spot_img
Home Blog Page 1757

ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଅପମାନ

ଭୁବନେଶ୍ବର: ଆଜି ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାରେ ବଜେଟ ଅଧିବେଶନ । ହେଲେ ଗୃହରେ ଏକ ଲଜ୍ୟାଜନକ ସ୍ଥିତି ଦେଖିବାକୁ ମିଳିଛି । ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୃହରେ ଅପମାନିତ କରାଯାଇଛି । ଗୃହରେ ନବୀନ କହୁଥିବା ବେଳେ ମାଇକ ଓ କ୍ୟାମେରା ବନ୍ଧ କରିଦିଆଯାଇଥିଲା ।

ଓଡ଼ିଶାର ସବୁଠାରୁ ଅଧିକ ଲୋକପ୍ରିୟ ନେତା, ତଥା ଦୀର୍ଘବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ନବୀନ ପଟ୍ଟନାୟକଙ୍କୁ ଅପମାନକୁ ନେଇ ବର୍ଷିଛି ବିଜେଡି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ନବୀନ କହିବା ବେଳେ ମାଇକ ବନ୍ଦ କରିଦିଆଗଲା । ଏପରିକି କ୍ଯାମେରା ବି ବନ୍ଦ କରିଦିଆଗଲା । କାହିଁକି ମାଇକ ଓ କ୍ଯାମେରା ବନ୍ଦ କରାଗଲା ବୋଲି ସରକାରଙ୍କୁ ପ୍ରମିଳା ପ୍ରଶ୍ନ କରିଛନ୍ତି ।

ସେହିପରି ଏହି ଘଟଣାକୁ ନେଇ କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ଦଳ ପକ୍ଷରୁ କୁହାଯାଇଛି, ଗୃହରେ ସମସ୍ତଙ୍କୁ କହିବାର ଅଧିକାର ଅଛି । ମାଇକ୍ ବନ୍ଦ କରି ଦେବା ଉଚିତ ହୋଇନାହିଁ । ବିରୋଧୀ ଦଳର ସଦସ୍ୟମାନେ ସେମାନଙ୍କ କର୍ତ୍ତବ୍ୟ କରୁଛନ୍ତି, ଓଡ଼ିଶାବାସୀଙ୍କ ପାଇଁ ଲଢୁଛନ୍ତି । ବିଧାନସଭା ଆରମ୍ଭରୁ ରାଜ୍ୟ ସରକାରଙ୍କର ଏଭଳି ଆଭିମୁଖ୍ୟ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି ।

୧୬ ଜଣିଆ ମିଡିଆ ସେଲ୍ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ବର: ବିଜେଡିର ନୂଆ ମିଡିଆ ସେଲ୍ ଗଠିତ । ତାଲିକାରେ ରହିଛନ୍ତି ୧୬ ବିଜେଡି ନେତା । ଏମାନେ ବୈଦ୍ୟୁତିକ ଗଣମାଧ୍ୟମରେ ଦଳର ଆଭିମୁଖ୍ୟ ରଖିବେ । ଏହାସହ ବିଭିନ୍ନ ଆଲୋଚନାରେ ଏହି ନେତାମାନେ ଅଂଶଗ୍ରହଣ କରିବେ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସମସ୍ତଙ୍କୁ ନିଯୁକ୍ତି ଦିଆଯାଇଛି । ଏନେଇ ବିଜେଡିର ବରିଷ୍ଠ ମିଡିଆ କୋର୍ଡିନେଟର ପ୍ରତାପ ଜେନା ସୂଚନା ଦେଇଛନ୍ତି ।

ମିଡିଆ ସେଲରେ ଅଛନ୍ତି, ପ୍ରଶାନ୍ତ ମୁଦୁଲି, ବ୍ଯୋମକେଶ ରାୟ, ସୁବାସ ସିଂ, ଗୌତମବୁଦ୍ଧ ଦାସ, ସାରଦା ଜେନା, ଲତିକା ପ୍ରଧାନ । ରମେଶ ବେହେରା, ମନ୍ମଥ ରାଉତରାୟ, ତୁମ୍ବନାଥ ପଣ୍ଡା, ମିହିର ରାଏ, ଚିନ୍ମୟ ସାହୁ ମଧ୍ୟ ମିଡିଆ ସେଲରେ ଅଛନ୍ତି । ଏମାନଙ୍କ ସହ ମିଡିଆ ସେଲରେ ଇପ୍ସିତା ସାହୁ, ସୋଫିଆ ଆଲାମ, ଇରାନୀ ରାୟ, ବିଶ୍ବପ୍ରତାପ ସାହୁ, ଏବଂ ଅରୁପ ଶ୍ରୀଚନନ୍ଦନ ଅଛନ୍ତି ।

ଜାତୀୟ ଗଣମାଧ୍ୟମରେ କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ପ୍ରସାରିତ ଖବର ମିଛ ଓ ଉଦ୍ଦେଶ୍ୟମୂଳକ: ନବୀନ

ଭୁବନେଶ୍ବର: ଜାତୀୟ ଗଣମାଧ୍ୟମରେ କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ପ୍ରସାରିତ ଖବର ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ସୋସିଆଲ ମିଡ଼ିଆ Xରେ ନବୀନ ପୋଷ୍ଟ କରିବା ସହ କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ପ୍ରସାରିତ ଖବର ମିଛ ଓ ଉଦ୍ଦେଶ୍ୟମୂଳକ ବୋଲି କହିଛନ୍ତି ।

ସେ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି, ‘ଜାତୀୟ ଗଣମାଧ୍ୟମର ଏହି ଖବର ସଂପୂର୍ଣ୍ଣ ମିଛ, ଉଦ୍ଦେଶ୍ୟମୂଳକ, ଭିତ୍ତିହୀନ ଓ କପୋଳକଳ୍ପିତ । କାର୍ତ୍ତିକ ପାଣ୍ଡିଆନ ରାଜ୍ୟ ଓ ଦଳ ପାଇଁ ବହୁତ କାମ କରିଛନ୍ତି । ସେଥିପାଇଁ ସେ ଜଣାଶୁଣା । ଖାଲି ସେତିକି ନୁହେଁ, ପାଣ୍ଡିଆନ ଉତ୍ସର୍ଗୀକୃତ ଭାବେ ଦଳ ଓ ରାଜ୍ୟ ପାଇଁ କାମ କରିଛନ୍ତି । ଏଭଳି ଦକ୍ଷତା ଓ ସ୍ବଚ୍ଛତା ପାଇଁ ପାଣ୍ଡିଆନ ବେଶ ଜଣାଶୁଣା ଓ ସମ୍ମାନନୀୟ ।’

ଜ୍ୱାଇଁର ଶାବଳ ମାଡ଼ରେ ଶାଶୂ ଏବଂ ସ୍ତ୍ରୀ ମୃତ

ରେଢାଖୋଲ : ରେଢାଖୋଲରେ ଡବଲ ମର୍ଡର । ଜ୍ୱାଇଁର ଶାବଳ ମାଡ଼ରେ ଶାଶୂ ଏବଂ ସ୍ତ୍ରୀ ମୃତ । ରେଢାଖୋଲ ଥାନା ପୋଡାବଲଣ୍ଡା ଗାଁରେ ଚାଞ୍ଚଲ୍ଯ । କୌଣସି ଘଟଣାକୁ ନେଇ ଜ୍ୱାଇଁ ଉତକ୍ଷିପ୍ତ ହୋଇ ଶାବଳ ଧରି ଶାଶୂ ଓ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣରେ ଉଭୟ ଶାଶୁ ଓ ସ୍ତ୍ରୀଙ୍କ ମୃତ୍ଯୁ ହୋଇଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ଅନ୍ଯପଟେ ଜ୍ୱାଇଁ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ମୃତ ସ୍ତ୍ରୀଙ୍କ ନାଁ ଲକି ସାହୁ ଓ ଶାଶୂ ରୁବି ସାହୁ ବୋଲି ଜଣାପଡିଛି ।

ସଂସଦରେ ଉପସ୍ଥାପିତ ହେଲା ୨୦୨୩-୨୪ ଅର୍ଥନୈତିକ ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ : ସଂସଦରେ ଉପସ୍ଥାପିତ ହେଲା ୨୦୨୩-୨୪ ଅର୍ଥନୈତିକ ସର୍ଭେ ରିପୋର୍ଟ। ଆର୍ଥିକ ବର୍ଷ ୨୦୨୫ ଲାଗି ଅଭିବୃଦ୍ଧି ଲକ୍ଷ୍ଯ ରହିଛି ୬.୫ରୁ ୭ ପ୍ରତିଶତ। ଆର୍ଥିକ ବର୍ଷ ୨୦୨୪ ଲାଗି ଆର୍ଥିକ ଅଭିବୃଦ୍ଧି ଲକ୍ଷ୍ଯ ରହିଛି ୮.୨ ପ୍ରତିଶତ। ଆର୍ଥିକ ବର୍ଷ ୨୦୨୫ରେ ରିଜର୍ଭ ବ୍ଯାଙ୍କ ୪.୫ ପ୍ରତିଶତ ମୁଦ୍ରାସ୍ଫୀତି ଆକଳନ କରିଥିବା କହିଛନ୍ତି ନିର୍ମଳା ସୀତାରମଣ। ବର୍ତ୍ତମାନ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଆସିଛି ବୋଲି ସେ କହିଛନ୍ତି। ସରକାର ସ୍ବୀକାର କରୁଛନ୍ତି ଯେ ବର୍ତ୍ତମାନ କେତେକ ଖାଦ୍ଯପଦାର୍ଥର ଦର ମୁଦ୍ରାସ୍ଫୀତି ହାର ବଢିଛି।

ରାଜ୍ୟସଭାରେ ଉଠିଲା ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ

ନୂଆଦିଲ୍ଲୀ : ରାଜ୍ୟସଭାରେ ଉଠିଲା ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ । ବିଜେଡି ରାଜ୍ୟସଭା ସାଂସଦ ମୁନା ଖାଁ ଗୃହରେ ଏହି ପ୍ରସଙ୍ଗ ଉଠାଇଛନ୍ତି । ମୁନା ଖାଁଙ୍କ ଦାବିକୁ ସମର୍ଥନ ଜଣାଇଛନ୍ତି ସାଂସଦ ସସ୍ମିତ ପାତ୍ର । ମୁନା ଖାଁ ଗୃହରେ କହିଛନ୍ତି, ବ୍ୟାପକ ସମ୍ଭାବନାର ରାଜ୍ୟ ଓଡ଼ିଶାର ୭ଟି ଜିଲ୍ଲା ସମୁଦ୍ର ସହ ସଂଲଗ୍ନ ହୋଇ ରହିଛି । ୧୯୯୯ ମହାବାତ୍ୟାରୁ ଆରମ୍ଭ କରି ୨୦୧୯ରେ ଫନି ପର୍ଯ୍ୟନ୍ତ ବିଗତ ୨୫ ବର୍ଷରେ ୪ଟି ବଡ଼ ବାତ୍ୟାର ସମ୍ମୁଖୀନ ହୋଇଛି । କିନ୍ତୁ ୨୦୦୦ ମସିହା ପରେ ନବୀନ ପଟ୍ଟନାୟକଙ୍କ ସରକାର ଆସିବା ପରେ ପ୍ରାକୃତିକ ବିପର୍ଯ୍ୟୟକୁ ଓଡ଼ିଶା ମୁକାବିଲା କରିବାରେ ସକ୍ଷମ ହୋଇଛି । ଯାହାକୁ ବିଶ୍ବବ୍ୟାପୀ ପ୍ରଶଂସା କରାଯାଇଛି । ନବୀନଙ୍କ ଜିରୋ କାଜୁଆଲିଟି ନୀତି ଯୋଗୁ ଏହା ସମ୍ଭବ ହୋଇଛି । ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବାରୁ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରାଯାଇ ଅନୁଦାନ ଦିଆଯାଉ ବୋଲି ଦାବି କରିଛନ୍ତି ମୁନା ଖାଁ । ଏଥି ପାଇଁ କିଛି ସ୍ବତନ୍ତ୍ର ଆଇନ ଥିଲେ ମଧ୍ୟ କେନ୍ଦ୍ର ସରକାର ଚାହିଁଲେ ଆଇନରେ ପରିବର୍ତ୍ତନ ଆଣି ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦିଆଯାଇପାରିବ ବୋଲି ମୁନା କହିଛନ୍ତି ।

ଭିଜାଲାନ୍ସ ଜାଲରେ ମତ୍ସ୍ଯ ସମ୍ପଦ ବିକାଶ ବିଭାଗର ଡେପୁଟି ଡାଇରେକ୍ଟର

କଟକ : ଭିଜିଲାନ୍ସ ଜାଲରେ କଟକ ମତ୍ସ୍ଯ ସମ୍ପଦ ବିଭାଗ ଡେପୁଟି ଡ଼ାଇରେକ୍ଟର ବସନ୍ତ କୁମାର ଦାସ । ସରକାରୀ ଅର୍ଥ ଆତ୍ମସାତ ମାମଲାରେ ମତ୍ସ୍ୟ ଉପନିର୍ଦ୍ଦେଶକ ବସନ୍ତ କୁମାର ଦାସଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି । ପ୍ରାୟ ୧କୋଟି ୫ଲକ୍ଷ ଟଙ୍କାରୁ ଉର୍ଦ୍ଧ ସରକାରୀ ଅର୍ଥ ଆତ୍ମସାତ ଘଟଣାରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି । ଡେପୁଟି ଡ଼ାଇରେକ୍ଟର ବସନ୍ତ କୁମାର ଦାସଙ୍କ ପୁରୁଣା ଭୁବନେଶ୍ୱର ସ୍ଥିତ ଭଡାଘର, ପୁରୀ ତୋଟା ମହାବୀର ଲେନ ସ୍ଥିତ ଘର, ପୁରୀ ଜିଲ୍ଲା ଗୋରୁଳା ନିକଟ ଫାର୍ମହାଉସ , ଭଦ୍ରକ ଗୋବିନ୍ଦପୁର ସ୍ଥିତ ପୈତୃକ ଘର, କଟକ ସ୍ଥିତ ଅଫିସରେ ଚଢାଉ ଚାଲିଛି । ସରକାରୀ ଆକାଉଣ୍ଟରୁ ନିଜ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ନେଇ ଭିଜିଲାନ୍ସ ନିକଟରେ ପୂର୍ବରୁ ଥିଲା ଅଭିଯୋଗ । ଅଭିଯୋଗ ଆଧାରରେ ଚଢ଼ାଉ କରିଛି ଭିଜିଲାନ୍ସ ।

ସଂସଦରେ ନିଟ-ୟୁଜି ତାତି : ବ୍ଯାପକ ଅନିୟମିତତା ନେଇ ବିରୋଧୀଙ୍କ ଟାର୍ଗେଟ

ନୂଆଦିଲ୍ଲୀ : ସଂସଦରେ ନିଟ ତାତି। ନିଟ-ୟୁଜି ପ୍ରସଙ୍ଗରେ ସଂସଦରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ନିଟ-ୟୁଜି ନାମରେ ବ୍ଯାପକ ଅନିୟମିତତା ହେବା ସହ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ହୋଇଛି ବୋଲି କହିଛନ୍ତି ବିରୋଧୀ। ନିଟ-ୟୁଜି ମାମଲା, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଭିନ୍ନ ଭୋଜନାଳୟରେ ନାମ ଫଳକ ଲଗାଇବା ଲାଗି ସରକାରଙ୍କ ନିର୍ଦ୍ଦେଶନାମା, ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାକୁ ଅସ୍ତ୍ର କରିବା, ୟୁପିଏସସି ପରିଚାଳିତ ପରୀକ୍ଷାରେ ଅନିୟମିତତା, ଲୋକସଭାରେ ଉପବାଚସ୍ପତି ନିଯୁକ୍ତି କରିବା ଆଦି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ସୁରୁଖୁରୁରେ ଗୃହ ପରିଚାଳନା ଲାଗି ଗତକାଲି ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକରେ ଆହ୍ବାନ ଦିଆଯାଇଥିଲେ ବି ବିଭିନ୍ନ ପ୍ରସଙ୍ଗରେ ତାତିଛି ଗୃହ। ସଂସଦ ସୁପରିଚାଳନା ଲାଗି ଲୋକସଭା ବାଚସ୍ପତି ଗଠନ କରିଥିଲେ ବିଜନେସ ଆଡଭାଇଜରୀ କମିଟି।

ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ମୋତେ ଗଭୀର ଆଘାତ ଦେଇଛି : ନବୀନ

ଭୁବନେଶ୍ୱର : ରାଜ୍ୟରେ ଆଇନ ଶଙ୍ଖଳା ପରିସ୍ଥିତିରେ ଅବନତିକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ରାଜ୍ୟପାଳଙ୍କ ପୁଅଙ୍କ ଦାଦାଗିରି ଓ ସରକାରୀ ଅଧିକାରୀଙ୍କୁ ମାଡ଼ମରା ପ୍ରସଙ୍ଗରେ ବିରୋଧୀ ଦଳ ବିଧାନସଭାର ଆରମ୍ଭ ଦିନରେ କକ୍ଷତ୍ୟାଗ କରିଥିଲେ ।

ଏହାପରେ ସାମ୍ବାଦିକଙ୍କ ସହ କଥା ହୋଇ ଏପ୍ରସଙ୍ଗରେ ନବୀନ ପଟ୍ଟନାୟକ ସରକାରଙ୍କୁ ଘେରିଛନ୍ତି । ସେ କହିଛନ୍ତି ଯେ,ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଷୁଡ଼ି ପଡ଼ିଛି । ରାଜ୍ୟପାଳଙ୍କ ପୁଅ ଜଣେ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଥିଲେ ମଧ୍ୟ ତାଙ୍କ ବିରୋଧରେ ସରକାର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଏହା ମୋତେ ଚକିତ ଓ ବ୍ୟଥିତ କରିଛି । ଏହି ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟକୁ ନେଇ ଆଶ୍ଚର୍ଯ୍ୟବ୍ୟକ୍ତ କରି ନବୀନ କହିଥିଲେ ଯେ,ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ମୋତେ ଆଘାତ ଦେଇଛି । ମୋ ସରକାର ସମୟରେ ଯେତେବେଳେ ବି କୌଣସି ମନ୍ତ୍ରୀ,ବିଧାୟକ,ସାଂସଦ କିମ୍ବା ସରକାରୀ ଅଧିକାରୀଙ୍କ ବିରୋଧରେ ଆଇନ ଭଙ୍ଗର ଅଭିଯୋଗ ଆସୁଥିଲା ସେତେବେଳେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲା ।

ସୂୂଚନାଯୋଗ୍ୟ ଯେ, ବିଧାନସଭା ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ଓ ବିଜେଡି ଓଡ଼ିଆ ଅସ୍ମିତା ପ୍ରସଙ୍ଗକୁ ନେଇ ସରକାରକୁ ଘେରିଥିଲେ । ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭ ସହିତ ବିରୋଧୀଦଳ ସଦସ୍ୟ ନିଜ ଆସନରେ ଛିଡ଼ା ହୋଇ ନାରାବାଜି କରିଥିଲେ । ଏହାପରେ କଂଗ୍ରେସ ଓ ବିଜେଡ଼ି ବିଧାୟକ କକ୍ଷତ୍ୟାଗ କରିଥିଲେ ।

କଂଗ୍ରେସ ବିଧାୟକ ତାରା ବାହିନୀପତି ରାଜ୍ୟପାଳଙ୍କ ପୁଅ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟାପଳ ବିଦା ହୁଅନ୍ତୁ ବୋଲି ସେ ଦାବି କରିଛନ୍ତି । ରାଜ୍ୟପାଳଙ୍କ ପୁଅ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ସେ ପ୍ରଶ୍ନ କରିବା ସହିତ ଆଗକୁ ବିରୋଧ ଜାରି ରହିବ ବୋଲି ଗୃହ ବାହାରେ ତାରା କହିଛନ୍ତି ।

 

ସାନଭାଇ ପରିବାରର ୫ଜଣଙ୍କୁ ନିର୍ମମ ଭାବେ ହତ୍ୟାକଲା ବଡ଼ଭାଇ

ଚଣ୍ଡିଗଡ଼ : ଭାଇ ହନ୍ତା ସାଜିଲା ଭାଇ । ହରିୟାଣାର ଅମ୍ୱାଲା ଜିଲ୍ଲାରେ ଘଟିଛି ଏପରି ଅଭାବନୀୟ ଘଟଣା । ନିଜ ସାନଭାଇର ପରିବାରର ୫ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରିଛି ବଡ଼ ଭାଇ । ନାରାୟଣଗଡ଼ ଥାନା ଅନ୍ତର୍ଗତ ରତୋ ଗାଁର ଅବସରପ୍ରାପ୍ତ ସେନାଅଧିକାରୀ ଏପରି ନୃଶଂସ କାଣ୍ଡ କରିଛି । ସୂଚନା ଅନୁଯାୟୀ, ରବିବାର ରାତିରେ ହିଁ ସେ ଏହି ହତ୍ୟା କରିବା ପରେ ଶବଗୁଡିକୁ ଜଳାଇବାକୁ ଚେଷ୍ଟା କରିଥିଲା । ସୂଚନା ପାଇ ସ୍ଥାନୀୟ ଏସପି ରାତି ୩ଟାରେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ଘଟଣାରେ ୨ଜଣ ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ପୋଲିସ ସୂଚନା ଅନୁଯାୟୀ, ରିଟାୟର୍ଡ ସେନାଧିକାରୀ ଭୁଷଣ ନିଜ ସାନଭାଇ, ଭାଉଜ, ୬ମାସର ଭଣଜା, ୫ବର୍ଷୀୟ ଭାଣିଜି ଏବଂ ନିଜ ମାଆଙ୍କୁ ଅତି ନୃଶଂସ ଭାବେ ହତ୍ୟାକରିଛି । ହତ୍ୟା ପରେ ସମସ୍ତଙ୍କୁ ନିଆଁ ଲଗାଇ ଜଳାଇବାକୁ ଚଷ୍ଟା କରିବା ସମୟରେ ବାପା ଓମ୍ ପ୍ରକାଶ ତାଙ୍କୁ ବିରୋଧ କରିଥିଲେ । କିନ୍ତୁ ସେ ବାପାଙ୍କୁ ମାରପିଟ୍ କରି ବେହୋସ କରିଦେଇଥିଲା । ଏହା ପରେ ହତ୍ୟାକାରୀ ଭାଇ ସେଠାରୁ ଫେରାର ହୋଇଯାଇଥିଲା ।

ଆହତ ବାପା ଓମ୍ ପ୍ରକାଶଙ୍କୁ ନାରାୟଣଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତକଙ୍କ ଆଉ ଜଣେ ଆହତ ଝିଅକୁ ଚଣ୍ଡିଗଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକ ମାନଙ୍କୁ ପୋଷ୍ଟମୋଟମ ପାଇଁ ମେଡିକାଲ ପଠାଯାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।