spot_img
Home Blog Page 1932

ବିଜେଡିକୁ ଫେରିଲେ ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ

ଭୁବନେଶ୍ୱର: ବିଜେଡିକୁ ଫେରିଲେ ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ।  ସେ ଆଜି ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ୨୦୦୪ରେ ସ୍ୱାଧୀନ ଭାବେ ଲଢ଼ି ସେ ସତ୍ୟବାଦୀରୁ ବିଧାୟକ ହୋଇଥିଲେ । ରମା ଓ ତାଙ୍କ ସମର୍ଥକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ଦଳକୁ ସ୍ୱାଗତ କଲେ ସତ୍ୟବାଦୀ ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସବର୍ମା ଓ ସସ୍ମିତ ପାତ୍ର ।

ସଞ୍ଜୟ ଦାସବର୍ମା କହିଛନ୍ତି, ରମା ରଞ୍ଜନ ସତ୍ୟବାଦୀର ଲୋକପ୍ରିୟ ବିଧାୟକ ଥିଲେ ।

ଗଞ୍ଜାମ ପୋଲସରାରେ ଫୁଟିଲା ଗୁଳି, ଜଣେ ଆହତ

ପୋଲସରା : ଗଞ୍ଜାମ ଜିଲ୍ଲା ପୋଲସରାରେ ଫୁଟିଲା ଗୁଳି ଭାଙ୍ଗିଲା ବାଇକ୍ ।  ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ପୋଲସରା ତୋଟାସାହିରେ ଗୁଳିକାଣ୍ଡ ଘଟଣାରେ ଜଣେ ଆହତ । ଆହତ ଜଣକ ହେଲେ ବିଜେଡି ସମର୍ଥକ ଗଣେଶ ଖଟେଇ । ଗୁଳିକାଣ୍ଡର କାରଣ  ଜଣାପଡ଼ିନାହିଁ। ଆଜି ସକାଳେ ଦୁଇଜଣ ଦୁର୍ବୃତ୍ତ ଏକ ମୋଟର ସାଇକେଲରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଅନ୍ୟପଟେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳିରେ ଗତକାଲିଠାରୁ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । କୃଷ୍ଣଶରଣପୁରଠାରେ ପୋଷ୍ଟର ମରାକୁ କେନ୍ଦ୍ର କରି ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ଯରେ ମୁହାଁମୁହିଁ ପରିସ୍ଥିତି ଏବଂ ଆକ୍ରମଣ ଓ ପ୍ରତିଆକ୍ରମଣ ହୋଇଥିଲା । ଏଥିରେ ବିଜେଡିର ୮ ଜଣ କର୍ମୀ ଗୁରୁତର ହୋଇଥିବାବେଳେ ବିଜେପିର ଜଣେ କର୍ମୀଙ୍କର ମୃତ୍ଯୁ ହୋଇଛି । ମୃତକ ହେଲେ ଦିଲ୍ଲୀପ ପାହାନ । ବିଜେଡିର ୮ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି ।

ଗତକାଲି ମଧ୍ଯରାତ୍ରିରେ ଖଲ୍ଲିକୋଟ ବିଜେଡି ବିଧାୟକ ତଥା ପ୍ରାର୍ଥୀ ସୂର୍ଯ୍ୟମଣି ବୈଦ୍ଯଙ୍କ ଭାସଭବନ ସାମ୍ନାରେ ବିଜେପି କର୍ମୀମାନେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲେ । ଘର ସାମ୍ନାରେ ଥିବା ଗାଡ଼ିଗୁଡ଼ିକୁ ଠେଙ୍ଗା ଓ ଲୁହା ରଡରେ ବାଡ଼େଇ ଚୂରମାର କରିଛନ୍ତି । ଆଜି ସକାଳୁ କିଛି ବିଜେପି କର୍ମୀ ଖଲ୍ଲିକୋଟ ଥାନା ଆଗରେ ରୁଣ୍ଡ ହୋଇଛନ୍ତି । ଘଟଣାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ଯବସ୍ଥାକୁ ବଢ଼ାଯାଇଛି ।

ବିରୋଧୀଙ୍କୁ ମହାପ୍ରଭୁ ସଦବୁଦ୍ଧି ଦିଅନ୍ତୁ, ମଠ ମନ୍ଦିରର ପବିତ୍ରତା ପାଇଁ କାମ କରିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀର ମଠ ଭଙ୍ଗାଯିବା ଅଭିଯୋଗ ସମ୍ପର୍କରେ ବିଜେପିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ପାଣ୍ଡିଆନଙ୍କ ଶକ୍ତ ଜବାବ। ସୋସିଆଲ ମିଡିଆରେ ପାଣ୍ଡିଆନ ଏକ ଭିଡିଓ ଜାରି କରି ମହାପ୍ରଭୁ ବିରୋଧୀଙ୍କୁ ସଦବୁଦ୍ଧି ଦେବେ ବୋଲି ଆଶା କରିଛନ୍ତି ।

ପୁରୀ ପରିକ୍ରମା ପ୍ରକଳ୍ପ ସମୟରେ ଐତିହାସିକ ମଠ ଓ ମନ୍ଦିର ଭଙ୍ଗା ଯାଇଛି ବୋଲି ବିଜେପିର ନେତାମାନେ ଯେଉଁ ଅଭିଯୋଗ କରୁଛନ୍ତି,ତା’ଉପରେ ଉତ୍ତର ଦେବାକୁ ଯାଇ ପାଣ୍ଡିଆନ ଭିଡିଓ ଜାରି କରିଛନ୍ତି । ସୂଚନାଯୋଗ୍ୟ ଯେ, ନିକଟରେ ବିଜେପି ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀରେ ପୁରୀରେ ମଠ ଭଙ୍ଗା ଯାଇଥିବା ଅଭିଯୋଗ ଆଣିଥିଲେ। ଏହାର ଉତ୍ତର ଦେଇ ପାଣ୍ଡିଆନ କହିଛନ୍ତି ଯେ, ପୁରୀରେ କୌଣସି ମଠ ଭଙ୍ଗା ଯାଇନାହିଁ । ଓଲଟା ଅପବିତ୍ର ସ୍ଥାନରେ ଥିବା ମଠ ଓ ମନ୍ଦିରର ପବିତ୍ରତା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରିଛନ୍ତି।

ମଙ୍ଗୁ ମଠର ଉଦାହରଣ ଦେଇ ପାଣ୍ଡିଆ କହିଛନ୍ତି ଯେ, ମଙ୍ଗୁ ମଠ ଉପରେ ଗୋଟିଏ ଶୌଚାଳୟ ଥିଲା । ସେହିଭଳି ଏହା ପାଖରେ ଗୋଟିଏ ଜୋତା ଦୋକାନ ମଧ୍ୟ ଥିଲା । ସେହି ସ୍ଥାନରୁ ଶୌଚାଳୟ ଓ ଜୋତା ଦୋକାନ ଉଠାଇ ମଠର ପବିତ୍ରତା ରକ୍ଷା କରାଯାଇଛି। ମଙ୍ଗୁ ମଠ ଭଳି ପବିତ୍ର ସ୍ଥାନ ଯେଉଁଠାରେ ଗୁରୁ ନାନକ ଭଗବାନ ଜଗନ୍ନାଥଙ୍କ ଆରାଧନା କରିଥିଲେ, ତାହାର ପୁନରୁଦ୍ଧାର କେମିତି ଐତିହ୍ୟର ଅପମାନ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

କଳାପାହାଡରୁ ଖସି ଶ୍ରମିକ ମୃତ

ଯାଜପୁର: କଳାପାହାଡରୁ ଶ୍ରମିକ ଖସି ମୃତ। ସୂଚନା ଅନୁଯାଇ, ଯାଜପୁର ଜିଲ୍ଲା ଜେନାପୁର ଥାନା ଅଧୀନ ଡଙ୍କାରୀ ପାହାଡ଼ରେ ଏକ ଖାଦାନରେ ଶ୍ରମିକ କାମ କରୁଥିବା ସମୟରେ ଅତଡା ଖସିଯିବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଚାପି ହୋଇଥବା ସୂଚନା ମିଳିଛି। ତେବେ କେତେ ଜଣ ଶ୍ରମିକ ଚାପି ହୋଇ ରହିଛନ୍ତି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ଘଟଣାସ୍ଥଳରେ ଜେନାପୁର ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି।

ତେବେ ସମ୍ପୃକ୍ତ ଖାଦାନ ଲିଜ ଖାଦାନ କି ନାହିଁ ସେନେଇ ଘଟଣା ସ୍ଥଳରେ ରାଜସ୍ୱ ନିରୀକ୍ଷକ ତଦନ୍ତ କରୁଛନ୍ତି।

ରାଖି ସାୱନ୍ତ ନାଟକ କରି ହସ୍ପିଟାଲରେ ଭର୍ତ୍ତି ହୋଇଥିବା କହିଲେ, ଦ୍ୱିତୀୟ ସ୍ୱାମୀ ଆଦିଲ ଖାନ ଦୁରାନୀ

ମୁମ୍ବାଇ: ବଲିଉଡ ବିବାଦୀୟ କୁଇନ ରାଖି ସାୱନ୍ତ ହସ୍ପିଟାଲରେ ଭର୍ତ୍ତି । ହସ୍ପିଟାଲରୁ ରାକ୍ଷୀଙ୍କ କିଛି ଫଟୋ ସାମ୍ନାକୁ ଆସିଛି । ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସମାନେ ଫଟୋ ଦେଥି ଆଶ୍ଚର୍ଯ୍ୟ ହେବା ସହ ତାଙ୍କ ସୁସ୍ଥତା କାମନା କରିଛନ୍ତି। ରାଖିଙ୍କ ପ୍ରଥମ ସ୍ୱାମୀ ରିତେସ କୁମାର ଏହି ସୂଚନା ଦେଇଥିବା ବେଳେ ତାଙ୍କର ଦ୍ୱିତୀୟ ସ୍ୱାମୀ ଆଦିଲ ଖାନ ଦୁରାନୀ ଏହାକୁ ରାଖୀଙ୍କ ମିଛ ଅଭିନୟ ବୋଲି କହିଛନ୍ତି। ସେ କହିଛନ୍ତି, ରାକ୍ଷୀ ହେଉଛନ୍ତି ଡ୍ରାମା କ୍ୱିନ, ଏସବୁ ତାଙ୍କର ମିଛ ଅଭିନୟ।

ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ  ରାଖୀ ସାୱନ୍ତ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ତାଙ୍କୁ ମୁମ୍ୱାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୁଧବାର ଦିନ ରାଖିଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ତାଙ୍କ ପୂର୍ବତନ ସ୍ୱାମୀ ରିତେଶ ସୂଚନା ଦେଇଥିଲେ ଯେ ସେ ଖୁବ୍ ଶୀଘ୍ର ରାଖିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜଣାଇବେ। ହେଲେ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଏପର୍ଯ୍ୟନ୍ତ ଅନ୍ୟ କୌଣସି ରିପୋର୍ଟ ଆସିନାହିଁ । । ଏହି ଖବର ଆସିବା ପରେ ତାଙ୍କ ଦ୍ୱିତୀୟ ସ୍ୱାମୀ ଆଦିଲ ରାଖିଙ୍କୁ ଡ୍ରାମା କରୁଥିବା କହିଛନ୍ତି । କାରଣ ତାଙ୍କୁ ପୋଲିସ ନିକଟରେ ଶିଘ୍ର ଆତ୍ମସମର୍ପଣ କରିବାକୁ ପଡିବ।  ଜେଲକୁ ନଯିବା ପାଇଁ ରାଖୀ ଏହି  ନାଟକ କରୁଛନ୍ତି ବୋଲି କହିଛନ୍ତି ଆଦିଲ।

ରାଖୀ ସାୱନ୍ତଙ୍କ ଭାଇରାଲ୍ ହେଉଥିବା ଫଟୋରେ ରାଖିଙ୍କ ଅବସ୍ଥା ବହୁତ ଖରାପ ଥିବା ଦେଖିବାକୁ ମିଳିଛି । ଏହି ଫଟୋ ଦେଖିବା ପରେ ରାଖିଙ୍କ ପ୍ରଶଂସକମାନେ ଏବେ ଚିନ୍ତାରେ ପଡ଼ିଛନ୍ତି ଏବଂ ସମସ୍ତେ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି । ତେବେ ପ୍ରକୃତରେ ରାଖି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି କି ନାହିଁ ତାହା ଜଣାପଡିନାହିଁ ।

ଆରମ୍ଭ ହୋଇଛି ହୋମ ଭୋଟିଂ, କେମିତି ସାମିଲ ହେବେ ଜାଣନ୍ତୁ ?

ଭୁବନେଶ୍ୱର : ଦେଶର ସବୁଠୁ ବଡ଼ ପର୍ବ ଗଣତନ୍ତ୍ର । ଏହି ଗଣତନ୍ତ୍ରର ବଡ଼ ପର୍ବରେ ସାମିଲ ହୋଇ ମତଦାନ କରିବାକୁ ଆଉ ଯିବାକୁ ପଡି଼ବନି ପୁଲିଂ ବୁଥ ।  ଏଥର ଘରେ ବସି ଭୋଟ ଦେଇପାରିବେ ଭୋଟର। ନିର୍ବାଚନ କମିଶନଙ୍କ ଦ୍ୱାରା ଆରମ୍ଭ ହୋଇଛି ହୋମ ଭୋଟିଂ। ଖୋଦ୍ଧା ଜିଲ୍ଲାରେ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ କରାଯିବ । ଏହା ପୂର୍ବରୁ ଜିଲ୍ଲାରେ ଥିବା ୮୫ ବର୍ଷ ବୟସରୁ ଊଦ୍ଧ୍ୱ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭୋଟରମାନଙ୍କ ନିମନ୍ତେ ଘରେ ରହି ଭୋଟଦେବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ଅବସରରେ ପୁଲିଂ ଅଫିସର ମାନେ ବିଭିନ୍ନ ଲୋକଙ୍କ ଘରକୁ ଯାଇ ହୋମ ଭୋଟିଂ କରାଇଥିଲେ। ଦିବ୍ୟାଙ୍ଗ ଓ ୮୫ରୁ ଅଧିକ ବର୍ଷର ବୃଦ୍ଧ ଆଉ ବୃଦ୍ଧା ମାନେ ଘରେ ବସି ବାଲାଟ ପେପର ଜରିଆରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ।

ଆଜି ଭୁବନେଶ୍ୱର ରେ ୧୨୨ ମଧ୍ୟ ନିର୍ବାଚନମଣ୍ଡଳିର ଡକ୍ଟର ସୃତି ମହାପତ୍ର ଓ ଲକ୍ଷ୍ମୀସାଗର ଅଂଚଳର ଜଣେ ବୃଦ୍ଧ ନିଜତ ମତଦାନ କରିଛନ୍ତି। ଜିଲ୍ଲାରେ ମୋଟ ୧୭୦୪ ଜଣ ଭୋଟର ନିଜର ଘରେ ରହି ମତଦାନ କରିବେ । ସେମାନଙ୍କ ମଧ୍ୟରେ ୧୨୧୮ ଜଣ ୮୫ ବର୍ଷ ବୟସରୁ ଋର୍ଦ୍ଧ ଏବଂ ୪୮୬ ଜଣ ଦିବ୍ୟାଙ୍ଗ ଭୋଟର ଅଛନ୍ତି । ପୂର୍ବରୁ ଘରେ ରହି ଭୋଟ ଦେବା ପାଇଁ ସେମାନଙ୍କଠାରୁ ସ୍ୱୀକୃତି ଗ୍ରହଣ କରାଯାଇଥିଲା ।

ଖଲ୍ଲିକୋଟ ହିଂସା ଘଟଣାରେ ଉଦବେଗ ପ୍ରକାଶ କଲେ ମୁଖ୍ଯମନ୍ତ୍ରୀଙ୍କ

ଭୁବନେଶ୍ୱର : ଖଲ୍ଲିକୋଟ ହିଂସା ଘଟଣାରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ପ୍ରତିକ୍ରିୟା ରଖି ନବୀନ କହିଛନ୍ତି, ଏଭଳି ଘଟଣା ପାଇଁ ସେ ମର୍ମାହତ ଓ ଦୁଃଖିତ । ଗଣତନ୍ତ୍ର ପାଇଁ ଏହା ଶୁଭଙ୍କର ନୁହେଁ । ମୃତ ବ୍ଯକ୍ତିଙ୍କ ଶୋକସନ୍ତପ୍ତ ପରିବାରକୁ ସେ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ଯ କାମନା କରିଛନ୍ତି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳିରେ ଗତକାଲିଠାରୁ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । କୃଷ୍ଣଶରଣପୁରଠାରେ ପୋଷ୍ଟର ମରାକୁ କେନ୍ଦ୍ର କରି ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ଯରେ ମୁହାଁମୁହିଁ ପରିସ୍ଥିତି ଏବଂ ଆକ୍ରମଣ ଓ ପ୍ରତିଆକ୍ରମଣ ହୋଇଥିଲା । ଏଥିରେ ବିଜେଡିର ୮ ଜଣ କର୍ମୀ ଗୁରୁତର ହୋଇଥିବାବେଳେ ବିଜେପିର ଜଣେ କର୍ମୀଙ୍କର ମୃତ୍ଯୁ ହୋଇଛି । ମୃତକ ହେଲେ ଦିଲ୍ଲୀପ ପାହାନ । ବିଜେଡିର ୮ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି । ଗତକାଲି ମଧ୍ଯରାତ୍ରିରେ ଖଲ୍ଲିକୋଟ ବିଜେଡି ବିଧାୟକ ତଥା ପ୍ରାର୍ଥୀ ସୂର୍ଯ୍ୟମଣି ବୈଦ୍ଯଙ୍କ ଭାସଭବନ ସାମ୍ନାରେ ବିଜେପି କର୍ମୀମାନେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲେ । ଘର ସାମ୍ନାରେ ଥିବା ଗାଡ଼ିଗୁଡ଼ିକୁ ଠେଙ୍ଗା ଓ ଲୁହା ରଡରେ ବାଡ଼େଇ ଚୂରମାର କରିଛନ୍ତି । ଆଜି ସକାଳୁ କିଛି ବିଜେପି କର୍ମୀ ଖଲ୍ଲିକୋଟ ଥାନା ଆଗରେ ରୁଣ୍ଡ ହୋଇଛନ୍ତି । ଘଟଣାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ଯବସ୍ଥାକୁ ବଢ଼ାଯାଇଛି ।

ସ୍ଲୋଭାକିଆ ପ୍ରଧାନମନ୍ତ୍ରୀଙ୍କ ଉପରେ କିଏ ଓ କେମିତି କଲା ଆକ୍ରମଣ ?

ନନ୍ଦଘୋଷ ବ୍ୟୁରୋ : ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କୁ  ଏକାଧିକ ଗୁଳି ଚଳାଇବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଛାତି ଏବଂ ପେଟରେ ଏକାଧିକ ଗୁଳି ବାଜିବା ଯୋଗୁଁ ସେ ସାଂଘାତିକ ଆଘାତ ପାଇଥିଲେ। ସେତେବେଳେ ପିଏମ ଫିକୋ ଏକ ସରକାରୀ ବୈଠକରେ ଅଧ୍ୟକ୍ଷତା କରିବା ପାଇଁ ହ୍ୟାଣ୍ଡଲୋଭା ସହରରେ ପହଞ୍ଚିଥିଲେ। ବୈଠକ ଶେଷ ହେବା ପରେ ଗୁଳି ଚାଳନା କରାଯାଇଥିଲା। ଫେକୋର ଅଫିସିଆଲ୍ ଫେସବୁକ୍ ପେଜ୍ ରେ ଏହି ସୂଚନା ମିଳିଥିଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି ।” ଏହି ଘଟଣା ଘଟିବାବେଳେ ଡେନିକ୍ ଏନ ସାମ୍ବାଦିକ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ସେ କହିଛନ୍ତି ଯେ ଚାରୋଟି ଗୁଳିର ଶବ୍ଦ ଶୁଣାଯିବା ପରେ ଫିକୋ ତଳେ ପଡିଯାଇଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । ଏହି ଦୃଶ୍ୟ ସିସିଟିଭିରେ ମଧ୍ୟ କଏଦ ହୋଇଛି । କେବଳ ସେତିକି ନୁହେଁ ସୁରକ୍ଷା କର୍ମୀ ଜିନ୍ସ ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ ଧରିଥିଲେ । ଯିଏ ଫିକୋଙ୍କୁ ଗୁଳିକରିଥିବା ସନ୍ଦହ କରାଯାଉଛୀ । ପରବର୍ତ୍ତି ସମୟରେ ଫିକୋଙ୍କୁ ହେଲିକପ୍ଟର ଯୋଗେ ବାନସ୍କାର ଏକ ଡାକ୍ତରଖାନାକୁ ନିଆଯାଇଥିଲା। ସ୍ଲୋଭାକିଆର ରାଷ୍ଟ୍ରପତି ଜୁଜାନା ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଉପରେ ହୋଇଥିବା ଆକ୍ରମଣକୁ ନେଇ ଦୁଃଖପ୍ରକାଶ କରି ଏହାକୁ ନିନ୍ଦାକରିବା ସହ କାପୁରୁଷର ଆକ୍ରମଣ ବୋଲି କହିଥିଲେ।

ୟୁରୋପୀୟ ୟୁନିଅନର ମୁଖ୍ୟ ଉର୍ସୁଲା ଭନ୍ ଡେର୍ ଲେଏନ୍ କହିଛନ୍ତି, “ଏଭଳି ହିଂସା କାର୍ଯ୍ୟ ଆମ ସମାଜରେ ସ୍ଥାନ ନାହିଁ। ଏହା ଗଣତନ୍ତ୍ରକୁ ଦୁର୍ବଳ କରେ | ପିଏମ ଫିକୋ ଏବଂ ତାଙ୍କ ପରିବାର ସହ ମୋର ସମବେଦନା ରହିଛି। ” ଏଥିସହ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ କୌଣସି ଦେଶ, ଧର୍ମ କିମ୍ବା ଅଞ୍ଚଳରେ ହିଂସା ଆଦର୍ଶରେ ପରିଣତ ନହେବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯିବା ଉଚିତ। ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ଗୁଳିକୁ ଏକ ଘୃଣ୍ୟ ଅପରାଧ ବୋଲି କହିଛନ୍ତି।

ସୁରକ୍ଷା କର୍ମୀଙ୍କ ଆଖିକୁ ଲଙ୍କା ଗୁଣ୍ଡ ଫୋପାଡି ଫେରାର ହେଲେ ୪ ବାଳ ଅପରାଧୀ

ରାଜସ୍ଥାନ: ରାଜସ୍ଥାନ ହନୁମାନଗଡ଼ରେ ଥିବା ବାଲ ସ୍ୱଧାର ଗୃହରୁ ୪ ବାଳ ଅପରାଧୀ ଫେରାର । ସୁରକ୍ଷାକର୍ମୀଙ୍କ ଆଖିକୁ ଲଙ୍କା ଗୁଣ୍ଡା ଫୋପାଡି ଫେରାର ହୋଇଛନ୍ତି ୪ ବାଳ ଅପରାଧୀ। ପୋଲିସ ଏହି ଘଟଣାର ଛାନଭିନ୍ ଆରମ୍ଭ କରିଛି ।

ହନୁମାନଗଡ଼ ବାଳ ସ୍ୱଧାର ଗୃହର ନିରୀକ୍ଷକ ମନୋଜ କୁମାରଙ୍କ କହିବାନୁଯାୟୀ, ବାଳ ଅପରାଧୀମାନେ ସୁରକ୍ଷା କର୍ମୀଙ୍କୁ ପାଣି ପିଇବାକୁ ମାଗିଥିଲେ। ଏହାପରେ ସୁରକ୍ଷା କର୍ମୀଜଣକ ଗେଟ୍‌ ଖୋଲି ତାଙ୍କୁ ପାଣି ଦେଇଥିଲେ । ଏହାର ସୁଯୋଗ ନେଇ ବାଳ ଅପରାଧୀମାନେ ତାଙ୍କ ଆଖିକୁ ଲଙ୍କା ଗୁଣ୍ଡ ଫୋପାଡ଼ି ଫେରାର ହୋଇ ଯାଇଥିଲେ। ଏହି ଘଟଣାରେ ସୁରକ୍ଷାକର୍ମୀଙ୍କ ଅବହେଳା ରହିଥିବା ମଧ୍ୟ କୁହାଯାଉଛି ।

ବାଳ ଅପରାଧୀଙ୍କ ପଳାୟନ ଘଟଣା ସିସିଟିଭିରେ କଏଦ ହୋଇଛି । ସିସିଟିଭି ଫୁଟେଜରେ ଏହା ଦେଖିବାକୁ ମିଳିଛି ଯେ, କିପରି ଭାବେ ବାଳ ଅପରାଧୀମାନେ ସୁରକ୍ଷାକର୍ମୀଙ୍କ ଆଖିକୁ ଲଙ୍କାଗୁଣ୍ଡା ଫୋପାଡି ସେଠାରୁ ଦୌଡି ପଳାଇଯାଇଥିଲେ । ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସେକ୍ସ ରାକେଟ୍ ମାମଲାରେ ୮ ଅଧିକାରୀ ଓ ପୋଲିସ ସମେତ ୨୧ ଗିରଫ

ଇଟ୍ଟାନଗର: ଅରୁଣାଚଳ ପ୍ରଦେଶ ପୋଲିସକୁ ବଡ ସଫଳତା ।  ନାବାଳିକାଙ୍କୁ ନେଇ ଚାଲିଥିବା ସେକ୍ସ ରାକେଟର ପର୍ଦ୍ଦାଫାସ। ଇଟ୍ଟାନଗରରେ ଏକ ଆନ୍ତଃରାଜ୍ୟ ସେକ୍ସ ମାମଲାର ପର୍ଦ୍ଦାଫାସ କରିଛି ଅରୁଣାଚଳ ପ୍ରଦେଶ ପୋଲିସ । ସେକ୍ସ ରାକେଟରେ ଫସିରହିଥିବା ୧୦ରୁ ୧୫ ବର୍ଷ ବୟସର ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଏହି ଘଟଣାରେ ଦଲାଲ, ଗ୍ରାହକ, ପୋଲିସ ଅଧିକାରୀଙ୍କ ସମେତ ୨୧ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଗ୍ରାହକଙ୍କ ମଧ୍ୟରେ ୮ ଜଣ ସରକାରୀ କର୍ମଚାରୀ ମଧ୍ୟ ଅଛନ୍ତି।

ପୋଲିସ ଅଧିକ ସୂଚନା ଦେଇ କହିଛି ଯେ, ଉଦ୍ଧାର ନାବାଳିକା ସମସ୍ତ ଆସାମ  ଓ ଉଦଲଗୁରିର । ସେମାନଙ୍କୁ ପ୍ରଲୋଭନ ଦେଖାଇ ୨୦୨୦ ରୁ ୨୦୨୩ ମଧ୍ୟରେ ଇଟ୍ଟାନଗରକୁ ଅଣାଯାଇଥିଲା ।  ଏବଂ ସେଠାରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ଉଦ୍ଧାର ହୋଇଥିବା ଝିଅଙ୍କ ମଧ୍ୟରୁ ଜଣେ ଆଠ ବର୍ଷର ଝିଅ ଥିବା ବେଳେ ୨୦୨୦ରେ ତାଙ୍କୁ ଇଟ୍ଟାନଗରକୁ ଅଣାଯାଇଥିଲା। ଏହାପରେ ସେ ଦଲାଲଙ୍କ ହାତରୁ ଖସିବାରେ ସଫଳ ହୋଇଥିଲେ । ପରେ ୨୦୨୨ରେ ଝିଅଟି ପୁଣି ଦଲାଲଙ୍କ ହାତରେ ଧରା ପଡିଯାଇଥିଲେ ।

ଉଦ୍ଧାର ହୋଇଥିବା ନାବାଳିକାଙ୍କ ମଧ୍ୟରୁ ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଅଛି । ସେମାନେ ଏଚ.ଆଇ.ଭି ଏଡସ୍ ଭଳି ଗମ୍ଭୀର ରୋଗରେ ପୀଡିତ ଅଛନ୍ତି । ପୋଲିସ ଆହୁରୀ ମଧ୍ୟ କହିଛି ଯେ, ଶିଶୁ ଚାଲଣ ଏବଂ ସେକ୍ସ ରାକେର୍ଟରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।