ପଞ୍ଜାବ: ପଞ୍ଜାବ ଫତେଗଡରେ ଟ୍ରେନ ଦୁର୍ଘଟଣା। ରେଲୱେ ଟ୍ରାକରେ ଦୁଇଟି ମାଲବାହୀ ଟ୍ରେନ ମୁହାଁମୁହିଁ ଧକ୍କା । ରବିବାର ଭୋର ୪ ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣ ଲୋକପାଇଲଟ ଗୁରୁତର ହୋଇଥିବା ସୂଚନା। ଗୁରୁତର ହୋଇଥିବା ଲୋକପାଇଲଟଙ୍କୁ ଫତେଗଡ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଉତ୍ତର ପ୍ରଦେଶ ଏବଂ ତେଲେଙ୍ଗାନା ପରେ ଏହି ରାଜ୍ୟରେ ବ୍ୟାନ ହେଲା ସିଗାରେଟ୍ ଓ ତମାଖୁ ବିକ୍ରି
ବ୍ୟୁରୋ ରିପୋର୍ଟ: ସିଗାରେଟ୍ ଓ ତମାଖୁ ଉପରେ ଲାଗିଲା ବ୍ୟାନ। ଉତ୍ତର ପ୍ରଦେଶ ଏବଂ ତେଲେଙ୍ଗାନା ପରେ ବର୍ତ୍ତମାନ ଜମ୍ମୁ କାଶ୍ମୀରର କତ୍ରାରେ ସିଗାରେଟ ଓ ତମାଖୁ ବିକ୍ରି ଏବଂ ସେବନ ଉପରେ ରୋକ ଲଗାଯାଇଛି। ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ବୈଷ୍ଣ ଦେବୀଙ୍କ ଦର୍ଶନ ପାଇଁ ଜମ୍ମୁ ଆସନ୍ତି। ଏଭଳି ପରିସ୍ଥିତିରେ ସମଗ୍ର ମାର୍ଗରେ ମଦ୍ୟପାନ, ମାଂସ ଏବଂ ତମାଖୁ ଉତ୍ପାଦ ଉପରେ ନିଷେଧାଦେଶ ଜାରି ହୋଇଛି । କତ୍ରାର କିଛି ଅଞ୍ଚଳରେ ଏହି ପ୍ରତିବନ୍ଧକ ଜାରି ହୋଇଛି ।
କିନ୍ତୁ ନିଷେଧାଦେଶ ସତ୍ତ୍ୱେ ଲୋକମାନେ ସିଗାରେଟ ଏବଂ ତମାଖୁ ସେବନ କରୁଥିବା ଦେଖିବାକୁ ମିଳିଛି । ନିୟମ ଜାରି ହୋଇଥିଲେ ସର୍ତ୍ତ୍ୱେ ଲୋକମାନେ ମାନୁନାହାଁନ୍ତି । ଖୋଲାଖୋଲି ଭାବେ ସିଗାରେଟ୍ ଏବଂ ତମାଖୁ ସେବନ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅମାନିଆଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସରକାର। ଯାତ୍ରା ମାର୍ଗରେ ଏହି ନିଶା ପଦାର୍ଥ ବ୍ୟବହାର ଉପରେ ବ୍ୟାନ୍ ଲଗାଇଛନ୍ତି।
ସରିଛି ନିର୍ବାଚନ, କଡ଼ା ସୁରକ୍ଷା ବଳୟରେ ଇଭିଏମ୍
ଭୁବନେଶ୍ୱର: ସରିଛି ନିର୍ବାଚନ। ଏବେ ଇଭିଏମରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ। ଷ୍ଟ୍ରଙ୍ଗ ରୁମରେ କଡ଼ା ସୁରକ୍ଷା ବଳୟରେ ରହିଛି ଇଭିଏମ୍। ଆସନ୍ତା ୪ ତାରିଖରେ ହେବ ଗଣତି। ନିର୍ବାଚନରେ କିଏ ମାରିବ ବାଜି, କିଏ ପିନ୍ଧିବ ମୁକୁଟ। ତାକୁ ନେଇ ଏବେ ପ୍ରାର୍ଥୀଙ୍କ ଛାତି ଧଡଧଡ। ସିସିଟିଭି ଜରିଆରେ ଷ୍ଟ୍ରଙ୍ଗ ରୁମରେ କଡ଼ା ନଜର ରଖାଯାଇଛି ଇଭିଏମ।
ବଢ଼ୁଛି ଅଂଶୁଘାତରେ ମୃତ୍ୟୁ ସଂଖ୍ୟା, ରାଉରକେଲାରେ ୧୦ ମୃତ
ରାଉରକେଲା: ବଢ଼ୁଛି ଅଂଶୁଘାତରେ ମୃତ୍ୟୁ ସଂଖ୍ୟା, ରାଉରକେଲାରେ ୧୦ ମୃତ। ଅଂଶୁଘାତ ଆକ୍ରାନ୍ତରେ ମୋଟ ୧୦ ଜଣ ମୃତ୍ୟୁବରଣ କରିଥିବା ରାଉରକେଲା ମହାନଗର ନିଗମ କମିଶନର ସୂଚନା ଦେଇଛନ୍ତି। ରାଉରକେଲା ସରକାରୀ ଡାକ୍ତରଖାନାରେ ଅଂଶୁଘାତରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ହାଇଟେକ୍ ହସ୍ପିଟାଲରେ ୫ ମୃତ୍ୟୁବରଣ କରିଥିବା ରାଉରକେଲା ମହାନଗର ନିଗମ କମିଶନର ସୂଚନା ଦେଇଛନ୍ତି।
ଅଂଶୁଘାତରେ ଆକ୍ରାନ୍ତ ହୋଇ ୩୩ ଜଣ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ହାଇଟେକ୍ ହସ୍ପିଟାଲରେ ୪ ଜଣ ଓ ଜୟ ପ୍ରକାଶ ହସ୍ପିଟାଲରେ ୪ ଜଣ ଚିକିତ୍ସିତ ହେଉଛନ୍ତି। ରାଉରକେଲା ସରକାରୀ ଡାକ୍ତରଖାନାକୁ ଆସିବା ପୂର୍ବରୁ ୮ ଜଣ ମୃତ୍ୟୁ ହୋଇଛି । ତେବେ ସେମାନଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ନିର୍ଦ୍ଧିଷ୍ଟ କାରଣ ଜଣାପଡିବ।
ରାଉରକେଲା ସରକାରୀ ଡାକ୍ତରଖାନାରେ ଅଂଶୁଘାତରେ ଆକ୍ରାନ୍ତଙ୍କ ପାଇଁ ଆବଶ୍ୟକ ସମସ୍ତ ଚିକିତ୍ସା ସୁବିଧା ମାଗଣାରେ ଯୋଗାଇ ଦିଆଯିବା ସହ ଅଧିକ ବେଡ ପ୍ରସ୍ତୁତ କରି ରଖାଯାଇଛି। ଅଂଶୁଘାତ ଆକ୍ରାନ୍ତରେ ମୃତ୍ୟୁ ଘଟଣାରେ ତିନୋଟି ଟିମ ଗତକାଲି ଠାରୁ ରାଉରକେଲା ସରକାରୀ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତିନି ଜଣିଆ ଷ୍ଟେଟ ଟିମ , ଜଣିକିଆ ସେଣ୍ଟ୍ରାଲ ଟିମ ଓ ସୁନ୍ଦରଗଡ଼ ମେଡ଼ିକାଲ୍ କଲେଜର ତିନି ଜଣ ବରିଷ୍ଠ ଡ଼ାକ୍ତର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ଏକଜିଟ୍ ପୋଲ ସର୍ଭେ ରିପୋର୍ଟରେ ଏନଡିଏ ମେଣ୍ଟକୁ ବହୁମତ
ନୂଆଦିଲ୍ଲୀ: ଏକଜିଟ୍ ପୋଲରେ ଏନଡିଏ ମେଣ୍ଟକୁ ବହୁମତ। ପ୍ରକାଶ ପାଇଥିବା ସମସ୍ତ ପ୍ରାୟ ଏକଜିଟ୍ ପୋଲରେ ଏନଡିଏ ସରକାର ଗଢୁଥିବା ଦର୍ଶାଇଛନ୍ତି। ଦେଶରେ ୫୪୩ ଲୋକସଭା ଆସନରୁ ଏନଡିଏ ୩୭୧ ଆସନ ପାଉଥିବା ବିଭିନ୍ନ ଏକଜିଟ୍ ପୋଲ ରିପୋର୍ଟରୁ ଜଣାପଡିଛି। ଅନୁଷ୍ଠିତ ମୋଟ ୭ ପର୍ଯ୍ୟାୟ ଭୋଟିଂରେ ଜନତା ଆସନ୍ତା ୫ ବର୍ଷ ପାଇଁ ଏନଡିଏ ସପକ୍ଷରେ ମତ ଦେଇଥିବା ଏକଜିଟ୍ ପୋଲ ପ୍ରକାଶ କରିଛି। ତେବେ ଆସନ୍ତା ୪ ତାରିଖ ଦିନ ଗଣତିରେ ସ୍ପଷ୍ଟ ହୋଇଯିବ କେଉଁ ଦଳ କେତେ ଆସନ ପାଇବ। ୮ ହଜାରରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି।
ସୂଚନାଯୋଗ୍ୟଯେ, ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ହୋଇଥିଲା। ଗତକାଲି ଶେଷ ତଥା ସପ୍ତମ ପର୍ଯ୍ୟାୟ ଭୋଟିଂ ସରିଛି। ଆସନ୍ତା ୪ ତାରିଖରେ ଗଣତି ହେବ। ତେବେ ବିଜେପି ଦେଇଥିବା ୪୦୦ ପାର ନାରା ଫେଲ ମାରିବ। କଂଗ୍ରେସ ସମେତ ଅନ୍ଯ ବିରୋଧୀ ଦଳ ୨୦୧୯ ଅପେକ୍ଷା ଏଥର ଭଲ ପ୍ରଦର୍ଶନ କରିବେ। ୨୦୧୯ରେ କଂଗ୍ରେସ ମାତ୍ର ୫୨ଟି ଓ ୟୁପିଏ ୯୧ଟି ସିଟ ଜିତିଥିଲା। ହେଲେ ଏଥର ଇଣ୍ଡିଆ ମେଣ୍ଟ ୧୫୦ରୁ ଅଧିକ ଆସନ ଜିତିବାକୁ ଯାଉଥିବା ଏକଜିଟ ପୋଲରେ କୁହାଯାଇଛି। ଜନ୍ କି ବାତ୍ର ତଥ୍ୟରେ, ଏନଡିଏ ୩୬୨ରୁ ୩୯୨, ଇଣ୍ଡିଆ ମେଣ୍ଟକୁ ୧୪୧-୧୬୧ ଓ ଅନ୍ୟାନ୍ୟ ଦଳ ୧୦-୨୦ ଆସନ ଜିତବେ। ଇଣ୍ତିଆ ନ୍ୟୁଜ-ଡି ଡାଇନାମିକାର ଏକଜିଟ ପୋଲ ଅନୁସାରେ ଏନଡିଏ ୩୭୧, ଇଣ୍ଡିଆ ୧୨୫ ଓ ଅନ୍ୟାନ୍ୟ ଦଳ ୪୭ଟି ଆସନରେ ଜିତିବେ। ସେହିପରି Matrize ତଥ୍ୟ ଅନୁସାରେ ଏନଡିଏ ୩୫୩ରୁ ୩୬୮, ଇଣ୍ଡିଆ ୧୧୮ରୁ ୧୩୩ ଓ ଅନ୍ୟାନ୍ୟ ଦଳ ୪୩ରୁ ୪୮ ଆସନ ଜିତିବେ। ସମସ୍ତ ଏକଜିଟ ପୋଲକୁ ନେଲେ ବିଜେପି ୩୫୮, ଇଣ୍ତିଆ ମେଣ୍ଟ ୧୪୮ ଓ ଅନ୍ୟାନ୍ୟ ଦଳ ୩୭ଟି ଆସନ ଜିତିବେ ।

