spot_img
Home Blog Page 1747

ହୃଦଘାତରେ ନନ୍ଦିଘୋଷ ଟିଭି ପ୍ୟାନେଲ ପ୍ରଡ୍ୟୁସରଙ୍କ ପରଲୋକ

ଭୁବନେଶ୍ବର: ନନ୍ଦିଘୋଷ ଟିଭିର ସିନିୟର ପ୍ଯାନେଲ ପ୍ରଡ୍ଯୁସର ମହମ୍ମଦ ଆୱେସଙ୍କ ଆଜି ସକାଳେ ହୃଦଘାତରେ ପରଲୋକ ଘଟିଛି । ଗତକାଲି ରାତି ସାଢେ ଏଗାରଟା ଯାଏ ଅଫିସରେ କାମ କରିଥିଲେ । ହେଲେ ଆଜି ସକାଳେ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଏସସିବି ନିଆଯାଇଥିଲା । ସେଠାରେ ତାଙ୍କର ପରଲୋକ ଘଟିଛି ।

ହୃଦଘାତରେ ମାତ୍ର ୫୯ ବର୍ଷ ବୟସରେ ସେ ଇହଲୀଳା ସମ୍ଭରଣ କରିଛନ୍ତି । ସେ ବୈଦ୍ଯୁତିକ ଗଣମାଧ୍ଯମର ବିଭିନ୍ନ ସଂସ୍ଥାରେ କାର୍ଯ୍ୟ କରି ପ୍ରଶଂସାଭାଜନ ହୋଇଥିଲେ । ସହଯୋଗୀଙ୍କ ମହଲରେ ସେ ବେଶ ପ୍ରିୟ ଥିଲେ । ତାଙ୍କ ଅକାଳ ନିଧନରେ ନନ୍ଦିଘୋଷ ଟିଭି ପରିବାର ଦୁଇ ମିନଟର ନିରବ ପ୍ରାର୍ଥନା କରି ତାଙ୍କ ଆତ୍ମାର ସଦଗତି କାମନା କରାଯାଇଛି । ୧୯୬୫ ମସିହା କଟକରେ ସେ ଜନ୍ମ ଗ୍ରହଣ କରିଥିଲେ ।

ଷ୍ଟ୍ରେଜ ଥ୍ରୀ ସ୍ତନ କର୍କଟରେ ପୀଡିତ ଟେଲି ଅଭିନେତ୍ରୀ ହିନା ଖାନ

ନନ୍ଦିଘୋଷ ବ୍ୟୁରୋ : ଲୋକପ୍ରିୟ ଟିଭି ଅଭିନେତ୍ରୀ ହିନା ଖାନଙ୍କ ପ୍ରଶଂସକଙ୍କ ପାଇଁ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି  । କାରଣ  ସ୍ତନ କର୍କଟରେ ପୀଡିତ ଅଛନ୍ତି ହିନା ଖାନ ।  ସେ କର୍କଟ ରୋଗର ତୃତୀୟ ପର୍ଯ୍ୟାୟରେ ଅଛନ୍ତି ଏବଂ ତାଙ୍କର ଚିକିତ୍ସା ଆରମ୍ଭ ହୋଇଛି । ସେ ନିଜ ସେମାସିଆଲ ମିଡିଆରେ ଏକ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଏହା ବିଷୟରେ ସୂଚନା ଦେଇଛନ୍ତି ।

ସେ ଇଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, ମୋ ବିଷୟରେ କିଛି ଗୁଜବ ଚାଲିଛି । ମୁଁ  ତୁମ ସମସ୍ତଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର କହିବାକୁ ଚାହୁଁଛି । ମୋର ସ୍ତନ କର୍କଟ ହୋଇଛି ।ଏହା ତୃତୀୟ ପର୍ଯ୍ୟାୟରେ ଅଛି ଏବଂ ଏହାର ଚିକିତ୍ସା ଆରମ୍ଭ ହୋଇଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି କି, ଆପଣମାନେ ମୋ ଗୋପନୀୟତା ପ୍ରତି ଧ୍ୟାନ ଦିଅନ୍ତୁ । ମୁଁ ଆପଣମାନଙ୍କ ପ୍ରେମ ଏବଂ ପ୍ରଶଂସାକୁ ସମ୍ମାନକୁ ଜଣାଉଛି । ମୁଁ ଏବଂ ମୋ ପରିବାର ନିଶ୍ଚିତ ଯେ, ମୁଁ କର୍କଟ ଯୁଦ୍ଧରେ ଜିତିବି ଏବଂ ଶୀଘ୍ର ସୁସ୍ଥ ହୋଇଯିବି ।

ନିଟ୍ ୟୁଜି ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ତାତିଲା ଇଣ୍ଡିଆ ମେଣ୍ଟ

ନୂଆଦିଲ୍ଲୀ : ନିଟ୍ ପ୍ରସଙ୍ଗ ନେଇ ଲୋକସଭାରେ ହଙ୍ଗାମା। ଏହି ପ୍ରସଙ୍ଗରେ ବିରୋଧୀ ସାଂସଦମାନେ ସରକାରଙ୍କୁ ଘେରିଛନ୍ତି। ଗୃହରେ ହଙ୍ଗାମା ପରେ ସୋମବାର ଯାଏ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି। ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସାଂସଦମାନେ ନିଟ ପ୍ରସଙ୍ଗରେ ହୋହଲ୍ଲା କରିଥିଲେ।

ବିରୋଧୀ ଦଳ ନେତା ରାହୁଲ ଗାନ୍ଧି କହିଥିଲେ ନିଟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଏହା ଉପରେ ସ୍ବତନ୍ତ୍ର ଆଲୋଚନା ହେବା ଦରକାର। ମାତ୍ର ଏହାକୁ ଗ୍ରହଣ କରି ନଥିଲେ ବାଚସ୍ପତି। ଏହାକୁ ନେଇ ଆସନ୍ତା ସୋମବାର ଯାଏ ଲୋକସଭାକୁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି। ତକାଲି ରାଷ୍ଟ୍ରପତିଙ୍କ ଅଭିଭାଷଣରେ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ କୁହାଯାଇଥିଲେ ବି ଏହାକୁ ନେଇ ସଂସଦରେ ହୋହଲ୍ଲା କରିବେ ବିରୋଧୀ। କିପରି ପ୍ରଶ୍ନପତ୍ର ଲିକ୍ ହେଲା, ଦୋଷୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, କ୍ଷତିଗ୍ରସ୍ତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସମ୍ପର୍କରେ ସରକାରଙ୍କ ଯୋଜନା କଣ ଆଦି ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ ଇଣ୍ଡିଆମେଣ୍ଟ।

ଆସନ୍ତା ଜୁଲାଇ ୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସସଦରେ ଉଦବୋଧନ ଦେବାର କାର୍ଯ୍ଯକ୍ରମ ରହିଛି। ପରଦିନ ସେ ରାଜ୍ଯସଭାରେ ବି ନିଜର ମତ ରଖିବେ। ସେପଟେ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଇଡି ଓ ସିବିଆଇର ଟାର୍ଗେଟ ବିରୋଧରେ ସଂସଦ ଭବନ ଆଗରେ ପ୍ଲାକାର୍ଡ ଧରି ବିକ୍ଷୋଭ କରିଛନ୍ତି ଆପ୍ ସାଂସଦ। ସେପଟେ ଗୃହରେ ନିଟ୍ ପ୍ରସଙ୍ଗକୁ ନେଇ ହଙ୍ଗାମା ପରେ ଆସନ୍ତା ସୋମବାର ଯାଏ ଗୃହକୁ ମୁଲତବି ଘୋଷଣା କରାଯାଇଛି।

କଲମା ଗେଟ୍ ଖୋଲିବା ନାଁରେ ପ୍ରହସନ କରୁଛି ଛତିଶଗଡ଼

ସମ୍ୱଲପୁର :  ପାଣି ଛାଡ଼ିବା ନାଁରେ ଛତିଶଗଡ଼ର ଧର୍ମକୁ ଆଖିଠାର । ହୀରାକୁଦରେ ପାଣି କମୁଥିବା ନେଇ ଅଭିଯୋଗ ପରେ ଚାଲାକି ଦେଖାଇଛି ଛତିଶଗଡ଼ । କଲମା ଗେଟ୍ ଖୋଲିବା ନାଁରେ କରିଛି ପ୍ରହସନ । ୨୦ଟି ଗେଟ୍ ଖୋଲିଥିଲେ ବି ପ୍ରତି ଗେଟକୁ ଆଶିଂକ ଭାବେ ମାତ୍ର ଗୋଟିଏ ଫୁଟ ଲେଖାଏଁ ଖୋଲାଯାଇଛି । ଫଳରେ ଗୋଟିଏ ଗେଟରେ ଯେତିକି ପାଣି ଆସିବା କଥା ସେତିକି ଆସୁନାହିଁ ।

ଛତିଶଗଡ଼ ପାଣି ଅଟକାଇବା ଫଳରେ ହୀରାକୁଦର ଜଳସ୍ତର କମିବାରେ ଲାଗିଛି । ୬୦୦ ଫୁଟକୁ ଖସିଆସିଛି ହୀରାକୁଦର ଜଳସ୍ତର । ଗତବର୍ଷ ଏହି ସମୟରେ ହୀରାକୁଦର ଜଳସ୍ତର ୬୦୭ ଫୁଟ ରହିଥିଲା । ଫଳରେ ଗତବର୍ଷ ଅପେକ୍ଷା ଚଳିତବର୍ଷ ୭ ଫୁଟ କମ ପାଣି ରହିଛି । ହୀରାକୁଦ ମୁଖ୍ଯମନ୍ତ୍ରୀଙ୍କ ସୂଚନା ଅନୁସାରେ ପୂର୍ବରୁ ଛତିଶଗଡ଼ ୧୩ଟି ଗେଟ୍ ଖୋଲିଥିବାବେଳେ ଏବେ ୨୦ଟି ଗେଟ ଖୋଲିଛି । ମାତ୍ର ଏଥିରେ ୧ ଫୁଟ ଉଚ୍ଚତାର ପାଣି ଆସୁଛି ।

ବେଆଇନ ଜମି କାରବାର ମାମଲା : ହେମନ୍ତ ସୋରେନଙ୍କୁ ମିଳିଲା ଜାମିନ

ନନ୍ଦିଘୋଷ ବ୍ୟୁରାେ :  ଝାଡଖଣ୍ଡର ପୂର୍ବତନ ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାମିନ। ହେମନ୍ତଙ୍କୁ ଜାମିନ ପ୍ରଦାନ କଲେ ଝାଡ଼ଖଣ୍ଡ ହାଇକୋର୍ଟ। ବେଆଇନ ଜମି କାରବାର ମାମଲାରେ ସୋରେନଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଗତବର୍ଷ ଅଗଷ୍ଟ ୧୪, ଅଗଷ୍ଟ ୨୪, ସେପ୍ଟେମ୍ବର ୯, ସେପ୍ଟେମ୍ବର ୨୩, ଅକ୍ଟୋବର ୪, ଡିସେମ୍ବର ୧୨, ଡିସେମ୍ବର ୩୦ରେ ହାଜର ହେବା ଲାଗି ସମନ ଜାରି କରିଥିଲା ଇଡି ।

୨୦୨୪ ଜାନୁଆରୀ ୧୬ରୁ ୨୦ ମଧ୍ୟରେ ହାଜର ହେବା ଲାଗି ଅଷ୍ଟମ ଥର ଲାଗି ସମନ ଜାରି ହୋଇଥିଲା। ଶେଷ ଥର ଲାଗି ଗତ ଜାନୁଆରୀ ୨୯ରେ ନବମ ଥର ଲାଗି ହାଜର ସୋରେନ ହାଜର ନହେବା ପରେ ତାଙ୍କୁ ଗତ ଜାନୁଆରୀ ୩୧ରେ ଗିରଫ କରିଥିଲା ଇଡି। ଜମି ଦୁର୍ନୀତି ମାମଲାରେ ଗତ ୨୦୨୨ ଜୁଲାଇ ୧୯ରେ ପଙ୍କଜ ମିଶ୍ରା, ୨୦୨୨- ଅଗଷ୍ଟ ୪ରେ ବାଚୁ ଯାଦବ ଓ ୨୦୨୨- ଅଗଷ୍ଟ ୨୫ରେ ପ୍ରେମ ପ୍ରକାଶ ଗିରଫ ହୋଇଥିଲେ।

ଦିଲ୍ଲୀରେ ଭୟଙ୍କର ବର୍ଷା, ହଜାର ହଜାର ଲୋକ ଜଳବନ୍ଦୀ

ନୂଆଦିଲ୍ଲୀ : ଦିଲ୍ଲୀରେ ଭୟଙ୍କର ବର୍ଷା। ଅଧା ଅଞ୍ଚଳରେ ବର୍ଷା ତାଣ୍ଡବ। ହଜାର ହଜାର ଲୋକ ଜଳବନ୍ଦୀ। ରାସ୍ତାରେ ଫସିଛନ୍ତି ଶହ ଶହ ଯାନବାହନ ଓ ଯାତ୍ରୀ। ସ୍ଥିତି ଏପରି ହୋଇଛି ଯେ ଅନେକ ବସ ଅଧାବୁଡିବା ଅବସ୍ଥାରେ ରହିଛି। କିଛି ସ୍ଥାନରେ ଆମ୍ବୁଲାନ୍ସ ଫସିବା ବି ଦେଖାଯାଇଛି। ଗତ ଦୁଇ ମାସର ପ୍ରବଳ ଗ୍ରୀଷ୍ମ ଜ୍ବାଳା ପରେ ଏବେ ବର୍ଷା ତାଣ୍ଡବ ଦିଲ୍ଲୀବାସୀଙ୍କୁ ହରକତ କରିଛି।

ଅନେକ ନଗରରେ ଲୋକେ ଘରୁ ପଦାକୁ ଆସିବା ମମ୍ଭବ ହୋଇପାରିନାହରିଁ। ମିଣ୍ଟୋ ରୋଡରେ କେତେକ କାର ବୁଡିଯିବା ଦେଖାଯାଇଛି। ଗତ ୨୪ ଘଣ୍ଟା ମଧ୍ଯରେ ଦିଲ୍ଲୀର ୨୨୮ ମିଲିମିଟର ବର୍ଷା ହୋଇଥିବା ସୂଚନା ମିଳିଛି। ସେହିପରି ହରିଆଣାରେ ମଧ୍ଯ ପ୍ରବଳ ବର୍ଷା ହୋଇଛି। ଶହ ଶହ ଯାନବାହନ ରାସ୍ତାରେ ଅଟକି ରହିଛନ୍ତି। ଲକ୍ଷାଧିକ ଲୋକ ଜଳଘେରରେ ରହିଛନ୍ତି।

ଦିଲ୍ଲୀ ବିମାନବନ୍ଦରର ଛାତ ଭୁଶୁଡିବା ଘଟଣା : ଅଲଗା ଅଲଗା ହେବ ତଦନ୍ତ

ନୂଆଦିଲ୍ଲୀ : ଦିଲ୍ଲୀ ବିମାନବନ୍ଦର ଛାତ ଭୁଶୁଡିବା ଘଟଣାରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଓ ଡିଜିସିଏ ପକ୍ଷରୁ ଅଲଗା ଅଲଗା ଭାବେ ତଦନ୍ତ ହେବ। ଏହି ଟର୍ମିନାଲ ୨୦୦୮-୨୦୦୯ରେ ନିର୍ମିତ ହୋଇଥିଲା। ଏହି ନିର୍ମାଣ କାର୍ଯ୍ୟ କେତେକ ଘରୋଇ କଣ୍ଟ୍ରାକ୍ଟରମାନଙ୍କୁ ଦେଇଥିଲା ଜିଏମଆର। ସେପଟେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ଓ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି- ଏହି ଟର୍ମିନାଲକୁ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୁର୍ନୀତି ଓ ଅବହେଳା କାରଣରୁ ଏହି ଟର୍ମିନାଲ ଭୁଶୁଡିଲା ବୋଲି କହିଛନ୍ତି ଖଡଗେ ଓ ପ୍ରିୟଙ୍କା।

ଶୀଘ୍ର ଜ୍ବରରୁ ଉପସମ ପାଇବେ ମହାପ୍ରଭୁ, ଆଜି ଓଷୁଅ ଲାଗି କରିବେ ଦଇତାପତି ସେବକ

ପୁରୀ : ଆଜି ମହାପ୍ରଭୁଙ୍କୁ ଲାଗି ହେବ ଓଷ । ଜ୍ବରରୁ ଉପସମ ପାଇ ଓଷୁଅ ଲାଗି କରିବେ ସେବାୟତ । ସ୍ନାନପୂର୍ଣ୍ଣିମାରେ ୧୦୮ ସୁବାସିତ ଗରା ଜଳରେ ସ୍ନାନ ପରେ ଅଣସର ଘରେ ମହାପ୍ରଭୁ ଜ୍ୱରରେ ପୀଡ଼ିତ ଅଛନ୍ତି । ତାଙ୍କ ଜ୍ୱର ଉପଶମ ପାଇଁ ଦଇତା ସେବକଙ୍କ ଦ୍ୱାରା ଗୁପ୍ତ ସେବା ଚାଲୁ ରହିଛି । ଗତକାଲି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି ହେବା ପରେ ମହାପ୍ରଭୁ ସାମାନ୍ୟ ସୁସ୍ଥ ଅନୁଭବ କରୁଛନ୍ତି ।

ତେବେ ଆଜି ଠାରୁ ମହାପ୍ରଭୁଙ୍କୁ ଓଷ ଲାଗି ହେବାର ବିଧି ରହିଛି । ମଧ୍ୟାହ୍ନ ଧୂପ ପରେ ଶୁଦ୍ଧ ସୁଆରମାନେ ଝୁଣା, ତେଲ ଓ ବିଭିନ୍ନ ଚେରମୂଳିରେ ପ୍ରସ୍ତୁତ କରିଥିବା ଔଷଧକୁ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଇବେ । ଏହି ଓଷ ଲାଗି ୩ ଦିନ ଧରି ଚାଲିବ । ଫଳରେ ଶ୍ରୀଜିଉ ଜ୍ୱରରୁ କିଛିଟା ଉପଶମ ପାଇବେ । ତେବେ ଦଶମୀ ଦିନ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଖାଇବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ଉପଶମ ହେବେ ।

ହୁ ହୁ ହୋଇ ଜଳିଗଲା ‘ମୋ ବସ୍’ ; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍ ଓ କଣ୍ଡକ୍ଟର୍

କଟକ : ମୋ ବସରେ ଲାଗିଲା ନିଆଁ । କଟକ ସିଡିଏ ସେକ୍ଟର ୯ରେ ମୋ ବସରେ ନିଆଁ ଲାଗିଥିଲା । ସୌଭାଗ୍ଯବଶତଃ ନିଆଁ ଲାଗିବା ସମୟରେ ବସରେ କୌଣସି ଯାତ୍ରୀ ନଥିଲେ । ଗାଡ଼ି ଇଞ୍ଜିନରୁ ନିଆଁ ଲାଗିଥିବା ଜଣାପଡ଼ିଛି । ପୁରୀରୁ ଏହି ବସଟି କଟକ ଆସିଥିବାବେଳେ ଇଞ୍ଜିନରୁ ଧୂଆଁ ବାହାରୁଥିବା ଦେଖି ଡ୍ରାଇଭର୍ ଓ କଣ୍ଡକ୍ଟର୍ ଗାଡିରୁ ଓହ୍ଲାଇ ଆସିଥିଲେ । ପରେ ବସଟି ହୁତୁହୁତୁ ହୋଇ ଜଳିଥିଲା । ଅଗ୍ନିକାଣ୍ଡ ଯୋଗୁ ବସର କିଛି ଅଂଶ ପୋଡ଼ିଯାଇଥିବାବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ପୃଥିବୀ ଆଡ଼କୁ ମାଡ଼ିଆସୁଛି ପର୍ବାତାକାର ଗ୍ରହାଣୁ

ନୂଆଦିଲ୍ଲୀ : ପୃଥିବୀ ଆଡ଼କୁ ମାଡ଼ିଆସୁଛି ପର୍ବାତାକାର ଗ୍ରହଣୁ । ଆଜି ପୃଥିବୀର ଅତି ନିକଟତର ହୋଇ ଅତିକ୍ରମ କରିବ ବିଶାଳ ପ୍ଲାନେଟ୍ କିଲର୍ ଗ୍ରହାଣୁ । ଏହା ଆମ ଗ୍ରହକୁ ପାଖାପାଖି ଘଣ୍ଟାପ୍ରତି ୯୩,୦୦୦ କିଲୋମିଟର ବେଗରେ ଅତିକ୍ରମ କରିବ। ଏହି ସମ୍ଭାବ୍ୟ ବିପଜ୍ଜନକ ବସ୍ତୁ, ଆକାରରେ ଏକ ପର୍ବତ ପରି। ଏକ ଶତାବ୍ଦୀରୁ ଅଧିକ ସମୟ ମଧ୍ୟରେ ପୃଥିବୀର ଏତେ ନିକଟତର ହେବାକୁ ଥିବା ସବୁଠାରୁ ବଡ଼ ମହାକାଶୀୟ ପିଣ୍ଡ ମଧ୍ୟରୁ ଏହା ଅନ୍ୟତମ ।

୨୦୧୧ ୟୁଏଲ ୨୧ ନାମରେ ପରିଚିତ ଏହି ଗ୍ରହାଣୁକୁ ପୃଥିବୀ ନିକଟସ୍ଥ ଗ୍ରହାଣୁ ଭାବରେ ଶ୍ରେଣୀଭୁକ୍ତ କରାଯାଇଛି । ଏହା ପ୍ରତି ତିନି ବର୍ଷରେ ଥରେ ସୂର୍ଯ୍ୟକୁ ପରିକ୍ରମା କରିଥାଏ। ଏହାର ବ୍ୟାସ ୧.୭ରୁ ୩.୯ କିଲୋମିଟର ମଧ୍ୟରେ ରହିଛି। ପ୍ରାୟ ୬୬ ନିୟୁତ ବର୍ଷ ପୂର୍ବେ ଡାଇନୋସର ବିଲୁପ୍ତ ହେବାର କାରଣ ବୋଲି ବିଶ୍ୱାସ ରାଯାଉଥିବା ଗ୍ରହାଣୁଠାରୁ ଏହା ପ୍ରାୟ ୫ ଗୁଣ ଛୋଟ । ତା’ ସତ୍ତ୍ବେ ଏହାଦ୍ବାରା ବ୍ୟାପକ କ୍ଷୟକ୍ଷତି ଘଟିବାର ସମ୍ଭାବନା ଥିବାରୁ ଏହାକୁ ସମ୍ଭାବ୍ୟ ବିପଦ ଭାବରେ ଶ୍ରେଣୀଭୁକ୍ତ କରାଯାଇଛି। ଏହା ମହାଦେଶୀୟ ସ୍ତରରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ଏବଂ ଜଳବାୟୁରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିପାରେ । ବାୟୁମଣ୍ଡଳରେ ପର୍ଯ୍ୟାପ୍ତ ଆବର୍ଜନା ଛାଡ଼ିବାର କ୍ଷମତା ରଖିଛି ।