କଟକ: କୋଲକତା ଦୁଷ୍କର୍ମ ହତ୍ୟା ମନରୁ ନଲିଭୁଣୁ SCBରେ ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ ସମସ୍ତଙ୍କୁ ଚକିତ କରିଥିଲା । ଲଗାତର ଏଭଳି ଘଟଣା ସମସ୍ତଙ୍କୁ ବିବ୍ରତ କରେଇଥିଲା । ଏହାରି ଭିତରେ SCBରେ ଦୁଇ ମହିଳା ରୋଗୀଙ୍କୁ ଡାକ୍ତରଙ୍କ ଅସଦାଚରଣ ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । SCBରୁ ବିଦା ହେଇଛନ୍ତି ଅଭିଯୁକ୍ତ ଡାକ୍ତର ଠାକୁର ଦୀଲବାଗ ସିଂ । ଅଭିଯୁକ୍ତ ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଏସିସିବି ସୁପରିଟେଡେଣ୍ଟ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର । ୩ଜଣିଆ ଯାଞ୍ଚ କମିଟିର ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କଟକ ଏସସିବି ସୁପରିଟେଡେଣ୍ଟ ଓ ଡିନ ପ୍ରିନ୍ସିପାଲଙ୍କ ମେଡିକାଲ କାଉଁସିଲ ବୈଠକ ପରେ ନିଷ୍ପିତ୍ତି ନିଆଯାଇଛି । ପୂର୍ବରୁ ଅଭିଯୁକ୍ତ ଡାକ୍ତରଙ୍କୁ କଲେଜରୁ ବହିଷ୍କାର କରିବା ପାଇଁ ଡିଏମ୍ଇଟି ନିର୍ଦ୍ଦେଶ ଦେଇଥିଲେ ।
ଭାରତର ଧୈର୍ଯ୍ୟର ପରୀକ୍ଷା ନେଉଛି ବାଂଲାଦେଶ, ସୀମାରେ ବାଡ଼ ଲଗାଇବା କାମକୁ ରୋକିଲା ବିଜିବି
ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦେଖି ତାଜୁବ ଭାରତ । ଦିନକୁ ଦିନ ବାଂଲାଦେଶ- ଭାରତ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଶେଖ ହସିନାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଗାଦିଚ୍ୟୁତ କରିବା ପରଠାରୁ ବାଂଲାଦେଶ-ଭାରତ ସୀମାରେ ଉତ୍ତେଜନାର ପରିସ୍ଥିତି ସୃଷ୍ଟି ହେଉଛି । ବର୍ତ୍ତମାନ ଭାରତ-ବାଂଲାଦେଶ ସୀମା ନିକଟରେ ଚାଲିଥିବା କ୍ୟାଟେଲ ଫେସିଂ କାମକୁ ବନ୍ଦ କରିଦେଇଛି ବିଜିବି ବା ବର୍ଡର ଗାର୍ଡ ବାଂଲାଦେଶ । ବହୁବର୍ଷ ପୂର୍ବରୁ ଉଭୟ ଦେଶର କ୍ୟାଟେଲ ପରସ୍ପରର ଦେଶରେ ଅନୁପ୍ରବେଶ ନକରିବା ପାଇଁ ଏହି ବାଡକୁ ନିର୍ମାଣ କରାଯାଇଥିଲା । ହେଲେ ଏଭଳି ପରିସ୍ଥିତିରେ ହଠାତ ବାଂଲାଦେଶ ସେନା କର୍ମଚାରୀଙ୍କ ନିକଟକୁ ଆସି କାମ ବନ୍ଦ କରିବା କହିବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ଏବଂ ଏହି ପରିସ୍ଥିତି ପାଇଁ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି ହେବାର ମୁଖ୍ୟ କାରଣ ପାଲଟିଛି ।
ସୂଚନା ଅନୁଯାୟୀ ଏହି ବାଡ ସୀମାରେ ନୁହେଁ ବରଂ ସୀମା ନିକଟରେ ନିର୍ମାଣ କରାଯାଉଥିଲା । ହିନ୍ଦୁସ୍ତାନ ଟାଇମ୍ସକୁ ବିଏସଏଫର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ ୨୦୧୨ରେ ଉଭୟ ଦେଶ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ଚୁକ୍ତି ଅନୁଯାୟୀ କ୍ୟାଟେଲ ଫେସିଂ ନିର୍ମାଣ କରାଯାଉଥିଲା । ହେଲେ ନିର୍ମାଣ ସମୟରେ ବିଜିବି କର୍ମଚାରୀ ସେଠାରେ ପହଞ୍ଚି ଆପତ୍ତି ଉଠାଇଛନ୍ତି । ଯେହେତୁ ସୀମାରେ କୌଣସି ଏକ ବାଡ ନଥିଲା ସେଥିପାଇଁ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ପ୍ରବେଶ ନକରିବା ପାଇଁ ଏହି ବାଡର ନିର୍ମାଣ କରାଯାଉଥିଲା । କାରଣ ବାଡ ନଥିବାର କାରଣରୁ ସବୁବେଳେ ଉଭୟ ପାର୍ଶବରେ ଥିବା ଗ୍ରାମବାସୀଙ୍କ ମଧ୍ୟରେ ବିବାହ ଲାଗିରହିଥାଏ । ବିଜିବି ଏବଂ ବିଏସଏଫ ବାଟାଲିୟନର କମାଣ୍ଡାରମାନେ ଏହି ସମସ୍ୟାର ସମାଧାନ ପାଇଁ ସୀମାରେ ଏକ ବୈଠକ କରିଥିଲେ କିନ୍ତୁ କୌଣସି ସମାଧାନ ହୋଇପାରିଲା ନାହିଁ ଏବଂ ଏହି ଖବର ମିଳିବା ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ସ୍ଥଗିତ ରହିଛି।
ଅଧିକାରୀଙ୍କ କହିବାନୁସାରେ ଏହି ମାମଲା ଅକ୍ଟୋବର ପ୍ରଥମ ସପ୍ତାହରେ ଦିଲ୍ଲୀରେ ହେବାକୁ ଥିବା ଦୁଇ ସେନାଙ୍କ ମହାନିର୍ଦ୍ଦେଶକ ବୈଠକରେ ଉପସ୍ଥାପିତ କରାଯିବ । ସୀମାରେ ଉଭୟପଟୁ କୌଣସି ହିଂସା ନଥିଲେ ମଧ୍ୟ ଏହି ପ୍ରସଙ୍ଗ ଉତ୍ତେଜନା ସୃଷ୍ଟି କରିପାରେ । ଦୁଇ ଦେଶର ସୁରକ୍ଷା ପାଇଁ ପ୍ରତେ୍ୟକ ବର୍ଷ ଦୁଇଥର ଲେଖାଁଏ ପ୍ରମୁଖ ଅଧିକାରୀ ବୈଠକ କରିଥାଆନ୍ତି । ଚଳିତ ବର୍ଷ ମାର୍ଚ୍ଚ ୫ରେ ବାଂଲାଦେଶରେ ଏହି ବୈଠକ କରାଯାଇଥିଲା ।
ଗତସପ୍ତାହରେ ମଧ୍ୟ ବାଂଲାଦେଶ ସେନା ଭୁଲରେ ଯାନ୍ତ୍ରିକ ତ୍ରୁଟି କାରଣରୁ ବାଂଲାଦେଶକ ପ୍ରବେଶ କରିଥିବା ୫ ଭାରତୀୟ ନାଗରିକଙ୍କୁ ଫେରାଇବାକୁ ମନାକରିଦେଇଥିଲା । ବହୁଥର ଫ୍ଲାଗମାର୍ଚ୍ଚ ସତ୍ତ୍ବେ ମଧ୍ୟ ବିଜିବି ଭାରତୀୟ ନାଗରିକଙ୍କୁ ଫେରାଇବାକୁ ମନାକରିଦେଇଛି ।
ଆସାମ ଗଣଦୁଷ୍କର୍ମ: ମୁଖ୍ୟ ଅଭିଯୁକ୍ତ ତଫଜୁଲ ଇସଲାମର ମୃତ୍ୟୁ
ଆସାମ: ଆସାମର ନାଗାଓଁ ଜିଲ୍ଲାର ୧୪ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ତଫଜୁଲ ଇସଲାମର ମୃତ୍ୟୁ । ଶନିବାର ସକାଳ ୪ଟା ସମୟରେ ପୋଲିସ ସିନ ରିକ୍ରିଏଟ କରିବାକୁ ଘଟଣାସ୍ଥଳକୁ ଆଣିବା ସମୟରେ ପୋଲିସ ହେପାଜତରୁ ଖସି ପଳାଇବା ବେଳେ ସେ ପୋଖରୀକୁ ଡେଇଁ ପଡିଥିଲେ। ଏସପିଙ୍କ ଅନୁଯାୟୀ ସେ ଖସିଯିବାକୁ ଚେଷ୍ଟା କରି ପୋଖରୀକୁ ଡେଇଁପଡିଥିଲେ। ପୋଲିସ ତୁରନ୍ତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। SDRF ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାୟ ଦୁଇ ଘଣ୍ଟା ଖୋଜାଖୋଜି ପରେ ଅଭିଯୁକ୍ତଙ୍କ ମୃତଦେହ ପୋଖରୀରୁ ଉଦ୍ଧାର କରାଯାଇଥିଲା।
ଟ୍ୟୁସନରୁ ଫେରୁଥିବା ବେଳେ ନାବାଳିକାକୁ କରିଥିଲେ ଦୁଷ୍କର୍ମ
୧୪ବର୍ଷର ପୀଡିତା ଜଣକ ସାଇକେଲରେ ଟ୍ୟୁସନରୁ ଘରକୁ ଫେରୁଥିବା ବେଳେ ଏହି ସମୟରେ ମୋଟରସାଇକେଲ ଆସୁଥିବା ତିନି ଅଭିଯୁକ୍ତ ନାବାଳିକାକୁ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ପରେ ଅଭିଯୁକ୍ତ ପୋଖରୀ ନିକଟରେ ରାସ୍ତା କଡ଼ରେ ପୀଡିତାଙ୍କୁ ଉଲଗ୍ନ ଓ ଚେତାଶୂନ୍ୟ ଅବସ୍ଥାରେ ଛାଡି ପଳାଇଥିଲା। ସ୍ଥାନୀୟ ଲୋକମାନେ ତାଙ୍କୁ ଦେଖି ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ପୋଲିସକୁ ସୂଚନା ଦେଇଥିଲେ ।
ତୃତୀୟ ଅଭିଯୁକ୍ତ ଏବେବି ଫେରାର
ପୋଲିସ ବର୍ତ୍ତମାନସୁଦ୍ଧା ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ, ଜଣଙ୍କର ମୃତ୍ୟୁ ହୋଇଛି। ତୃତୀୟ ଅଭିଯୁକ୍ତର ସନ୍ଧାନ ଏବେବି ଜାରି ରହିଛି । ଏହି ଘଟଣା ପରେ ଆସାମରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ୨୩ଅଗଷ୍ଟ ଶୁକ୍ରବାର ଅନେକ ସଂଗଠନ ଏକ ଦିନିଆ ବନ୍ଦର ଆହ୍ବାନ ଦେଇଥିଲେ । ଲୋକମାନେ ଅପରାଧୀଙ୍କୁ ଗିରଫ କରିବାକୁ ଦାବି କରି ରାସ୍ତା ଅବରୋଧ କରିଥିଲେ। ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସାମାଜିକ ଅନୁଷ୍ଠାନ ତଥା ରାଜନୈତିକ ଦଳଗୁଡିକ ଦାବି କରିଛନ୍ତି।
ଏହାସହିତ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଟ୍ୱିଟରରେ ଲେଖିଛନ୍ତି ଯେ, ଘଟିଥିବା ଘଟଣା ମାନବିକତା ବିରୋଧରେ ଅପରାଧ। ଆମେ କାହାକୁ ରକ୍ଷା କରିବୁ ନାହିଁ ଏବଂ ଅପରାଧୀଙ୍କୁ ନ୍ୟାୟ ଦେବୁ। ମୁଁ ସେହି ସ୍ଥାନକୁ ପରିଦର୍ଶନ କରିବାକୁ ଏବଂ ଯଥାଶୀଘ୍ର ଏପରି ରାକ୍ଷସମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛି।
ASI କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ
ପୁରୀ: ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ବା SOP ଅନୁସାରେ ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବା ପରେ ASI ସଂରକ୍ଷଣ ତଥା ମରାମତି କାର୍ଯ୍ଯ ହାତକୁ ନେବ। ଏହା ପୂର୍ବରୁ ପରିଚାଳନା କମିଟିର ନିଷ୍ପତ୍ତି ଅନୁସାରେ ଏଏସଆଇ ଦ୍ବାରା ରତ୍ନଭଣ୍ଡାରର ସାମଗ୍ରିକ ବୈଷୟିକ ଯାଞ୍ଚ କରିବାକୁ ASIକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଏହି ସର୍ଭେ କରିବାକୁ ଅନୁରୋଧ କରାଯାଇଛି। ଏହାଦ୍ବାରା ଯେପରି ଶ୍ରୀମନ୍ଦିର ଉପରେ କୌଣସି ପ୍ରତିକୂଳ ପ୍ରଭାବ ନ ପଡିବ ସେଥିପ୍ରତି ଧ୍ୟାନ ଦେବାକୁ ସ୍ପଷ୍ଟ ଭାବେ ଚିଠିରେ ଉଲ୍ଲେଖ କରାଯାଇଛି । ଏଥିସହ ସାମଗ୍ରିକ ବୈଷୟିକ ସର୍ଭେ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା SOP ମଧ୍ୟ ASI ନିକଟକୁ ପଠାଯାଇଛି l ଏହି ବୈଷୟିକ ଯାଞ୍ଚ IIT ଏବଂ CBRI ଭଳି ଉଚ୍ଚମାନର ଅନୁଷ୍ଠାନ ମାନଙ୍କ ଦ୍ବାରା କରିବାକୁ ASIକୁ ପରାମର୍ଶ ଦିଆଯାଇଛି। ରତ୍ନଭଣ୍ଡାରର ସାମଗ୍ରିକ ବୈଷୟିକ ଯାଞ୍ଚ ଶେଷ ହେବା ପରେ ତୁରନ୍ତ ସଂରକ୍ଷଣ ଏବଂ ମରାମତି କାମ ହାତକୁ ନେବାକୁ ASIକୁ ଅନୁରୋଧ କରାଯାଇଛି। ଯାହାଫଳରେ ଅସ୍ଥାୟୀ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଏବଂ ମୂଲ୍ୟବାନ ସାମଗ୍ରୀର ଗଣତି ମଣତି କରାଯାଇ ପୁଣି ଥରେ ମୂଳ ରତ୍ନଭଣ୍ଡାରକୁ ସେସବୁକୁ ଆଣି ସୁରକ୍ଷିତ ରଖାଯିବ ବୋଲି ମୁଖ୍ଯ ପ୍ରଶାସକ ଚିଠିରେ ଅନୁରୋଧ କରିଛନ୍ତି।
କୋଟିଆରେ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶ
ନନ୍ଦିଘୋଷ ବ୍ୟୁରୋ: କୋଟିଆରେ ଜାରି ରହିଛି ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶ। ଏନେଇ କୋଟିଆର ଧୁଳିପଦର,ଫାଟୁସିନେରୀ, ଫଗୁଣସେନେରୀ ,ଗଞ୍ଜେଇ ପଦର ଗ୍ରାମରେ ସ୍ବତନ୍ତ୍ର ଗ୍ରାମସଭା ଆୟୋଜନ କରାଯାଇଛି। ଆନ୍ଧ୍ରର ସାଲୁର ମଣ୍ଡଳ ପକ୍ଷରୁ ଆନ୍ଧ୍ର ଦ୍ବାରା ଗଠିତ ଗଞ୍ଜେଇପଦର ପଂଚାୟତର ଧୂଳିପଦର ସମେତ ୪ ଟି ଗାଁରେ ଗ୍ରାମସଭା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଆନ୍ଧ୍ର ଦ୍ବାରା ମନୋନୀତ ଗଞ୍ଜେଇପଦର ସରପଞ୍ଚ ଦିବାକର, ପୂର୍ବତନ ସରପଞ୍ଚ ବିଶୁ ଗେମେଲ ସମେତ ଏ ଏନେମ କାବିତା , ବିଦ୍ୟୁତ ବିଭାଗୀୟ ଅଧିକାରୀ ରାମକ୍ରିଷ୍ଣା ସମେତ APO ସାଲୁର, ଏବଂ ସିଆରପି କାନପୁରୀ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସେବା ଓ ବିଦ୍ୟୁତ ସେବା ଆନ୍ଧ୍ର ପକ୍ଷରୁ ଯୋଗାଇଦେବାକୁ ପ୍ରତିଶୃତି ଦେଇଥିବା ଜଣାପଡିଛି ।
ଜର୍ମାନର ସୋଲିଙ୍ଗେନରେ ଛୁରାମାଡ: ୩ମୃତ, ୪ଗୁରୁତର
ନନ୍ଦିଘୋଷ ବ୍ୟୁରୋ: ଜର୍ମାନୀରେ ଏକ ଉତ୍ସବରେ ଛୁରାମାଡରେ ୩ଜଣଙ୍କ ମୃତ୍ୟୁ ହେଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ସୋଲିଙ୍ଗେନର ୬୫୦ବର୍ଷ ପୂର୍ତ୍ତି ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ଏକ ଉତ୍ସବରେ ଛୁରାମାଡ ହୋଇଥିଲା। ଖବର ଅନୁଯାୟୀ, କେନ୍ଦ୍ରୀୟ ବର୍ଗ ଫ୍ରାଉନହୋଫରେ ଏହି ଆକ୍ରମଣ ହୋଇଥିବା ବେଳେ ଘଟଣାସ୍ଥଳରୁ ଆକ୍ରମଣକାରୀ ଫେରାର ହୋଇଯାଇଛନ୍ତି । ଆକ୍ରମଣକାରୀଙ୍କୁ ଧରିବା ପାଇଁ ପୋଲିସର ସର୍ଚ୍ଚ ଅପରେସନ ଜାରି ରହିଛି। ଏଥିସହ ଆତଙ୍କବାଦୀ ଲିଙ୍କର ମଧ୍ୟ ପୋଲିସ ସନ୍ଦେହ କରୁଛି ।
ସୂଚନା ଅନୁଯାୟୀ ସୋଲିଙ୍ଗେନ ୬୫୦ତମ ବାର୍ଷିକୀ ପାଳନ ପାଇଁ ସହରରେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲା । ଘଟଣାସ୍ଥଳରେ ଅନେକ ଆମ୍ବୁଲାନ୍ସ ଏବଂ ପୋଲିସ କର୍ମଚାରୀ, ଏବଂ ଏକ ହେଲିକ୍ୟାପ୍ଟର ଉଡୁଥିବାର ଦେଖାଯାଇଛି | ସୋଲିଙ୍ଗେନର ଜନସଂଖ୍ୟା ୧ଲକ୍ଷ ୬୦ହଜାର ଥିବା ବେଳେ ଏହା କୋଲନ ଏବଂ ଡ୍ୟୁସେଲଡର୍ଫର ବଡ଼ ସହର ନିକଟରେ ଅବସ୍ଥିତ । ସ୍ଥାନୀୟ ଖବରକାଗଜ ରିପୋର୍ଟ ଅନୁଯାୟୀ କର୍ତ୍ତୃପକ୍ଷ ଲୋକଙ୍କୁ ସହର ଛାଡିବାକୁ କହିଛନ୍ତି।
ଏହି ଦୁର୍ଘଟଣାରେ ମେୟର ଟିମ୍ କୁର୍ଜବାକ୍ ଦୁଃଖପ୍ରକାଶ କରିଛନ୍ତି । ଏବଂ ନିଜ ଫେସବୁକ୍ ପେଜରେ ଲେଖିଛନ୍ତି ଯେ, ଆଜି ସନ୍ଧ୍ୟାରେ ସୋଲିଙ୍ଗେନରେ ଘଟିଥିବା ଦୁର୍ଘଟଣା ପାଇଁ ଆମେ ସମସ୍ତେ ଚକିତ, ଭୟ ଏବଂ ବହୁତ ଦୁଃଖ ଅନୁଭବ କରୁଛୁ । ଏଥିସହ ମେୟର ଉଦ୍ଧାର ଏବଂ ସୁରକ୍ଷା କର୍ମୀଙ୍କୁ ସେମାନଙ୍କ ସାହାଯ୍ୟ ପାଇଁ ଧନ୍ୟବାଦ ଜଣାଇବା ସହ ଜୀବନ ପାଇଁ ସଂଗ୍ରାମ କରୁଥିବା ପୀଡିତଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ।
ମହାନଦୀକୁ ଡେଇଁଲେ ଛାତ୍ରୀ, କାରଣ ଅସ୍ପଷ୍ଟ
ସମ୍ବଲପୁର: ମହାନଦୀକୁ ଡେଇଁ ପଡିଲେ ହାଇସ୍କୁଲ ଛାତ୍ରୀ । ଆଜି ସକାଳ ୬ଟାରେ ଚାଉଁରପୁର ବ୍ରିଜ ଉପରେ ସାଇକେଲ ରଖି ମହାନଦୀକୁ ଛାତ୍ରୀ ଜଣକ ଡେଇଁ ପଡିଥିବା ଜଣାପଡିଛି। ସ୍କୁଲ ଯିବା ସମୟରେ ବ୍ରିଜ ଉପରେ ସାଇକେଲ ଥୋଇ ଡେଇଁ ପଡ଼ିଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ। ଅଗ୍ନିଶମ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି। ମହାନଦୀରେ ଅଧିକ ପାଣି ଥିବାରୁ ଖୋଜିବାରେ ସମସ୍ୟା ଉପୁଜିଛି। ଛାତ୍ରୀ ଜଣକ କାହିଁକି ମହାନଦୀକୁ ଡେଇଁଲେ ତାର କାରଣ ଅସ୍ପଷ୍ଟ ରହିଛି।
କ୍ରିକେଟରୁ ଅବସର ଘୋଷଣା କଲେ ଶିଖର ଧାୱନ
ନନ୍ଦିଘୋଷ ବ୍ୟୁରୋ: ଶିଖର ଧାୱନ ୨୪ଅଗଷ୍ଟ ଅର୍ଥାତ ଆଜି ସକାଳେ ଏକ ଭିଡିଓ ସେୟାର କରି କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଆନ୍ତର୍ଜାତୀୟ ତଥା ଘରୋଇ କ୍ରିକେଟରୁ ସେ ଅବସର ଘୋଷଣା କରିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି ।
https://x.com/i/status/1827164438673096764
ଆଜି ସକାଳେ ସେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଅବସର ନେଲେ ବୋଲି ଘୋଷଣା କରିଛନ୍ତି ଏବଂ ଏହାସହିତ ସେ ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଛନ୍ତି। କ୍ରିକେଟରୁ ବିଦାୟ ନେଉଥିବାବେଳେ ସେ ବିଶେଷ କରି ତାଙ୍କ ପରିବାର, ପିଲାଦିନର କୋଚ୍, ଟିମ୍ ଇଣ୍ଡିଆ ଏବଂ ବିସିସିଆଇକୁ ଧନ୍ୟବାଦ ଜଣାଇଛନ୍ତି ।
ଦେଶ ପାଇଁ ଖେଳିଥିବାରୁ ସେ ବହୁତ ଗର୍ବିତ ଅନୁଭବ କରିଥିବା ମଧ୍ୟ କହିଛନ୍ତି । ଶିଖର ଧାଓ୍ବନ ତାଙ୍କ କ୍ୟାରିଅରରେ ୩୪ଟି ଟେଷ୍ଟ, ୧୬୭ ଦିନିକିଆ ଓ ୬୮ଟି ଟି-ଟ୍ବେଣ୍ଟି ଖେଳି ବହୁ ସଫଳତା ପାଇଛନ୍ତି । ୨୦୨୨ ଡିସେମ୍ବର ୧୦ରେ ବାଂଲାଦେଶ ବିପକ୍ଷରେ ଶିଖର ଧାଓ୍ବନ ଖେଳିଥିଲେ ଶେଷ ଅର୍ନ୍ତଜାତୀୟ ମ୍ୟାଚ୍।
ମାଓବାଦୀଙ୍କ ସ୍ଥିତି ପ୍ରସଙ୍ଗରେ ଆଜି ସମୀକ୍ଷା ବୈଠକ
ନନ୍ଦିଘୋଷ ବ୍ୟୁରୋ: ଦେଶରେ କମିଛି କି ମାଓବାଦୀ ହିଂସା । ଦେଶରେ ମାଓବାଦୀଙ୍କ ସ୍ଥିତି ପ୍ରସଙ୍ଗରେ ଆଜି ସମୀକ୍ଷା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଛତିଶଗଡ଼ ରାୟପୁରରେ ଅନୁଷ୍ଠିତ ହେବ ଉଚ୍ଚସ୍ତରୀୟ ମାଓବାଦୀ ସମୀକ୍ଷା ବୈଠକ । ବୈଠକରେ ଓଡ଼ିଶା, ଛତିଶଗଡ଼, ମଧ୍ଯପ୍ରଦେଶ, ମହାରାଷ୍ଟ୍ର, ଝାଡ଼ଖଣ୍ଡର ମୁଖ୍ଯ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକମାନେ ଯୋଗଦେବେ । ଆନ୍ତଃରାଜ୍ଯ ସମନ୍ବୟ ଏବଂ ନିରାପତ୍ତା ପ୍ରସଙ୍ଗରେ ବୈଠକରେ ହେବ ଆଲୋଚନା । ଏହି ବୈଠକରେ ଛତିଶଗଡ଼ ଓ ଅନ୍ଯାନ୍ଯ ମାଓ ପ୍ରଭାବିତ ରାଜ୍ଯରେ ମାଓବାଦୀଙ୍କ ସ୍ଥିତି ସମ୍ପର୍କରେ ଆଲୋଚନା ହେବ । ରାୟପୁରରେ ବି ଆଜି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ଯୁରୋର ଏକ ଆଞ୍ଚଳିକ କାର୍ଯ୍ୟାଳୟର ଉଦଘାଟନ କରିବେ ଅମିତ ଶାହ । ଏହି ବୈଠକ ପୂର୍ବରୁ ଛତିଶଗଡ଼ ମୁଖ୍ଯମନ୍ତ୍ରୀ ବିଷ୍ଣୁଦେବ ସାଏ ଏକ ସମୀକ୍ଷା ବୈଠକରେ ରାଜ୍ଯରେ ମାଓବାଦୀ ସ୍ଥିତି ନେଇ ସମୀକ୍ଷା କରିଛନ୍ତି । ପୂର୍ବରୁ ଗତ ୨୨ ତାରିଖରେ ଓଡ଼ିଶା ଚୂଡ଼ାନ୍ତ କରିଛି ରଣନୀତି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପୋଲିସ ଡିଜି, ଗୃହ ବିଭାଗ ସଚିବ, ଏଡିଜି ଅପରେସନ ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ଓଡ଼ିଶା ନକ୍ସଲ ମୁକାବିଲାରେ ବିଶେଷ ସଫଳତା ଲାଭ କରି ଦେଶ ପାଇଁ ଉଦାହରଣ ସାଜିଛି । ସ୍ୱାଭିମାନ ଅଞ୍ଚଳ ମାଓମୁକ୍ତ ହେବାପରେ ଓଡିଶାକୁ ପାଇଲଟ ପ୍ରୋଜେକ୍ଟ ଭାବେ ଗ୍ରହଣ କରାଯାଉଛି । ଓଡ଼ିଶାରେ ଏବେ ୭ଟି ନକ୍ସଲ ଅଧ୍ୟୁଷିତ ଜିଲ୍ଲା ରହିଛି । ସେଗୁଡିକ ହେଲା କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ମାଲକାନଗିରି, ନବରଙ୍ଗପୁର, ନୂଆପଡା ଓ ରାୟଗଡା । ୨୦୧୩ରେ ୧୦ଟି ରାଜ୍ୟର ୧୨୬ ଜିଲ୍ଲା ନକ୍ସଲ ଅଧ୍ୟୁଷିତ ଥିବା ବେଳେ ୨୦୨୩ ଏପ୍ରିଲ ସୁଦ୍ଧା ଏହା ଖସି ୩୮ରେ ପହଞ୍ଚିଛି ।
୪ ଘଣ୍ଟା ପାଇଁ ମିଳିବନି ଜଗା ଦର୍ଶନ
ପୁରୀ: ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ଅପରାହ୍ନ ୨ଟାରୁ ୬ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି । ଆଜି ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥି । ଏହି ଅବସରରେ ଶ୍ରୀବିଗ୍ରହମାନଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ପ୍ରାୟ ଚାରି ଘଣ୍ଟା ପର୍ଯ୍ୟନ୍ତ ଗୁପ୍ତନୀତି ଅନୁଷ୍ଠିତ ହେବ । ଏଣୁ ଆପାତତଃ ଅପରାହ୍ନ ୨ ଘଟିକାଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯା ।

