ସମ୍ବଲପୁର : ସମ୍ବଲପୁରର ଅସ୍ମିତା, କଳା ଓ ସଂସ୍କୃତିର ସାମଗ୍ରିକ ବିକାଶ ନେଇ ବରିଷ୍ଠ ନାଗରିକଙ୍କ ସହ ଆଲୋଚା କରିଛନ୍ତି ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଏହି ସମୟରେ ସମ୍ବଲପୁର ବିଧାନସଭା ପ୍ରାର୍ଥୀ ରୋହିତ ପୂଜାରି ଓ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ଏହି ଅବସରରେ ସମ୍ବଲପୁରର ବିଭିନ୍ନ ସମସ୍ୟା ଉପରେ ବରିଷ୍ଠ ନାଗରିକମାନେ ଆଲୋଚନା କରିଥିଲେ । ସମଲେଶ୍ୱରୀ ମନ୍ଦିରର ଉନ୍ନତିକରଣ ଏବଂ ବିଏସକେୱାଇ ପାଇଁ ମୁଖ୍ଯମନ୍ତ୍ରୀଙ୍କୁ ସମସ୍ତେ କୃତଜ୍ଞତା ପ୍ରଦାନ କରିଥିଲେ । ରହିଥିବା ସମସ୍ଯାର ସମାଧାନ ସହ ଲୋକଙ୍କ ଇଚ୍ଛାନୁସାରେ ସବୁ କାମ କରାଯିବ ବୋଲି ପ୍ରଣବ ପ୍ରକାଶ ଦାସ ପ୍ରତୃଶୃତି ଦେଇଛନ୍ତି । ପ୍ରଣବ କହିଛନ୍ତି, ସମ୍ବଲପୁରରେ ମୋତେ ପ୍ରାର୍ଥୀ କରିବା ମୁଖ୍ଯମନ୍ତ୍ରୀଙ୍କ ଦୂରଦୃଷ୍ଟି । ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶା ପାଇଁ ଅନେକ ଯୋଜନା କରିଛନ୍ତି । ଆଗକୁ ଏହା ଜାରି ରହିବ l ସବୁବେଳେ ସମ୍ବଲପୁରବାସୀଙ୍କ ପାଖରେ ରହିଛି ବୋଲି ପ୍ରଣବ ପ୍ରତିଶୃତି ଦେଇଛନ୍ତି ।
‘ସ୍ତ୍ରୀଧନ’ ଉପରେ ନାହିଁ ସ୍ୱାମୀଙ୍କ ଅଧିକାର : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଲୋକ ସଭା ନିର୍ବାଚନକୁ ନେଇ ମାହୋଲ ସରଗରମ ରହିଛି । ହେଲେ ଏହା ମଧ୍ୟରେ ସ୍ତ୍ରୀଧନ ଏବଂ ମଙ୍ଗଳସୂତ୍ର ନେଇ ଚାଲିଛି ନୂଆବିତର୍କ । ଯାହାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ସ୍ତ୍ରୀଧନ ସମ୍ପୂର୍ଣ୍ଣ ମହିଳାଙ୍କର, ଏଥିରେ ସ୍ୱାମୀ କି ଶ୍ୱଶୁର ଘରର କୌଣସି ଅଧିକାର ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
‘ସ୍ତ୍ରୀଧନ’ ଉପରେ ନାହିଁ ସ୍ୱାମୀଙ୍କ ଅଧିକାର
ସ୍ତ୍ରୀଧନ ଉପରେ ସମ୍ପୂର୍ଣ୍ଣ ଅଧିକାର କେବଳ ସ୍ତ୍ରୀର ରହିଥିବା ବେଳେ ସ୍ୱାମୀଙ୍କର ଏହି ସମ୍ପତ୍ତି ଉପରେ କୌଣସି ଅଧିକାର ନାହିଁ । କେବଳ ବିପଦ ସମୟରେ ସ୍ୱାମୀ ଏହାକୁ ବ୍ୟବହାର କରିପାରିବେ । ତେବେ ବିବାହିତ ମହିଳାଙ୍କ ଧନ ସମ୍ପତ୍ତି ଅଧିକାରକୁ ଆହୁରି ମଜଭୁତ କରିଛନ୍ତି ସୁପ୍ରିମକୋର୍ଟ । ବୁଧବାର ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତ ଏକ ‘ସ୍ତ୍ରୀଧନ’ ସମ୍ପର୍କୀତ ମାମଲା ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ।
‘ସ୍ତ୍ରୀଧନ’ କ’ଣ ?
ବିବାହ ପୂର୍ବରୁ, ବିବାହ ସମୟରେ, ବିବାହ ପରେ ସ୍ତ୍ରୀକୁ ମିଳିଥିବା ସମସ୍ତ ଜିନିଷ ଏଥିରେ ଅନ୍ତର୍ଭୁକ୍ତ । ବାପା ମାଆ, ସମ୍ପର୍କୀୟ, ସାଙ୍ଗସାଥିଙ୍କଠାରୁ ମିଳିଥିବାଗହଣା, ଆସବାବପତ୍ର, ଜମିବାଡି, ଘର, ଉପହାର ଆଦି ସବୁ ‘ସ୍ତ୍ରୀଧନ’ ଅନ୍ତର୍ଭୂକ୍ତ । ଏଥିରେ ମହିଳାମାନଙ୍କର ସମ୍ପୂର୍ଣ୍ଣ ଅଧିକାର ରହିଛି ଏବଂ ଏହାକୁ ସେମାନେ ନିଜ ଇଚ୍ଛା ମୁତାବକ ରଖିପାରିବେ କିମ୍ବା ବିକ୍ରୟ କରିପାରିବେ । ସ୍ୱାମୀ କେବଳ ଆବଶ୍ୟକ ସମୟରେ ଏହାକୁ ବ୍ୟବହାର କରିପାରିବ । କିନ୍ତୁ ତାହାକୁ ପୁଣି ସ୍ତ୍ରୀଙ୍କୁ ଫେରାଇବା ସ୍ୱାମୀଙ୍କର ଦାୟିତ୍ୱ । ତେଣୁ ‘ସ୍ତ୍ରୀଧନ’ କେବେ ସ୍ୱାମୀ ସ୍ତ୍ରୀଙ୍କ ଯୁଗ୍ମ ସମ୍ପତ୍ତି ହୋଇପାରିବ ନାହିଁ । ସ୍ୱାମୀ ଏହା ଉପରେ ନିଜର କୌଣସି ସ୍ୱତନ୍ତ୍ର ଅଧିକାର କିମ୍ବା ଦାବି ସାବ୍ୟସ୍ତ କରି ପାରିବେ ନାହିଁ ।
ସୁପ୍ରିମକୋର୍ଟ ଆଉ ମଧ୍ୟ କହିଛନ୍ତି ଯେ, ଯଦି ‘ସ୍ତ୍ରୀଧନ’କୁ ବେଆଇନ ଭାବେ ଦୁରୁପଯୋଗ କରାଯାଏ ତେବେ ତାଙ୍କ ସ୍ୱାମୀ କିମ୍ବା ତାଙ୍କ ପରିବାର ସଦସ୍ୟଙ୍କ ଉପରେ ଆଇପିସି ଧାରା ୪୦୬ ବଳରେ ମାମଲା ରୁଜୁ ହୋଇପାରିବ । ତେବେ ଏପରି ମାମଲାରେ ନିଷ୍ପତ୍ତି ଅପରାଧିକ ମାମଲା ଭଳି ଠୋସ ପ୍ରମାଣ ଆଧାରରେ ନିଆଯାଇପାରିବ ନାହିଁ । ଏଥିରେ ସ୍ତ୍ରୀଙ୍କ ଅଭିଯୋଗ ଅଧିକ ମଜଭୁତ ହେବ ଆବଶ୍ୟକ ।
ପୋଲିଙ୍ଗ ବୁଥରୁ ଧରା ହେଲେ ୫୩ ନକଲି ଭୋଟର
ନନ୍ଦିଘୋଷ ବ୍ୟୁରୋ : ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ସାମ୍ନାକୁ ଆସିଛି ଏକ ବଡ଼ ଘଟଣା । ପୋଲିଙ୍ଗ ବୁଥରୁ ଧରା ହେଲେ ୫୩ ନକଲି ଭୋଟର । ୟୁପିର ବୁଲନ୍ଦଶହରର ପୋଲିଙ୍ଗ ବୁଥରେ ମତଦାନ କରିବାକୁ ଆସିଥିବା ଏହି ନକଲି ଭୋଟରଙ୍କୁ ଗିରଫ କରି ପଚରାଉଚରା କରୁଛି ପୋଲିସ । ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା ।
ସୂଚନା ଅନୁସାରେ , ଏହି ଅଭିଯୁକ୍ତ ଭୋଟର ମାନେ ନକଲି ଆଧାର କାର୍ଡ ଏବଂ ନକଲି ଭୋଟର ଆଇଡି କାର୍ଡ ନେଇ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ । ଯାହା ତଥ୍ୟ ଯାଞ୍ଚ ସମୟରେ ଏସବୁ ନକଲି ବୋଲି ଜଣା ପଡିଥିଲା । ଏହା ପରେ ପୋଲିସ ସମସ୍ତ ନକଲି ଭୋଟରକୁ ଗରିଫ କରି ନେଇଛି ଓ ଏହା ପଛର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ।

