spot_img
Home Blog Page 1919

ଆସିଲା ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ନଜର ପକାନ୍ତୁ କାହାକୁ କେଉଁଠୁ ମିଳିଲା ଟିକେଟ

ନନ୍ଦିଘୋଷ ବ୍ୟୁରୋ: ପ୍ରକାଶ ପାଇଲା ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୯ ଜଣ ବିଧାନସଭା ପ୍ରାର୍ଥୀ ଓ ବାଲେଶ୍ବର ଲୋକସଭା ପ୍ରାର୍ଥୀ ନାଁ ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନଜର ପକାନ୍ତୁ କାହାକୁ କେଉଁ ଆସନ କାହାକୁ ମିଳିଲା ଟିକେଟ ।

ଲକ୍ଷ୍ମୀପୁର- ପ୍ରଭୁ ଜାନୀ

ପାରାଦୀପ- ଗୀତାଞ୍ଜଳି ରାଉତରାୟ

ରେଢାଖୋଲ- ରୋହିତ ପୂଜାରୀ

ତେଲକୋଇ- ମାଧବ ସର୍ଦ୍ଦାର

ତାଳଚେର- ବ୍ରଜ କିଶୋର ପ୍ରଧାନ

ନର୍ଲା – ମନୋରମା ମହାନ୍ତି

ବାଲିଗୁଡା- ଚକ୍ରମଣି କହଁର

ଭୁବନେଶ୍ବର( ମଧ୍ୟ)- ଅନନ୍ତ ନାରାୟଣ ଜେନା

 

ବାଲେଶ୍ବର ଲୋକସଭା ପ୍ରାର୍ଥୀ – ଲେଖାଶ୍ରୀ ସାମନ୍ତସିଂହାର

 

 

ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବିଜେପି ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ

ପୁରୀ: ମିଛ କହୁଛନ୍ତି ପୁରୀ ବିଜେପି ବିଧାୟକ ପାର୍ଥୀ ଜୟନ୍ତ ଷଡଙ୍ଗୀ । ପୁରୀରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ୫ ବର୍ଷ ମଧ୍ୟରେ ଜୟନ୍ତ କରିଥିବା ନେଇ ବାହାସ୍ପଟ ମାରୁଥିବା ବେଳେ ଏହାକୁ ବିରୋଧୀ ନିନ୍ଦା କରିଛନ୍ତି  l ପରିକ୍ରମା ପ୍ରକଳ୍ପ, ଶ୍ରୀସେତୁ, ସ୍ୱର୍ଗଦ୍ୱାର ଉନ୍ନତିକରଣ, ଷ୍ଟାଡିୟମ ଓ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପଛରେ ରହିଛି ରାଜ୍ଯ ସରକାରଙ୍କ ଅବଦାନ । ବିକାଶକୁ ବିରୋଧ କରି ଆସୁଥିବା ସମ୍ବିତ ଓ ଅପରାଜିତାଙ୍କ ସହ ଜୟନ୍ତ କିଭଳି ନେତୃତ୍ୱ ନେଇଥିଲେ ତାହା କାହାକୁ ଅଛପା ନାହିଁ ବୋଲି କହିଛି ବିଜେଡି । ମିଛ ବାରାସ୍ଫୋଟ ମାରି ରାଜନୀତି କଲେ ଲୋକ ଉଚିତ ଜବାବ ଦେବେ ବୋଲି କହିଛି ଦଳ।

ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବିଜେପି ପ୍ରାର୍ଥୀ । ଲିଫଲେଟ୍ ଦେଖାଇ ମାରୁଛନ୍ତି ବାହାସ୍ଫୋଟ । ହେଲେ ସବୁ ବୁଝିଛନ୍ତି ଭୋଟର । ଲୋକଙ୍କୁ ଠକିଲେ ମିଳିବ ଉଚିତ ଜବାବ । ପୁରୀ ବିକାଶ ନେଇ ରାଜ୍ୟସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ-ଟି ଅଧକ୍ଷଙ୍କ ଅବଦାନ ଅବିସ୍ମରଣୀୟ  l ପରିକ୍ରମା ପ୍ରକଳ୍ପ ସମେତ ସ୍ୱର୍ଗଦ୍ୱାର ଉନ୍ନତିକରଣ, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ, ଆନ୍ତର୍ଜାତୀୟ ବିମାନ ବନ୍ଦର କରିବା ପଛରେ ସରକାରଙ୍କର ରହିଛି ଯଥେଷ୍ଟ ଅବଦାନ । ଗତ ୫ ବର୍ଷ ମଧ୍ୟରେ ହୋଇଥିବା ପୁରୀରେ ବିକାଶ, ତାଙ୍କ ଯୋଗୁଁ ସମ୍ଭବ ହୋଇଥିବା ଦାବି କରିଛନ୍ତି ବିଧାୟକ ଥିବା ଜୟନ୍ତ ଷଡ଼ଙ୍ଗୀ । ଏ ନେଇ ସେ ସ୍ୱତନ୍ତ୍ର ଲିଫ୍ଟଲେଟ ପ୍ରସ୍ତୁତ କରି ଲୋକଙ୍କୁ ଭେଟୁଛନ୍ତି । ପରିକ୍ରମା ପ୍ରକଳ୍ପକୁ ଯେଉଁମାନେ ବିରୋଧ କରୁଥିଲେ ତାଙ୍କ ସହ ଜୟନ୍ତ ଷଡଙ୍ଗୀ ଙ୍କ ସହଯୋଗ ରହିଥିଲା । ଏହାକୁ ଭୋଟର ଭଲଭାବେ ବୁଝି ସାରିଛନ୍ତି । ତେଣୁ ମିଛ କହି ଲୋକଙ୍କୁ ଭୁଆଁ ବୁଲାଇଲେ ନିର୍ବାଚନରେ ଉଚିତ ଜବାବ ମିଳିବ ବୋଲି କହିଛନ୍ତି ବିଜେଡିର ପୂର୍ବତନ ନଗରପାଳ ।

ବିଜେପି ପକ୍ଷରୁ ଏଭଳି ମିଛ ଲିଫ୍ଟଲେଟ ପୁରୀ ସହରରେ ବଣ୍ଟାଯିବା ଘଟଣାକୁ   ଜାଣିଛନ୍ତି ପୁରୀ ସହରବାସୀ  l ପ୍ରତ୍ୟକ ଦିନ ବଡି ଭୋର ରୁ ଫାଇଭ-ଟି ଅଧ୍ଯକ୍ଷ ପୁରୀ ଆସି ବିକାଶ ମୂଳକ କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ l ବିକାଶ ପାଇଁ ଆଗାମୀ ନିର୍ବାଚନରେ ଶ୍ରୀକ୍ଷେତ୍ରବାସୀ  ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରାଇବେ ବୋଲି ମନସ୍ଥ କରିଛନ୍ତି  l ଲୋକଙ୍କୁ ମିଛ କହି ଭ୍ରମିତ କରିବାକୁ ବିଜେପିର ପ୍ରଚେଷ୍ଟାକୁ ପୁରୀ କେବେବି ସମର୍ଥନ କରିବେ ନାହିଁ ବୋଲି କହିଛନ୍ତି ବିଜେଡି ନେତା ।

 

ଚନ୍ଦନେଶ୍ଵର ପୀଠରେ ଜମୁଛି ଚଡ଼କ ଯାତ୍ରା

ବାଲେଶ୍ବର: ଚନ୍ଦନେଶ୍ଵର ପୀଠରେ ଧୁମଧାମରେ ଚାଲିଛି ଚଡକ ଯାତ୍ରା । ଆଜି ନୀଳପର୍ବ । ହର ଓ ପାର୍ବତୀଙ୍କ ଚଳନ୍ତି ପ୍ରତିମା ସ୍ଥମ୍ବି କାଠ ନୀଳ ପୋଖରୀରୁ ଉଠାଇ ବେଢା ପରିକ୍ରମା କରୁଛନ୍ତି ଭକ୍ତ । ଭକ୍ତଙ୍କ କାନ୍ଧରେ ବାବା ଚନ୍ଦନେଶ୍ଵର ଓ ମା ପାର୍ବତୀଙ୍କ ଶୋଭାଯାତ୍ରା ଦୃଶ୍ଯ ସମସ୍ତଙ୍କୁ କରୁଛି ବିମୋହିତ । ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଛି ।

ଚଡ଼କ ଯାତ୍ରାରେ ଜନ ସମୁଦ୍ର । ବାବା ଚନ୍ଦନେଶ୍ଵରଙ୍କ ଭକ୍ତିରେ ଭିଜୁଛନ୍ତି ଭକ୍ତ। ବାବାଙ୍କ ଆଶୀର୍ବାଦ ପାଇଁ ବ୍ୟାକୁଳ ଶ୍ରଦ୍ଧାଳୁ । ଚନ୍ଦନେଶ୍ଵର ପୀଠରେ ଚାଲିଛି ନୀଳପର୍ବ ନୀତିକାନ୍ତି । ସୃଷ୍ଟି ହେଉଛି ଭକ୍ତିମୟ ପରିବେଶ । ହର ପାର୍ବତୀଙ୍କ ଚଳନ୍ତି ପ୍ରତିମା ସ୍ଥମ୍ଵିକାଠକୁ ଭକ୍ତମାନେ କାନ୍ଧରେ ଧରି ଡୁବ ପକାଉଛନ୍ତି ନୀଳ ପୋଖରୀରେ । ଦୃଶ୍ଯକୁ ଦେଖି ବିମୋହିତ ହେଉଛନ୍ତି ହଜାର ହଜାର ଭକ୍ତ । ପୁଣି ସ୍ଥମ୍ବିକାଠକୁ ଭକ୍ତମାନେ ଝୁଲାଇ ଝୁଲାଇ, କାନ୍ଧରେ ଧରି ବାବା ଚନ୍ଦନେଶ୍ଵରଙ୍କ ମନ୍ଦିର ପରିକ୍ରମା କରାଉଛନ୍ତି । କାନ୍ଧରେ ହର-ପାର୍ବତୀଙ୍କ ଚଳନ୍ତି ପ୍ରତିମା , ଆଉ ମୁହଁରେ ବାବା ଚନ୍ଦନେଶ୍ଵରଙ୍କ ଧ୍ବନି। ହଜାର ହଜାର ଭକ୍ତଙ୍କ ମେଳିରେ ଚାଲିଛି ବାବାଙ୍କ ନୀଳପର୍ବ ।

ମନ୍ଦିରର ପଶ୍ଚିମ ଦ୍ବାରରେ ଆବିର୍ଭାବ ହୋଇଛନ୍ତି ବାବା ଚନ୍ଦନେଶ୍ଵର ଓ ମା’ ପାର୍ବତୀ। ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ନୀଳ ପୋଖରୀରେ ବିରାଜମାନ କଲେ ଚଳନ୍ତି ପ୍ରତିମା ସ୍ଥମ୍ବି କାଠ। ସମୁଦ୍ର ମନ୍ଥନରୁ ବାହାରିଥିବା ହଳାହଳ ବିଷକୁ ପାନକରି ନୀଳକଣ୍ଠ ପାଲଟିଥିବା ମହାଦେବ ନୀଳ ପୋଖରୀରେ ବର୍ଷ ତମାମ ଜଳାସନରେ ରହିଥାନ୍ତି । ଆଜି ସେହି ସ୍ଥମ୍ବି କାଠକୁ ଭକ୍ତ ସ୍ପର୍ଶ କରୁଥିବାରୁ ନୀଳକଣ୍ଠ ଭକ୍ତର ଶରୀରରେ ଥିବା ସମସ୍ତ ବିଷକୁ ହରଣ କରି ନେଉଥିବା ନେଇ ରହିଛି ବିଶ୍ଵାସ ।

ଲୋଇସିଂହା ନିର୍ବାଚନ ମଣ୍ଡଳୀରୁ ଏଥର କିଏ ଜିତିବ ?

ବଲାଙ୍ଗୀର: ବଲାଙ୍ଗିର ଜିଲ୍ଲାର ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ଲୋଇସିଂହା ନିର୍ବାଚନ ମଣ୍ଡଳୀ । ସରଗରମ ହେବାରେ ଲାଗିଛି ନିର୍ବାଚନୀ ପ୍ରଚାର । ଏଠାରେ ଅଛନ୍ତି ୨ ଲକ୍ଷ ୪୪ ହଜାର ୩୯୭ ଜଣ ଭୋଟର । ଚଳିତ ନିର୍ବାଚନରେ ତ୍ରିମୁଖୀ ଲଢେଇ ହେବା ନେଇ ଆଶା ରଖିଛନ୍ତି ଭୋଟର । ବିଜେଡି ପକ୍ଷରୁ ଜୋରଦାର ଚାଲିଛି ନିର୍ବାଚନୀ ପ୍ରଚାର । ସେପଟେ ଟକ୍କର ଦେବାକୁ ପ୍ରସ୍ତୁତ ଅଛନ୍ତି ଦୁଇ ଦଳ ବିଜେପି ଓ କଂଗ୍ରେସ । ଜୋର ଧରିଛି ଅଙ୍କକଷା । ଏଥର ନିର୍ବାଚନରେ ଏଠି ବିକାଶ ହିଁ ସାଜିବ ପ୍ରମୁଖ ମୁଦ୍ଦା ।

ଲୋଇସିଂହା ନିର୍ବାଚନ ମଣ୍ଡଳୀରୁ ଏଥର କିଏ ଜିତିବ, ତାକୁ ନେଇ ଚର୍ଚ୍ଚା । ବଲାଙ୍ଗୀରଜିଲ୍ଲାର ଲୋଇସିଂହା ,ଆଗଲପୁର ଓ ପୁଇଁନ୍ତଳା ବ୍ଲକକୁ ନେଇ ଗଠିତ ଏହି ବିଧାନସଭା ନିର୍ବାଚନ ମଣ୍ଡଳୀ ୧୯୫୭ ମସିହାରେ ଗଠିତ ହୋଇଛି  । ଏଠାରେ ଅଛନ୍ତି ୨ ଲକ୍ଷ ୪୪ ହଜାର ୩୯୭ ଜଣ ଭୋଟର । ପୁରୁଷ ଭୋଟର ଙ୍କ ସଂଖ୍ୟା ୧ ଲକ୍ଷ ୨୩ ହଜାର ୭୬୦ ଜଣ । ମହିଳା ଭୋଟର ହେଲେ ୧ ଲକ୍ଷ ୧୯ ହଜାର ୩୫୯ ଜଣ । ଅନ୍ଯାନ୍ଯ ଭୋଟର ହେଲେ ମାତ୍ର ୪୧ ଜଣ । ସମୁଦାୟ ଭୋଟରଙ୍କ ମଧ୍ଯରୁ ୨ ହଜାର ୬୯୫ ଜଣ ଭିନ୍ନକ୍ଷମ ଭୋଟର ଥିବାବେଳେ ନୂତନ ଭୋଟର ହେଲେ ୬ ହଜାର ୪୮୧ ଜଣ ।

ଭୋଟରଙ୍କ ମନ ଜିଣିବା ପାଇଁ ସବୁଦଳ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ଏଠାରେ ବିଜେପି ଓ କଂଗ୍ରେସ ପ୍ରଚାର ଆରମ୍ଭ କରିନଥିବା ବେଳେ ବିଜେଡି ତାର ପ୍ରଚାରକୁ ଜୋରଦାର କରିଛି । ଲୋଇସିଂହା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନତି ମୂଳକ କାମକୁ ନେଇ ବିଜେଡି ପ୍ରାର୍ଥୀ ନିହାର ରଞ୍ଜନ ବେହେରା ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ମୁକେଶ ମହାଲିଙ୍ଗ କେନ୍ଦ୍ର ସରକାରଙ୍କ ବିକାଶକୁ ଆଧାର କରି ରଣାଙ୍ଗନକୁ ଓହ୍ଲାଇବେ । କଂଗ୍ରେସ ପ୍ରାର୍ଥୀ ଓମ ପ୍ରକାଶ କୁମ୍ଭାର ବେରୋଜଗାର, ସ୍ଥାନୀୟ ସମସ୍ଯାକୁ ନେଇ ମଇଦାନକୁ ଓହ୍ଳାଇବେ ବୋଲି କହିଛନ୍ତି ।

ଏହି ନିର୍ବାଚନମଣ୍ଡଳୀରେ ସଂରକ୍ଷିତ ହେବା ପରେ ପ୍ରତି ନିର୍ବାଚନରେ ନୁଆ ଚେହେରା ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନସଭା ଯାଇଛନ୍ତି । ୨୦୦୯ ମସିହା ନିର୍ବାଚନରେ ବିଜେଡି ପ୍ରାର୍ଥୀ ରମାକାନ୍ତ ସେଠ ୪୯ ହଜାର ୯୫୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ସେହିଭଳି କଂଗ୍ରେସ ପ୍ରାର୍ଥୀ  ପାଣ୍ଡବ କୁମ୍ଭାର ୪୫ ହଜାର ୫୬୬ ଖଣ୍ଡ ଭୋଟ, ବିଜେପି ପ୍ରାର୍ଥୀ ମଘା କୁମ୍ଭାର ୩୮ ହଜା ୨୬୧ ଖଣ୍ଡ ଭୋଟ ପାଇଥିଲେ । ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ  ଯୋଗେନ୍ଦ୍ର ବେହେରା ୬୪ ହଜାର ୩୪୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ପାଣ୍ଡବ କୁମ୍ଭାର ୪୧ ହଜାର ୪୮୬ ଖଣ୍ଡ ଭୋଟ ଓ ବିଜେପି ପ୍ରାର୍ଥୀ ପରମାନନ୍ଦ ସେଠ ୩୮୭୩୨ ଖଣ୍ଡ ଭୋଟ ପାଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ମୁକେଶ ମହାଲିଙ୍ଗ ବିଜୟୀ ହୋଇଥିଲେ । ସେ ୭୧ ହଜାର ୨୬୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ପ୍ରଦୀପ ବେହେରା ୫୭ ହଜାର ୫୯୩ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଚଳିତ ସାଧାରଣ ନିର୍ବାଚନ ବେଶ ରୋଚକ ହେବ l ଲୋଇସିଂହା ଅଞ୍ଚଳ ବାସୀଙ୍କ ମତ ଅଞ୍ଚଳର ବିକାଶ ସାଙ୍ଗକୁ ଲୋକଙ୍କ ସୁଖଦୁଃଖ ରେ ଯିଏ ଠିଆ ହେବ ସେହିଭଳି ପ୍ରାର୍ଥୀକୁ ଭୋଟ ଦେବେ ବୋଲି କହିଛନ୍ତି ।

ନୀଳଗିରି ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୈତିକ ମାହୋଲ ସରଗରମ

ବାଲେଶ୍ଵର ଜିଲ୍ଲା ନୀଳଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଏକ ପ୍ରମୁଖ ନିର୍ବାଚନ ମଣ୍ଡଳୀ । ନୀଳଗିରି ବ୍ଲକର ୨୫ଟି ପଞ୍ଚାୟତ, ଔପଦା ବ୍ଲକର ୧୧ଟି ପଞ୍ଚାୟତ, ନୀଳଗିରି ବିଜ୍ଞାପିତ ଅଞ୍ଚଳବାଲେଶ୍ଵରପରିଷଦର ୧୩ ଗୋଟି ୱାର୍ଡ ଓ ବାହାନଗା ବ୍ଲକର ୪ ଗୋଟି ପଞ୍ଚାୟତକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀ । ଏଠାରେ ଅଛନ୍ତି ୨ ଲକ୍ଷ ୧୪ ହଜାର ୨୯୧ ଜଣ ଭୋଟର । ମହିଳା ଭୋଟର ହେଲେ ୧ ଲକ୍ଷ ୭ ହଜାର ୨୬୫ ଜଣ । ପୁରୁଷ ଭୋଟର ହେଲେ ୧ ଲକ୍ଷ ୭ ହଜାର ୧୯ ଜଣ । ତୃତୀୟ ଲିଙ୍ଗୀ ଭୋଟର ହେଲେ ମାତ୍ର ମାତ୍ର ୭ ଜଣ । ଜୋରଦାର ନିର୍ବାଚନୀ ପ୍ରଚାର କରୁଛନ୍ତି ୪ ପ୍ରମୁଖ ଦଳ । ଏହି ଆସନଟି ୨୦୦୪ ଓ ୨୦୦୯ରେ ବିଜେପି ଅକ୍ତିଆରରେ ଥିଲା । ୨୦୧୪ରେ ଏହା ବିଜେଡି ହାତକୁ ଯାଇଥିଲା । ପୁଣି ୨୦୧୯ ମସିହାରେ ଏବା ବିଜେପି ଅକ୍ତିଆରେ ଥିଲା । କିନ୍ତୁ ୨୦୨୪ ନିର୍ବାଚନକୁ ଦେଖିଲେ ବିକାଶ ହିଁ ପ୍ରମୁଖ ମୁଦ୍ଦା ରହିବ ବୋଲି ଚର୍ଚ୍ଚା ଜୋର ଧରିଛି ।

୨୦୦୦ ମସିହାରେ ବିଧାନସଭା ଆସନରୁ କମ୍ଯୁନିଷ୍ଟ ଦଳ ପ୍ରାର୍ଥୀ ପ୍ରଦୀପ୍ତ ପଣ୍ଡା ୪୯ ହଜାର ୧୩୭ ଖଣ୍ଡ ଭୋଟ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ଭାବେ ଦାମ ମହାପାତ୍ର ସ୍ଵାଧୀନ ଭାବେ ଲଢି ୩୧ ହଜାର ୪୦୨ ଖଣ୍ଡ ଭୋଟ ପାଇଥିଲେ । ବିଜେପି ପ୍ରାର୍ଥୀ ଶ୍ଯାମନନ୍ଦ ମହାପାତ୍ର ୨୨ ହଜାର ୯୨୪ ଖଣ୍ଡ ଭୋଟ , କଂଗ୍ରେସ ପ୍ରାର୍ଥୀ ସୁକୁମାର ନାୟକ ୧୨ ହଜାର ୫୫୧ ଖଣ୍ଡ ଭୋଟ ପାଇଥିଲେ । ପ୍ରଦୀପ୍ତ ପଣ୍ଡା ୧୭ ହଜାର ୭୩୫ ଖଣ୍ଡ ଭୋଟରେ ଦାମ ମହାପାତ୍ରଙ୍କୁ ହରାଇ ବିଜେତା ହୋଇଥିଲେ । ୨୦୦୪ ମସିହାରେ ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ୬୫ ହଜାର ୬୩୦ ଖଣ୍ଡ ଭୋଟ ପାଇ ବିଜେତା ହୋଇଥିଲେ ।

୨୦୦୯ ମସିହାରେ ପ୍ରତାପ ଷଡ଼ଙ୍ଗୀ  ସ୍ଵାଧୀନ ଭାବେ ଲଢି ୩୫ ହଜାର ୫୨୫ ଖଣ୍ଡ ଭୋଟ ପାଇ ଜିତିଥିଲେ। ୨୦୧୪ ମସିହାରେ ସୁକାନ୍ତ ନାୟକ ବିଜେଡ଼ି ଦଳରୁ ନୀଳଗିରିର ବିଧାୟକ ପାର୍ଥୀ  ଭାବେ ଲଢି ୫୦ ହଜାର ୫୧୪ ଭୋଟ ପାଇ ବିଜୟ ଲାଭ କରି ନୀଳଗିରି ବିଧାୟକ ହୋଇଥିଲେ। ପୁଣି ୨୦୧୯ରେ ଦଳ ପରିବର୍ତ୍ତନ କରି  ବିଜେପିର ଯୋଗଦେଇଥିଲେ ସୁକାନ୍ତ ଏବଂ ୬୯ ହଜାର ୫୧୭ ଖଣ୍ଡ ଭୋଟ ପାଇଥିବା ବେଳେ ସନ୍ତୋଷ ଖଟୁଆ ୬୭ ହଜାର ୯୪୦ , କଂଗ୍ରେସର  ମନୋଜା ମଞ୍ଜରୀ ଦେବୀ ୧୨ ହଜାର ୪୧୩ ଖଣ୍ଡ ଭୋଟ ପାଇଥିଲେ । ମାତ୍ର ୧ ହଜାର ୫୭୭ ଭୋଟରେ ବିଜେଡ଼ି ନେତା ସନ୍ତୋଷ ଖଟୁଆ ସୁକାନ୍ତଙ୍କଠାରୁ ପରାଜିତ ହୋଇଥିଲେ। ଚଳିତ ନିର୍ବାଚନରେ ବିଜେଡି ଦଳ ଅଧିକ ସୁଦୃଢ ହୋଇଛି। ଚଳିତ ନିର୍ବାଚନରେ ବିକାଶ ସାଙ୍ଗ ଲୋକଙ୍କ ସମସ୍ୟାର ସମାଧାନ ହିଁ ହେବ ମୁଖ୍ୟ ପ୍ରସଙ୍ଗ ।

ସ୍ଥାନୀୟ ଅଞ୍ଚଳର ବିକାଶର ପ୍ରସଙ୍ଗ ଚଳିତ ନିର୍ବାଚନରେ ଭୋଟରଙ୍କୁ ବେଶ୍ ପ୍ରଭାବିତ କରିବାରେ ସଫଳ ହେବ।  ରାଜ୍ଯ ସରକାରଙ୍କ ପକ୍ଷରୁ ଅଞ୍ଚଳରେ ଶିକ୍ଷା ,ସ୍ଵାସ୍ଥ୍ଯ ,ଗମନାଗମନ ,ପିଇବା ପାଣିଠୁ ଆରମ୍ଭ କରି ଶିକ୍ଷା କ୍ଷେତ୍ରରେ ଅନେକ ଉନ୍ନତିକରଣ ହୋଇଛି । ତେଣୁ ଚଳିତ ଥର ଲୋକଙ୍କ କହିବା ଅନୁସାରେ ବିକାଶ ଯେଉଁଠି ସମର୍ଥନ ସେଇଠି ବୋଲି ଚର୍ଚ୍ଚା ଜୋର ଧରିଛି ।

 

ଓମଫେଡ୍ ପକ୍ଷରୁ ବିଶ୍ବ ଛେନାପୋଡ଼ ଦିବସ ପାଳିତ

ଭୁବନେଶ୍ବର: ଓଡିଶା ରାଜ୍ୟ ଦୁଗ୍ଧ ଉତ୍ପାଦନ ସମବାୟ ସମିତି ଲିମିଟେଡ୍ ବା ଓମ୍ ଫେଡ୍ ପକ୍ଷରୁ ବିଶ୍ବ ଛେନାପୋଡ ଦିବସ ପାଳିତ ହୋଇଯାଇଛି। ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓମ୍ଫେଡର ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ ମୁଖ୍ଯ ଅତିଥି ଭାବରେ ଯୋଗ ଦେଇଥିଲେ। ସମଗ୍ର ଦେଶରେ ଏପ୍ରିଲ ୧୧ ତାରିଖ ଦିନ ପାଳିତ ହେଉଛି ବିଶ୍ବ ଛେନାପୋଡ ଦିବସ । ଏହି ଦିବସକୁ ଧୁମଧାମରେ ପାଳନ କରିବା ସହିତ ଓଡିଶାର ପାରମ୍ପାରିକ ଖାଦ୍ୟ ଛେନାପୋଡକୁ ସମଗ୍ର ବିଶ୍ବରେ ଆଦୃତ କରାଇବା ପାଇଁ ଓମ୍ ଫେଡ୍ ପକ୍ଷରୁ ପାଳିତ ହେଉଛି ଛେନାପୋଡ ଦିବସ ।ଏହାକୁ ସ୍ବାଦିଷ୍ଠ, ସାତ୍ବିକ ଖାଦ୍ୟ ଭାବେ ଗ୍ରହଣ କରାଯାଏ । ପାରମ୍ପାରିକ ଛେନାପୋଡ କିପରି ସ୍ବାଦିଷ୍ଟ, ସ୍ବାସ୍ଥ୍ୟକର ହେବା ସହ ଏହାର ଗୁଣାତ୍ମକମାନ ବଜାୟ ରହିପାରିବ, ସେ ସଂପର୍କରେ ଦକ୍ଷ ଓ ତାଲିମ ପ୍ରାପ୍ତ ଛେନାପୋଡ କାରିଗର ତଥା ପ୍ଲାଣ୍ଟ ପରିଚାଳକ ମୃତ୍ୟୁଞ୍ଜୟ କୁମାର ବର୍ଣନା କରିଥିଲେ ।

ଏଥିରେ କଣ କଣ ଏବଂ କେତେ ପରିମାଣର ଅନ୍ୟ ଉପଦାନ ମିଶିଲେ ତାହା ସ୍ବାଦିଷ୍ଟ ଓ ସ୍ବାସ୍ଥ୍ୟକର ହେବା ସହ ଗୁଣାତ୍ମକ ମାନ ବଜାୟ ରହିପାରିବ ସେ ସଂପର୍କରେ ବୁଝାଇଥିଲେ । ଖାଲି ସେତିକି ନୁହେଁ, ଉପସ୍ଥିତ ଅତିଥିମାନଙ୍କୁ ଓମ୍ ଫେଡ୍ ଦ୍ବାରା ପ୍ରସ୍ତୁତ ଛେନାପୋଡ ମଧ୍ୟ ଖାଇବାକୁ ଦିଆଯାଇଥିଲା । ଛେନାପୋଡର ଐତିହ ସଂପର୍କିତ ଏକ ବୃତଚିତ୍ର ପ୍ରଦର୍ଶିତ କରାଯାଇଥିଲା। ଗୋଷ୍ଠୀ ସହଭାଗିତାରେ ବିଶ୍ଵ ଛେନାପୋଡ ଦିବସକୁ ଧୁମଧାମରେ ପାଳନ କରିବା ପାଇଁ ଓମ୍ ଫେଡ୍ ପକ୍ଷରୁ ଆହ୍ବାନ ଦିଆଯାଇଛି । ପାରମ୍ପାରିକ ସ୍ବାଦ, ଗୋଷ୍ଠୀର ଆଗ୍ରହ ଆମର ଲକ୍ଷ୍ୟ ।  ଓମ୍ ଫେଡ୍ର ପ୍ରତ୍ୟେକ ଉତ୍ପାଦର ଗୁଣାତ୍ମକ ମାନ ଓ ଶୁଦ୍ଧତା ବଜାୟ ରଖିବା ସହ ସୁଲଭ ମୂଲ୍ୟରେ ଓଡିଶାର ଘରେ ଘରେ କିପରି ପହଞ୍ଚିଚ ସେ ଦିଗରେ ଉଦ୍ୟମ ଆରମ୍ଭ ହୋଇଛି I ଚାହିଦା ଯେତିକି ବୃଦ୍ଧି ପାଇବ, ଗ୍ରାମାଞ୍ଚଳ ଦୁଗ୍ଧଚାଷୀ ସମୂହର ଆର୍ଥିକ ବିକାଶ ସେହି ପରିମାଣରେ ବୃଦ୍ଧି ପାଇବ ବୋଲି କହିଛନ୍ତି ଓମ୍ଫେଡର  ପରିଚାଳନା ନିର୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି। ଏହି ଅବସରରେ ଓମ୍ଫେଡ୍ର ଦୁଇ ଜଣ ଛେନାପୋଡ କାରିଗରଙ୍କୁ ସମ୍ବଦ୍ଧିତ କରାଯାଇଥିଲା।

ଜାତୀୟ ରାଜପଥରେ ଓଲଟିଲା ଡାୱର୍ କଣ୍ଟେନର

ବରଗଡ଼: ଜାତୀୟ ରାଜପଥରେ ଓଲଟିଲା ଡାୱର୍ କଣ୍ଟେନର। ବରଗଡ଼ ରାୟପୁର ଜାତୀୟ ରାଜପଥ ଯାତାୟାତ ଠପ୍ । ଅଞ୍ଚଳଟି ଧୂଆଁ ମୟ ହୋଇଯାଇଥିବା ବେଳେ କେହି ମୃତାହତ ହୋଇନଥିବା ପ୍ରାଥମିକ ସୁଚନା ରହିଛି। ବରଗଡ଼ PKAIET କଲେଜ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଦମକଳ ବାହୀନି ଘଟଣାସ୍ଥଳକୁ ପହଞ୍ଚିଥିବା ସୂଚନା ରହିଛି।

 

୪୦୦ ନୁହେଁ ଏନଡିଏ ପାଇବ ୨ ଶହ ସିଟ୍: ଜଶୱନ୍ତ ସିହ୍ନା

ନନ୍ଦିଘୋଷ ବ୍ୟୁରୋ: ୪୦୦ ନୁହେଁ ଏନଡିଏ ପାଇବ ୨ ଶହ ସିଟ୍। ସାଧାରଣ ନିର୍ବାଚନକୁ ନେଇ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତା ଜସୱନ୍ତ ସିହ୍ନା। ବିଜେପି ନେତୃତ୍ଵାଧିନ ଏନଡିଏ ଦାବି କରୁଥିବା ୪ଶହ ଆସନ ମଧ୍ଯରୁ ଏନଡିଏ ମାତ୍ର ୨ଶହରେ ସୀମିତ ରହିବ। ବିଜେପି ଶାସନ କାଳରେ ଅର୍ଥମନ୍ତ୍ରୀ ଥିଲେ ୟଶୱନ୍ତ ସିହ୍ନା। ଏହା ପୂର୍ବରୁ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ଏଭଳି ଦାବି କରୁଥିଲା। ଝାଡ଼ଖଣ୍ଡରେ ଏନଡିଏ ୬୫ ଆସନ ପାଇବ ବୋଲି ଦାବି କରୁଥିଲା। ହେଲେ ପାଇଥିଲା ମାତ୍ର ୨୫ ସିଟ୍। ସେହିଭଳି ସାଧାରଣ ନିର୍ବାଚନରେ ବିଜେପି ୨୦୦ ସଂଖ୍ୟା ପାର କରିବ ନାହିଁ। ପୂର୍ବରୁ ବିଜେପି ଦଳରେ ଥିଲେ ଯଶୱନ୍ତ ସିହ୍ନା। ୧୯୯୦ରୁ ୧୯୯୧ ଯାଏଁ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ନେତୃତ୍ଵରେ ସେ ଅର୍ଥମନ୍ତ୍ରୀ ଥିଲେ। ଏହାପରେ ୧୯୯୮ରୁ ୨୦୦୨ ପର୍ଯ୍ୟନ୍ତ ବିଜେପିରୁ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ଵରେ ପୁଣି ଅର୍ଥମନ୍ତ୍ରୀ ହୋଇଥିଲେ। ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ସେ ବୈଦେଶିକ ବ୍ଯାପାର ବିଭାଗର ମନ୍ତ୍ରୀ ଥିଲେ। ବର୍ତ୍ତମାନ ଯଶୱନ୍ତ ସିହ୍ନା ତୃଣମୂଳ କଂଗ୍ରେସ ଦଳରେ ଅଛନ୍ତି। ୨୦୧୮ରେ ସେ ବିଜେପି ଛାଡିଥିଲେ। ୨୦୨୨ରେ ବିରୋଧୀ ଦଳଙ୍କ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିଲେ ଯଶୱନ୍ତ ସିହ୍ନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ପରାଜିତ ହୋଇଥିଲେ ଯଶୱନ୍ତ ସିହ୍ନା।

ଆସ୍କା ନୁହେଁ, ଜଗତସିଂହପୁରରେ ଲୋକସଭା ନିର୍ବାଚନ ଲଢିବ ସିପିଆଇ

ଭୁବନେଶ୍ବର: ଆସ୍କା ନୁହେଁ, ଜଗତସିଂହପୁରରେ ଲୋକସଭା ନିର୍ବାଚନ ଲଢିବ ସିପିଆଇ । କଂଗ୍ରେସ ଭବନରେ ବସିଥିବା ଇଣ୍ଡିଆ ମେଣ୍ଟ ବୈଠକରେ ଏ ନେଇ ନିଷ୍ପତ୍ତି। ପିସିସି ସଭାପତିଙ୍କ ସହ ବୈଠକ ଶେଷ ପରେ ବରିଷ୍ଠ CPI ନେତା ରାମକୃଷ୍ଣ ପଣ୍ଡା ଏହି ସୂଚନା ଦେଇଛନ୍ତି । ଏହାସହ ୫ ରୁ ୮ଟି ବିଧାନସଭା ଆସନରେ ସିପିଆଇ ଲଢିବ ବୋଲି ରାମକୃଷ୍ଣ କହିଛନ୍ତି । ୨୦୧୯ ନିର୍ବାଚନରେ ଆସ୍କା ସଂସଦୀୟ କ୍ଷେତ୍ରରୁ କଂଗ୍ରେସ-ବାମ ମେଣ୍ଟରୁ ଲଢ଼ିଥିଲେ ରାମକୃଷ୍ଣ ପଣ୍ଡା।

ବିଜେପିର ଟିକେଟ ଟେନସନ, ରାଲି ବେଳେ ଭର୍ତ୍ତୃହରି ମହତାବଙ୍କୁ ଅଟକାଇଲେ ଦଳୀୟ କର୍ମୀ

ବଡମ୍ବା: ବିଜେପିର ଟିକେଟ ଟେନସନ । ବଡମ୍ବା ମାଣିଆବନ୍ଧ ଧୋବଣୀ ନାଳ ନିକଟରେ ବିଜେପିର କଟକ ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କୁ ଅଟକାଇଲେ ବିଜେପି କର୍ମୀ। ଆଶାୟୀ ପ୍ରାର୍ଥୀ ବିଜୟ ଦଳବେହେରା ଟିକେଟ ନ ପାଇବାରୁ ତାଙ୍କ ସମର୍ଥକ ଆଜି ଭର୍ତ୍ତୃହରିଙ୍କୁ ଅଟକାଇ ରଖିଛନ୍ତି।

ଭର୍ତ୍ତୃହରି ଆଜି ଏଠାରେ ରାଲି କରୁଥିବାବେଳେ ବିଜୟଙ୍କ ସମର୍ଥକମାନେ ତାଙ୍କୁ ଅଟକାଇ ହୋହଲ୍ଲା କରିଥିଲେ। ଏଠାରୁ ଟିକେଟ ପାଇଥିବା ସମ୍ବିତ ତ୍ରିପାଠୀ ଓ ବିଜୟଙ୍କର ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ହୋଇଛି। ସମ୍ବିତଙ୍କୁ ବିଜୟ ଗୋଷ୍ଠୀ ମଧ୍ୟ ବିରୋଧ କରିଆସୁଛନ୍ତି।