spot_img
Home Blog Page 1820

କେରଳରେ ନିଖୋଜ ଡାକ୍ତର ବିଷ୍ଣୁପ୍ରସାଦ ଚିନାରା ମୃତ

ନନ୍ଦିଘୋଷ ବ୍ୟୁରୋ: କେରଳରେ ଜଣେ ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତଦେହ ଉଦ୍ଧାର। ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଡାକ୍ତର ସ୍ବାଧୀନ ପଣ୍ଡା ଏବେ ବି ନିଖୋଜ ଥିବା କହିଛନ୍ତି ମନ୍ତ୍ରୀ ।

ବିଷ୍ଣୁଙ୍କ ଘର କଟକ ଜିଲ୍ଲା ଚୌଦ୍ୱାର ହାଉସିଂ ବୋର୍ଡରେ । ବିଷ୍ଣୁ ହାଇଟେକ୍ ମେଡିକାଲ ମେଡିସିନ ବିଭାଗର ଡାକ୍ତର ଥିଲେ । ୱାଏନାଡ଼ରେ ଥିବା ସମୟରେ ରାତିରେ ଭୂସ୍ଖଳନ ହୋଇଥିଲା । ସ୍ତ୍ରୀ ଏବଂ ଦୁଇ ବନ୍ଧୁଙ୍କ ସହ ଘରେ ରହିଥିଲେ ବିଷ୍ଣୁ । ବିଷ୍ଣୁ ପ୍ରସାଦ ଓ ତାଙ୍କ ସ୍ତ୍ରୀ ପ୍ରିୟଦର୍ଶନୀ ପାଲ ରହିଥିଲେ । ବିଷ୍ଣୁଙ୍କ ବନ୍ଧୁ ସ୍ବାଧୀନ ପଣ୍ଡା ଓ ସ୍ବୀକୃତି ମହାପାତ୍ର ମଧ୍ଯ ରହିଥିଲେ । ପ୍ରିୟଦର୍ଶନୀ ଓ ସ୍ବିକୃତୀଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

‘ବିଗିଡ଼ି ଯାଇଛି ରାଜ୍ଯର ଆଇନ ଶୃଙ୍ଖଳା ସ୍ଥିତି’

ଭୁବନେଶ୍ୱର: ବିଧାନସଭାରେ ଉଠିଲା IPS ପଣ୍ଡିତ ରାଜେଶ ଉତ୍ତମ ରାଓଙ୍କୁ ନିଲମ୍ବନ ପ୍ରସଙ୍ଗ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ସରକାର ଆସିବାର ଦୁଇ ମାସ ହେଲା। କିନ୍ତୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଗଲାଣି। ଆଜି ପର୍ଯ୍ୟନ୍ତ ଏ ମାମଲାରେ ଏତଲା ହୋଇନାହିଁ | ଘଟଣା ଲୋକଲୋଚନକୁ ଆସିବା ପରେ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ରାଜେଶ ପଣ୍ଡିତଙ୍କୁ ସସପେଣ୍ଡ କରାଯାଇଛି। ଉଚ୍ଚ ପଦସ୍ଥ ଅଧିକାରୀ ଯଦି ଏମିତି କରିବେ, ରାତିରେ ମହିଳା ଆଇଆଇସିଙ୍କ ଘରକୁ ଯାଇ ଖରାପ ବ୍ୟବହାର କରିବେ, ତେବେ ଲୋକେ କେମିତି ନିଜକୁ ସୁରକ୍ଷିତ ଭାବିବେ। ସଂପୃକ୍ତ IPSଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ମଧ୍ଯ ସେ ସରକାରଙ୍କ ନିକଟରେ ଦାବି କରିଛନ୍ତି।

ମଙ୍ଗଳବାର ଦିନ ରାଜ୍ଯ ସରକାର ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ପଣ୍ଡିତ ରାଜେଶ ଉତ୍ତମରାଓଙ୍କୁ ନିଲମ୍ବନ କରିଥିଲେ। କ୍ଯାପିଟାଲ ଥାନା ଅଧୀନରେ ଗତ ୨୭ ତାରିଖରେ ହୋଇଥିବା ଏକ ଘଟଣା ପାଇଁ ତାଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ନିଆଯାଇଥିବା ଗୃହ ବିଭାଗର ନିର୍ଦ୍ଦେଶନାମାରେ କୁହାଯାଇଥିଲା।

ରାଜ୍ୟରେ ନାହିଁ ବନ୍ୟା ସ୍ଥିତି; ଜଳ ସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ରାଜ୍ୟରେ ସାମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଜଳ ସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏବେ କମିଛି ବର୍ଷା। ରାଜ୍ୟରେ ବନ୍ୟାର ସ୍ଥିତି ନାହିଁ। ମହାନଦୀ ଉପର ମୁଣ୍ଡରେ କମୁଛି ଜଳ ସ୍ତର। ହୀରାକୁଦରେ ଦୁଇଟି ଗେଟ ବନ୍ଦ କରାଯାଇଛି। ସ୍ଥିତି ଦେଖି ଆଗକୁ ଗେଟ ବନ୍ଦ କରାଯିବ। ଏବେ ୧ ଲକ୍ଷ ୭୦ ହଜାର କ୍ୟୁସେକ ଜଳ ଇନ ଫ୍ଲୋ ଥିବା ବେଳେ ୩ ଲକ୍ଷ ୩୦ ହଜାର କ୍ୟୁସେକ ଜଳ ଆଉଟ ଫ୍ଲୋ ରହିଛି। ମୁଣ୍ଡଳୀରେ ପିକ ସମୟରେରେ ୪ ଲକ୍ଷ ୮୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଲା। ଏବେ ୪ ଲକ୍ଷ ୩୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ଆଗକୁ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ। ଆଜି ୧୧ ଟାରେ ଲୋୟର ଇନ୍ଦ୍ରର ଦୁଇଟି ଗେଟ ଖୋଲାଯାଇଛି। ଗତକାଲି ମୁଖ୍ୟ ଶାସନ ସଚିବଙ୍କ ସହ ବନ୍ୟା ସ୍ଥିତି ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଥିଲା। ବନ୍ୟା ପାଇଁ ସତର୍କ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଭକ୍ତ ରଞ୍ଜନ ମହାନ୍ତି ।

କରଡି ମହାନଦୀ ଘାଟରେ ବୁଲୁଛି ଘଡିଆଳ କୁମ୍ଭୀର

ବୌଦ୍ଧ: ବୌଦ୍ଧ ରେଞ୍ଜ ଅଧିନସ୍ଥ କରଡି ମହାନଦୀ ଘାଟରେ ଦେଖିବାକୁ ମିଳିଛି ଏକ ଘଡିଆଳ କୁମ୍ଭୀର । ସ୍ଥାନୀୟ ଲୋକେ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ କୁମ୍ଭୀରଟିକୁ ଦେଖିଥିଲେ। ଏନେଇ ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରଟିକୁ ଟ୍ରାକ କରୁଛି।

ମହାନଦୀର ବନ୍ୟା ପାଣିରେ କୁମ୍ଭୀରଟି ସାତକୋଶିଆ ଗଣ୍ଡରୁ ଖାଦ୍ୟ ଅନ୍ୱେଷଣରେ ନଦୀକୁ ଚାଲିଆସିଥିବା ଅନୁମାନ କରାଯାଉଛି। ପ୍ରତିବର୍ଷ ଏଭଳି ବନ୍ୟା ପାଣି ଆସିଲେ କୁମ୍ଭୀରମାନେ ଉପରମୁଣ୍ଡକୁ ପଳେଇଆସନ୍ତି । ଗତବର୍ଷ ମଧ୍ୟ ଏଭଳି ଏକ ଘଡ଼ିଆଳ କୁମ୍ଭୀର ରାମଗଡ଼ ମହାନଦୀ ଘାଟରେ ଦେଖିବାକୁ ମିଳିଥିଲା।

ଆକ୍ସନ ମୋଡରେ ମେୟର ସୁଲୋଚନା ଦାସ

ଭୁବନେଶ୍ୱର: ଆକ୍ସନ ମୋଡରେ ମେୟର ସୁଲୋଚନା ଦାସ । ପାହାଳ ୱାର୍ଡ ନମ୍ୱର ଅଞ୍ଚଳରେ ବୁଲିଲେ ମେୟର। ବର୍ଷା ହେଲେ ୪ ନମ୍ୱର ୱାର୍ଡ ଭରତଭିଲ୍ଲାର ଆଖପାଖ ଅଞ୍ଚଳ ପାଣିରେ ବୁଡିଯାଉଥିବା ବେଳେ, ସେଠାକାର ସ୍ଥାନୀୟ ବାସିନ୍ଦା ନାହିଁ ନଥିବା ଅସୁବିଧାର ସାମ୍ନା କରୁଥିଲେ। ବିଲ ଚାଷ ଜମି ମାନଙ୍କରେ ଶହ ଶହ ଆପର୍ଟମେଣ୍ଟ ଗଢି ଉଠିଥିବା ବେଳେ ବର୍ଷା ଦିନେ ବର୍ଷା ଜଳ ନିଷ୍କାସନ ହୋଇପାରୁନାହିଁ । ଯେଁଉଥିପାଇଁ ଭରତଭିଲ୍ଲାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ଆଣ୍ଠୁଏ ଆଣ୍ଠୁଏ କାଦୁଅରେ ପରିଣତ ହୋଇଥିଲା। କଚା ରାସ୍ତାରେ ଯାତାୟାତ କରିବା ପାଇଁ ଅଞ୍ଚଳବାସୀ ନାନାଦି ସମସ୍ୟା ଭୋଗୁଥିବା ବେଳେ, ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିଥିଲେ । ଭିଡିଓ ଦେଖି ଖୋଦ ମେୟରଙ୍କ ସହିତ ବିଭାଗୀୟ ଅଧିକାରୀ ମାନେ ପହଞ୍ଚିଥିଲେ । ରାସ୍ତା କାମର ତାଦାରଖ କରିବା ସହିତ ସଙ୍ଗେ ସଙ୍ଗେ କାର୍ଯ୍ୟ ଆରମ୍ଭ କରିବାକୁ କହିଛନ୍ତି ମେୟର।

‘ଲାଞ୍ଚୁଆ’ ଆସିଷ୍ଟାଣ୍ଟ ଇଂଜିନିୟରଙ୍କ ଖୋଲୁଛି ଗୁମର !

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଜଟଣୀ ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର ନିବେଦିତା ମହାନ୍ତିଙ୍କ ଖୋଲୁଛି ଗୁମୁର । ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ତାଙ୍କ ବିରୋଧରେ ମୁହଁ ଖୋଲିଛନ୍ତି ଠିକାଦାର। ସେ କହିଛନ୍ତି, ଲାଞ୍ଚ ନେବାରେ ମ୍ଯାଡମ ଧୁରନ୍ଧର ଥିଲେ। ଶ୍ରାବଣ ମାସ ସତ୍ତ୍ଵେ ଆଇଁଷ ଆଣିବାକୁ କହୁଥିଲେ।
ବାଳକାଟିରୁ ମଟନ, ପାରାଦୀପରୁ ଇଲିସି, ଦୟା ନଦୀରୁ ଛଟା ଚିଙ୍ଗୁଡ଼ି ଆଣିବାକୁ ଡିମାଣ୍ଡ କରୁଥିଲେ ମ୍ୟାଡମ୍। କଥା କଥାକେ ପିସି ମାଗୁଥିଲେ ବୋଲି କହିଛନ୍ତି ଠିକାଦାର।

ସୂଚନାଯୋଗ୍ୟ ଯେ, କନ୍ତିଆ ପଞ୍ଚାୟତ କିରଣ କୁମାର ପ୍ରଧାନଙ୍କ ବିଲ୍ ପାସ କରାଇଦେବା ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ନିବେଦିତା । ୫୦ ହଜାର ଦେବା ପରେ ମଧ୍ୟ ବିଲ୍ ପାସ ନ କରି ବାକି ଟଙ୍କା ମାଗୁଥିଲେ। ଏହା ପରେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ଠିକାଦାର। ଗତକାଲି ୫୦ ହଜାର ଲାଞ୍ଚ ନେଉଥିବା ବେଳେ ନିବେଦିତା ମହାନ୍ତିଙ୍କୁ ଧରିଥିଲା ଭିଜିଲାନ୍ସ। ଟଙ୍କା ନେଉଥିବା ବେଳେ ଖଣ୍ଡଗିରିରେ ଥିବା ଘରେ ମାଡ଼ି ବସିଥିଲା ଭିଜିଲାନ୍ସ । ସମସ୍ତ ଲାଞ୍ଚ ଟଙ୍କା ତାଙ୍କଠାରୁ ଜବତ କରାଯାଇଥିଲା । ଏକକାଳୀନ ୨ ଟି ସ୍ଥାନରେ ରେଡ଼ କରାଯାଉଛି । ଭୁବନେଶ୍ୱର ଭିଜିଲାନ୍ସ ମାମଲା ରୁଜୁ କରି ତଦନ୍ତ କରୁଛି। ଏବେ ସାମ୍ନାକୁ ଆସିଛି ଠିକାଦାର ଓ ଆସିଷ୍ଟାଣ୍ଟ ଇଞ୍ଜିନିୟର ନିବେଦିତା ମହାନ୍ତିଙ୍କ କଥାବାର୍ତ୍ତାର ଅଡିଓ ସାମ୍ନାକୁ ।

ହଷ୍ଟେଲ ବାଥରୁମରୁ ନବମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର

ବରଗଡ଼: ହଷ୍ଟେଲ ବାଥରୁମରୁ ନବମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ସମ୍ପର୍କୀୟ । ବରଗଡ଼ ଜିଲ୍ଲା ପଦ୍ମପୁର କଲେଜ ରୋଡ ସ୍ଥିତ ଅନ୍ଵେଷା ହଷ୍ଟେଲରେ ରହି ପାଠ ପଢୁଥିଲେ ଝଙ୍କରପାଲି ଗାଁର ପ୍ରିନ୍ସ କୁମ୍ଭାର ।

ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଭୋଜନ କରି ଟଏଲେଟ ଗଲା ପରେ ଆଉ ଫେରିନଥିଲେ ପ୍ରିନ୍ସ । ବାଥରୁମରେ ପ୍ରିନ୍ସଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ ଅନ୍ୟ ଛାତ୍ରମାନେ। ପରେ ତାଙ୍କୁ ଉଦ୍ଧାର କରି ପଦ୍ମପୁର ଉପଖଣ୍ଡ ହସ୍ପିଟାଲକୁ ଅଣାଯାଇଥିଲା । ସେଠାରେ ପ୍ରିନ୍ସଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ହଷ୍ଟେଲ ସୁପରିଟେଣ୍ଡେଣ୍ଟ କହିଛନ୍ତି । ତେବେ କେଉଁ କାରଣରୁ ଛାତ୍ର ଜଣକ ଆତ୍ମହତ୍ୟା କରିଛନ୍ତି ତାହା ଜଣାନଥିବା ହଷ୍ଟେଲ ସୁପରିଟେଣ୍ଡେଣ୍ଟ କହିଥିବାବେଳେ ସେପଟେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତକଙ୍କ ମାମୁଁ । ଏନେଇ ଅଧିକ ତଦନ୍ତ କରୁଛି ପଦ୍ମପୁର ପୋଲିସ।

ରାସନ୍ ପାଇଁ ଆସିବ ସ୍ୱତନ୍ତ୍ର ଆପ ଘରେ ବସି ଚାଉଳ ପାଇପାରିବେ ରାସନ କାର୍ଡ ହିତାଧିକାରୀ

ଭୁବନେଶ୍ୱର: ରାସନ୍ ପାଇଁ ଆସିବ ସ୍ୱତନ୍ତ୍ର ଆପ ଘରେ ବସି ଚାଉଳ ପାଇପାରିବେ ରାସନ କାର୍ଡ ହିତାଧିକାରୀ । ଯେଉଁମାନେ ପଞ୍ଚାୟତ ଅଫିସ ଆସିପାରୁନାହାନ୍ତି ସେମାନଙ୍କ ଘରେ ଚାଉଳ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର । ସେହିଭଳି ଯେଉଁ ମାନଙ୍କ ବୟସାଧିକ କାରଣ ଯୋଗୁଁ ଟିପ ଚି଼ହ୍ନ କାମ କରୁନାହିଁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଆପ ଆଣିବେ ସରକାର । ଗୃହରେ ଉତ୍ତର ରଖିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ।

ସେହିପରି ଯେଉଁ ପରିବାରରେ ବାପ ପୁଅ ଅଲଗା ଅଲଗା ରହୁଥିବେ, ଉଭୟଙ୍କୁ ରାସନ କାର୍ଡ ଦେବାକୁ ବ୍ୟବସ୍ଥା କରାଯିବ। ମନ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି, ରାଜ୍ୟରେ ୧୬ ଲକ୍ଷ ୨୭ ହଜାର ୯୩୨ ଭୂତ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ୧୯ ହଜାର ୮୩୬ ଜଣ ନୂଆ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି। ବିଭିନ୍ନ କାରଣରୁ ବାଦ୍ ପଡ଼ିଥିବା ଲୋକେ ଏବେ ଆବେଦନ କରିପାରିବେ। ମରି ଯାଇଥିବା ଲୋକଙ୍କ ନାଁ କଟାଯାଇ ନୂଆ ହିତାଧିକାରୀଙ୍କୁ ସାମିଲ କରାଯିବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।

ଗୃହରେ ଆଜି ନୂଆ ରାସନ କାର୍ଡ ଆବେଦନରେ ସମସ୍ଯା ପ୍ରସଙ୍ଗ ଉଠାଇଥିଲେ ଫୁଲବାଣୀର ବିଧାୟକ ଉମା ମଲ୍ଲିକ ଓ କଟକ ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ। ଆବେଦନ ପାଇଁ ୱେବସାଇଟ ଖୋଲୁନଥିବା ସେମାନେ ଅଭିଯୋଗ କରିଥିଲେ। ୨୪ ଘଣ୍ଟା ୱେବସାଇଟ୍ ଖୋଲିବାକୁ ଓ ବିପିଏଲଙ୍କୁ ଚିହ୍ନଟ କରି ରାସନ ଦେବାକୁ ଦାବି କରିଥିଲେ ବିଧାୟକ। ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି, ଏପରି ଅବ୍ଯବସ୍ଥା ଥିଲେ, ଅଧିକାରୀଙ୍କ ଜରିଆରେ ସମାଧାନ କରାଯିବ। ବିଧାନସଭାରେ ଏହା କହିଛନ୍ତି ଖାଦ୍ଯ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର।

କେରଳରେ ଫଶିଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ କେରଳ ଅଧିକାରୀଙ୍କ ସହ କଥା ହେଲେ ଓଡିଶା ସରକାର

ନନ୍ଦିଘୋଷ ବ୍ୟୁରୋ: କେରଳରେ ଫଶିଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ କେରଳ ଅଧିକାରୀଙ୍କ ସହ କଥା ହେଲେ ଓଡିଶା ସରକାର । କେରଳର ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ସେଠାକାର ଓଡ଼ିଆ ଅଧିକାରୀଙ୍କ ସହ ଓଡିଶା ସ୍ୱତନ୍ତ୍ର ରିଲିଫ କମିଶନର କଥା ହୋଇଛନ୍ତି । ଓଡ଼ିଶାର ୨ ପରିବାର ସେଠାରେ ଫଶି ରହିଛନ୍ତି। ଉଭୟ ଡାକ୍ତରଙ୍କ ଖୋଜ ଖବର ମିଳିପାରିନାହିଁ । ହେଲେ ତାଙ୍କ ପତ୍ନୀମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଏନେଇ ଓଡ଼ିଶାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଭାରତ ସରକାର ମଧ୍ୟ ସହାୟତା କରୁଛନ୍ତି । ବାୟୁ ସେନା ଏବଂ ଏନଡିଆରଏଫ ସହ ମଧ୍ୟ ଆମେ ଯୋଗାଯୋଗରେ ଅଛୁ । ରାଜସ୍ବ ବିଭାଗ ଓ ଜିଲ୍ଲା ପ୍ରଶାସନ ଉଭୟଙ୍କ ପରିବାର ପାଖରେ ପହଞ୍ଚିଛି । ଡାକ୍ତରଙ୍କ ପରିବାର ସହ ଓଡ଼ିଶା ସରକାର ଅଛନ୍ତି । ଆମେ ତାଙ୍କୁ ନିୟମିତ ଅପଡେଟ କରୁଛୁ । ଆଶା କରୁଛି ମହାପ୍ରଭୁଙ୍କ କୃପାରୁ ଉଭୟ ଡାକ୍ତର ଖୁବ ଶୀଘ୍ର ଉଦ୍ଧାର ହେବେ ।

ନୋଏଡାରେ ଅଗ୍ନିକାଣ୍ଡ, ୩ ଭଉଣୀ ଜୀବନ୍ତ ଦଗ୍ଧ

ନୋଏଡା: ଉତ୍ତରପ୍ରଦେଶର ନୋଏଡା ସେକ୍ଟର-୮ରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୩ ଭଉଣୀ ଜୀବନ୍ତ ଦଗ୍ଧ। ଏଥିରେ ମୃତ ପିଲାଙ୍କ ମାଆ-ବାପା ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଉଭୟଙ୍କ ସ୍ୱାସ୍ଥ୍ୟଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର ସୂଚନା ଦେଇଛନ୍ତି। ସର୍ଟସର୍କିଟ ଯୋଗୁଁ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ବୁଧବାର ଭୋର ୪ ଟା ବେଳେ ଘରେ ପରିବାରର ୫ ଜଣ ସଦସ୍ୟ ଶୋଇଥିବା ବେଳେ ନିଆଁ ଲାଗିଥିଲା । ବ୍ୟାଟେରି ଚାର୍ଜ ବସେଇଥିବା କାରଣରୁ ସର୍ଟସର୍କିଟ ହୋଇ ଏହି ନିଆଁ ଲାଗିଛି । କୁହାଯାଉଛି ଯେ, ୩ ପିଲା ଖଟ ଉପରେ ଶୋଇଥିବା ବେଳେ ତଳେ ଚଟାଣରେ ବାପାମା’ ଶୋଇଥିଲେ । ୩ ପିଲାମାନେ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ବାପାମା’ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। କିନ୍ତୁ ୩ ପିଲାଙ୍କୁ ବଞ୍ଚାଇ ପାରିନଥିଲେ । ମୃତ ପିଲାଙ୍କ ମଧ୍ୟରେ ୧୦ ଓ ୭ ବର୍ଷର ଏବଂ ୫ ବର୍ଷର ୩ ଝିଅ ରହିଛନ୍ତି।