spot_img
Home Blog Page 1822

ପ୍ରକୃତିର ବିଭୀଷିକାରେ ଛାରଖାର କେରଳ ୱାୟନାଡ, ବଢିବାରେ ଲାଗିଛି ମୃତ୍ଯୁ ସଂଖ୍ଯା

ନନ୍ଦିଘୋଷ ବ୍ୟୁରୋ: କେରଳ ୱାୟନାଡରେ ହାହାକାର। ପ୍ରକୃତିର ତାଣ୍ଡବରେ ବିପନ୍ନ ଲକ୍ଷାଧିକ ଲୋକ। ସବୁଠି ଧ୍ବଂସସ୍ତୂପ। ନିଶ୍ଚିହ୍ନ ହୋଇଯାଇଛି ଅନେକ ଜନବସତି। ଶତାଧିକ ନିଖୋଜଙ୍କ ସନ୍ଧାନରେ ନିୟୋଜିତ ତିନିବାହିନୀ ଓ ଏନଡିଆରଏଫ ଯବାନ। ୱାୟନାଡ଼ର ମେପାଡ଼ି ପାହାଡ଼ ଭୂସ୍ଖଳନ ମୃତ୍ୟୁ ସଂଖ୍ୟା ୧୫୬ ଟପିଛି। ଶତାଧିକ ଲୋକ ମାଟି ଅତଡ଼ା ତଳେ ଚାପି ହୋଇ ରହିଥିବାରୁ, ଆଗକୁ ମୃତାହତଙ୍କସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି ।

ସେପଟେ କ୍ଷତିଗ୍ରସ୍ତ ଇଲାକା ଆଜି ପରିଦର୍ଶନ କରିବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି। ରାଜ୍ଯ ସରକାର ୨ ଦିନିଆ ଶୋକ ଦିବସ ଘୋଷଣା କରିଛନ୍ତି। କେରଳରେ ପୁଣି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ୧୧ ଜିଲ୍ଲାରେ ଶିକ୍ଷାପ୍ରତିଷ୍ଠାନକୁ ବନ୍ଦ ଘୋଷଣା କରାଯାଇଛି। ଏମଜି ୟୁନିଭର୍ସିଟିରେ ପରୀକ୍ଷା ବାତିଲ କରାଯାଇଛି। ୱାୟନାଡ ଅନ୍ତର୍ଗତ ମେପାଡିରେ ଲଗାଣ ବର୍ଷା ସହ ଭୂସ୍ଖଳନ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ପ୍ରକାଶ ପାଇଛି। ୱାୟନାଡର ମୁନ୍ଦାକାଇ, ଚୋରଲମାଲା, ଅଟ୍ଟମାଲା ଓ ନୁଲପୁଝା ଗ୍ରାମ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। କିଛି ଲୋକ ଚାଲିୟାର ନଦୀରେ ଭାସି ଯାଇଥିବା ଆଶଙ୍କା କରାଯାଉଥିବାରୁ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି। ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏ ଓ ଆହତଙ୍କୁ ୫୦ ହଜାର ଲେଖାଏ ସହାୟତା ଘୋଷଣା କରାଯାଇଛି।

ଅନ୍ୟପଟେ କେରଳ ମୁଖ୍ଯମନ୍ତ୍ରୀ ପିନରୟୀ ବିଜୟନଙ୍କ ସହ ଆଲୋଚନା କରିଛନ୍ତି ରାହୁଲ। ଗତକାଲି ଲୋକସଭାରେ ୱାୟନାଡକୁ ସହାୟତା ଦାବି କରିଥିଲେ ରାହୁଲ।

ଅଗଷ୍ଟ ୧୧ରେ ନିଟ ପିଜି ପରୀକ୍ଷା: ଆଜି ପରୀକ୍ଷାର୍ଥୀଙ୍କୁ ସହରଓ୍ବାରୀ ଆଲଟମେଣ୍ଟ ସ୍ଲିପ ପ୍ରଦାନ କରାଯିବ

ନନ୍ଦିଘୋଷ ବ୍ୟୁରୋ: ନିଟ୍ ପିଜି ଲାଗି ଆଜି ପ୍ରଦାନ କରାଯିବ ସହରଓ୍ବାରୀ ଆଲଟମେଣ୍ଟ ସ୍ଲିପ । ଆସନ୍ତା ଅଗଷ୍ଟ ୮ରେ ମିଳିବ ନିଟ ପିଜି ଲାଗି ଆଡମିଟ କାର୍ଡ । ସହରଓ୍ବାରୀ ଆଲଟମେଣ୍ଟ ନେଇ ପ୍ରତି ପରୀକ୍ଷାର୍ଥୀଙ୍କ ନିକଟକୁ ପଠାଯିବ ଇମେଲ । ଆସନ୍ତା ଅଗଷ୍ଟ ୧୧ ତାରିଖରେ ନିଟ ପିଜି ପରୀକ୍ଷା ହେବାର କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ଜୁନ ୨୩ରେ ଏହି ପରୀକ୍ଷା ହେବାର ଥିଲା। ମାତ୍ର ପରେ ଏହାକୁ ଅଗଷ୍ଟ ୧୧କୁ ଘୁଞ୍ଚାଯାଇଥିଲା ।

ଆଜି ନ୍ଯାସନାଲ ବୋର୍ଡ ଅଫ ଏଗଜାମିନେସନସ ଇନ ମେଡିକାଲ ସାଇନ୍ସେସ ବା NBEMS ପକ୍ଷରୁ ନ୍ଯାସନାଲ ଏଲିଜିବିଲିଟି ତଥା ଏଣ୍ଟ୍ରାନ୍ସ ଟେଷ୍ଟ ପିଜି ଲାଗି ଆଲଟମେଣ୍ଟ ସ୍ଲିପ ପ୍ରଦାନ କରାଯିବ। ପରୀକ୍ଷା ଲାଗି ନିଜ ନିଜର ଚଏସ ମୁତାବକ ପରୀକ୍ଷା କେନ୍ଦ୍ର ଚୟନ କରିବା ଲାଗି ଜୁଲାଇ ୧୯ରୁ ଜୁଲାଇ ୨୯ ଯାଏ ଅନଲାଇନ ସୁଯୋଗ ଦେଇଥିଲା NBEMS। ପୂର୍ବରୁ ଦେଶବ୍ଯାପୀ ୧୮୫ଟି ସହରରେ ପରୀକ୍ଷାକେନ୍ଦ୍ର ଲାଗି ଏନବିଇଏମଏସ ପକ୍ଷରୁ ତାଲିକା ସୂଚୀ ଜାରି କରାଯାଇଥିଲା ।

ଭିଜିଲାନ୍ସ ଜାଲରେ ଜଟଣୀ ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର

ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଜଟଣୀ ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର । ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆସିଷ୍ଟାଣ୍ଟ ଇଞ୍ଜିନିୟର ନିବେଦିତା ମହାନ୍ତିଙ୍କୁ ଧରିଲା ଭିଜିଲାନ୍ସ। ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ ଘରେ ରଙ୍ଗେ ହାତ ଧରିଛି ଭିଜିଲାନ୍ସ। ପୁରୁଣା ବିଲ୍ ପାସ କରାଇ ଦେବାକୁ କହି ଜଣେ ଠିକାଦାରଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ନିବେଦିତା । ଲାଞ୍ଚ ଟଙ୍କାକୁ ରଙ୍ଗେ ହାତ ଧରିବା ପରେ ଖଣ୍ଡଗିରି ସ୍ଥିତ ଘରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ତାଙ୍କୁ ମଧ୍ୟ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି । କିଛି ଦିନ ତଳେ ଜଟଣୀ ବ୍ଲକରେ ପିସି କାରବାରକୁ ନେଇ ବ୍ଲକ ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷଙ୍କ ମଧ୍ୟରେ ମତଭେଦ ହୋଇଥିଲା।

ଶ୍ରୀମନ୍ଦିର ପରିଚାଳନା କମିଟିର ହେବ ନବକଳେବର

ନନ୍ଦିଘୋଷ ବ୍ୟୁରୋ: ଶ୍ରୀମନ୍ଦିର ପରିଚାଳନା କମିଟିର ହେବ ନବକଳେବର ।ଅଗଷ୍ଟରେ ସରୁଛି ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟକାଳ ।ଶ୍ରୀମନ୍ଦିର ପରିଚାଳନାରେ ସ୍ବଚ୍ଛତା ଓ ନିରପେକ୍ଷତାକୁ ଗୁରୁତ୍ବ ।ନୂଆ ପରିଚାଳନା କମିଟି ଗଠନ ପାଇଁ ୮ ସୂତ୍ର ଦେଲା ଆଇନ ବିଭାଗ । ମହାପ୍ରଭୁଙ୍କ ସେବାପୂଜା ସହ ଅଧିକ ସଂଶ୍ଳିଷ୍ଟ ଥିବା ତଥା ଉତ୍ତମ ବ୍ୟବହାର ସମ୍ପନ୍ନ ସେବାୟତଙ୍କୁ ପରିଚାଳନା କମିଟି ଚୟନରେ ଦିଆଯିବ ଗୁରୁତ୍ବ ।ଆବଶ୍ୟକ ପଡିଲେ ଲଟେରୀର ସାହାଯ୍ୟ ନେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନରେ ଶ୍ରୀମନ୍ଦିର ପ୍ରଶାସନ ପାତରଅନ୍ତର ନୀତି ଆପଣାଉଛି ବୋଲି ହୋଇ ଆସୁଥିଲା ଅଭିଯୋଗ ।

ସୁନ୍ଦରଗଡ଼ରେ ଯୁବ ବ୍ଯବସାୟୀଙ୍କୁ ହତ୍ଯା

ନନ୍ଦିଘୋଷ ବ୍ୟୁରୋ: ସୁନ୍ଦରଗଡ଼ରେ ଯୁବ ବ୍ଯବସାୟୀଙ୍କୁ ହତ୍ଯା । ମୃତକ ହେଲେ ହାତୀବାରି ଅଞ୍ଚଳର ବସନ୍ତ ବଡ଼ାଇକ । କାରରେ ଡ୍ରାଇଭର ସହ ଯାଉଥିବାବେଳେ ବାଟରେ ଅଟକାଇ ୫ ଜଣ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟା କରିବା ପରେ ଦୁର୍ବୃତ୍ତ ମାନେ କଲଭର୍ଟ ତଳକୁ ମୃତଦେହ ଫିଙ୍ଗି ଫେରାର ହୋଇଯାଇଥିଲେ । ଏନେଇ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ରେଡ କରାଯାଉଛି । କାର ଡ୍ରାଇଭରକୁ ପଚରା କରି ମାମଲାର ତଦନ୍ତ ଜାରି ରହିଛି ।

ବୁଲା ଷଣ୍ଢକୁ ଧକ୍କା ଦେଇ ଅଟକିଗଲା ଦୀନଦୟାଲ ଏକ୍ସପ୍ରେସ

ନନ୍ଦିଘୋଷ ବ୍ୟୁରୋ: ଷଣ୍ଢକୁ ପିଟିଲା ଟ୍ରେନ । ଖୋର୍ଦ୍ଧା ରେଳ ଡିଭିଜନ କାଳୁପଡା ଘାଟ ଷ୍ଟେସନ ନିକଟରେ ବୁଲା ଷଣ୍ଢକୁ ଦୀନଦୟାଲ ଏକ୍ସପ୍ରେସ ଟ୍ରେନ ଧକ୍କା ଦେବାରୁ ଷଣ୍ଢର ମୃତ୍ଯୁ ହୋଇଯାଇଥିଲା । ଷଣ୍ଢଟି ଟ୍ରେନ ଭିତରେ ଲାଖି ଯିବାରୁ ଇଞ୍ଜିନ ଅଚଳ ହୋଇଯାଇଥିଲା । ଫଳରେ ଦେଢ ଘଣ୍ଟା ଧରି ଟ୍ରେନଟି ଅଟକି ରହିଥିଲା । ତେବେ ବହୁ ବିଳମ୍ବରେ ଟେକ୍ନିକାଲ ଟିମ ପହଞ୍ଚି ମରାମତି କରିବା ପରେ ଟ୍ରେନଟି ବିଶାଖାପାଟଣା ଅଭିମୁଖେ ଯାତ୍ରା କରିଛି । ଟ୍ରେନଟି ଅମୃତସରରୁ ବିଶାଖାପାଟଣା ଯାଉଥିଲା ।

 

ଚିନ୍ତାରେ ଖାଉଟି, କେବେ କମିବ ରାଜ୍ୟରେ ଆଳୁ ଦର ?

ନନ୍ଦିଘୋଷ ବ୍ୟୁରୋ: ରାଜ୍ଯରେ କେବେ କମିବ ଆଳୁ ଦର ? ଏବେ ବି ୩୫ ଟଙ୍କା ଉପରେ ରହିଛି ଦାମ୍ । ଏଯାଏଁ ପଶ୍ଚିମବଙ୍ଗରୁ ପର୍ଯ୍ଯାପ୍ତ ଆଳୁ ନଆସିବା ଏବଂ ଖୁଚୁରା ବ୍ଯବସାୟୀ ଅଧିକ ଦର ନେବା କାରଣରୁ ଦର ଅଧିକ ରହୁଛି । ତୃଣମୂଳସ୍ତରରେ ସରକାରଙ୍କ ନିୟନ୍ତ୍ରଣ ନଥିବାରୁ ଏଭଳି ସ୍ଥିତି ହୋଇଥିବା ଅଭିଯୋଗ ହୋଇଛି । ଏପଟେ ଦରଦାମ ବୃଦ୍ଧି ନେଇ ଡବଲ ଇଞ୍ଜିନ ସରକାର ବିରୋଧରେ ବିକ୍ଷୋଭ କରିଛି କଟକ ବାରବାଟୀ କଂଗ୍ରେସ ।

କେଉଁଠି ୩୫ ତ କେଉଁଠି ୫୦ । ସପ୍ତାହେ ପରେ ବି ସ୍ବାଭାବିକ ହେଉନି ଆଳୁ ଦର । ମନ୍ତ୍ରୀଙ୍କ ବୋଲ ମାନୁନି ବଜାର । ପଶ୍ଚିମବଙ୍ଗରୁ ଏବେବି ଆସୁନି ପର୍ଯ୍ଯାପ୍ତ ଆଳୁ ।  ପଶ୍ଚିମବଙ୍ଗରେ ଆଳୁ କୁଇଣ୍ଟାଲ ପିଛା ୨୩୦୦ ଟଙ୍କା ରହିଛି । ଏହି ହିସାବରେ ଓଡ଼ିଶାରେ ମାର୍କେଟ ଦର ୩୨ ଟଙ୍କା ହେବାକଥା । ହେଲେ ଖୁଚୁରା ବ୍ଯବସାୟୀ ଅଧିକ ଦରରେ ଆଳୁ ବିକୁଥିବା କହିଛନ୍ତି ରାଜ୍ଯ ବ୍ଯବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା । ଦର କମ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ବି ତୃଣମୂଳସ୍ତରରେ ନିୟନ୍ତ୍ରଣ ନାହିଁ । ହୋଲସେଲ ଓ ରିଟେଲ ପ୍ରାଇସ ଅନୁପାତ ସରକାର ସ୍ଥିର କରିବା କଥା । ହେଲେ ତାହା କରାଯାଉନାହିଁ । ଯେଉଁଥିପାଇଁ ସମସ୍ଯା ହେଉଥିବା ବ୍ଯବସାୟୀ ସଂଘ କହିଛି ।

ବଲାଙ୍ଗୀର ବଜାର । ଶ୍ରାବଣ ମାସରେ ସାଧାରତଣତଃ  ଆଳୁ କେଜି ପିଛା ୨୦ରୁ ୨୫ ଟଙ୍କା ରହିଥାଏ । ହେଲେ ଚଳିତବର୍ଷ ଦାମ ୫୦ ଟଙ୍କା ପାର କରିଛି । ବିଭିନ୍ନ ସ୍ଥାନରେ ଧରପଗଡ଼ ପରେ ଏବେ ଦାମ ୪୫ ଟଙ୍କାକୁ ଖସିଛି । ଏପଟେ ଦୃରବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି କଟକ ବାରବାଟୀ କଂଗ୍ରେସ । ରାଜ୍ଯବାସୀଙ୍କୁ ଡବଲ ଇଞ୍ଜିନ ସରକାର ଧୋକାଦେଇଛି । ଆଳୁଠୁ ଆରମ୍ଭ କରି ପ୍ରାୟ ସବୁ ପରିବା ଦାମ ୫୦ ଟଙ୍କା ପାର ହୋଇଥିବାବେଳେ ତେଜରାତି ସାମଗ୍ରୀ ଦର ବି ଆକାଶ ଛୁଆଁ । ତୁରନ୍ତ ଏଦିଗରେ ସରକାର ପଦକ୍ଷେପ ନନେଲେ ଆନ୍ଦୋଳନ ବ୍ଯାପକ କରିବାକୁ ଦଳ ଚେତାବନୀ ଦେଇଛି ।

 

କେରଳ ଭୂସ୍ଖଳନରେ କଟକର ଡାକ୍ତର ନିଖୋଜ

ନନ୍ଦିଘୋଷ ବ୍ୟୁରୋ: କେରଳ ଭୂସ୍ଖଳନରେ କଟକର ଡାକ୍ତର ନିଖୋଜ । ନିଖୋଜ ଡାକ୍ତର ହେଲେ ବିଷ୍ଣୁପ୍ରସାଦ ଚିନରା । ତାଙ୍କ ଘର କଟକ ଜିଲ୍ଲା ଚୌଦ୍ୱାର ହାଉସିଂ ବୋର୍ଡରେ ହୋଇଥିବାବେଳେ ସେ ହାଇଟେକ୍ ମେଡିକାଲର ମେଡିସିନ ବିଭାଗର ଡାକ୍ତର ଭାବେ କାର୍ଯ୍ଯ କରୁଥିଲେ । ସେ ନିଖୋଜ ହେବାନେଇ ତାଙ୍କ ବାପା ସୂଚନା ଦେଇଛନ୍ତି । ଗତ ୨୬ ତାରିଖରେ ବିଷ୍ଣୁପ୍ରସାଦ ଓ ତାଙ୍କ ସ୍ତ୍ରୀ ପ୍ରିୟଦର୍ଶନୀ ପାଲ ତାଙ୍କ ଦୁଇ ବନ୍ଧୁ ଡ. ସ୍ବାଧୀନ ପଣ୍ଡା ଓ ସ୍ବିକୃତୀ ମହାପାତ୍ରଙ୍କ ସହ ୱାଏନାଡ଼ରେ ଥିବା ସମୟରେ ରାତିରେ ଭୂସ୍ଖଳନ ହୋଇଥିଲା । ଅଘଟଣ ପରେ ବିଷ୍ଣୁଙ୍କ ସ୍ତ୍ରୀ ଉଦ୍ଧାର ହୋଇଥିବାବେଳେ ବିଷ୍ଣୁପ୍ରସାଦଙ୍କର କୌଣସି ପତ୍ତା ମିଳୁନି। ଅନ୍ଯପଟେ ସ୍ବୀକୃତି ମଧ୍ଯ ମେଡିକାଲରେ ଭର୍ତ୍ତି ହୋଇଥିବାବେଳେ ତାଙ୍କ ସ୍ବାମୀ ସ୍ବାଧୀନ ପଣ୍ଡାଙ୍କର ପତ୍ତା ମିଳୁନି ।

ଆହୁରି ୪ ଦିନ ବର୍ଷାରେ ଭିଜିବ ସାରା ଓଡ଼ିଶା

ନନ୍ଦିଘୋଷ ବ୍ୟୁରୋ: ଆହୁରି ୪ ଦିନ ବର୍ଷାରେ ଭିଜିବ ସାରା ଓଡ଼ିଶା। ଝାଡ଼ଖଣ୍ଡ ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଲ ଉପରେ ରହିଥିବା ଘୂର୍ଣ୍ଣିବଳୟ ସହ ରାଜ୍ୟ ଉପରେ ମୌସୁମୀ ଟ୍ରାପ୍ ଲାଇନ୍ ସକ୍ରିୟ ରହିଥିବାରୁ ବର୍ଷାର ପରିମାଣ ବଢ଼ିବା ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଜ୍ଞାନୀ । ଏହାଫଳରେ ରାଜ୍ୟରେ ବର୍ଷା ଲାଗି ରହିଛି।  ଆସନ୍ତାକାଲି ସୁଦ୍ଧା ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ କାଲିଠାରୁ ବର୍ଷାର ମାତ୍ରା ବଢିବ। ଏହା ଅଗଷ୍ଟ ୩ ତାରିଖ ଯାଏଁ ଲାଗିରହିବ। ଆସନ୍ତା ୨୪ ଘଣ୍ଟାରେ କେନ୍ଦୁଝର, ଢେ଼ଙ୍କାନାଳ, ଅନୁଗୁଳ, ସମ୍ବଲପୁର ଓ ଦେବଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ସେପଟେ  ୩୧ ତାରିଖ ମଧ୍ୟରାତ୍ରିରୁ ପ୍ରବଳ ବର୍ଷା ଲାଗି ରହିବ। ଯାହା ୨ ତାରିଖ ରାତି ପର୍ଯ୍ୟନ୍ତ ଚାଲିବ। ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ସହିତ ମୟୁରଭଂଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର,  ଜଗତସିଂହପୁର, କଟକ, ସୁନ୍ଦରଗଡ, ଝାରସୁଗୁଡ଼ା, ସୋନପୁର, ବରଗଡ଼, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣିଂ ଜାରି କରାଯାଇଛି। କାଲି ଦିନ ତମାମ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ସହ ସମ୍ପୂର୍ଣ୍ଣ ଉତ୍ତର ଉପକୂଳ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆସନ୍ତାକାଲି ପାଇଁ ୧୯ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର।

ପୁଅର କାରନାମା ପାଇଁ ବିଷ ପିଇ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ନନ୍ଦିଘୋଷ ବ୍ୟୁରୋ: ପୁଅର କାରନାମା ପାଇଁ  ବାପା ମାଆଙ୍କ ଆତ୍ମହତ୍ୟା ଉଦ୍ୟମ। ଦିଗପହଣ୍ଡି ସଦର ଥାନା ଅନ୍ତର୍ଗତ ଗୌତମି ଗାଁରେ ଅଘଟଣ । ଗାଁରେ ଅବସର ପ୍ରାପ୍ତ ଅମିନ ମୁକୁନ୍ଦ ଡୋରାଙ୍କ ପୁଅ ଏସ ଲୁଲୁ ବିଭିନ୍ନ ଲୋକଙ୍କଠୁ ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଚୂନ ଲଗାଇଥିଲେ। ବାରମ୍ବାର ବିଭିନ୍ନ ଲୋକ ତାଙ୍କ ପାଖକୁ ଟଙ୍କା ନେବା ପାଇଁ ଆସିଥାନ୍ତି। ଏଥିରେ ଅତିଷ୍ଠ ହୋଇ ବାପା ମାଆ ଦୁହେଁ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ବ୍ରହ୍ମପୁର MKCG ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ମୁକୁନ୍ଦ ଡୋରାଙ୍କ ସ୍ତ୍ରୀ ଦମୟନ୍ତିଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ମୃତ ଦେହକୁ ପରିବାର ଏବଂ ଗାଁ ଲୋକେ ଶବ ସଂସ୍କାର କରିବା ସମୟରେ ଦମୟନ୍ତିଙ୍କ ମୃତଦେହକୁ ଜବତ କରିଛି ସଦର ପୋଲିସ।