spot_img
Home Blog Page 1812

ତାଳଗଛ କାଟିଲେ ନେବାକୁ ହେବ ଅନୁମତି

ଭୁବନେଶ୍ୱର : ତାଳଗଛ କାଟିଲେ ନେବାକୁ ପଡିବ ଅନୁମତି । ଏଣିକି ମନାଇଚ୍ଛା କାଟି ପାରିବେନି ତାଳଗଛ । ତାଳଗଛ କାଟିବାକୁ ହେଲେ ବନବିଭାଗ ଠାରୁ ନେବାକୁ ହେବ ଅନୁମତି । ଏପରିକି ନିଜ ବାଡିରେ ଥିବା ତାଳଗଛ କାଟିବା ପାଇଁ ଅନୁମତି ନେବାକୁ ହେବ ।  ମନାଇଚ୍ଛା ଗଛ କାଟିଲେ ହେବ କାର୍ଯ୍ୟାନୁଷ୍ଠାନ । ବଢୁଥିବା ବଜ୍ରପାତ ଜନିତ ମୃତ୍ୟୁକୁ ନେଇ ଏପରି ନିଷ୍ପତ୍ତି ନିଆଯାଇଛି ।

ସେହିପରି ରାଜ୍ୟରେ ଏ ବର୍ଷ ୧୯ ଲକ୍ଷ ତାଳ ଗଛ ଲାଗିବ । ରାଜ୍ୟର ୫୨ଟି ଡିଭିଜନରେ ଥିବା ସମସ୍ତ ଫରେଷ୍ଟ ବ୍ଲକ୍ ବାଉଣ୍ଡରୀ ଚାରିପାଖରେ ଲାଗିବ ୪ଟି ଲେଖାଏଁ ତାଳ ଗଛ । ସେଥିପାଇଁ SRCଙ୍କ ପକ୍ଷରୁ ସାଢେ ୭ କୋଟି ଟଙ୍କା ଖର୍ଚ୍ଚ ହେବ । ବଜ୍ରପାତ ଜନିତ ମୃତ୍ୟୁ କମାଇବା ସହ ହାତୀଙ୍କ ଖାଦ୍ୟ ସହ ବନ ବିଭାଗ ବାଉଣ୍ଡରି ପିଲାର ମଜବୁତ୍ କରିବାକୁ ଏଭଳି ନିଷ୍ପତି ନିଆଯାଇଥିବା ବେଳେ କୃଷି ବିଭାଗକୁ ମଧ୍ୟ ତାଳ ଗଛ ରୋପଣ ପାଇଁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।

ସରକାର ଗଢିଲେ, ଭୁଲିଗଲେ କି ପ୍ରତିଶ୍ରୁତି : ପ୍ରତାପ ଦେବ

ଭୁବନେଶ୍ୱର : ଆଜି ଜୁଲାଇ ୧। ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ବିଜେଡି କହିଥିଲା ବିଜୁଳି ବିଲ୍ ଦେବାକୁ ପଡିବନି। ୧୦୦ ୟୁନିଟ୍ ମାଗଣା ଦିଆଯିବ। ବିଜେପି କହିଥିଲା ୩୦୦ ୟୁନିଟ୍ ମାଗଣା ଦେବେ । ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ନ ହେଉ ବୋଲି କହି ମନେପକାଇଦେଇଛି ବିଜେଡି ।

୫ ତାରିଖରୁ ଆଜି ଯାଏ ଦଳ କୌଣସି ଉକ୍ତି ଆଜି ଯାଏଁ ଶୁଣିଲାନି। ବିଜେଡ଼ି ପକ୍ଷରୁ ସରକାରଙ୍କୁ ଆମେ ମନେ ପକେଇଦେଉଛୁ ବୋଲି କହିଛନ୍ତି ବିଧାୟକ ପ୍ରତାପ ଦେବ । ସେହିପରି ଆମ ଓଡ଼ିଶା ନବୀନ ଓଡ଼ିଶା ରାଜ୍ୟ ସରକାରଙ୍କ ଅନୁମୋଦିତ ସ୍କିମ। ତାକୁ ବନ୍ଦ କରିବାର ଆବଶ୍ୟକତା ନାହିଁ। ନୂଆ ସରକାର ଏବାବଦରେ ଟିପ୍ପଣୀ ଦେଇନାହାଁନ୍ତି। ତା ଅର୍ଥ ସ୍କିମ ଚାଲୁ ରହିବ। କିନ୍ତୁ ଭବିଷ୍ୟତରେ କଣ ହେବ ତାହା ସରକାରଙ୍କ ନିଷ୍ପତ୍ତି। ବିଜେପି କ୍ଷମତାକୁ ଆସିଛି । ଅଭିଯୋଗ ଶୁଣିବେ। ବିଜେଡି ସରକାର ବି ଶୁଣୁଥିଲା ।

ବିଜେପିକୁ ଯେତିକି ବିଜେଡି ଜାଣିଛି ଛୋଟକୁ ବଡ କରି ହାଇଲାଇଟ କରିବାକୁ ଚାହିଁବେ। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ରତ୍ନ ଭଣ୍ଡାର ଚାବିକୁ ନେଇ ଆଲୋଚନା ଆବଶ୍ୟକତା ନାହିଁ। ଓଡ଼ିଶାର ଜନସାଧାରଣଙ୍କୁ ଭ୍ରାନ୍ତ ଧାରଣା ଦିଆଯାଇଛି। ଚାବି ହଜିବା ଗୋଟେ ମନ ଗଢା କାହାଣୀ ବୋଲି କହିଛନ୍ତି ବିଧାୟକ ପ୍ରତାପ ଦେବ ।

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ସଂସଦରେ ହଙ୍ଗାମା

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ସଂସଦରେ ହଙ୍ଗାମା। ଏହି ପ୍ରସଙ୍ଗ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ଯତ ଓ କ୍ଯାରିୟର ସହିତ ଜଡ଼ିତ ଥିବାରୁ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଲୋକସଭାରେ ଦାବି କରିଥିଲେ ବିରୋଧୀ ସାଂସଦ। ପୁରା ଗୋଟିଏ ଦିନ ଏ ନେଇ ଆଲୋଚନା କରିବାକୁ ଦାବି କରିଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। କିନ୍ତୁ ଦାବିକୁ ଗ୍ରହଣ କରି ନାହାନ୍ତି ବାଚସ୍ପତି। ତା ବଦଳରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ନେଇ ଧନ୍ଯବାଦ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହେବାରୁ ବିରୋଧୀ କକ୍ଷତ୍ଯାଗ କରିଛନ୍ତି।

ସେପଟେ ରାଜ୍ଯସଭାରେ ବିରୋଧୀ ଦଳ ନେତା ମଲ୍ଲିକର୍ଜୁନ ଖଡ଼ଗେ କହିଛନ୍ତି, କେବଳ ନିଟ୍ କି ଏନଟିଏ ନୁହେଁ, ସୁପ୍ରିମକୋର୍ଟଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ପୁରା ଶିକ୍ଷା ବ୍ଯବସ୍ଥାର ସମୀକ୍ଷା ହେବା ଉଚିତ। ଅଗ୍ନିବୀର ଯୋଜନାକୁ ପ୍ରତ୍ଯାହାର କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା। ମୋଦିଙ୍କୁ ଟାର୍ଗେଟ କରି ସେ କହିଛନ୍ତି, କେବଳ କିଛି ସ୍ଲୋଗାନର ଭାଷଣ ଦେବା ଛଡ଼ା ମୋଦି କିଛି କରୁ ନାହାନ୍ତି। ମଣିପୁର ଜଳୁଥିବା ବେଳେ ସେହି ରାଜ୍ଯକୁ ଗସ୍ତ କରି ନାହାନ୍ତି ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତିଙ୍କ ଭାଷଣରେ ଗରିବ, ଦଳିତଙ୍କ ପାଇଁ କିଛି ନାହିଁ। ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଦେଶକୁ ଆଗେଇ ନେବା ପାଇଁ ସରକାରଙ୍କ କିଛି ଭିଜନ ନାହିଁ କି ଲକ୍ଷ୍ଯ ନାହିଁ। କେବଳ ସରକାରଙ୍କୁ ପ୍ରଶଂସା କରିବା ଛଡ଼ା ଏଥିରେ କିଛି ନାହିଁ ବୋଲି କହିଛନ୍ତି ମଲ୍ଲିକାର୍ଜୁନ ଖଡ଼ଗେ।

ରାଉରକେଲା ଇସ୍ପାତ କାରଖାନାରେ ଅଘଟଣ, ୯ ଜଣ କର୍ମଚାରୀ ଆହତ

ରାଉରକେଲା  : ରାଉରକେଲା ଇସ୍ପାତ କାରଖାନାରେ ଦୁର୍ଘଟଣା। ବ୍ଲାଷ୍ଟ ଫର୍ଣ୍ଣେସ-୫ରେ ଦୁର୍ଘଟଣା ଘଟି ୯ ଜଣ କର୍ମଚାରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ଯରେ ଜଣେ ଅଫିସର ଥିବା ବେଳେ, ୬ଜଣ ଠିକା କର୍ମଚାରୀ ଅଛନ୍ତି। ୮ ଜଣଙ୍କୁ ଇସ୍ପାତ୍ ଜେନେରାଲ ହସ୍ପିଟାଲର ICUରେ ଭର୍ତ୍ତି କରାଯାଇଛି। ଗ୍ୟାସ ଲିକରୁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ସମସ୍ତେ ବିପଦମୁକ୍ତ ଥିବା ଜଣାପଡିଛି। ରେଗୁଲାର ଚେକିଂ ହେଉନଥିବା ଅଭିଯୋଗ ହୋଇଥିବା ବେଳେ ତଦନ୍ତ କରି କାର୍ଯ୍ଯାନୁଷ୍ଠାନ ପାଇଁ ଦାବି ହୋଇଛି।

ଚାହୁଁ ଚାହୁଁ ଭାସିଗଲେ ଗୋଟିଏ ପରବାର ୭ ସଦସ୍ୟ

ନୂଆଦିଲ୍ଲୀ : କାଳ ହେଲା ଝରଣା ପାଣି । ଝରଣା ପାଣିରେ ମଜା କରୁକରୁ ଭାସିଗଲେ ଗୋଟିଏ ପରିବାରର ୭ଜଣ ସଦସ୍ୟ । ପ୍ରବାହିତ ଜଳ ମଧ୍ୟରେ ମଜା କରିବା ବିପଦକୁ ଡାକିଆଣିବା ସହ ସମାନ । ସୋମବାର ପୁଣେର ଲୋନାଭାଲା ସ୍ଥିତ ଜଳପ୍ରପାତରେ ଘଟିଛି ଏହି ଅଘଟଣ । ଝରଣାର ପ୍ରଖର ଜଳ ସ୍ରୋତରେ ମଜା କରିବାକୁ ଯାଇଥିବା ପରିବାରର ୭ଜଣ ସଦସ୍ୟଙ୍କୁ ଭସାଇ ନେଲା ପାଣି ।

ସୂଚନା ଅନୁଯାୟୀ ଦୁର୍ଘଟଣାରେ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ, ୨ଜଣ ଜୀବିତ ଉଦ୍ଧାର ହୋଇଛନ୍ତି । ଏବେ ବି ଆଉ ୨ଜଣ ଶିଶୁଙ୍କ ପତ୍ତା ମଳିନି । ନିଖୋଜ ଶିଶୁଙ୍କୁ ଖୋଜିବା ପାଇଁ ଜାରି ରହିଛି ସର୍ଚ୍ଚ ଅପରେସନ । ଏବେ ସୋସିଆଲ ମିଡିଆରେ ଏହି ଭୟଙ୍କର ଦୁର୍ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ନୂଆ ଆଇନ ଲାଗୁ ପରେ କମିଶନରେଟ ପୋଲିସରେ ପ୍ରଥମ ମାମଲା ଦାଏର

ଭୁବନେଶ୍ୱର : ସାରା ଦେଶରେ ନୂଆ ଆଇନ ଲାଗୁ ହେବା ପରେ କମିଶନରେଟ ପୋଲିସରେ ରୁଜୁ ହେଲା ପ୍ରଥମ ମାମଲା । କମିଶନରେଟ ପୋଲିସ ଅନ୍ତର୍ଗତ ଲକ୍ଷ୍ମୀସାଗର ଥାନା ଅଧୀନରେ ରୁଜୁ ହେଲା ପ୍ରଥମ ମାମଲା । ହତ୍ୟା ଉଦ୍ୟମ ଅଭିଯୋଗରେ ରୁଜୁ ହୋଇଛି ମାମଲା । ପୂର୍ବରୁ ଏ ନେଇ IPC 307ରେ ରୁଜୁ ହେଉଥିଲା ମାମଲା ।

ଏବେ ଭାରତୀୟ ନ୍ୟାୟ ସଂହିତା ଦଫା 126 (2), 115 (2), 109, 118 (1)ରେ ପ୍ରଥମ ମାମଲା ରୁଜୁ କରାଯାଇଛି । ଦ୍ୱିତୀୟ ମାମଲା ଖଣ୍ଡଗିରିରେ ମଧ୍ୟ ହୋଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି । ନୂଆ ଆଇନ ଲାଗୁ ହେବା ପରେ ତଦନ୍ତ ତ୍ୱରାନ୍ୱିତ ହୋଇପାରିବ । ପୂର୍ବ ବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ ହୋଇପାରିବ ବୋଲି କହିଛନ୍ତି ପ୍ରତୀକ ସିଂ ।

ପ୍ରକାଶ ପାଇଲା ନିଟ୍ ୟୁଜି ୨୦୨୪ର ସଂଶୋଧିତ ମେଧା ତାଲିକା

ନୂଆଦିଲ୍ଲୀ : ନିଟ୍ ରି-ଟେଷ୍ଟ୍ ରେଜେଲ୍ଟ ପ୍ରକାଶ । ଏନଟିଏ ପୁନଃ ଟେଷ୍ଟ ପରୀକ୍ଷା ଫଳ ପ୍ରକାଶ କରିଛି । ପ୍ରଶ୍ନପତ୍ର ପ୍ରଘଟ ପରେ ପୁନର୍ବାର ଅନୁଷ୍ଠିତ ହୋଇଥିବା ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ୍‌) ୟୁଜି ଫଳାଫଳ ପ୍ରକାଶ ପାଇଛି। ଜାତୀୟ ପରୀକ୍ଷା ପରିଚାଳନା ସଂସ୍ଥା(ଏନଟିଏ) ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ କରାଯାଇଛି। ଯେଉଁ ପରିକ୍ଷାର୍ଥୀମାନେ ପରୀକ୍ଷା ଦେଇଥିଲେ ସେମାନେ ଏନଟିଏର ଓ୍ବେବସାଇଟ୍‌ questions.nta.ac.in/NEET କୁ ଯାଇ ଫଳାଫଳ ଯାଞ୍ଚ କରିପାରିବେ।

ଗ୍ରେସ ମାର୍କ ଏବଂ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗକୁ ନେଇ ଦେଶବ୍ୟାପୀ ଛାତ୍ର ଅସନ୍ତୋଷ ବୃଦ୍ଧି ପାଇବା ସହିତ ଏହାକୁ ନେଇ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା। ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ଗ୍ରେସ ମାର୍କ ପାଇଥିବା ୧୫୬୩ ଛାତ୍ରଛାତ୍ରୀଙ୍କର ପୁନଃ ପରୀକ୍ଷା କରାଇବାକୁ ନିର୍ଦେଶ ଦେଇଥିଲେ। ତଦନୁଯାୟୀ ଗତ ଜୁନ ୨୩ରେ ସାନି ପରୀକ୍ଷା ହୋଇଥିଲା। ୮୧୩ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ। ଯେଉଁ ଛାତ୍ରଛାତ୍ରୀମାନେ ପୁନଃ ପରୀକ୍ଷା ଦେବେନାହିଁ ସେମାନଙ୍କ ପୂର୍ବ ପରୀକ୍ଷା ଫଳରୁ ଗ୍ରେସ ମାର୍କକୁ ବାଦ୍‌ ଦେଇ ସାନି ପରୀକ୍ଷା ଫଳ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ଏନଟିଏକୁ ନିର୍ଦେଶ ଦେଇଥିଲେ।

ବାତ୍ୟା ପାଇଁ ହୋଟେଲରେ ଅଟକ ଟିମ୍ ଇଣ୍ଡିଆ, ଡିନର ପାଇଁ ଧାଡ଼ିରେ ଛିଡ଼ା ହେଲେ ଖେଳାଳୀ

ନୂଆଦିଲ୍ଲୀ : ବିଶ୍ୱବିଜୟୀ ଟିମ୍ ଇଣ୍ଡିଆ ସଦସ୍ୟଙ୍କ ବାଟ ଓଗାଳିଛି ସାମୁଦ୍ରିକ ଝଡ଼। ଓ୍ବେଷ୍ଟଇଣ୍ଡିଜ୍‌ରେ ଫସିଯାଇଛି ଭାରତୀୟ ଦଳ । ଫଳରେ ସେମାନେ ବାରବାଡୋସରେ ଅଟକିଛନ୍ତି । ବିମାନ ଉଡ଼ାଣ ପାଇଁ ପାଗ ଅନୁକୁଳ ନ ଥିବାରୁ ବିଶ୍ୱବିଜୟୀ ଟିମ୍ ଭାରତ ଫେରିବାରେ ବିଳମ୍ବ ହେଉଛି ।

ଟି-୨୦ ବିଶ୍ବକପ୍‌ରେ ୨ୟ ଥର ଚାମ୍ପିୟନ ହେବା ପରେ ଭାରତୀୟ ଦଳ ସମସ୍ୟାରେ ଫସିଯାଇଛି । ମିଳିଥିବା ସୂଚନା ଅନୁସାରେ ବାରବାଡୋସ୍‌ର ଏକ ହୋଟେଲରେ ଫସିଛନ୍ତି ଭାରତୀୟ ଦଳର ଖେଳାଳି । ପ୍ରବଳ ଝଡ ତୋଫାନ କାରଣରୁ ସେଠାରୁ ଆସିବା ସମ୍ଭବପର ହେଉ ନାହିଁ । ଫାଇନାଲ ମ୍ୟାଚ୍‌ ପରେ ପରେ ସେଠାରେ ପ୍ରବଳ ବାତ୍ୟା ହେଉଥିବା ସୂଚନା ମିଳିଛି । ଯାହା ଫଳରେ ଏକ ହୋଟେଲ ଭିତରେ ଫସି ରହିଛନ୍ତି ଭାରତୀୟ ଖେଳାଳି । ଏପରିକି ଖେଳାଳିମାନଙ୍କୁ ଧାଡିରେ ଛିଡାହୋଇ କାଗଜ ପ୍ଲେଟରେ ଭୋଜନ କରିବାକୁ ପଡିଥିଲା ସୂଚନା ରହିଛି । ବାରବାଡୋସରେ ବାତ୍ୟା ପାଇଁ କର୍ଫ୍ୟୁ ପରି ପରିବେଶ ସୃଷ୍ଟି ହୋଇଛି

ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବାରବାଡୋସ୍‌ ନିକଟରେ ଥିବା ବିରେଲ ଦ୍ବୀପରେ ପ୍ରବଳ ଝଡ ତୋଫାନ ଜାରି ରହିଛି । ଯାହା ଫଳରେ ସେଠାରୁ ସମସ୍ତ ବିମାନ ଉଡାଣ ବାତିଲ କରାଯାଇଛି । ଭାରତୀୟ ଦଳ ଫେରିବାକୁ ଥିବା ଫ୍ଲାଇଟ୍‌ ବାତ୍ୟାରେ ଫସିଯିବାର ସମ୍ଭାବନା ଥିବାରୁ ବିମାନ ଉଡାଣ ଭରିନାହିଁ ।

ବାରବାଡୋସ୍‌ ପ୍ରଧାନମନ୍ତ୍ରୀ ମିଆ ମୋଟଲି ଘୋଷଣା କରିଛନ୍ତି ଯେ, ଘୂର୍ଣ୍ଣିବଳୟ ଯୋଗୁ ଗ୍ରାଣ୍ଟଲି ଆଡାମସ୍ ଅନ୍ତର୍ଜାତୀୟ ବିମାନବନ୍ଦର ବନ୍ଦ ରହିବ। ଯାହା ଫଳରେ ସେଠାରୁ କୌଣସି ବିମାନ ଉଡାଣ ଭରିନଥିବା ବେଳେ ଅବତରଣ ମଧ୍ୟ କରିବାକୁ ଅନୁମତି ମିଳିନାହିଁ । ତେବେ ଭାରତୀୟ ଦଳ କେବେ ବାହାରିବ ତାହା କହିବା ମୁସ୍କିଲ । ଖବର ମୁତାବକ ଟିମ୍ ଇଣ୍ଡିଆ ବାରବାଡୋସ୍‌ରେ ଆହୁରି ପ୍ରାୟ ୩୬ ରୁ ୪୮ ଘଣ୍ଟା ଫସିରହିପାରେ  ।

ଆଜିଠୁ ବସିବ ମୁଖ୍ୟମନ୍ତ୍ରୀଙ୍କ ଜନତା ଦରବାର, ନିୟମିତ ଶୁଣିବେ ଲୋକଙ୍କ ସମସ୍ୟା

ଭୁବନେଶ୍ୱର : ଆଜିଠୁ ବସିବ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନତା ଦରବାର, ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ନିୟମିତ ଚାଲିବ ଅଭିଯୋଗର ଶୁଣାଣି । ସମସ୍ୟା ଶୁଣିବା ସହ ସମାଧାନ ଦିଗରେ ପଦକ୍ଷେପ ନେବେ ରାଜ୍ୟ ସରକାର । ଭୁବନେଶ୍ୱର ୟୁନିଟ୍-୫ରେ ଥିବା ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଆଜିଠୁ ଜନଶୁଣାଣି ଆରମ୍ଭ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଯୋଗ ଶୁଣାଣି କରିବା ସହ ସମାଧାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେବେ । ପ୍ରତ୍ୟେକ ଦିନ ୧୧ଟାରୁ ଅଭିଯୋଗ ଶୁଣାଣି ଆରମ୍ଭ ହେବାକୁ ଥିବା ବେଳେ, ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚି ପଞ୍ଜୀକରଣ କରୁଛନ୍ତି ଲୋକେ।

ନୂଆ ଅପରାଧିକ ଆଇନ ଅନୁସାରେ ଦେଶର ପ୍ରଥମ ଏତଲା ଦାଏର

ନୂଆଦିଲ୍ଲୀ : ଦେଶରେ ଆଜିଠୁ ଲାଗୁ ହୋଇଛି ୩ଟି ନୂଆ ଅପରାଧିକ ଆଇନ । ଏହି ନୂଆ ଆଇନ ଲାଗୁ ହେବା ପରେ ଦେଶର ପ୍ରଥମ ଏତଲା ମଧ୍ୟ ଦାଏର ହୋଇସାରିଛି । ଦିଲ୍ଲୀର କମଲା ମାର୍କେଟ ସ୍ଥିତ ପୋଲିସ ଷ୍ଟେସନରେ ସୋମବାର ଭାରତର ନୂଆ ନ୍ୟାୟ ସଂହିତା ଅନୁଯାୟୀ ଦାଏର ହୋଇଛି ଏତଲା । ନୂଆଦିଲ୍ଲୀ ରେଳ ଷ୍ଟେସନ ଫୁଟ୍ ଓଭର ବ୍ରିଜ୍ ତଳେ ବେଆଇନ ସାମଗ୍ରୀ ବିକ୍ରି ଅଭିଯୋଗରେ ଫୁତପାତ୍ ବେପାରୀଙ୍କ ନାଁରେ ଧାରା ୨୮୫ ଅନୁଯାୟୀ ମାମଲା ରୁଜୁ କରାଯାଇଛି ।

ଦିଲ୍ଲୀ ପୋଲିସର ଏଫଆଇଆର ଅନୁଯାୟୀ, ନୂଆଦିଲ୍ଲୀ ରେଳ ଷ୍ଟେସନ ଫୁଟ୍ ଓଭର ବ୍ରିଜ୍ ତଳେ ବେଆଇନ ସାମଗ୍ରୀ ବିକ୍ରିକରୁଥିବା ଅଭିଯୁକ୍ତ ଜଣକ ହେଉଛି ବିହାରର ବାସିନ୍ଦା । ଅଭିଯୁକ୍ତର ନାଁ ପଙ୍କଜ କୁମାର ଏବଂ ସେ ଫୁଟ୍ ଓଭର ବ୍ରିଜ୍ ତଳେ ବିଡି , ସିଗାରେଟ୍ ଭଳି ନିଶାଦ୍ରବ୍ୟ ବିକ୍ରିକରୁଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ନୂଆଦିଲ୍ଲୀ ରେଳ ଷ୍ଟେଶନ ନିକଟରେ ରାସ୍ତା ମଝିରେ ପାଣି ଏବଂ ଗୁଟଖା ବିକ୍ରି କରୁଥିଲେ। ଏହି କାରଣରୁ ଯାତାୟାତରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହା ପରେ ପୋଲିସ ବିଏନ୍‌ଏସ ଅଧୀନରେ ଏହି ବ୍ୟକ୍ତିଙ୍କ ବିରୋଧରେ ଏଫ୍‌ଆଇଆର ପଞ୍ଜୀକରଣ କରିଥିଲା।

ବ୍ରିଟିଶ ଅମଳରୁ ଚାଲିଆସିଥିବା ଭାରତୀୟ ଦଣ୍ଡ ସଂହିତା(ଆଇପିସି), ଫୌଜଦାରି ଅପରାଧ ସଂହିତା (ସିଆର୍‌ପିସି) ଏବଂ ଭାରତୀୟ ସାକ୍ଷ୍ୟ ଆଇନ ସ୍ଥାନରେ ଯଥାକ୍ରମେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ କାର୍ଯ୍ୟକାରୀ ହୋଇଛି।