spot_img
Home Blog Page 1975

ଆଜି ସରିବ ଜେଡିଏସର ପୂର୍ବତନ ସାଂସଦ ପ୍ରଜ୍ବଳ ରେବନ୍ନାଙ୍କ ରିମାଣ୍ଡ ଅବଧି

କର୍ଣ୍ଣାଟକ: ଆଜି ସରିବ କର୍ଣ୍ଣାଟକ ଜେଡିଏସର ପୂର୍ବତନ ସାଂସଦ ପ୍ରଜ୍ବଳ ରେବନ୍ନାଙ୍କ ଏସଆଇଟି ହେପାଜତ ଅବଧି।  ସେକ୍ସ ଭିଡିଓ ମାମଲାରେ ଜର୍ମାନୀରୁ ଫେରିବା ପରେ ତାଙ୍କୁ ଗିରଫ କରିଥିଲା ଏସଆଇଟି। ବିଦେଶକୁ ଯିବାର ୩୩ ଦିନ ପରେ ତାଙ୍କୁ ଏସଆଇଟି ଗିରଫ କରିଥିଲା। ଗତ ଶୁକ୍ରବାର  ଗିରଫ କରାଯିବା ପରେ ତାଙ୍କୁ ୬ ଦିନ ଲାଗି ଏସିଆଇଟି ହେପାଜତକୁ ପଠାଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବେଗୌଡାଙ୍କ ନାତି ପ୍ରଜ୍ବଳ ।

ସୂଚନା ଅନୁଯାୟୀ, ପ୍ରଜ୍ବଳ ରେବନ୍ନା ସେକ୍ସ ଭିଡିଓ ମାମଲାରେ ଛନ୍ଦି ହେବା ପରେ କର୍ଣ୍ଣାଟକ ରାଜନୀତିରେ ହୋଇଥିଲା କମ୍ପନ। ଗତ ଏପ୍ରିଲ ୨୮ରେ ପ୍ରାୟ ୩ ହଜାର ସେକ୍ସକ୍ଲିପ ଥିବା ଭିଡିଓ ଲିକ୍  ହେବା ପରେ ଅସୁବିଧାରେ ପଡିଥିଲେ ପ୍ରଜ୍ବଳ। ଏହି ଘଟଣାରେ ମେ’ ୪ ତାରିଖରେ ପ୍ରଜ୍ବଳଙ୍କ ବାପା ଏଚଡି ରେବନ୍ନାଙ୍କୁ ଗିରଫ କରିଥିଲା ଏସଆଇଟି। ସେ ମେ’ ୨୬ରେ ଦେଶ ଛାଡି ଜର୍ମାନୀ ପଳାୟନ କରିଥିଲେ। ଶେଷରେ ମେ’ ୩୧ ତାରିଖରେ ତାଙ୍କୁ ଗିରଫ କରିଥିଲା ଏସଆଇଟି।

ଆଜି ସାବିତ୍ରୀ ଅମାବାସ୍ୟା: ସ୍ବାମୀଙ୍କ ମଙ୍ଗଳ ମନାସୀ ବ୍ରତ ପାଳୁଛନ୍ତି ସଧବା

ଭୁବନେଶ୍ୱର: ଆଜି ସାବିତ୍ରୀ ଅମାବାସ୍ୟା। ସ୍ବାମୀଙ୍କ ମଙ୍ଗଳ ମନାସୀ ବ୍ରତ ପାଳୁଛନ୍ତି ସଧବା। ସ୍ୱାମୀଙ୍କ ଦୀର୍ଘାୟୁ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରି ମହିଳା ମାନେ ଏହି ବ୍ରତ ପାଳନ କରିଥାନ୍ତି । ସାବିତ୍ରୀ ପୂଜା ପାଇଁ ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ମନ୍ଦିରରେ ଚାଲିଛି ପୂଜାର୍ଚ୍ଚନା ।

ଜ୍ୟେଷ୍ଠ ଅମାବାସ୍ୟା ‘ସାବିତ୍ରୀ ଅମାବାସ୍ୟା’ ଭାବରେ ଖ୍ୟାତ ଏବଂ ପ୍ରତି ଓଡ଼ିଆ ଘରେ ଏହା ସଧବା ସ୍ତ୍ରୀମାନଙ୍କର ଏକ ପବିତ୍ର ବ୍ରତ ରୂପେ ପାଳିତ ହୁଏ।ଯମରାଜଙ୍କ ପଛରେ ଯାଇ ସ୍ବାମୀ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିଲେ ସାବିତ୍ରୀ । ହିନ୍ଦୁ ଶାସ୍ତ୍ରର ସେହି ପୌରାଣିକ କଥାକୁ ମନେ ପକାଇ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ପୂଜା କରୁଛନ୍ତି ବିବାହିତା ମହିଳାମାନେ। ହାତରେ ଭୋଗ, ମନରେ ଉତ୍ସାହ ନେଇ ଦେବାଳୟକୁ ଯାଇଛନ୍ତି ସଧବା। ନୂଆ ଶାଢୀ, ସଙ୍ଖା, ସିନ୍ଦୂର ଓ ଅଳତା ନେଇ ପୂଜାର୍ଚ୍ଚନା କରୁଛନ୍ତି । ଘରେ ଘରେ ବି ସାବିତ୍ରୀଙ୍କ ପ୍ରତିମା ଗଢି ବ୍ରତ କଥା ଗାଇ ପୂଜା କରୁଛନ୍ତି ସଧବା ନାରୀ । ବିଶେଷ କରି ଆମ୍ବ, ପଣସ, ନଡିଆ, ଫୁଟି କାକୁଡି, ତାଳ, ଖଜୁରୀ ଆଦି ଦେଶୀ ଫଳରେ ପୂଜା କରୁଛନ୍ତି।

ଏ ବ୍ରତକଥାର ବାର୍ତ୍ତା ହେଉଛି, ଜ୍ୟେଷ୍ଠ ଅମାବାସ୍ୟା ଦିନ ଯିଏ ସାବିତ୍ରୀଙ୍କ ନାମ ସ୍ମରଣ କରି ବ୍ରତ କରିବ, ସେ ଜନ୍ମେ ଜନ୍ମେ ସଧବା ରହିବ। ପତିପରାୟଣା ଓ ପୁତ୍ରବତୀ ହୋଇ ଅନ୍ତିମକାଳରେ ବୈକୁଣ୍ଠ ପୁରକୁ ଯିବ।

ଟି ୨୦ ବିଶ୍ବକପ, ଆର୍ୟାଲାଣ୍ଡକୁ ୮ ୱିକେଟରେ ହରାଇଲା ଭାରତ

ନନ୍ଦିଘୋଷ ବ୍ୟୁରୋ: ଟି-ଟ୍ବେଣ୍ଟି ବିଶ୍ବକପରେ ଭାରତର ଦମଦାର ଆରମ୍ଭ । ବିଜୟରୁ ଅଭିଯାନ ଆରମ୍ଭ କଲା ଟିମ୍ ଇଣ୍ଡିଆ । ପ୍ରଥମ ମ୍ଯାଚରେ ଆୟର୍ଲାଣ୍ଡ ବିପକ୍ଷରେ ଏକପାଖିଆ ବିଜୟ ହାସଲ କରିଛି ରୋହିତ ବାହିନୀ । ଉଭୟ ବୋଲିଂ ଓ ବ୍ଯାଟିଂରେ କମାଲ କରିବା ସହ ୧୨.୨ ଓଭରରେ ମ୍ଯାଚ ଜିତିନେଇଛି ଭାରତ ।

ପ୍ରଥମେ ବ୍ଯାଟିଂ କରି ମାତ୍ର ୯୬ ରନରେ ଅଲଆଉଟ ହୋଇଯାଇଥିଲା ଆୟର୍ଲାଣ୍ଡ । ହାର୍ଦ୍ଦିକ ପାଣ୍ଡ୍ଯା ୩ଟି ୱିକେଟ ନେଇଥିବାବେଳେ ଅର୍ଶଦୀପ ଓ ବୁମରା ୨ଟି ଲେଖାଏଁ ୱିକେଟ ନେଇଛନ୍ତି । ୯୭ରନର ଲକ୍ଷ୍ଯ ନେଇ ପଡ଼ିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ରୋହିତ ଶର୍ମା ୩୭ ରନରେ ୫୨ ରନ କରିଥିବାବେଳେ ରିଷଭ ପନ୍ଥ ୨୬ ବଲରେ ୩୬ ରନ କରିଥିଲେ । ଫଳରେ ୨ ୱିକେଟ ହରାଇ ୧୨.୨ ଓଭରରେ ଭାରତ ବିଜୟ ଲାଭ କରିଥିଲା ।

ଏନଡିଏ ବୈଠକରେ ସର୍ବସମ୍ମତ ନେତା ନିର୍ବାଚିତ ହେଲେ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଏନଡିଏ ବୈଠକରେ ସର୍ବସମ୍ମତ ନେତା ନିର୍ବାଚିତ ହୋଇଛନ୍ତି ନରେନ୍ଦ୍ର ମୋଦୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସରକାର ଗଠନ ଲାଗି ଦାବି ଜଣାଇବ ଟିମ୍ ଏନଡିଏ। ସେପଟେ ଏନଡିଏକୁ ଟିଡିପି ମୁଖ୍ଯ ଚନ୍ଦ୍ରବାବୁ ନାଇଡୁ, ବିହାର ମୁଖ୍ଯମନ୍ତ୍ରୀ ନୀତୀଶ କୁମାର ସମର୍ଥନ ଦେବେ ବୋଲି ଲିଖିତ ଭାବେ କହିଛନ୍ତି। ସପ୍ତଦଶ ଲୋକସଭା ଭଙ୍ଗ କରିଛନ୍ତି ରାଷ୍ଟ୍ରପତି।

କେନ୍ଦ୍ର କ୍ଯାବିନେଟର ସୁପାରିସ ଅନୁସାରେ ଲୋକସଭା ଭଙ୍ଗ ହୋଇଛି। ତୃତୀୟ ଥର ଲାଗି ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ସରକାର ଗଠନ ଲାଗି ପ୍ରକ୍ରିୟା ଆରମ୍ଭ କରିଛି ଏନଡିଏ। ବୈଠକରେ ଉପସ୍ଥିତ ଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଟିଡିପି ମୁଖ୍ଯ ଚନ୍ଦ୍ରବାବୁ ନାଇଡୁ, ବିହାର ମୁଖ୍ଯମନ୍ତ୍ରୀ ନୀତୀଶ କୁମାର, ଜେଡିୟୁ ନେତା ଲଲନ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ନିର୍ବାଚନରେ ଏନଡିଏ ୨୯୨ ଆସନ ପାଇଛି।

ବିଶେଷ କରି ଟିଡିପି ଓ ଜେଡିୟୁ ହୋଇଛନ୍ତି କିଙ୍ଗ ମେକର। ୫୪୩ ଆସନ ମଧ୍ଯରୁ ଏନଡିଏ ୨୯୨ ଆସନ ହାସଲ କରିଛି। ସେପଟେ ଇଣ୍ଡିଆ ମେଣ୍ଟ ପାଇଛି ୨୩୨ ଆସନ। ଯାହାକି ମ୍ଯାଜିକ ନମ୍ବରଠାରୁ ୪୦ଟି କମ। ତେଣେ ରାଷ୍ଟ୍ରପତିଙ୍କୁ ଭେଟି ଇସ୍ତଫା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୂଚନା ଅନୁସାରେ ଜୁନ୍ ୮ ରେ ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି।

ଓଡ଼ିଶାର ଉନ୍ନତି ପାଇଁ ଚେଷ୍ଟା ଜାରି ରଖିବାକୁ ବିଧାୟକଙ୍କୁ ନିବେଦନ କଲେ ନବୀନ

ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ନବନିର୍ବାଚିତ ବିଧାୟକ । ଆଜି ଅପରାହ୍ନରେ ନବୀନ ନିବସରେ ପହଞ୍ଚି ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ଦଳର ସମସ୍ତ ନବନିର୍ବାଚିତ ବିଧାୟକ। ପୁଣି ଜନସେବା କରିବାକୁ ସୁଯୋଗ ଦେଇଥିବାରୁ ସମସ୍ତେ ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସମସ୍ତଙ୍କୁ ବିଜୟର ଶୁଭେଚ୍ଛା ଜଣାଇଛନ୍ତି ନବୀନ ପଟ୍ଟନାୟକ । ଏହାସହ ଜନସେବା ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ।

ଓଡ଼ିଶାର ଉନ୍ନତି ପାଇଁ ସଦାସର୍ବଦା ଚେଷ୍ଟା ଜାରି ରଖିବାକୁ ସମସ୍ତ ବିଧାୟକଙ୍କୁ ନିବେଦନ କରିଛନ୍ତି । ୨୪ ବର୍ଷ ତଳେ ରାଜ୍ୟ ୭୦ ପ୍ରତିଶତ ଗରିବୀ ରେଖାତଳେ ରହିଥିବା ବେଳେ ଆଜି ୧୦ ପ୍ରତିଶତକୁ ଖସି ଆସିଛି । ଏହା ବିଜେଡି ଶାସନ କାଳରେ ସମ୍ଭବ ହୋଇଛି । ଏଭଳି ଭାବେ ଲୋକଙ୍କ ସୁଖଦୁଃଖର ସାଥୀ ହୋଇ ରହିବାକୁ ପରାମର୍ଶ ଦେଇଛନ୍ତି ନବୀନ ।

ସେପଟେ ବରିଷ୍ଠ ନେତାଙ୍କୁ ନେଇ କମିଟି ଗଠନ କରାଯିବ । ଏହି କମିଟି ପରାଜୟର ବିଭିନ୍ନ କାରଣ ବିଷୟରେ ସମୀକ୍ଷା କରିବ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଏହାସହ ଦଳ କିଭଳି ଆଗକୁ ବଢିବ, ବରୋଧୀ ଦଳର କ`ଣ ଭୂମିକା ରହିବ ସେନେଇ ଆଲୋଚନା କରାଯାଇଥିବା ସେ କହିଛନ୍ତି । ଆଜିର ଏହି ସକ୍ଷାତକାରରେ ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ରେଙ୍ଗାଳି ବିଧାୟକ ସତ୍ୟନ୍ଦ୍ର ହରିପାଲ, ଜୟଦେବ ବିଧାୟକ ନବ ମଲ୍ଲିକ, ବାଙ୍କୀ ବିଧାୟକ ଦେବି ତ୍ରିପାଠୀ, ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ନବୀନ ନିବାସରେ ଉପସ୍ଥିତ ରହିଥିଲେ ।

ଆଠମଲ୍ଲିକ ବିଧାୟକ ନଳିନୀ ପ୍ରଧାନ ଦେବଗଡ଼ ବିଧାୟକ ରିମାଞ୍ଚ ରଞ୍ଜନ ବିଶ୍ୱାଳ, ଭୋଗରାଇ ବିଧାୟକ ଗୌତମ ବୁଧଦାସ, ରାଜନଗର ବିଧାୟକ ଧ୍ରୁବ ସାହୁ, ବାଲିଗୁଡା ଚକ୍ରମଣି କହଁର, ଘସିପୁରା ବିଧାୟକ ବଦ୍ରି ପାତ୍ର, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠି, ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ, କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ମଧ୍ୟ ଉପସ୍ଥିତ ରହିଥିଲେ ।

ରାଜନୀତି ନୁହେଁ ରାଜ୍ୟନୀତି କରନ୍ତି ନବୀନ, ଟ୍ବିଟ କରି କୃତଜ୍ଞତା ଜଣାଇଲେ ସାଂସଦ

ଭୁବନେଶ୍ବର: ଅପରାଜେୟ ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ କେବଳ ମୁଖ୍ୟମନ୍ତ୍ରୀ ପଦରୁ ଅବ୍ୟାହତି ପାଇଛନ୍ତି ହେଲେ ବାସ୍ତବରେ ତାଙ୍କ ନିର୍ମଳ ଭାବମୂର୍ତ୍ତି ପାଇଁ ସେ ଆଜି ବି ଅପରାଜେୟ । ଓଡ଼ିଶାବାସୀଙ୍କ ହୃଦୟରେ ଅଛନ୍ତି ଓ ସବୁବେଳେ ରହିଥିବେ । ସୋସିଆଲ ମିଡିଆ ଏକ୍ସରେ ବିଜେଡି ସାଂସଦ ମାନସ ମଙ୍ଗରାଜ କହିଛନ୍ତି, ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ପରିବାର ଭାବି ନିଜ ଜୀବନର ୨୪ ବର୍ଷ ସମଗ୍ର ରାଜ୍ୟ ପାଇଁ ଉତ୍ସର୍ଗ କରିଦେଇଛନ୍ତି ନବୀନ ।

ଓଡ଼ିଶାବାସୀଙ୍କ ଉନ୍ନତି ପାଇଁ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ କରିଛନ୍ତି। ଏପରିକି ଓଡ଼ିଆ ଭାଷାକୁ ଉଜ୍ଜୀବିତ କରି ରଖିବା ପାଇଁ ସେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରିଥିଲେ। ତାଙ୍କ ପାଇଁ ହିଁ ଓଡ଼ିଆ ଭାଷାକୁ ମିଳିଛି ଶାସ୍ତ୍ରୀୟ ମାନ୍ୟତା । ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ପାଇଁ ମନ୍ଦିର ପୁନଃନରୁଦ୍ଧାର କରିଛନ୍ତି । ତାଙ୍କ ପ୍ରଚେଷ୍ଟାରେ ଆଜି ବିଶ୍ବ ଦେଖିଲା ବିଶ୍ବନିୟନ୍ତାଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ।

ତାରାତାରିଣୀ, ସମଲେଶ୍ବରୀ ଓ ଅନେକ ମନ୍ଦିରକୁ ମିଳିଛି ଭବ୍ୟ ରୂପ। ସର୍ବୋପରି ଜନସେବା ହିଁ ତାଙ୍କ ଜୀବନର ଲକ୍ଷ୍ୟ । ସେ ଚାଷୀଙ୍କ ମୁହଁରେ ହସ ଫୁଟାଇବାଠୁ ନେଇ ଜନଜାତିଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛନ୍ତି । ବିଶ୍ଵର ସବୁଠୁ ଭଲ ସ୍ବାସ୍ଥ୍ୟ କଲ୍ୟାଣ ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’ରେ ଅନେକ ଲୋକ ଉପକୃତ ହୋଇଛନ୍ତି । ଲକ୍ଷ ଲକ୍ଷ ମହିଳାଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିଛନ୍ତି । ତାଙ୍କ ପାଇଁ ଆଜି ନାରୀଶକ୍ତି ସାରା ଦେଶରେ ଉଦାହରଣ ସାଜିଛି ।

ସେ ରାଜନୀତି ନୁହେଁ ରାଜ୍ୟନୀତି କରନ୍ତି । ନବୀନ ବାବୁଙ୍କ ସ୍ବଚ୍ଛ ଶାସନ ଓ ଦକ୍ଷ ନେତୃତ୍ୱ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ଉତ୍ତମ ବିପର୍ଯ୍ୟୟ ପରିଚାଳନା ପାଇଁ ସେ ସାରା ବିଶ୍ୱରେ ପ୍ରଶଂସିତ ହୋଇଛନ୍ତି । ଜନମାନସରେ ପରିଚିତ ଜନନାୟକଙ୍କ ଅନୁପସ୍ଥିତିକୁ ସହଜେ ଗ୍ରହଣ କରିପାରୁନାହାନ୍ତି ଓଡ଼ିଶାବାସୀ । ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ହେଲେ ତାଙ୍କର ସେବା ମନୋଭାବ ଏବଂ ଓଡ଼ିଶାର ଉନ୍ନତି ପାଇଁ ଅନବରତ କାମ କରି ସେ ଇତିହାସ ସୃଷ୍ଟି କରିଛନ୍ତି । ଓଡ଼ିଶା ଏବଂ ଓଡ଼ିଆଙ୍କ ପାଇଁ ତାଙ୍କର କର୍ତ୍ତବ୍ୟକୁ ଲୋକେ ଚିରଦିନ ପାଇଁ ମନେ ରଖିବେ ବୋଲି ମାନସ ମଙ୍ଗରାଜ କହିଛନ୍ତି ।

ନବୀନ ନିବାସରେ ବିଜେଡି ବିଧାୟକଙ୍କ ଭିଡ, ନବୀନଙ୍କୁ ଜଣାଇଛନ୍ତି ଧନ୍ୟବାଦ

ଭୁବନେଶ୍ବର: ନବୀନ ନିବାସରେ ବିଜେଡି ବିଧାୟକ । ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ସମସ୍ତେ ଜଣାଇଛନ୍ତି ଧନ୍ୟବାଦ । ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ରେଙ୍ଗାଳି ବିଧାୟକ ସତ୍ୟନ୍ଦ୍ର ହରିପାଲ, ଜୟଦେବ ବିଧାୟକ ନବ ମଲ୍ଲିକ, ବାଙ୍କୀ ବିଧାୟକ ଦେବି ତ୍ରିପାଠୀ, ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ନବୀନ ନିବାସରେ ଉପସ୍ଥିତ ରହିଛନ୍ତି ।

ଆଠମଲ୍ଲିକ ବିଧାୟକ ନଳିନୀ ପ୍ରଧାନ, ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ, ରାଜନଗର ବିଧାୟକ ଧ୍ରୁବ ସାହୁ, ବାଲିଗୁଡା ଚକ୍ରମଣି କହଁର, ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠି, ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଖରିଆର ବିଧାୟକ ଅଧୀରାଜ ପାଣିଗ୍ରାହୀ, କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ମଧ୍ୟ ଉପସ୍ଥିତ ରହିଛନ୍ତି ।

ନରେନ୍ଦ୍ର ପୁଷ୍କରଣୀ ବାଣ ବିସ୍ଫୋରଣ ଟ୍ରାଜେଡିରେ ବଢ଼ିଲା ମୃତ୍ୟୁସଂଖ୍ୟା

ପୁରୀ: ନରେନ୍ଦ୍ର ପୁଷ୍କରଣୀ ବାଣ ବିସ୍ଫୋରଣ ଟ୍ରାଜେଡିରେ ବଢ଼ିଲା ମୃତ୍ୟୁସଂଖ୍ୟା। ଏହାକୁ ମିଶାଇ ମୃତ୍ୟୁସଂଖ୍ୟା ୧୫ରେ ପହଞ୍ଚିଛି। ଅନ୍ୟ ୧୨ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ୩ ଜଣ ସୁସ୍ଥ ହେବା ପରେ ହସପିଟାଲରୁ ଡିସଚାର୍ଜ କରାଯାଇଛି।

ସେମାନେ ଘରକୁ ଫେରିଛନ୍ତି। ଏହି ବାଣ ବିସ୍ଫୋରଣର ତଦନ୍ତ କରୁଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର। ଯାହାର କିଛି ଆପତ୍ତି ଅଭିଯୋଗ ଅଛି, ସେମାନେ ପୁରୀ ସର୍କିଟ ହାଉସରେ ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଜଣାଇ ପାରିବେ। ଆଜି ଅପରାହ୍ନ ୩ ଟାରୁ ୭ଟା ମଧ୍ୟରେ ଲୋକେ ନିଜର ଅଭିଯୋଗ କରିପାରିବେ ବୋଲି କୁହାଯାଇଛି।

କମିଶନରଙ୍କ ଏହି ତଦନ୍ତ ପ୍ରକ୍ରିୟାରେ ବିଭିନ୍ନ ବିଭାଗର ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ।

ନୀତିଶ ନାଇଡୁଙ୍କ ସମର୍ଥନ ନେଇ ବି ସରକାର ଗଠନ କରିବା କଂଗ୍ରେସ ପାଇଁ ଅସମ୍ଭବ

ନନ୍ଦିଘୋଷ ବ୍ୟୁରୋ: ଲୋକସଭା ନିର୍ବାଚନ ୨୦୨୪ ଫଳାଫଳ ଉଭୟ ବିଜେପି ଓ କଂଗ୍ରେସର ହାର୍ଟବିଟ୍‌ ବନ୍ଦ କରି ଦେଇଛି  । ଶାସକ ଦଳ ବିଜେପି ନିଜ ଦମ୍‌ରେ ବହୁମତ ହାସଲ କରି ପାରିନାହିଁ  । ମାତ୍ର ୨୪୨ ସିଟ୍‌ରେ ବିଜେପିକୁ ସନ୍ତୁଷ୍ଟ ହେବାକୁ ପଡିଛି  । ସରକାର ଗଠନ ପାଇଁ ଆବଶ୍ୟକୀୟ ୨୭୨ ଆସନ ଅଙ୍କରୁ ୩୨ଟି ଆସନ କମ ରହିଛି  । ଜେଡିୟୁ ମୁଖ୍ୟ ନୀତୀଶ କୁମାର ଓ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏବେ କିଙ୍ଗମେକର୍‌ ସାଜିଥିବା ନେଇ ଚର୍ଚ୍ଚା ହେଉଛି  ।

ନିର୍ବାଚନ ପୂର୍ବରୁ ନୀତିଶ ଏବଂ ନାଇଡୁ ଦୁହେଁ ଏନଡିଏ ମେଣ୍ଟର ସହଯୋଗୀ ରହିଆସିଛନ୍ତି  । ଯାହା ସାହାଯ୍ୟରେ ଏନଡିଏ ମେଣ୍ଟ ବହୁ ସହଜରେ ସରକାର ଗଠନ କରିପାରିବେ  । କିନ୍ତୁ ବିରୋଧୀ ଦଳର କିଛି ନେତା ଦାବି କରୁଛନ୍ତି ଯେ ଯଦି ଇଣ୍ଡିଆ ମେଣ୍ଟ ନୀତିଶ ଓ ନାଇଡୁଙ୍କୁ ସାଥୀରେ ନେଇ ସରକାର ଗଠନ କରିପାରିବେ  ।କିନ୍ତୁ ନମ୍ବର ଗେମକୁ ଦେଖିଲେ ଏହା ଅସମ୍ଭବ ମନେ ହେଉଛି ।

पଇଣ୍ଡିଆ ମେଣ୍ଟକୁ ୨୩୪ ଆସନ ମିଳିଛି  । କଂଗ୍ରେସ ସବୁଠାରୁ ବଡ ଦଳ ଭାବେ ୯୯ ସିଟ୍‌ ହାସଲ କରିଛି  । ସେହିପରି ଅଖିଳେଶଙ୍କ ସମାଜବାଦୀ ପାର୍ଟି ୩୭ ଓ ମମତା ବାନାର୍ଜୀଙ୍କ ଟିଏମସି ୨୯ ଓ ଷ୍ଟାଲିନଙ୍କ ଡିଏମକେକୁ ୨୨ ଆସନ ମିଳିଛି  ।

ଇଣ୍ଡିଆ ମେଣ୍ଟକୁ ଏବେ ସରକାର ଗଠନ ପାଇଁ ଆହୁରି ୩୮ଟି ଆସନର ଆବଶ୍ୟକତା ରହିଛି  । ନିତିଶ କୁମାର ଓ ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ପାଖରେ ସର୍ବମୋଟ ୨୮ ସିଟ୍‌ ମିଳିଛି  । ଏପରି କ୍ଷେତ୍ରରେ ଇଣ୍ଡିଆ ମେଣ୍ଟର ଅଙ୍କ ୨୬୨ରେ ପହଞ୍ଚିବ  । ଏହା ପରେ ବି ଇଣ୍ଡିଆ ମେଣ୍ଟକୁ ସରକାର ଗଠନ ପାଇଁ ଆହୁରି ୧୦ଟି ଆସନର ଆବଶ୍ୟକତା ରହିବ  ।

ଏହି ୧୦ଟି ସିଟ୍‌ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ରାସ୍ତାରେ ସବୁଠାରୁ ବଡ କଣ୍ଟା ସାବ୍ୟସ୍ତ ହୋଇପାରେ । ଏନଡିଏ ଓ ଇଣ୍ଡିଆ ମେଣ୍ଟ ବ୍ୟତୀତ ଏମିତି କୌଣସି ଦଳ ନାହାନ୍ତି ଯିଏ ଏକାକୀ ୧୦ ଟି ଆସନ ଜିତି ପାରିଛନ୍ତି  । ୭ଟି ଆଶନ ସ୍ବାଧନ ପ୍ରାର୍ଥୀ ଜିତିଥିବାବେଳେ ୧୧ଟି ଆସନ ଛୋଟ ଛୋଟ ଦଳଙ୍କ ଖାତାକୁ ଯାଇଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଦଳ ଏନଡିଏର ସହଯୋଗୀ ଥିବାରୁ ସେମାନେ ପୁଣି ଥରେ ଏନଡିଏକୁ ସମର୍ଥନ ଦେବାର ସମ୍ଭାବନା ରହିଛି  । ଏଭଳି କ୍ଷେତ୍ରରେ ଇଣ୍ଡିଆ ମେଣ୍ଟକୁ ଏକା ସହ ୧୦ ସାଂସଦଙ୍କ ସମର୍ଥନ ଅର୍ଥ ଲୁହା ଚଣା ଚୋବାଇବା ସହ ସମାନ  ।

ଆଜି ଇଣ୍ଡିଆ ମେଣ୍ଟର ବୈଠକ, ଯୋଗ ଦେବେ ହେଭିୱେଟ

ନୂଆଦିଲ୍ଲୀ:  ସନ୍ଧ୍ଯାରେ ବସିବ ଇଣ୍ଡିଆ ମେଣ୍ଟର ଗୁରୁତ୍ବପୂର୍ଣ୍ଣ ବୈଠକ। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ଆୟୋଜିତ ହେବାକୁ ଥିବା ବୈଠକରେ ସାମିଲ ହୋଇଛନ୍ତି ବିଭିନ୍ନ ଦଳର ହେଭିୱେଟ। ନିର୍ବାଚନରେ ଇଣ୍ଡିଆ ମେଣ୍ଟ ଆଶାତୀତ ସଫଳତା ହାସଲ କରିବା ପରେ ଉତ୍ସାହିତ ଅଛନ୍ତି ମେଣ୍ଟ ନେତା।

ବିଭିନ୍ନ ଆଞ୍ଚଳିକ ଦଳର ନେତାମାନେ ଦିଲ୍ଲୀରେ ପହଞ୍ଚିବା ପରେ ଏକ ବଡ ଧରଣର ରଣନୀତି କରିବା ନିଶ୍ଚିତ ହୋଇଛି। ଏପରିକି ନିର୍ବାଚନ ପୂର୍ବରୁ ଏନଡିଏ ସହ ସାମିଲ ଥିବା କେତେକ ଦଳକୁ ମଧ୍ଯ ସମ୍ଭାବ୍ଯ ସରକାରରେ ସାମିଲ କରିବା ଲାଗି ଇଣ୍ଡିଆ ମେଣ୍ଟ ପ୍ରସ୍ତାବ ଦେବ ବୋଲି ସୂଚନା ମିଳିଛି।

ବୈଠକରେ ସୋନିଆ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ, ଅଖିଳେଶ ଯାଦବ, ତେଜସ୍ବୀ ଯାଦବ, ଚମ୍ପାଇ ସୋରେନ, ଏମ.କେ. ଷ୍ଟାଲିନ, ତେଜସ୍ବୀ ଯାଦବ, ସୀତାରାମ ୟେଚୁରୀ, ଡି. ରାଜା, ଅଭିଷେକ ବାନାର୍ଜୀ ପ୍ରମୁଖ ଯୋଗଦେବା ସମ୍ଭାବନା ରହିଛି।