spot_img
Home Blog Page 1736

ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ବର: ରାଜ୍ୟସଭା ପାଇଁ ବିଜେପିର ୨ପ୍ରାର୍ଥୀ ନାମାଙ୍କନ ଭରିବା ଘଟଣା । ରେସରୁ ଓହରିଲେ ଜଗନ୍ନାଥ ପ୍ରଧାନ । ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି ଜଗନ୍ନାଥ ପ୍ରଧାନ । ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ମମତା ମହାନ୍ତ । ପ୍ରାର୍ଥିପତ୍ର ପ୍ରତ୍ୟାହାର ଘଟଣାରେ ପ୍ରତିକ୍ରିୟା ରଖିଲେ ଜଗନ୍ନାଥ ପ୍ରଧାନ । ଏହା ଦଳର ଆଭ୍ୟନ୍ତରୀଣ ନିଷ୍ପତ୍ତି ।

ବିଜେପି ନେତୃବୃନ୍ଦଙ୍କ ନିଷ୍ପତ୍ତିରେ ପ୍ରାର୍ଥୀପତ୍ର ଦାଖଲ କରିଥିଲି । ଆଜି ବିଜେପି ନେତୃବୃନ୍ଦଙ୍କ ନିଷ୍ପତ୍ତିରେ ପ୍ରତ୍ୟାହାର କଲି. ମୁଁ ଶୃଙ୍ଖଳିତ କର୍ମୀ  । ଧନ୍ୟବାଦ ବିଜେପିକୁ ଯେ ମୋତେ ଦାୟିତ୍ୱ ଦେଇଥିଲେ । ଆଭ୍ୟନ୍ତରିଣ କଥା ମୁଁ ଜାଣିନି । ଭୁବନେଶ୍ୱର କ୍ୟାପିଟାଲ ସିଟି । ଏଠି ଦଳୀୟ କାର୍ଯ୍ୟକ୍ରମ ହେଲେ ଆମେ ସାମିଲ ହେଉ ।

ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ପୋଡିୟମ ଉପରେ ଚଢିଲେ ତାରା ଓ ଅଧୀରାଜ

ଭୁବନେଶ୍ବର: ଦୁଇ ଦିନର ବିରତି ପରେ ବିଧାନସଭା ବିଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ପୁଣି ଆରମ୍ଭ ହୋଇଛି। ଆଜି ଗୃହରେ ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ କରିଛନ୍ତି ବିରୋଧୀ ଦଳର ନେତା। ଆଜି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ପ୍ରଶ୍ନୋତ୍ତର ଥିବା ବେଳେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ନାରାବାଜି ଆରମ୍ଭ ହୋଇ ଯାଇଥିଲା । ଜାତିଭିତ୍ତିକ ଜନଗଣନାକୁ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ ଦଳର ନେତାମାନେ । ଜନଗଣନା ପାଇଁ ଦାବି ଉଠାଇଥିଲେ ବିଜେଡି ଓ କଂଗ୍ରେସ । ପ୍ରଶ୍ନୋତ୍ତର ବେଳେ ଗୃହ ମଧ୍ୟ ଭାଗରେ ବିରୋଧୀଙ୍କ ପ୍ରତିବାଦ ଚାଲିଥିବା ବେଳେ ବାଚସ୍ପତିଙ୍କ ପୋଡିୟମ ଚଢିବାକୁ ଉଦ୍ୟମ କରିଥିଲେ ବିରୋଧୀ । ପୋଡିୟମ ଉପରେ ଚଢି ବାଚସ୍ପତିଙ୍କ ଟେବୁଲ ପିଟି ପିଟି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀ ପତି ଓ ବିଜେଡି ବିଧାୟକ ଅଧୀରାଜ ପାଣିଗ୍ରାହୀ ପ୍ରତିବାଦ କରିଥିଲେ । ବିଧାନସଭାରେ ବିରୋଧୀଙ୍କ ପ୍ରବଳ ହଙ୍ଗାମା ପରେ  ବାଚସ୍ପତି ଗୃହକୁ ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି।

ସତରେ କ’ଣ ଏହି ପାନୀୟ ଦ୍ବାରା ଓଜନ ହ୍ରାସ ହୁଏ ?

 

ନନ୍ଦିଘୋଷ ବ୍ୟୁରୋ: ଆଜିର ଦୁନିଆରେ ସମସ୍ତଙ୍କ ଚିନ୍ତାର କାରଣ ହେଉଛି ମୋଟାପଣ ବା ଓଜନ ବୃଦ୍ଧି । ଦୈନନ୍ଦିନ ଜୀବନ ଶୈଳୀରେ ସଠିକ୍‌ ଖାଦ୍ୟପେୟ ଠିକ ନରହିଲେ ଆମକୁ ମେଦ ବହୁଳତା ବା ଓଜନ ବୃଦ୍ଧିର ଶିକାର ହେବାକୁ ପଡିଥଶଏ । ଲୋକେ ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ଉପାୟ ଆପଣାଉଛନ୍ତି। ହେଲେ ଆପଣମାନେ ଦେଖିଥିବେ ପ୍ରାୟତଃ ଲୋକମାନେ ସମୟ ଅଭାବରୁ ଘରୋଇ ଉପଚାର ମାଧ୍ୟମରେ ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି ।ଏଥିପାଇଁ ସହଜ ଉପାୟ ପ୍ରାୟତଃ ଲୋକମାନେ ଆଜିକାଲି  ଜିରା ପାଣିର ସେବନ ଅଧିକ ମାତ୍ରାରେ କରୁଛନ୍ତି  । କ’ଣ ସତରେ ଜିରା ପାଣି ସେବନ କରିବା ଦ୍ବାରା ଓଜନ ହ୍ରାସ ହେଇଥାଏ ।

ସତରେ ଏହି ପାନୀୟ ଦ୍ବାରା ଓଜନ ହ୍ରାସ ହୁଏ ?

ଜିରା ପାଣି ଶରୀରର ମେଟାବୋଲିଜିମରେ ଉନ୍ନତି ଆଣେ ଏହା ହଜମକୁ ଉନ୍ନତ କରିଥାଏ ଏବଂ ଆପଣଙ୍କ ଖାଦ୍ୟକୁ ଭଲ ଭାବରେ ହଜମ କରିଥାଏ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଏହା ଓଜନ ହ୍ରାସ କରିବ। ଜିରା ପାଣିରେ ପ୍ରଚୁର ମାତ୍ରାରେ ଆଣ୍ଟି ଆକ୍ସିଡେଣ୍ଟ ରହିଥାଏ। ତେଣୁ ଏହାର ସେବନ କରିବା ଦ୍ଵାରା ଆପଣଙ୍କ ଶରୀରରୁ ଖରାପ ଜୀବାଣୁ ନିଷ୍କାସିତ ହୋଇ ଯାଇଥାଏ, ଯାହାଦ୍ଵାରା ଆପଣଙ୍କ ଲିଭର ଓ ଚର୍ମ ସୁସ୍ଥ ରହେ। ଜିରାରେ ଆଇରନର ମାତ୍ରା ମଧ୍ୟ ପ୍ରଚୁର ପରିମାଣରେ ରହିଥାଏ, ତେଣୁ ଏହାର ସେବନ କରିବା ଦ୍ଵାରା ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଯଦି ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସଠିକ ମାତ୍ରାରେ ରହିବ, ତାହେଲେ ଆପଣ ସମସ୍ତ ପ୍ରକାରର ରୋଗରୁ ବଞ୍ଚିତ ରହି ପାରିବେ। ଏହାଛଡା ଜିରାରେ ଭିଟାମିନ A ଓ C ପ୍ରଚୁର ପରିମାଣରେ ରହିଥାଏ, ଏହା ଶରୀରକୁ ଇନଫେକସନ ସହିତ ଲଢିବା ପାଇଁ ସାହାଯ୍ୟ କରିଥାଏ।

ଅନେକ ଥର ଲୋକମାନେ ବିଭିନ୍ନ ପାଣିର ବ୍ୟବହାର କରନ୍ତି, ତେଣୁ ଏସବୁ ଆପଣଙ୍କ ଶରୀରକୁ ହାଇଡ୍ରେଟ୍ କରେ, ଏହା ଛଡା ଆଉ କିଛି ନୁହେଁ  । ଯେତେବେଳେ ଆପଣ ଡାଏଟ୍ ବଦଳାଇବ ସେତେବେଳେ ଓଜନ ହ୍ରାସ ପାଇବ  ।  ଓଜନ ହ୍ରାସ କରିବାକୁ ହେଲେ ଆପଣଙ୍କୁ ହାଇ ଫାଇବର, ମିଲେଟ, ସୁସ୍ଥ ଚର୍ବି, ଫଳ ଏବଂ ପନିପରିବା ଖାଦ୍ୟରେ ଅନ୍ତର୍ଭୂକ୍ତ କରିବାକୁ ପଡିବ  । ଏହା ବ୍ୟତୀତ ବ୍ୟାୟାମ ଏବଂ ଯୋଗ ମଧ୍ୟ କରିବାକୁ ପଡିବ  ।

ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଏସବୁ ଜିନିଷ

ଆପଣ ଯେତେ ପ୍ରକାରର ରାସାୟନିକ ପାନୀୟ କିମ୍ବା ଔଷଧ ଖାଇବେ ଏହା ଆପଣଙ୍କୁ ପତଳା କରାଇଦେଇପାରେ କିନ୍ତୁ ଭବିଷ୍ୟତରେ ଏହା ଆପଣଙ୍କ ପାଇଁ କ୍ଷତିକାରକ ହେଇପାରେ । ଆପଣ ଭବିଷ୍ୟତରେ ଅନେକ ରୋଗର ଶିକାର ହେଇପାରନ୍ତି ।ତେଣୁ ଏହି ସବୁ ଜିନିଷର ଜାଲରେ ପଡ଼ନ୍ତୁ ନାହିଁ |ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ  ।

 

ନୀଳଗିରିରେ ହାତୀପଲଙ୍କ ଉତ୍ପାତ, ଘର ଭାଙ୍ଗିଲେ ଓ ଫସଲ ନଷ୍ଟ କଲେ

ବାଲେଶ୍ଵର: ନୀଳଗିରିରେ ହାତୀ ଉପଦ୍ରବ। ସକାଳୁ ଗାଁରେ ପଶି ଘର ଭାଙ୍ଗିଲା କୁଳଡିଆ ଅଂଚଳରୁ ଆସିଥିବା ହାତୀ। ନିକଟ ଜଙ୍ଗଲରୁ ଆଜି ଗ୍ରାମର ବହୁ ଲୋକଙ୍କ ବାଡ଼ିରେ ପଶି ଫସଲ ନଷ୍ଟ କରିବା ସହ ଘରଗୁଡିକୁ ଉପାଡି ଫିଙ୍ଗୁଥୁବା ଦେଖିବାକୁ ମିଳିଛି। ହାତୀ ଉପଦ୍ରବ ନେଇ ଲୋକେ ଭୟଭୀତ ହୋଇ ରହିଛନ୍ତି। ସେପଟେ ହାତୀ ଉପଦ୍ରବର ସମାଧାନ ଦାବି କରି ଘଟଣାସ୍ଥଳରେ ବନ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ। ବାଉଁଶବଣିଆ ପଞ୍ଚାୟତ ଅଧିନ ଢୋଲପୁର ଗାଁରେ ବନ କର୍ମଚାରୀଙ୍କୁ ଅଟକ ରଖିଛନ୍ତି। ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଲେ କୁଳଡିଆ ରେଞ୍ଜର। ହାତୀକୁ ଜଙ୍ଗଲକୁ ଘଉଡ଼ାଇବାକୁ ବନବିଭାଗ ଉଦ୍ୟମ ଜାରି ରହିଛି ।

 

ସେଦିନ ରାତିରେ ଟ୍ରେନି ଡାକ୍ତରଙ୍କ ସହ କ’ଣ ହେଇଥିଲା, ସତ ଓଗାଳିଲା ସଂଜୟ ..

ନନ୍ଦିଘୋଷ ବ୍ୟୁରୋ: ସେ ଚିତ୍କାର କରୁଥିଲେ …ସେଥିପାଇଁ ମୁଁ ତାଙ୍କୁ ମାରିଦେଲି । ଏଭଳି କିଛି ବୟାନ ଦେଇଛି ନର ରାକ୍ଷସ ସଞ୍ଜୟ । ସେଦିନ ରାତିରେ କ’ଣ ହେଇଥିଲା ଏବଂ ପୀଡାଙ୍କୁ କେମିତି ହତ୍ୟା କରାଯାଇଥିଲା ସବୁ ବଖାଣିଛି ସଞ୍ଜୟ ।

କୋଲକାତାର ଆରଜି କର ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ସଞ୍ଜୟ ରୟ ନିଜ ଅପରାଧ ସ୍ୱୀକାର କରିଛନ୍ତି। ସିବିଆଇ ସୂତ୍ରରୁ ପ୍ରକାଶ ଯେ, ହତ୍ୟାକାରୀ ସଞ୍ଜୟ ରୟ ସିବିଆଇ ପଚରାଉଚରା ବେଳେ ସ୍ୱୀକାର କରିଛନ୍ତି ଯେ ସେ ହିଁ ଟ୍ରେନି ମହିଳା ଡାକ୍ତରଙ୍କୁ ହତ୍ୟା କରିଛନ୍ତି। ସେ କହିଛନ୍ତି ଯେ ମହିଳା ଡାକ୍ତର  ବାରମ୍ବାର ଚିତ୍କାର କରୁଥିବାରୁ ବଳାତ୍କାର ପରେ ସେ ତାଙ୍କୁ ହତ୍ୟା କରିଛନ୍ତି। ବାସ୍ତବରେ, ଅଗଷ୍ଟ 9 ତାରିଖରେ ଆର.ଜି କର ହସ୍ପିଟାଲର ସେମିନାର ହଲରେ ଜଣେ ଟ୍ରେନିଂ ଲେଡି ଡାକ୍ତରଙ୍କ ମୃତଦେହ ମିଳିଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ତାଙ୍କୁ ବଳାତ୍କାର କରାଯାଇଥିବା ସୂଚନା ମିଳିଥିଲା ।

ସିବିଆଇକୁ ଅଭିଯୁକ୍ତ ସଞ୍ଜୟ ରୟ କହିଛନ୍ତି, ପୀଡିତା ଲଗାତାର ଚିତ୍କାର କରୁଥିଲେ, ତେଣୁ ତାଙ୍କ ତଣ୍ଟିକୁ ଜୋର୍‌ରେ ଚିପି ରଖିଥିଲି, ସେ ପର୍ଯ୍ୟନ୍ତ ଯେ ପର୍ଯ୍ୟନ୍ତ ମହିଳା ଡାକ୍ତରଙ୍କ ମୃତ୍ୟୁ ନ ହୋଇଛି। ଶେଷରେ ପୀଡିତା ମୋ କବଳରୁ ନିଜକୁ ରକ୍ଷା କରିନପାରି ମୃତ୍ୟୁବରଣ କରିଥିଲେ। ମୋତେ ଧରାପଡିଯିବାର ଭୟ ଥିଲା ସେଥିପାଇଁ ମୁଁ ତାଙ୍କୁ ଗଳା ଚିପି ହତ୍ୟା କରିଛି ।

ସୂତ୍ରରୁ ପ୍ରକାଶ, ଅଭିଯୁକ୍ତ ସଞ୍ଜୟ ରୟ ମଧ୍ୟ ତାଙ୍କର ଡାକ୍ତରୀ ଟେଷ୍ଟ ସମୟରେ ଏହା ପ୍ରକାଶ କରିଛନ୍ତି। ଆର୍‌.ଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସଞ୍ଜୟ ରୟ ମୁଖ୍ୟ ଅଭିଯୁକ୍ତ। ସଞ୍ଜୟ ରୟଙ୍କ ‘ପଲିଗ୍ରାଫ ଟେଷ୍ଟ’ କୋଲକାତାର ପ୍ରେସିଡେନ୍ସି ଜେଲରେ କରାଯାଇଥିଲା।

କୋଲକାତାରେ ନବାନ୍ନ ଅଭିଯାନ, ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ କରିବେ ରାଲି

ନନ୍ଦିଘୋଷ ବ୍ୟୁରୋ: କୋଲକାତା RG କର ମେଡିକାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣା। ଏହାର ପ୍ରତିବାଦ କରି କୋଲକାତାରେ ପଶ୍ଚିମବଂଗ ଛାତ୍ର ସଂଗଠନର ଆଜି ନବାନ୍ନ ରାଲି। ଅଭୟାଙ୍କୁ ନ୍ୟାୟ ଦେବାକୁ ଆଜି ମହା ବିକ୍ଷୋଭ କରିବେ ଛାତ୍ର ସଂଗଠନ। ଟିଏମସି ସରକାର ବିରୋଧରେ ସବୁଠୁ ବଡ଼ ଆନ୍ଦୋଳନର ଡାକରା ଦେଇଛି ପଶ୍ଚିଂବମଗ ଛାତ୍ର ସଙ୍ଗଠନ। କୋଲକାତାରେ ବିଶାଳ ଜନ ସମାବେଶର ଡାକରା ଦେଇଛି ଛାତ୍ର ସମାଜ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଫିସ୍ ନବନ୍ନା ଘେରାଉ କରିବେ ୩୦ ହଜାରରୁ ଅଧିକ ଛାତ୍ରଛାତ୍ରୀ। ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ଛାତ୍ରଛାତ୍ରୀମାନେ ଏହି ଆନ୍ଦୋଳନ ଡାକରା ଦେଇଛନ୍ତି। ଆଜି ମଧ୍ୟାହ୍ନରେ ଛାତ୍ର ସଙ୍ଗଠନ ରାସ୍ତାକୁ ଓହ୍ଲାଇବ। ଏହି ରାଲିକୁ ନବାନ୍ନା ଅଭିଯାନ କୁହାଯାଉଛି।

ବିନା କୌଣସି ରାଜନୈତିକ ବ୍ୟାନରରେ ଏହି ବିକ୍ଷୋଭର ଡାକରା ଦିଆଯାଇଛି। ବିକ୍ଷୋଭକାରୀମାନେ ରାଜ୍ୟ ସଚିବାଳୟ ଯାଏ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛନ୍ତି। ନବାନ୍ନା ହେଉଛି ରାଜ୍ୟ ସଚିବାଳୟ ଯେଉଁଠାରେ ପଶ୍ଚିମବଙ୍ଗ ସରକାରଙ୍କ କାର୍ଯ୍ୟ ଚାଲିଥାଏ। ନବନ୍ନାରେ ମମତା ବାନାର୍ଜୀଙ୍କ କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ବରିଷ୍ଠ ମନ୍ତ୍ରୀ ଏବଂ ଅଧିକାରୀଙ୍କ ଅଫିସ ଅଛି।

ପ୍ରଥମଥର ପାଇଁ ଏତେ ସଂଖ୍ୟାରେ ଲୋକେ ମମତା ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇବେ। ବିକ୍ଷୋକୁ ଦୃଷ୍ଟିରେ ରଖି କୋଲକାତାକୁ ସଂଯୋଗ କରୁଥିବା ସବୁ ପ୍ରବେଶ ପଥକୁ ସିଲ୍ କରି ଦିଆଯାଇଛି।୬୦୦୦ରୁ ଅଧିକ ପୁଲିସ କର୍ମୀଙ୍କୁ ନିୟୋଜିତ କରାଯାଇଛି। ୧୯ଟି ସ୍ଥାନରେ ବ୍ୟାରିକେଡିଂ କରାଯାଇଛି। ବିଭିନ୍ନ ସ୍ଥାନରେ ପ୍ରାୟ ୨୬ ପୋଲିସ କମିଶନର ନିୟୋଜିତ ହୋଇଛନ୍ତି।

ସତ୍ୟବାଦୀ ଆଳିସ ଗାଁରେ ଭୟାବହ ଅଗ୍ନିକାଣ୍ଡ, ୧୫ ପରିବାର ସର୍ବସ୍ବାନ୍ତ

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ଆଳିସ ଗାଁରେ ଭୟାବହ ଅଗ୍ନିକାଣ୍ଡ। ନିଆଁ ଲାଗି ଜଳିଗଲା ୩୦ ବଖରାରୁ ଊର୍ଦ୍ଧ୍ବ ଘର। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।। ଆସବାବପତ୍ର ସହ ବାଇକ୍ ଜଳିପୋଡି ପାଉଁଶ ହୋଇଯାଇଛି। ଏଥିସହ ୩ଟି ଗାଈଗୋରୁ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଜଣେ ଲୋକ ଗୁରୁତର ହୋଇଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଗ୍ରାମବାସୀ ନିଆଁକୁ ଆୟତ୍ତ କରିଥିବାବେଳେ ଅଗ୍ନିକାଣ୍ଡରେ ୧୫ଟି ପରିବାର ସର୍ବସ୍ବାନ୍ତ ହୋଇଛନ୍ତି । ୫ଟି ବାଇକ୍ ସହ ୧୦୦ କୁଇଣ୍ଟାଲ ଧାନ ମଧ୍ୟ ପୋଡ଼ି ଯାଇଥିବା ଅଭିଯୋଗ ହୋଇଛି।

ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା, ଗୋଟିଏ ପରିବାରରେ ୪ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ଆନ୍ଧ୍ରପ୍ରଦେଶ କଡପ୍ପା-ରାୟଚୋଟି ଏନଏଚରେ ମର୍ମନ୍ତୁଦ ଦୁର୍ଘଟଣା । କଣ୍ଟେନର ସହିତ କାରର ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ । ଆନ୍ଧ୍ରପ୍ରଦେଶର ଗୁଭଭାଲାଚେରୁଭୁ ଘାଟ ରୋଡରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଉଭୟପଟୁ ଦୁଇଜଣଯାକ ଦ୍ରୁତଗତିରେ ଆସୁଥିବାବେଳେ କାର ଓ କଣ୍ଟେନର ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ କାରରେ ଥିବା ଚାରି ଜଣ ଏବଂ କଣ୍ଟେନର ଟ୍ରକର ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି।

କାରରେ ଥିବା ବ୍ୟକ୍ତିମାନେ ଏକ ପରିବାରର ସଦସ୍ୟ ଥିଲେ ଯେଉଁମାନେ ସମ୍ପର୍କୀୟଙ୍କ ଅନ୍ତିମ ସଂସ୍କାରରୁ ଫେରୁଥିଲେ। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନେ ଚକ୍ରପ୍ରଦେଶ ମଣ୍ଡଳର କନେପାଲ୍ଲୀ ଗାଁର ବାସିନ୍ଦା ବୋଲି ଜଣାପଡିଛି। ପୋଷ୍ଟମର୍ଟମ ପାଇଁ ପୋଲିସ ମୃତଦେହ ପଠାଇଛି। କଣ୍ଟେନର ଡ୍ରାଇଭର ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ। ପୋଲିସ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି ।

ପଦ୍ମ ଧରିବେ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ

ନନ୍ଦିଘୋଷ ବ୍ୟୁରୋ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ସମ୍ପର୍କରେ ଚାଲିଥିବା ସମସ୍ତ କଳ୍ପନାଜଳ୍ପନା ଶେଷ ହୋଇଛି। ଆସନ୍ତା ୩୦ ତାରିଖ ଶୁକ୍ରବାର ଦିନ ବିଜେପିରେ ମିଶିବେ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମ୍ଏମର ବରିଷ୍ଠ ନେତା ଚମ୍ପାଇ ସୋରେନ୍। ଏନେଇ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଟ୍ୱିଟରରେ ଲେଖିଛନ୍ତି, “ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ଦେଶର ବିଶିଷ୍ଟ ଆଦିବାସୀ ନେତା ଚମ୍ପାଇ ସୋରେନଜୀ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଜୀଙ୍କୁ କିଛି ସମୟ ପୂର୍ବରୁ ଭେଟିଥିଲେ ଏବଂସେ ଅଗଷ୍ଟ ୩୦ରେ ରାଞ୍ଚିରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେବେ ”  । ଏହି ଖବର ପରେ ଝାଡଖଣ୍ଡର ନୂତନ ରାଜନୈତିକ ସମୀକରଣ ଗଠନ ହେଉଥିବା ଜଣାପଡିଛି। ଚମ୍ପାଇ ସୋରେନ ଜରିଆରେ ବିଜେପି ଆଦିବାସୀ ଭୋଟ୍ ହାତେଇବାକୁ ପ୍ରସ୍ତୁତ ହେଉଛି।

ଚମ୍ପାଇ ସୋରେନଙ୍କ ଗାଁର ଆଦିବାସୀମାନେ କହିଛନ୍ତି ଯେ ଚମ୍ପାଇଙ୍କ ପ୍ରତି ଅନ୍ୟାୟ କରାଯାଇଛି। ତାଙ୍କୁ ଅପମାନିତ କରାଯାଇଥିଲା। ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବଳପୂର୍ବକ ହଟାଇ ଦିଆଯାଇଥିଲା। କେବଳ ଚମ୍ପାଇ ସୋରେନଙ୍କ କାରଣରୁ ଝାଡଖଣ୍ଡ ମୁଖୀ ମୋର୍ଚ୍ଚା ଆଗକୁ ବଢିଛି । ବର୍ତ୍ତମାନ ବିଧାନସଭା ନିର୍ବାଚନରେ ଝାଡଖଣ୍ଡ ମୁଖୀ ମୋର୍ଚ୍ଚା କ୍ଷତିର ସମ୍ମୁଖୀନ ହୋଇପାରେ। ଦଳ ଚମ୍ପାଇଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଛି। ଭବିଷ୍ୟତରେ ସେ ଯାହା ପଦକ୍ଷେପ ନେବେ ଆମେ ସମର୍ଥନ କରିବୁ । କିଛି ଲୋକ ଏହା ମଧ୍ୟ କହିଛନ୍ତି ଯେ ଯଦି ସେ ବିଜେପି ସହ ଯାଆନ୍ତି ତେବେ ଆମେ ତାଙ୍କୁ ସମର୍ଥନ କରିବୁ ନାହିଁ।

ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ଜିତିବା ପାଇଁ ବିଜେପି କୌଣସି ମଉକା ହାତରୁ ଯିବାକୁ ଦେଉନାହିଁ । ବର୍ତ୍ତମାନ ସୋରେନଙ୍କ ସାହାଯ୍ୟରେ  ବିଜେପିର ଆଖି ଏଠାରେ ଥିବା ଆଦିବାସୀ ଭୋଟରଙ୍କ ଉପରେ ରହିଛି, ଯାହାର ସମର୍ଥନ ଏପର୍ଯ୍ୟନ୍ତ ବିଜେପିକୁ ମିଳିପାରନାହିଁ । ଏହି କାରଣରୁ ଦଳର ନିର୍ବାଚନ ପର୍ଯ୍ୟବେକ୍ଷକ ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଧ୍ୟ ଦଳର ଦଳିତ ଆଦିବାସୀ ନେତାଙ୍କ ଉପରେ ନଜର ରଖିଛନ୍ତି। ସେ ଗୋଟିଏ ପରେ ଗୋଟିଏ ସମସ୍ତ ଆଦିବାସୀ ନେତାଙ୍କୁ ଭେଟୁଛନ୍ତି।

ଚମ୍ପାଇ ସୋରେନଙ୍କ ସମେତ ଜେଏମ୍ଏମର ଅନେକ ବଡ଼ ବଡ଼ ନେତା ମଧ୍ୟ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି। ଦୁର୍ନୀତି ଅଭିଯୋଗରେ ହେମନ୍ତ ସୋରେନ ଜେଲ ଯିବା ପରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ ଚମ୍ପାଇ ସୋରେନ। ତେବେ ଜେଲରୁ ବାହାରିବା ପରେ ଚମ୍ପାଇଙ୍କୁ ପଦ ଛାଡିବାକୁ ପଡିଥିଲା। ଝାଡ଼ଖଣ୍ଡର ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ହେମନ୍ତ ସୋରେନ। ଏହାପରେ ଜେଏମ୍ଏମରେ ବିବାଦ ଦେଖାଦେଇଥିଲା।

ରିଲ୍ସ ହେଲା କାଳ, ପାଣି ସ୍ରୋତରେ ଭାସିଗଲା ନାବାଳକ

ବାରପଦା: ରିଲ୍ସ ହେଲା କାଳ। ଗୋଡ଼ ଖସିଯିବାରୁ ପାଣି ସ୍ରୋତରେ ଭାସିଗଲା ନାବାଳକ। ଦୀର୍ଘ ସମୟ ଧରି ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ପରେ ମିଳିଲା ନାବାଳକର ମୃତଦେହ। ମୃତକ ନାବାଳକ ହେଲେ ଚାନ୍ଦୁଆ ଥାନା ଅନ୍ତର୍ଗତ ମାରାଙ୍ଗତାଣ୍ଡି ପଞ୍ଚାୟତ ଝିନେଇ ଗାଁର ମଣି ସିଂଙ୍କ ୧୪ ବର୍ଷୀୟ ପୁଅ ରିତୁରାଜ ସିଂ। ଜନ୍ମାଷ୍ଟମୀ ପାଇଁ ସ୍କୁଲ ଛୁଟି ଥିବାରୁ ଗତକାଲି ସନ୍ଧ୍ୟା ସମୟରେ ସୁବର୍ଣ୍ଣରେଖା ମୁଖ୍ୟ କେନାଲର କେଉଟୁଣୀ ମାରୀ ଠାରେ ରିଲ୍ସ୍ କରିବାକୁ ସାଙ୍ଗମାନଙ୍କ ସହ କେନାଲକୁ ଯାଇଥିଲେ। ଗୋଡ଼ ଖସିଯିବାରୁ ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲା। ସେପଟେ ସାଙ୍ଗ ମାନେ ଭୟରେ ବଞ୍ଚାଇବାକୁ ମଧ୍ଯ ସାହସ କରି ପାରିନଥିଲେ। ଘଟଣା ସମ୍ପର୍କରେ ନାବାଳକର ପରିବାର ଲୋକଙ୍କୁ ଖବର ଦେଇଥିଲେ ସାଙ୍ଗମାନେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଜଳସେଚନ ବିଭାଗର ଅଧିକାରୀଙ୍କୁ ଅବଗତ ପରେ ପାଣି ବନ୍ଦ କରି ଚାଲିଥିଲା ଉଦ୍ଧାର କାର୍ଯ୍ୟ। ଦୀର୍ଘ ସମୟ ପରେ ନାବାଳକର ମୃତଦେହ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ। ଘଟଣାସ୍ଥଳରେ ଚାନ୍ଦୁଆ ପୋଲିସ ପହଞ୍ଚି ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ସ୍ଥିତ ପଣ୍ଡିତ ରଘନାଥ ମୁର୍ମୁ ମେଡିକାଲକୁ ପଠାଇଥିଲା।