spot_img
Home Blog Page 1947

ଜୁନ ୯ରୁ ମିଳିବ ମାଗଣା ବିଜୁଳି: କାର୍ତ୍ତିକ ପାଣ୍ଡିଆନ

ରାଉରକେଲା: ଜୁନ ୯ ତାରିଖରୁ ମିଳିବ ମାଗଣା ବିଜୁଳି। ରାଉରକେଲାର ରଘୁନାଥପାଲ୍ଲୀରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ଏଭଳି ସୂଚନା ଦେଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଥିବା କହିଛନ୍ତି ପାଣ୍ଡିଆନ। ଗ୍ରାହକଙ୍କୁ ଜୁଲାଇ ମାସରୁ ବିଜୁଳି ବିଲ ଦେବାକୁ ଆଉ ପଡିବନି। ମାଗଣା ବିଜୁଳି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ। ଜୁନ ୯ ତାରିଖ ସଂଧ୍ୟାବେଳେ ମନ୍ତ୍ରିମଣ୍ଡଳରେ ଏହି ଇସ୍ତାହାରକୁ ସ୍ଵୀକୃତି ଦେବେ ମୁଖ୍ୟମନ୍ତ୍ରୀ। ରାଜ୍ୟବାସୀଙ୍କୁ ମାଗଣା ବିଜୁଳି ପ୍ରଦାନ ନେଇ ଏହି ବଡ଼ ଘୋଷଣା କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏଇଟା ନବୀନ ବାବୁଙ୍କର ଗ୍ୟାରେଣ୍ଟି ବୋଲି ରଘୁନାଥପାଲ୍ଲୀ ସାଧାରଣ ସଭାରେ ଘୋଷଣା କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଏହି ଅବସରରେ ବିରୋଧୀଙ୍କୁ ପୁଣି ଟାର୍ଗେଟ କରିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କହିଥିଲେ, ବହୁତ ବଡ଼ ବଡ଼ ନେତା ଆସିବେ । ମିଠା ମିଠା କଥା କହିବେ। ପ୍ରତି ବର୍ଷ ୨ କୋଟି ରୋଜଗାର ଦେବୁ ବୋଲି କହିଥିଲା କେନ୍ଦ୍ର। ୧୦ ବର୍ଷରେ ୨୦ କୋଟି ରୋଜଗାର ଦେବା କଥା। ଓଡ଼ିଶାରେ ୮୦ ଲକ୍ଷ ଲୋକ ରୋଜଗାର ପାଇବା କଥା। ହେଲେ କିଛି ହୋଇନି। ୨୦୧୪ରେ ମିଛ କହିଲେ, କ୍ଷମତାକୁ ଆସିଲେ ଭୁଲିଗଲେ। ୨୦୧୯ରେ ମିଛ କହିଲେ, ଅପପ୍ରଚାର କଲେ କ୍ଷମତାକୁ ଆସିଲେ, ଦରଦାମ ଉପରେ କିଛି କହିଲେନି, ତେଲ, ପେଟ୍ରୋଲ ଓ ଗ୍ଯାସ ଦର କମିନାହି। ବହୁତ ବଡ଼ ବଡ଼଼ ନେତା ଆସୁଛନ୍ତି, ନବୀନ ବାବୁଙ୍କ ବିରୋଧରେ ପ୍ରଚାର କରୁଛନ୍ତି। ୩ରୁ ୪ ବାହାର ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରଚାର କରିବାକୁ ଆସୁଛନ୍ତି। ହେଲେ ଓଡ଼ିଶାର ସାଢେ ୪ କୋଟି ଜନତା ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପରିବାର।

ରଘୁନାଥପାଲ୍ଲୀ ଆୟାେଜିତ ଜନସଭାରେ ଜନତାଙ୍କୁ ବିକାଶର ହିସାବ ଦେଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଗତ ମାର୍ଚ୍ଚ ୧୨ ପରଠାରୁ ରଘୁନାଥପାଲ୍ଲୀ ନିର୍ବାଚନମଣ୍ଡଳୀ ଲାଗି ୧୦୦ କୋଟି ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଉରକେଲାର ସେକ୍ଟର ୩ ଜଗନ୍ନାଥ ମନ୍ଦିର ଉନ୍ନତି ଲାଗି ଦେଢ କୋଟି , ଦେଓଗାଁରେ ଥିବା ଧବଳେଶ୍ଵର ମନ୍ଦିର ଉନ୍ନତି ଲାଗି ୧ କୋଟି, କୋଏଲ ନଦୀରେ ମଧ୍ୟ କାମ ଚାଲୁଛି। କେନ୍ଦୁପତ୍ର ତୋଳାଳିମାନଙ୍କ ଲାଗି ଥିବା ବୋନସକୁ ଦୁଇ ଗୁଣା କରିଛନ୍ତି।

ଏହାସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କଥା କହିଥିଲେ। ମିଶନ ଶକ୍ତି, କାଳିଆ ଯୋଜନା, ଲକ୍ଷ୍ମୀ, ମଧୁବାବୁ, 5T  ସ୍କୁଲ, ଆମ ହସ୍ପିଟାଲ, ବିଜୁ ସ୍ଵାସ୍ଥ୍ୟ କଲ୍ଯାଣ ଯୋଜନାର ଲକ୍ଷ ଲକ୍ଷ ଲୋକଙ୍କୁ ବଡ଼ ବଡ଼ ମେଡିକାଲରେ ଚିକିତ୍ସା ଲାଗି ମିଳିଛି ସାହସ।ଡବଲ ଶଙ୍ଖରେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବାକୁ ଅପିଲ କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବିଜୁ ଜନତା ଦଳର ଦୁଇ ପ୍ରାର୍ଥୀଙ୍କୁ ଯୋଡ଼ି ଶଙ୍ଖରେ ଆଶୀର୍ବାଦ କରିବାକୁ ଆହ୍ଵାନ କରିଛନ୍ତି।

ବ୍ୟାଙ୍କ୍ ଅଫ ଇଣ୍ଡିଆ ଖୋର୍ଦ୍ଧା ଶାଖାରେ ଅଗ୍ନିକାଣ୍ଡ

ଖୋର୍ଦ୍ଧା: ଖୋର୍ଦ୍ଧା ଗୋଡ଼ି ପୋଖରୀ ଛକରେ ଥିବା ବ୍ୟାଙ୍କ୍ ଅଫ ଇଣ୍ଡିଆ ଶାଖାରେ ଅଗ୍ନିକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ସମସ୍ତ କମ୍ପ୍ୟୁଟର, ଗୁରୁତ୍ୱପୂର୍ଣ୍ଣ ଫାଇଲ୍, ଆସବାବପତ୍ର ନଷ୍ଟ ହୋଇଯାଇଛି। ରାତି ପ୍ରାୟ ସାଢ଼େ ୩ଟା ସମୟରେ ବ୍ୟାଙ୍କ ଭିତରୁ ଧୂଆଁ ବାହାରିବା ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଅଗ୍ନିଶମ କର୍ମଚାରୀ ଦୀର୍ଘ ସମୟର କସରତ ପରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡି ନଥିବାବେଳେ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ଶିମିଳିପାଳରେ ୫ ଶିକାରୀ ଗିରଫ

ଶିମିଳିପାଳ: ଶିମିଳିପାଳରେ ୫ ଶିକାରୀ ଗିରଫ। ଥମିବାର ନା ଧରୁନି। ଶିମିଳିପାଳ ଜନ୍ତୁଙ୍କ ଉପରେ ଶିକାରୀଙ୍କ ଲୋଲୁପ ଦୃଷ୍ଟି। ଶିକାର କରି ବନବିଭାଗ ହାତରେ କେତେବେଳେ ଧରା ପଡ଼ୁଛନ୍ତି ତ ଆଉ କେତେବେଳେ ଶିକାର କରିବାରେ ସକ୍ଷମ ହେଉଛନ୍ତି।

ଗତକାଲି ଠାକୁରମୁଣ୍ଡା ବ୍ଲକ ସାତକୋଶିଆ ବନ୍ୟପ୍ରାଣୀ ବନାଞ୍ଚଳ ପକ୍ଷରୁ ଚଢ଼ାଉ କରାଯାଇ ୫ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୮କେଜି କୁଟାରୀ ମାଂସ, କୁରାଢ଼ୀ, ଫାଶ ଆଦି ଜବତ କରିଛି ବନବିଭାଗ । ପାଞ୍ଚଜଣ ଶିକାରୀଙ୍କୁ କୋର୍ଟ ଚାଲାଣ କୋର୍ଟ ଚାଲାଣ କରାଯାଇଛି। ସମସ୍ତ ଅଭିଯୁକ୍ତ ଦୁଆରଶୁଣି ଗାଁର ବୋଲି ଜଣାପଡିଛି । ସାତକୋଶିଆ ବନ୍ୟପ୍ରାଣୀ ବନାଞ୍ଚଳର ସଂରକ୍ଷିତ କମ୍ପାଟମେଣ୍ଟ ୮ରେ ଶିକାର କରି ଫେରୁଥିବା ବେଳେ ବନ ବିଭାଗ ହାବୁଡ଼ରେ ପଡ଼ିଥିଲେ ।

ମା’କୁ ଗୁଳି ମାରିଲେ, ୩ ଛୁଆଙ୍କୁ ଛାତରୁ ଫୋପାଡି ନିଜେ ଆତ୍ମହତ୍ୟା କଲା ଯୁବକ

ସୀତାପୁର: ଉତ୍ତରପ୍ରଦେଶ ସୀତାପୁରରେ ଗୋଟିଏ ପରିବାରର ୬ଜଣ ସଦସ୍ୟଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ରିପୋର୍ଟ ଅନୁଯାୟୀ, ମା, ପତ୍ନୀ ଏବଂ ପିଲାମାନଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି ପୁଅ । ସମ୍ପୃକ୍ତ ବ୍ୟକ୍ତି ଜଣକ ତାଙ୍କ ମା’ଙ୍କୁ ଗୁଳି କରି ହତ୍ୟା କରିବା ପରେ ପତ୍ନୀଙ୍କୁ ହାତୁଡ଼ିରେ ପିଟିପିଟି ହତ୍ୟା କରିଥିବା ଜଣାପଡିଛି। ଏହି ଘଟଣା ମଥୁରା ଥାନା ସ୍ଥିତ ପଲହପୁର ଗ୍ରାମରେ ଘଟିଛି।

ଖାଲି ଏତିକି ନୁହେଁ ପରେ ପରେ ଅଭିଯୁକ୍ତ ଜଣକ ନିଜର ତିନି ପିଲାଙ୍କୁ ଛାତରୁ ଫିଙ୍ଗି ଦେଇଥିଲା, ଫଳରେ ଛୁଆଙ୍କର ମଧ୍ୟ ମୃତ୍ୟୁ ଘଟିଛି । ପରିବାରର ୫ ଜଣ ସଦସ୍ୟଙ୍କୁ ହତ୍ୟା କରିବା ପରେ ସମ୍ପୃକ୍ତି ଯୁବକ ଜଣକ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ଜଣକ ନିଶାରେ ବୁଡି ରହୁଥିବା ବେଳେ ତା’ର ମାନସିକ ସ୍ଥିତି ମଧ୍ୟ ଠିକ୍ ରହୁନଥିଲା।

ଏହି ଘଟଣା ସମ୍ପର୍କରେ ସୀତାପୁର ଏସଏସପି ଚକ୍ରେଶ ମିଶ୍ର କହିଛନ୍ତି, ଆଜି ମଥୁରାର ରାମପୁର ଥାନାକୁ ଘଟଣା ସମ୍ପର୍କରେ ଖବର ଆସିଥିଲା । ତଦନୁଯାୟୀ, ୪୫ ବର୍ଷୀୟ ଅନୁରାଗ ସିଂ ନାମକ ଜଣେ ମାନସିକ ରୋଗରେ ପିଡିତ ବ୍ୟକ୍ତି ନିଜକୁ ଗୁଳି କରି ମାରିବା ପୂର୍ବରୁ ପରିବାରର ୫ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ଏବଂ ଏଫଏସଏଲ ଟିମ୍ ତଦନ୍ତ କରୁଛି।

ଓଡ଼ିଶାରେ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଚାର

ଭୁବନେଶ୍ୱର: ଓଡ଼ିଶାରେ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଚାର। ଫୁଲବାଣୀ, ବଲାଙ୍ଗୀର ଓ ବରଗଡ଼ରେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାଧାରଣ ସଭାକୁ ସମ୍ବୋଧିତ କରିବେ ପିଏମ ମୋଦି।

ଗତକାଲି ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ ଅନୁଷ୍ଠିତ ହୋଇଥିଲା। ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ଶୋ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବହ୍ମପୁର ଓ ନବରଙ୍ଗପୁର ଜନସଭା ପରେ ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀଙ୍କ ଏହା ଥିଲା ପ୍ରଥମ ରୋଡ ଶୋ। ପିଏମ ମୋଦିଙ୍କ ରୋଡ ଶୋରେ ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାଗମ ହୋଇଥିଲା।

ମୋଦିଙ୍କୁ ଭୁବନେଶ୍ଵରରେ ବିଜେପି କର୍ମୀ, ନେତା ଓ ସାଧାରଣ ଜନତା ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୋଭାଯାତ୍ରାରେ ଚାଲି ଚାଲି ଯାଇଥିଲେ ଅନେକ କର୍ମୀଙ୍କ ସହ ଜନତା।

୪ର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର

ଭୁବନେଶ୍ୱର: ଆଜି ସରୁଛି ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଲାଗି ପ୍ରଚାର। ଏହା ସହ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ମଧ୍ୟ ପ୍ରଚାର ଶେଷ ହେଉଛି। ଅପରାହ୍ନ ୫ଟା ସରିବ ପ୍ରଚାର। ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନରେ ମୋଟ ୧୦ ରାଜ୍ୟର ୯୬ ଆସନରେ ଭୋଟ ଗ୍ରହଣ ହେବ।

ଆସନ୍ତା ୧୩ ତାରିଖରେ ନିଆଯିବ ଭୋଟ। ଏଥିରେ ଓଡ଼ିଶାର ୪ ଲୋକସଭା ଆସନ ସହ ୨୮ ବିଧାନସଭା ଆସନରେ ଭୋଟଗ୍ରହଣ ହେବ। ଓଡ଼ିଶାର ହେବାକୁ ଥିବା ଲୋକସଭା ଆସନ ମଧ୍ୟରେ ରହିଛି ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର। ଏହି ୪ ଲୋକସଭା ଆସନ ଅନ୍ତର୍ଗତ ୨୮ ବିଧାନସଭାରେ ଭୋଟଗ୍ରହଣ ହେବ। ଆଜି ନିର୍ବାଚନ ପ୍ରଚାର ସରୁଥିବା ଆସନ ମଧ୍ୟରେ ଆନ୍ଧ୍ରପ୍ରଦେଶର ୨୫ ଆସନ, ତେଲଙ୍ଗାନାର ୧୭, ଉତ୍ତରପ୍ରଦେଶର ୧୩, ମହାରାଷ୍ଟ୍ରର ୧୧, ମଧ୍ୟପ୍ରଦେଶର ୮, ପଶ୍ଚିମବଂଗର ୮, ବିହାର ଓ ଝାଡ଼ଖଣ୍ଡରେ ୫ଟି ଲେଖାଏ ଆସନ, ଓଡ଼ିଶାରେ ୪ , ଏବ ଜାମ୍ମୁ କାଶ୍ମୀର ଗୋଟିଏ ଆସନ ରହିଛି।

ଆସନ୍ତା ୧୩ ତାରିଖରେ ଓଡ଼ିଶାରେ ହେବାକୁ ଥିବା ୨୮ ବିଧାନସଭା ନିର୍ବାଚନମଣ୍ଡଳୀ ହେଉଛି। ନୂଆପଡ଼ା, ଖଡ଼ିଆଳ, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲା, ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା, ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି, କୋରାପୁଟ, ଗୁଣପୁର, ବିଷମକଟକ, ରାୟଗଡା, ଲକ୍ଷ୍ମୀପୁର, ଜୟପୁର, ପଟ୍ଟାଙ୍ଗୀ ଆସନରେ ଭୋଟଗ୍ରହଣ ହେବ। ଆସନ୍ତା ଅପରାହ୍ନ ୫ଟା ସୁଦ୍ଧା ସରିବ ନିର୍ବାଚନ ପ୍ରଚାର। ଆଜି ଆନ୍ଧ୍ରପ୍ରଦେଶର ସମସ୍ତ ୧୭୫ ବିଧାନସଭା ଆସନ ଲାଗି ମଧ୍ୟ ଆଜି ସରୁଛି ପ୍ରଚାର। ଆସନ୍ତା ୧୩ ତାରିଖରେ ଆନ୍ଧ୍ରପ୍ରଦେଶରେ ଲୋକସଭା ସହ ବିଧାନସଭା ଭୋଟ ଅନୁଷ୍ଠିତ ହେବ।

ରାଉରକେଲାର ସେକ୍ଟର ୩ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ରାଉରକେଲା: ରାଉରକେଲାର ସେକ୍ଟର ୩ ଜଗନ୍ନାଥ ମନ୍ଦିରରେ ପହଞ୍ଚିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ସେବାୟତ ଓ ଜନତାଙ୍କ ସହ ଆଲୋଚନା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ୍। ଗତକାଲିଠାରୁ ରାଉରକେଲାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି।

ଗସ୍ତ ସମୟରେ ରଘୁନାଥପାଲି ବିଜେଡି ପ୍ରାର୍ଥୀ ଅର୍ଚ୍ଚନା ରେଖା ବେହେରା, ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ, ମନ୍ଦିର ଟ୍ରଷ୍ଟ ବୋର୍ଡ କର୍ମକର୍ତ୍ତାଙ୍କ ସହ ବହୁ ବିଜେଡି ନେତା ଉପସ୍ଥିତ ଥିଲେ। ପରେ ପାନ୍ଥନିବାସ ଠାରେ ରାଉରକେଲା ସହରର ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କ ସହ ସାକ୍ଷାତ କରି ଆଲୋଚନା କରିଥିଲେ ପାଣ୍ଡିଆନ। ଗତକାଲି ରାଉରକେଲାରେ ବିଶାଳ ରୋଡ ଶୋ କରିଥିଲେ ପାଣ୍ଡିଆନ।

ଆଜି ସୁନ୍ଦରଗଡ଼ ଜିଲ୍ଲାର ରଘୁନାଥପାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ରାଉରକେଲା ସହରର ସେକ୍ଟର-୨ ଦୁର୍ଗାପୂଜା ପଡ଼ିଆରେ ନିର୍ବାଚନୀ ସଭାରେ 5T ଅଧ୍ୟକ୍ଷ ଯୋଗ ଦେବେ। ପରେ ବୀରମିତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ରାମପାଲ ଠାରେ ନିର୍ବାଚନୀ ସଭାରେ ଯୋଗ ଦେବେ। ଏହାପରେ ବଣାଇ ବିଧାନସଭା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ବଡ ପୁରୁଣାପାଣି ଠାରେ ନିର୍ବାଚନୀ ସଭାରେ ଯୋଗ ଦେବେ। ସେହିପରି ସଂଧ୍ୟାରେ ସୁନ୍ଦରଗଡ଼ରେ ରୋଡ ସୋ କରିବେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ମିଶନ ଶକ୍ତି ମା’ଙ୍କ ପାଇଁ ପେନସନ ଘୋଷଣା ପରେ ସେମାନେ ଖୁସି କି ନାହିଁ ପଚାରିଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର: ଏସଏଚଜି ମହିଳାଙ୍କ ପାଇଁ ପେନସନ ଗ୍ୟାରେଣ୍ଟି । ବିଜେଡିର ଇସ୍ତାହାରରେ ମହିଳାଙ୍କୁ ଗରୁତ୍ବ ଦିଆଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଆ ମାନଙ୍କୁ ଖୁସି ତ ବୋଲି ପଚାରି ବୁଝିଛନ୍ତି। ଓଡିଶାର ଅଭିବୃଦ୍ଧି କାହାଣୀରେ ମହିଳାମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନଙ୍କ ପାଇଁ ବିନା ସୁଧରେ ୧୫ ଲକ୍ଷ ପର୍ଯ୍ୟନ୍ତ ଋଣ ଯୋଗାଇ ଦେବାରେ ଦେଶରେ ପ୍ରଥମ ରାଜ୍ୟ ହେବ।

ଆସନ୍ତା ୫ ବର୍ଷ ମଧ୍ୟରେ ଏସଏଚଜି ଗୁଡ଼ିକୁ ଦେଢ ଲକ୍ଷ କୋଟି ଟଙ୍କାର ଆର୍ଥିକ ଲିଙ୍କେଜ୍ ହାସଲ କରି ୨୫ଶହ କୋଟି ଟଙ୍କାର ସୁଧ ସେମାନଙ୍କ ନିକଟକୁ ଫେରାଇ ଦିଆଯିବ। ଏହା ସେମାନଙ୍କୁ ସେମାନଙ୍କର ବ୍ୟବସାୟକୁ ଇନ୍ଧନ ଦେବାରେ ସାହାଯ୍ୟ କରିବ। ଏସଏଚଜିରୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ରୂପାନ୍ତରକୁ ତ୍ୱରାନ୍ୱିତ କରିବ। ଏସଏଚଜି ଗୁଡିକୁ ଆଗାମୀ ୧୦ ବର୍ଷରେ ୨୦ ହଜାର କୋଟିର ସରକାରୀ ବ୍ୟବସାୟ ଯୋଗାଇ ଦିଆଯିବ।

ବ୍ୟକ୍ତିଗତ ମହିଳା ଉଦ୍ୟୋଗୀମାନଙ୍କୁ ସେମାନଙ୍କ ବ୍ୟବସାୟ ଆରମ୍ଭ ଏବଂ ବୃଦ୍ଧି ପାଇଁ ୧୦ ଲକ୍ଷ ପର୍ଯ୍ୟନ୍ତ ସବସିଡିଯୁକ୍ତ ଋଣ ଯୋଗାଇବା ପାଇଁ ଶହେ କୋଟି ଟଙ୍କାର କର୍ପସ ପାଣ୍ଠି ସହିତ ସହାୟତା କରାଯିବ। ମିଶନ୍ ଶକ୍ତି ମହିଳାଙ୍କ ପାଇଁ ପେନସନ ରହିବ। ସମସ୍ତ ତୃଣମୂଳ ସ୍ତରର ମହିଳା କର୍ମୀ, ସମ୍ପ୍ରଦାୟର ସହାୟତା କର୍ମଚାରୀ, ଅଙ୍ଗନୱାଡି କର୍ମୀ, ଏବଂ ଆଶା ଗୁଡିକ BSKY କଭରେଜ୍ ଏବଂ ସାମାଜିକ ସୁରକ୍ଷା ପେନସନ ମଧ୍ୟ ପାଇବେ।

ରାଉରକେଲାରେ କାର୍ତ୍ତିକ ପାଣ୍ଡିଆନଙ୍କ ବିଶାଳ ରୋଡ ଶୋ

ରାଉରକେଲା: ରାଉରକେଲାରେ 5T ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ବିଶାଳ ରୋଡ ଶୋ। ବାଜା ବଜାଇ ପୁଷ୍ପ ବର୍ଷା କରି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ସ୍ଵାଗତ କରିଥିଲେ ରାଉରକେଲା ଜନତା। ହଜାର ହଜାର ସଂଖ୍ୟାରେ ଜନତା ଶୋଭାଯାତ୍ରାରେ ସମାଗମ ହୋଇଥିଲେ।

କାର୍ତ୍ତିକ ପାଣ୍ଡିଆନଙ୍କୁ ରାଉରକେଲାରେ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଦେଇଥିଲେ କର୍ମୀ, ନେତା ଓ ଜନତା। ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ ଯୋଜନାର ହିସାବ ଦେଇ ବିଜେଡି ବିଧାନସଭା ପ୍ରାର୍ଥୀ ଓ ଲୋକସଭା ପ୍ରାର୍ଥୀଙ୍କୁ ବିପୁଳ ମାତ୍ରାରେ ଭୋଟ ଦେଇ ବିଜୟୀ କରିବାକୁ ଆହ୍ଵାନ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ।

ସେହିପରି ରାସ୍ତାରେ କାର୍ତ୍ତିକ ପାଣ୍ଡିଆନଙ୍କୁ ଦେଖିବାକୁ ଜନସମୁଦ୍ର ଏକାଠି ହୋଇଥିଲେ। 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଜନତା। ଶୋଭାଯାତ୍ରାରେ ଜନତାଙ୍କୁ ସମ୍ବୋଧିତ କରି ଭୋଟ ମାଗିଛନ୍ତି କାର୍ତ୍ତିକ ପାଣ୍ଡିଆନ। ଡବଲ ଶଙ୍ଖରେ ଭୋଟ ଦେଇ ପ୍ରାର୍ଥୀଙ୍କୁ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ କରିବାକୁ ଜନତାଙ୍କୁ ଅପିଲ କରିଛନ୍ତି।

ଗିରଫ ହେଲେ ମଦ୍ୟପ ଯୁବତୀ, ରାସ୍ତାରେ ହାଇଡ୍ରାମା ସହ ପୋଲିସକୁ ଟଣାଓଟରା କରିଥିଲେ

ଭିରାର: ମୁମ୍ବାଇର ଭିରାରରେ ମଦ୍ୟପ ଅବସ୍ଥାରେ ଉତପାତ୍ କରୁଥିବା ୩ ଯୁବତୀଙ୍କୁ ଗିରଫ କରିଛି ପୋଲିସ । ସ୍ଥାନୀୟ ଏକ ବାର ବାହାରେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ଓ ଦୁର୍ବ୍ୟବହାର କରିଥିଲେ ଯୁବତୀ ମାନେ।

ଏହି ଘଟଣା ମୁମ୍ବାଇ ଉପକଣ୍ଠରେ ଥିବା ଗୋକୁଲ ଟାଉନସିପରେ ଘଟିଛି । ଏକ ରେଷ୍ଟୁରାଣ୍ଟ ବାର ବାହାରେ ହଙ୍ଗାମା କରୁଥିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ପୋଲିସ। ସୂଚନା ଅନୁଯାୟୀ,  ସମ୍ପୃକ୍ତ ଯୁବତୀ ମାନଙ୍କର ବାରର ଅନ୍ୟ ଲୋକଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଫଳରେ ବାର କର୍ମଚାରୀ ସେମାନଙ୍କୁ ବାହାରି ଯିବାକୁ କହିଥିଲେ, ଯାହା ପରେ ହଙ୍ଗାମା ଆରମ୍ଭ ହୋଇଥିଲା ।

ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସ୍ଥିତି ଆହୁରି ବିଗିଡି ଯାଇଥିଲା। ପୋଲିସ ବୁଝାଶୁଝା କରୁଥିବା ବେଳେ ନିଶାସକ୍ତ ଯୁବତୀ ମାନେ ଅଧିକାରୀଙ୍କ ହାତକୁ କାମୁଡିବା ସହ ଟଣାଓଟରା କରିଥିଲେ । ଯାହାର ଭିଡ଼ିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା ।