ନନ୍ଦିଘୋଷ ବ୍ୟୁରୋ: ଟଣା ହେଲା କାଳିଆର ନନ୍ଦିଘୋଷ । ବଡ଼ଦାଣ୍ଡରେ ଗଡ଼ିଲା ନନ୍ଦିଘୋଷ ରଥ । ଭକ୍ତଙ୍କ ଭିଡ଼ରେ ଗଡ଼ିଛି । ଆଗେ ଆଗେ ବଡ଼ ଭାଇ ବଳଭଦ୍ର, ମଝିରେ ଭଉଣୀ ସୁଭଦ୍ରା ଏବଂ ପଛରେ ଟଣା ହେଲା ମହାବାହୁଙ୍କ ନନ୍ଦିଘୋଷ । ଘଣ୍ଟାଘଣ୍ଟା ହୁଳହୁଳି ନାଦରେ ପ୍ରକମ୍ପିତ ହୋଇ ଉଠୁଛି ବଡ଼ଦାଣ୍ଡ ।
ବଡ଼ଦାଣ୍ଡରେ ଗଡ଼ିଲା ଦେବୀ ସୁଭଦ୍ରାଙ୍କ ରଥ
ନନ୍ଦିଘୋଷ ବ୍ୟୁରୋ: ବଡ଼ ଭାଇ ବଳଭଦ୍ରଙ୍କ ପଛେ ପଛେ ବାହାରିଲେ ଦେବୀ ସୁଭଦ୍ରା । ଗଡ଼ିଲା ଦର୍ପଦଳନ । ଘଣ୍ଟାଘଣ୍ଟା ହୁଳହୁଳି ନାଦରେ ପ୍ରକମ୍ପିତ ହୋଇ ଉଠୁଛି ବଡ଼ଦାଣ୍ଡ । ପଛରେ ରହିଛନ୍ତି ମହାପ୍ରଭୁ ଜଗନ୍ନାଥ । ଭଉଣୀଙ୍କ ପଛରେ ଟଣା ହେବ କାଳିଆର ନନ୍ଦିଘୋଷ । ଭକ୍ତଙ୍କ ଉତ୍କଣ୍ଠା ଭରି ରହିଛି ମହାପ୍ରଭୁଙ୍କ ରଥ ଟାଣିବା ପାଇଁ ।
ଆରମ୍ଭ ହେଲା ରଥଟଣା
ନନ୍ଦିଘୋଷ ବ୍ୟୁରୋ: ଆରମ୍ଭ ହେଲା ରଥଟଣା । ବଡ଼ଦାଣ୍ଡରେ ଗଡ଼ିଲା ବଳଭଦ୍ରଙ୍କ ତାଳଧ୍ବଜ ରଥ । ଘଣ୍ଟଘଣ୍ଟା ହୁଳହୁଳିରେ ପ୍ରକମ୍ପିତ ହେଉଛି ଗଗନ ପବନ । ବଳଭଦ୍ରଙ୍କ ପରେ ସୁଭଦ୍ରା ରଥଟଣା ଟଣା ହେବ । ଶେଷରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷକୁ ଟାଣିବା ପାଇଁ ଚାହିଁ ରହିଛନ୍ତି ଭକ୍ତ ।
ଛେରା ପହଁରା କରୁଛନ୍ତି ଗଜପତି ମହାରାଜ
ନନ୍ଦିଘୋଷ ବ୍ୟୁରୋ: ତିନି ରଥରେ ଛେରା ପହଁରା କରୁଛନ୍ତି ଗଜପତି ମହାରାଜ । ନୀତିକାନ୍ତି ରଥଯାତ୍ରା ଚାଲିଥିବାବେଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗିଛି ।
ପାକିସ୍ତାନ ଯିବନି ଟିମ୍ ଇଣ୍ଡିଆ, ବଦଳିପାରେ ଚାମ୍ପିୟନ୍ସ ଟ୍ରଫି ସୂଚୀ
ନନ୍ଦିଘୋଷ ବ୍ୟୁରୋ: ଟି-୨୦ ବିଶ୍ବକପ ପରେ ଆଇସିସି ପକ୍ଷରୁ ପରବର୍ତ୍ତୀ ଟୁର୍ଣ୍ଣାମେଣ୍ଟ ପାଇଁ ଆୟୋଜନ ଜାରି ରହିଛି । ଆସନ୍ତାବର୍ଷ ଫେବୃୟାରୀ ମାସରୁ ଖେଳାଯିବାକୁ ଯାଉଛି ଚାମ୍ପିୟନ୍ସ ଟ୍ରଫି । ଯାହାକୁ ଆୟୋଜନ କରିବାକୁ ଯାଉଛି ପାକିସ୍ତାନ । ତେବେ ଟିମ ଇଣ୍ଡିଆ ପାକିସ୍ତାନ ଯିବନାହିଁ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଥିବା ଏକ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଉଭୟ ଦେଶ ମଧ୍ୟରେ ସମ୍ପର୍କ ନଥିବାରୁ ଭାରତ ପାକିସ୍ତାନ ଯିବନି ବୋଲି କୁହାଯାଉଛି । ଯେଉଁ କାରଣରୁ ଉଭୟ ଦେଶ ମଧ୍ୟରେ କୌଣସି ଦ୍ବିପାକ୍ଷିକ ସିରିଜ ମଧ୍ୟ ଖେଳାଯାଉନାହିଁ । ଭାରତ ୨୦୦୮ ମସିହା ପରଠାରୁ ପାକିସ୍ତାନ ଗସ୍ତରେ ଭାରତ ଟିମ ଯାଇନାହିଁ । ଅନ୍ୟପଟେ ୨୦୧୨-୧୩ ମସିହାରେ ଶେଷଥର ପାଇଁ ଦ୍ବିପାକ୍ଷିକ ମ୍ୟାଚ ଖେଳାଯାଇଥିଲା ।
ତେବେ ଉଭୟ ଦଳ କେବଳ ଆଇସିସିର ବଡ଼ ଟୁର୍ଣ୍ଣମେଣ୍ଟରେ ସାମନା ସାମନି ହୋଇଥାନ୍ତି । ପାକିସ୍ତାନ ଏସିଆ କପ ଆୟୋଜନ କରିଥିବାବେଳେ ଭାରତୀୟ ଦଳ ଯାଇନଥିଲା । ଫଳରେ ଶ୍ରୀଲଙ୍କାରେ ଭାରତୀୟ ଦଳର ମ୍ୟାଚ ଗୁଡ଼ିକ ଅନୁଷ୍ଠିତ ହୋଇଥିଲା । ଏଣୁ ଏବେ ପୁଣି ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନ ଆୟୋଜନ କରୁଥିବାବେଳେ ଭାରତ ନଯିବାକୁ କହିଛି । ଏଣୁ ଭାରତର ମ୍ୟାଚ ଗୁଡ଼ିକ କେଉଁଠି ଆୟୋଜିତ ହେବ ତାହା ଚର୍ଚ୍ଚାର ବିଷୟ । ତେବେ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ପାଇଁ ସିଡ୍ୟୁଲ କରିଥିବାବେଳେ ଏବେ ବଦଳାଯିବ ବୋଲି ମଧ୍ୟ କୁହାଯାଉଛି । ଆଗାମି ଦିନରେ ଶ୍ରୀଲଙ୍କାରେ ଆଇସିସି ପକ୍ଷରୁ ଏକ ବୈଠକ ହେବାକୁ ଥିବାବେଳେ ଏଥିରେ ସ୍ପଷ୍ଠ କରାଯାଇପାରେ ।
ରଥରେ ବିଜେ କଲେ ତିନି ଠାକୁର
ନନ୍ଦିଘୋଷ ବ୍ୟୁରୋ: ସରିଲା ମହାପ୍ରଭୁଙ୍କ ପହଣ୍ଡି ବିଜେ । ତିନି ରଥରେ ବିରାଜମାନ କଲେ ଠାକୁର । ଭକ୍ତଙ୍କ ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହୋଇ ଉଠୁଛି ବଡ଼ଦାଣ୍ଡ । ଭକ୍ତଙ୍କ ଜନସମୁଦ୍ର ମଧ୍ୟରେ ଜୟ ଜଗନ୍ନାଥ ଧ୍ବନିରେ ଗଗନ, ପବନ ପୁଲକିତ ହୋଇ ଉଠୁଛି । ସମସ୍ତଙ୍କ ମୁଖରେ ଠାକୁରଙ୍କ ନାମ । ମହାପ୍ରଭୁଙ୍କ ନୀତିକାନ୍ତି ସରିବା ସହ ତିନି ରଥରେ ବିଜେ କରିବା ପରେ କିଛି ସମୟ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଛେରା ପହଁରା ।
ରଥଯାତ୍ରାର ଅଭିନନ୍ଦନ ଜଣାଇ ଏମିତି କହିଲେ ବିରେନ୍ଦ୍ର ସେହୱାଗ
ନୂଆଦିଲ୍ଲୀ: ରଥ ଦଉଡିକୁ ଛୁଇଁବ ଆମ ଦୁଇ ହାତ ଆଉ ଆମ ଜୀବନ ଦଉଡି ପ୍ରଭୁ ଜଗନ୍ନାଥଙ୍କ ହାତରେ । ରଥଯାତ୍ରା ଉପଲକ୍ଷେ ଏମିତି କିଛି ଟ୍ବିଟ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ । ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ସମଗ୍ର ଦେଶରୁ ଛୁଟିଛି ଶୁଭେଚ୍ଛାର ସୁଅ । ଏଥିରୁ ବାଦ୍ ପଡିନି କ୍ରିକେଟ ଜଗତ । ସେହୱାଗଙ୍କ ଟ୍ବିଟକୁ ଖବର ଲେଖାହେବା ସୁଦ୍ଧା ୬ ହଜାରରୁ ଉର୍ଦ୍ଧ୍ବ ଲୋକେ ଲାଇକ କରିଛନ୍ତି । ସେହିପରି ପାଖାପାଖି ୫୦୦ ଲୋକେ ଏହି ପୋଷ୍ଟକୁ ରିପୋଷ୍ଟ କରୁଛନ୍ତି ।
ଆଜିଠୁ ନବଦିନାତ୍ମକ ଯାତ୍ରାରେ ତିନି ଠାକୁର । ଘୋଷଯାତ୍ରାରେ ବାହାରି ମାଉସୀ ଘର ଯିବେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସହ ଭାଇ ଶ୍ରୀ ବଳଭଦ୍ର ଓ ମା ସୁଭଦ୍ରା । ମହାପ୍ରଭୁ ସମସ୍ତଙ୍କ ଉପରେ କୃପା ବର୍ଷାଉଥାନ୍ତୁ ବୋଲି ଜଗନ୍ନାଥପ୍ରେମୀ ସୋସିଆଲ ମିଡିଆରେ ଶୁଭକାମନା ଜଣାଇଛନ୍ତି ।
ସେହିପରି ପବିତ୍ର ରଥଯାତ୍ରା ଉପଲକ୍ଷେ ରାଜ୍ୟ ତଥା ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସାଂସଦ । ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ରଥଯାତ୍ରାର ଶୁଭକାମନା ଜଣାଇଛନ୍ତି । ଦେଶବାସୀଙ୍କ ଉପରେ ମହାପ୍ରଭୁ ଅପାର କରୁଣା ବର୍ଷାନ୍ତୁ ବୋଲି ସେ କାମନା କରିଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
ବଡଦାଣ୍ଡରେ ରିକ୍ସାରେ ବୁଲୁଛନ୍ତି ଶିବ ପାର୍ବତୀ, ଗନ୍ଧର୍ବ ନୃତ୍ୟ ଦେଖିବାକୁ ଭିଡ
ପୁରୀ: ବଡ଼ଦାଣ୍ଡରେ ରିକ୍ସାରେ ବୁଲୁଛନ୍ତି ଶିବ ଓ ପାର୍ବତୀ । ହାତରେ ରହିଛି ତ୍ରିଶୂଳ ଓ ଡମ୍ବୁରୁ । ଏକ କୌତୁହଳ ଦୃଶ୍ୟ ଦେଖିବାକୁ ମିଳିଛି ରଥ ଦାଣ୍ଡରେ ।ରିକ୍ସାରେ ବୁଲି ବୁଲି ଆଶୀର୍ବାଦ ଦେଉଛନ୍ତି କଟକରୁ ଆସିଥିବା ଯୁବକ ଜଣକ।
ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ଦେଖିବାକୁ ସାରା ବିଶ୍ବରୁ ଭକ୍ତଙ୍କ ସୁଅ ଛୁଟି ଥିବାବେଲେ ଶିବ ପାର୍ବତୀଙ୍କ ବେଶରେ ଥିବା ଏହି ଦୁଇ ଜଣକ ପାଖରେ ଜମୁଛି ଭିଡ। ଶିବ ପାର୍ବତୀଙ୍କ ସହିତ ଟିକେ ସେଲ୍ଫି ନେବା ପାଇଁ ଲାଗିଛି ପ୍ରତିଯୋଗିତା।
ସେହିପରି ଦୀର୍ଘ ୩୦ ବର୍ଷ ଧରି ମହାପ୍ରଭୁଙ୍କ ସମ୍ମୁଖରେ ଗନ୍ଧର୍ବ ନୃତ୍ୟ ପରିବେଷଣ କରୁଛନ୍ତି ପୁରୀ ନାୟକପାଟଣା ଅଞ୍ଚଳର ଯୁବକ । ପ୍ରତିବର୍ଷ ରଥଯାତ୍ରା କୁ ସେ ଚାହିଁ ରହିଥାଆନ୍ତି। କେବେ ହେବ ରଥଯାତ୍ରା ଆଉ ତାଙ୍କୁ ସେ ସୁଯୋଗ ମିଳିବ। କୋଟି ବ୍ରହ୍ମାଣ୍ଡର ଠାକୁର କାଳିଆ ସାଆନ୍ତଙ୍କ ସମ୍ମୁଖରେ ଗନ୍ଧର୍ବ ନୃତ୍ୟ ପରିବେଷଣ କରିବେ। ତାଙ୍କର କହିବା କଥା ଏହି ଗନ୍ଧର୍ବ ନୃତ୍ୟକୁ ଲୋକେ ଭୁଲି ଗଲେଣି। ଧୀରେ ଧୀରେ ଏହା ଲୋପ ବି ପାଇ ଯାଉଛି ହେଲେ ସେ କିନ୍ତୁ ଏହାକୁ ଆଜି ବଞ୍ଚାଇ ରଖିଛନ୍ତି । ଆଉ କାଳିଆ ଠାକୁରଙ୍କ ସମ୍ମୁଖରେ ନୃତ୍ୟ ପରିବେଷଣ କରି ବେଶ ଖୁସି ଅଛନ୍ତି।
ବଡଦାଣ୍ଡରେ କଡନ୍ ଭିତରେ ନ ନାଚି ଦୁଃଖ ପ୍ରକାଶ କଲେ ହନୁମାନ ବେଶଧାରୀ
ପୁରୀ: ଝାଞ୍ଜ ମୂର୍ଦଙ୍ଗରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର ଧାମ। ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟି ଥିବା ବେଳେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ହନୁମାନ। ଦୁଇ ହନୁମାନ ଜୟ ଶ୍ରୀରାମ ଧ୍ବନିରେ ନିଜକୁ ହଜାଇ ଦେଇଛନ୍ତି । ସାଲେପୁର ଅଞ୍ଚଳରୁ ଆସିଥିବା ଦୁଇ ହନୁମାନ ବେଶଧାରୀ ଯୁବକ ପୁରୀ ବଡଦାଣ୍ଡରେ ପହଞ୍ଚିଛନ୍ତି ।
କଡନ ଭିତରେ ଏଥର ନୃତ୍ୟ ନ କରିବା ଫଳରେ ହନୁମାନଙ୍କୁ ଗଭୀର ଆଘାତ ଲାଗିଛି । ଭାରି ମନ ଦୁଃଖ ହେଉଛି ସବୁ ବର୍ଷ କାଳିଆ ସାଆନ୍ତ ପାଖରେ ଆମେ ହନୁମାନ ବେଶରେ ନୃତ୍ୟ କରୁ ଏଥର କଣ ହୋଇଛି କେଜାଣି ହଟିଆ ଠାକୁର କଣ ହଟ କରିଛନ୍ତି, ଯେ ପ୍ରଶାସନ କଡନ ଭିତରକୁ କାହାକୁ ପୁରାଇ ଦେଉନାହି ।
ଆମେ ଚାହିଁଛୁ ଶ୍ରୀ ନଅର ଭିତରୁ କେତେବେଳେ ସେ ବାହାରିବେ, କେତେବେଳେ ତାଙ୍କ ଚକା ନୟନ ଆମ ଉପରେ ପଡ଼ିବ। ଏମିତି ଭାବବିହ୍ବଳ କଣ୍ଠରେ ସାଲେପୁରରୁ ଆସିଥିବା ହନୁମାନ ବେଶ ଧାରୀ ଦୁଇ ବନ୍ଧୁ କହିଛନ୍ତି। ସେମାନେ ୧୦ ବର୍ଷରୁ ଅଧିକ ହେବ ହନୁମାନ ବେଶରେ ପୁରୀ କୁ ଧାଇଁ ଆସନ୍ତି ଆଉ ନୃତ୍ୟ ପରିବେଷଣ କରନ୍ତି।
କେକ୍ କୁ ନେଇ ସନ୍ଦେହରେ ଧୋନୀ, ଜନ୍ମଦିନ ପାଳିବା ପରେ ପତ୍ନୀଙ୍କୁ ପଚାରିଲେ ଏମିତି
ମୁମ୍ବାଇ: ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଜୁଲାଇ ୭ରେ ନିଜ ଜନ୍ମଦିନ ପାଳିଛନ୍ତି । ପତ୍ନୀ ସାକ୍ଷୀଙ୍କ ସହ ସେ କେକ କାଟୁଥିବା ଭିଡିଓ ଏବେ ଭାଇରାଲ ହେଉଛି । ୪୩ତମ ଜନ୍ମଦି୍ନ ସେଲିବ୍ରେଟ କରୁଥିବା ସମୟରେ ଧୋନୀ ଅଚାନକ ଏକ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ଶୁଣିବା ପରେ ସେ ଚିନ୍ତାମୁକ୍ତ ହୋଇଥିଲେ ।
ଜୁଲାଇ ୭, ୧୯୮୧ ରେ ଝାଡଖଣ୍ଡର ରାଞ୍ଚିରେ ଜନ୍ମିତ ମହେନ୍ଦ୍ର ସିଂ ଧୋନୀ ଏହି ସହରରୁ ଭାରତୀୟ ଟିମର ଅଧିନାୟକ ପର୍ଯ୍ୟନ୍ତ ଯାତ୍ରା ଆରମ୍ଭ କରିଥିଲେ । ଗତ ୧୫ ଅଗଷ୍ଟ ୨୦୨୦ରେ ଏହି ଖେଳାଳୀ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ । ୪ ବର୍ଷ ପରେ ବି ଧୋନୀଙ୍କ ପ୍ରଶଂସକଙ୍କ ସଂଖ୍ୟା ସେହିଭଳି ରହିଛି ।
ଧୋନୀଙ୍କ ଜନ୍ମଦିନ ସର୍ବଦା ତାଙ୍କ ପ୍ରଶଂସକଙ୍କ ପାଇଁ ଖାସ୍ ହୋଇଥାଏ । ପତ୍ନୀ ସାକ୍ଷୀଙ୍କ ସହ କେକ କାଟୁଥିବାର ଭିଡିଓ ନିଜ ଇନଷ୍ଟାଗ୍ରାମ ପେଜ୍ରେ ସେ ସେୟାର କରିଛନ୍ତି । ଏହି ଭିଡିଓରେ ଧୋନୀ କେକ କାଟି ସାରି ସାକ୍ଷୀଙ୍କୁ ଖୁଆଉଛନ୍ତି । ଭିଡିଓ ଶେଷରେ ଧୋନୀ ଏକ ପ୍ରଶ୍ନ ପଚାରୁଥିବା ଶୁଣିବାକୁ ମିଳୁଛି । ଧୋନୀ ସାକ୍ଷୀଙ୍କୁ କେକ ଖୁଆଇବା ପରେ ସଙ୍ଗେସଙ୍ଗେ ପଚାରୁଛନ୍ତି ଯେ ଏହି କେକ ଏଗ୍ଲେସ୍ ତ ? ଏହାର ଉତ୍ତର ଶୁଣିବା ପରେ ଧୋନୀଙ୍କ ଚେହେରାରେ ଖୁସି ଦେଖିବାକୁ ମିଳିଛି ।

