିବା ପାଇଁ ଚେଷ୍ଟା କରୁଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ସେ ଏଭଳି ମନ୍ଦ ନିଷ୍ପତ୍ତି ନେଇଛନ୍ତି ।

ତେବେ ଏହି ବିବାଦ ଏପ୍ରିଲ ମାସରୁ ଆରମ୍ଭ ହୋଇଛି । ବିଚାରପତି ମୋରିସ ଅନୁସନ୍ଧାନ କରିବା ସହ କହିଥିଲେ କି, ଏକ୍ସରେ ମିଛ ତଥ୍ୟ ପ୍ରଚାର କରାଯାଉଛି । ଏହି ସୋସିଆଲ ମିଡିଆ ସାଇଟ ଜରିଆରେ ଭୁଲ ତଥ୍ୟ ଦେଇ ବହୁ ଆକାଉଣ୍ଟକୁ ପ୍ରୋତ୍ସାହିତ କରାଯାଉଛି । ଏହି କାରଣରୁ ପ୍ରଥମେ କିଛି ଗୃପକୁ ବନ୍ଦ କରାଯାଇଥିଲା । ପରେ ଚେତାବନୀ ଦେଇଥିଲେ । ଆଉ ନଶୁଣିବା ପରେ ,ଭଳି ନିଷ୍ପତ୍ତି ନେଇଥିବା କୁହାଯାଇଛି ।

ଗାମୁଛା ଲଗାଇ ଝୁଲିପଡିଲେ ହାବିଲଦାର

ନନ୍ଦିଘୋଷ ବ୍ୟୁରୋ: ବେକରେ ଗାମୁଛା ଲଗାଇ ଝୁଲିପଡିଲେ ହାବିଲଦାର। କଟକ ଓଏମପି ସ୍ଥିତ ଷଷ୍ଠ ବାଟାଲିୟନ ପରିସରରେ ଥିବା କୋଠରୀରୁ ମିଳିଲା ମୃତଦେହ। ମୃତ ହାବିଲଦାର ଜଣଙ୍କ ହେଲେ ତ୍ରିଲୋଚନ ସେଠି।  ଯାଜପୁର ବରୀ ଅଞ୍ଚଳର ତ୍ରିଲୋଚନ। ଦୀର୍ଘ ଦିନ ହେବ ତ୍ରିଲୋଚନଙ୍କର ପାରିବାରିକ ଅଶାନ୍ତି ଲାଗିରହିଥିଲା। ଅଧିକାଂଶ ସମୟ ସେ ମାନସିକ ଚାପରେ ରହୁଥିଲେ। ତ୍ରିଲୋଚନ ଦୀର୍ଘ ଦିନ ଧରି କଟକରେ କାମ କରୁଥିଲେ। ସେ ବିବାହ କରି ପରିବାର ସହିତ ରହୁଥିଲେ ହଁ ଅନ୍ୟ ମହିଳାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିବା ଅଭିଯୋଗ ହୋଇଥିଲା। ପରିବାର ନୂଆବଜ଼ାର ଅଞ୍ଚଳରେ ଭଡାରେ ରହୁଥିଲେ। ଅଧିକାଂଶ ସମୟ ଘରକୁ ନଯାଇ ସେ ବାରାକରେ ରହୁଥିଲେ। ଗତକାଲି ସେ ଏସସିବି ମେଡିକାଲରୁ ଡ୍ୟୁଟି ସାରି ବାଟାଲିୟନ ଆସିଥିଲେ। ରାତି ଖାଇବା ଖାଇ ଶୋଇବାକୁ ଯାଇଥିଲେ। ଆଜି ତାଙ୍କର ମୃତ ଶରୀର ରୁମ ରୁ ମିଳିଛି।ଚାଉଳିଆଗଞ୍ଜ ପୋଲିସ ବାଟାଲିୟନରେ ପହଂଚି ତଦନ୍ତ ଆରମ୍ଭ କରିଛି।

ସଂସଦରେ କଙ୍ଗନାଙ୍କ ପାଇଁ ସ୍ଥାନ ନାହିଁ : ରୋବର୍ଟ ଭଦ୍ରା

ନନ୍ଦିଘୋଷ ବ୍ୟୁରୋ: ବିଜେପି ସାଂସଦ କଙ୍ଗନା ରଣାଓ୍ବତ ଆଜିକାଲି ବେଶ ଚର୍ଚ୍ଚାରେ ରହୁଛନ୍ତି । ସେ ଫିଲ୍ମ ଏମରଜେନ୍ସି ହେଉ ବା ରାଜନୈତିକ ବୟାନ । ସବୁବେଳେ ଗଣମାଧ୍ୟମରେ ହେଡଲାଇନ ପାଲଟୁଥିବା କଙ୍ଗନାଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧିଙ୍କ ସ୍ବାମୀ ରୋବର୍ଟ ଭଦ୍ରା । କୃଷକଙ୍କ ଉପରେ ନିକଟରେ ଦେଇଥିବା ବିବୃତି ପାଇଁ ବର୍ଷିଛନ୍ତି ରୋବର୍ଟ । ସେ କହିଛନ୍ତି କି, କଙ୍ଗନା ଜଣେ ମହିଳା ହୋଇଥିବାରୁ ମୁଁ ତାଙ୍କୁ ସମ୍ମାନ କରେ । କିନ୍ତୁ ସେ ସାଂସଦ ହେବା ପାଇଁ ଯୋଗ୍ୟ ନୁହଁନ୍ତି ତାଙ୍କର ସଂସଦରେ ସ୍ଥାନ ନାହିଁ । ମୁଁ ଭାବୁଛି ସେ ଲୋକଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ । ଏହାସହ ସେ ମହିଳାଙ୍କ କଥା ମଧ୍ୟ ଭାବନ୍ତି ନାହିଁ । ଏହାସହ ରୋବର୍ଟ କହିଛନ୍ତି କି, ସମସ୍ତ ରାଜନୈତିକ ଦଳ ଏକାଠି ହୋଇ ମହିଳାଙ୍କ ସୁରକ୍ଷା ସମ୍ପର୍କରେ ପଦକ୍ଷେପ ନେବା ଉଚିତ ।

ତେବେ କହି ରଖୁଛୁ କି, କୃଷକଙ୍କ ଆନ୍ଦୋଳନକୁ ନେଇ କଙ୍ଗନା ନିଜର ବିବୃତ୍ତିରେ କହିଥିଲେ କି, ଯଦି ଦେଶରେ ଶକ୍ତିଶାଳୀ ସରକାର ନଥାନ୍ତେ ତାହେଲେ ବାଂଲାଦେଶ ଭଳି ପରିସ୍ଥିତି ସୃଷ୍ଟି ହୋଇଥାନ୍ତା । ଯାହାକୁ ନେଇ ଏବେ କଙ୍ଗନାକୁ ବିରୋଧୀମାନେ ଘେରିବା ସହ ସମାଲୋଚନା କରୁଛନ୍ତି ।

ଆଇସିସି ଚାମ୍ପିୟନ୍ସ ଟ୍ରଫି, ପାକିସ୍ତାନ ଯିବନି ଟିମ ଇଣ୍ଡିଆ!

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାବର୍ଷ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଯାଉଛି ଆଇସିସି ଚାମ୍ପିୟନ୍ସ ଟ୍ରଫି । ତେବେ ଭାରତ ପାକିସ୍ତାନ ଯିବ କି ନାହିଁ ଏହାକୁ ନେଇ ବିଭିନ୍ନ ବିତତ୍କମାନ ଦେଖିବାକୁ ମିଳୁଛି । ଭାରତୀୟ ଦଳ ପାକିସ୍ତାନ ନଯିବା ଏକପ୍ରକାର ସୁନିଶ୍ଚିତ ହୋଇଛି । ଜୟ ଶାହା ଆଇସିସିର ଅଧ୍ୟକ୍ଷ ହେବା ପରେ ଏହି ଚର୍ଚ୍ଚା ଦ୍ବିଗୁଣିତ ହୋଇଯାଇଛି । ଜୟ ଶାହା ବିସିସିଆଇ ସଚିବ ଥିବାବେଳେ ସିଧାସଳଖ ଭାରତୀୟ ଦଳ ପାକିସ୍ତାନ ଯିବ ନାହିଁ ବୋଲି ମନା କରିଥିଲେ । ଏବେ ଯଦି ବିସିସିଆଇ ଅଧ୍ୟକ୍ଷ ଚାହିଁବେ ତାହେଲେ ସ୍ଥାନ ବଦଳାଇବାର କ୍ଷମତା ରହିଛି । ଏଣୁ ସେ ଭାରତୀୟ ଦଳ ଖେଳିବାକୁ ଥିବା ମ୍ୟାଚ ଗୁଡ଼ିକ ବଦଳେଇ ପାରନ୍ତି । ତେବେ ଏହାକୁ ନେଇ ପାକିସ୍ତାନର ପୂର୍ବତନ କ୍ରିକେଟରମାନେ ବିଭିନ୍ନ ମତ ଦେଇଛନ୍ତି । ପୂର୍ବତନ କ୍ରିକେଟର ୟୁନୁସ ଖାନ କହିଛନ୍ତି କି, କ୍ରିକେଟର ଆତ୍ମାକୁ ବଞ୍ଚାଇ ରଖିବା ଉଚିତ । ଭାରତୀୟ ଦଳ ପାକିସ୍ତାନ ଆସିଲେ ଭଲହେବ । ଏହାକୁ ଆଇସିସି ଅଧ୍ୟକ୍ଷ ଅନୁମୋଦକ କରିବା ଦରକାର । ତେବେ ଜୟଶାହା ଚଳିତ ଆଇସିସି ଚାମ୍ପିୟନ୍ସ ଟ୍ରଫି ହାଇବ୍ରିଡ ମଡେଲ ଅନୁଷ୍ଠିତ ହେବ ବୋଲି ସ୍ପଷ୍ଠ କରିଛନ୍ତି ।

ବିଧାନସଭା ଦ୍ବିତୀୟ ପ୍ରର୍ଯ୍ଯାୟ ଅଧିବେଶନର ଆଜି ଦଶମ ଦିନ

ନନ୍ଦିଘୋଷ ବ୍ୟୁରୋ: ବିଧାନସଭା ଦ୍ବିତୀୟ ପ୍ରର୍ଯ୍ଯାୟ ଅଧିବେଶନର ଆଜି ଦଶମ ଦିନ । ଆଜି ବି ଗୃହ ବେଶ୍ ସରଗରମ ରହିବ । ଗୃହରେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି । ମହିଳା ଶିଶୁ ବିକାଶ, ନିର୍ମାଣ, ପର୍ଯ୍ଯଟନ, ଅବକାରୀ, ମିଶନ ଶକ୍ତି ଓ ଆଇନ ବିଭାଗର ପ୍ରଶ୍ନକାଳ ରହିଛି । ଶୂନ୍ଯକାଳରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ବିରୋଧୀ ଉଠାଇପାରନ୍ତି । ସେହିପରି ବିରୋଧୀଙ୍କ ପକ୍ଷରୁ ମୁଲତବୀ ପ୍ରସ୍ତାବ ଆଗତ ହେବ । ସ୍ବରାଷ୍ଟ୍ର , ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି ।

ବିଜେପିରେ ମିଶିଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍

ରାଞ୍ଚି: ବିଜେପିରେ ମିଶିଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ । ରାଞ୍ଚିରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ପଦ୍ମ ଧରିଛନ୍ତି । ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଓ ଝାଡ଼ଖଣ୍ଡ ବିଜେପି ସଭାପତି ବାବୁଲାଲ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ଚମ୍ପାଇଙ୍କ ସହ ବହୁ ସମର୍ଥକ ବିଜେପିରେ ଯୋଗ ଦେଇଛନ୍ତି। ଗତ ୨୮ ତାରିଖରେ ଚମ୍ପାଇ ସୋରେନ ଜେଏମଏମ ସହ ମନ୍ତ୍ରୀ ଓ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ ।

ଦଳ ଯେଉଁ ଭଳି ଢଙ୍ଗରେ କାର୍ଯ୍ୟ କରୁଛି, ତାହା ତାଙ୍କୁ ଦଳ ଛାଡ଼ିବାକୁ ବାଧ୍ୟ କରିଛି ବୋଲି ଚମ୍ପାଇ କହିଥିଲେ । ଏହା ସହିତ ଦଳ ଆପଣାଉଥିବା ନୀତିଗୁଡ଼ିକ ସହିତ ମଧ୍ୟ ସେ ସହମତ ନଥିବା ଉଲ୍ଲେଖ କରିଥିଲେ । ଦୁର୍ନୀତି ଅଭିଯୋଗରେ ହେମନ୍ତ ସୋରେନ ଜେଲ ଯିବା ପରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ ଚମ୍ପାଇ।

ତେବେ ହେମନ୍ତ ଜେଲରୁ ବାହାରିବା ପରେ ଚମ୍ପାଇଙ୍କୁ ପଦ ଛାଡିବାକୁ ପଡିଥିଲା । ଜେଏମଏମରେ ବିଦ୍ରୋହୀ ଭାବେ ଚମ୍ପାଇ ସୋରେନ ଗତ ୧୫ ଦିନ ହେବ ଚର୍ଚ୍ଚାରେ ରହିଥିଲେ । ଗତ ସୋମବାର ରାତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଆଲୋଚନା କରିଥିଲେ । ଭବିଷ୍ୟତ ରଣନୀତିକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ।

ଉତ୍ତର ନମିଳିବାରୁ ପୁଣି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ

କୋଲକତା: ଉତ୍ତର ନମିଳିବାରୁ ପୁଣି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ । ଗତ ୨୨ ତାରିଖରେ ମମତା ଲେଖିଥିବା ଚିଠିର ଉତ୍ତର କେନ୍ଦ୍ର ମହିଳା ଓ ଶିଶୁ କଲ୍ଯାଣ ମନ୍ତ୍ରାଳୟ ଏକ ରିପ୍ଲାଇ ଦେଇଥିଲା। ଯେଉଁଥିରେ ସେ ଉଠାଇଥିବା ପ୍ରସଙ୍ଗକୁ ଗୁରୁତର ସହ ନିଆ ନଯାଇଥିବା ଅନୁଭବ କରିବାରୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଦ୍ବିତୀୟ ଚିଠି ଲେଖିଛନ୍ତି ମମତା ।

ଦୁଷ୍କର୍ମ ଓ ମହିଳା ନିର୍ଯାତନା ନେଇ ସେ କଠୋର ଆଇନ ଆଣିବା ସହ ଉଦାହରଣୀୟ ଦଣ୍ଡ ଦେବା ଲାଗି ବ୍ଯବସ୍ଥା କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠିଲେଖିଥିଲେ । ହେଲେ କୌଣସି ଉତ୍ତର ନପାଇବାରୁ ଆଜି ପୁଣି ଥରେ ମମତା ଚିଠି ଲେଖି ଧ୍ଯାନ ଆକର୍ଷଣ କରିଛନ୍ତି । କୋଲକାତାକାଣ୍ଡ ପରେ ମମତା ପୀଡିତାଙ୍କୁ ନ୍ଯାୟ ଦେବା ପାଇଁ ଚେଷ୍ଟା ଚଳାଇଛନ୍ତି । ଅନ୍ଯପଟେ କୋଲକାତା ଦୁଷ୍କର୍ମ ଓ ହତ୍ଯାକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ। ପ୍ରତିଦିନ ଆସୁଛି ନୂଆ ନୂଆ ମୋଡ଼।

ଏବେ ଏକ ରିପୋର୍ଟ ଆସିଛି ଯେ, ଡାକ୍ତରୀ ଛାତ୍ରଙ୍କ ମୃତ୍ଯୁ ପରେ ଯେଉଁଠି ତାଙ୍କର ଡେଡ୍ ବଡି ରଖାଯାଇଥିଲା, ସେଠାକୁ ୧୦ରୁ ୧୫ ଜଣ ଲୋକ ଯାଇଥିଲେ। ଏତେ ଲୋକ ସେଠାକୁ ଯିବାର କୌଣସି କାରଣ ନାହିଁ। କାରଣ ନା ସେମାନେ ପୋଲିସ ନା ସେମାନେ ପୋଷ୍ଟମର୍ଟମ ସହିତ ଜଡ଼ିତ ଥିଲେ। ସେଠାକୁ ଯିବାକୁ ସେମାନଙ୍କର କୌଣସି ଅଧିକାର ହିଁ ନାହିଁ। ଆଶଙ୍କା କରାଯାଉଛି, ଏତେ ଲୋକେ ସେଠାକୁ ଯିବା ଦ୍ଵାରା ପ୍ରମାଣ ନଷ୍ଟ ହୋଇଥାଇପାରେ।

ଏହାକୁ ନେଇ ନୂଆ ବିବାଦ ହେଲାଣି। ସେପଟେ ପୁରା ଘଟଣାରେ ପଶ୍ଚିମବଙ୍ଗ ମହିଳା କମିଶନର ନିଷ୍କ୍ରିୟତା ପ୍ରତିବାଦରେ ଆଜି ବିଜେପି ମହିଳା ମୋର୍ଚ୍ଚା ଜୋରଦାର ପ୍ରତିବାଦ କରିଛି। ମହିଳା କମିଶନ ଅଫିସରେ ତାଲା ପକାଇଥିଲେ ବିଜେପିର ମହିଳା କର୍ମୀ। ବାଟରେ ପୋଲିସର ଗୋଟିଏ ଗୋଷ୍ଠୀର ଧସ୍ତାଧସ୍ତି ମଧ୍ଯ ହୋଇଥିଲା।

ବିଧାନସଭାରେ ଉପସ୍ଥାପିତ ହେଲା ଗୃହ ବିଭାଗର ଶ୍ୱେତପତ୍ର

ଭୁବନେଶ୍ବର: ବିଧାନସଭାରେ ଉପସ୍ଥାପିତ ହେଲା ଗୃହ ବିଭାଗର ଶ୍ୱେତପତ୍ର । ୨୦୨୩ ମସିହାରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଛି । ୨୦୨୩ରେ ରାଜ୍ୟରେ ମୋଟ୍ ୧ ଲକ୍ଷ ୯୯ ହଜାର ୯୫୪ଟି ମାମଲା ରୁଜୁ ହୋଇଥିଲା । ସେଥିମଧ୍ଯରେ ରହିଥିଲା ୧୩ ଶହ ୬୨ଟି ହତ୍ୟା, ୩୨୦ଟି ଡକାୟତି, ୨୯୬୧ ଲୁଣ୍ଠନ ମାମଲା । ୧୬ ହଜାର ୮୫୧ଟି ଚୋରି, ୨ ହଜାର ୧୯୬ଟି ପ୍ରତାରଣା ମାମଲା ରୁଜୁ ହୋଇଥିଲା । ଏହାଛଡ଼ା ୧ ହଜାର ୬୫୫ଟି ଦଙ୍ଗା, ୧୧ ହଜାର ୯୯୨ଟି ମୋଟରଯାନ ଦୁର୍ଘଟଣା ମାମଲା ରହିଛି ।

୧୪ ହଜାର ‌୬୭୦ଟି ବିବିଧ ମାମଲା ଅନ୍ତର୍ଭୁକ୍ତ ରହିଛି । ୨୦୨୩ରେ ୨ ହଜାର ୩୪୮ଟି ସାଇବର ଅପରାଧ ମାମଲା ପଞ୍ଜିକୃତ ହୋଇଥିବାବେଳେ ସେଥିରେ ୩୬୨ଟି ଆର୍ଥିକ ଠକେଇ ମାମଲା ରହିଥିଲା । ମହିଳାମାନଙ୍କ ସୁରକ୍ଷା ନିମନ୍ତେ ୨୯ଟି ଜିଲ୍ଲାରେ ଆଇୟୁସିଏଡବ୍ଲୁ ୟୁନିଟ ଖୋଲାଯାଇଛି । ମହିଳା ଓ ଶିଶୁ ବିରୋଧରେ ତଦନ୍ତ ଦକ୍ଷତା ବୃଦ୍ଧି ପାଇଁ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ ଅଧିକାରୀଙ୍କୁ ତାଲିମ ଦିଆଯାଉଛି । ପୋକସୋ ମାମଲାର ବିଚାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ୨୪ଟି ସ୍ବତନ୍ତ୍ର ଅଦାଲତ କରାଯାଇଛି ।

ଚଳିତ ଆର୍ଥିକ ବର୍ଷରେ ଖୋଲିବନି ନୂଆ ମଦ ଦୋକାନ, ଡାନ୍ସବାରକୁ ମନା

ଭୁବନେଶ୍ବର: ରାଜ୍ଯରେ ଆସିଲା ନୂଆ ଅବକାରୀ ନୀତି । ଚଳିତ ଆର୍ଥିକ ବର୍ଷରେ ନୂଆ ବିଦେଶୀ ମଦ ଦୋକାନ ଖୋଲିବ ନାହିଁ । ବାର ଗୁଡିକରେ କେବଳ ସଙ୍ଗୀତ ପରିବେଷଣର ଅନୁମତି ପାଇବେ । କିନ୍ତୁ ନୃତ୍ୟ ପରିବେଷଣକୁ ଅନୁମତି ଦିଆଯିବ ନାହିଁ। ଚଳିତ ଆର୍ଥିକ ବର୍ଷରେ ପୂର୍ବରୁ ନବୀକରଣ ହୋଇନଥିବା ୫୭ ଗୋଟି ଅନ ସପକୁ ପୁନଃ ନବୀନକରଣ କରାଯିବ ନାହିଁ ।

ପ୍ରତିବର୍ଷ ବର୍ଦ୍ଧିତ ହେଉଥିବା MGQ factorର ଚଳିତ ବର୍ଷ ବର୍ଦ୍ଧିତ ହେବନାହିଁ । ରାଜ୍ଯର ଗ୍ରାମୀଣ ଅଞ୍ଚଳରେ ମଦ ବାର୍ ଖୋଲିବ ନାହିଁ । କେବଳ ଥ୍ରୀ ଷ୍ଟାର ହୋଟେଲକୁ ନୂଆ ବାର୍ ଲାଇସେନ୍ସ ମିଳିବ । ବିଚରେ ମଦ ସ୍ଯାକ୍ସ ଏବଂ କ୍ୟାବିନ ଖୋଲିବାକୁ ଅନୁମତି ଦେବ ପର୍ଯ୍ୟଟନ ବିଭାଗ । ବିଚ ସ୍ଯାକ୍ସର ବାର୍ଷିକ ଲାଇସେନ୍ସ ଦର ହେବ ୫୦ ହଜାର ଟଙ୍କା ।

ଯାହା OTDC ପାଖରେ ପୈଠ କରାଯିବ । ନିଶା ସେବନ ବିରୁଦ୍ଧ ରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଏକ ସ୍ଵତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରିଛନ୍ତି।ବେଆଇନ ମଦ କାରବାରକୁ ରୋକିବା ଏବଂ ଚଢ଼ାଉ ଜୋରଦାର କରିବା ପାଇଁ ନୂଆ ଅବକାରୀ କେନ୍ଦ୍ର ପ୍ରତିଷ୍ଠା ସହ ନୂଆ ନିଯୁକ୍ତି, କର୍ମଚାରୀଙ୍କୁ ତାଲିମ ଏବଂ ଅଧିକ ଯାନ ଯୋଗାଇବା ପାଇଁ ନୂଆ ଅବକାରୀ ନୀତିରେ ବ୍ୟବସ୍ଥା ରହିଛି I ଭାଙ୍ଗ, ପୋଚ ଓ ତାଡ଼ି ପାଇଁ ବି ଲାଗୁହେବ ନୂଆ ଅବକାରୀ ନୀତି । ଆସନ୍ତା ସେପ୍ଟେମ୍ବର ପହିଲାରୁ ୨୦୨୫ ମାର୍ଚ୍ଚ ୩୧ ତାରିଖ ପର୍ଯ୍ଯନ୍ତ ନୂଆ ଅବକାରୀ ନୀତି ଲାଗୁ ହେବ ।

କଲେଜ ଛାତ୍ରଛାତ୍ରୀଙ୍କୁ ମୋହନ ସରକାରଙ୍କ ବଡ଼ ଝଟକା, ବନ୍ଦ ହେଲା ନୂଆ-ଓ ଯୋଜନା

ଭୁବନେଶ୍ବର: କଲେଜ ପିଲାଙ୍କୁ ମୋହନ ସରକାରଙ୍କ ବଡ଼ ଝଟକା । ବନ୍ଦ ହେଲା ନୂଆ-ଓ ଯୋଜନା । ଆଉ ମିଳିବନି ନୂଆ-ଓ ଛାତ୍ରବୃତ୍ତି । ପିଲାଙ୍କୁ ପାଠ ପଢିବାକୁ ସାହସ ଦେଇଥିଲେ ନବୀନ ସରକାର । ସବୁ ଯୁକ୍ତ ତିନି ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳୁଥିଲା ନୂଆ-ଓ ସ୍କଲାରସିପ । ଛାତ୍ରଙ୍କୁ ବାର୍ଷିକ ୯ ହଜାର ଓ ଛାତ୍ରୀଙ୍କୁ ଦିଆଯାଉଥିଲା ୧୦ ହଜାର ଟଙ୍କା । ଏଭଳି ଐତିହାସିକ ଯୋଜନାକୁ ହଠାତ ବନ୍ଦ କରିଦେଇଛି ରାଜ୍ଯର ବିଜେପି ସରକାର ।

ଗୃହରେ ଏକ ଅଣତାରକା ଚିହ୍ନିତ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ଯବଂଶୀ ସୂରଜ । ମନ୍ତ୍ରୀ କହିଛନ୍ତି, ନୂଆ-ଓ ଛାତ୍ରବୃତ୍ତି ପାଇଁ ଚଳିତବର୍ଷ ବଜେଟରେ କୌଣସି ପ୍ରାବଧାନ ନାହିଁ । ଉଚ୍ଚଶିକ୍ଷାରୁ ବଞ୍ଚିତ ପିଲାଙ୍କୁ ଆର୍ଥିକ ସହାୟତା ଦେବାକୁ ଫାଇନାନସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେନ୍ସ ନାଁରେ ଏକ ଯୋଜନା ପ୍ରଣୟନ ହେଉଛି । ଯାହାର ନିର୍ଦ୍ଦେଶାବଳୀ ପ୍ରସ୍ତୁତି ଚାଲିଛି । ଅର୍ଥାତ ନୂଆ-ଓ ସ୍କଲାରସିପକୁ ବନ୍ଦ କରି ଦେଇଛନ୍ତି ସରକାର । ଯାହାକୁ ନେଇ ବିରୋଧୀ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିବାବେଳେ ବିଜେପି ଜବାବ ରଖିଛି ।

ନୂଆ-ଓ ସ୍କଲାରସିପ ନବୀନ ସରକାରଙ୍କ ଯୁଗାନ୍ତକାରୀ ଯୋଜନା । ସବୁ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ଦେବାରେ ଦେଶରେ ଓଡ଼ିଶା ଥିଲା ପ୍ରଥମ ରାଜ୍ୟ । ଗତ ଫେବୃଆରୀ ୨୬ ତାରିଖରେ ଛାତ୍ରବୃତ୍ତି ବଣ୍ଟନ ଆରମ୍ଭ ହୋଇଥିଲା । କ୍ରମାଗତ ଭାବେ ୩୦ ଜିଲ୍ଲାରୁ ୪ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇଥିଲେ । ପାଠପଢାରେ ସହାୟତା ପାଇଁ ପିଲାଙ୍କ ଆକାଉଣ୍ଟଙ୍କୁ ଏକାବେଳେ ଟଙ୍କା ପଠାଉଥିଲେ ନବୀନ ସରକାର । ଯାହାଦ୍ବାରା ପ୍ରାୟ ୯୫ ପ୍ରତିଶତ ଛାତ୍ରଛାତ୍ରୀ ଉପକୃତ ହେଉଥିଲେ ।

କେବଳ ସରକାରୀ କର୍ମଚାରୀ ଓ ଆୟକର ଦେଉଥିବା ଅଭିଭାବକଙ୍କ ପିଲା ବାଦ ପଡ଼ିଥିଲେ । ନୂଆ-ଓ କାର୍ଯ୍ୟକ୍ରମ ପାଇଁ ରଖାଯାଇଥିଲା ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ । ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜ ପାଇଁ ଅଧିକ ପଏଣ୍ଟ ବ୍ୟବସ୍ଥା ବି ରହିଥିଲା । ଆଗାମୀ ଦିନରେ ନୂଆ-ଓ ମ୍ୟାଜିକ କାର୍ଡ ମାଧ୍ଯମରେ ବିଭିନ୍ନ ସୁବିଧା ଦେବାକୁ ଯୋଜନା କରିଥିଲେ ନବୀନ ସରକାର । ହେଲେ ନୂଆ ସରକାର ପିଲାଙ୍କ ଭବିଷ୍ଯତ କଥା ନଭାବି ଯୋଜନାକୁ ବନ୍ଦ କରିଦେବାକୁ ନେଇ ଛାତ୍ରଛାତ୍ରୀମାନେ ବି ପ୍ରଶ୍ନ ଉଠାଇଛନ୍ତି ।