spot_img
Home Blog Page 1934

ଦୁଇ ଟ୍ରକ ମଝିରେ ଚାପି ହୋଇଗଲା କାର, ୬ ମୃତ

କେନ୍ଦୁଝର: ଦୁଇ ଟ୍ରକ ମଧ୍ୟରେ ଚାପିହୋଇଗଲା କାର । ୬ କାର ଯାତ୍ରୀ ମୃତ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅର୍ନ୍ତଗତ ରିମୁଳି ଜାତୀୟ ରାଜପଥରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସମସ୍ତ ମୃତକ ବଡ଼ବିଲ ଭଦ୍ରାସାହି ଅଞ୍ଚଳର ହିରାଲାଲ ପଲେଇଙ୍କ ପରିବାର ସଦସ୍ୟ ହୋଇଥିବା ସୂଚନା ରହିଛି । ନିଜ ପରିବାର ସହ ସେ ବାଂଶପାଳ ବ୍ଲକ୍ ତରମାକାନ୍ତକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଛି ।

କାରଟି ସମ୍ପୁର୍ଣ୍ଣ ଚୁରମାର ହୋଇଯାଇଛି । କାରଟି ଦୁଇ ଟ୍ରକ୍ ମଝିରେ ଚାପି ହେବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । କାର ଆଗରେ ଏକ ଟ୍ରକ୍ ଯାଉଥିବା ବେଳେ ପଛରୁ ଆଉ ଏକ ଟ୍ରକ୍ ଧକ୍କା ଦେଇଥିଲା । ଆଗ ଟ୍ରକ୍ ବ୍ରେକ ମାରିବାରୁ କାରଟି ପିଟି ହୋଇ ଚୁରମାର ହୋଇଯାଇଥିଲା ।

ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କୁ ମରଣାନ୍ତକ ଆକ୍ରମଣ 

ବ୍ରାଟିସ୍ଲାଭା: ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କୁ ମରଣାନ୍ତକ ଆକ୍ରମଣ  । କ୍ୟାବିନେଟ ବୈଠକ ପରେ ସମ୍ବୋଧିତ କରୁଥିବା ବେଳେ ଏହି ଆକ୍ରମଣ ଘଟିଛି। ତାଙ୍କୁ ହତ୍ୟା କରିବା ପାଇଁ ଆକ୍ରମଣକାରୀ ଅନେକ ରାଉଣ୍ଡ ଗୁଳି ଚଳାଇଥିଲା। ଗୁରୁତର ଅବସ୍ଥାରେ ଫିକୋଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି  ।

ସ୍ଲୋଭାକିଆ ପ୍ରଧାନମନ୍ତ୍ରୀଙ୍କୁ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଭଳି ଗୁଳିମାଡ କରାଯାଇଥିଲା  । ଜଣେ ଆକ୍ରମଣକାରୀ ଥିଲେ କି ଜଣେରୁ ଅଧିକ ଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପୋଲିସ ଜଣଙ୍କୁ ଅଟକ ରଖିଛି।

ଗତ ବର୍ଷ ଅକ୍ଟୋବରରେ ଚତୁର୍ଥ ଥର ପାଇଁ ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ଭାବେ ରବର୍ଟ ଫିକୋ ଦାୟିତ୍ବ ହୋଇଥିଲେ। ସେ ୨୨.୯୪ ପ୍ରତିଶତ ଭୋଟ୍ ସହ ଜିତିଥିଲେ। ରୋବର୍ଟ ଋଷ ରାଷ୍ଟ୍ରପତି ପୁଟିନଙ୍କ ନିକଟତର ଅଟନ୍ତି।

ସ୍ଲୋଭାକିଆ ପୂର୍ବ ୟୁରୋପର ଏକ ଦେଶ । ଏହି ଦେଶର ପୂର୍ବରେ ୟୁକ୍ରେନ, ପଶ୍ଚିମରେ ଚେକ୍ ରିପବ୍ଲିକ୍, ଉତ୍ତରରେ ପୋଲାଣ୍ଡ ଏବଂ ଦକ୍ଷିଣରେ ହଙ୍ଗେରୀ ସୀମା ରହିଛି  ।

ଲିଙ୍ଗରାଜ ମନ୍ଦିର ନିକଟରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର

ଭୁବନେଶ୍ବର: ନାଁ ନନେଇ ଭୁବନେଶ୍ବର ସାଂସଦଙ୍କୁ ନିଶାଣ କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ଲୋକଙ୍କ ଆଶୀର୍ବାଦରେ ସାଂସଦ ହେଲେ । କେନ୍ଦ୍ରରୁ ୩ଶହ କୋଟି ଆଣି ଆଇଟି ପାର୍କ କରି ରୋଜଗାର ଦେବେ ବୋଲି କହିଲେ । ହେଲେ ଭୁବନେଶ୍ୱର ସାଂସଦ କର୍ପୋରେଟର ଓ ସରପଞ୍ଚଙ୍କ କାମରେ ମୁଣ୍ଡ ପୂରାଇଲେ ।

ଏମିତି ସାଂସଦ ଆଉ ଦରକାର ନାହିଁ ବୋଲି କହିଛନ୍ତି ଫାଇଭ-ଟି ଅଧ୍ଯକ୍ଷ ତଥା ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ଆଜି ଭୁବନେଶ୍ବର ଏକାମ୍ର ପାଇଁ ପ୍ରଚାର କରି ଲିଙ୍ଗରାଜ ମନ୍ଦିର ଆଗରୁ ଏପରି ସମାଲୋଚନା କରିଛନ୍ତି ପାଣ୍ଡିଆନ । ୧୪ ଜାଗା ବୁଲି ଆସିବାରୁ ବିଳମ୍ବ ହେଲା ବୋଲି ପ୍ରଥମେ କ୍ଷମା ମାଗିଥିଲେ ପାଣ୍ଡିଆନ ।

ଲିଙ୍ଗରାଜ ମନ୍ଦିର ଆଗରେ କେବେ ଭାଷଣ ରଖିବେ ବୋଲି ଭାବିନଥିଲେ ବୋଲି କହିବା ସହ ଭୁବନେଶ୍ବର ସାଂସଦଙ୍କ କାମକୁ ସମାଲୋଚନା କରିଥିଲେ । ଏକାମ୍ର ପାଇଁ ବିଜେଡି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ଭଲ କାମ କରୁଛନ୍ତି ତାଙ୍କୁ ଆଶୀର୍ବାଦ କରିବାକୁ ସେ ନିବେଦନ କରିଥିଲେ । ଏହାସହ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ମଧ୍ଯ ଆଶୀର୍ବାଦ କରିବାକୁ ପାଣ୍ଡିଆନ ନିବେଦନ କରିଥିଲେ । ଏହି ଅଞ୍ଚଳ ପାଇଁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ବହୁତ କାମ କରିଛନ୍ତି ।

ଏକାମ୍ର ପ୍ରକଳ୍ପ କିପରି ରୂପ ନେଲା ସେ ନେଇ ଲୋକଙ୍କୁ କହିଥିଲେ ପାଣ୍ଡିଆନ । ଲିଙ୍ଗରାଜ ମନ୍ଦିରକୁ ହଜାର ହଜାର ଲୋକ ଆସୁଛନ୍ତି । ହେଲେ ଠିଆ ହେବାକୁ ଜାଗା ନଥିଲା । ତାପରେ ଅଶୋକ ବାବୁଙ୍କ ସହ କଥା ହୋଇ ଏକାମ୍ର ପ୍ରକଳ୍ପ ଆରମ୍ଭ ହେଲା । ପ୍ରକଳ୍ପ ଲାଗି ଯିଏ ସହଯୋଗ କରିଛନ୍ତି, ଘର ହୋଟେଲ ଦାନ କରିଛନ୍ତି, ତାଙ୍କୁ ଇତିହାସ ମନେ ରଖିବ ।

ଏହି କାମ ବନ୍ଦ କରିବାକୁ ଭୁବନେଶ୍ୱର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ବହୁ ଚେଷ୍ଟା କଲେ । ହେଲେ ବନ୍ଦ କରି ପାରିଲେ ନାହିଁ । ହେଲେ ବିଳମ୍ବ କରାଇଦେଲେ । ପୁରୀ କାମ ଆଗ ହେଲା । ଜମି ଅଧିଗ୍ରହଣ କାମ ବିଳମ୍ବ ହେଲା । ଏଠି କାମ ଭଲ ହେଉଛି ବୋଲି କହିଛନ୍ତି ପାଣ୍ଡିଆନ । ଏକାମ୍ର ରାଜାମହାରାଜାଙ୍କ ସମୟରେ ଯେମିତି ଥିଲା, ମୁଖ୍ୟମନ୍ତ୍ରୀ ସେମିତି ରୂପାନ୍ତର କରିଛନ୍ତି । ଏହି ମନ୍ଦିର ହଜାର ହଜାର ବର୍ଷ ରହିବ । ଦୋକାନ, ହୋଟେଲ ଵି ଥଇଥାନ ହୋଇଛି । ହଜାର ହଜାର ପର୍ଯ୍ୟଟକ ଆସିବେ ରୋଜଗାର ବଢିବ । ଜୀବନ ଧାରାରେ ସକାରାତ୍ମକ ପ୍ରଭାବ ପଡିବ ।

ଝାଡଖଣ୍ଡ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଆଲାମଗିର ଆଲାମ ଗିରଫ

ରାଞ୍ଚି: ଝାଡଖଣ୍ଡ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା କଂଗ୍ରେସ ନେତା ଆଲାମଗିର ଆଲାମଙ୍କୁ ଇଡି ଗିରଫ କରିଛି। ବୁଧବାର ସକାଳେ ଦ୍ୱିତୀୟ ଥର ପାଇଁ ଇଡି ଆଲାମଗିରଙ୍କୁ ପଚରାଉଚରା ପାଇଁ ଡକାଇଥିଲା। ତଦନ୍ତରେ ସହଯୋଗ ନକରିବାରୁ ମନ୍ତ୍ରୀ ଆଲାମଗିରଙ୍କୁ ଗିରଫ କରାଯାଇଛି।

 

ଟେଣ୍ଡର ସ୍କାମରେ ନିକଟରେ ଆଲାମଗିରଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲଙ୍କ ଘରୋଇ ସହାୟକ ଜାହାଙ୍ଗୀର ଆଲାମଙ୍କ ଘରେ ଇଡି ଚଢାଉ କରିଥିଲା। ଏହି ଚଢାଉରେ ଇଡି ପ୍ରାୟ ୩୭ କୋଟି ଟଙ୍କା ଜବତ କରିଛି  । ଘରୋଇ ସହାୟକ ଜାହାଙ୍ଗୀର ଆଲାମଙ୍କ ଘରୁ ପ୍ରାୟ ୩୫.୫ କୋଟି ଟଙ୍କା ଜବତ କରାଯାଇଥିଲା।

ଏହି ମାମଲାରେ ସଞ୍ଜୀବ ଲାଲ ଏବଂ ଜାହାଙ୍ଗୀର ଆଲାମଙ୍କୁ ଇଡି ଗିରଫ କରିଥିଲା। ପରେ ସଞ୍ଜୀବ ଲାଲଙ୍କ କାର୍ଯ୍ୟାଳୟରେ ଖୋଜାଖୋଜି ବେଳେ ପ୍ରାୟ ଅଢେଇ କୋଟି ଟଙ୍କା ମୂଲ୍ୟର ନଗଦ ଟଙ୍କା ଜବତ କରାଯାଇଥିଲା। ସଂଜୀବ ଲାଲ ଏବଂ ଜାହାଙ୍ଗୀର ଆଲାମ ବର୍ତ୍ତମାନ ଇଡି ରିମାଣ୍ଡରେ ଅଛନ୍ତି। ଏଠାରେ କହିରଖୁଛୁ ଯେ ଇଡି ଚଢାଉ କରି କୋଟି କୋଟି ନଗଦ ଟଙ୍କା ମିଳିବା ଘଟଣାରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତାମାନଙ୍କୁ ଟାର୍ଗେଟ କରିଛି ବିଜେପି।

 

 

ଆଲାମଗିର ଆଲାମ ହେଉଛନ୍ତି ରାଜ୍ୟର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ। ଗତ ସପ୍ତାହରେ ତାଙ୍କ ଘରୋଇ ସହାୟକ ଘରୁ କୋଟି କୋଟି ଟଙ୍କା ଜବତ ପରେ ସେ ବିବାଦକୁ ଆସିଥିଲେ  ।

 

ବଲାଙ୍ଗୀରରୁ କେନ୍ଦ୍ରକୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ

ବଲାଙ୍ଗୀର: ଜୁନ ୪ରେ କେନ୍ଦ୍ରରେ ଇଣ୍ଡି ମେଣ୍ଟ ସରକାର ଗଢିବ । ବିରୋଧୀଙ୍କୁ କଡ଼ା ଭାଷାରେ ସମାଲୋଚନା କରି ଏହି ଦମ୍ଭୋକ୍ତି ଦେଖାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ବଲାଙ୍ଗୀରକୁ ରାହୁଲ ଗାନ୍ଧୀ ପ୍ରଚାରରେ ଆସି କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଛନ୍ତି । ୨୨ ଜଣ ଶିଳ୍ପପତିଙ୍କୁ ୧୬ ଲକ୍ଷ କୋଟି ଟଙ୍କା ଛାଡ କରି କେନ୍ଦ୍ର ସରକାର ଧନୀକଙ୍କୁ ପ୍ରୋତ୍ସାହନ ଦେଇଛନ୍ତି ।

କେନ୍ଦ୍ର ସରକାର ୨୨/ ୨୫ ଜଣଙ୍କ ପାଇଁ କାମ କରୁଛନ୍ତି । ସରକାରକୁ ୯୦ ଅଫିସର ଚଳାଉଛନ୍ତି । ସେଥିରୁ ମାତ୍ର ତିନି ଜଣ ଦଳିତ । ଏଥିରୁ ଜଣାପଡୁଛି କେନ୍ଦ୍ରର ଆଦିବାସୀ ଓ ଦଳିତ ପ୍ରୀତି । ବିଜେପି ସରକାର ଏଥର କ୍ଷମତାକୁ ଆସିଲେ ସମ୍ବିଧାନ ବଦଳାଇଦେବେ ବୋଲି କହୁଛନ୍ତି । ଦୁନିଆର କୌଣସି ଶକ୍ତି ସମ୍ବିଧାନ ବଦଳାଇପାରିବନି ବୋଲି ରାହୁଲ ଚେତାବନୀ ଦେଇଛନ୍ତି ।

ଇଣ୍ଡି ମେଣ୍ଟ ସରକାରକୁ ଆସିଲେ ପ୍ରଥମେ ଗରିବ ଲୋକଙ୍କ ତାଲିକା ହେବ । ପ୍ରତ୍ଯେକ ପରିବାରରୁ ଜଣେ ମହିଳାଙ୍କୁ ବଛାଯିବ । ୪ ଜୁଲାଇରେ ସେହି ମହିଳାଙ୍କ ଖାତାକୁ ପ୍ରଥମ କିସ୍ତିରେ ୮ ହଜାର ୫ଶହ ଟଙ୍କା ଯିବ । ଏପରି ଭାବେ ବର୍ଷକରେ କୋଟି କୋଟି ମନୋନୀତ ମହିଳାଙ୍କ ଖାତାକୁ ଏକ ଲକ୍ଷ ଟଙ୍କା ଯିବ ବୋଲି କହିଛନ୍ତି ରାହୁଲ । ସେହିପରି ଖାଲି ପଡିଥିବା ୩୦ ଲକ୍ଷ ସରକାରୀ ଚାକିରି ପୂରଣ କରାଯିବ । ମନରେଗା ମଜୁରୀକୁ ୨୫୦ରୁ ୪ଶହ ଟଙ୍କା କରିବ ଇଣ୍ଡି ମେଣ୍ଟ ସରକାର । ଇଣ୍ଡି ମେଣ୍ଟ ଆସିଲେ ସଂରକ୍ଷଣ ବ୍ଯବସ୍ଥା ଉଚ୍ଛେଦ କରିବା ସହ ସମସ୍ତ ଚାଷୀଙ୍କ ଋଣ ଛାଡ କରିବ ବୋଲି ରାହୁଲ ପ୍ରତିଶୃତି ଦେଇଛନ୍ତି ।

ପ୍ରଥମ ଥର ୩୦୦ ଶରଣାର୍ଥୀଙ୍କୁ ମିଳିଲା ଭାରତୀୟ ନାଗରିକତ୍ବ

ନୂଆଦିଲ୍ଲୀ: ଦେଶରେ CAA ଲାଗୁ କରିବା ପରେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ୩୦୦ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତ୍ୱ ଦେଇଛନ୍ତି। ଏହି ଶରଣାର୍ଥୀମାନେ ଗତ କିଛି ବର୍ଷ ଧରି ଭାରତୀୟ ନାଗରିକତା ପାଇବା ପାଇଁ ସଂଗ୍ରାମ କରିଆସୁଥିଲେ ।

ନାଗରିକତା (ସଂଶୋଧନ) ନିୟମର ୨୦୨୪ ଅଧିସୂଚନା ଲାଗୁ ହେବା ପରେ ପ୍ରଥମ ଥର ପାଇଁ ୩୦୦ ଜଣଙ୍କୁ ଭାରତୀୟ ନାଗରିକତ୍ୱ ଦିଆଯାଇଛି। ଗୃହ ମନ୍ତ୍ରଣାଳୟ ନୂଆଦିଲ୍ଲୀରେ ଶରଣାର୍ଥୀଙ୍କୁ ଡାକି ନାଗରିକତ୍ୱ ଦେଇଥିଲା। କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭାଲା ୧୪ ଆବେଦନକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରି ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଚଳିତ ବର୍ଷ ମାର୍ଚ୍ଚ ୧୧ରେ କେନ୍ଦ୍ର ସରକାର ନାଗରିକତ୍ୱ ସଂଶୋଧନ ଆଇନ ଅର୍ଥାତ୍ CAA କାର୍ଯ୍ୟକାରୀ କରିଥିଲେ। ଏହି ଅଧିନିୟମ ଅନୁଯାୟୀ ଭାରତର ତିନି ପଡୋଶୀ ଦେଶ ପାକିସ୍ଥାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ନିର୍ଯାତିତ ସଂଖ୍ୟାଲଘୁମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯିବ। ତେବେ ୩୧ ଡିସେମ୍ବର ୨୦୧୪ ବା ତା ପୂର୍ବରୁ ଭାରତ ଆସିଥିବା ଶରଣାର୍ଥୀ କେବଳ ଏହି ଆଇନର ଲାଭ ନେଇପାରିବେ। ଏହି ଅଧିନିୟମ ଅନୁଯାୟୀ ପଡୋଶୀ ଦେଶର ହିନ୍ଦୁ, ଶିଖ, ଜୈନ,  ବୌଦ୍ଧ, ପାରସୀ ଏବଂ ଖ୍ରୀଷ୍ଟିଆନମାନେ ଆବେଦନ କରିଥିଲେ।

୨୦୧୪ ଡିସେମ୍ବର ପୂର୍ବରୁ ଭାରତର ଶରଣ ନେଇଥିବା ଆବେଦକମାନେ ଭାରତର ପ୍ରମାଣପତ୍ର ଦେବାକୁ ପଡିବ  । ଏଥିପାଇଁ ପୁରୁଣା ଭିସା, ପାନ କାର୍ଡ, ବୀମା ପଲିସି ଭଳି ଦସ୍ତାବିଜ ପ୍ରମାଣ ସ୍ବରୂପ ଦେଖାଇବାକୁ ହେବ  । ପୂର୍ବୋତ୍ତର ରାଜ୍ୟର କିଛି ଅଞ୍ଚଳକୁ ସିଏଏ ମୁକ୍ତ କରାଯାଇଛି ।

ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ମିଶିଲେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା

ବ୍ରଜରାଜନଗର: ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା । ଦଳର ପ୍ରାଥମିକ ସଭ୍ୟପଦରୁ ରାଧାରାଣୀ ଆଜି ଇସ୍ତଫା ଦେଇଛନ୍ତି  ।
ରାଜ୍ୟ ବିଜେପି ସଭାପତିଙ୍କ ସେ ଇସ୍ତଫା ପତ୍ର ପଠାଇଛନ୍ତି  । ରାଧାରାଣୀଙ୍କ ଇସ୍ତଫା ପରେ ଝାରସୁଗୁଡ଼ା ବିଜେପିକୁ ବଡ଼ ଝଟକା ମିଳିଛି  ।

ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଝାରସୁଗୁଡ଼ା ପୂର୍ବତନ ଜିଲ୍ଲା ବିଜେପି ସଭାପତି ଥିଲେ  । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେ ବିଜେପି ବିଧାୟିକା ଥିଲେ  ।

ବିଜେପି ଛାଡି ଆଜି ସେ ବିଜେଡିରେ ଯୋଗ ଦେଇଛନ୍ତି  । ବିଜେଡି ଲୋକସଭା ପ୍ରାର୍ଥୀ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି। ରାଧାରାଣୀଙ୍କୁ ଦଳକୁ ସ୍ଵାଗତ କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ  ।

ବଙ୍ଗୋପସାଗରରେ ସୃଷ୍ଟି ଘୁର୍ଣ୍ଣିଝଡ, ମେ’ ଶେଷ ଆଡକୁ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା

ଦୀଘା: ଆସନ୍ତା ମେ ୨୦ରୁ ମେ ୨୫ରେ ବଙ୍ଗୋପସାଗରରେ ଗଭୀର ନିମ୍ନ ଚାପ ସୃଷ୍ଟି କରିପାରେ ରେମାଲ୍ ନାମକ ଘୂର୍ଣ୍ଣିଝଡ । ଯେଉଁଥିପାଇଁ ତତ୍ପର ପଶ୍ଚିମବଙ୍ଗର ଦୀଘା ସମୁଦ୍ର ପ୍ରଶାସନ ।

କାଳବୈଶାଖୀ ପ୍ରଭାବରେ ବର୍ଷା ଲାଗିରହିଥିବାରୁ ସପ୍ତାହେ ହେଲା ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିଲା। ଆସନ୍ତା ଦୁଇ ଦିନ ମଧ୍ୟ କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ  । ଅନ୍ୟପଟେ ପାଣିପାଗ ବିଭାଗ ଆକଳନ ଅନୁସାରେ ମେ ୨୦ ରୁ ୨୫ ମଧ୍ଯରେ ବଙ୍ଗୋପ ସାଗରରେ ଗଭୀର ନିମ୍ନ ଚାପ୍ ସୃଷ୍ଟି କରୁଛି ଘୂର୍ଣ୍ଣିଝଡ  ।  ଏହି ଘୂର୍ଣ୍ଣିଝଡ ନାମ ଦିଆ ଯାଇଛି ରେମାଲ୍ ।

ରେ ମାଲ୍ ଘୂର୍ଣ୍ଣିଝଡ ସୃଷ୍ଟିକୁ ନେଇ ଓଡିଶା ଓ ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳ ଦୀଘା ସମୁଦ୍ର ପ୍ରଶାସନ ପକ୍ଷରୁ ତତ୍ପରତା ଦେଖା ଦେଇଛି । ଦୀଘା ପ୍ରଶାସନ ଓ ପୋଲିସ  ଦୀଘା ସମୁଦ୍ର, ନିଉ ଦୀଘା ସମୁଦ୍ର, ଶଙ୍କରପୁର, ମୋହନା ସମୁଦ୍ର କୂଳ ଅଞ୍ଚଳକୁ ଖାସ ନଜରରେ ରଖିଛନ୍ତି  । ଦୀଘା ସମୁଦ୍ରରେ ଢେଉ ଓ ଲହଡ଼ି ଉଚ୍ଚତା ବେଶୀ ହେଲେ ପର୍ଯ୍ୟଟକଙ୍କୁ ଦୀଘା ସମୁଦ୍ରରେ ସ୍ନାନ କରିବା ପାଇଁ ମଧ୍ଯ ବନ୍ଦ କରି ପାରନ୍ତି ବୋଲି ଦୀଘା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି ।

ଘୂର୍ଣ୍ଣିଝଡ ରେମାଲ୍ ଲ୍ୟାଣ୍ଡଫଲ ହେବ କି ନାହିଁ ତାହା ଏ ପର୍ଯ୍ୟନ୍ତ ପାଣିପାଗ ବିଭାଗ ଆକଳନ କରିନାହିଁ  । କିନ୍ତୁ ବାଂଲାଦେଶ ସୀମାନ୍ତ ହୋଇ ପଶ୍ଚିମବଙ୍ଗରେ ପ୍ରଭାବ ପକାଇପାରେ ଘୁର୍ଣ୍ଣିଝଡ ରେମାଲ୍ । ପଶ୍ଚିମବଙ୍ଗ ସରକାର ରେ ମାଲ୍ ଘୂର୍ଣ୍ଣିଝଡ ଲ୍ୟାଣ୍ଡଫଲ ହେବା ଆଶଙ୍କାକୁ ନେଇ ତତ୍ପରତା ଦେଖାଇବା ଆରମ୍ଭ କରିଛନ୍ତି ।

 

 

 

 

ବିଜୁଳି ଯୋଗାଣ ସଂକ୍ରାନ୍ତରେ ଧରାପଡିଛି ବିଜେପିର ମିଛ, ନିଜ ଦଳ ବିରୁଦ୍ଧରେ ତଦନ୍ତ ଦାବି କଲେଣି ନେତା

ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଓଡିଶା ବିଜେପି ଭଲ ଭାବେ ଜାଣିସାରିଲାଣି ଯେ ସେମାନେ ଶୋଚନୀୟ ପରାଜୟକୁ ସାମ୍ନା କରୁଛନ୍ତି, ଆଉ ବିଜେଡି ୯୦% ଆସନରେ ବାଜିମାତ୍ କରିବାକୁ ଯାଉଛି । ଏହା ସେମାନଙ୍କ ମନୋବଳକୁ ଭାଙ୍ଗି ଦେଇଛି । ଯେଉଁଥିପାଇଁ ସେମାନେ ଅଭ୍ୟାସଗତ ଭାବେ ମିଛ କହିବା ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ବିଜେଡି ନେତା ଭୃଗୁ ବକ୍ସିପାତ୍ର ।

ବକ୍ସିପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ମାଗଣା ବିଜୁଳି ସଂକ୍ରାନ୍ତରେ ଆମ ନିର୍ବାଚନୀ ଇସ୍ତାହାରରେ ସ୍ପଷ୍ଟ ଭାବେ କୁହାଯାଇଛି, ୯୦% ଓଡିଶାବାସୀ ଏହି ମାଗଣା ବିଜୁଳି ପାଇବେ । ସାଢେ ୪ କୋଟି ଓଡିଶାବାସୀ ଜାଣିଛନ୍ତି, ନବୀନ ବାବୁଙ୍କ ଗ୍ୟାରେଣ୍ଟି ସବୁ ଶତ ପ୍ରତିଶତ ପାଳନ ହେବ । ଏହି ମାଗଣା ବିଜୁଳି ଘୋଷଣା ଶୁଣିବା ପରେ ସେମାନଙ୍କ ଶରୀରରେ ଏତେ ଜୋରରେ କରେଣ୍ଟ ଲାଗିଛି ଏବଂ ସେମାନେ ସଂପୂର୍ଣ୍ଣ ବିଚଳିତ ହୋଇଯାଇଛନ୍ତି ଓ ମନଇଛା କଥା କହିବା ଆରମ୍ଭ କରିଛନ୍ତି ।

ବିଜୁଳି ଯୋଗାଣ ସଂକ୍ରାନ୍ତରେ ମଧ୍ୟ ସେମାନଙ୍କର ମିଛ ଧରାପଡିଛି । ଓଡିଶା ବିଜୁଳି ଉତ୍ପାଦନ କରିବା ପରେ, କେଉଁ ରାଜ୍ୟକୁ କେତେ ବିଜୁଳି ଯୋଗାଣ କରାଯିବ ଏବଂ କେତେ ଦରରେ କରାଯିବ, ଏହା କେନ୍ଦ୍ର ସରକାର ନିର୍ଦ୍ଧାରଣ କରିଥାନ୍ତି । ଅନ୍ୟ ରାଜ୍ୟକୁ ବିଜୁଳି ଯୋଗାଇବାକୁ ଚାପ ସବୁବେଳେ କେନ୍ଦ୍ର ସରକାର ପକାଇଥାନ୍ତି । ବିଜେପି ଶାସିତ ବିହାର, ଉତ୍ତରପ୍ରଦେଶ ତୁଳନାରେ ଓଡିଶାର ବିଜୁଳି ଦର ବହୁତ ଶସ୍ତା । ଏସବୁ ରାଜ୍ୟରେ ଓଡିଶା ତୁଳନାରେ ବିଜୁଳି ଦର ଦୁଇଗୁଣା ଅଧିକ । ରାଜସ୍ଥାନରେ ବିଜୁଳି ଦର ଓଡିଶା ତୁଳନାରେ ୭୫ ପ୍ରତିଶତ ଅଧିକ ।

ସମୀର ମହାନ୍ତିଙ୍କ ପ୍ରତିକ୍ରିୟା ଶୁଣି ଲାଗିଲା, କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କାର ଦୁର୍ନୀତି କରୁଛନ୍ତି ବୋଲି ସେ କହିବାକୁ ଚାହୁଁଛନ୍ତି । ଆମେ ଶୁଣୁଥିଲୁ, ଚଳିତ ନିର୍ବାଚନରେ ଟିକେଟ ମିଳିଲା ନାହିଁ ବୋଲି ସେ ରାଗରେ ଥିଲେ । ଲାଗୁଛି ସେ ଏତେ ରାଗରେ ଅଛନ୍ତି ଯେ, ନିଜ ଦଳର ସରକାର ବିରୋଧରେ ତଦନ୍ତ କରିବାକୁ ଦାବି କରୁଛନ୍ତି । ତଦନ୍ତ ହେଉ, ସବୁ ସତ ପଦାକୁ ଆସିଯିବ । ମାଗଣା ବିଜୁଳି ପ୍ରତିଶ୍ରୁତି କରେଣ୍ଟ ଏମିତି ଲାଗିଛି ଯେ, ସେ ନିଜେ କଣ କହୁଛନ୍ତି ଜାଣିପାରୁନାହାନ୍ତି । ସେଥିପାଇଁ ନିଜ ସରକାର ବିରୋଧରେ ତଦନ୍ତ ଦାବି କରୁଥିବା ବକ୍ସିପାତ୍ର କହିଛନ୍ତି ।

ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରୁ ବିଜେପିକୁ ପ୍ରଶ୍ନ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: କୁଆଡେ ଗଲା ଅଚ୍ଛେ ଦିନ ? ବିରୋଧୀଙ୍କୁ ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଚ୍ଛେ ଦିନର ସ୍ବପ୍ନ ଦେଖାଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିରୋଧୀ । ଲୋକଙ୍କୁ ମିଛ କହି ଭୁଆଁ ବୁଲାଉଛନ୍ତି । ଛେଣ୍ଡିପଦାର ପ୍ରଚାର ସଭାରେ ବିରୋଧୀଙ୍କୁ ଏହିଭଳି ଟାର୍ଗେଟ କରିଛନ୍ତି ନବୀନ । ବିଏସକେୱାଇ, ମିଶନ ଶକ୍ତି, ମମତା, କାଳିଆ ଯୋଜନା, ଫାଇଭ-ଟି ସ୍କୁଲ ଓ ନୂଆ-ଓ ଛାତ୍ରବୃତ୍ତି ଭଳି ଯୋଜନା ଲୋକଙ୍କ ସମାଜିକ ଓ ଅର୍ଥନୈତିକ ସ୍ଥିତିରେ ସୁଧାର ଆଣିଛି ।

ବିରୋଧୀ କିନ୍ତୁ ଏହିସବୁ ଯୋଜନାକୁ ବନ୍ଦ କରିଦେବାକୁ ଚକ୍ରାନ୍ତ କରୁଛନ୍ତି । ନିଜ ଜନ୍ମମାଟିର ଉନ୍ନତି ପାଇଁ ଧର୍ମେନ୍ଦ୍ର ପ୍ରଧାନ କି ଉଲ୍ଲେଖନୀୟ କାମ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ବିଜେପି ମିଛ ପ୍ରଚାର ବନ୍ଦ କରୁ ବୋଲି ସେ କହିଛନ୍ତି । ସେହିଭଳି 5T ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆକ୍ଷେପ କରି କହିଛନ୍ତି ଯେ, ୨୦୧୪ରେ ବିଜେପି ଏଲପିଜି, ପେଟ୍ରୋଲ, ଡିଜେଲ ଦର କମାଇବା ସହ ଚାଷୀଙ୍କ ପାଇଁ ଏମଏସପି ଦୁଇ ଗୁଣା କରିବାକୁ ପ୍ରତିଶୃତି ଦେଇଥିଲା । ସେ ପ୍ରତିଶୃତି ଏଯାଏଁ ପୂରଣ କରିପାରିନି ।

ଧର୍ମେନ୍ଦ୍ର ବିଜେପିରୁ ପ୍ରାର୍ଥୀ ହୋଇଥିବାରୁ ସେ ଜିତିଲେ କେନ୍ଦ୍ର ନିକଟରେ ଛେଣ୍ଡିପଦା ବିକାଶ ନେଇ ସ୍ବର ଉଠାଇପାରିବେନି କି ସ୍କୁଲଟିଏ ଖୋଲି ପାରିବେନି । ମୁଖ୍ୟମନ୍ତ୍ରୀଙ୍କ ମାଗଣା ବିଜୁଳି ଘୋଷଣା ଶୁଣି ବିଜେପି ଦେହରେ କରେଣ୍ଟ ଲାଗିଯାଇଛି । ଲୋକଙ୍କୁ ସୋଲାର ଲାଇଟ ନାଁରେ ଦିନରେ ବିଜେପି ନେତାମାନେ ଲଣ୍ଠନ ଦେଖାଉଛନ୍ତି ବୋଲି ସେ ତାତ୍ସଲ୍ୟ କରିଛନ୍ତି ।