spot_img
Home Blog Page 1830

୨୩ ରନରେ ଜିମ୍ବାଓ୍ବେକୁ ପରାସ୍ତ କଲା ଭାରତ

ନନ୍ଦିଘୋଷ ବ୍ୟୁରୋ: ଜିମ୍ଵାୱେ ବିପକ୍ଷରେ ତୃତୀୟ ଟି-ଟ୍ଵେଣ୍ଟି ଜିତି ୨-୧ରେ ସିରିଜ ଆଗୁଆ ରହିଛି ଟିମ୍ ଇଣ୍ଡିଆ। ହରାରେ ଆଜି ହୋଇଥିବା ମ୍ୟାଚରେ ଭାରତ ୨୩ ରନରେ ଜିମ୍ଵାୱେକୁ ପରାସ୍ତ କରିଛି। ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୨୦ ଓଭରରେ ୪ ୱିକେଟ ହରାଇ କରିଥିଲା ୧୮୨ ରନ୍।  ଗିଲ୍ ୬୬ ଓ ଋତୁରାଜ ୪୯ ରନ କରିଥିଲେ। ଜବାବରେ ଜିମ୍ଵାୱେ ୨୦ ଓଭରରେ ୬ ୱିକେଟ ହରାଇ କରିପାରିଥିଲା ୧୫୯ ରନ।  ୱାସିଂଟନ ସୁନ୍ଦର ୪ ଓଭରରେ ମାତ୍ର ୧୫ ରନ ଦେଇ ୩ଟି ୱିକେଟ ନେଇଥିଲେ। ଏଥିପାଇଁ ସେ ମ୍ୟାନ ଅଫ୍ ଦି ମ୍ୟାଚ ହୋଇଛନ୍ତି। ୫ ମ୍ୟାଚ ବିଶିଷ୍ଟ ସିରିଜର ଚତୁର୍ଥ ମ୍ୟାଚ ଜୁଲାଇ ୧୩ ତାରିଖରେ ଖେଳାଯିବ।

କ୍ଯାବିନେଟରେ କିଛି ନୂଆ ନିଷ୍ପତ୍ତି ନାହିଁ : ବିଜେଡି

ନନ୍ଦିଘୋଷ ବ୍ୟୁରୋ: ଶ୍ରମିକ ମାନଙ୍କ ସର୍ବନିମ୍ନ ମଜୁରୀ ଗତ ବିଜେଡି ସରକାର ଯାହା କରିଥିଲେ ଆଜି ବିଜେପି ସରକାର ତାହା କରିଛନ୍ତି । ଆଜି ବସିଥିବା କ୍ୟାବିନେଟରେ ୫ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସେଥିରୁ ପ୍ରଥମ ପ୍ରସ୍ତାବଟି ହେଉଛି ସର୍ବନିମ୍ନ ମଜୁରୀ ବୃଦ୍ଧି ।  କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଗତ ମାର୍ଚ୍ଚ ମାସରେ ବିଜେଡି ସରକାର ସର୍ବନିମ୍ନ ମଜୁରୀ ଯାହା ଧାର୍ଯ୍ୟ କରିଥିଲେ ତାକୁ ପୁଣି ବିଜେପି ସରକାର କ୍ୟାବିନେଟ ନିଷ୍ପତ୍ତି ବୋଲି ଘୋଷଣା କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ନବୀନଙ୍କ ନିଷ୍ପତ୍ତି ମୋହନଙ୍କ ମୋହର । ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧିକୁ ଦୋହରାଇଲେ । ବିଜେଡି କହିଲା, କ୍ଯାବିନେଟରେ ନାହିଁ କିଛି ନୂଆ ନିଷ୍ପତ୍ତି । କେବେ ମିଳିବ ବର୍ଦ୍ଧିତ ମଜୁରୀ କହିଲେନି ସରକାର । ୨୦୨୪ ମାର୍ଚ୍ଚ ୧୪ରେ ଶ୍ରମ ବିଭାଗର ଏ ହେଉଛି ବିଜ୍ଞପ୍ତି । ଯେଉଁଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ରାଜ୍ୟର ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ଘୋଷଣା । ଏ ସମ୍ପର୍କରେ ସେ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରାଯାଇଥିଲା । ସେ ସମୟରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୫୨ ଟଙ୍କାରୁ ୪୫୦ ଟଙ୍କା, ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ୩୯୨ ଟଙ୍କାରୁ ୫୦୦ ଟଙ୍କା, କୁଶଳୀ ଶ୍ରମିକଙ୍କ ମଜୁରୀ ୪୪୨ ଟଙ୍କାରୁ ୫୫୦ ଟଙ୍କା ଏବଂ ଅତ୍ୟନ୍ତ କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୫୦୨ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି ଘୋଷଣା କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪ଟି କ୍ଯାଟେଗୋରୀରେ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କରିଥିଲେ ପୂର୍ବ ସରକାର । ପୂର୍ବ ସରକାରଙ୍କ ଶ୍ରମିକମାନଙ୍କ ପାଇଁ  ଏହି ବଡ଼ ଘୋଷଣା ରାଜ୍ୟର ସରକାରୀ ଓ ବେସରକାରୀ କ୍ଷେତ୍ରରେ କାମ କରୁଥିବା ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ବଡ଼ ଉପହାର ଥିଲା । ତେବେ ନୂଆ ସରକାରଙ୍କ ଦ୍ବିତୀୟ କ୍ୟାବିନେଟ ପୁନର୍ବାର ଏହି ଘୋଷଣା କରିଛନ୍ତି  । ହେଲେ ଏହି ବର୍ଦ୍ଧିତ ଟଙ୍କା କେବେଠାରୁ ଶ୍ରମିକମାନଙ୍କୁ ମିଳିବ ସେ ନେଇ କିଛି ସ୍ପଷ୍ଟ ଘୋଷଣା କରିନାହାନ୍ତି ରାଜ୍ୟ ସରକାର ।

ଆଜି ରାଜ୍ୟ କ୍ୟାବିନେଟ ୫ଟି ପ୍ରସ୍ତାବକୁ ମୋହର ମାରିଛି । ମାର୍ଚ୍ଚ ମାସରେ ସର୍ବନିମ୍ନ ମଜୁରୀ ବୃଦ୍ଧି ଘୋଷଣା କରି ପୂର୍ବ ସରକାର ଶ୍ରମିକଙ୍କ ହିତ ପାଇଁ କାର୍ଯ୍ୟ କରୁଥିଲେ । ହେଲେ ନୂଆ ସରକାର ଶ୍ରମିକମାନଙ୍କ ମଜୁରୀ ବୃଦ୍ଧି ନକରି ପୂର୍ବ ସରକାରଙ୍କ ଘୋଷଣାକୁ କ୍ୟାବିନେଟ ମୋହର ମାରିବାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ନୂଆ ସରକାର କେବଳ ରଙ୍ଗ, ନାଁ ଘୋଷଣାରେ ସୀମିତ ନରହି ଲୋକଙ୍କ ହିତରେ କାମ କରିବାକୁ ପରାମର୍ଶ ଦେଇଛନ୍ତି । ନୂଆ ସରକାରଙ୍କ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ଘୋଷଣାକୁ ନେଇ  ସରକାରଙ୍କୁ ଘେରିଛି ବିଜେଡି । ନୂଆ ସରକାର ପୂର୍ବ ସରକାରଙ୍କ ଘୋଷଣାକୁ ଘୋଷଣା କରି କେବଳ ବାହାବାହା ନେବାକୁ ଚାହୁଁଥିବା ବିଜେଡି ଅଭିଯୋଗ କରିଛି । କଂଗ୍ରେସ ମଧ୍ୟ କଡ଼ା ସମାଲୋଚନା କରିଛି  ।

ନୂଆ ସରକାରଙ୍କ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ନେଇ କ୍ୟାବିନେଟ ମୋହରକୁ ନେଇ ଉଠିଛି ପ୍ରଶ୍ନ । ସୋସିଆଲ ମିଡିଆରେ ଏନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଜନତା । ସେପଟେ ନୂଆ ସରକାର ଘୋଷଣା ସର୍ବସ୍ବ ନହୋଇ ଓଡ଼ିଶାବାସୀଙ୍କ ସେବା କରିବାକୁ ଆଗେଇ ଆସିବାକୁ ପରାମର୍ଶ ଦେଇଛନ୍ତି ବିରୋଧୀ  ।

ପୁଅ ବରଯାତ୍ରୀ ନେଇ ଯିବା ବେଳେ ଆଖି ବୁଜିଲେ ବାପା

ନନ୍ଦିଘୋଷ ବ୍ୟୁରୋ: ପୁଅ ବରଯାତ୍ରୀରେ ବାପାଙ୍କର ମୃତ୍ୟୁ। ନରସିଂହପୁର ଚତରାପଦାରେ ଅଭାବନୀୟ ଘଟଣା। ତଗିଲୋ ଗାଁକୁ ବାହାଘର ପାଇଁ ଯାଉଥିଲା ବେଳେ  ବରଯାତ୍ରୀ ବସ ଧକ୍କାରେ ବର ବାପାଙ୍କର ଜୀବନ ଚାଲିଯାଇଛି। ଚତରାପଦା ଗାଁର ବିମ୍ବାଧର ନାୟକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ପୁଅ ବବୁଲ ନାୟକଙ୍କର  ବାହାଘର ଥିଲା। ଘରୁ ବାହାଘର ବରଯାତ୍ରୀ ବାହାରି ସାରିଥିଲା।   ବରଯାତ୍ରୀଙ୍କୁ ନେଉଥିବା ଶକ୍ତିମୟୀ ନାମକ ବସ୍ ହଠାତ ୭ ରୁ ୮ ଜଣ ଙ୍କୁ ଚଢାଇ ଦେଇଥିଲା।। ବସ ଧକ୍କାରେ ଗୁରୁତର ଆହତ ହୋଇଥିବା ବରର ବାପାଙ୍କୁ ପ୍ରଥମେ ନରସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏନେଇ ପରିବାର ପକ୍ଷରୁ ନରସିଂହପୁର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ନରସିଂହପୁର ପୋଲିସ୍ ମେଡିକାଲ୍ ରେ ପହଞ୍ଚି ଅଧିକ ତଦନ୍ତ କରୁଥିବା କହିଛନ୍ତି ଥାନା ଅଧିକାରୀ ବିକ୍ରମ କେଶରୀ ଜେନା ।

ଦେବୀ ନଦୀର ଦୁର୍ବଳ ନଦୀବନ୍ଧକୁ ନେଇ ଚିନ୍ତାରେ ନଇକୂଳିଆ ବାସିନ୍ଦା

ନନ୍ଦିଘୋଷ ବ୍ୟୁରୋ: ଦୁର୍ବଳ ନଦୀ ବନ୍ଧକୁ ନେଇ ଛାନିଆ ପୁରୀ, କାକଟପୁର, ଅସ୍ତରଙ୍ଗ ଅଞ୍ଚଳବାସିନ୍ଦା। ପୁରୀ ଜିଲ୍ଲାରେ ଦେବୀ ନଦୀ ବହୁବାର ଗତିପଥ ବଦଳାଇ ଅନେକ କ୍ଷତି କରିଛି। କାକଟପୁର ବାଉରିଆକଣ ଦେବୀ ନଦୀ ବନ୍ଧ ଦୀର୍ଘ ଦିନ ହେବ ପାଖାପାଖି ୧ କିଲୋମିଟରରୁ ଉର୍ଦ୍ଧ୍ବ ଧସିଯାଇଥିବା ବେଳେ ସ୍ଥାନୀୟ ଲୋକେ ଭୟରେ ରହିଛନ୍ତି।

ଡରାଉଛି ଦୁର୍ବଳ ନଦୀବନ୍ଧ।  ଦେବୀ ନଦୀର ଦୁର୍ବଳ ନଦୀବନ୍ଧକୁ ନେଇ ଚିନ୍ତାରେ ନଇକୂଳିଆ ବାସିନ୍ଦା। ଗତିପଥ ବଦଳାଇ ପୂର୍ବରୁ ଦେବୀ ନଦୀ ବହୁତ କ୍ଷତି କରିଛି। ନଦୀଗର୍ଭରେ ଲୀନ ହୋଇଯାଇଛି ଅନେକ ଗାଁ। ଘର ଦ୍ୱାର ଛାଡି ନଦୀର ଅପରପାର୍ଶ୍ୱରେ ରହୁଛନ୍ତି ଶତାଧିକ ପରିବାର। କାକଟପୁର ବାଉରିଆକଣର ଏ ଚିତ୍ର। ବାଉରିଆକଣ ଠାରୁ ଖଣ୍ଡାସାହି ରାସ୍ତା ପାଖାପାଖି ୧ କିଲୋମିଟରରୁ ଉର୍ଦ୍ଧ୍ବ ରାସ୍ତା ଗୋଟେ ପାର୍ଶ୍ଵ ସମ୍ପୂର୍ଣ ଦବି ଯାଇଛି। ଜଳସମ୍ପଦ ବିଭାଗ ଏକ ବୋର୍ଡ ଲଗାଇ ଲୋକଙ୍କ ସଚେତନ କରାଇ କାମ ସାରିଦେଇଛି। ସେହିପରି ଅସ୍ତରଙ୍ଗ ବ୍ଲକର କଣମଣ ଠାରୁ ରାଇବେରୁଆଁ ପର୍ଯ୍ୟନ୍ତ ନିମ୍ନମାନର କାମ ଯୋଗୁଁ ସୁନ୍ଦର ଗାଁ ରାସ୍ତାର ଗୋଟିଏ ପାର୍ଶ୍ଵ ସମ୍ପୂର୍ଣ୍ଣ ଦବିଯାଇଛି। ଯାହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ।

ପ୍ରତିବର୍ଷ କାକଟପୁର, ଅସ୍ତରଙ୍ଗ ପାର୍ଶ୍ଵବର୍ତ୍ତୀ ନଦୀବନ୍ଧ ସୁରକ୍ଷା ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ସ୍ପର ନିର୍ମାଣ କରିବା ସହ ବନ୍ଧ ମରାମତି କରୁଛନ୍ତି ଜଳସମ୍ପଦ ବିଭାଗ । କିନ୍ତୁ ନିମ୍ନମାନର କାମ ଯୋଗୁଁ ନଦୀବନ୍ଧରେ ବାଉରିଆକଣ ନିକଟରେ ୧ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଧସିଥିବା ବେଳେ କଣମଣରୁ ରାଇବେରୁଆଁ ପାଖାପାଖି ୨ କିଲୋମିଟର ଦବିଯାଇଛି। ଜୋର ବର୍ଷା ହେଲେ ବନ୍ଧ ଧୋଇଯିବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ଘାଇ ସୃଷ୍ଟି ହେଲେ କି ବନ୍ୟା ସୃଷ୍ଟି ହେଲେ ଏଠାକାର ୧୫ରୁ ଉର୍ଦ୍ଧ୍ବ ନଈକୂଳିଆ ପଂଚାୟତ ପ୍ରଭାବିତ ହେବା ସହ ଏକର ଏକର ଜମିରେ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି। ଅଧିକ୍ଷଣ ଯନ୍ତ୍ରୀଙ୍କ କହିବା କଥା ବନ୍ଧ ସୃଦୃଢ଼ ଅଛି, ସମ୍ଭାବ୍ୟ ବନ୍ୟା ମୁକାବିଲା ନେଇ ପ୍ରସ୍ତୁତ ଜଳସମ୍ପଦ ବିଭାଗ।

 

କବିସୂର୍ଯ୍ୟନଗର ଜଟେଶ୍ୱର ପୋଖରୀ ନିକଟରେ ଗୁଳିମାଡ଼, ଯୁବକ ମୃତ

ନନ୍ଦିଘୋଷ ବ୍ୟୁରୋ: ଗୁଳି ମାଡ଼ରେ ଯୁବକ ମୃତ । କବିସୂର୍ଯ୍ୟନଗର ଜଟେଶ୍ୱର ପୋଖରୀ ନିକଟରେ ଗୁଳିମାଡ଼ l ଗୁଳିମାଡ଼ ରେ ତ୍ରିନାଥ ମଲ୍ଲିକ ନାମକ ଯୁବକ ମୃତ l ଗୁଳିମାଡ଼ କିଏ ଓ କାହିଁକି କଲା ତାର କାରଣ ଅସ୍ପଷ୍ଟ ରହିଛି l ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଜଟେଶ୍ୱର ପୋଖରୀ ନିକଟରେ ଥିବା ହୁଡାରେ ବସିଥିବା ବେଳେ ଗୁଳିମାଡ଼ l ଦୁଇ ରାଉଣ୍ଡ ଗୁଳି ମାଡ଼ ହୋଇଥିବା ବେଳେ ଖବର ପାଇ କବିସୂର୍ଯ୍ୟନଗର ପୋଲିସ ପଂହଁଚି ତଦନ୍ତ ଆରମ୍ବ କରିଛି l

ତ୍ରିପୁରାରେ HIV ଭୟ, ଗଲାଣି ୪୭ ଛାତ୍ରଙ୍କ ଜୀବନ !

ନନ୍ଦିଘୋଷ ବ୍ୟୁରୋ: ତ୍ରିପୁରାରୁ ଆସିଲା ଅଭାବନୀୟ ଖବର । ରାଜ୍ୟରେ ବଢ଼ିବାରେ ଲାଗିଛି ଏଚଆଇଭି ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ୮୨୮ ଜଣା ଛାତ୍ର ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪୭ ଜଣଙ୍କ ଜୀବନ ଯାଇଛି । ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ଏହି ଖବର । ତେବେ ଏହାକୁ ନେଇ ତ୍ରିପୁରା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଏହି ରିପୋର୍ଟ ବିଭ୍ରାନ୍ତିକର ବୋଲି କୁହାଯାଇଛି । କୁହାଯାଇଛି କି, ଏହି ସଂଖ୍ୟା ୨୦୦୭ରୁ ୨୦୨୪ର ରିପୋର୍ଟ ।

ପଦ୍ମକେଶରୀପୁରକୁ ଅଶାନ୍ତ କରୁଛି ‘ସୁଧ’ କାରବାର

ନନ୍ଦିଘୋଷ ବ୍ୟୁରୋ: ଚକ୍ରବର୍ତ୍ତୀ ସୁଧର ଚକ୍ରାନ୍ତରେ ତଳିତଳାନ୍ତ ପରିବାର । ବାପା ଅଜା ଅମଳରୁ ସୁଝିଲେ ବି ସୁଝା ପଡୁନି । ମୂଳ ସୁଝା ନପଡିବାରୁ ଭିଟାମାଟି ଛଡାଇ ନେବାକୁ ଧମକ ଦେଉଛି ସୁଧ ବେପାରୀ । ଏଭଳି କିଛି ରୋଚକ କଥା ଦେଖିବାକୁ ମିଳିଛି ମଞ୍ଚେଶ୍ୱର ଥାନା ଅଧିନ ପଦ୍ମକେଶରୀପୁର ଗାଁରେ। ରାଜଧାନୀର ଛାତି ଉପରେ ସୁଧ କାରବାର ର ନଗ୍ନ ଚିତ୍ର। ୧୦ ହଜାର ମୂଳକୁ ୫ ଲକ୍ଷ ସୁଧ । ଟଙ୍କା ନଦେଲେ କାହାକୁ ଆକ୍ରମଣ ତ ଆଉ କାହାକୁ ମିଳୁଛି ଭିଟାମାଟି ଛଡ଼ାଇନେବାର ଧମକ । ଏ ହେଉଛନ୍ତି ଏସେଇ ଦାସ । ୬୦ ବର୍ଷୀୟା ମହିଳା। ସ୍ୱାମୀ ଚେରମୁଳି, ଡେଉଁରିଆ ବେପାର କରି ପରିବାର ପ୍ରତିପୋଷଣ କରନ୍ତି। ୨୦୧୦ ମସିହାରେ ମହିଳା ଜଣଙ୍କ ୧୦ ହଜାର ଟଙ୍କା ସୁଧକୁ ଆଣିଥିଲେ । ଏବେ ସୁଧା ୪ ଲକ୍ଷରୁ ଉର୍ଦ୍ଧ ସୁଧ ଗଣି ସାରରିଲେଣି । କିନ୍ତୁ ସୁଧିଆ ବେପାରୀ ମୂଳ ବାବଦକୁ ଆହୁରି ମାଗୁଛି ୨ ଲକ୍ଷ ଟଙ୍କା ।

୫ଟି ପ୍ରସ୍ତାବରେ ମୋହର ମାରିଲେ ରାଜ୍ୟ ସରକାର

ଭୁବନେଶ୍ବର: ସରିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ  । ୫ଟି ପ୍ରସ୍ତାବରେ କ୍ୟାବିନେଟ ମୋହର  । ରାଜ୍ୟରେ ସର୍ବନିମ୍ନ ମଜୁରୀ ସଂଶୋଧନ ହୋଇଛି | ଅଣ କୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ମୁଖ୍ୟ କୁଶଳୀ ର ଦୈନିକ ମଜୁରୀ 352 ଥିଲା ତାହା 450 ଟଙ୍କା କୁ ବୃଦ୍ଧି ପାଇଁ ନିଷ୍ପତ୍ତି |

କୁଶଳୀ ୫୦୦ ଟଙ୍କାକୁ ବୃଦ୍ଧି । ମୁଖ୍ୟ କୁଶଳୀ ୪୪୨ ଥିଲା ତାହା ୫୦୦ କୁ ବୃଦ୍ଧି  ।ଉଚ୍ଚ କୁଶଳୀ ୫୦୨ ଥିଲା୬୦୦ କୁ ବୃଦ୍ଧି  ।

ଓଡ଼ିଆ ଭାଷା ସାହିତ୍ୟ ସଂସ୍କୁତି ବିଭାଗ ଅଧୀନ ରେ ଥିବା ଓଡ଼ିଆ ଅସ୍ମିତାକୁ ଉଜ୍ଜୀବିତ ପାଇଁ, ପ୍ରଚାର ପ୍ରସାର ପାଇଁ ଓଡ଼ିଆ ଅସ୍ମିତା ପାଇଁ କରଫୋସ ଫଣ୍ଡ ୨୦୦ କୋଟି ରଖାଯାଇଛି  । ଓଡ଼ିଆ ଅସ୍ମିତା ଭବନ ନିର୍ମାଣ, ତାଳ ପାତ୍ର ପୋଥି ସଂଗ୍ରହ, କଳାକାର ଗୌରବ ନିଦ୍ଦି ଯୋଜନା, ଜାତୀୟ ବିଶ୍ୱ ବିଦ୍ୟାଳୟ ରେ ଓଡ଼ିଆ ଚେୟାର ପ୍ରତିଷ୍ଠା ପାଇଁ ସ୍ଥିର କରାଯାଇଛି  । ଗାଇଡଲାଇନ ପାଇଁ ବିଭାଗ କୁ ନିର୍ଦ୍ଦେଶ । ଏକ୍ସପଟ ଙ୍କୁ ନେଇ କମିଟି ଗଠନ ହେବ  ।

ଗଣଶିକ୍ଷା ବିଭାଗର ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ଵିଜ୍ଞାପନ ପ୍ରକାଶ ହୋଇଥିଲା  । ଉଚ୍ଚ ନ୍ୟାୟାଳୟ ନିର୍ଦ୍ଧେଶ ଦେଇଥିଲେ  । ଓଡ଼ିଶା ବିଦ୍ୟାଳୟ ୧୮ ହଜାର ୭୮୮ ପ୍ରାର୍ଥୀଙ୍କ ଚୟନ ଓ ନିଯୁକ୍ତି ପାଇଁ ନିର୍ଦ୍ଧେଶ ଦିଆଯାଇଛି  ।

ଉଠା ଜଳ ସେଚନ ବିଭାଗ ପ୍ରକଳ୍ପ ର ୨ ହଜାର ୬୫ ଗୋଟି ଅଚଳ ପ୍ରକଳ୍ପ କୁ ସଚଳ ହେବ  । ୫ ବର୍ଷ ଭିତରେ ୧ ହଜାର ୪୪ କୋଟି ୮୪ ଲକ୍ଷ ବିନିଯୋଗ ହେବ  ।

ପିଏମ କିସାନରେ ବାଦ ପଡ଼ିଥିବା ହିତାଧିକାରୀ ଙ୍କୁ ମାର୍ଗଦର୍ଶି ଅନୁଯାଇ ହେବେ ସାମିଲ  । ସମସ୍ତ କୃଷକ ପାରିବା ହେବେ ପିଏମ କିସାନ ରେ ସାମିଲ  । S, M, L ଚାଷୀ ଓ ସହରାଞ୍ଚଳ ରେ ରହୁଥିବା ଚାଷୀ ଯୋଗ୍ୟ ବିବେଚିତ କୃଷକ ପିଏମ କିସାନ ରେ ସାମିଲ ହେବେ  । ୫ ଲକ୍ଷ ରୁ ୬ ଲକ୍ଷ ପର୍ଯ୍ୟନ୍ତ ଚାଷୀ ଯୋଗ୍ୟ ଥିଲେ | କାଳିଆ ଯୋଜନା ଅନୁଯାଇ ଚାଷୀ ବଞ୍ଚିତ ହେଉଥିଲେ ତାହା ଉଠିଲା | ୬ ଲକ୍ଷ ଚାଷୀ ଏଥିରେ ଅନ୍ତର୍ଭୁକ୍ତ ହେବେ |

ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ଛାଡପତ୍ର ପରେ ଭରଣପୋଷଣ ଲାଗି ସ୍ତ୍ରୀ ଯୋଗ୍ଯ

ନୂଆଦିଲ୍ଲୀ: ମୁସଲିମ ମହିଳାଙ୍କ ଭରଣପୋଷଣ ବାବଦରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ। ଅପରାଧ ଆଚରଣ ସଂହିତା ବା ସିଆରପିସିର ଧାରା ୧୨୫ ଅନୁସାରେ ଜଣେ ମୁସଲିମ ମହିଳା ତାଙ୍କ ପୂର୍ବତନ ସ୍ବାମୀଙ୍କଠାରୁ ଭରଣ ପୋଷଣ ପାଇବାକୁ ହକଦାର ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ବି.ଭି. ନାଗରତ୍ନା ଓ ଜଷ୍ଟିସ ଅଙ୍ଗଷ୍ଟାଇନ ଜର୍ଜ ମସିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହା କହିଛନ୍ତି।

ଏହି ଧାରା ଅନୁସାରେ ଛାଡପତ୍ର ପାଇଥିବା ପତ୍ନୀଙ୍କୁ ଅନ୍ତରୀଣ କ୍ଷତିପୂରଣ ପ୍ରଦାନ ଲାଗି ହୋଇଥିବା ଆବେଦନକୁ ବିରୋଧ କରି ସ୍ବାମୀଙ୍କ ପକ୍ଷରୁ ଆଗତ ଏକ ମାମଲାକୁ ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଅଦାଲତ କହିଛନ୍ତି ଧର୍ମନିରପେକ୍ଷ ଆଇନ ଅନୁସାରେ ମୁସଲିମ ମହିଳା ଛାଡପତ୍ର ଅଧିକାରର ସୁରକ୍ଷା ଆଇନ ୧୯୮୬ ବୈଧ ନୁହେଁ।

ଖଣ୍ଡପୀଠ କହିଛନ୍ତି- ଧର୍ମ ନିର୍ବିଶେଷରେ ରକ୍ଷଣାବେକ୍ଷଣ ଲାଗି ଉଦ୍ଦିଷ୍ଟ ଆଇନ ସମସ୍ତ ବିବାହିତ ନାରୀଙ୍କ ଲାଗି ପ୍ରଯୁଜ୍ଯ ହେବ। ରକ୍ଷଣାବେକ୍ଷଣ ଅର୍ଥ ଦାତବ୍ଯ ନୁହେଁ। ଏହା ହେଉଛି ବିବାହିତ ମହିଳାଙ୍କ ଅଧିକାର। ସ୍ତ୍ରୀମାନେ ପରିବାର ଲାଗି ତ୍ଯାଗ ସ୍ବୀକାର କରୁଥିଲେ ବି ସ୍ବାମୀମାନେ ସେଥିପ୍ରତି ସଚେତନ ରହୁନାହାନ୍ତି। ସ୍ତ୍ରୀମାନଙ୍କ ଉପରେ ସ୍ବାମୀମାନେ ମାନସିକ ଭାବେ ନିର୍ଭରଶୀଳ ହୋଇଥାନ୍ତି। ଜଣେ ସ୍ତ୍ରୀଙ୍କ ଦାୟିତ୍ବବୋଧ, ତ୍ଯାଗକୁ ସ୍ବାମୀମାନେ ହୃଦବୋଧ କରିବାର ସମୟ ଆସିଛି ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ।

ବଡ଼ଠାକୁର ବଳଭଦ୍ର ମୁହଁମାଡି ପଡିଯିବା ଘଟଣାକୁ ଅକ୍ଷମଣୀୟ ତ୍ରୁଟି କହିଲା ବିଜେଡି

ଭୁବନେଶ୍ବର: ବଡ଼ଠାକୁର ବଳଭଦ୍ର ମୁହଁ ମାଡି ତଳେ ପଡିଯିବା ଘଟଣା ଏକ ଅକ୍ଷମଣୀୟ ତ୍ରୁଟି । କୋଟି କୋଟି ଓଡ଼ିଆ ଓ ଜଗନ୍ନାଥପ୍ରେମୀଙ୍କୁ ଏହା ଗଭୀର ଭାବେ ଆଘାତ ଦେଇଛି । ମର୍ମାହତ କରିଛି । ବେଶୀ ମର୍ମାହତ କରିଛି ରାଜ୍ଯ ସରକାରଙ୍କ ବେପରୁଆ ମନ୍ତବ୍ଯ । ଗତକାଲି ପହଣ୍ଡିବେଳେ ବଳଭଦ୍ର ପଡିଯିବା ନେଇ ଏପରି ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି ।

ବିଜେଡି କହିଛି ଏହା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ । ଗତକାଲି ଶ୍ରୀକ୍ଷେତ୍ରରେ ଯେଉଁ ଅଘଟଣ ଘଟିଲା, ତାହା କୋଟି କୋଟି ଲୋକଙ୍କ ଭାବାବେଗକୁ ଆଘାତ ଦେଇଛି । ତାହା ସମସ୍ତଙ୍କୁ ମର୍ମାହତ, ଲଜ୍ଜିତ, ବ୍ୟଥିତ କରିଛି । ଯିଏ ଭଗବାନକୁ ଟିକେ ଵି ଭଲ ପାଆନ୍ତି, ସେମାନଙ୍କ ପାଇଁ ଏହା ଲଜ୍ଜାଜନକ ଘଟଣା । ସମସ୍ତେ କାନ୍ଦୁଛନ୍ତି । ହେଲେ ଆଇନ ମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ସମସ୍ତକୁ ମର୍ମାହତ କରିଛି ବୋଲି ପ୍ରେସମିଟ କରି କହିଛନ୍ତି ବିଜେଡି ନେତ୍ରୀ ତଥା ଭୁବନେଶ୍ବର ମେୟର ସୁଲୋଚନା ଦାସ ।

ସେମାନେ କହିଲେ ଏହା ମହାପ୍ରଭୁଙ୍କ ଇଚ୍ଛା । ସରକାରଙ୍କ ଏହି ମନ୍ତବ୍ଯ ଆମକୁ ଦୁଃଖ ଦେଇଛି । ଅନୁରୋଧ କରୁଛୁ, ରଥଯାତ୍ରାରୁ ନୀଳାଦ୍ରି ବିଜେ ଯାଏଁ ସବୁ କାର୍ଯ୍ୟ ସୂଚାରୁ ରୂପେ କରାଯାଉ । ଯେପରି ସବୁ କାମ ସୁରୁଖୁରୁରେ ହୋଇପାରିବ ସେଥିପାଇଁ ସହଯୋଗ କରାଯାଉ ।