spot_img
Home Blog Page 2007

ମୁଖ୍ଯମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଶ୍ରୀମନ୍ଦିର ସେବାୟତ

ପୁରୀ: ମୁଖ୍ଯମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଶ୍ରୀମନ୍ଦିର ସେବାୟତ । ସହାୟତା ରାଶି ବୃଦ୍ଧି କରିଥିବାରୁ ଜଣାଇଲେ ଧନ୍ଯବାଦ । ଗତକାଲି ଶ୍ରୀମନ୍ଦିର ସେବାୟତଙ୍କ ସ୍ୱାସ୍ଥ୍ୟ ବୀମା ରାଶିକୁ 2 ଲକ୍ଷରୁ 5 ଲକ୍ଷକୁ ବୃଦ୍ଧି କରିବା ସହ ସେବାୟତ ପରିବାରର ପିଲାମାନଙ୍କ ଉଚ୍ଚଶିକ୍ଷା ବାବଦରେ ସହାୟତା ଯୋଗାଇବା ପାଇଁ ଘୋଷଣା କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଫାଇଭ-ଟି ଅଧ୍ୟକ୍ଷଙ୍କ ପ୍ରତ୍ୟେକ ତତ୍ୱବଧାନରେ ନିଆଯାଇଥିବା ପଦକ୍ଷେପକୁ ସ୍ୱାଗତ କରିବା ସହ ଧନ୍ଯବାଦ ଜଣାଇଛନ୍ତି ସେବାୟତ । ଶ୍ରୀମନ୍ଦିର ପରିଚାଳନା କମିଟିର ସେବାୟତ ପ୍ରତିନିଧି ମାନେ ଆଜି ଏ ନେଇ ଏକ ସାମ୍ବାଦିକ ସମ୍ବିଳନୀ ଜରିଆରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଜୟପୁରରେ ଅତ୍ୟାଧୁନିକ ସ୍ପୋର୍ଟସ କମ୍ପ୍ଲେକ୍ସର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋରାପୁଟ ଜିଲ୍ଲା ଜୟପୁରଠାରେ ଏକ ଅତ୍ୟାଧୁନିକ ସ୍ପୋର୍ଟସ କମ୍ପ୍ଲେକ୍ସର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସେ ଓଡ଼ିଶାର ୧୨ଟି ଜିଲ୍ଲାରେ ୨୬ଟି ବହୁମୁଖୀ ଇନଡୋର ଷ୍ଟାଡିୟମର ମଧ୍ୟ ଶୁଭାରମ୍ଭ କରିଛନ୍ତି । ୧୧ ଏକର ପରିମିତ ଜୟପୁରର ସ୍ପୋର୍ଟସ କମ୍ପ୍ଲେକ୍ସରେ  ଏକ ପ୍ରାକୃତିକ ଫୁଟବଲ ପଡ଼ିଆ ଓ ସିନ୍ଥେଟିକ୍ ଆଥଲେଟିକ୍ ଟ୍ରାକ୍ ରହିଛି । ୫୦୦ ଦର୍ଶକ ବସିବାର କ୍ଷମତା ରହିଛି । ଏଠାରେ ଅନ୍ତର୍ଜାତୀୟ ମାନର ଉପକରଣ ସହିତ ଏକ ଜିମ୍ନାଷ୍ଟିକ୍ ସେଣ୍ଟର, ଅଲିମ୍ପିକ୍ ଆକାରର ସୁଇମିଂ ପୁଲ୍, ଦୁଇଟି ସିନ୍ଥେଟିକ୍ ଟେନିସ୍ କୋର୍ଟ ଏବଂ ଗୋଟିଏ ବାସ୍କେଟବଲ୍ କୋର୍ଟ ରହିଛି । ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଏବଂ କ୍ରୀଡ଼ା ପରିବେଶ ସୃଷ୍ଟି ଦିଗରେ ଓଡ଼ିଶା ନିଜର ପ୍ରୟାସକୁ ଅଧିକ ସୁଦୃଢ଼ କରିବା ସହିତ ୧୨ଟି ଜିଲ୍ଲାରେ ୨୬ଟି ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ କରାଯାଇଛି । ଯେଉଁଥିରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ଯୋଗ, ଚେସ୍, ଭାରୋତ୍ତୋଳନ ଓ ଜିମ୍ ଆଦି କ୍ରୀଡ଼ା ପାଇଁ ସୁବିଧା ରହିଛି । ଗାଁଠାରୁ ସହର ପର୍ଯ୍ୟନ୍ତ ରାଜ୍ୟର ସବୁ ସ୍ଥାନରେ ବୃତ୍ତିଗତ କ୍ରୀଡାର ବିକାଶ ପାଇଁ 5T ଉପକ୍ରମ ଅଧୀନରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରାଯାଇଛି ।

ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜୟପୁରର ସ୍ପୋର୍ଟସ କମ୍ପ୍ଲେକ୍ସ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଯୁବ ପ୍ରତିଭାମାନଙ୍କୁ କ୍ରୀଡା କ୍ଷେତ୍ରରେ ଉତ୍ସାହିତ କରିବ । ଦକ୍ଷିଣ ଓଡିଶାରେ କ୍ରୀଡାର ବିକାଶ ପାଇଁ ଏହି କମ୍ପ୍ଲେକ୍ସ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏକ ଦକ୍ଷ ଯୁବ ସମାଜ ଗଠନ ପାଇଁ ଆମେ କ୍ରୀଡା ଉପରେ ଅଧିକ ଗୁରୁତ୍ୱ ଦେଉଛୁ ବୋଲି କହିଛନ୍ତି ମୁଖ୍ଯମନ୍ତ୍ରୀ । ଏହାଦ୍ୱାରା ଓଡିଶା ଆଜି ସାରା ବିଶ୍ୱରେ କ୍ରୀଡା କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି । କ୍ରୀଡା କ୍ଷେତ୍ରରେ ଆଜି ସବୁ ରାଜ୍ୟ ଓଡିଶା ମଡେଲକୁ ଅନୁସରଣ କରୁଛନ୍ତି । ଏହି ସବୁ ଇନ୍‌ଡୋର ଷ୍ଟାଡିୟମ ରାଜ୍ୟରେ କ୍ରୀଡା ସଂସ୍କୃତିକୁ ଆହୁରି ଆଗକୁ ନେବ । ବିଶେଷ କରି ବୃତ୍ତିଗତ କ୍ରୀଡା କ୍ଷେତ୍ରରେ ଏହା ଅନେକ ସୁଯୋଗ ସୃଷ୍ଟି କରିବ । ଗାଁ ଓ ଛୋଟ ସହରର ପିଲାମାନେ ବହୁ ସଂଖ୍ୟାରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ ପାରିବେ ଏବଂ ଓଡ଼ିଶାରେ କ୍ରୀଡ଼ା ସଂସ୍କୃତିର ବିକାଶ ପାଇଁ ଆମର ପ୍ରୟାସ ଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ଅବସରରେ 5T ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଯୋଗଦେଇ କହିଥିଲେ ଯେ, ଆଜି ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିବା ସବୁ ସ୍ପୋର୍ଟସ୍ କମ୍ପ୍ଲେକ୍ସ ଗୁଡିକ ଓଡିଶାବାସୀଙ୍କ ଟଙ୍କାରେ ତିଆରି ହୋଇଛି । ଏହା ରାଜ୍ୟବାସୀଙ୍କ ସମ୍ପତ୍ତି । ଏଗୁଡିକୁ ସଠିକ୍‌ ଭାବେ ଉପଯୋଗ କରିବେ ଏବଂ ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

 

ଦୁବାଇରେ ଚମକିବ ଓଡିଆ ଜନଜାତି ଶିଳ୍ପୀଙ୍କ ପେଣ୍ଟିଂ

ନନ୍ଦିଘୋଷ ବ୍ୟୁରୋ: ଦୁବାଇରେ ଚମକିବ ଓଡିଆ ଜନଜାତି ଶିଳ୍ପୀଙ୍କ ପେଣ୍ଟିଂ । ବିଦେଶ ମାଟିରେ ପ୍ରଥମ ଥର ପାଇଁ ରାଜ୍ଯ ସରକାରଙ୍କ ଓଡିଆ ଭାଷା ସାହିତ୍ଯ ଏବଂ ସଂସ୍କୃତି ବିଭାଗ ଅଧୀନରେ ଥିବା ଓଡ଼ିଶା ଲଳିତ କଳା ଏକାଡେମୀ ଏକ ପ୍ରଦର୍ଶନୀ ଆୟୋଜନ କରୁଛି । ଏଥିରେ ଓଡିଆ ଜନଜାତିର ବଛା ବଛା ୧୫ ଜଣ ଚିତ୍ରଶିଳ୍ପୀ ଯୋଗଦେଇ ନିଜ ପ୍ରତିଭା ପ୍ରଦର୍ଶନ କରୁଛନ୍ତି । ରଙ୍ଗତୁଳୀ ଧରି ଚିତ୍ର ଆଙ୍କିବାରେ ସମସ୍ତେ ନିମଗ୍ନ । ଯାହା ଆସନ୍ତାକାଲି ଆନୁଷ୍ଠାନିକ ଭାବେ ଉଦଘାଟନ ହେବ । ପେଣ୍ଟିଂରେ ସଉରା, ସାନ୍ତାଳୀ, କୋହ୍ଲ, କନ୍ଧ ଏବଂ ପରଜା ଆଦିବାସୀଙ୍କ ଜୀବନ ଓ ଜୀବିକା ନିଖୁଣ ଭାବେ ଫୁଟାଇବାକୁ ଚାଲିଛି ପ୍ରୟାସ । ଏହି ଉଦଘାଟନୀ ଉତ୍ସବ ଦୁବାଇର ହୟାତ ପ୍ଲେସ ଦୁବାଇ ଏଆଇ ରିଗ୍ଗାରେ ଉଦଘାଟିତ ହେବ। ଏଥିରେ ମୁଖ୍ୟ ଅତିଥି ଭାବେ ଭାରତର କନସୁଲ୍ ଜେନେରାଲ୍ ସତୀଶ କୁମାର ଶିବମ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ। ଏକାଡେମୀର ସଭାପତି ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ସହ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ବତନ୍ତ୍ର ଶାସନ ସଚିବ ମଧୂସୁଦନ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେବେ। କାର୍ଯ୍ୟକ୍ରମକୁ ଏକାଡେମୀ ସଚିବ ପଞ୍ଚାନନ ସାମଲ ପରିଚାଳନା କରୁଛନ୍ତି ।

 

ଚବିଶ ପାଇଁ କିଏ ଯୋଦ୍ଧା? କାହାକୁ ମୈଦାନକୁ ଉତ୍ତାରିବ କଂଗ୍ରେସ

ଭୁବନେଶ୍ବର: ପୁରୁଖା ଅଭିଜ୍ଞ ନେତାଙ୍କୁ ଲୋକସଭା ପ୍ରାର୍ଥୀ କରିବାକୁ ମାନସମଂଥନ ଆରମ୍ଭ କରିଛି କଂଗ୍ରେସ । ଏଆଇସିସିସି ଦୁଇଟି ପର୍ଯ୍ୟାୟରେ ଟିକେଟ ତାଲିକା ପ୍ରକାଶ ପରେ ବି ଓଡ଼ିଶାର ଜଣଙ୍କ ନାଁ ବି ଘୋଷଣା କରାଯାଇନାହିଁ । ଓଡ଼ିଶାରେ କିଏ କେଉଁଠୁ ଲୋକସଭା ପ୍ରାର୍ଥୀ ହେବେ ତାହାର ଅଙ୍କ ଛିଣ୍ଡିପାରୁନାହିଁ । ପିସିସି ସଭାପତି କହିଛନ୍ତି ବହୁ ବରିଷ୍ଠ ନେତାଙ୍କୁ ପ୍ରାର୍ଥୀ ହେବା ପାଇଁ  ଦଳ ପ୍ରସ୍ତାବ ଦେଇଛି । ପିସିସି ସଭାପତିଙ୍କ ଠାରୁ ଆରମ୍ଭ କରି କଂଗ୍ରେସର ବରିଷ୍ଠନେତାମାନେ ପୁରୁଖା ନେତାଙ୍କୁ ଲୋକସଭା ପ୍ରାର୍ଥୀ କରିବାକୁ ଅଣ୍ଟା ଭିଡ଼ିଛନ୍ତି ।

କିଏ କେଉଁଠୁ ଲଢିବେ ? ଚବିଶ ନିର୍ବାଚନରେ କିଏ କିଏ ହେବେ କଂଗ୍ରେସ ଯୋଦ୍ଧା । ନୂଆ, ପୁରୁଣା କି ପୁରୁଖା କାହାକୁ ମୈଦାନକୁ ଓହ୍ଲାଇବ ଦଳ । ଭୁବନେଶ୍ବରରୁ ଦିଲ୍ଲୀ ଯାଏ ଚାଲିଛି କସରତ । ସ୍ଥିତିକୁ ଦେଖି ଦଳ ଷ୍ଟଲୱାର୍ଟଙ୍କୁ ଉତ୍ତାରିବାକୁ ଚିନ୍ତା କରୁଛି । ପିସିସିର ପ୍ରସ୍ତାବକୁ ସମର୍ଥନ କରିଛନ୍ତି ସୁର ଓ ଶରତ ରାଉତ । ଲୋକସଭା ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟରେ କଂଗ୍ରେସ ୮୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଲାଣି । ହେଲେ ଏହି ତାଲିକାରେ ଓଡ଼ିଶାର କୌଣସି ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇନାହିଁ । ଏହାକୁ ଦୃଷ୍ଟିରେ ରଖି ଲୋକସଭା ଆସନ ପାଇଁ କଂଗ୍ରେସ ଦଳର ଷ୍ଟଲୱାର୍ଟଙ୍କୁ ମଇଦାନକୁ ଓହ୍ଲାଇବା ପାଇଁ କସରତ ଆରମ୍ଭ କରିଛି । ଭୁବନେଶ୍ବର ଆସନ ପାଇଁ ଦଳ ବରିଷ୍ଠ ବିଧାୟକ ସୁରେଶ ରାଉତରାୟଙ୍କୁ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ସୁର ନିର୍ବାଚନ ଲଢିବେନି ବୋଲି ଖୋଲା ଘୋଷଣା କରିଛନ୍ତି ।

ତେଣୁ ଭୁବନେଶ୍ବରରୁ ବରିଷ୍ଠ ନେତା ରାମଚନ୍ଦ୍ର ଖୁଣ୍ଟିଆଙ୍କୁ ଦଳ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଛି । ଏହାସହ ଛାତ୍ର କଂଗ୍ରେସ ସଭାପତି ୟାସର ନଓ୍ବାଜଙ୍କ ନାଁ ବି ଚର୍ଚ୍ଚାରେ ରହିଛି । ସେହିପରି ପୁରୀ ସଂସଦୀୟ କ୍ଷେତ୍ରରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, କଟକରୁ ଏଆଇସିସି ସମ୍ପାଦକ ଶରତ ରାଉତ, ବାଲେଶ୍ବରରୁ ଶ୍ରୀକାନ୍ତ ଜେନା, ନବରଙ୍ଗପୁରରେ ଭୁଜବଳ ମାଝୀ, କଳାହାଣ୍ଡିରୁ ଭକ୍ତଚରଣ ଦାସଙ୍କ ଭଳି ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ ଦଳ ମଇଦାନକୁ ଓହ୍ଲାଇବାକୁ ଅଙ୍କ କଷୁଛି । ଯାହାକୁ ସ୍ବାଗତଯୋଗ୍ଯ କହିଛନ୍ତି ସୁରେଶ ରାଉତରାୟ । ଅନ୍ୟପଟେ କିଛି ନେତା ବି ଖୋଲାଖୋଲି ଲୋକସଭା ପ୍ରାର୍ଥୀ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ରାଜନୈତିକ ସମୀକ୍ଷକମାନେ କଂଗ୍ରେସ ଟିକେଟ ପ୍ରକ୍ରିୟାକୁ ନେଇ କିନ୍ତୁ ରଖିଛନ୍ତି ଭିନ୍ନମତ।

ଆଗୁଆ ଟିକେଟ ବାଣ୍ଟିବାକୁ କସରତ ଆରମ୍ଭ କରିଥିବା ଉଭୟ ବିଧାନସଭା ଓ ଲୋକସଭାରେ କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ଦ୍ବନ୍ଦରେ ପଡ଼ିଛି ରାଜ୍ଯ କଂଗ୍ରେସ । ଓଡ଼ିଶା ଓ ଦିଲ୍ଲୀରେ ପ୍ରାର୍ଥୀ ଚୟନ ନେଇ ୩ଟି ବୈଠକ ହୋଇଥିଲେ ମଧ୍ୟ କୌଣସି ନିଷ୍ପତ୍ତି ନେଇପାରିନାହିଁ ଦଳ । ପିସିସି ସଭାପତିଙ୍କ ଯୁକ୍ତି ହେଉଛି ବହୁନେତାଙ୍କୁ ନିର୍ବାଚନ ଲଢିବା ପାଇଁ ଦଳ ପକ୍ଷରୁ ଅନୁରୋଧ କରାଯାଇଛି । ହେଲେ ବିଡ଼ମ୍ବନାର ବିଷୟ ପିସିସି ସଭାପତି ନିଜେ କେଉଁଠି ଲଢିବେ ତାହା ଜାଣିନଥିବା କହିଛନ୍ତି। ପ୍ରଗମନ ଆପରେ ଆଗୁଆ ଟିକେଟ ଚୟନ କରିବା ରଣନୀତି କଂଗ୍ରେସର ଫେଲ ମାରିବା ପରେ ଦଳ ଏବେ  ଚିରାଚରିତ ଟିକେଟ ବଣ୍ଟନ ପ୍ରକ୍ରିୟା ଜାରି ରଖିଛି ।

 

ବିଜେପିର ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ନନ୍ଦିଘୋଷ ବ୍ୟୁରୋ: ବିଜେପିର ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା। ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୭୨ ନାଁ ଘୋଷଣା ହୋଇଛି। ବିଜେପି ଅଧ୍ୟକ୍ଷ ନୀତୀନ ଗଡ଼କରିଙ୍କ ସହ ମନୋହର ଲାଲ ଖଟର ଏବଂ ପିୟୁଷ ଗୋୟଲଙ୍କୁ ନାଁ ଘୋଷଣା ହୋଇଛି। ଘୋଷଣା ହୋଇଥିବା ପ୍ରମୁଖ ନାଁ ମଧ୍ୟରେ ରହିଛି। ତାଲିକାରେ ନାହିଁ ଓଡ଼ିଶାର କୌଣସି ଆସନ । ପ୍ରଥମ ପର୍ଯ୍ୟାୟ ତାଲିକାରେ ଓଡ଼ିଶାର କୌଣସି ପ୍ରାର୍ଥୀଙ୍କ ନାମ ନଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ଓଡ଼ିଶା ନେତାଙ୍କ ନାମ ନାହିଁ । ସେପଟେ ହର୍ଷ ମାଲହୋତ୍ରା, ପୂର୍ବ ଦିଲ୍ଲୀରୁ ଟିକେଟ ପାଇଛନ୍ତି। ମନୋହର ଲାଲ ଖଟ୍ଟର ହରିୟାଣା କର୍ଣ୍ଣାଲରୁ ଲଢିବେ। ସେହିପରି ପଙ୍କଜା ମୁଣ୍ଡେ-ବିଡ, ନୀତୀନ ଗଡ଼କରୀ, ନାଗପୁର, ପିୟୁଷ ଗୋୟଲ, ଉତ୍ତର ମୁମ୍ବାଇ

ଅନୁରାଗ ଠାକୁର, ହମିରପୁର

ବାସବରାଜ ବୋମାଇ, ହଭେରୀ

ପ୍ରହଲ୍ଲାଦ ଯୋଶୀ, ଧରୱାଡ୍

ତେଜସ୍ଵୀ ସୂର୍ଯ୍ୟା, ବେଙ୍ଗାଲୁରୁ ଦକ୍ଷିଣ

ସାବିତ୍ରୀ ଠାକୁର, ମଧ୍ୟପ୍ରଦେଶ ଧାର

ସ୍ମିତା ୱାଗ, ଜଲଗାଓଁ

ତ୍ରିବେନ୍ଦ୍ର ସିଂ ରାୱତ, ଉତ୍ତରାଖଣ୍ଡ

 

ଗଛ ଉପରେ ଚଢ଼ିଲେ ଆସୁଛି ନେଟଓ୍ବର୍କ

ଅନୁଗୁଳ: ଡିଜିଟାଲ ଇଣ୍ଡିଆର ବିକଳ ଚିତ୍ର । ଏବେ 2G ବଦଳରେ ଲୋକେ 5G ଦେଖିଲେଣି । ହେଲେ ଶିଳ୍ପ ବହୁଳ ଜିଲ୍ଲା ଅନୁଗୁଳର ୨୫ରୁ ଅଧିକ ଗାଁରେ ନେଟୱର୍କ ଏବେବି ସାତସପନ। କିଏ ହାତର ମୋବାଇଲ ଧରି ନେଟୱର୍କ ଖୋଜୁଛି ତ କିଏ ଗଛରେ ଚଢି ଯାଉଛି। ଗାଁରେ ନାହିଁ ନେଟୱର୍କ । 5ଜି ଯୁଗରେ ନେଟୱର୍କ ସମସ୍ଯା । କିଏ ହାତରେ ମୋବାଇଲ ଧରି ନେଟୱର୍କ ଖୋଜୁଛି ତ କିଏ ଗଛ ଉପରେ ଚଢିଯାଉଛି। ଆମେ କହୁଛୁ ଅନୁଗୁଳ ଜିଲ୍ଲାର ବଲଙ୍ଗ, ଲବଙ୍ଗୀ, ଟାକରସିଂହା ଭଳି ୨୫ରୁ ଅଧିକ ଗାଁର ଦୃଶ୍ଯ । ଗାଁକୁ ଘେରି ରହିଛି ବଣପାହାଡ। ଗାଁରେ ବସିଛି ନେଟୱର୍କ । ହେଲେ କାର୍ଯ୍ଯକ୍ଷମ ହୋଇପାରୁନଥିବାରୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଏ ସଂପର୍କୀୟଙ୍କ ସହିତ କଥା ହେବାକୁ ଗଛରେ ଚଢୁଛି ତ ପିଲାମାନେ ଉଚ୍ଚସ୍ଥାନରେ ବସିକି ୟୁଟ୍ଯୁବରୁ ଜ୍ଞାନ ଆହରଣ କରୁଛନ୍ତି। ଏମିତି ନେଟୱର୍କ ଖୋଜି ନୟାନ୍ତ ହେଲେଣି ଲୋକେ।

ଗାଁରେ ୫ ରୁ ୭ ହଜାର ଲୋକ ବାସ କରୁଛନ୍ତି । ମୋବାଇଲ ନେଟୱର୍କ ନଥିବାରୁ ଲୋକେ ଅନେକ ସମସ୍ଯାର ସମ୍ମୁଖୀନ ହେଉଛନ୍ତି । ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସ ଡାକି ପାରୁନାହାନ୍ତି କି ନିଆଁ ଲାଗିଲେ ଦମକଳ କେନ୍ଦ୍ରକୁ ଫୋନ କରି ପାରୁନାହାନ୍ତି । ତେଣୁ ଗାଁରେ ନୂତନ ଟାୱାର ନିର୍ମାଣ କରିବା ସହିତ ବସିଥିବା ଟାୱାର କାର୍ଯ୍ଯକ୍ଷମ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ । 5G ଯୁଗରେ ଅନୁଗୁଳ ଜିଲ୍ଲାର କିଛି ଗାଁରେ ନେଟୱର୍କ ସାତସପନ ପାଲଟିଛି । ତେବେ କେବେ ଏମାନଙ୍କ ସମସ୍ଯା ସମାଧାନ ହେବ ତାହା ଦେଖିବାକୁ ବାକି ରହିଲା ।

ମୁଖ୍ଯମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ଭେଟିଲେ ପବିତ୍ର ମୋହନ ପ୍ରଧାନଙ୍କ ନାତୁଣୀ

ଭୁବନେଶ୍ବର: ମୁଖ୍ଯମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ଭେଟିଲେ ପବିତ୍ର ମୋହନ ପ୍ରଧାନଙ୍କ ନାତୁଣୀ । ପବିତ୍ର ମୋହନ ପ୍ରଧାନଙ୍କ ସ୍ମୃତି ରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଯୋଗୁ ଜଣାଇଲେ ଧନ୍ୟବାଦ । ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ତଥା ପ୍ରଜା ମଣ୍ଡଳ ଆନ୍ଦୋଳନର ପୁରୋଧା ଓଡିଶାର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ସ୍ମୃତି ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ନେଇଛନ୍ତି । ତାଳଚେରରେ ପବିତ୍ର ମୋହନ ମେଡିକାଲ କଲେଜ, ବ୍ରାହ୍ମଣୀ ନଦୀ ଉପରେ ତାଙ୍କ ନାମରେ ସେତୁ ପ୍ରତିଷ୍ଠା ସହ ତାଙ୍କ ସ୍ମୃତିରେ ମ୍ଯୁଜିୟମ ଏବଂ ଭୁବନେଶ୍ବରରେ ତାଙ୍କର ଏକ ପୂର୍ଣ୍ଣାବୟବ ମୂର୍ତ୍ତି ସ୍ଥାପନ ପାଇଁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି। 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ସବୁ କାର୍ଯ୍ୟ କରାଯାଇଛି । ଏଥିପାଇଁ ପବିତ୍ର ମୋହନ ସ୍ମୃତି ପରିଷଦ ଗଭୀର ସନ୍ତୋଷ ପ୍ରକାଶ କରିଛି । ପରିଷଦ ପକ୍ଷରୁ ଆଜି ପବିତ୍ର ମୋହନଙ୍କ ନାତୁଣୀ ରଞ୍ଜିତା ରାଣୀ ପ୍ରଧାନ ଓ ସମିତିର ଅନ୍ୟ ସଦସ୍ୟ ମାନେ ନବୀନ ନିବାସ ଠାରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ଧନ୍ୟବାଦ ଜଣାଇ ଛନ୍ତି । ଏହି ଅବସରରେ 5T ଅଧ୍ୟକ୍ଷ କହିଛନ୍ତି, ମୁଖ୍ୟମନ୍ତ୍ରୀ ରାଜ୍ୟର ବରପୁତ୍ର ମାନଙ୍କ ପ୍ରତି ଗଭୀର ସମ୍ମାନ କରନ୍ତି । ସେମାନଙ୍କ ସ୍ମୃତି ରକ୍ଷା ପାଇଁ ରାଜ୍ୟ ସରକାର ସବୁବେଳେ ପଦକ୍ଷେପ ନେଇଛନ୍ତି । ପବିତ୍ର ମୋହନ ରାଜ୍ୟର ଯୁବ ସମାଜ ପାଇଁ ଆଦର୍ଶ । ତାଙ୍କ ସ୍ମୃତିର ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି ବୋଲି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଭାଇଙ୍କ ସହ ସବୁ ସମ୍ପର୍କ ଛିନ୍ନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଭାଇ ବାବୁନଙ୍କ ସହ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରିଛନ୍ତି। ହାୱଡା ଲୋକସଭା ଆସନ ପାଇଁ ଟିଏମସି ପ୍ରସୂନ ବାନାର୍ଜୀଙ୍କୁ ଟିକେଟ ଦେଇଛି। ଏହାପରେ ବାବୁନ ବାନାର୍ଜୀ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିପାଇଁ ନିଜ ଭାଇଙ୍କ ଉପରେ ମମତା ଖପ୍ପା ହୋଇଛନ୍ତି । ସେ କହିଛନ୍ତି, ମୋ ପରିବାର ଓ ମୁଁ ବାବୁନଙ୍କ ସହ ସମସ୍ତ ପ୍ରକାରର ସମ୍ପର୍କଚ୍ଛିନ୍ନ କରିଛୁ । ପ୍ରତିଟି ନିର୍ବାଚନ ପୂର୍ବରୁ ସେ ସମସ୍ୟା ସୃଷ୍ଟି କରନ୍ତି । ମୁଁ ଲୋଭୀ ଲୋକଙ୍କୁ ପସନ୍ଦ କରେନାହିଁ । ବଂଶବାଦ ରାଜନୀତିରେ ମଧ୍ୟ ମୋର ବିଶ୍ୱାସ ନାହିଁ। ତାଙ୍କୁ ଅସ୍ୱୀକାର କରିବାକୁ ମୁଁ ନିଷ୍ପତ୍ତି ନେଇଛି। ତାଙ୍କ ସହ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରୁଛି କହିଛନ୍ତି ମମତା । ମମତାଙ୍କ ଏପରି ନିଷ୍ପତ୍ତି ପୂର୍ବରୁ ବାବୁନ ବାନାର୍ଜୀ ଟିଏମସିକୁ କଡ଼ା ସମାଲୋଚନା କରିଥିଲେ। ପ୍ରସୂନ ବାନାର୍ଜୀ ବର୍ତ୍ତମାନ ହାୱଡାର ସାଂସଦ ଥିବା ବେଳେ ତାଙ୍କୁ ଟିଏମସି ପୁଣି ୨୦୨୪ ନିର୍ବାଚନ ପାଇଁ ଟିକେଟ ଦେଇଛି। ଏହାକୁ ନେଇ ବାବୁନ ଟିଏମସି ଉପରେ ଖପ୍ପା ହୋଇଛନ୍ତି। ସେ କହିଥିଲେ, “ପ୍ରାର୍ଥୀ ଚୟନକୁ ନେଇ ମୁଁ ଖୁସି ନୁହେଁ। ପ୍ରସୂନ ବାନାର୍ଜୀ ଉପଯୁକ୍ତ ପ୍ରାର୍ଥୀ ନୁହନ୍ତି । ଅନେକ ଯୋଗ୍ୟ ପ୍ରାର୍ଥୀଙ୍କୁ ଅଣଦେଖା କରାଯାଇଛି । ମୋତେ ପ୍ରସୂନ କରିଥିବା ଅପମାନକୁ ମୁଁ କେବେ ହେଲେ ଭୁଲି ପାରିବି ନାହିଁ।”ବାବୁନ ଦରକାର ପଡ଼ିଲେ ସ୍ୱାଧୀନ ଭାବେ ହାୱଡା ଲୋକସଭା ଆସନରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ସଙ୍କେତ ଦେଇଛନ୍ତି । ବାବୁନ କହିଛନ୍ତି, ମଁନ ଜାଣିଛି ଦିଦି ମୋ ସହ ଏକମତ ହୋଇ ନପାରନ୍ତି। କିନ୍ତୁ ଯଦି ଦରକାର ପଡ଼ିବ, ତା ହେଲେ ମୁଁ ସ୍ୱାଧୀନ ଭାବେ ହାୱଡା ଲୋକସଭା ନିର୍ବାଚନ ଲଢ଼ିବି। ହାୱଡା ଆସନରୁ ପ୍ରସୂନ ୩ ଥର ବିଜୟୀ ହୋଇ ଲୋକସଭାକୁ ଯାଇଛନ୍ତି। ବାମପନ୍ଥୀ ଦଳର ଅମ୍ବିକା ବାନାର୍ଜୀଙ୍କ ପରେ ୨୦୦୯ରୁ ଟିଏମସି ଏଠାରେ ଜିତି ଆସୁଛି।

କାଲିଠୁ ରାଜ୍ୟରେ ଖରା ଛାଇର ଖେଳ

ଭୁବନେଶ୍ବର: ତାତିରେ ଲାଗିଲା ବ୍ରେକ୍। ଗୁରୁବାରଠୁ ରାଜ୍ୟରେ ଖରା ଛାଇର ଖେଳ। ଉତ୍ତର ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଅନୁଭୁତ ହେବ। ଟ୍ରପ୍ଲାଇନ୍ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ କାଲିଠାରୁ ପଶ୍ଚିମା ଝଡର ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗତକାଲି ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ଅଧିକ ରହିଥିବା ବେଳେ ଆଜି ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ଉପରମୁହାଁ ରହିଛି । କିନ୍ତୁ କାଲିଠାରୁ ତାପମାତ୍ରା କମିବା ସହ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। କାଲି ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ ଏବଂ କେନ୍ଦୁଝରରେ ହାଲୁକା ବର୍ଷା ହେବ । ବାକି ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ୧୫ ତାରିଖରେ ସାରା ରାଜ୍ୟରେ ବର୍ଷା ନେଇ ଆକଳନ କରାଯାଇଛି । ୧୬ ଏବଂ ୧୭ ତାରିଖରେ ବର୍ଷାର ପରିମାଣ ବଢିବା ବଜ୍ରପାତ ନେଇ ସତର୍କତା ଜାରି କରାଯାଇଛି । ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ନେଇ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଏବଂ ଝାରସୁଗୁଡାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବାକି ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ବର୍ଷା ପ୍ରଭାବରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ଯେଉଁ ଅଞ୍ଚଳରେ ବର୍ଷାର ପ୍ରଭାବ ରହିବ ନାହିଁ ସେହି ଅଞ୍ଚଳରେ ତାପମାତ୍ରା ୩୬ ରୁ ୩୯ ଡିଗ୍ରୀ ମଧ୍ୟରେ ରହିବ ବୋଲି ଆକଳନ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଗୋପାଳ ସମାଜ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଗୋପାଳ ସମାଜ। ୫୦୦ ଡିସିମିଲ୍ ଭୂମି ଅଲ୍ ଓଡ଼ିଶା ଗୋପାଳ ସମାଜକୁ ପ୍ରଦାନ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ଓଡିଶାରେ ୧କୋଟି ୫ଲକ୍ଷ ଗୋପାଳଙ୍କ ପାଇଁ ଭୁବେନଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ନିର୍ମାଣ ହେବ ଗୋପାଳ ସମାଜ ଭବନ। ଭୁବନେଶ୍ୱର ଆସୁଥିବା ଗୋପାଳ ସମ୍ପ୍ରଦାୟର ଛାତ୍ରଛାତ୍ରୀ, ରୋଗୀ, ଏଠାରେ ରହଣୀ ପାଇଁ ବ୍ୟବସ୍ଥା କରାଯିବ। ଏନେଇ ଓଡ଼ିଶା ଗୋପାଳମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ଯବାଦ ଜଣାଇଛି ଗୋପାଳ ସମାଜ।