spot_img
Home Blog Page 1807

ଭୋଟ୍ ଦେଲେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ

ନନ୍ଦିଘୋଷ ବ୍ୟୁରୋ: ମତାଧିକାର ସାବ୍ଯସ୍ତ କଲେ ରାଜ୍ଯସଭା ସାଂସଦ ମାନସ ମଙ୍ଗରାଜ। ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁନାଖଳା କହ୍ନେଇପୁରରେ ଭୋଟ ଦେଇଛନ୍ତି ମାନସ ମଙ୍ଗରାଜ। ତାଙ୍କ ସହ ପତ୍ନୀ ତଥା କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖିକା ଡକ୍ଟର ଗାୟତ୍ରୀବାଳା ପଣ୍ଡା ଓ ପୁଅ  ମନୀତ ମଧ୍ଯ ନିଜ ମତାଧିକାର ସାବ୍ଯସ୍ତ କରିଥିଲେ। ପୁଅ ମନୀତ ପ୍ରଥମ ଥର ଲାଗି ଭୋଟ ଦେଇଛନ୍ତି। ଏହି ଅବସରରେ ସାଂସଦ କହିଛନ୍ତି- ମତଦାନ ପରେ ସେ ଖୁସି ଓ ଗର୍ବିତ। ନିଜ ମୂଲ୍ଯବାନ ଭୋଟ ଦେବା ସହ ଏହି ମହାପର୍ବରେ ସାମିଲ ହେବା ଲାଗି ସେ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।

 

ଉତ୍ତେଜନା ସୃଷ୍ଟି କରୁଛନ୍ତି ବ୍ରହ୍ମଗିରି ବିଜେପି ବିଧାୟିକା ପ୍ରାର୍ଥିନୀ ଉପାସନା ମହାପାତ୍ର

ନନ୍ଦିଘୋଷ ବ୍ୟୁରୋ: ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଉତ୍ତେଜନା । ଉତ୍ତେଜନା ସୃଷ୍ଟି କରୁଛନ୍ତି ବିଜେପି ପ୍ରାର୍ଥିନୀ ଉପାସନା ମହାପାତ୍ର । ଉପାସନାଙ୍କ ସହ ତାଙ୍କ ସମର୍ଥକମାନେ ମଧ୍ୟ ଉତ୍ତେଜନା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ୧୨୭ ନମ୍ବର ବୁଥରେ ଇଭିଏମ ଅଚଳ ହୋଇଥିବାବେଳେ ହଟ୍ଟଗୋଳ ଦେଖା ଦେଇଛି । ଉପାସନା ଭୋଟରଙ୍କୁ ଉସୁକାଇ ଏଭଳି ଉତ୍ତେଜନା ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ ହୋଇଛି ।

ବିଜେଡିର ବଡ଼ ବିଜୟ ହେବ : ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ପର୍ଯ୍ୟାୟ ଭୋଟ ଚାଲିଥିବାବେଳେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ଭୋଟ୍ ଦେବାପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ନବୀନ ପଟ୍ଟନାୟକ । ସେ କହିଛନ୍ତି କି, ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ରାଜ୍ୟରେ ବିଜେଡି ସ୍ଥିର ସରକାର କରିବ । ଉଭୟ ଲୋକସଭା ଏବଂ ବିଧାନସଭାରେ ଭଲ ଫଳାଫଳ ବିଜେଡି ସପକ୍ଷରେ ଯିବ । ବିଜେଡି ରାଜ୍ୟରେ ବଡ଼ ବିଜୟ ହାସଲ କରିବ । ତେବେ ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟିଂ ଚାଲିଥିବାବେଳେ ଭୁବେନଶ୍ବର ଏରୋଡ୍ରମ କଲୋନୀସ୍ଥିତ ୟୁପି ସ୍କୁଲ ବୁଥରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତଦାନ କରିଛନ୍ତି ।

 

 

ସକାଳ ୯ଟା ସୁଦ୍ଧା ୭.୪୩ ପ୍ରତିଶତ ମତଦାନ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ । ସକାଳ ୯ଟା ସୁଦ୍ଧା ୭.୪୩ ପ୍ରତିଶତ ମତଦାନ । ତେବେ ନଜର ପକାନ୍ତୁ କେଉଁ କେତେ ପ୍ରତିଶତ ମତଦାନ ହୋଇଛି ।

ଭୁବନେଶ୍ବର- ୬.୬୫

କଟକ- ୭.୩୨

ଢ଼େଙ୍କାନାଳ- ୭.୯୫

କେନ୍ଦୁଝର- ୮.୭୪

ପୁରୀ- ୬.୮୭

ସମ୍ବଲପୁର- ୭.୦୯

ଆନନ୍ଦପୁର- ୯.୨୩

ଅନୁଗୁଳ- ୬.୨୦

ଆଠଗଡ଼- ୮

ଆଠମଲ୍ଲିକ-୬

ବାଙ୍କୀ- ୬

ବାରବାଟୀ କଟକ- ୫

ବଡ଼ମ୍ବା – ୯

ବେଗୁନିଆ- ୧୦

ଭୁବନେଶ୍ବର ମଧ୍ୟ – ୧୦

ଭୁବନେଶ୍ବର ଉତ୍ତର- ୮,୨୦

ବ୍ରହ୍ମଗିରି -୯

ଚମ୍ପୁଆ- ୫.୨୭

ଛେଣ୍ଡିପଦା- ୭.୨୦

ଚିଲିକା-୭

ଚୌଦ୍ବାର କଟକ- ୬

କଟକ ସଦର-୭

ଦେବଗଡ଼- ୬.୧୦

ଢ଼େଙ୍କାନାଳ ୭.୬୧

ଏକାମ୍ର ଭୁବନେଶ୍ବର- ୪

ଘଷିପୁରା-୫.୫

ହିନ୍ଦୋଳ- ୮.୨୭

ଜଟଣୀ-୫

ଜୟଦେବ ଭୁବନେଶ୍ବର- ୨

କାମାକ୍ଷାନଗର- ୯.୮୦

କରଞ୍ଜିଆ- ୭.୭୭

କେନ୍ଦୁଝର- ୧୧.୫୦

ଖଣ୍ଡପଡ଼ା-୧୧

ଖୋର୍ଦ୍ଧା- ୬.୯୦

କୁଚିଣ୍ଡା- ୭.୯୮

ନୟାଗଡ଼- ୩

ପାଲଲହଡ଼ା- ୮.୨୦

ପରଜଙ୍ଗ- ୯.୧୧

ପାଟଣା- ୧୨.୫୦

ପିପିଲି-୮

ପୁରୀ- ୮.୨୦

ରଣପୁର- ୪.୪୦

ରେଙ୍ଗାଲି-୬

ସମ୍ବଲପୁର-୭.୨୦

ସତ୍ୟବାଦୀ- ୮.୧୦

ତାଳଚେର- ୬

ତେଲକୋଇ-୧୦

 

 

 

 

ଅଟୋରେ ଆସି ଭୋଟ୍ ଦେଲେ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ବର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ଭୋଟ୍ ଦେଉଛି ଓଡ଼ିଶା । ବରିଷ୍ଠ ବିଜେଡି ନେତା ତଥା 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମତଦାନ ସାବ୍ୟସ୍ତ କରିଛନ୍ତି । ସେ ଅଟୋରେ ଆସି ମତଦାନ କେନ୍ଦ୍ରରେ ପହଞ୍ଚିଥିବାବେଳେ ଧାଡ଼ି ଛିଡ଼ା ହୋଇଥିଲେ । ଏହାପରେ ଧାଡ଼ିରେ ଯାଇ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ।

 

 

ରାଜ୍ୟର ବିଭିନ୍ନ ବୁଥରେ EVMରେ ତ୍ରୁଟି, ବିଳମ୍ବ ହେଉଛି ମତଦାନ

ନନ୍ଦିଘୋଷ ବ୍ୟୁରୋ: EVMରେ ତ୍ରୁଟି, ବିଳମ୍ବ ହେଉଛି ମତଦାନ । ରାଜ୍ୟର ବିଭିନ୍ନ ବୁଥରେ EVMରେ ତ୍ରୁଟି ପାଇଁ ବିଳମ୍ବ ହେଉଛି ଭୋଟିଂ ।

  • ସମ୍ବଲପୁର ମହାନଗର ଧନୁପାଲି ବୁଥ ନଂ ୧୮୫ରେ EVM ମେସିନ ଅଚଳ l ଦୀର୍ଘ ଏକ ଘଣ୍ଟା ହେଲା ଲାଇନରେ ଛିଡା ହୋଇଛନ୍ତି ଭୋଟର l
  • ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅଙ୍ଗପଡ଼ା ୫୮ ବୁଥରେ ୧ ଘଣ୍ଟା ଧରି ମେସିନ ଅଚଳ । ମତଦାନ ବାଧାପ୍ରାପ୍ତ
  • ହିନ୍ଦୋଳ ବିଧାନସଭା ଆସନ ଦଣ୍ଡିରୀ ପଞ୍ଚାୟତ ଲହଡ଼ା ପ୍ରାଥମିକ ସ୍କୁଲ ୧୪୫ ନମ୍ବର ବୁଥରେ EVM ଅଚଳ।  ଅନ୍ୟ ସ୍ଥାନରେ ସ୍ଵାଭାବିକ ଚାଲିଛି ମତଦାନ।
  • ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଳକ୍ ମାଲୁଦ ପଞ୍ଚାୟତ ୧୩ ନଂ ବୁଥରେ ମଧ୍ୟ ଯାନ୍ତ୍ରିକ ତ୍ରୁଟି ପାଈଁ ଭୋଟ୍ ପ୍ରଦାନ ଆରମ୍ଭ ହୋଇପାରୁନି ।
  • ବାଣପୁର ବ୍ଳକ ଗାଲୁଆ ପଂଚାୟତ ସରକାରୀ ପ୍ରାଥମିକ ବିଦ୍ୟାଳୟ ବୁଥର evm ମେସିନ ଖରାପ କାରଣରୁ ମତଦାନ ରେ 37 ମିନିଟ ବିଳମ୍ବ

 

 

ଭୋଟ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ଅର୍ଥ ବିଭାଗ ପ୍ରମୁଖ ସଚିବ

ନନ୍ଦିଘୋଷ ବ୍ୟୁରୋ: ଚାଲିଛି ଗଣତନ୍ତ୍ରର ମହାପର୍ବ । ଦେଶରେ ଚାଲିଛି ଷଷ୍ଠ ଏବଂ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । ତେବେ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ମତଦାନ ସାବ୍ୟସ୍ତ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ । ସେପଟେ ଅର୍ଥ ବିଭାଗ ପ୍ରମୁଖ ସଚିବ ସୁଜାତା ରାଉତ କାର୍ତ୍ତିକେୟନ ମଧ୍ୟ ଭୋଟ ଦେଇଛନ୍ତି । କଟକ ଲୋକସଭା ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ମଧ୍ୟ ନିଜ ପରିବାର ସହ ଆସି ମତଦାନ ସାବ୍ୟସ୍ତ କରିଛନ୍ତି ।

ଆଜି ହେବିଓ୍ବେଟ ନେତାଙ୍କ ଭାଗ୍ୟ ପରୀକ୍ଷା

ନନ୍ଦିଘୋଷ ବ୍ୟୁରୋ: ଆଜି ଦେଶରେ ଷଷ୍ଠ ଏବଂ ରାଜ୍ୟରେ ଚାଲିଛି ତୃତୀୟ ପର୍ଯାୟ ମତଦାନ । ଦେଶରେ ୫୮ ଆସନରେ ମତଦାନ ଚାଲିଥିବାବେଳେ ହେବିଓ୍ବେଟ ନେତାଙ୍କ ଭାଗ୍ୟ ପରୀକ୍ଷା ହେଉଛି । ଆଜି ମୋଟ ୮୮୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଥିବାବେଳେ ଦେଶର ବହୁ ହେବିଓ୍ବେଟ ରହିଛନ୍ତି । ଏହି ପର୍ଯ୍ୟାୟରେ ମନୋଜ ତିଓ୍ବାରୀ, କହ୍ନେୟା ଲାଲ, ମେନକା ଗାନ୍ଧୀ, ମେହବୁବା ମୁଫତି, ଅଭିଜିତ ଗଙ୍ଗୋପଧାୟ, ମନୋହର ଲାଲ ଖଟର, ନବୀନ ଜିନ୍ଦଲ, ରାଜ ବବର, ବନ୍ସୁରୀ ସ୍ବରାଜ,ଦୀନେଶ ଲାଲ ଯାଦବଙ୍କ ଭଳି ବଡ଼ ନେତାଙ୍କ ଭାଗ୍ୟ ପରୀକ୍ଷା ହେଉଛି । ସେପଟେ ରାଜ୍ୟରେ ମଧ୍ୟ ହାଇପ୍ରୋଫାଇଲ ଆସନରେ ଭୋଟିଂ ହେଉଥିବାବେଳେ ବଡ଼ ନେତାଙ୍କ ଭାଗ୍ୟ ପରୀକ୍ଷା ହେଉଛି ।

ସମସ୍ତଙ୍କ ନଜରରେ ରହିଛି ସମ୍ବଲପୁର ଲୋକସଭା । କାରଣ ଏଠାରେ ଚାଲିଛି ହାଇଭୋଲଟେଜ ଫାଇଟ୍ । ଏଠାରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଲଢୁଥିବାବେଳେ ତାଙ୍କୁ ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଂଗ୍ରେସ ନଗେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଛି । ମୁଖ୍ୟତଃ ଲଢେଇ ପ୍ରଣବ ଓ ଧର୍ମେନ୍ଦ୍ରଙ୍କ ମଧ୍ଯରେ ହେଉଛି ।

ଅନ୍ୟତମ ହାଇଭୋଲଟେଜ ଆସନ ଭୁବନେଶ୍ବରରେ ବି ଆଜି ନିର୍ବାଚନ ହେଉଛି । ଏଠାରେ ବିଜେପିର ଅପରାଜିତା ଷଡ଼ଙ୍ଗୀ ଓ ବିଜେଡିର କ୍ଯାପନେଟ ମନ୍ମଥ ରାଉତରାୟଙ୍କ ମଧ୍ଯ ହେଉଛି ବଡ଼ ଫାଇଟ୍ । କଂଗ୍ରେସ ତରଫରୁ ୟାସିର ନଓ୍ବାଜ୍ ଲଢେଇ କରୁଛନ୍ତି ।

ପୁରୀରେ ଏଥର ବିଜେପିର ସମ୍ବିତ ପାତ୍ର ଓ ବିଜେଡିର ଅରୂପ ପଟ୍ଟନାୟକଙ୍କ ମଧ୍ଯରେ ବଡ଼ ଲଢେଇ ଦେଖିବାକୁ ମିଳୁଛି । କଂଗ୍ରେସରୁ ଜୟ ନାରାୟଣ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି ।

ଅନ୍ଯପଟେ କଟକ ଆସନ ଉପରେ ବି ସମସ୍ତଙ୍କର ନଜର ରହିଛି । ଏଠାରେ ଭର୍ତ୍ତୃହରି ମହତାବଙ୍କୁ ବିଜେପି ଟିକେଟ ଦେଇଥିବାବେଳେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ସଂତୃପ୍ତ ମିଶ୍ର । ଏହି ଲୋକସଭା ବ୍ଯତୀତ ଢେଙ୍କାନାଳ ଓ କେନ୍ଦୁଝରରେ ବି ସଭିଙ୍କର ନଜର ରହିଛି ।

କେନ୍ଦୁଝରରେ ବିଜେଡି ଧନୁର୍ଜୟ ସିଦ୍ଧୁ, ବିଜେପି ଅନନ୍ତ ନାୟକ ଓ କଂଗ୍ରେସ ବିନୋଦ ବିହାରୀ ନାୟକଙ୍କୁ ଟିକେଟ ଦେଇଛି ।

ଢେଙ୍କାନାଳରେ ବିଜେଡିର ଅବିନାଶ ସାମଲ, ବିଜେପିର ରୁଦ୍ର ନାରାୟଣ ପାଣି ଓ କଂଗ୍ରେସର ସସ୍ମିତା ବେହେରାଙ୍କ ମଧ୍ଯରେ ଲଢେଇ ଦେଖିବାକୁ ମିଳୁଛି ।

୬ ବର୍ଷ ପରେ ଫାଇନାଲରେ ହାଇଦ୍ରାବାଦ

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୪ କ୍ବାଲିଫାୟର-୨ରେ ରାଜସ୍ଥାନ ରୟାଲ୍ସକୁ ହରାଇ ଫାଇନାଲରେ ପ୍ରବେଶ କରିଛି ସନରାଇଜର୍ସ ହାଇଦ୍ରାବାଦ । ଦୀର୍ଘ ୬ ବର୍ଷ ପରେ ଫାଇନାଲରେ ପ୍ରବେଶ କରିଛି ହାଇଦ୍ରାବାଦ । ସେପଟେ କୋଲକାତା ନାଇଟ ରାଇଡର୍ସ ହାଇଦ୍ରାବାଦକୁ ହରାଇ ପ୍ରଥମ ଦଳ ଭାବେ ଚଳିତ ବର୍ଷ ଫାଇନାଲରେ ପ୍ରବେଶ କରିଛି । ତେବେ ଶୁକ୍ରବାର ହାଇଦ୍ରାବାଦ ରାଜସ୍ଥାନକୁ ୩୬ ରନରେ ପରାସ୍ତ କରିଛି । ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୧୭୫ ରନ ସଂଗ୍ରହ କରିଥିବାବେଳେ ରାଜସ୍ଥାନ ରୟାଲ୍ସ ମାତ୍ର ୧୩୯ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା ।

ଆଜି ଦେଶରେ ଷଷ୍ଠ ଏବଂ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ

ନନ୍ଦିଘୋଷ ବ୍ୟୁରୋ: ଆଜି ଦେଶରେ ଷଷ୍ଠ ଏବଂ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । ଗଣତନ୍ତ୍ରର ମହାପର୍ବରେ ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରୁଛି ଓଡ଼ିଶା । ୭ଟି ପାହାଚର ଆଜି ତୃତୀୟ ପାଦରେ ପ୍ରବେଶ କରିଛନ୍ତି ଓଡ଼ିଶାବାସୀ । ଆଜି ଅନୁଷ୍ଠିତ ହେଉଛି ଓଡ଼ିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଚଳିତ ନିର୍ବାଚନରେ ଆଜି ହେଉଛି ସବୁଠୁ ହାଇପ୍ରୋଫାଇଲ୍ ଲଢ଼େଇ । ବାଜିରେ ଲାଗିଛି ବଡ଼ ନେତାଙ୍କ ଭାଗ୍ଯ । ଆଜିର ଆସନ ଉପରେ ରହିଛି ସାରା ରାଜ୍ଯର ନଜର । ବିଜେପି ଓ ବିଜେଡିର ଶୀର୍ଷ ନେତୃତ୍ବଙ୍କର ଆଜି ହେଉଛି ଭାଗ୍ଯ ପରୀକ୍ଷା । ଲୋକସଭା କ୍ଷେତ୍ରକୁ ଦେଖିଲେ ଜଣେ କେନ୍ଦ୍ରମନ୍ତ୍ରୀ, ଦୁଇ ସାଂସଦ, ଜଣେ ପୂର୍ବତନ ମନ୍ତ୍ରୀ ଓ ଜଣେ ବିଧାୟକଙ୍କର ଭାଗ୍ଯ ପରୀକ୍ଷା ହେଉଥିବାବେଳେ ବିଧାନସଭା ଆସନରେ ୩୦ ବିଧାୟକ, ୧୨ ପୂର୍ବତନ ବିଧାୟକ, ୮ ମନ୍ତ୍ରୀ ଓ ୭ ପୂର୍ବତନ ମନ୍ତ୍ରୀଙ୍କ ରାଜନୈତିକ ଭବିଷ୍ଯତ ନିର୍ଦ୍ଧାରଣ ହେଉଛି । ଆସନ୍ତୁ ନଜର ପକାଇବା ଆଜି କେଉଁଠି ହେଉଛି ନିର୍ବାଚନ ଆଉ କିଏ କାହାକୁ ଦେଉଛି ଟକ୍କର ।

ଆଜି ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, କଟକ, ପୁରୀ, ଭୁବନେଶ୍ବର ଲୋକସଭା ଆସନ ଏବଂ ଅଧୀନସ୍ଥ ୪୨ଟି ବିଧାନସଭା ଆସନରେ ମତଦାନ ହେଉଛି । ବିଜେପି ଓ ବିଜେଡିର ବହୁ ହେଭିୱେଟ୍ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ସମ୍ବଲପୁର ଲୋକସଭା ଆସନରେ ଚଳିତ ନିର୍ବାଚନର ସବୁଠୁ ବଡ଼ ଲଢ଼େଇ ହେଉଛି । ଏଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ହେଉଛି ହାଇଭୋଲଟେଜ ଲଢେଇ । ବିଜେପି ଓ ବିଜେଡି ପାଇଁ ଏହି ଆସନରେ ସମ୍ମାନର ଲଢ଼େଇ ହେଉଛି ।

କେବଳ ସମ୍ବଲପୁର ଲୋକସଭା ଆସନ ନୁହେଁ, ଭୁବନେଶ୍ବର ଲୋକସଭା ଆସନରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେଡି ନେତା ମନ୍ମଥ ରାଉତରାୟ, ପୁରୀରେ ବିଜେପିର ସମ୍ବିତ ପାତ୍ର ଓ ବିଜେଡିର ଅରୂପ ପଟ୍ଟନାୟକ, କଟକରେ ବିଜେପିର ଭର୍ତ୍ତୃହରି ମହତାବ ଓ ବିଜେଡିର ସନ୍ତୃପ୍ତ ମିଶ୍ରଙ୍କ ମଧ୍ୟରେ କଡ଼ା ଲଢ଼େଇ ହେଉଛି। ଏହି ୩ଟି ଆସନ ବି ଜିତିବାକୁ ଦୁଇ ଦଳ ପୂରା ଦମ୍ ଲଗାଇଛନ୍ତି। ଦୁଇ ଦଳର ଫୋକସରେ ଏହି ତିନିଟି ଆସନ ଥିବାରୁ କେହି କାହାକୁ ଟିକେ ବି ସୁଯୋଗ ଦେବା ମୁଡରେ ନାହାନ୍ତି । ଜଗତସିଂହପୁର ଓ କେନ୍ଦୁଝରରେ ବି ହେଉଛି କଡ଼ା ଫାଇଟ୍ ।

୪୨ଟି ବିଧାନସଭା ଆସନରେ ବି ଆଜି ଭୋଟ୍ ହେଉଛି । କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢାଖୋଲ, ଦେବଗଡ଼, ତେଲକୋଇ, ଘଷିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆ, ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡା, ତାଳଚେର, ଅନୁଗୁଳ, ଛେଣ୍ଡିପଦା, ଆଠମଲ୍ଲିକ, ବଡ଼ମ୍ବା, ବାଙ୍କି, ଆଠଗଡ଼, ବାରବାଟୀ କଟକ, ଚୌଦ୍ବାର, କଟକ, କଟକ ସଦର, ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଜୟଦେବ, ଭୁବନେଶ୍ବର ମଧ୍ୟ, ଭୁବନେଶ୍ବର ଉତ୍ତର, ଏକାମ୍ର ଭୁବନେଶ୍ବର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା, ଚିଲିକା, ରଣପୁର, ଖଣ୍ଡପଡ଼ା, ନୟାଗଡ଼ରେ ଭୋଟ୍ ଗ୍ରହଣ ହେଉଛି ।