ନନ୍ଦିଘୋଷ ବ୍ୟୁରୋ: ଘୂର୍ଣ୍ଣିବଳୟ ସାଙ୍ଗକୁ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ଆସନ୍ତାକାଲିଠୁ ବଢିବ ବର୍ଷା । ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଝାଡ଼ଖଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ରହିଛି । ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,କଟକ, ଜଗତସିଂହପୁର, ସୁନ୍ଦରଗଡ଼,ଝାରସୁଗୁଡ଼ା, ବରଗଡ, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜରେ ରହିବ ବର୍ଷାର ପ୍ରଭାବ । ୬ ଜିଲ୍ଲାରେ ୭ ରୁ ୧୧ ସେମି ବର୍ଷା ସମ୍ଭାବନା ଥିବାରୁ ଏହି ସବୁ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୪ ତାରିଖ ପାଇଁ ୪ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ୧୮ ତାରିଖକୁ ବଦଳିବ ପାଗ । ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୬୩୪ ଦଶମିକ ୯ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏବେବି ୯ ପ୍ରତିଶତ ନିଅଁଟିଆ ବର୍ଷା ହୋଇଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଗୋଟିଏ ଜିଲ୍ଲା ମାଲକାନଗିରିରେ ସ୍ଵାଭାବିକ ଠାରୁ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୪ ଜିଲ୍ଲାରେ ଅଧିକ ବର୍ଷା ଓ ୧୬ ଜିଲ୍ଲାରେ ସ୍ୱାଭାବିକ ଓ ବାକି ୧୦ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି ।
କେନ୍ଦ୍ରସରକାର ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟରେ କନଭର୍ଜେନ୍ସ କର୍ମଶାଳା
ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ରସରକାର ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟରେ କନଭର୍ଜେନ୍ସ କର୍ମଶାଳା ଅନୁଷ୍ଠିତ ହୋଇଛି । କେନ୍ଦ୍ରସରକାରଙ୍କ ଅଧୀନରେ ଥିବା ରାଜ୍ଯ ଶ୍ରମ ଓ କର୍ମଚାରୀ ବୀମା ନିଗମ, ଭବିଷ୍ଯନିଧି ପାଣ୍ଠି, ସମାଜ କଲ୍ଯାଣ, DGFASLI, ନ୍ଯାସନାଲ କ୍ଯାରିୟର ସର୍ଭିସ ସେଣ୍ଚର, ଶ୍ରମ, ଖଣି ଓ ନିରାପତ୍ତା ଓ ନ୍ଯାସନାଲ କ୍ଯାରିୟର ସର୍ଭିସ ସେଣ୍ଚର SCJST ବିଭାଗର ସଚିବ ଓ ଅତିରିକ୍ତ ନିର୍ଦ୍ଦେଶକ ପ୍ରମୁଖ ଯୋଗ ଦେଇଥିଲେ । ହିତାଧିକାରୀ ମାନଙ୍କୁ ESI ପକ୍ଷରୁ ଦିଆଯାଇଥିବା ସମସ୍ତ ଯୋଜନାର କିପରି ଲାଭ ଉଠାଇ ପାରିବେ ସେ ନେଇ ଆଲୋଚନା କରାଯାଇଥିଲା । ଲଭାର୍ଥୀମାନେ ସ୍ବାସ୍ଥ୍ୟସେବା ଠୁ ଆରମ୍ଭ କରି ଆର୍ଥିକ ସହାୟତା ପର୍ଯ୍ୟନ୍ତ ସବୁ ପ୍ରକାରର ସୁବିଧା ପାଇବେ । ଏଥିସହ ESIC ସହ ଆଧାର ନମ୍ବର ଯୋଡିବା ବର୍ତ୍ତମାନ ସମୟରେ ବେଶ୍ ଗୁରତ୍ବପୂର୍ଣ । ଆଧାର ନମ୍ବର ଯୋଡିବା ଦ୍ଵାରା କିପରି ହିତାଧିକାରୀ ଅଧିକ ସୁବିଧା ପାଇପାରିବେ ସେ ନେଇ ମଧ୍ୟ ସଚେତନତା କରାଯାଇଛି । AAA+ ଆପ ମାଧ୍ୟମରେରେ ସମସ୍ତ କାମ କରିପାରିବେ ହିତାଧିକାରୀ । କର୍ମଚାରୀ ରାଜ୍ୟ ବୀମା ବା ESI ହେଉଛି ବିଶ୍ବର ସର୍ବୋତ୍ତମ ସ୍ବାସ୍ଥ୍ୟ ବୀମା ସ୍କିମ୍ । ଏଣୁ ESI ଉପଭୋକ୍ତା ଓ ସେମାନଙ୍କ ପରିବାରବର୍ଗ ଏହାର ଫାଇଦା ନେବା ଉଚିତ୍ ବୋଲି କହିଛନ୍ତି ESIର ଆଂଚଳିକ ନିର୍ଦ୍ଦେଶକ ସୁକାନ୍ତ ଚନ୍ଦ୍ର ଦାସ ।
୭୧ ତମ ରାଜ୍ୟ ଭାରୋତ୍ତୋଳନ ଚାମ୍ପିଅନସିପ୍ ଉଦଯାପିତ
ନନ୍ଦିଘୋଷ ବ୍ୟୁରୋ: ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଷ୍ଟାଡିୟମ ଭାରୋତ୍ତୋଳନ ହଲ୍ ପରିସରରେ ଶୁକ୍ରବାର ଦିନ ଆରମ୍ଭ ହୋଇଥିବା ୭୧ ତମ ରାଜ୍ୟ ଭାରୋତ୍ତୋଳନ ଚାମ୍ପିଅନସିପ୍ ଉଦଯାପିତ ହୋଇଯାଇଛି । ୧୫ ଜିଲ୍ଲାର ୧୫୦ ପ୍ରତିଯୋଗୀଙ୍କୁ ନେଇ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଶେଷ ଦିନରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ପୁରୁଷ ସିନିୟର୍ ବର୍ଗରେ ଗଞ୍ଜାମର ମୁନା ନାୟକ, ୟୁଥରେ ଗଞ୍ଜାମର ହର୍ଷବର୍ଦ୍ଧନ ସାହୁ ଓ ଜୁନିୟର୍ ବର୍ଗରେ ଖୋର୍ଦ୍ଧାର ସଦାନନ୍ଦ ବରିହା ଶ୍ରେଷ୍ଠ ଭରୋତ୍ତୋଳକ ଭାବେ ପୁରସ୍କୃତ ହୋଇଛନ୍ତି । ସେହିପରି ମହିଳା ସିନିୟର୍ ବର୍ଗରେ ମୟୂରଭଞ୍ଜର ସ୍ନେହା ସୋରେନ୍ ଏବଂ ଯୁଥ୍ ଓ ଜୁନିୟରରେ ନବରଙ୍ଗପୁରର ମୀନା ସାନ୍ତା ଶ୍ରେଷ୍ଠ ଭରୋତ୍ତୋଳକ ଭାବେ ପୁରସ୍କୃତ ହୋଇଛନ୍ତି। ତିନି ଦିନର ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାର ଖେଳାଳିଙ୍କ ଆଧିପତ୍ଯ ଦେଖିବାକୁ ମିଳିଥିଲା । ଗଞ୍ଜାମ ଜିଲ୍ଲା ଦଳଗତ ଚାମ୍ପିଅନ୍ ହୋଇଥିବା ବେଳେ ଖୋର୍ଦ୍ଧା ଓ ଢେଙ୍କାନାଳ ଯଥାକ୍ରମେ ପ୍ରଥମ ଓ ଦ୍ଵିତୀୟ ଉପବିଜେତା ହୋଇଛନ୍ତି । ରାଜ୍ୟ ସଂଘ ସମ୍ପାଦକ ରବି କୁମାର, ନାରାୟଣ ସାହୁ, ରମେଶ ପାଢ଼ି, ଚନ୍ଦ୍ରଶେଖର ସାହୁ, ଗାଗାରିନ୍ ନାୟକ, ରାନୁ ମହାନ୍ତି, ରାଜେଶ୍ଵରୀ ବେହେରା ସମେତ ମୋଟ ୩୨ ଜଣ ପରିଚାଳକ ଓ ବୈଷୟିକ ଅଧିକାରୀ ଖେଳ ପରିଚାଳନା ଏବଂ ବିଜେତାଙ୍କୁ ପୁରସ୍କୃତ କରିଥିଲେ।

