spot_img
Home Blog Page 1948

ପବିତ୍ର ଅକ୍ଷୟ ତୃତୀୟାରେ ରଥ କାଠ ଅନୁକୂଳ, ଶ୍ରୀମନ୍ଦିରରୁ ଆସିଲା ଆଜ୍ଞାମାଳ

ପୁରୀ: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ ନୀତି ଅନୁଷ୍ଠିତ। ଆଜି ଶ୍ରୀମନ୍ଦିରରୁ ରଥଖଳାକୁ ଆସିଲା ଆଜ୍ଞାମାଳ। ଆଜ୍ଞାମାଳ ପରେ ରଥନିର୍ମାଣ ପାଇଁ ଅନୁକୂଳ ହୋଇଛି ରଥକାଠ ।

ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ସ୍ରୋତ୍ରୀୟ ବ୍ରାହ୍ମଣ ଓ ପୂଜକଙ୍କ ଦ୍ବାରା ବନଜାଗ ନୀତିରେ କାଠ ଅନୁକୂଳ କରାଯାଇଥିଲା। ପୂଜାର୍ଚ୍ଚନା ପରେ ସୁବର୍ଣ୍ଣ କୁରାଢୀରେ ରଥକାଠର ଅନୁକୂଳ କରାଯାଇଥିଲା । କାର୍ଯ୍ଯକ୍ରମରେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପିଙ୍କ ସମେତ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

କାଲିଠାରୁ ଆରମ୍ଭ ହେବ ରଥ ନିର୍ମାଣ କାମ। ଏଥିପାଇଁ ଶ୍ରୀମନ୍ଦିର କାର୍ଯ୍ଯାଳୟ ନିକଟରେ ଭୋଇ ସେବକଙ୍କ ଦ୍ବାରା ୩ଟି ଚାଳିଆ ପ୍ରସ୍ତୁତ ହୋଇଛି। ଏହି ଚାଳିଆ ତଳେ ମହାରଣା ସେବାୟତ ମାନେ ରଥକାମ କରିବେ। ରୂପକାରମାନେ ରଥ ଅଳଙ୍କରଣ କାର୍ଯ୍ୟ କରିବେ। କରତୀ ସେବକମାନେ ତୁମ୍ବ କାଟିବେ । ଚାଳି ତଳେ ପ୍ରଥମେ ଚକ କାର୍ଯ୍ୟ କରିବେ ସେବକ। ରଥ ନିର୍ମାଣ ପାଇଁ ଆବଶ୍ୟକ ରଥ କାଠ ବିଭିନ୍ନ ବନଖଣ୍ଡ ଅଞ୍ଚଳରୁ ଆସି ପହଁଚୁଛି। ରଥ କାର୍ଯ୍ୟ ପାଇଁ ରଥ ଖଳାରେ ନିୟୋଜିତ ହେବାକୁ ଥିବା ସେବକ ମାନଙ୍କର ସମସ୍ତ ଅନୁସାଙ୍ଗିକ ବ୍ୟବସ୍ତା ମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ।

ଛତିଶଗଡ଼ ବିଜାପୁରରେ ଏନକାଉଣ୍ଟର, ୮ ମାଓବାଦୀ ନିହତ

ବିଜାପୁର: ଛତିଶଗଡ଼ ବିଜାପୁରରେ ଏନକାଉଣ୍ଟର। ଏନକାଉଣ୍ଟରରେ ୮ ମାଓବାଦୀ ନିହତ ହୋଇଥିବା ସୂଚନା। ପୋଲିସ-ମାଓବାଦୀ ମଧ୍ୟରେ ୧୧ ଘଣ୍ଟା ଧରି ଜାରି ରହିଛି ଗୁଳିବିନିମୟ।

ବିଜାପୁର, ଦାନ୍ତେଓ୍ବାଡ଼ା ଓ ସୁକମା DRG, CRPF, STF ଓ କୋବ୍ରାବାହିନୀର ପ୍ରାୟ ୧୨ଶହ ଯବାନ ଅପରେସନରେ ସାମିଲ ଅଛନ୍ତି। ସକାଳ ୬ଟାରୁ ଜାରି ରହିଛି ଏନକାଉଣ୍ଟର। ତେବେ ଏହି ଘଟଣାରେ ମୃତକଙ୍କ ସଂଖ୍ୟା ବଢ଼ିପାରେ। ଘଟଣାସ୍ଥଳରୁ ମାଓବାଦୀଙ୍କ ମୃତଦେହ ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ସେହିପରି ଆଣ୍ଟି ନକ୍ସଲ ଅପରେସନରେ ତିନି ଜିଲ୍ଲାର ଯବାନ ସାମିଲ ହୋଇଛନ୍ତି। ବସ୍ତର IG, DIG ସମେତ ତିନି ଜିଲ୍ଲାର SP ପୂରା ଅପରେସନ ଉପରେ କଡ଼ା ନଜର ରଖିଛନ୍ତି।

ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ଯରେ ଖରା ବର୍ଷାର ଖେଳ। ଦିନରେ ଖରା, ଅପରାହ୍ନ ହେଲେ ଆରମ୍ଭ ହୋଇଯାଉଛି ବର୍ଷା । ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର। କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅଗାମୀ ୨୪ ଘଣ୍ଟାରେ କେନ୍ଦୁଝର, ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଭଦ୍ରକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହୋଇପାରେ।

ଏହା ସହ ଉତ୍ତର ଓ ଦକ୍ଷିଣ ଉପକୂଳ ଅଞ୍ଚଳରେ କିଛି ସ୍ଥାନରେ ବିଜୁଳି ଘଡଘଡି ସହ ପବନର ବେଗ ୩୦ ରୁ ୪୦ କିମି ଘଣ୍ଟା ପ୍ରତି ରହିବ । ଟୁଇନ୍ ସିଟିରେ ମଧ୍ଯ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇଥିବାବେଳେ ତାପମାତ୍ରା ୩୭ ଡିଗ୍ରୀ ଭିତରେ ରହିପାରେ ବୋଲି ଆକଳନ କରାଯାଇଛି। ଉତ୍ତର ବିହାରରୁ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ଏକ ନିମ୍ନଚାପ ରେଖା ଗତି କରୁଛି। ତାର ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ହୋଇପାରେ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ତଳସରାରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର, ବିକାଶର ହିସାବ ଦେଲେ

ତଳସରା: ସୁନ୍ଦରଗଡ ତଳସରା ବିଧାନସଭା କ୍ଷେତ୍ରରୁ ଭୋଟରଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି 5T ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ନିର୍ବାଚନୀ ସଭାରେ ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତି ୫ଜଣ ଭୋଟରଙ୍କୁ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିବାକୁ ସେ ଅପିଲ କରିଛନ୍ତି।

ଏହି ଅବସରରେ ସେ କହିଛନ୍ତି ଯେ, ସୁନ୍ଦରଗଡରେ ହକିର ବିକାଶ ହେଉ କି ଅନ୍ୟାନ୍ୟ ବିକାଶମୂଳକ ଯୋଜନା, ମୁଖ୍ୟମନ୍ତ୍ରୀ କେଉଁଥିରେ ବି ଅବହେଳା କରିନାହାଁନ୍ତି । କିନ୍ତୁ ତଳସରାବାସୀ ଉଭୟ ସାଂସଦ ଓ ବିଧାୟକ ବାଛିବାରେ ନବୀନଙ୍କୁ କମ ଆଶୀର୍ବାଦ କରୁଛନ୍ତି। କିନ୍ତୁ ବିଧାୟକ ହୁଅନ୍ତୁ ବା ସାଂସଦ ସେମାନେ ଅଞ୍ଚଳ ପାଇଁ କଣ କରୁଛନ୍ତି ତଳସରାବାସୀ ତାର ସମୀକ୍ଷା କରନ୍ତୁ।

ମିଶନ ଶକ୍ତି ମହିଳାଙ୍କ ପାଇଁ ପେନସନ ଠାରୁ ଆରମ୍ଭ କରି କାଳିଆ ଛାତ୍ରବୃତ୍ତି, ଚାଷୀ ପରିବାର ପାଇଁ ବାହାଘର ସହାୟତା ଭଳି ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ। ତଳସରାର ବିଭିନ୍ନ ଷ୍ଟାଡିୟମରେ ହକି ଖେଳିବାକୁ ସିନଥେଟିକ ଆଷ୍ଟ୍ରୋଟର୍ଫ ବାବଦରେ ମୁଖ୍ୟମନ୍ତ୍ରୀ ୫୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ତଳସରାର ୬୦ ହଜାର ୫୦୦ କେନ୍ଦୁପତ୍ର ତୋଳାଳିଙ୍କୁ ମିଳୁଥିବା ବୋନସ ପରିମାଣ ୫୦ ପ୍ରତିଶତକୁ ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି। ଆଜି ଯାହାବି ଆବେଦନ ମିଳିଛି ନିର୍ବାଚନ ପରେ ସେସବୁକୁ ମୁଖ୍ୟମନ୍ତ୍ରୀ ଗୁରୁତର ସହ ବିଚାର କରି ପୂରଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।

ଯୁବଶକ୍ତିଙ୍କ ଜୋଶ ବଢାଇଲେ କାର୍ତ୍ତିକ ପାଣ୍ଡିଆନ…

ଭୁବନେଶ୍ୱର: ଯୁବଶକ୍ତିଙ୍କ ଜୋଶ ବଢାଇଲେ କାର୍ତ୍ତିକ ପାଣ୍ଡିଆନ। ଗତକାଲି ବିଜେଡିର ଘୋଷଣାପତ୍ର ପ୍ରକାଶ ପାଇବା ପରେ ଆଜି ପାଣ୍ଡିଆନଙ୍କ ବୁଲେଟ୍ ଅନ୍ଦାଜ ଚର୍ଚ୍ଚା ସାଉଁଟିଛି। ବୁଲେଟ୍ ଚଳାଇ ଦମଦାର ଏଣ୍ଟ୍ରି ମାରୁଥିବା ନଜର ଆସୁଛନ୍ତି ପାଣ୍ଡିଆନ ।

ସେ କହିଛନ୍ତି ଯୁବପିଢିଙ୍କ ସରକାର ହେଉଛନ୍ତି ନବୀନ ପଟ୍ଟନାୟକଙ୍କ ସରକାର । ସରକାର ପ୍ରଥମଥର ପାଇଁ ଯୁବ ବଜେଟ୍ ଆଣିବାକୁ ଯାଉଛନ୍ତି । ଏହା ସହ ଖୁବ ସଫଳତା ପାଇଥିବା ନୂଆ-ଓ କାର୍ଯ୍ୟକ୍ରମକୁ ନେଇ ମଧ୍ୟ ନିଜ ମତ ରଖିଛନ୍ତି । ଦେଶରେ ପ୍ରଥମ କରି ଆସିବ ଯୁବ ବଜେଟ। ଯୁବକମାନଙ୍କ ନିମନ୍ତେ ୧୦ ବର୍ଷ ପାଇଁ ୧ ଲକ୍ଷ କୋଟି ଅଲଗା ବଜେଟ୍ ରଖାଯିବ। ଯୁବକମାନଙ୍କ ପରାମର୍ଶକୁ ଆଧାର କରି ପ୍ରତିବର୍ଷ ହଜାରେ କୋଟି ଟଙ୍କା ଖର୍ଚ୍ଚ ହେବ।

ଝିଅଙ୍କୁ ବାର୍ଷିକ ୧୪ ହଜାର ଟଙ୍କା ଓ ପୁଅମାନେ ବାର୍ଷିକ ୧୨ ହଜାର ଟଙ୍କା ନୂଆ-ଓ ବୃତ୍ତି ପାଇବେ। ପାଞ୍ଚ ବର୍ଷରେ ୨ ଲକ୍ଷ ସରକାରୀ ଚାକିରି ଯୋଗାଇ ଦିଆଯିବ। ସ୍ୱୟମ୍ ଉଦ୍ୟୋଗୀ ଋଣକୁ ୧ ଲକ୍ଷରୁ ୨ ଲକ୍ଷକୁ ବୃଦ୍ଧି କରାଯିବ। ଓଡିଶାରେ ଏକ ନୂତନ କୌଶଳ ଓ ଉଦ୍ୟୋଗୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ । ଷ୍ଟେଟ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି ଏବଂ ଏଆଇ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ନେଇ ସେ ପ୍ରକାଶ କରିଛନ୍ତି।

ବ୍ରଜରାଜନଗରରେ ଅକ୍ଷିମୁଠି ଅନୁକୂଳ କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ବ୍ରଜରାଜନଗର: ଆଜି ପବିତ୍ର ଅକ୍ଷୟ ତୃତୀୟା। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅକ୍ଷିମୁଠି ଅନୁକୂଳ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଝାରସୁଗୁଡ଼ା ବ୍ରଜରାଜନଗର ପଞ୍ଚଗାଁରେ ଅକ୍ଷିମୁଠି ଅନୁକୂଳ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବ୍ରଜରାଜନଗରରେ ପ୍ରଚାର କାର୍ଯ୍ୟକ୍ରମ ସାରି ସେ ପଞ୍ଚଗାଁରେ ପହଞ୍ଚିଥିଲେ ।

ଓଡ଼ିଆ ପରମ୍ପରା ଓ ବିଧି ମୁତାବକ ବିଲରେ ଅକ୍ଷିମୁଠି ଅନୁକୁଳ କରିଥିଲେ। ମୁଣ୍ଡରେ ପଗଡି ବାନ୍ଧି ମୁକୁଳା ପାଦରେ ବିଲରେ ପହଞ୍ଚି ମାଟି ମାକୁ ପୂଜାର୍ଚ୍ଚନା କରିଥିଲେ। ଏହାପରେ ମାଟିକୁ ମୁଣ୍ଡିଆ ମାରି ବିଲରେ ବିହନ ବୁଣିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଓଡ଼ିଆ ରୀତି ଓ ପରମ୍ପରା ଅନୁଯାୟୀ ବିଲରେ ବୁଣିଛନ୍ତି ଧାନ ବିହନ।

ଏହି ଅବସରରେ ସାଥିରେ ସାମିଲ ଥିଲେ ବ୍ରଜରାଜନଗର ବିଧାନସଭା ପ୍ରାର୍ଥୀ ଅଳକା ମହାନ୍ତି ଏବଂ ବରଗଡ଼ ଲୋକସଭା ପ୍ରାର୍ଥୀ ପରିଣିତା ମିଶ୍ର। ଏବର୍ଷ ଭଲ ଫସଲ ଉତ୍ପାଦନ ହେଉ ବୋଲି ମାଟି ମାଙ୍କୁ ପ୍ରାର୍ଥନା କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଓଡ଼ିଶାରେ ବିଜେପି ନଆସିଲେ ସନ୍ନ୍ଯାସ ନେବେ କି କେନ୍ଦ୍ରମନ୍ତ୍ରୀ: କାର୍ତ୍ତିକ ପାଣ୍ଡିଆନ

ବ୍ରଜରାଜନଗର: ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଢେଙ୍କାନାଳରୁ ପ୍ରାର୍ଥୀ ହେବାକୁ ସେଠାରେ ୧୦ ବର୍ଷ ବୁଲିଲେ ଧର୍ମେନ୍ଦ୍ର ପ୍ରଧାନ। ଏହି ୧୦ ବର୍ଷରେ ସେ ଢେଙ୍କାନାଳକୁ ପାଞ୍ଚ ଶହ ଥର ଯାଇଛନ୍ତି । ହେଲେ ସେ ଢେଙ୍କାନାଳରୁ ଲଢିବାକୁ ସାହସ ଜୁଟାଇ ପାରିଲେନି। କାରଣ ସେ ଅନୁଭବ କଲେ କି ଢେଙ୍କାନାଳ ପାଇଁ ଏଇ ୧୦ ବର୍ଷରେ କିଛି କରିନଥିବାରୁ ତାଙ୍କ ବିରୋଧରେ ଜନମତ ସୃଷ୍ଟି ହୋଇଛି। ସେଥିପାଇଁ ସେ ଡରିକି ସମ୍ବଲପୁର ଚାଲିଗଲେ। ସେଠି ମଧ୍ୟ ନୂଆ ନୂଆ କଥା କହି ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି।

ଅପରପକ୍ଷେ ଧର୍ମେନ୍ଦ୍ର ପ୍ରଧାନଙ୍କୁ କାର୍ତ୍ତିକ ପାଣ୍ଡିଆନଙ୍କ ଖୋଲା ଚ୍ୟାଲେଞ୍ଜ। ଜୁନ ୯ ତାରିଖରେ ତିନି ଚତୁର୍ଥାଂଶରୁ ଅଧିକ ଆସନରୁ ଜିତି ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହା ନହେଲେ ସେ ରାଜନୀତିରୁ ସନ୍ନ୍ଯାସ ନେବେ। ଯଦି ବିଜେପି ଓଡିଶାରେ କ୍ଷମତାକୁ ନଆସେ ତେବେ ଧର୍ମେନ୍ଦ୍ର ପ୍ରଧାନ ରାଜନୀତିରୁ ସନ୍ନ୍ଯାସ ନେବାକୁ ଘୋଷଣା କରିବେ କି ? ବ୍ରଜରାଜନଗରରୁ କାର୍ତ୍ତିକ ପାଣ୍ଡିଆନ ଧର୍ମେନ୍ଦ୍ରଙ୍କୁ ଏହି ଆହ୍ବାନ ଦେଇଛନ୍ତି ।

ସାଇବେରିଆ ପକ୍ଷୀ ପରି ବିରୋଧୀମାନେ ଆସୁଛନ୍ତି : ଦୀପାଳି ଦାସ

ଝାରସୁଗୁଡ଼ା : ବିରୋଧୀ ନିର୍ବାଚନବେଳେ ଆସିବେ । ମିଠା ମିଠା କଥା କହି ଭୋଟ ନେଇ ପଳେଇବେ । ତାପରେ ତାଙ୍କର ଆଉ ଦେଖା ମିଳିବନି । ତେଣୁ ସେମାନଙ୍କୁ ଚିହ୍ନି ରଖି ଉଚିତ ଜବାବ ଭୋଟରେ ଦିଅନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ଆଜି ଝାରସୁଗୁଡାରେ ନିର୍ବାଚନୀ ପ୍ରଚାରବେଳେ ବିଶାଳ ଜନସଭାକୁ ଉଦବୋଧନ ଦେଇ ଏହି ଆହ୍ବାନ ଦେଇଛନ୍ତି ପାଣ୍ଡିଆନ । ବିଜେପି ସରକାର ଅମଳରେ ଦରଦାମ ବଢୁଛି । ଗ୍ୟାସ, ପେଟ୍ରୋଲ, ଡିଜେଲ ଦର କମିଲା ନାହିଁ । ଲୋକଙ୍କୁ ମିଛ କହି ଭୋଟ ନେଇ ଚାଲିଯିବେ । ତେଣୁ ସେମାନଙ୍କୁ ଠିକ୍ ଚିହ୍ନି ରଖନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ପାଣ୍ଡିଆନ ।

ଓଡ଼ିଶାର ପ୍ରଗତିର ଚିହ୍ନ ଶଙ୍ଖ ଚିହ୍ନ । ସ୍ବର୍ଗତ ନବ କିଶୋର ଦାସଙ୍କ ସଂଗ୍ରାମର ଫଳ ହେଉଛି କ୍ଯାନସର ହସ୍ପିଟାଲ । ଏଠାରେ ହାର୍ଟ କେୟାର ହସପିଟାଲ କରିବାକୁ ମଧ୍ଯ ସେ ଲକ୍ଷ୍ଯ ରଖିଥିଲେ । ତେଣୁ ଏବେ ସମୟ ଆସିଛି ତାଙ୍କ ଝିଅ ତଥା ଝାରସୁଗୁଡା ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ଆଶୀର୍ବାଦ କରିବାକୁ । ତାଙ୍କୁ ଆଶୀର୍ବାଦ କଲେ ସେ ଝାରସୁଗୁଡାବାସୀଙ୍କ ସେବା କରିବେ ବୋଲି ଆହ୍ବାନ ଦେଇଛନ୍ତି ପାଣ୍ଡିଆନ । ସେହିପରି ଏସଏଚଜିକୁ ସର୍ବଦା ଗୁରୁତ୍ବ ଦିଅନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ବିଜେଡି ଇସ୍ତାହାରରେ ଏସଏଚଜି ମହିଳାଙ୍କୁ ପେନସନ ମିଳିବ ବୋଲି ଘୋଷଣା କରିଛନ୍ତି ।

ଏସଏଚଜି ସଦସ୍ଯାଙ୍କ ଦାବି ଥିଲା ୬୦ ବର୍ଷ ପରେ କଣ କରିବେ । ଏହାକୁ ଦୃଷ୍ଟିରେ ରଖି ନବୀନ ବାବୁ ସେମାନଙ୍କ ଲାଗି ପେନସନ ଘୋଷଣା କରିଛନ୍ତି । ମହିଳାଙ୍କ ମୁହଁରେ ହସ ଫୁଟାଉଛନ୍ତି ମୁଖ୍ଯମନ୍ତ୍ରୀ । ତେଣୁ ଏସଏଚଜିରୁ ଆସିଥିବା ଦଳର ବରଗଡ଼ ଲୋକସଭା ପ୍ରାର୍ଥୀ ପରିଣିତା ମିଶ୍ରଙ୍କୁ ଜୋରଦାର ଆଶୀର୍ବାଦ କରି ନିର୍ବାଚନରେ ବିଜୟୀ କରିବାକୁ ସମୟ ଆସିଛି ବୋଲି ପାଣ୍ଡିଆନ ଜନସଭାରେ ଅପିଲ କରିଛନ୍ତି । ଉଭୟ ପରିଣିତା ଓ ଦୀପାଳିଙ୍କୁ ବଡ଼ ବିଜୟ ଦେବାକୁ ପାଣ୍ଡିଆନ ଆହ୍ବାନ ଦେଇଛନ୍ତି । ଅନ୍ଯପଟେ ଦେଶରେ କାର୍ତ୍ତିକ ପାଣ୍ଡିଆନଙ୍କ ବିକଳ୍ପ ନାହାନ୍ତି । ଝାରସୁଗୁଡାର ବିକାଶ ଦିଗରେ ପାଣ୍ଡିଆନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ଦୀପାଳି ଦାସ । ଏହାସହ ସେ ମଧ୍ଯ ବିରୋଧୀଙ୍କ ଉପରେ ଦରଦାମ, ନିଯୁକ୍ତି ନେଇ ବର୍ଷିଥିଲେ ଦୀପାଳି ।

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଖୋଲା ଚ୍ୟାଲେଞ୍ଜ: ବିଜେଡି ସରକାର ନଗଢିଲେ ସନ୍ନ୍ୟାସ ନେବି

ବ୍ରଜରାଜନଗର : ଧର୍ମେନ୍ଦ୍ର ପ୍ରଧାନଙ୍କୁ କାର୍ତ୍ତିକ ପାଣ୍ଡିଆନଙ୍କ ଖୋଲା ଚ୍ୟାଲେଞ୍ଜ । ଜୁନ ୯ ତାରିଖରେ ତିନି ଚତୁର୍ଥାଂଶରୁ ଅଧିକ ଆସନରୁ ଜିତି ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏହା ନହେଲେ ସେ ରାଜନୀତିରୁ ସନ୍ନ୍ଯାସ ନେବେ । ଯଦି ବିଜେପି ଓଡିଶାରେ କ୍ଷମତାକୁ ନଆସେ ତେବେ ଧର୍ମେନ୍ଦ୍ର ପ୍ରଧାନ ରାଜନୀତିରୁ ସନ୍ନ୍ଯାସ ନେବାକୁ ଘୋଷଣା କରିବେ କି ? ବ୍ରଜରାଜନଗରରୁ କାର୍ତ୍ତିକ ପାଣ୍ଡିଆନ ଧର୍ମେନ୍ଦ୍ରଙ୍କୁ ଏହି ଆହ୍ବାନ ଦେଇଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ ଗୋଟେ ପଂଚାୟତ କି ୱାର୍ଡ ମେମ୍ବର ଜିତିପାରୁନାହାଁନ୍ତି । ହେଲେ ସରକାର ଗଠନ କରିବାକୁ ଦାବି କରୁଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ଦଳର ନେତାମାନେ ବିଶ୍ବାସ କରି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରୁନାହାଁନ୍ତି । ସେ ନିଜକୁ ନିଜେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ଚ୍ୟାଲେଞ୍ଜ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ସେ କହିଛନ୍ତି ଯେ, ମତେ ଆପଣ ସବୁ ବେଳେ ଭିନ୍ନ ଭିନ୍ନ ନାଁରେ ଡାକୁଛନ୍ତି । ମୁଁ ଆପଣଙ୍କୁ ବିନମ୍ରତାର ସହ ଚ୍ଯାଲେଞ୍ଜ କରୁଛି ଆପଣ ମୋ ଚ୍ୟାଲେଞ୍ଜକୁ ଗ୍ରହଣ କରିବାକୁ ଆହ୍ବାନ ଦେଉଛି । ପଞ୍ଚାୟତ କି ୱାର୍ଡମେମ୍ବର ଜିତି ପାରୁନାହାଁନ୍ତି, ହେଲେ କେଉ ଦମରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସବୁବେଳେ ଅଶାଳୀନ ମନ୍ତବ୍ୟ ଦେଉଛନ୍ତି ବୋଲି ପାଣ୍ଡିଆନ ବ୍ରଜରାଜନଗରରେ ପ୍ରଚାରବେଳେ ପ୍ରଶ୍ନ କରିଛନ୍ତି ।

ଢେଙ୍କାନାଳରୁ ପ୍ରାର୍ଥୀ ହେବାକୁ ସେଠାରେ ୧୦ ବର୍ଷ ବୁଲିଲେ ଧର୍ମେନ୍ଦ୍ର ପ୍ରଧାନ । ଏହି ୧୦ ବର୍ଷରେ ସେ ଢେଙ୍କାନାଳକୁ ପାଞ୍ଚ ଶହ ଥର ଯାଇଛନ୍ତି । ହେଲେ ତାଙ୍କର ଢେଙ୍କାନାଳରୁ ଲଢିବାକୁ ସାହସ ଜୁଟାଇ ପାରିଲେନି । କାରଣ ସେ ଅନୁଭବ କଲେ କି ଢେଙ୍କାନାଳ ପାଇଁ ଏଇ ୧୦ ବର୍ଷରେ କିଛି କରିନଥିବାରୁ ତାଙ୍କ ବିରୋଧରେ ଜନମତ ସୃଷ୍ଟି ହୋଇଛି । ସେଥିପାଇଁ ସେ ଡରିକି ସମ୍ବଲପୁର ଚାଲିଗଲେ । ସେଠି ମଧ୍ୟ ନୂଆ ନୂଆ କଥା କହି ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି । ନବୀନ ପଟ୍ଟନାୟକ କିନ୍ତୁ ଓଡିଶାରେ ୨୪ ବର୍ଷ ଧରି ଶାସନ କରୁଛନ୍ତି । କିନ୍ତୁ ତାଙ୍କ ବିରୋଧରେ ଏଯାଏଁ ଜନମତ ସୃଷ୍ଟି ହୋଇନି ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

 

ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ :  ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଅନ୍ତରୀଣ ଜାମିନ । ଜୁନ ୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗିରଫ ପରେ କେଜ୍ରିୱାଲ ତିହାର ଜେଲରେ ରହିଛନ୍ତି ।

ଅନ୍ତରୀଣ ଜାମିନ ପ୍ରଦାନ କରିବା ସହ ଆସନ୍ତା ଜୁନ୍ ୨ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅନ୍ତରୀଣ ଜାମିନ ପାଇବା ପରେ କେଜ୍ରିୱାଲ ଏବେ ଆପ୍ ପାଇଁ ପ୍ରଚାର କରିବେ । ଏହାପୂର୍ବରୁ ନିର୍ବାଚନ ପ୍ରଚାର ପାଇଁ କେଜ୍ରିୱାଲଙ୍କୁ ଜାମିନ ଦିଆଯିବା ପ୍ରସଙ୍ଗକୁ ଜୋରଦାର ବିରୋଧ କରିଥିଲା ଇଡି ।