spot_img
Home Blog Page 1822

୮ ହଜାର ଟଙ୍କା ପାଇଁ ନର୍ସରୀ ଛାତ୍ରଙ୍କ ହତ୍ୟା,ପ୍ରିନସପାଲ ଗିରଫ

ନନ୍ଦିଘୋଷ ବ୍ୟୁରୋ: ବିହାର ପାଟନାର ୪ ବର୍ଷର ନାବାଳକ ଆୟୂଷ ହତ୍ୟା ଘଟଣାରେ ସ୍କୁଲ ପ୍ରିନ୍ସପାଲ ଏବଂ ତାଙ୍କ ପୁଅକୁ ଗିରଫ କରିଛି ପୋଲିସ । ଆୟୂଷଙ୍କ ଚାଚା ଦିଘା ଥାନାରେ ଏକ ମାମଲା ଦାୟକ କରିଥିଲେ କି, ତାଙ୍କର ସ୍କୁଲ ଫି ୮ହଜାର ୪୦୦ ଟଙ୍କା ବାକି ରହିଥିଲା । ଯେଉଁ କାରଣରୁ ସେମାନେ ଏଭଳି ହତ୍ୟା କରିଛନ୍ତି ବୋଲି ସାଙ୍ଘାତିକ ଅଭିଯୋଗ କରିଥିଲେ । ଏହି ଆଧାରରେ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ତେବେ ଆୟୂଷଙ୍କ ଚାଚା କହିଛନ୍ତି କି, ଆମେ ପ୍ରିନ୍ସପାଲଙ୍କୁ କହିଥିଲୁ କି, ଖୁବଶୀଘ୍ର ଟଙ୍କା ଦେଇଦେବୁ । ମାତ୍ର ସେମାନେ ଷଡ଼ଯନ୍ତ୍ର କରି ହତ୍ୟା କରିଛନ୍ତି । ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ୩ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ବୀଣା ଝା, ଧନରାଜ ଝା ଏବଂ ମନୀଷଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ପୋଲିସ ବୀଣା ଏବଂ ଧନରାଜଙ୍କୁ ଗିରଫ କରିଥିବାବେଳେ ମନୀଷ ଫେରାର ଅଛି ।

ପୋଲିସର ପଚରାଉଚରା ବେଳେ ପ୍ରିନ୍ସପାଲ ଏବଂ ତାଙ୍କ ପୁଅ ସତ ମାନିଛନ୍ତି । ସେ କହିଛନ୍ତି କି, ଆୟୂଷ ଖେଳୁଥିବାବେଳେ ସ୍ଲାଇଡରରୁ ଖସି ପଡ଼ିଥିଲା । ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଆମେ ଭୟଭୀତ ହୋଇ ତାଙ୍କୁ ଫୋପାଡ଼ି ଦେଇଥିଲୁ । ତେବେ କହି ରଖୁଛୁ କି, ଆୟୂଷ ପ୍ରତିଦିନ ସକାଳ ୭ଟାରୁ ଘରୁ ଯାଉଥିବାବେଳେ ୩ଟାରେ ଫେରୁଥିଲେ । ମାତ୍ର ସେହିଦିନ ନଫେରିବାକୁ ପରିବାର ଲୋକେ ସ୍କୁଲରେ ପହଞ୍ଚି ପଚରା ଉଚରା କରିଥିଲେ । ଏବଂ ସିସିଟିଭି ଚେକ କରିଥିଲେ । ମାତ୍ର ୧୦ ମିନିଟର ଭିଡିଓ ଡିଲେଟ ହୋଇଥିବାବେଳେ ଏହାକୁ ନେଇ ସେମାନଙ୍କର ସନ୍ଦେହ ହୋଇଥିଲା । ତେବେ ପ୍ରିନ୍ସପାଲଙ୍କୁ ପ୍ରଶ୍ନ କରାଯାଇଥିବାବେଳେ ସେ ଏହାକୁ ମାନିନଥିଲେ । ପରେ ପୋଲିସ ଘଟଣାର ତଦନ୍ତ କରି ସତ ବାହାର କରିଛି ।

 

 

 

ବାଙ୍ଗାଲୋରରୁ କୋଚି ଯାଉଥିବା ବିମାନ କଲା ଜରୁରୀ ଅବତରଣ

ନନ୍ଦିଘୋଷ ବ୍ୟୁରୋ: ବାଙ୍ଗାଲୋରରୁ କୋଚି ଅଭିମୁଖେ ଯାଉଥିବା ଏକ ବିମାନରେ ଗୋଟିଏ ଇଞ୍ଜିନରେ ନିଆଁ ଦେଖିବାକୁ ମିଳିଥିଲା । ଫଳରେ ବିମାନଟି ବାଙ୍ଗାଲୋରରେ ଜରୁରୀକାଳିନ ଅବତରଣ କରିଥିଲା । ତେବେ ଏହି ବିମାନରେ ୧୩୭ ଜଣ ଯାତ୍ରୀ ରହିଥିଲେ । ସମସ୍ତେ ସୁରକ୍ଷିତ ଉଦ୍ଧାର ହୋଇଥିଲେ । ପ୍ରଥମେ ନିଆଁକୁ ଲିଭାଯାଇଥିଲା । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ । ଏୟାର ଇଣ୍ଡିଆ ଏକ୍ସପ୍ରେସ ମୁଖପାତ୍ର କହିଛନ୍ତି ଯେ ବିମାନ ଉଡ଼ିବା ମାତ୍ରେ ସଠିକ୍ ଇଞ୍ଜିନରୁ ନିଆଁ ବାହାରୁଥିବା ଦେଖାଯାଇଥିଲା। ଏହା ଦେଖି ତୁରନ୍ତ ନିଷ୍ପତ୍ତି ନିଆଗଲା ଯେ ବିମାନଟି ପୁଣି ଅବତରଣ କରିବାକୁ ପଡିବ ଏବଂ ସତର୍କତାମୂଳକ ପଦକ୍ଷେପ ଭାବରେ ବେଙ୍ଗାଲୁରୁ ବିମାନବନ୍ଦରରେ ଅବତରଣ ହୋଇଥିଲା। ଏଥିସହିତ ଗ୍ରାଉଣ୍ଡ ସର୍ଭିସ ମଧ୍ୟ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ଦେଇଥିଲା, ଯେଉଁଥିପାଇଁ ସମସ୍ତଙ୍କୁ ନିରାପଦରେ ସ୍ଥାନାନ୍ତର କରାଯାଇଥିଲା।

 

 

 

ଅନୀଲ କପୁରଙ୍କ ଏହି ୪ ଫିଲ୍ମର ଆସିବ ପାର୍ଟ ୨

ନନ୍ଦିଘୋଷ ବ୍ୟୁରୋ: ଦୀର୍ଘ ୪ ଦଶନ୍ଧି ଧରି ବଲିଉଡରେ ରାଜ କରୁଥିବା ଅଭିନେତା ଅନୀଲ କପୁରଙ୍କ ଫ୍ୟାନ ଫଲୋର୍ସ ମଧ୍ୟ ଢ଼େର ଅଧିକ ରହିଛନ୍ତି । ୧୦୦ରୁ ଅଧିକ ବଲିଉଡ ଫିଲ୍ମରେ ଅଭିନୟ କରିସାରିଛନ୍ତି ଅନୀଲ କପୁର । ତେବେ ତାଙ୍କର ବହୁ ଫିଲ୍ମ ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହୋଇଥିବାବେଳେ ଦର୍ଶକଙ୍କ ଅନୁରୋଧ କ୍ରମେ ୪ଟି ଫିଲ୍ମର ପାର୍ଟ ୨ ଆସିବାକୁ ଯାଉଛି । ତେବେ ଏକ ଫିଲ୍ମ ମଧ୍ୟ ରିଲିଜ୍ ଅପେକ୍ଷାରେ ରହିଛି । ତେବେ ପ୍ରଶଂସକଙ୍କ ପାଇଁ ଦୁଃଖର ବିଷୟ କି ଅନୀଲ କପୁର ଅଭିନୟ କରିଥିବା ଦୁଇଟି ଫିଲ୍ମର ପାର୍ଟ ୨ରେ ସେ ନଜର ଆସିନାହାନ୍ତି ।

ଓ୍ବେଲକମରେ ଅନୀଲ କପୁରଙ୍କ ଅଭିନୀତ ଏହି ଫିଲ୍ମ ପ୍ରଶଂସକଙ୍କ ମହଲରେ ବେଶ ଆଦୃତ ହୋଇଥିଲା । ତେବେ ଓ୍ବେଲକମ ୩ ଡିସେମ୍ବର ୨୦ରେ ଣିଲିଜ ହେବାକୁ ଥିବାବେଳେ ଏଥିରେ ଅନୀଲ କପୁର ନଜର ଆସିନାହାନ୍ତି । ତେବେ ଏହି ଫିଲ୍ମରେ ଅକ୍ଷୟ କୁମାର, ରବିନା ଟଣ୍ଡନ, ସଞ୍ଜୟ ଦତ୍ତ, ଜ୍ୟାକଲିନ ଏବଂ ଦିଶା ପଟାନୀଙ୍କ ଭଳି କଳକାରମାନେ ନଜର ଆସିବେ ।

ନାୟକ: ୨୦୦୧ରେ ରିଲିଜ ହୋଇଥିବା ଏହି ଫିଲ୍ମ ବେଶ ହିଟ୍ ହୋଇଥିଲା । ରାଜେନୖତିକ କାହାଣୀ ଉପରେ ଆଧାରିତ ଏହି ଫିଲ୍ମଟି ଆଜି ମଧ୍ୟ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ଭରି ଦେଇଛି । ପ୍ରଯୋଜନା ପକ୍ଷରୁ କୁହାଯାଇଛି କି, ପୁରୁଣା କଳାକାରଙ୍କୁ ନେଇ ଏହି ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ଏଣୁ ଏହି ଫିଲ୍ମରେ ଅନୀଲ କପୁର ନଜର ଆସିବେ ।

ନୋ ଏଣ୍ଟ୍ରି: ନୋ ଏଣ୍ଟ୍ରି ଫିଲ୍ମ ଦର୍ଶକଙ୍କ ମନ ଜିଣିଥିଲା । ଅନୀଲ କପୁର ଏବଂ ସଲମାନ ଖାନ ଏହି ଫିଲ୍ମରେ ଦମଦାର ଅଭିନୟ କରିଥିବାବେଳେ ଏହା ଦ୍ବିତୀୟ ଭାଗ ଆସିବାକୁ ଯାଉଛି । ବନ୍ନି କପୁର ଦ୍ବିତୀୟ ଭାଗ ଆଣୁଥିବାବେଳେ ଏଥିରେ ବରୁଣ ଧାଓ୍ବନ ଏବଂ ଅର୍ଜୁନ କପୁର ନଜର ଆସିବେ ।

ମିଷ୍ଟର ଇଣ୍ଡିଆ: ଅନୀଲ କପୁରଙ୍କ ହିଟ୍ ଫିଲ୍ମ ମଧ୍ୟରେ ମିଷ୍ଟର ଇଣ୍ଡିଆ ସବୁବେଳେ ଚର୍ଚ୍ଚାରେ ରହିଥାଏ । ତେବେ ଏହାର ପାର୍ଟ ୨ ଆସିବାକୁ ରହିଛି । ପ୍ରଯୋଜକ ବନ୍ନି କପୁର କିଛିଦିନ ପୂର୍ବରୁ କହିଥିଲେ କି, ଏକ ବିଦେଶୀ କମ୍ପାନୀ ସହ କଥା ହୋଇଛି କି, ମିଷ୍ଟର ଇଣ୍ଡିଆ ଫିଲ୍ମ ଆସିବ । ତେବେ ସେ ଆସନ୍ତା ବର୍ଷ ୨ ବର୍ଷ ମଧ୍ୟରେ ଏହାର ଅପଡେଟ୍ ଦେବେ ।

ଯଦି ନରେନ୍ଦ୍ର ମୋଦୀଙ୍କ ସହ ରାହୁଲ ଗାନ୍ଧୀଙ୍କ ବିତର୍କ ହୁଏ ତାହେଲେ ରାହୁଲ ପଚାରିବେ ଏହି ୬ ପ୍ରଶ୍ନ

ନନ୍ଦିଘୋଷ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିବେଟ କରିବା ପାଇଁ ପ୍ରସ୍ତୁ ଅଛନ୍ତି କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି କି, ଯେକୌଣସି ସମୟରେ ଡିବେଟ କଲେ ମୁଁ ସମୟ ବାହାର କରି ଆସିବି । ସୋସିଆଲ ମିଡିଆ ସାଇଟରେ ରାହୁଲ ଗାନ୍ଧୀ ଟ୍ବିଟ୍ କରି ଡିବେଟ କରିବା ପାଇଁ ଏକ ପୋଷ୍ଟ କରିଥିଲେ । ଯାହାକୁ ନେଇ ରାଜେନୖତିକ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ତେବେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଚାରିବା ପାଇଁ ୬ଟି ପ୍ରଶ୍ନ ରଖିଥିବା କୁହାଯାଉଛି । ତେବେ ଏହି ୬ ପ୍ରଶ୍ନ ହେଉଛି..

୧- ଆପଣଙ୍କର ଆଦାନୀଙ୍କ ସହ କଣ ସମ୍ପର୍କ?

୨- ଇଲେକ୍ସନ ବଣ୍ଡ ନାମରେ ଆପଣ କାହିଁକି ’ଦାନ ବ୍ୟବସାୟ’ ଚଳାଉଛନ୍ତି?

୩- ଆପଣ କୃଷକମାନଙ୍କ ବିରୋଧରେ କଳା ନିୟମ କାହିଁକି ଆଣିଲେ?

୪- ଯେତେବେଳେ ଲୋକମାନେ କରୋନାରେ ମରୁଥିଲେ, ଥାଳି ବଜାଇବାକୁ କାହିଁକି କହିଲ?

୫- ଆପଣ ସି ଜିନପିଙ୍ଗ ଝୁଲାରେ ଝୁଲାଉଛନ୍ତି, କିନ୍ତୁ ତାଙ୍କ ସେନା କିଭଳି ଭାରତର ଜମିରେ କବଜା କଲେ?

୬- ଆପଣ ଅଗ୍ନିବୀର ଯୋଜନା କାହିଁକି କଲେ?

 

ନିର୍ବାଚନ ପୂର୍ବରୁ ୨ଟି ଆତଙ୍କବାଦୀ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ: ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣ। ସୋମବାର ଭୋଟ ହେବାକୁ ଥିବାବେଳେ ହୋଇଛି ଆତଙ୍କୀ ହମଲା। ଦୁଇ ଦୁଇଟି ଆତଙ୍କୀ ହମଲା ଖବରକୁ ଆସିଛି। ସୋପିଆଁର ହୀରପୋରା ଅଂଚଳରେ ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ଯା କରିଛନ୍ତି ଆତଙ୍କୀ। ବିଜେପି ନେତା ତଥା ପୂର୍ବତନ ସରପଞ୍ଚ ଅହମ୍ମଦଙ୍କୁ ଗୁଳି ମାଡ଼ କରିଥିଲେ ଆତଙ୍କୀ। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ଯୁ ହୋଇଛି। ସେପଟେ ଅନନ୍ତନାଗ ପହଲଗାମରେ ଘଟିଥିଲା ଆଉ ଏକ ଆତଙ୍କୀ ହମଲା। ଏକ ଟୁରିଷ୍ଟ ଦମ୍ପତି ଉପରେ ଗୁଳି ବର୍ଷାଇଥିଲେ ଆତଙ୍କୀ। ଗୁଳିମାଡ଼ରେ ରାଜସ୍ଥାନ ଜୟପୁରର ଏକ ପର୍ଯ୍ୟଟକ ଦମ୍ପତ୍ତି ଗୁରୁତର ହୋଇପଡ଼଼ିଥିଲେ। ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।ଉଭୟଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଆତଙ୍କୀ ହମଲାର ସୂଚନା ପରେ ଅପରେସନକୁ ଜୋରଦାର କରିଛି ପୋଲିସ ଓ ସେନା। ଗୁଳିକାଣ୍ଡ ପରେ ଅଂଚଳରେ ଘେରାବନ୍ଦୀ କରିଛି ପୋଲିସ। ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଚି। ଆତଙ୍କୀ ହମଲାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଭିନ୍ନ ଦଳର ନେତା। ଆସନ୍ତାକାଲି ଭୋଟ ହେବାକୁ ଥିବାବେଳେ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି।

ଚେନ୍ନାଇ ସୁପରକିଙ୍ଗ୍ସ ପରାଜୟ ପଛରେ ଧୋନୀ ! ଜାଣନ୍ତୁ କାହିଁକି ଜିତିଲା ବାଙ୍ଗାଲୋର

ନନ୍ଦିଘୋଷ ବ୍ୟୁରୋ: ଶନିବାର ଆଇପିଏଲର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଖେଳାଯାଇଥିଲା । ଯେଉଁ ମ୍ୟାଚ ଚଳିତ ସିଜିନର ଶେଷ ପ୍ଲେଅଫ ଦଳର ଭାଗ୍ୟ ନିର୍ଦ୍ଧାରଣ କରୁଥିଲା । ତେବେ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇ ଚତୁର୍ଥ ଦଳଭାବେ ପ୍ଲେଅଫରେ ସ୍ଥାନ ପକ୍କା କରିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଚେନ୍ନାଇ ପ୍ଲେଅଫରେ ପହଞ୍ଚିବା ପାଇଁ ଅନ୍ତିମ ଓଭରରେ ୧୭ ରନର ଆବଶ୍ୟକତା ରହୁଥିବା ମାତ୍ର ଧୋନୀ ପ୍ରଥମ ବଲରୁ ଏକ ୧୧୦ ମିଟରର ଲମ୍ବା ଛକା ମାରିଥିଲେ । ଯାହାକି ଚେନ୍ନାଇ ଫ୍ୟାନ୍ସଙ୍କ ମଧ୍ୟରେ ଖୁସି ଭରି ଦେଇଥିଲା । ଗତ ସିଜିନରେ ୟଶ ଦୟାଲଙ୍କ ଶେଷ ଓଭରରେ ୬ ଛକା ମାରି ରିଙ୍କୁ ସିଂ ବିଜୟ କରିଥିଲେ । ଆଉ ଶନିବାର ଚେନ୍ନାଇ ବାଙ୍ଗାଲୋର ମ୍ୟାଚରେ ଧୋନୀ ପଥମ ବଲରେ ଛକା ମାରିଥିଲେ ।

ଆଉ ୫ ବଲରୁ ୧୧ ରନ ଆବଶ୍ୟକ ହେଉଥିଲା । ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କି, ଧୋନୀ ବଡ଼ ଛକା ମାରିଲେ କିନ୍ତୁ ସେ କିଭଳି ପରାଜୟର କାରଣ ପାଲଟିଲେ । ତେବେ ଏହି ପ୍ରଶ୍ନର ଗୋଟିଏ ଉତ୍ତର ହେଉଛି କି, ଧୋନୀଙ୍କ ଲମ୍ବା ଛକା ଚେନ୍ନାଇ ପରାଜୟର ମୁଖ୍ୟ କାରଣ । କାହିଁକି ନାଁ ଧୋନୀଙ୍କ ୧୧୦ ମିଟର ଛକାଟି ଷ୍ଟାଡିୟମ ବାହାରକୁ ଚାଲି ଯାଇଥିଲା । ଫଲରେ ଅମ୍ପାୟାର ନୂଆ ବଲରେ ଖେଳ ଆରମ୍ଭ କରିଥିଲେ । ତେବେ ପୁରୁଣା ବଲଟି ଓଦା ହୋଇଥିବାବେଳେ ବୋଲରଙ୍କୁ ଅସୁବିଧା ଉପୁଜାଉଥିଲା । ଯେଉଁ କାରଣରୁ ଅମ୍ପାୟାରଙ୍କୁ ବାଙ୍ଗାଲୋର ପକ୍ଷରୁ ବଲ ବଦଳାଇବା ପାଇଁ ଅପିଲ କରାଯାଇଥିଲା । ମାତ୍ର ଅମ୍ପାୟାର ବଦଳାଇନଥିଲେ । କିନ୍ତୁ ଧୋନୀ ବଡ଼ ଛକା ମାରି ଷ୍ଟାଡିୟମ ବାହାରକୁ ବଲ ପଠାଇବା ପରେ ନୂଆ ବଲରେ ବୋଲିଂ ହୋଇଥିଲା । ଯାହାକି ବାଙ୍ଗାଲୋର ପାଇଁ ଲାଭଦାୟକ ହୋଇଥିଲା । ନୂଆ ବଲରେ ୟର୍କର ଏବଂ ନକଲ ବଲ କାମ କରିଥିଲା ।

ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ପାଇଁ ବୁଥ ଅଭିମୁଖେ ପୋଲିଂ ପାର୍ଟିଂ

ନନ୍ଦିଘୋଷ ବ୍ୟୁରୋ: ସୋମବାର ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ । ବୁଥ ଅଭିମୁଖେ ଯାଉଛନ୍ତି ପୋଲିଂ ପାର୍ଟି । ରାଜ୍ଯର ୫ ଲୋକସଭା ସହ ୩୫ ବିଧାନସଭା ଆସନରେ ହେବ ଭୋଟ୍ । ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସିକା ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। ୩୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ୨୬୫ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୪୧ ଜଣ ମହିଳା। ୫ ସଂସଦୀୟ କ୍ଷେତ୍ରରେ ୪୦ ଜଣ ପ୍ରାର୍ଥୀ ଅଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୭୯ ଲକ୍ଷ ୬୯ ହଜାର ୮୮୭ ଭୋଟର ଅଛନ୍ତି । ମୋଟ ୯ ହଜାର ୧୬୨ଟି ବୁଥ ଥିବା ବେଳେ ୧ ହଜାର ୪୧ ବୁଥକୁ ମହିଳା ପୋଲିଂ କର୍ମଚାରୀ ଓ ୨୫ଟି ବୁଥକୁ ପିଡବ୍ଲୁଡି କର୍ମଚାରୀ ପରିଚାଳନା କରିବେ । ୧୫୪୧ ଆଦର୍ଶ ବୁଥ କରାଯାଇଥିବା ବେଳେ ୨୦ ପ୍ରତିଶତ ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ନିର୍ବାଚନକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ୧୦୨ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହେବେ ।  କନ୍ଧମାଳରେ ୨୨, ଗଞ୍ଜାମରେ ୨୦, ସୁନ୍ଦରଗଡ଼ରେ ୧୬, ବଲାଙ୍ଗୀରରେ ୧୪, ବରଗଡ଼ରେ ୧୪, ଝାରସୁଗୁଡ଼ାରେ ୫ ଓ ବୌଦ୍ଧରେ ୫ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହେବେ।

ଆଜି ୨ ଲୋକସଭା କ୍ଷେତ୍ରରେ ପ୍ରଚାର କରିବେ ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ରବିବାର ଆଉ ଦୁଇ ଲୋକସଭା କ୍ଷେତ୍ରରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କେନ୍ଦୁଝର ଓ ଭଦ୍ରକ ଲୋକସଭା କ୍ଷେତ୍ରର ତିନିଟି ନିର୍ବାଚନମଣ୍ଡଳିରେ ନବୀନ କରିବେ ହାଇଭୋଲଟେଜ କ୍ଯାମ୍ପେନ । ପ୍ରଥମେ ସକାଳ ୧୦ଟା ୫୫ରେ କେନ୍ଦୁଝର ନିର୍ବାଚନମଣ୍ଡଳିରେ ମୁଖ୍ଯମନ୍ତ୍ରୀ ପହଞ୍ଚି ପ୍ରଚାର କରିବେ। ବିଶାଳ ଜନସଭାକୁ ଉଦବୋଧନ ଦେବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ। ଏହାପରେ ଆନନ୍ଦପୁର ନିର୍ବାଚନମଣ୍ଡଳିକୁ ଯାଇ ଶଙ୍ଖ ଚିହ୍ନରେ ଆଶୀର୍ବାଦ ଭିକ୍ଷା କରିବେ। ପରେ ଭଦ୍ରକ ଜିଲ୍ଲା ଲୋକସଭା କ୍ଷେତ୍ରର ଭଣ୍ଡାରିପୋଖରୀକୁ ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ ମୁଖ୍ଯମନ୍ତ୍ରୀ। ନବୀନଙ୍କ ପ୍ରଚାର ସଭାରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏବଂ ଲୋକସଭା ପ୍ରାର୍ଥୀଙ୍କ ସହ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ପ୍ରାର୍ଥୀ ଉପସ୍ଥିତ ରହିବେ।

ଖାଲି ଖାଲି ବିଜେପିର ତୁଙ୍ଗ ନେତାଙ୍କ ରାଲି

ବାଲେଶ୍ବର: ବିଜେପିର ତୁଙ୍ଗ ନେତାଙ୍କ ରାଲିରେ ଲୋକ ନାହାନ୍ତି । ଫାଙ୍କା ଫାଙ୍କା ରାଲିରେ ଆସିଲେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡଙ୍ଗୀ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଏହି ବରିଷ୍ଠ ବିଜେପି ନେତାମାନେ ଆଜି ବାଲେଶ୍ବର ଜିଲ୍ଲା ଗସ୍ତରେ ଆସିଥିଲେ । ହେଲିକେପ୍ଟର ଯୋଗେ ନୋସିରେ ପହଞ୍ଚିବା ପରେ ସେଠାରୁ ସହରର ମାହେଶ୍ବରୀ ଭବନକୁ ଏକ ବାଇକ୍ ରାଲିର ଆୟୋଜନ କରାଯାଇଥିଲା । ନେତାମାନେ ନୋସିରୁ ବାହାରିବା ପରେ ଫାଙ୍କା ଫାଙ୍କା ରାଲିରେ ଶୋଭାଯାତ୍ରା କରାଯାଉଥିବା ଦେଖିବାକୁ ମିଳିଥିଲା । ସେଠାରୁ ଆସିବା ପରେ ମାହେଶ୍ବରୀ ଭବନରେ ଏକ ରୁଦ୍ଧଦ୍ବାର ବୈଠକରେ ଯୋଗଦେଇଥିଲେ । ରାଲିରେ ଲୋକ ନାହାନ୍ତି, ସମର୍ଥନ ମଧ୍ଯ ନାହିଁ । ହେଲେ ଗଣମାଧ୍ୟମକୁ କହିଥିଲେ ଏଥର ଓଡ଼ିଶାରେ ମନ୍ତ୍ରୀମଣ୍ଡଳ ଗଢିବେ ।

କିରଗିସ୍ତାନରେ ବିଦେଶୀ ଛାତ୍ରଙ୍କ ହଷ୍ଟେଲ ଉପରେ ଆକ୍ରମଣ

କିରଗିସ୍ତାନରେ ଅନ୍ଯ ଦେଶର ଛାତ୍ରଙ୍କ ଉପରେ ଆକ୍ରମଣ । ଏଥିପାଇଁ ଭାରତୀୟ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଉଦବେଗ। ରାଜଧାନୀ ବିସକେକ୍ ରେ ବିଦେଶୀ ଛାତ୍ରଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ବଢ଼ିବାରେ ଲାଗିଛି । ବିଦେଶୀ ଛାତ୍ରଛାତ୍ରୀ ରହୁଥିବା ହଷ୍ଟେଲକୁ ଟାର୍ଗେଟ କରୁଛନ୍ତି ଗଣ୍ଡଗୋଳକାରୀ। ଏପରିକି ପାକିସ୍ତାନ, ଭାରତ, ବାଂଲାଦେଶର ଛାତ୍ରଛାତ୍ରୀ ରହୁଥିବା ହଷ୍ଟେଲ ଉପରେ ଆକ୍ରମଣ କରାଯାଉଛି। ତେଣୁ ସ୍ଥିତି ନ ସୁଧୁରିବା ଯାଏ ହଷ୍ଟେଲରୁ ବାହାରକୁ ନ ଆସିବାକୁ ଭାରତୀୟ ଦୂତାବାସ ପକ୍ଷରୁ ନିଜ ଦେଶର ପିଲାଙ୍କୁ ଦିଆଯାଇଛି ପରାମର୍ଶ। ଦୂତାବାସ ସହିତ ଯୋଗାଯୋଗ ରଖିବା ପାଇଁ ଜାରି କରାଯାଇଛି ନମ୍ବର। ସେହି ନମ୍ବରଟି ହେଲା 0555710041 । ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଟ୍ଵିଟ କରି ଲେଖିଛନ୍ତି, ସ୍ଥିତି ଉପରେ ନଜର ରଖାଯାଇଛି। କିରଗିସ୍ତାନରେ ପ୍ରାୟ ୧୫ ହଜାର ଭାରତୀୟ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି।