ଛତିଶଗଡର : ଛତିଶଗଡର କାୱାର୍ଡା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟର୍ଘ । ପିକଅପ ଓଲଟି ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ୧୨ ଜଣ ଆହତ ହୋଇଥିବା ସୂଚନା । ବାଇଗା ଆଦିବାସୀମାନେ ଜଙ୍ଗଲରୁ ପାରମ୍ପାରିକ କେନ୍ଦୁ ପତ୍ର ନେଇ ଘରକୁଫେରୁଥିଲେ । ବାହପାଣି ଅଞ୍ଚଳ ନିକଟରେ ପିକଅପ୍ ଗାଡି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ତେଣୁ ପିକଅପଟି ୨୦ ଫୁଟ ଗଭୀର ଖାଲକୁ ଖସିପଡିଥିଲା ଯେଉଁରେ ୧୭ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବାକି ଆହତ ହୋଇଛନ୍ତି । ପିକଅପ୍ ରେ ୨୫ ରୁ ୩୦ ଲୋକ ଥିଲେ | ସମସ୍ତେ କୁଇର ବାସିନ୍ଦା ବୋଲି କୁହାଯାଉଛି | ଏହି ମାମଲା ପାଣ୍ଡାରିଆର କୁକଦୁର ପୋଲିସ ଷ୍ଟେସନ ଅଞ୍ଚଳର ଘଟିଛି । କେନ୍ଦୁପତ୍ର ତୋଳିବାକୁ ଯାଉଥିଲେ ସମସ୍ତେ ଏକା ସଙ୍ଗେ ଫେରୁଥିଲେ । ଘଟଣାସ୍ଥଳରେ ପହଞ୍ଚିଛନ୍ତି ପୋଲିସ ଟିମ୍ ଏବଂ ଆହାତ ଲୋକଙ୍କୁ ଉଦ୍ଧାର କରି ଚିକିତ୍ସାଳୟକୁ ସ୍ତାନାନ୍ତର କରାଯାଇଛି ।
ଲୋକଙ୍କୁ ଭୂଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି ବୈଜୟନ୍ତ ପଣ୍ଡା
କେନ୍ଦ୍ରାପଡ଼ା : ରାଜ୍ଯରେ ଭୋଟ୍ ଚାଲିଥିବା ବେଳେ ଲୋକଙ୍କୁ ଭୂଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ଆୟୁଷ୍ମାନ ଯୋଜନାରେ ସାମିଲ କରାଇବାକୁ କହି କିଛି ମହିଳାଙ୍କ ଦ୍ବାରା ଲୋକଙ୍କ ଫର୍ମ ପୂରଣ କରାଉଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ, ପାଟକୁରା, ଅଞ୍ଚଳରେ ଏପରିକି କଟକର ନିଶ୍ଚିନ୍ତି କୋଇଲି, କଟକ ସଦରର ବିଭିନ୍ନ ଗାଁରେ ଅନେକ ମହିଳା ବୁଲି ବୁଲି ଲୋକଙ୍କଠାରୁ ତଥ୍ଯ ସଂଗ୍ରହ କରୁଛନ୍ତି, ଫର୍ମ ପୂରଣ କରାଉଛନ୍ତି। ଏପରି ଜଣେ ମହିଳାଙ୍କୁ ଘେରିଥିଲେ ପାଟକୁରା ଆୟତ୍ତପୁରର ସ୍ଥାନୀୟ ଲୋକେ। ସେମାନେ ପ୍ରଶ୍ନ କରିବାରୁ ସେହି ମହିଳା ଜଣକ କହିଥିଲେ- ତାଙ୍କୁ ପଠାଇଛନ୍ତି ବୈଜୟନ୍ତ ପଣ୍ଡା। ବୈଜୟନ୍ତ ପଣ୍ଡାଙ୍କ ଲୋକ ତାଙ୍କୁ ପଠାଇଛନ୍ତି। ଆୟୁଷ୍ମାନ ଯୋଜନାର ଫର୍ମ ପୂରଣ କରିବାକୁ ପଠାଇଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ରାଜ୍ଯରେ ତ ଆୟୁଷ୍ମାନ ଯୋଜନା ଲାଗୁ ହୋଇ ନାହିଁ । ଏହାକୁ ନେଇ ତ ରାଜ୍ଯ ସରକାର ଓ କେନ୍ଦ୍ର ସରକାର ମଧ୍ଯରେ ଟଣା ଓଟରା। କାରଣ ରାଜ୍ଯରେ କାର୍ଯ୍ଯକାରୀ ହେଉଛି ବିଜୁ ସ୍ବାସ୍ଥ୍ଯ କଲ୍ଯାଣ ଯୋଜନା, BSKY । ଏହି ଯୋଜନାରେ ରାଜ୍ଯ ତଥା ରାଜ୍ଯ ବାହାରେ ଲୋକେ ବିଭିନ୍ନ ହସପିଟାଲରେ ମାଗଣାରେ ଚିକିତ୍ସିତ ହେଉଛନ୍ତି। ଟଙ୍କାଟେ ବି ଦେବାକୁ ପଡ଼ିବ ନାହିଁ। ଏଥରର ସରକାରୀ, ଚୁକ୍ତି ଭିତ୍ତିକ କର୍ମଚାରୀଙ୍କ ସହିତ ସମସ୍ତଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ନିଜ ମେନିଫେଷ୍ଟୋରେ ପ୍ରତିଶୃତି ଦେଇଛି ବିଜେଡି। କିନ୍ତୁ ଆୟୁଷ୍ମାନ ଯୋଜନା ହେଉଛି ଏକ ବୀମା ଭିତ୍ତିକ ଯୋଜନା। ପ୍ରଥମେ ଜଣେ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଚିକିତ୍ସିତ ହେବ, ତା ପରେ ବୀମା ଟଙ୍କା ମିଳିବ।
ତେଣୁ ରାଜ୍ଯ ସରକାର ଏଠାରେ ଆୟୁଷ୍ମାନ ଯୋଜନା ଲାଗୁ କରି ନାହାନ୍ତି। କିନ୍ତୁ ବୈଜୟନ୍ତ ପଣ୍ଡା କିପରି ନିଜ ଲୋକଙ୍କ ଦ୍ବାରା ଆୟୁଷ୍ମାନ ଯୋଜନା ପାଇଁ ଫର୍ମ ପୂରଣ କରାଉଛନ୍ତି। ତା ଛଡ଼ା ଏବେ ନିର୍ବାଚନ ଚାଲିଥିବା ବେଳେ, ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଲୋକଙ୍କୁ କାହିଁକି ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି ବୈଜୟନ୍ତ ପଣ୍ଡା। ତାଙ୍କର ଏହି କାରନାମା ଉପରେ ପ୍ରଶ୍ନ ଉଠାଇଛି ବିଜେଡି। ସାଂସଦ ସୁଲତା ଦେଓ କହିଛନ୍ତି, ଆମେ ଯେଉଁ ଆଶଙ୍କା କରୁଥିଲୁ, ତାହା ସତ ହୋଇଛ। BSKY କୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରୁଛି ବିଜେପି, କ୍ଷମତାକୁ ଆସିବା ପୂର୍ବରୁ ସେମାନେ ଯୋଜନା କଲେଣି। ସେମାନଙ୍କ ମୁଖା ଖୋଲି ଯାଇଛି। ସରଳ ଓଡ଼ିଆ ଲୋକ ଏହାର ଜବାବ ଦେବେ ବୋଲି କହିଛନ୍ତି ବିଜେଡି ସାଂସଦ ସୁଲତା ଦେଓ।
ଜଳେଶ୍ବର ବିଜେପି ବିଧାୟକ ପ୍ରାର୍ଥୀ ବ୍ରଜମୋହନ ପ୍ରଧାନଙ୍କ ବିବାଦୀୟ ବୟାନ
ଜଳେଶ୍ବର : ବାଲେଶ୍ବର ଜିଲ୍ଲା ଜଳେଶ୍ବରର ବିଜେପି ବିଧାୟକ ପ୍ରାର୍ଥୀ ବ୍ରଜମୋହନ ପ୍ରଧାନଙ୍କ ବିବାଦୀୟ ବୟାନ। ଏକ ନିର୍ବାଚନୀ ସଭାରେ ସେ କହିଛନ୍ତି, ଗୋରୁ ବେପାରୀଙ୍କୁ ସେ ସାହାଯ୍ଯ କରିବେ। ଜିତିବା ପରେ ଗୋରୁ ବେପାରୀ ଆରାମରେ ପଶ୍ଚିମବଙ୍ଗକୁ ଗୋଚାଲାଣ କରିପାରିବେ। କାଦରାୟାଁ ବସ୍ତିରେ ହୋଇଥିବା ଏକ ସଭାରେ ସେ କହିଛନ୍ତି, ନିର୍ବାଚନରେ ସେ ଜିତିବା ପରେ କାଦରାୟାଁରୁ ପଶ୍ଚିମବଙ୍ଗର ସୁନାକଣିଆକୁ ଗୋଚାଲାଣରେ କିଛି ଅସୁବିଧା ହେବନି। କିଛି ଅସୁବିଧା ହେଲେ-ବ୍ରଜପ୍ରଧାନ ଆଗରେ ଠିଆ ହେବ। ସେ ଏକଥା ବି କହିଛନ୍ତି, ଗୋ ଚାଲାଣକାରୀଙ୍କ ବିରୋଧରେ ପୋଲିସ ଯେତେବେଳେ କାର୍ଯ୍ଯାନୁଷ୍ଠାନ ନିଏ, ବର୍ତ୍ତମାନର ବିଧାୟକ କିଛି କରନ୍ତି ନାହିଁ। ଏଠି ପ୍ରଶ୍ନ ଉଠୁଛି-ବେଆଇନ ଗୋ ଚାଲାଣକୁ ଖୋଲାଖୋଲି ସମର୍ଥନ କରୁଛନ୍ତି କି ବ୍ରଜ ପ୍ରଧାନ । ତୁଷ୍ଟୀକରଣ ରାଜନୀତି କରୁଛନ୍ତି କି। କିଛି ଲୋକଙ୍କ ଭୋଟ ହାତେଇବାକୁ ଗୋ ଚାଲାଣକୁ ସେ ସମର୍ଥନ କରୁଛନ୍ତି କି, ଗୋ ଚାଲାଣକାରୀଙ୍କୁ ସାହାଯ୍ୟ କରିବାକୁ ଖୋଲାଖୋଲି ଘୋଷଣା କରୁଛନ୍ତି। ଭୋଟ ହାତେଇବାକୁ ବିଜେପି କେଉଁ ସ୍ତରକୁ ଯାଏ, ଏହି ଭିଡିଓରୁ ତାହା ସ୍ପଷ୍ଟ ଭାବେ ଜଣାପଡୁଛି।
ଭଞ୍ଜନଗରରେ ବିଜେପିର ଗୁଣ୍ଡାଗର୍ଦ୍ଦି, ବିଜେଡି ବୁଥ ଏଜେଣ୍ଟଙ୍କୁ ଆକ୍ରମଣ
ଭଞ୍ଜନଗର : ଭଞ୍ଜନଗରରେ ବିଜେପିର ଗୁଣ୍ଡାଗର୍ଦ୍ଦି। ତୁରୁମୁ ପଞ୍ଚାୟତ ବେରୁଆବାଡ଼ି ଗାଁରେ ବିଜେପି କର୍ମୀଙ୍କ ଗଣ୍ଡଗୋଳ। ୪୭ ନମ୍ବର ବୁଥରେ ବିଜେଡି ବୁଥ ଏଜେଣ୍ଟଙ୍କ ସହ ଯୁକ୍ତିତର୍କ ଓ ଆକ୍ରମଣ । ବିନା ପରିଚୟପତ୍ରରେ ବିଜେପି କର୍ମୀ ବୁଥ୍ ଭିତରକୁ ଧସେଇ ପଶିଥିଲେ। ବିନା ପରିଚୟପତ୍ରରେ ଭୋଟ ଦେବାକୁ ଉଦ୍ଯମ କରିଥିଲେ ବିଜେପି କର୍ମୀ। ବିଜେଡି ଏଜେଣ୍ଟ ବାରଣ କରିବାରୁ ବିଜେପି କର୍ମୀ ରକ୍ତମୁଖା ହୋଇଉଠିଥିଲେ। ସଂଘବଦ୍ଧ ଭାବେ ବିଜେଡି ଏଜେଣ୍ଟଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।ଘଟଣାସ୍ଥଳରେ ତାରାସିଙ୍ଗି ପୋଲିସ ପହଞ୍ଚି ଆରମ୍ଭ କରିଛି ତଦନ୍ତ।
ଦ୍ବିତୀୟ ପର୍ଯ୍ୟାୟରେ ଦିନ ୩ଟା ସୁଦ୍ଧା କେଉଁଠି କେତେ ପ୍ରତିଶତ ମତଦାନ ଜାଣନ୍ତୁ
ଭୁବନେଶ୍ୱର : ମେ ୨୦ ଅର୍ଥାତ ଆଜି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ। ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ୪୯ ଲୋକସଭା ନିର୍ବାଚନ ମଣ୍ଡଳୀରେ ପଡ଼ୁଛି ଭୋଟ। ମଇଦାନରେ ମୋଟ ୬୯୫ ପ୍ରାର୍ଥୀ ରହିଛନ୍ତି। ଅନ୍ୟପଟେ ଓଡ଼ିଶାରେ ୨ୟ ପର୍ଯ୍ୟାୟ ମତଦାନ ଜାରିରହିଛି । ସକାଳୁ ସକାଳୁ ଭୋଟ ଦେବାପାଇଁ ବୁଥ ସାମ୍ନାରେ ଭୋଟରଙ୍କର ଲାଗିଛି ଲମ୍ବା ଧାଡ଼ି । ରାଜ୍ୟରେ କେଉଁଠି କେମିତି ସାମାନ୍ୟ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଦିନ ୩ଟା ସୁଦ୍ଧା ରାଜ୍ୟରେ ଏହି ସବୁ ସ୍ଥାନରେ ହୋଇଛି କେତେ ପ୍ରତିଶତ ମତଦାନ ଜାଣନ୍ତୁ ।
ଆସିକା ୪୬.୨୩ ପ୍ରତିଶତ
ବରଗଡ଼ ୫୩.୮୮ ପ୍ରତିଶତ
ବଲାଙ୍ଗୀର 4୬.୯୬ ପ୍ରତିଶତ
କନ୍ଧମାଳ 4୮.୯୩ ପ୍ରତିଶତ
ସୁନ୍ଦରଗଡ଼ ୪୮.୯୬ ପ୍ରତିଶତ
ବିଜେପି କାଉନସିଲରଙ୍କ ଆକ୍ରମଣରେ ବିଜେଡି କର୍ମୀ ଗୁରୁତର
ଭଦ୍ରକ : ବିଜେପି କାଉନସିଲରଙ୍କ ଆକ୍ରମଣରେ ବିଜେଡି କର୍ମୀ ଗୁରୁତର ଆହତ। ଭଦ୍ରକ ବାସୁଦେବପୁରରେ ପୁଣି ନିର୍ବାଚନୀ ହିଂସା ଘଟିଛି । ରକ୍ତମୁଖା ହୋଇପଡ଼ିଛନ୍ତି ବିଜେପି କାଉନସିଲ ଜଗବନ୍ଧୁ ଦାସ । ବିଜେପି କାଉନସିଲର ଜଗବନ୍ଧୁ ଦାସଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ବିଜେଡି କର୍ମୀ ସତ୍ଯକାନ୍ତ ନାୟକ । ସତ୍ଯକାନ୍ତଙ୍କୁ ବାସୁଦେବପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି । ବାସୁଦେବପୁର ପୌର ପାଳିକା ପାଞ୍ଚ ନମ୍ବର ୱାର୍ଡର ବିଜେପି କାଉନସିଲର ଜଗବନ୍ଧୁ ଦାସ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି । ଛକରେ ବିଜେଡିର ବ୍ଯାନର ଲଗାଇବାକୁ ନେଇ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । କାଉନସିଲର ଜଗବନ୍ଧୁ ଦାସ, ତାଙ୍କ ସାନଭାଇ ରୂପକ ଦାସ ଓ ସହଯୋଗୀ ଭୁଜାଲିରେ ସତ୍ଯକାନ୍ତ ନାୟକଙ୍କୁ ଆକ୍ରମଣ କରିଥିଲେ । ପୌରପାଳିକା ନିର୍ବାଚନ ସମୟରୁ ବିଜେପି କାଉନସିଲର ଜଗବନ୍ଧୁ ଦାସ ଉତକ୍ଷିପ୍ତ ଥିଲେ। ଚଳିତ ନିର୍ବାଚନ ସମୟରେ ବିଜେଡି କର୍ମୀ ସତ୍ଯକାନ୍ତ ନାୟକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଜଗବନ୍ଧୁ ଦାସଙ୍କୁ ପୋଲିସ ଥାନାରେ ଅଟକ ରଖିଛି ।
ମଧ୍ୟବିତ୍ତ ହେଉଛନ୍ତି ଓଡ଼ିଶାର ଇଞ୍ଜିନ, ସଶକ୍ତ ହେଲେ ଆଗକୁ ବଢିବ ରାଜ୍ୟ
ଭୁବନେଶ୍ବର: ମଧ୍ଯବିତ୍ତଙ୍କ ସାଥିରେ ସବୁବେଳେ ଅଛନ୍ତି ନବୀନ ସରକାର । ମଧ୍ୟବିତ୍ତ ହେଉଛନ୍ତି ଓଡ଼ିଶାର ଇଞ୍ଜିନ । ମଧ୍ଯବିତ୍ତଙ୍କୁ ରାଜ୍ଯ ସରକାରଙ୍କ ଉପହାର ସମ୍ପର୍କରେ ସୂଚନା ଦେଇ ଏଭଳି କହିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ପାଣ୍ଡିଆନ କହିଛନ୍ତି, ମଧ୍ୟବିତ୍ତମାନେ ହେଉଛନ୍ତି ସମାଜର ମେରୁଦଣ୍ଡ । ମଧ୍ୟବିତ୍ତଙ୍କ ପାଇଁ ବହୁତ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ ।
ଏଥର ବିଜେଡିର ଇସ୍ତାହାରରେ ମଧ୍ଯବିତ୍ତଙ୍କ ପାଇଁ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁ ମଧ୍ୟବିତ୍ତଙ୍କୁ ପ୍ରଦାନ କରାଯିବ BSKY କାର୍ଡ । ଏହା ସହିତ ୨୦ଲକ୍ଷ ପର୍ଯ୍ୟନ୍ତ ଗୃହ ଋଣ ସୁଧ ଉପରେ ମିଳିବ ରିହାତି । ପିଲାଙ୍କ ପାଠ ପଢ଼ା ପାଇଁ ନୂଆ ଛାତ୍ର ବୃତ୍ତି ସହ ୧୦ଲକ୍ଷ ଯାଏ ଶିକ୍ଷା ଋଣରେ ମଧ୍ୟ ରିହାତି ମିଳିବ । ସମସ୍ତଙ୍କ ପାଇଁ ସୁଲଭ ପରିବହନ ବ୍ୟବସ୍ଥା ହେବ । ପାଣ୍ଡିଆନ କହିଛନ୍ତି, ମଧ୍ୟବିତ୍ତ ସଶକ୍ତ ହେଲେ ଓଡ଼ିଶା ଆଗକୁ ବଢ଼ିବ ।
ଗୋ ଚାଲାଣକାରୀଙ୍କୁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଲେ ବିଜେପି ପ୍ରାର୍ଥୀ
ବାଲେଶ୍ବର: ଜଳେଶ୍ବରର ବିଜେପି ବିଧାୟକ ପ୍ରାର୍ଥୀ ବ୍ରଜମୋହନ ପ୍ରଧାନଙ୍କ ବିବାଦୀୟ ବୟାନ। ଏକ ନିର୍ବାଚନୀ ସଭାରେ ସେ କହିଛନ୍ତି, ଗୋରୁ ବେପାରୀଙ୍କୁ ସେ ସାହାଯ୍ଯ କରିବେ। ଜିତିବା ପରେ ଗୋରୁ ବେପାରୀ ଆରାମରେ ପଶ୍ଚିମବଙ୍ଗକୁ ଗୋଚାଲାଣ କରିପାରିବେ।
କାଦରାୟାଁ ବସ୍ତିରେ ହୋଇଥିବା ଏକ ସଭାରେ ସେ କହିଛନ୍ତି, ନିର୍ବାଚନରେ ସେ ଜିତିବା ପରେ କାଦରାୟାଁରୁ ପଶ୍ଚିମବଙ୍ଗର ସୁନାକଣିଆକୁ ଗୋଚାଲାଣରେ କିଛି ଅସୁବିଧା ହେବନି। କିଛି ଅସୁବିଧା ହେଲେ-ବ୍ରଜପ୍ରଧାନ ଆଗରେ ଠିଆ ହେବ। ସେ ଏକଥା ବି କହିଛନ୍ତି, ଗୋ ଚାଲାଣକାରୀଙ୍କ ବିରୋଧରେ ପୋଲିସ ଯେତେବେଳେ କାର୍ଯ୍ଯାନୁଷ୍ଠାନ ନିଏ, ବର୍ତ୍ତମାନର ବିଧାୟକ କିଛି କରନ୍ତି ନାହିଁ। ଏଠି ପ୍ରଶ୍ନ ଉଠୁଛି-ବେଆଇନ ଗୋ ଚାଲାଣକୁ ଖୋଲାଖୋଲି ସମର୍ଥନ କରୁଛନ୍ତି କି ବ୍ରଜ ପ୍ରଧାନ।
ତୁଷ୍ଟୀକରଣ ରାଜନୀତି କରୁଛନ୍ତି କି? କିଛି ଲୋକଙ୍କ ଭୋଟ ହାତେଇବାକୁ ଗୋ ଚାଲାଣକୁ ସେ ସମର୍ଥନ କରୁଛନ୍ତି କି? ଗୋ ଚାଲାଣକାରୀଙ୍କୁ ସାହାଯ୍ୟ କରିବାକୁ ଖୋଲାଖୋଲି ଘୋଷଣା କରୁଛନ୍ତି। ଭୋଟ ହାତେଇବାକୁ ବିଜେପି କେଉଁ ସ୍ତରକୁ ଯାଏ, ଏହି ଭିଡିଓରୁ ତାହା ସ୍ପଷ୍ଟ ଭାବେ ଜଣାପଡୁଛି।
ନିର୍ବାଚନ ଚାଲିଥିବାବେଳେ ବରଗଡରେ ଜଘନ୍ୟ ହତ୍ୟାକାଣ୍ଡ
ବରଗଡ଼: ନିର୍ବାଚନ ଚାଲିଥିବାବେଳେ ସରସରାରେ ଜଘନ୍ଯ ହତ୍ୟାକାଣ୍ଡ। ବରଗଡ଼ ସଦର ବ୍ଲକ ସରସରା ଗାଁରେ ସୋମବାର ସ୍ପଷ୍ଟ ଦିବାଲୋକରେ ହତ୍ୟାକାଣ୍ଡ ଘଟିଥିବା ବେଳେ ଭୁଜାଲି ମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ସରସରାର ବିଶ୍ବନାଥ ମେହେର୍ଦ୍ଦା ବୋଲି ସୂଚନା ମିଳିଛି ।
କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି, ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ। ତେବେ ପୂର୍ବ ଶତୃତାରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍, ଏସ୍ପି ପି.ଏସ୍ ମୀନା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ହତ୍ୟା ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତନାଘନା ଜାରି ରଖିଛି ।
ହତ୍ଯା ଅଭିଯୁକ୍ତ ଅଶୋକ ମହାନନ୍ଦ ୪ ଦିନ ତଳେ ଜେଲରୁ ଫେରିଥିଲା ।
ମାଆ ସମଲେଶ୍ବରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି କାର୍ତ୍ତିକ ପାଣ୍ଡିଆନ
ସମ୍ବଲପୁର: ଆଜି ସକାଳୁ ସମ୍ବଲପୁରରେ ମାଆ ସମଲେଶ୍ବରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ବରିଷ୍ଠ ବିଜେଡି ନେତା ତଥା 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ମାଆ ସମଲେଶ୍ବରୀଙ୍କ ଦର୍ଶନ ସହିତ ପୂଜକ ଓ ଟ୍ରଷ୍ଟ ବୋର୍ଡ କର୍ମକର୍ତ୍ତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।
ମନ୍ଦିର ପରିସର ଓ ମହାନଦୀ ଆଳତି ଘାଟ ଦେଖିଥିଲେ ପାଣ୍ଡିଆନ । ଶେଷରେ ସମ୍ବଲପୁରର ବିଭିନ୍ନ ଗୋଷ୍ଠୀର ଲୋକଙ୍କ ସହ କାର୍ତ୍ତିକ ପାଣ୍ଡିଆନ ବିଭିନ୍ନ ବିଷୟରେ ଆଲୋଚାନା କରିଛନ୍ତି ।

